ଗ୍ରାମାଞ୍ଚଳ ଅର୍ଥନୀତିର ବାହକ ପ୍ରବାସୀ ଶ୍ରମିକ

ସେଦିନ କୋଣାର୍କ ନିକଟସ୍ଥ ଏକ ଗ୍ରାମରେ ମୋର ତାମିଲନାଡୁର ଜଣେ ବନ୍ଧୁଙ୍କ ସହିତ ସ୍ଥାନୀୟ ଯୁବକମାନେ ତାମିଲରେ କଥା ହେବା ମୋତେ କିଛି ସମୟ ଲାଗି ଆଶ୍ଚର୍ଯ୍ୟ କରିଦେଇଥିଲା। ପଚାରିବାରୁ ଜାଣିଲି ଯେ ଏବେ କିଛି ବର୍ଷ ହେବ ଉଦୟକଣି ଓ ପାଖାପାଖି ଗ୍ରାମର ଯୁବକମାନେ ତାମିଲନାଡୁର ବିଭିନ୍ନ ସହରରେ ଯାଇ କାମ କରୁଛନ୍ତି। ଆବଶ୍ୟକ ହେବା ଭଳି ତାମିଲ ଭାଷା ସେମାନେ ସେହିଠାରୁ ଶିଖିନେଇଛନ୍ତି।

Migrant Labourer

Migrant Labourer

Debendra Prusty
  • Published: Thursday, 20 March 2025
  • Updated: 20 March 2025, 01:01 PM IST

Sports

Latest News

ଦେବ ରଞ୍ଜନ

ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ଇତ୍ୟାଦି ବ୍ଲକର ଅନେକ ଯୁବକ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କେରଳରେ କାମ କରୁଛନ୍ତି। ସେମାନେ ମୁଖ୍ୟତଃ ହୋଟେଲ, ମଲ୍‌, ସିନେମା ହଲ୍‌, ବ୍ୟବସାୟ ପ୍ରତିଷ୍ଠାନ, ବିଭିନ୍ନ ଶୋ ରୁମରେ କାମ କରୁଛନ୍ତି। ମାସକୁ ମାସ ଟଙ୍କା ପଠାଇଲେ ଏଠାରେ ଘର ଚଳିଥାଏ।

ବେଶ କିଛି ଦିନ ପୂର୍ବରୁ ମାଣ୍ଡିପଙ୍କା ଯାଇଥିଲି। କନ୍ଧମାଳ ଜିଲ୍ଲାର ଏହି ଗ୍ରାମ ଆମ୍ବ ଟାକୁଆ ହେତୁ ଲୋକଲୋଚନକୁ ଆସିପାରିଥିଲା। କିନ୍ତୁ ବିଡ଼ମ୍ବନା ଯେ ଏଠାର ଦାଦନ ସମସ୍ୟା ଆଦୌ ଆଲୋଚନାକୁ ଆସିନଥିଲା। ମାଣ୍ଡିପଙ୍କାର ମୂଳ ସମସ୍ୟା ହେଉଛି ଲୋକଙ୍କ ଦାଦନ ଶ୍ରମିକ ଭାବରେ ଅନ୍ୟ ରାଜ୍ୟକୁ ଅଧିକ ସଂଖ୍ୟାରେ ଯିବା।

ମାଣ୍ଡିପଙ୍କାରେ ଅନ୍ୟୁନ ୩୦୦ ଘର ଅଛନ୍ତି। ଲୋକଙ୍କ ଆନୁମାନିକ ହିସାବରେ ଏହି ଗୋଟିଏ ଗ୍ରାମର ପ୍ରାୟ ୧୫୦ରୁ ୨୦୦ ମଣିଷ କେରଳର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ଏପରିକି ମୃତ୍ୟୁବରଣ କରିଥିବା ଓ ଚିକିତ୍ସିତ ହୋଇ ଫେରିଥିବା ମହିଳାଙ୍କ ପରିବାରର ସମ୍ପର୍କୀୟ କେରଳରେ ଘଟଣା ସମୟରେ ଥିଲେ ବା ପୂର୍ବରୁ ଯାଇଥିଲେ।

ସମ୍ବିଧାନର ଧାରା ୧୫ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ନିଜସ୍ଵ ଆଗ୍ରହ ଅନୁସାରେ ଦେଶର କୌଣସି ବି ସ୍ଥାନରେ କୌଣସି କାର୍ଯ୍ୟ ବାଛିବାର ଅଧିକାର ରହିଛି। କିନ୍ତୁ ସେଥିଲାଗି ସେମାନଙ୍କୁ ବାଧ୍ୟ ନକରିବା ଏପରିକି ବାଧ୍ୟ ହେଲା ଭଳି ପରିସ୍ଥିତି ସୃଷ୍ଟି ନକରିବା ମଧ୍ୟ ରାଷ୍ଟ୍ରର ଦାୟିତ୍ଵ। ଏହା ସତ୍ତ୍ୱେ ୨୦୧୧ ମସିହା ତଥ୍ୟ ଅନୁସାରେ ସରକାରୀ ହିସାବରେ ଦେଶରେ ଆନୁମାନିକ ୪ କୋଟି ୬୦ ଲକ୍ଷ ଲୋକ ପ୍ରବାସୀ ଶ୍ରମିକ ଭାବରେ କାମ କରୁଛନ୍ତି।

୨୦୨୧ ମସିହାର ଜନଗଣନା ହୋଇପାରିଲା ନାହିଁ। ଏହା ଯେ କେବେ କରାଯିବ ବା କରାଯିବ କି ନାହିଁ ତାହା ଜଣାପଡୁନାହିଁ। ଦେଶର ଅର୍ଥନୀତିକୁ ଅନୁଧ୍ୟାନ କଲେ ଲାଗୁଛି ଗଲା ଦଶ ବର୍ଷ ମଧ୍ୟରେ ଏହା ଦୁଇ ଗୁଣା ହୋଇସାରିଥିବ। କୋଭିଡ ଲକଡାଉନ ସମୟରେ ଏହା ପ୍ରାୟତଃ ଜଣାପଡ଼ିଲା ଯେ ପ୍ରବାସୀ ବା ଦାଦନ ଶ୍ରମିକଙ୍କ ସଂଖ୍ୟା ଦେଶରେ ଯଥେଷ୍ଟ ଅଧିକ ହୋଇଛି। ଏହି ତଥ୍ୟକୁ କେନ୍ଦ୍ର ସରକାର ମଧ୍ୟ ଅନୁଧ୍ୟାନ କରିନଥିଲେ। ଫଳରେ, ଲକଡାଉନ ହେତୁ କୋଭିଡ ସଂକ୍ରମଣ ଯେ କମିଥିଲା ତାହା ନୁହେଁ। ଅନେକ କୋଟି ପ୍ରବାସୀ ଶ୍ରମିକଙ୍କ ସ୍ଥିତି ବେଶ କିଛି ବର୍ଷ ଲାଗି ପଛକୁ ଚାଲିଗଲା।

ଶ୍ରମିକ ଜନଗଣନା, ୨୦୧୧ ତଥ୍ୟ ଅନୁସାରେ ଓଡ଼ିଶାର ସମୁଦାୟ ଜନସଂଖ୍ୟାର ୩.୪୭% ଲୋକ ପ୍ରବାସୀ ଶ୍ରମିକ (ଯାହା ଏବେ ଦୁଇ ଗୁଣା ହେବ)। ସେମାନେ କୌଣସି ସାମାଜିକ ସୁରକ୍ଷା (ଚିକିତ୍ସା, ବୀମା, ଛୁଟିର ସୁବିଧା ଇତ୍ୟାଦି) ନଥାଇ ମାସିକ ହାରାହାରି ୮,୩୯୭ ଟଙ୍କା (୨୦୧୭-୧୮ ସୂଚକାଙ୍କ ଅନୁସାରେ) ସେହି ସହରମାନଙ୍କରେ ଆୟ କରିଥା’ନ୍ତି। ସେଥିରୁ ସେମାନେ ନିଜ ପାଇଁ ଖର୍ଚ୍ଚ କରି ମାସକୁ ୨,୦୦୦ରୁ ୩,୦୦୦ ଟଙ୍କା ନିଜ ଗାଁକୁ ପଠାଉଥିଲେ। ଏବେ ବ୍ୟକ୍ତିଗତ ଆଲୋଚନାରୁ ଜଣାପଡୁଛି ଯେ ସେମାନେ ମାସକୁ ୪,୦୦୦ରୁ ୫,୦୦୦ ତାଙ୍କ ପର୍ଯ୍ୟନ୍ତ ନିଜ ଘରକୁ ପଠାଉଛନ୍ତି।

ଓଡ଼ିଶାର ଗାଁ ଗୁଡ଼ିକରେ ଏବେ ବହୁତ କମ ଯୁବକ ଦେଖାଯାଉଛନ୍ତି। ଉପକୂଳ ଜିଲ୍ଲା ହେଉ କି ପାହାଡ଼ୀ ଜିଲ୍ଲା ହେଉ ସବୁ ଅଞ୍ଚଳରୁ ଯୁବକମାନେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ ଅଥବା ପଞ୍ଜାବ କି ମହାରାଷ୍ଟ୍ର ଯିବାରେ ଲାଗିଛନ୍ତି।

‘ସଂଗ୍ରାମୀ ଚେତନାର ଗଣଭିତ୍ତି’ରେ ପ୍ରକାଶିତ ଜଣେ ଶ୍ରମିକର କଥା ଅନୁସାରେ, ‘କଳାହାଣ୍ଡି ଜିଲ୍ଲା ପରାଳସିଂହ ପଞ୍ଚାୟତର ଜମିହୀନ ସୁଖବାସୀ ବିଶମ୍ବର ସୁନା ନିଜ ଅଞ୍ଚଳର ୨୩ ଜଣ ଶ୍ରମିକଙ୍କ ସହିତ ୨୦୧୪-୧୫ରେ ମୁମ୍ବାଇ ଚାଲିଯାଇଥିଲେ। କ୍ରମାଗତ ମରୁଡ଼ି, ଗୌନ୍ତିଆ ନିକଟରେ କାମର ଅଭାବ, ମନରେଗାରେ କାମ କରି ମଧ୍ୟ ମଜୁରୀ ନମିଳିବା ଇତ୍ୟାଦି ହେତୁ ସେମାନେ ମୁମ୍ବାଇରେ ନିର୍ମାଣ ଶ୍ରମିକ ଭାବରେ ନିଯୁକ୍ତ ହୋଇଥିଲେ। ପରେ ମୁମ୍ବାଇରୁ ମେ’ ମାସରେ ଫେରିଆସି କ୍ୱାରେଣ୍ଟାଇନରେ ରହିଲେ। ସେ ଓ ଅନ୍ୟ ସମସ୍ତ ପ୍ରବାସୀ ଶ୍ରମିକ ମନରେଗାର କାମ ଯୋଗାଇବା ଲାଗି ସରପଞ୍ଚ ଓ ପିଇଓଙ୍କୁ ଲିଖିତ ଭାବରେ ଜଣାଇଥିଲେ। ‘ଏହା ବର୍ଷା ମାସ ଓ ମନରେଗାରେ କୌଣସି କାମ ନାହିଁ’ କହି ସେମାନଙ୍କୁ ପଞ୍ଚାୟତ ଅଫିସରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ରଖି ତାଙ୍କୁ ଫେରାଇ ଦିଆଯାଇଥିଲା। ରାଜ୍ୟ ସରକାର କେବଳ କିଛି କିଲୋଗ୍ରାମ ଚାଉଳ ଦେବା ପରେ ଭାବିଲେ ଯେ ବ୍ୟକ୍ତିର ସମସ୍ତ ଆବଶ୍ୟକତା ସେହିଥିରେ ପୂରଣ ହୋଇଯିବ। ଶେଷରେ ସେ କୋବିଡ ପରବର୍ଷ ମୁମ୍ବାଇ ଫେରିଗଲେ।’

ଗଲା ପାଞ୍ଚ ଛଅ ବର୍ଷ ମଧ୍ୟରେ ଓଡ଼ିଶାରୁ ଅଧିକ ସଂଖ୍ୟାରେ ବାଳିକା (୧୫ରୁ ୨୦ ବର୍ଷ ମଧ୍ୟରେ) ବାହାର ରାଜ୍ୟକୁ ଯିବାରେ ଲାଗିଛନ୍ତି। ସେମାନେ ବିଶେଷକରି ତାମିଲନାଡ଼ୁର ତିରୁପୁର ଓ ପଞ୍ଜାବର ଲୁଧିୟାନାର ବିଭିନ୍ନ ଗାରମେଣ୍ଟ ଫ୍ୟାକ୍ଟରୀରେ କାମ କରୁଛନ୍ତି। ଆର୍ଥିକ ଅନଗ୍ରସର ଜିଲ୍ଲା କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟତଃ ଆଦିବାସୀ ଓ ଦଳିତ ପରିବାରର ଝିଅମାନେ ଅଧିକ ସଂଖ୍ୟାରେ ଯାଉଛନ୍ତି।

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଲାଗି ପ୍ରବାସୀ ଶ୍ରମିକ ଆଇନ, ୧୯୭୯ରେ (Inter-State Migrant Workmen (Regulation of Employment and Conditions of Service) Act, 1979) ରହିଛି। ଏହି ଆଇନ ଅନୁସାରେ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକମାନେ ପଞ୍ଜୀକରଣ କରିବା ଜରୁରୀ। ଏପରିକି ଅନ୍ୟ ରାଜ୍ୟରେ ନିଯୁକ୍ତି ଦେଉଥିବା ମାଲିକ ଏହାକୁ ଦର୍ଶାଇବା ଆବଶ୍ୟକ। କିନ୍ତୁ ମାଲିକମାନେ ହୁଏତ କାମ ଦେବେ ନାହିଁ ସେଥିଲାଗି ପ୍ରବାସୀ ଶ୍ରମିକ ପଞ୍ଜୀକରଣ କରୁନାହାନ୍ତି। ଏହାର ସବୁଠାରୁ ଅଧିକ ଅସୁବିଧା ଇଟାଭାଟି ଶ୍ରମିକଙ୍କ କ୍ଷେତ୍ରରେ ହେଉଛି। କିନ୍ତୁ ସେହିମାନେ ନିର୍ଦ୍ଦିଷ୍ଟ ଅର୍ଥରାଶି ଗାଁରେ ଦେଲେ ଗାଁରେ ରହିଥିବା ବୁଢ଼ାବୁଢ଼ୀ ଓ ନିଜର ପିଲାମାନେ ଖାଦ୍ୟ ପାଉଛନ୍ତି, ଚିକିତ୍ସା ପାଉଛନ୍ତି ଓ ଶିକ୍ଷା ମଧ୍ୟ ପାଉଛନ୍ତି। ଇଟାଭାଟିରୁ ଆୟ ଅର୍ଥରେ କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାର ଅନେକ ପରିବାର ନିର୍ଭରଶୀଳ ଅଛନ୍ତି। ସେମାନେ ଯେ ଉପଯୁକ୍ତ ପରିବେଶ ମଧ୍ୟରେ କାର୍ଯ୍ୟ କେଉଁଭଳି କରିପାରିବେ ସେ ଦିଗରେ କୌଣସି ଧ୍ୟାନ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କେହି ଦେଉନାହାନ୍ତି।

ଗଲା ୦୩/୦୬/୨୦୨୦ ତାରିଖରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଦୁଇ ବାଳିକା (ଜୟାମଣି, ୨୨ ବର୍ଷ ଓ ମଦନାବତୀ, ୧୮ ବର୍ଷ) ତାମିଲନାଡୁର ତିରୁଭାଲୁର ଜିଲ୍ଲାର ଏକ ଇଟା ଭାଟିରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଏହା ପରେ ଜଣାପଡ଼େ ଯେ ଉକ୍ତ ଗୋଲାମୁଣ୍ଡା ଅଞ୍ଚଳ ଶ୍ରମିକ ଚାଲାଣର କେନ୍ଦ୍ର ପାଲଟିସାରିଛି। ଉକ୍ତ ଇଟା ଭାଟିରେ କାମ କରୁଥିବା ସେହି ଦୁଇ ଜଣ ବାଳିକା ସମେତ ୧୩୦ ଜଣ ଶ୍ରମିକ ଏହି ଗୋଲାମୁଣ୍ଡା ଅଞ୍ଚଳର ଥିଲେ। ସେମାନଙ୍କୁ ନିବୁଜ ଭାବରେ ବା ଏକ ପ୍ରକାରର ବନ୍ଦୀ ଅବସ୍ଥାରେ ରଖାଯାଉଥିଲା। ଏହି ଶ୍ରମିକମାନେ ପ୍ରବାସୀ ଶ୍ରମିକ ଆଇନ, ୧୯୭୮ରେ ପଞ୍ଜୀକୃତ ହୋଇନଥିଲେ। ଏହା ସତ୍ତ୍ୱେ ତିରୁଭାଲୁର ଇଟାଭାଟି ମାଲିକଙ୍କୁ ସରକାରୀ ଋଣ ଓ ଅନ୍ୟାନ୍ୟ ସୁବିଧା ମିଳିପାରିଥିଲା। ଏହା ଆଇନର ବିଶେଷ ଦୁର୍ବଳ ଦିଗ। ଏହି ଦୁର୍ବଳତା କାରଣରୁ ନାଗରିକର ସମ୍ମାନର ସହିତ କାମ କରିବାର ଅଧିକାର, ଜୀବିକା ବାଛିବାର ଅଧିକାର, ଯାତାୟାତର ଅଧିକାର, ଶ୍ରମିକଙ୍କ ପିଲାଙ୍କ ଶିକ୍ଷାର ଅଧିକାର, କଥା କହିବା ବା ପ୍ରତିବାଦ କରିବାର ଅଧିକାର, ଚିକିତ୍ସା ପାଇବାର ଅଧିକାର ଇତ୍ୟାଦି ଅନେକ ଅଧିକାରରୁ ସେମାନେ ବଞ୍ଚିତ ହେଲେ।

ଅନ୍ୟ ଏକ ଘଟଣା କ୍ରମେ, ଓଡ଼ିଶାର ରାୟଗଡ଼ା ଜିଲ୍ଲାର ବିଷମକଟକ ଓ ମୁନିଗୁଡ଼ା ତଥା କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକର ୪୭ ଜଣ ବାଳିକା (ମୁଖ୍ୟତଃ ଆଦିବାସୀ ଓ ନାବାଳିକା) ଲକଡାଉନ ସମୟରେ ଚାଲିଆସିଥିଲେ। ସେମାନେ ତାମିଲନାଡ଼ୁର ତିରୁପୁରର ଏକ ପୋଷାକ ତିଆରି ଫ୍ୟାକ୍ଟରୀରେ କାମ କରୁଥିଲେ। ଏହି ବାଳିକାମାନେ ଦୈନିକ ୧୨ ଘଣ୍ଟିଆ ଶିଫ୍ଟରେ କାମ କରୁଥିଲେ ଓ ମାସକୁ ମାତ୍ର ୪,୦୦୦ ଟଙ୍କା ଦରମା ପାଉଥିଲେ। ଗୋଟିଏ କୋଠରିରେ ସେହି ସମସ୍ତ ୪୭ ବାଳିକାଙ୍କୁ ରଖାଯାଉଥିଲା। ସେମାନେ ଯଦିଓ ଓଡ଼ିଶା ଫେରିଆସିଥିଲେ କିନ୍ତୁ ପୁଣି କିଛି ମାସ ପରେ କେବଳ ସୁନୀତା (ଛଦ୍ମନାମ)କୁ ଛାଡ଼ିଦେଲେ ସମସ୍ତେ ତାମିଲନାଡୁ ଚାଲିଗଲେ। ସୁନୀତା କୋଭିଡ ସମୟରେ ମାଟ୍ରିକ ପାସ କରିଥିଲା। ଏବେ ସେ ଗ୍ରାଜୁଏସନର ଶେଷ ବର୍ଷର ଛାତ୍ରୀ। ତାହାର ଶିକ୍ଷୟିତ୍ରୀ ହେବାର ଆଗ୍ରହ ରହିଛି। ସେଭଳି ସୁବିଧା କିନ୍ତୁ ଅନ୍ୟ ସମସ୍ତ ବାଳିକାଙ୍କୁ ମିଳିପାରୁନାହିଁ।

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story