ମୋଦୀଙ୍କ ଗସ୍ତରେ ମୋହନ ଶକ୍ତିଶାଳୀ

ଭୁବନେଶ୍ୱରରେ ଶେଷ ହୋଇଥିବା ଡିଜିପି ଓ ଆଇଜି ସମ୍ମିଳନୀ ଅବକାଶରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନ ବ୍ୟାପୀ ଭୁବନେଶ୍ୱରରେ ଅବସ୍ଥାନ କରିବା ଯେଉଁଥିରେ ଦୁଇଟି ରାତି ଓ ତିନୋଟି ଦିବସ ରହିଛି ତାହା ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଜନିତ ପ୍ରସଙ୍ଗ ଛଡ଼ା ଓଡ଼ିଶାରେ ପାଞ୍ଚ ମାସ ତଳେ ଗାଦିନସୀନ ହୋଇଥିବା ବିଜେପି ସରକାର ଓ ଏହାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶକ୍ତିଶାଳୀ କରିବା ପାଇଁ ଅନେକ କିଛି ବାର୍ତ୍ତା ଓ ସୂଚନା ପ୍ରଦାନ କରି ଯାଇଛନ୍ତି।

PM Modi At Odisha BJP Office

PM Modi At Odisha BJP Office

Debendra Prusty
  • Published: Wednesday, 04 December 2024
  • Updated: 04 December 2024, 12:14 PM IST

Sports

Latest News

ରବି ଦାସ

ଭୁବନେଶ୍ୱରରେ ଶେଷ ହୋଇଥିବା ଡିଜିପି ଓ ଆଇଜି ସମ୍ମିଳନୀ ଅବକାଶରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନ ବ୍ୟାପୀ ଭୁବନେଶ୍ୱରରେ ଅବସ୍ଥାନ କରିବା ଯେଉଁଥିରେ ଦୁଇଟି ରାତି ଓ ତିନୋଟି ଦିବସ ରହିଛି ତାହା ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଜନିତ ପ୍ରସଙ୍ଗ ଛଡ଼ା ଓଡ଼ିଶାରେ ପାଞ୍ଚ ମାସ ତଳେ ଗାଦିନସୀନ ହୋଇଥିବା ବିଜେପି ସରକାର ଓ ଏହାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶକ୍ତିଶାଳୀ କରିବା ପାଇଁ ଅନେକ କିଛି ବାର୍ତ୍ତା ଓ ସୂଚନା ପ୍ରଦାନ କରି ଯାଇଛନ୍ତି। ଡିଜିପି, ଆଇଜି ସମ୍ମିଳନୀରେ ଯାହାସବୁ ହେଲା ତାହା ଏକ ଉଚ୍ଚ ସ୍ତରୀୟ ପୋଲିସ୍ ପ୍ରଶାସନର ବିଷୟବସ୍ତୁ ଉପରେ ଆଧାରିତ। ସାଧାରଣ ଲୋକଙ୍କ ପାଇଁ ଏହାର କୌଣସି ସିଧାସଳଖ ମୂଲ୍ୟ ବା ପ୍ରଭାବ ନାହିଁ। କାରଣ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ଓ ସେହି ଅନୁସାରେ ଜନସାଧାରଣ ସରକାରଙ୍କୁ ବିଚାର କରନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଯେଉଁଦିନ ଓଡ଼ିଶା ଆସିଲେ ଅର୍ଥାତ୍ ଶୁକ୍ରବାର ଦିନ ଅପରାହ୍ନରେ ଓଡ଼ିଶାରେ ପହଞ୍ଚିବା ପରେପରେ ଜନସାଧାରଣଙ୍କୁ ବିମାନବନ୍ଦର ନିକଟରେ ଉଦବୋଧନ ଦେଲେ, ସେହି ସଭାରେ ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ଓଡ଼ିଶାରେ ବିଜେପି ଏକାକୀ ସରକାର ପ୍ରତିଷ୍ଠା କରିପାରିବ ବୋଲି ନିର୍ବାଚନ ପୂର୍ବରୁ କୌଣସି ରାଜନୈତିକ ବିଶ୍ଳେଷକ ଅନୁମାନ କରିନଥିଲେ। କିନ୍ତୁ ରାଜ୍ୟରେ ବିଜେପି କର୍ମକର୍ତ୍ତା ଓ ଜନସାଧାରଣଙ୍କ ଭରସା ଯୋଗୁ ବିଜେପି ସରକାର ହେଲା।

ପ୍ରଧାନମନ୍ତ୍ରୀଙ୍କର ଏହି ଉକ୍ତିଟି ବେଶ୍ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ବିଜେପି ୨୦୧୯ରେ ରାଜ୍ୟର ମୁଖ୍ୟ ବିରୋଧି ଦଳର ମର୍ଯ୍ୟାଦା ହାସଲ କରିଥିଲେ ମଧ୍ୟ ଶାସକ ବିଜେଡ଼ି ଠାରୁ ଏହା ଏତେ ପଛରେ ଥିଲା ଯେ, ଦଳ ରାଜ୍ୟରେ ଏକାକୀ ସରକାର କରିବ ବୋଲି କେହି ଭାବି ପାରିନଥିଲେ। ଆଉ ଟିକେ ତଳକୁ ଦେଖିଲେ ବିଜେପି ଓଡ଼ିଶାର ଏକ ସ୍ୱାଭାବିକ ରାଜନୈତିକ ଦଳ ଭାବରେ ପୂର୍ବରୁ ଯଥେଷ୍ଟ ସ୍ୱୀକୃତି ପାଇନଥିଲା। ବାସ୍ତବରେ ଜନସାଧାରଣ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱ ଦ୍ୱାରା ଆକର୍ଷିତ ହୋଇ ରାଜ୍ୟରେ ମଧ୍ୟ ବିଜେଡ଼ିକୁ ହଟାଇ ବିଜେପିକୁ କ୍ଷମତାସୀନ କରିଛନ୍ତି। ଗୋଟିଏ ଦୃଷ୍ଟିରୁ ଦେଖିଲେ ଓଡ଼ିଶାରେ ହୋଇଥିବା ବିଜେପି ସରକାର ବସ୍ତୁତଃ ମୋଦୀଙ୍କ ସରକାର। ସେହି ଦୃଷ୍ଟିରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସବୁ ଆଗୁଆ ନେତାମାନଙ୍କୁ ପଛରେ ପକାଇ ମୋହନ ଚରଣ ମାଝୀଙ୍କ ପରି ଜଣେ ଆଦିବାସୀ ନେତାଙ୍କୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିଛନ୍ତି। ତେଣୁ ଏହି ସରକାର କେଉଁ ଅସୁବିଧର ସମ୍ମୁଖୀନ ହେଉଥିବା ତାହା ସେ ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ଜନସାଧାରଣଙ୍କୁ ଉଦବୋଧନ ଦେଇ ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହେବା ଦ୍ୱାରା ପ୍ରଥମ ଥର ପାଇଁ ରାଜ୍ୟରେ ଡିଜିପି, ଆଇଜି ସମ୍ମିଳନୀ ହେଲା। ଯଦିଓ ଏହି ସମ୍ମିଳନୀ ବ୍ରିଟିଶ୍ ସମୟରୁ ଚାଲିଆସୁଛି।

ଓଡ଼ିଶାରେ ପ୍ରଥମ ଥର ପାଇଁ ନୌସେନା ଏହାର ନୌଦିବସ ପୁରୀଠାରେ ପାଳନ କରୁଛନ୍ତି। ପୂର୍ବରୁ ଏହା କେବେ ଓଡ଼ିଶା ଉପକୂଳରେ ହୋଇନଥିଲା। କେବଳ ସେତିକି ନୁହେଁ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ଦିବସ ଜାନୁଆରୀ ମାସରେ ଓଡ଼ିଶାରେ ହେବ। ଏହା ମଧ୍ୟ ଓଡ଼ିଶା ପାଇଁ ପ୍ରଥମ। ଆନ୍ତର୍ଜାତିକ ସ୍ତରରେ ଥିବା ଭାରତୀୟମାନେ ଏହି ଦିବସରେ ଯୋଗଦେଇ ଓଡ଼ିଶାକୁ ବିଶ୍ୱ ମାନଚିତ୍ରକୁ ନେବାରେ ସହାୟକ ହେବେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କର ରାଜନୈତିକ ଦୃଷ୍ଟିରୁ ପ୍ରଥମ ଲକ୍ଷ୍ୟ ଥିଲା ସେ ରାଜ୍ୟରେ ନିଯୁକ୍ତ କରିଥିବା ମୋହନ ଚରଣ ମାଝୀଙ୍କ ସରକାରକୁ ସବୁଦୃଷ୍ଟିରୁ ଶକ୍ତିଶାଳୀ କରିବା। ଯେହେତୁ ସେ ଭଲଭାବରେ ଜାଣିଥିଲେ ଯେ, ବିଜେପିର ଓଡ଼ିଶାରେ ଚେର ଏବେ ବି ଗଭୀରକୁ ଯାଇନାହିଁ, ତେଣୁ ଏହି ଚେରକୁ ଶକ୍ତିଶାଳୀ କରିବା ପାଇଁ କି କି ଭାବରେ ଦଳର ବିଧାୟକ, ମନ୍ତ୍ରୀ ଓ ସାସଂଦମାନେ କାର୍ଯ୍ୟ କରିବା ଆବଶ୍ୟକ ତାହା ସେମାନଙ୍କୁ ବୁଝାଇଦେବା ପାଇଁ ସେହି ଦିନ ସନ୍ଧ୍ୟା ସମୟରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକ ନିଭୃତ ବୈଠକରେ ସାକ୍ଷାତ କରିଥିଲେ। ଯଦିଓ ଏହି କଥାବାର୍ତ୍ତା ୨ ଘଣ୍ଟା ଚାଲିବ ଓ ସେଠାରେ ସେ ରାତ୍ରୀଭୋଜନ କରିବେ ବୋଲି କଥା ଥିଲା, ତଥାପି ସେ ବୈଠକରେ ବା ଆଲୋଚନାରେ ପୂରା ୩ ଘଣ୍ଟା ସମୟ ଦେଲେ। ଯାହାକି ଜଣେ ପ୍ରଧାନମନ୍ତ୍ରୀଙ୍କ ପାଇଁ ବହୁ ଲମ୍ବା ସମୟ ବୋଲି ବିବେଚିତ ହେବ।

ପ୍ରଧାନମନ୍ତ୍ରୀ ଏହି ତିନି ଘଣ୍ଟା କାଳ ବିଜେପି କାର୍ଯ୍ୟାଳୟରେ ରହି ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଓ ରାଜ୍ୟର କେନ୍ଦ୍ରମନ୍ତ୍ରୀମାନଙ୍କ ସହିତ କ’ଣ ଆଲୋଚନା କଲେ ତାହାର କୌଣସି ବିଷୟବସ୍ତୁ ଗଣମାଧ୍ୟମରେ ପ୍ରକାଶିତ ହୋଇନାହିଁ। ସମ୍ଭବତଃ ଆଲୋଚନାର ବିଷୟବସ୍ତୁ ଗଣମାଧ୍ୟମରେ ନକହିବା ପାଇଁ ଦଳର ନେତାମାନଙ୍କୁ ନିର୍ଦ୍ଦେଶ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଖବର ପାଉଥିଲେ ଯେ, ସରକାର ଓ ଦଳ ଯେପରି ମିଳିତ ଭାବରେ ସରକାରକୁ ଗତିଶୀଳ କରି ଲୋକମାନଙ୍କର ବିଶ୍ୱାସ ଭାଜନ ହେବା କଥା ତାହା ଠିକ୍ ଭାବରେ ହେଉନାହିଁ। ତେଣୁ ଆଲୋଚନାରେ ପ୍ରଧାନମନ୍ତ୍ରୀ ଗୋଟିଏ ସ୍ଥାନରେ ନ ବସି ବୁଲିବୁଲି କହିଥିଲେ, ଜଣେ ଝିଅକୁ ଘରେ ସମସ୍ତେ ବହୁତ ଆଦର କରୁଥିବା ସମୟରେ ସେ ଯେତେବେଳେ ବୋହୂ ହୋଇ ଯାଏ ସେତେବେଳେ ଶାଶୁଘର ଲୋକ ବୋହୂର ପ୍ରତ୍ୟେକ କଥାକୁ ଲକ୍ଷ୍ୟ କରନ୍ତି। ସେ କିପରି ଚାଲୁଛି, କ’ଣ କହୁଛି, କିପରି ରୋଷେଇ କରୁଛି ଓ ଘରର ଲୋକମାନଙ୍କ ସହିତ କିପରି ସମ୍ପର୍କ ରଖୁଛି ସବୁକିଛି ଅତି ତୀକ୍ଷ୍ଣ ଭାବରେ ନଜର ଦିଅନ୍ତି। ଠିକ୍ ସେହିପରି ବିଜେପି ରାଜ୍ୟରେ ଏବେ ସରକାରୀ ଦଳ। ତେଣୁ ଏହାର ବିଧାୟକ, କର୍ମୀ, ମନ୍ତ୍ରୀ, ସାଂସଦ ଓ ସମର୍ଥକମାନେ କିପରି ଆଚରଣ କରୁଛନ୍ତି ତାହାକୁ ଲକ୍ଷ୍ୟ କରି ଜନସାଧାରଣ ସରକାର ଉପରେ ସେମାନଙ୍କର ମତାମତ ଦେବେ। ନୂଆ ସରକାର ହେଲେ ଦଳର ବିଧାୟକ ଓ ମନ୍ତ୍ରୀମାନେ ସରକାରୀ ଅଫିସର ନିଯୁକ୍ତି ଓ ବଦଳି ଉପରେ ବେଶ୍ ଗୁରୁତ୍ୱ ଦିଅନ୍ତି। କିନ୍ତୁ ଏପରି ଚେଷ୍ଟା କରୁଥିବା ମନ୍ତ୍ରୀ ଓ ବିଧାୟକମାନେ ଏଥିପ୍ରତି ସତର୍କ ହେବା ଦରକାର।

ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ ଜାଣନ୍ତି ଯେ, ମୋହନ ଚରଣ ମାଝୀ ସ୍ୱାଭାବିକ ଭାବରେ ମୁଖ୍ୟମନ୍ତ୍ରୀ ଆସନକୁ ଆସିନାହାନ୍ତି। ଏଠାରେ ଏହି ପଦବୀ ପାଇଁ ବହୁ ପ୍ରତିଦ୍ୱନ୍ଦୀ ରହିଥିଲେ। ବିଶେଷ ଭାବରେ ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କର ପିତା ଦେବେନ୍ଦ୍ର ପ୍ରଧାନଙ୍କର ଦଳ ପାଇଁ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସାଧାରଣ ସଭାରେ ଯେପରି ଦୁଇଥର ସେ ଧର୍ମେନ୍ଦ୍ରଙ୍କ ନାମ ନେଇଥିଲେ, ଠିକ୍ ସେହିପରି ଆଲୋଚନା ସଭାରେ ମଧ୍ୟ ଧର୍ମେନ୍ଦ୍ରଙ୍କ ନାମ ନେଇ ତାଙ୍କୁ ପ୍ରଶଂସା କରିବା ସହିତ ସତର୍କ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଓଡ଼ିଶାରେ ବିଜେପିର ଯେଉଁ ଅଭିବୃଦ୍ଧି ୨୦୧୪ରେ ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ହେବା ପରେ ଆରମ୍ଭ ହେଲା ସେଥିରେ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଭାବରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ରାଜ୍ୟରେ ବିଜେପିକୁ ତୃତୀୟ ଦଳକୁ ଆଣି ଦ୍ୱିତୀୟ ଦଳରେ ପରିଣତ କରିଥିଲେ। ବାସ୍ତବରେ ସେହି ଦିନଠାରୁ ମୋଦୀ ସରକାର ସହିତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଭାବରେ ପ୍ରାୟ ୧୧ ବର୍ଷ ହେଲା ଜଡ଼ିତ ହୋଇ ରହିଛନ୍ତି। ଏଣୁ ଓଡ଼ିଶାରେ ତାଙ୍କର ଏକ ପ୍ରଭାବ ରହିଛି। କିନ୍ତୁ ଓଡ଼ିଶାରେ ଯଦି ମୋହନ ଚରଣ ମାଝୀଙ୍କ ସରକାର ଲୋକପ୍ରିୟତା ହାସଲ କରିବାରେ ବିଫଳ ହୁଏ ତେବେ ଦଳର କର୍ମୀ, ସମର୍ଥକ ଓ ସାଧାରଣ ଲୋକ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କ୍ଷୋଭ ପ୍ରକାଶ କରିବେ।

କଂଗ୍ରେସ ଓ ବିଜେଡ଼ି ପ୍ରଭୃତି ଦଳରୁ ଅନେକ ଆସି ବିଜେପିରେ ଯୋଗଦେଇ ଦଳକୁ ପ୍ରଥମେ ଦ୍ୱିତୀୟ ଦଳ ଭାବରେ ଓ ଏବେ ସରକାରରେ ପହଞ୍ଚାଇବା ଦିଗରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଅବଦାନ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ସମସ୍ତ କଥାକୁ ବିଚାର କରି ରାଜ୍ୟରେ ଦଳର ଭବିଷ୍ୟତ ପାଇଁ ଜଣେ ଆଦିବାସୀ ନେତା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ କରାଇଛନ୍ତି। ଓଡ଼ିଶାରେ ରାଜନୈତିକ ସ୍ତରରେ ଥିବା ସାମନ୍ତବାଦୀ ଚିନ୍ତାଧାରା ବିଷୟରେ ପ୍ରଧାନମନ୍ତ୍ରୀ ଅବଗତ ଥାଇ ମଧ୍ୟ ଦଳର ଓ ସରକାରର ଭବିଷ୍ୟତ ପାଇଁ ୪ ଥର ବିଧାୟକ ହୋଇଥିବା ମୋହନ ଚରଣ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି। ତେଣୁ ତାଙ୍କ ଉପରେ ଆଶାୟୀମାନେ ଯେପରି ଚାପ ସୃଷ୍ଟି ନକରିବେ ସେଥିପାଇଁ ପରୋକ୍ଷରେ ସେ କେତେକ ସତର୍କବାଣୀ ଶୁଣାଇଛନ୍ତି।

ଦଳର ସବୁ ବିଧାୟକ, ମନ୍ତ୍ରୀ ଓ ସାଂସଦମାନେ ଯେପରି ମୋହନ ଚରଣ ମାଝୀଙ୍କ ସରକାର ଉପରେ ଦଳ ଭିତରୁ ଚାପ ସୃଷ୍ଟି ନକରି ତାଙ୍କୁ ସବୁପ୍ରକାର ସହଯୋଗ କରିବେ ସେଭଳି ଏକ ବାର୍ତ୍ତା ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା କୁହାଯାଉଛି। ଅତ୍ୟନ୍ତ ପାରିବାରିକ ଆଲୋଚନା ପରି ପ୍ରଧାନମନ୍ତ୍ରୀ ଅତି ଚତୁରତାର ସହିତ ସରକାର ନିକଟରେ ଥିବା ରାଜନୈତିକ ଅସୁବିଧାଗୁଡ଼ିକ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି। ପରିବାର ଭିତରେ ବିବାଦ ବା ଅସୁଖୀ ହେବାର ବାତାବରଣ ରହିଲେ ତାହା ସାଧାରଣରେ ବିଭିନ୍ନ ଭାବରେ ପ୍ରକାଶ ପାଏ। ସରକାର ଠିକ୍ ଚାଲୁନାହିଁ ବା କ’ଣ ସବୁ ଅସୁବିଧା ହେଉଛି ତାହା ଦଳର ଲୋକମାନେ ପ୍ରକାଶ କରିଦିଅନ୍ତି। ଯେଉଁମାନେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାରେ ସନ୍ତୁଷ୍ଟ ନାହାନ୍ତି ଓ ସେମାନଙ୍କର ଏ ସଂକ୍ରାନ୍ତରେ ନିଜସ୍ୱ ଆକାଂକ୍ଷା ରହିଛି ସେମାନେ ସରକାର ବିଷୟରେ କେତେଗୁଡ଼ିଏ ବାର୍ତ୍ତା ଏପରି ପ୍ରଦାନ କରନ୍ତି, ଯେଉଁଥିରେ ସରକାର ଦକ୍ଷତାର ସହିତ ଗତିଶୀଳ ହେବା ପାଇଁ ସୁଯୋଗ ପାଏନାହିଁ। ଯେହେତୁ ମୋଦୀ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ୧୨ ବର୍ଷ କଟାଇଛନ୍ତି ଓ ବିଶେଷ ଭାବରେ ଗୁଜୁରାଟରେ ଯେତେବେଳେ ପ୍ରଥମ ଥର ପାଇଁ ବିଜେପି ସରକାର ହେଲା ସେତେବେଳେ ଦଳର ଜଣେ ଆଗ ଧାଡ଼ିର କର୍ମୀ ଭାବରେ ଯେଉଁସବୁ ଅସୁବିଧା ସେ ଦେଖିଛନ୍ତି ତାହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିଜେପିର ଚେର ମଜବୁତ ହେବା ପାଇଁ ସରକାରଙ୍କ ଦକ୍ଷତା କେତେ ଜରୁରୀ ତାହା ସେ ବୁଝାଇବାର ଉଦ୍ୟମ କରିଛନ୍ତି।

ଯଦି ମୋଦୀଙ୍କର ଗସ୍ତ ସାଧାରଣ ସଭାରେ ତାଙ୍କର ବକ୍ତବ୍ୟ ଓ ଦଳୀୟ ବିଧାୟକ, ମନ୍ତ୍ରୀ ଓ ସାଂସଦମାନଙ୍କୁ ତାଙ୍କର ପରାମର୍ଶ ଓ ସତର୍କବାଣୀକୁ ଅନୁଧ୍ୟାନ କରାଯାଏ ସେଥିରେ ଗୋଟିଏ କଥା ସ୍ପଷ୍ଟ ଯେ, ମୋହନ ଚରଣ ମାଝୀଙ୍କ ନେତୃତ୍ୱକୁ ସମସ୍ତେ ସମର୍ଥନ କରିବା ସେ ଚାହାନ୍ତି। ବାସ୍ତବିକ ମୋଦୀଙ୍କ ଗସ୍ତ ପରେ ମୋହନ ଚରଣ ମାଝୀ ଅଧିକ ଶକ୍ତିଶାଳୀ ହେବେ ବୋଲି ଆଶା କରାଯାଉଛି। ସରକାରଙ୍କ କାର୍ଯ୍ୟକଳାପ ଭିନ୍ନ କଥା ହୋଇପାରେ କିନ୍ତୁ ଦଳ ଭିତରୁ ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିବାକୁ ସହଜରେ କେହି ସାହସ କରିବେ ନାହିଁ।

ଫୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story