Advertisment

ନରେନ୍ଦ୍ର ମୋଦି ବନାମ ମମତା ବାନାର୍ଜୀ

ସୁଧାଂଶୁ ରଞ୍ଜନ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ, ଗୃହମନ୍ତ୍ରୀ ଅମିତ ଶାହାଙ୍କର ଚାଣକ୍ୟ ନୀତି, ବିଜେପି ଆଇଟି ସେଲର ନିରନ୍ତର ଉଦ୍ୟମ, ସଂଘ ପରିବାରର ସମର୍ପିତ ହଜାର ହଜାର କର୍ମୀଙ୍କର ରାତିଦିନ ପରିଶ୍ରମ, ବିରାଟ ରାଲି ଓ ଘର ଘର ବୁଲି ଭୋଟ ପ୍ରଚାର ଇତ୍ୟାଦି ବିଜେପିକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବାରେ ସହାୟକ ହେଲାନାହିଁ। ବିଜେପିର ରଣହୁଙ୍କାର, ସଭାଗୁଡିକରେ ବିରାଟ ଜନସମାଗମ ଓ ଆଧୁନିକ ନିର୍ବାଚନ ପ୍ରଚାର ଶୈଳୀକୁ ଦେଖି ଜଣାପଡୁଥିଲା ବିଜେପି ନିଶ୍ଚୟ […]

ଅଦ୍ୟତନ ହୋଇଛି
ବାକି ଥିବା ତିନୋଟି ପର୍ଯ୍ୟାୟରେ କିଏ ‘ଖେଲା’ କରିବ?

modi-mamata

Advertisment

ସୁଧାଂଶୁ ରଞ୍ଜନ ଦାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ, ଗୃହମନ୍ତ୍ରୀ ଅମିତ ଶାହାଙ୍କର ଚାଣକ୍ୟ ନୀତି, ବିଜେପି ଆଇଟି ସେଲର ନିରନ୍ତର ଉଦ୍ୟମ, ସଂଘ ପରିବାରର ସମର୍ପିତ ହଜାର ହଜାର କର୍ମୀଙ୍କର ରାତିଦିନ ପରିଶ୍ରମ, ବିରାଟ ରାଲି ଓ ଘର ଘର ବୁଲି ଭୋଟ ପ୍ରଚାର ଇତ୍ୟାଦି ବିଜେପିକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବାରେ ସହାୟକ ହେଲାନାହିଁ। ବିଜେପିର ରଣହୁଙ୍କାର, ସଭାଗୁଡିକରେ ବିରାଟ ଜନସମାଗମ ଓ ଆଧୁନିକ ନିର୍ବାଚନ ପ୍ରଚାର ଶୈଳୀକୁ ଦେଖି ଜଣାପଡୁଥିଲା ବିଜେପି ନିଶ୍ଚୟ ୧୫୦ରୁ ଅଧିକ ଆସନ ଜିତିବ। ଅମିତ ଶାହା ମଧ୍ୟ ବିଜେପି ୨୧୦ ଆସନ ଜିତିବ ବୋଲି ଆଗରୁ ଭବିଷ୍ୟବାଣୀ କରିଥିଲେ। କିନ୍ତୁ ବିଜେପିର ସମସ୍ତ ଆଶା ଓ ଆକାଂକ୍ଷାର ଅବସାନ କରି ଟିଏମସି ୨୧୩ ବିଧାନସଭା ଆସନରେ ବିଜୟୀ ହେଲା। ଆଶ୍ଚର୍ଯ୍ୟର ବିଷୟ ହେଲା ପଶ୍ଚିମ ବଙ୍ଗରେ ଦୀର୍ଘ ଦିନ ଧରି ହେଇ ଆସୁଥିବା ରାଜନୈତିକ ହିଂସା ସତ୍ତ୍ୱେ ଟିଏମସି ତାର ୨୦୧୬ ବିଧାନସଭା ନିର୍ବାଚନରେ ୨୦୯ ସିଟ ପାଇଥିବା ନିଜ ରେକର୍ଡ ଭଙ୍ଗକଲା। ନିର୍ବାଚନ ଶେଷ ହେଲାପରେ ରାଜନୈତିକ ନେତାମାନେ ପରସ୍ପର ଭିତରେ ମିଳି ମିଶି ରହିବାର ସଂସ୍କୃତି ଭାରତର ଅନ୍ୟ ରାଜ୍ୟରେ ଦେଖାଯାଏ। ଚିନ୍ତାର ବିଷୟ ନିର୍ବାଚନ ପରେ ମଧ୍ୟ ପଶ୍ଚିମ ବଙ୍ଗ ରାଜନୈତିକ ହିଂସାରେ ଏପର୍ଯ୍ୟନ୍ତ ୧୧ ଲୋକଙ୍କର ମୃତ୍ୟ ହେବା ସଂଗେ ସଂଗେ ୨୨ ଲୋକ ଆହତ ହେଲେଣି। ଏହି ଅସ୍ୱାଭାବିକ ହିଂସା ପଛରେ ଯିଏ ବି ଅଛି ତାକୁ ଲୋକଲୋଚନକୁ ଆଣିବା ଦରକାର।

Advertisment

ପଶ୍ଚିମବଙ୍ଗରେ ବେରୋଜଗାର, ଅରାଜକତା, ରାଜନୈତିକ ହିଂସା, ମୁସଲିମ ଜନସଂଖ୍ୟାରେ ଅସ୍ୱାଭାବିକ ବୃଦ୍ଧି ଓ ତୁଷ୍ଟିକରଣ ରଜନୀତିର ଚିତ୍ର ଅନେକ ଖବର କାଗଜରେ ପ୍ରକାଶ ପାଉଥିଲା। ସାମାଜିକ ଓ ଆର୍ଥିକ ପରିବେଶରେ ଅବନତି ହେବାରୁ ଶିକ୍ଷିତ ବେଙ୍ଗଲୀ ଯୁବପିଢ଼ି ଅନ୍ୟରାଜ୍ୟକୁ ରୋଜଗାର ପାଇଁ ପଳାଇଯାଉଥିଲେ। ଲକ୍ଷ ଲକ୍ଷ ଗରିବ ଓ ଅଶିକ୍ଷିତ ବେଙ୍ଗଲୀ ଆଦିବାସୀ ଓ ଛୋଟ ଚାଷୀ ଭୋକ ବିକଳରେ ନିଜ ରାଜ୍ୟ ଛାଡ଼ି ଦୂର ରାଜ୍ୟକୁ ରୋଜଗାର ପାଇଁ ଚାଲିଯାଉଥିଲେ। ଲମ୍ବା ସମୟ ଧରି କମ୍ୟୁନିଷ୍ଟ ଶାସନ ପରେ ଲୋକେ ଆର୍ଥିକ ଓ ସାମାଜିକ ପରିବର୍ତ୍ତନ ପାଇଁ ଟିଏମସିକୁ ବାଛିଥିଲେ। କିନ୍ତୁ ମମତାଙ୍କ ଦଶ ବର୍ଷ ଶାସନରେ ସାଧାରଣ ଲୋକେ, ଶିକ୍ଷିତ ବେଙ୍ଗଲୀ ଯୁବପିଢ଼ି ଓ ବୁଦ୍ଧିଜୀବୀ ଅତିଷ୍ଠ ହୋଇପଡ଼ିଥିଲେ। ରାଜ୍ୟରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ଉଭାନ ହୋଇଯିବା ପରେ ଏକ ବିରାଟ ଶୂନ୍ୟସ୍ଥାନ ବିଜେପି ପାଇଁ ତିଆରି ହୋଇଥିଲା। ବିଜେପିର ଜିତିବା ପାଇଁ ଏତେ ପ୍ରତିକୂଳ ପରିସ୍ଥିତି ଥିଲେ ମଧ୍ୟ ସେ ମାତ୍ର ୭୭ ବିଧାନସଭା ସିଟ ଜିତିପାରିଲା। ନାହିଁ ମାମୁଁଠୁ କଣା ମାମୁଁ ଭଲ ବୋଲି କହି ବିଜେପି ନିଜକୁ ଯେତେ ବୁଝାଇଲେ ମଧ୍ୟ ନିଜକୁ ନିଜେ ଆଶ୍ୱସ୍ତ କରିପାରୁନାହିଁ।

ଯଦିଓ ମୁସଲିମ ଭୋଟ କେତେକ ବିଧାନସଭା ସିଟରେ ମମତାଙ୍କୁ ଜିତିବାରେ ସାହାଯ୍ୟ କରିଥିଲା ପଶ୍ଚିମ ବଙ୍ଗ ନିର୍ବାଚନରେ ହାରିବା ପାଇଁ ବିଜେପି ନିଜେ ଅନେକାଂଶରେ ଦାୟୀ ବୋଲି କେତେକ ରାଜନୀତି ବେଶେଷଜ୍ଞ କୁହନ୍ତି। ବିଜେପି ପାଇଁ ସବୁଠାରୁ ଘାତକ ସିଦ୍ଧ ହେଲା କରୋନା ମହାମାରୀ। ଯେତେବେଳେ କରୋନା ମହାମାରୀ ସାରା ଦେଶରେ ମୃତ୍ୟୁର ତାଣ୍ଡବଲୀଳା କରୁଥିଲା ସେସମୟରେ ବଡ଼ ବଡ଼ ନିର୍ବାଚନ ରାଲି କରିବା ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ହୋଇଗଲା। ଯେତେବେଳେ ଭାରତର ଗରିବ ଜନସାଧାରଣ କରୋନା ସଂକ୍ରମଣରୁ ବଂଚିବାକୁ ସମସ୍ତ ପ୍ରୟାସ କରୁଥିଲେ ସେତେବେଳେ ନିର୍ବାଚନ ରାଲିଗୁଡିକ ଏହି ସଂକ୍ରମଣକୁ ବଢ଼ାଇଥିଲା। ଫଳରେ ହଜାର ହଜାର ଲୋକ ଅକାଳ ମୃତ୍ୟୁର ଶିକାର ହୋଇଥିଲେ। ବ୍ରିଟେନରୁ କରୋନାର ଦ୍ଵିତୀୟ ସ୍ଟେନ ଆସୁଛି ବୋଲି ବହୁ ଆଗରୁ ଖବର ମିଳିବା ପରେ ମଧ୍ୟ ବାହାର ଦେଶରୁ ଆସୁଥିବା ବିମାନଗୁଡ଼ିକୁ ବନ୍ଦ କରାଯାଇନଥିଲା ଓ ରାଲି ଚାଲିଥିଲା। ଭାକସିନ, ଅକ୍ସିଜେନ, ଭେଣ୍ଟିଲେଟର ଓ କରୋନା ଔଷଧର ଅଭାବରୁ ଲୋକେ ମରୁଥିବା ବେଳେ ନିର୍ବାଚନ ରାଲି କରିବା ଲୋକଙ୍କ ମନରେ ନେତାମାନଙ୍କ ପ୍ରତି ଥିବା ଆସ୍ଥାକୁ ଧୂଳିସାତ କରିଦେଇଥିଲା। ଲୋକଙ୍କ ମନରେ ପ୍ରଶ୍ନ ଉଠିଲା ସତ୍ତା ପାଇଁ ପାଗଳ ନେତାଙ୍କ ସାମ୍ନାରେ ସାଧାରଣ ନାଗରିକ ଜୀବନର କୌଣସି ମୂଲ୍ୟ ନାହିଁ। କରୋନାର ବିଭୀଷିକା ସମୟରେ କୁମ୍ଭମେଳାର ଆୟୋଜନ ଏବଂ ମେଳା ପାଇଁ ସ୍ପେସିଆଲ ରେଳର ସୁବିଧା ଓ ଚାରିଧାମ ଯାତ୍ରା ପାଇଁ ଆୟୋଜନ ଲୋକଙ୍କୁ କ୍ରୋଧିତ ଓ ବିଚଳିତ କରିଦେଇଥିଲା। ପଶ୍ଚିମ ବଙ୍ଗର ଜନସାଧାରଣ ମମତାଙ୍କୁ ଗାଦିରୁ ହଟାଇବାକୁ ଚାହୁଁଥିଲେ ମଧ୍ୟ ବିଜେପିର ସତ୍ତା ପାଇଁ ଲୋଭ ଓ ମନୁଷ୍ୟ ଜୀବନକୁ ବଞ୍ଚାଇବା ପାଇଁ ଉଦାସୀନ ଭାବ ଧୀରେ ଧୀରେ  ବେଙ୍ଗଲୀ ମାନସିକତାରେ ପରିବର୍ତ୍ତନ ଆଣିଥିଲା। ଏହି ପ୍ରକ୍ରିୟା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସମୟରୁ ଆରମ୍ଭ ହୋଇଯାଇଥିଲା। ମାନସିକତାରେ ଏହି ପରିବର୍ତ୍ତନ ବିଜେପିକୁ ଏତେବଡ଼ ଧକ୍କା ଦେବ ଏହା କେହି କଳ୍ପନା କରିନଥିଲେ।

Advertisment

ଜୀବନ ବିପନ୍ନ ସମୟରେ ଯଦି ବିଜେପି ବିଧାନସଭା ନିର୍ବାଚନକୁ ଏକ ନୂତନ ଆଇନ ପ୍ରଣୟନ କରି ସ୍ଥଗିତ ରଖିପାରିଥାନ୍ତା ତେବେ ବିଜେପିର ଭାବମୂର୍ତ୍ତି ଲୋକଙ୍କ ଭିତରେ ଆହୁରି ତେଜୀୟାନ ହୋଇପାରିଥାନ୍ତା। ରାଜ୍ୟରେ ରାଷ୍ଟ୍ରପତି ଶାସନ ଆପାଦକାଳୀନ ସ୍ଥିତି ପାଇଁ କରାଯାଇପାରିଥାନ୍ତା। କରୋନାର ବିକଟ ସ୍ଥିତି ସମୟରେ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକର ସୁପରିଚାଳନା, ଭାକସିନ, ଅକ୍ସିଜେନ, ଭେଣ୍ଟିଲେଟର ଓ ଔଷଧର ଉପଲବ୍ଧତା ଲୋକମାନଙ୍କୁ ଆଶ୍ଵସ୍ତ କରିପାରିଥାନ୍ତା। ଏହା ବିଜେପିର ରାଷ୍ଟ୍ରବାଦୀ ଭାବମୂର୍ତ୍ତିକୁ ଆହୁରି ଜାଜ୍ୱଲ୍ୟମାନ କରିପାରିଥାନ୍ତା।

ରାଜନୈତିକ ପରିପକ୍ଵତା ଓ ଦିଶା ନିର୍ଦେଶର ଅଭାବରୁ ବିଜେପି ଏକ ସୁନିଶ୍ଚିତ ବିଜୟକୁ ପରାଜୟରେ ପରିଣତ କରିଦେଲା। ବେଙ୍ଗଲର ପରାଜୟ ହୁଏତ ବିଜେପିକୁ ବେଳ ଥାଉ ଥାଉ ଉପାୟ କରିବା ପାଇଁ ଶିକ୍ଷା ଦେବ। ଆଗକୁ ୨୦୨୨ରେ ନିର୍ଣ୍ଣାୟକ ଉତ୍ତର ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ବିଜେପିର ଭାଗ୍ୟ ନିର୍ଧାରଣ କରିବ। ଯଦିଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଦେଶରେ ଜାତି ଧର୍ମ ନିର୍ବିଶେଷରେ ମାନବ ସେବାର ଏନେକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି ଏହା ବିଜେପି ପାଇଁ ସହାୟକ ହେଵ ନାହିଁ। ସତସାହସ, ସହାନୁଭୂତି, ସଚ୍ଚରିତ୍ର ଓ ସଦୁଦେଶ୍ୟ ବିନା କୌଣସି ରାଜନେତା ଜନତାର ହୃଦୟକୁ ବେଶି ଦିନ ପାଇଁ ଜିତିପାରିବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe