ଏନଡିଏ ବନାମ ଇଣ୍ଡିଆ- କିଏ ଜିତିବ ୨୪ ଯୁଦ୍ଧ?

ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ। ଯୁଦ୍ଧ-ରେଖା ଅଙ୍କା ଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଏକ ମହାସମରରେ ଅବତ୍ତୀର୍ଣ୍ଣ ହେବାପାଇଁ ପ୍ରସ୍ତୁତ। ସମତାଳରେ ନୂଆ ବିରୋଧୀ ମେଣ୍ଟ 'ଆଇ.ଏନ.ଡି.ଆଇ.ଏ. ବା ଇଣ୍ଡିଆ’ ଗୋଟିଏ ପତାକା ତଳେ ଏକଜୁଟ ହେଉଛନ୍ତି। ଉଭୟ ପାର୍ଶ୍ୱରେ ଥିବା ରଥୀ, ମହାରଥୀ ଓ ଯୋଦ୍ଧାମାନଙ୍କ ହାତରେ ଆଉ ଫୁରୁସତ କିମ୍ବା ସମୟ ନାହିଁ।

Modi Vs Others

Modi Vs Others

Debendra Prusty
  • Published: Friday, 08 September 2023
  • Updated: 08 September 2023, 05:26 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ। ଯୁଦ୍ଧ-ରେଖା ଅଙ୍କା ଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଏକ ମହାସମରରେ ଅବତ୍ତୀର୍ଣ୍ଣ ହେବାପାଇଁ ପ୍ରସ୍ତୁତ। ସମତାଳରେ ନୂଆ ବିରୋଧୀ ମେଣ୍ଟ 'ଆଇ.ଏନ.ଡି.ଆଇ.ଏ. ବା ଇଣ୍ଡିଆ’ ଗୋଟିଏ ପତାକା ତଳେ ଏକଜୁଟ ହେଉଛନ୍ତି। ଉଭୟ ପାର୍ଶ୍ୱରେ ଥିବା ରଥୀ, ମହାରଥୀ ଓ ଯୋଦ୍ଧାମାନଙ୍କ ହାତରେ ଆଉ ଫୁରୁସତ କିମ୍ବା ସମୟ ନାହିଁ। ମୋଦୀ ଜଣେ ଅଭିଜ୍ଞ, କୌଶଳୀ ରାଜନେତା। କେନ୍ଦ୍ରରେ ଶାସନ ଗାଦୀରେ ଦୀର୍ଘ ନଅ ବର୍ଷରୁ ଅଧିକ ସମୟ ରହିସାରିଲେଣି। ସେଥିପାଇଁ ସେ ବହୁ ପୂର୍ବରୁ ନିର୍ବାଚନ ଅଭିଯାନ ଆରମ୍ଭ କରିଦେଇଛନ୍ତି। ବୋଧହୁଏ ସେ ପୂର୍ବାନୁମାନ କରିସାରିଥିଲେ ଯେ ମତଦାତାମାନେ ନିର୍ବାଚନର ବହୁ ପୂର୍ବରୁ କାହାକୁ ଭୋଟ ଦେବେ, ତାହା ସ୍ଥିର କରିନେଇ ଥାଆନ୍ତି। କେବଳ ଭୋଟ ଗ୍ରହଣ ଦିବସ ପୂର୍ବରୁ ଶେଷ ସ୍ପର୍ଶ ଦେବାକୁ ହୁଏ। ତେଣୁ ସେ ନିର୍ବାଚନ ମୁହାଁ ରାଜ୍ୟ ମଧ୍ୟରୁ ରାଜସ୍ଥାନ ଏବଂ ଛତିଶଗଡ଼ ଭଳି ରାଜ୍ୟରେ କେବଳ ନିଜ ଭାରତୀୟ ଜନତା ପାର୍ଟି ସପକ୍ଷରେ ନିର୍ବାଚନ ସଭା କରି ନାହାଁନ୍ତି ବରଂ ତାହା ସହିତ ପ୍ରଚାର ରାଲି ମଧ୍ୟ କରିସାରିଛନ୍ତି।

ନିର୍ବାଚନ କେବେ ଅନୁଷ୍ଠିତ ହେବ, ତାହା କାହାକୁ ବି ଜଣା ନାହିଁ; କିନ୍ତୁ ପ୍ରାର୍ଥୀମାନଙ୍କ ହାତରେ ଯେମିତି ଆଉ ସମୟ ନାହିଁ! ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ରାଜନୈତିକ ଗତିବିଧି ପାଇଁ ଆଠ ମାସର ଅବଧି ନିଶ୍ଚୟ ଏକ ସ୍ୱଳ୍ପ ସମୟ। ବିଶେଷତଃ ଯେଉଁସବୁ ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବାର ଥାଏ, ସେହିସବୁ ନିର୍ବାଚନ ମଣ୍ଡଳୀ ପାଇଁ ଏହା ବିଶେଷ ଭାବେ ପ୍ରଯୁଜ୍ୟ। ଆମେ ସମସ୍ତେ ଲକ୍ଷ୍ୟ କରିଥିବା ଯେ ଆଜିକାଲି ସଦା ତତ୍ପର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାରୀରିକ ଭାଷା ପୂର୍ବାପେକ୍ଷା ଅଲଗା। ତାଙ୍କର ଦକ୍ଷିଣହସ୍ତ ରୂପେ ପରିଚିତି ହାସଲ କରିଥିବା ଭାଜପା ଦଳର ଚାଣକ୍ୟସମ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସମାନ ପ୍ରକାରର ତତ୍ପରତା ପ୍ରଦର୍ଶନ କରୁଛନ୍ତି। ମିଳିତ ମଞ୍ଚ 'ଏନଡିଏ'କୁ ମଜବୁତ କରାଚାଲିଛି ଏବଂ ବନ୍ଧୁ ଦଳମାନଙ୍କୁ ଲୋଡ଼ାଯାଉଛି।

ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିସାରିଛନ୍ତି ଯେ ଆଗାମୀ ୨୦୨୪ରେ ଘଟିବାକୁ ଯାଉଥିବା ନିର୍ବାଚନ ଯୁଦ୍ଧ ୨୦୧୯ଠାରୁ ବହୁତ ଅଲଗା ହେବ। ସେତେବେଳେ କଂଗ୍ରେସ ଦଳର ଲଗାତାର ଭୁଲ୍ କାରଣରୁ ବିଜେପି ନେତୃତ୍ୱାଧୀନ ଏନଡିଏ ସହଜରେ ନିର୍ବାଚନ ବୈତରଣୀ ପାର ହୋଇପାରିଥିଲା। କଂଗ୍ରେସ ଦଳ ସ୍ଲୋଗାନ ଅଭିଯାନ ଉପରେ ବିଶେଷ ନିର୍ଭର କରିଥିଲା ଯାହାକୁ ଭାରତୀୟ ଭୋଟର ପ୍ରତ୍ୟାଖ୍ୟାନ କରିଦେଇଥିଲେ। ପରିଣାମ ଏଭଳି ହେଲା ଯେ, ଲୋକସଭାରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିପାରିଥିଲା। କିନ୍ତୁ ଏଥର କିଛି ଉଲ୍ଲେଖନୀୟ କାରଣ ହେତୁ ଏହା ଭିନ୍ନ ହେବାର ଆଶଙ୍କା ବଢ଼ିଛି। ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବୋଧହୁଏ 'ଆଇ.ଏନ.ଡି.ଆଇ.ଏ.' ମେଣ୍ଟର ସୃଷ୍ଟି; ଯାହା ସମସାମୟିକ ରାଜନୈତିକ ପ୍ରେକ୍ଷାପଟରେ ଏକ ବିଶେଷ ପ୍ରତୀକାତ୍ମକ ଶବ୍ଦ ହେଲେ ବି ଅତ୍ୟନ୍ତ ବଳିଷ୍ଠ ମନେହେଉଛି।

ଆମକୁ ମନେ ରଖିବାକୁ ହେବ ଯେ ୨୦୨୪ ନିର୍ବାଚନରେ ବିଜେପିକୁ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିବା ପାଇଁ ଉତ୍ତର ପ୍ରଦେଶ ସମେତ ଅଧିକାଂଶ ହିନ୍ଦୀଭାଷୀ ଅଞ୍ଚଳରେ ୨୦୧୯ର ପ୍ରଦର୍ଶନକୁ ପୁନରାବୃତ୍ତି କରିବାକୁ ପଡ଼ିବ। ବିହାରରେ ଏଥର ଏହାର ପୁନରାବୃତ୍ତି କରିବା ସମ୍ଭବ ହୋଇ ନପାରେ। କାହିଁକି ନା ସେଠାରେ ଜେଡି(ୟୁ) ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକରଣ ଏବେ ଓଲଟି ଯାଇଛି। ନୀତୀଶ କୁମାର ଏନଡିଏରୁ ବିଦାୟ ନେଇ ମହାଗଠବନ୍ଧନର ଯୋଗ ଦେଇସାରିଛନ୍ତି ଏବଂ ବିଜେପିର ଚରମ ଶତ୍ରୁ ପାଲଟି ସାରିଛନ୍ତି। ଏହି ପରିସ୍ଥିତି ୨୦୨୪ ମସିହାରେ ବିହାର ଭଳି ଜନବହୁଳ ରାଜ୍ୟ ବିଜେପି ପାଇଁ ଆହ୍ଵାନ ସୃଷ୍ଟି କରିବା ନିଶ୍ଚିତ। ଉତ୍ତର ପ୍ରଦେଶ ତଥା ଅନ୍ୟାନ୍ୟ ମଧ୍ୟ ଭାରତୀୟ ହିନ୍ଦୀଭାଷୀ ରାଜ୍ୟମାନଙ୍କରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ହେଲେ ବିରୋଧୀ ଦଳମାନଙ୍କ ମଧ୍ୟରେ ଭୋଟ ବିଭାଜିତ ହେବା ଏକାନ୍ତ ଆବଶ୍ୟକ। ବିରୋଧୀ ସାମ୍ମୁଖ୍ୟରେ ଥିବା ସମସ୍ତ ସଦସ୍ୟ ଦଳଙ୍କ ମଧ୍ୟରେ ଏକୀକରଣ ସମ୍ଭବ ହୋଇପାରିଲେ ତାହା ବିଜେପିର ବିଜୟ ଅଶ୍ୱକୁ ବାଧା ଦେବା ପାଇଁ ସମର୍ଥ ହୋଇ ପାରିବ। ଆଇ.ଏନ.ଡି.ଆଇ.ଏ ଏହିପରି ଏକ ବିରୋଧୀ ସାମ୍ମୁଖ୍ୟ ଯାହା କ୍ରମଶଃ ଏକୀକରଣ ଦିଗରେ ଅଗ୍ରସର ହୋଇ ଚାଲିଛି।

ଏହି 'ଆଇ.ଏନ.ଡି.ଆଇ.ଏ.କୁ କୌଣସି ସାଧାରଣ ମିଳିତ ମଞ୍ଚ ବା ଗଠବନ୍ଧନ ଭାବେ ଗ୍ରହଣ କରାଯାଇ ନପାରେ। କାରଣ ଏଥିରେ ସମ୍ପୃକ୍ତ ରହିଛନ୍ତି ପ୍ରାୟ ୨୦ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ଦଳ। ଏହି ମିଳିତ ମଞ୍ଚର ଅଂଶୀଦାର ଦଳମାନେ ମଧ୍ୟ ୧୧ଟି ରାଜ୍ୟରେ କ୍ଷମତାସୀନ ଅଛନ୍ତି। ତେଣୁ ଏହା ଅତୀତର ୟୁପିଏଠାରୁ ଭିନ୍ନ - ପରିପାଟୀ, ବ୍ୟାପ୍ତି, ଗ୍ରହଣୀୟତା ଓ ନାମକରଣରେ ସ୍ୱାତନ୍ତ୍ର୍ୟ ଦୃଷ୍ଟିରୁ। କଂଗ୍ରେସ ଦଳର ନେତୃତ୍ୱରେ ଗଠିତ ୟୁପିଏ ବେଳେ ସହମତ ଭିତ୍ତିରେ ସର୍ବନିମ୍ନ ସାଧାରଣ ଏଜେଣ୍ଡା ବା କାର୍ଯ୍ୟସୂଚୀ ନଥିଲା କିମ୍ବା ଘଟକ ଦଳମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦିଷ୍ଟ ରଣନୀତି ବିଷୟରେ ସମ୍ପୂର୍ଣ୍ଣ ସହମତ ହୋଇନଥିଲେ। ବଡ଼ କଥା ହେଲା ଯେ, ଏହି ମିଳିତ ମଞ୍ଚରେ ଆଗାମୀ ଦିନରେ ଆଉ କିଛି ଦଳ ଯୋଗଦେବାର ସମସ୍ତ ସମ୍ଭାବନା ରହିଛି; ଯାହା ଆଇ.ଏନ.ଡି.ଆଇ.ଏ.କୁ ଅଧିକ ବ୍ୟାପ୍ତ ଓ ଗ୍ରହଣୀୟ କରିବାକୁ ଯାଉଛି।

ଉଭୟ ଏନଡିଏ ଓ ଆଇ.ଏନ.ଡି.ଆଇ.ଏ. - ଏହି ଦୁଇ ପକ୍ଷ ପାଇଁ ମୁସଲମାନ ଭୋଟ୍ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ବିରୋଧୀ ଆଇ.ଏନ.ଡି.ଆଇ.ଏ.ର ସଦସ୍ୟ ଦଳମାନେ ଏହି ଭୋଟ୍ ବ୍ୟାଙ୍କକୁ ନିଜ ସପକ୍ଷରେ ବାନ୍ଧି ରଖିବାକୁ ପ୍ରୟାସ କରି ଚାଲିଥିଲା ବେଳେ ବିଜେପିର ଆକଳନ ଅଲଗା। ସେମାନେ ଆଶା କରୁଛନ୍ତି ଯେ ଉତ୍ତର ପ୍ରଦେଶରେ ଏହା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି, ମାୟାବତୀଙ୍କ ବିଏସପି ଓ କଂଗ୍ରେସ ମଧ୍ୟରେ ବାଣ୍ଟି ହୋଇଯିବ। ବର୍ତ୍ତମାନ ଆସଦୁଦ୍ଦିନ ଓୱାଇସିଙ୍କ ଏଆଇଏମଆଇଏମ ମଧ୍ୟ ଉତ୍ତର ପ୍ରଦେଶର ମୁସଲମାନ ଭୋଟର ଦାବିଦାର ଭାବରେ ଉଭା ହୋଇସାରିଛି। କିଛିମାସ ତଳେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆମକୁ ସ୍ପଷ୍ଟ ଦର୍ଶାଇଛି ଯେ ବିଜେପିକୁ ପରାସ୍ତ କରିବାର ସମ୍ଭାବନା ଥିବା କୌଣସି ଗୋଟିଏ ଦଳ ପଛରେ ମୁସଲିମ ଭୋଟ୍ ଏକତ୍ରୀତ ହେଉଛି। ଯଦି ଆଇ.ଏନ.ଡି.ଆଇ.ଏ. ପରି ଏକ ସମ୍ମିଳିତ ସାମ୍ମୁଖ୍ୟ ମୁସଲମାନ ଭୋଟରମାନଙ୍କ ପସନ୍ଦ ତଥା ବିଶ୍ଵାସଭାଜନ ହୋଇପାରିବ, ସେମାନେ ନିଜର ଭୋଟକୁ ବାଣ୍ଟି ହେବାକୁ ନଦେଇ ଆଇ.ଏନ.ଡି.ଆଇ.ଏ. ସପକ୍ଷରେ ଅଯାଚିତ ଭାବେ ସମର୍ଥନ ଅଜାଡ଼ିଦେବା ସମ୍ଭବ। ଏପରି ହେଲେ, ବିଜେପିର ଆକଳନ ଭୁଲ ହୋଇଯିବ ଏବଂ ଯୋଗୀ ସରକାରଙ୍କ ସୁଶାସନ ସତ୍ତ୍ୱେ ବିଜେପିର ଜୟଯାତ୍ରା କିଛି ପରିମାଣରେ କଷ୍ଟସାଧ୍ୟ ହୋଇଯିବ।

ଦଳ ବିରୋଧରେ ସୃଷ୍ଟି ହୋଇସାରିଥିବା ଓ ଦାନା ବାନ୍ଧୁଥିବା ଅଛିଣ୍ଡା ଭୋଟ ରାଜନୀତି-ଗଣିତର ସମାଧାନ ସୂତ୍ର ବିଷୟରେ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଜନତା ପାର୍ଟି ଅତ୍ୟନ୍ତ ସଚେତନ। ନିଜ ସପକ୍ଷରେ ନହେଲା ନାହିଁ, କିନ୍ତୁ ଆଇ.ଏନ.ଡି.ଆଇ.ଏ. ଆଡ଼କୁ ଯେପରି ମୁସଲମାନ ଭାଇ ଭଉଣୀମାନେ ନଢଳିବେ, ସେଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ବର୍ଦ୍ଧିତ ଭାବମୂର୍ତ୍ତିକୁ ବ୍ୟବହାର କରିବାକୁ ବିଜେପି ପ୍ରୟାସ ଆରମ୍ଭ କରି ସାରିଛି। ତାହାଛଡ଼ା ଏହାକୁ ନିଜ ସପକ୍ଷରେ ନେବା ପାଇଁ ପାକିସ୍ତାନ ଓ ବିଦେଶରେ ଥିବା ମୁସଲମାନଙ୍କ ବକ୍ତବ୍ୟରେ ମୋଦୀ ସରକାରଙ୍କ ଉପରେ ସକାରାତ୍ମକ ମନ୍ତବ୍ୟ ସବୁକୁ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ କରାଯାଉଛି। ଏପରିକି, ପାକିସ୍ତାନ ଅଧିକୃତ କାଶ୍ମୀର ଘାଟିର ବାସିନ୍ଦାମାନେ ଭାରତର ଅଂଶ ହୋଇ ରହିବାକୁ ଚାହାନ୍ତି ବୋଲି ଆନ୍ଦୋଳନ କରୁଥିବାର ଦୃଶ୍ୟ ୟୁଟ୍ୟୁବରେ ଦେଖିବାକୁ ମିଳୁଛି। ଅଟା, ଚାଉଳ, ପେଟ୍ରୋଲ ଓ ଗ୍ୟାସ ଭଳି ଦୈନନ୍ଦିନ ଆବଶ୍ୟକ ହେଉଥିବା ରୋଷେଇ ଘର ସାମଗ୍ରୀ କିଭଳି ପାକିସ୍ତାନ ସରକାର ଲୋକଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି ଓ ମୋଦୀ ସରକାର ସଫଳ ହୋଇଛନ୍ତି, ତାହା ଅନ୍ତତଃ ଭାରତୀୟ ଯୁବ ମୁସଲମାନ ଭୋଟରମାନେ ଆଗ୍ରହର ସହିତ ଦେଖୁଛନ୍ତି।

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ, ଭାରତର ପେସାଦାର ଯୁବ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କ ସମଗ୍ର ବିଶ୍ୱରେ ଆଦର ଓ ସଫଳତା ଏବେ ପାକିସ୍ତାନର ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେବା ସହ ପ୍ରଶଂସା ପାଉଛି ଓ ତାହାକୁ ଆମଦେଶରେ ଚର୍ଚ୍ଚା ହେଉଥିବାରୁ, ଆଇ.ଏନ.ଡି.ଆଇ.ଏ. ଆଡକୁ ଯେପରି ମୁସଲମାନ ଭାଇ ଭଉଣୀମାନେ ନଢଳିବେ, ସେଥିପାଇଁ ଚେଷ୍ଟା କରୁଛି ଶାସକ ଦଳ। ମୋଦୀଙ୍କ ସଫଳ ଆମେରିକା ଗସ୍ତ ତାଙ୍କ ସ୍ଥିତିକୁ ମହିମାମଣ୍ଡିତ କରିଛି। ଜି-୨୦ରେ ଭାରତର ସଭାପତିତ୍ୱ ଏବଂ ସାରା ଭାରତରେ ଏହାର ବିଭିନ୍ନ ସମ୍ପାନ ସୁଚାରୁରୂପେ ସମ୍ପାଦନ କରି ଭାରତର ଗୌରବ ବୃଦ୍ଧି ହୋଇ ଥିବାରୁ ମୁସଲମାନ ଭୋଟରମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ, ଏହା ଗୈରିକ ଦଳର ବିଶ୍ୱାସ। ଏବେ, ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି। ମୋଦୀ କହୁଛନ୍ତି, ଶୀଘ୍ର ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହେବ। ଧର୍ମ ଆଧାରରେ କାହା ପ୍ରତି ଅନ୍ୟାୟ କରାଯାଉ ନଥିବାର ସଭିଏଁ ଦେଖୁଛନ୍ତି। ତିନ ତଲାକ ବ୍ୟବସ୍ଥାକୁ ଉଚ୍ଛେଦ କଲା ପରେ ମୁସଲିମ ମହିଳାମାନେ ପାରିବାରିକ ଶାନ୍ତି ପାଇଛନ୍ତି।

ଚାଷୀ, ମହିଳା ଓ ଯୁବ ଭୋଟରଙ୍କୁ ଆକର୍ଷିତ କରି ନିଜର ଭୋଟ ବ୍ୟାଙ୍କ ଅକ୍ଷୁଣ୍ଣ ରଖିବାକୁ ଶାସକ ଦଳ ଅନେକ ପରିଶ୍ରମ କରୁଛି। ରାସାୟନିକ ସାର ଉପରେ ସବସିଡି, ମିଲେଟ ଚାଷକୁ ପ୍ରୋତ୍ସାହନ, ଟମାଟୋ-ଆଳୁ-ପିଆଜ ଖାଉଟି ଦରକୁ ବଢ଼ିବାକୁ ନଦେଇ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ଦର, ନାନୋ ୟୁରିଆ ଓ ଡିଏପି ସାର ଯୋଗାଣ ସହିତ ଗରିବଙ୍କୁ ଆବାସ, ଅଳ୍ପଦିନ ତଳେ, ଘରୋଇ ଜାଳେଣି ଗ୍ୟାସ ଦର କମାଇ ଦେଇ ମହିଳାଙ୍କ ମୁହଁରେ ହସ ଫୁଟାଇବା ସହିତ ନିଯୁକ୍ତି ପତ୍ର ବଣ୍ଟନ ଚାଲିଛି। ଚୀନ୍ ଓ ପାକିସ୍ତାନ ସୀମାରେ ପରିସ୍ଥିତି ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି। ମୋଦୀଙ୍କ ସୁଦକ୍ଷ ଓ ସୁଦୃଢ଼ ବୈଦେଶିକ ନୀତି ପରିଚାଳନାକୁ ଦେଶବାସୀ ପ୍ରଶଂସାରେ ପୋତି ପକାଉଛନ୍ତି। ତଥାପି ଆଜି ବି ବଡ଼ ପ୍ରଶ୍ନଟିଏ ସମସ୍ତଙ୍କୁ ଆଚ୍ଛନ୍ନ କରି ରଖିଛି - ଏତେ ସବୁ ପଦକ୍ଷେପ ଓ ପ୍ରଶଂସା ଯଥେଷ୍ଟ ହେବ ନାହିଁ କି? ମୋଦୀଙ୍କ ଦୃଢ଼ ନେତୃତ୍ୱ କ'ଣ ତାଙ୍କୁ ପୁଣି ଥରେ ଦିଲ୍ଲୀର ଲାଲକିଲ୍ଲାରୁ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧନ କରିବାର ସୁଯୋଗ ଆଣିଦେବନି?

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story