ନୂଆ କୃଷି ଆଇନ ଆସିବା ଦରକାର

ମୋଦି ବିରୋଧୀଙ୍କୁ କୃଷି-ଆଇନ ପ୍ରତ୍ୟାହାର ଘୋଷଣା ଏକ ସାମୟିକ ସୁଖଦ ଅନୁଭୁତି ଦେଇଥିଲା – ଏହା ଏକ ସତ୍ୟ। କିନ୍ତୁ ଏହା କ’ଣ ଚାଷୀର ଆର୍ଥିକ ବାସ୍ତବତା, ପ୍ରକୃତ ଚାଷୀର ଉନ୍ନତି, ପରିବର୍ତ୍ତନଶୀଳ ପରିବେଶଗତ ସଙ୍କଟ ମଧ୍ୟରେ କୃଷିକର୍ମ ଏବଂ ରାଷ୍ଟ୍ରହିତରେ ବିଚାରବନ୍ତ ରାଜନୈତିକ ପଦକ୍ଷେପ ଆଧାରରେ କୃଷିନୀତି ପରିବର୍ତ୍ତନ କରି ଭାରତୀୟ କୃଷି ଓ କୃଷକର ମୂଳସମସ୍ୟା ଦୂର କରି ପାରିବ? “ଯେମିତି ଥିଲା, ସେମିତି ଥାଉ – ଇତି ବାଞ୍ଛା ସାହୁ !”ନ୍ୟାୟରେ କୃଷକଙ୍କୁ ନେଇ ରାଜନୀତି କେତେ ଦିନ କରିଚାଲିବା ?

Farmer

Representational Image

Ordigital Desk
  • Published: Sunday, 09 March 2025
  • Updated: 09 March 2025, 03:41 PM IST

Sports

Latest News

  • ଜାନକୀଶ ବଡ଼ପଣ୍ଡା

୨୦୨୧, ନଭେମ୍ବର ମାସ ୨୬ ତାରିଖ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୯ଟା ବେଳେ ଟେଲିଭିଜନ ମାଧ୍ୟମରେ ଘୋଷଣାକଲେ ଯେ ତାଙ୍କ ସରକାର ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୬ସେପ୍ଟେମ୍ବର ୨୦୨୦ରେ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା କରା ନଯାଇ ଧ୍ୱନୀମତରେ ତିନୋଟିଯାକ କୃଷି ବିଲ୍ ପାରିତ ହୋଇଥିଲା ଓ ପରେ ଆଇନରେ ପରିଣତ ହୋଇଥିଲା। ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ୩୫୮ଦିନ ଧରି ଏହି ତିନୋଟି ଆଇନକୁ‘କଳାଆଇନ’ କହି ବିରୋଧ କରି ଆସୁଥିଲେ ଓ ଦିଲ୍ଲୀ ସୀମାନ୍ତରେ ଗଣସମାବେଶ ଆୟୋଜନ କରି ଆସୁଥିଲେ। ପ୍ରଣୀତ କୃଷି ଆଇନ ବଳବତ୍ତର ରହୁ ବୋଲି ଚାହୁଁଥିବା ଦେଶର ଅନେକ ଚାଷୀ ଓ ସେମାନଙ୍କସଙ୍ଗଠନ ଗଣସମାବେଶ ଓ ବିରୋଧକୁ ନାପସନ୍ଦ କରୁଥିଲେହେଁ ଆଇନରେ କିଛି ସଂଶୋଧନ ଓ ପରିବର୍ତ୍ତନ କରାଯାଇ ସଂସ୍କରମୂଳକ ଆଇନ ହେଉ ବୋଲି ଚାହୁଁଥିଲେ। ତିନୋଟି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଫଳରେ କୃଷକଙ୍କ ବିଜୟ ହେଲା ବୋଲି ଯାହା କୁହାଗଲା,  ତାହା ବାସ୍ତବରେ ଥିଲା ବ୍ୟବସ୍ଥାଗତ ସଂସ୍କାର ପ୍ରୟାସକୁ ଏକ ଧକ୍କା। ପ୍ରଧାନମନ୍ତ୍ରୀ କ୍ଷମାପ୍ରାର୍ଥନା କରି ଆଇନ ପ୍ରତ୍ୟାହାର କରିନେବା ଫଳରେ କେବଳ ମୋଦି ବିରୋଧୀ  ଗୋଷ୍ଠୀଙ୍କର ବିଜୟ ହୋଇଛି ବୋଲି କହିହେବ, ଚାଷୀଙ୍କର ନୁହେଁ।

ଭାରତୀୟ କିଷାନ ସଂଘ ପକ୍ଷରୁ ଆଇନଗତ ପ୍ରସ୍ତାବ ଆଗତ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। କୃଷକଙ୍କୁ ଫସଲର ଯଥାର୍ଥ ତଥା ଲାଭଜନକ ପ୍ରାପ୍ୟ ଯେପରି ମିଳିବ, ସେଥିପାଇଁ ସେମାନେ ମଧ୍ୟ ଆଇନ ପ୍ରଣୟନ ଉପରେ ଗୁରୁତ୍ୱଦେଇ ଚିଠାପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି ବୋଲି କହୁଥିଲେ। ଏବେ ପୁଣିଥରେ ଆନ୍ଦୋଳନର ପଦଧ୍ବନୀ ଶୁଣା ଯାଉଥିଲେ ବି ଚିଠା ପ୍ରସ୍ତାବର ରୂପରେଖ ଦେଖିବାକୁ ମିଳୁନି। ସର୍ବନିମ୍ନ ସହାୟକ ମୂଲ୍ୟ ବଦଳରେ ଲାଭଜନକ ମୂଲ୍ୟ (ରେମୁନେରେଟିଭ ପ୍ରାଇସ) ବ୍ୟବସ୍ଥାକୁ ସେମାନେ ଗୁରୁତ୍ୱ ଦେଇ ଆସୁଛନ୍ତି। ଏହା ଏକ ଉନ୍ନତ ବ୍ୟବସ୍ଥା ଓ ଏଥିରୁ ଚାଷୀଙ୍କର ବାସ୍ତବ ଉପକାର ହେବ ବୋଲି ସେମାନେ କହୁଥିଲେ। ସ୍ୱତନ୍ତ୍ର କୃଷି-ପୋର୍ଟାଲ ଓ କୃଷକ ଅଦାଲତ ବ୍ୟବସ୍ଥା ପାଇଁ ଦାବି କରୁଥିବା ଭାରତୀୟ କିଷାନ ସଂଘ ଚାଷୀଙ୍କ କଲ୍ୟାଣ ପାଇଁ କିଛି ପ୍ରସ୍ତାବ ନଦେଇ, ସରକାରଙ୍କୁ ବିରୋଧ କରିବାକୁ ଏକମାତ୍ର କାର୍ଯ୍ୟକ୍ରମ ରଖିଛନ୍ତି। ଅନ୍ୟାନ୍ୟ କୃଷକ ସଙ୍ଗଠନ ନିଜର କିଛି ଚିଠାପ୍ରସ୍ତାବ ପ୍ରସ୍ତୁତ ନକରି କେବଳ ସର୍ବନିମ୍ନ ସହାୟକ ମୂଲ୍ୟକୁ ଜପାମାଳି କରିଛନ୍ତି।

ଏବେ ଦେଶର ଶସ୍ୟ ଭଣ୍ଡାର ମାନଙ୍କରେ ଆଉ ଖାଲି ସ୍ଥାନ ନାହିଁ। ଗୋଦାମ ବାହାରେ ପାଲତଳେ ବସ୍ତା ବସ୍ତା ଧାନ ଓ ଗହମ ସାଇତା ହେଉଛି। ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ସରକାର ଯେତିକି ଖାଦ୍ୟଶସ୍ୟ କିଣୁଛନ୍ତି, ତାହା ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ପରିମାଣ ଠାରୁ ବହୁତ ଅଧିକ। ସରକାର ଧାନ ଓ ଗହମ କିଣିନେଉଥିବାରୁ, ଚାଷୀମାନେ ଡାଲି ଓ ତୈଳବୀଜ ଫସଲ ଚାଷ କରିବାକୁ ଅନାଗ୍ରହୀ। ଗୋଟିଏ କ୍ଷେତରେ ବାରମ୍ବାର ଏକା ଫସଲ ଚାଷ କରାଯାଉ ଥିବାରୁ ରୋଗ ଓ ପୋକ ପ୍ରାଦୁର୍ଭାବ ବଢୁଛି, ମୃତ୍ତିକାର ଭୌତିକ ଓ ରାସାୟନିକ ଗୁଣ କମିଚାଲିଛି।  ମକା, ଡାଲି ଓ ତୈଳବୀଜ ଫସଲ ବଦଳରେ ପ୍ରଚୁର ଜଳ ଆବଶ୍ୟକ କରୁଥିବା ଉଭୟ ଖରିଫ୍ ଓ ରବି ଋତୁରେ ବ୍ୟାପକ ଭାବେ ଚାଷ କରାଯାଉଥିବାରୁ ଭୂତଳ ଜଳସ୍ତର କମି ଚାଲିଛି। ହିସାବରୁ ଜଣାଯାଏ ଯେ, ଦେଶର ମାତ୍ର ଛଅ ପ୍ରତିଶତ କୃଷକ ବହୁଳ ପ୍ରଚାରିତ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରୁ ଲାଭାନ୍ଵିତ ହେଉଛନ୍ତି। ଅନ୍ୟମାନେ ବଜାର ଦରରେ ଫସଲ ବିକ୍ରି କରୁଛନ୍ତି। ଆଇନ ପ୍ରଣୟନ କରି ଏହାକୁ ନିଶ୍ଚିତ କଲେ ଯେ ସମସ୍ତ ଚାଷୀ ଏଥିରୁ ଲାଭ ପାଇବେ, ତାହା ଅନିଶ୍ଚିତ। ଗୋଟିଏ ଉଦାହରଣ ନେବା। ଆମେ କାନାଡ଼ାରୁ ହରଡ଼ ଡାଲି ଆମଦାନୀ କରୁଛେ ଓ ଭାରତର ଖାଉଟି କୁଇଣ୍ଟାଲ ପିଛା ୧୨,୦୦୦ ଟଙ୍କାରେ ତାହା କିଣୁଛନ୍ତି I ଗୋଟା ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୭,୫୫୦ଟଙ୍କା ଧାର୍ଯ୍ୟ କରାଯାଇଛି ଓ ସେଥିରୁ ୯୦ କେଜି ଡାଲି ମିଳୁଥିବାରୁ କେଜି ପିଛା ମୂଲ୍ୟ ପ୍ରାୟ ୮୪ ଟଙ୍କା ପଡୁଛି I କେଜି ପ୍ରତି ୮୪ ଟଙ୍କାରେ କିଣାଯାଉଥିବା ହରଡ଼ ଡାଲି ଗ୍ରାହକ ପାଖରେ ପହଞ୍ଚିଲା ବେଳକୁ ୧୨୦ ଟଙ୍କା ହୋଇ ଯାଉଛି। ଯଦି କାନାଡ଼ାରେ ହରଡ଼ ମୂଲ୍ୟକୁ ବଢ଼େଇ ଦିଆଯିବ, ହୁଏତ ଆମେ କାନାଡ଼ରୁ ହରଡ଼ ଡାଲି ଆମଦାନୀ ନକରି ଯେଉଁଠି ଶସ୍ତାରେ ମିଳିବ, ସେଠାରୁ କିଣିବା। ଫଳରେ କାନାଡ଼ାର ହରଡ଼ ଚାଷୀ କ୍ଷତି ସହିବ ଓ କାନାଡ଼ାର କୃଷି ରପ୍ତାନୀ କମିଯିବ। ସେଇଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କଲାବେଳେ ବିଶ୍ୱ ବଜାର ପରିସ୍ଥିତିକୁ ମଧ୍ୟ ଧ୍ୟାନ  ଦିଆଯାଏ। ଏମଏସପିକୁ ଆଇନ ଅନ୍ତର୍ଗତ କରି ସରକାର ନିଶ୍ଚିତ କ୍ରୟକରିବା ଏକ ଅସମ୍ଭବ ବ୍ୟାପାର। ଆମ ରାଜ୍ୟର ଚାଷୀମାନେ କୁଇଣ୍ଟାଲ ପିଛା ୧୦,୦୦୦ ଟଙ୍କା ଦରରେ 'ମୁଗ' ଫସଲ ବିକ୍ରି କରୁଛନ୍ତି, ଯେତେବେଳେ କି ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ୮,୬୮୨ ଟଙ୍କା।

କେବଳ ସେତିକି ନୁହେଁ, ଅଧିକ ଦରରେ ଖାଦ୍ୟଶସ୍ୟ ବିକ୍ରିହେଲେ, କୃଷକ ନିଜ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇବ ସତ୍ୟ, ମାତ୍ର ସେ ନିଜେ ବଜାରରୁ ଯାହାବି କିଣିବ, ସେଥିପାଇଁ ଅଧିକ ମୂଲ୍ୟ ଦେବ ନାହିଁ କି ? ଉଦାହରଣ ସ୍ୱରୂପ, ଏବେ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୨,୩୦୦ଟଙ୍କା (୮୦୦ ଟଙ୍କା ଇନ୍‌ପୁଟ ରିହାତିକୁ ଛାଡ଼ି)। ଏକ କୁଇଣ୍ଟାଲ ଧାନରୁ ୬୦-୬୫ ପ୍ରତିଶତ ଚାଉଳ ମିଳେ। ଫଳରେ ଚାଉଳର କେଜି ପ୍ରତି ମୂଳ ମୂଲ୍ୟ ୩୮ ଟଙ୍କା ହେବ। ଆମେ  ଖାଉଟିମାନେ ୬୦-୭୦ ଟଙ୍କା ଦେଇ କେଜିଏ ଚାଉଳ କିଣିବା। କେବଳ ଧାନର ଏମଏସପି ବଢ଼େ ନାହିଁ, ଅନ୍ୟ ସମସ୍ତ ଫସଲରଏମଏସପି  ଓ ବଜାର ଦର ଆନୁପାତିକ ଭାବେ ବଢ଼ିଥାଏ। ଧାନ ଚାଷୀ ମଧ୍ୟ ଜଣେ ଜଣେ  ଖାଉଟୀ ହୋଇଥିବାରୁ, ଉଚ୍ଚାଦର ଦେଇ ସୁଜି, ବିସ୍କୁଟ, ତେଲ ଠାରୁ ପନିପରିବା- ସବୁ କିଣିବାକୁ ବାଧ୍ୟ ହେବେ। ଅଧିକ ମୂଲ୍ୟରେ ଗୋଟିଏ ଫସଲ ବିକି,ଏକ ଅହେତୁକ ମୁଦ୍ରାସ୍ଫୀତି-ଚକ୍ରବ୍ୟୁହ ଭିତରେ ଛନ୍ଦି ହୋଇଯିବ। 

ଏଣୁ କୃଷି ଉତ୍ପାଦ ଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଦେଲେ ଯେ କୃଷକର ଦୁଃଖ ଦୂର ହୋଇଯିବ, ତାହା ଏକ ଭ୍ରମ। ବରଂ ତାହା ଅନ୍ତତଃ ପାଞ୍ଚ ବର୍ଷ ପାଇଁ ସ୍ଥିର ହୋଇ ରହିବା ଉଚିତ ଏବଂ ମଦ୍ରାସ୍ଫିତି ବୃଦ୍ଧିହାର ୪ ପ୍ରତିଶତକୁ କମିଯିବା ଦରକାର। ଅର୍ଥନୈତିକ ସହଭାଗୀତା ଏବଂ ଉନ୍ନୟନ ସଂଗଠନ (ଓଇସିଡି)ର ତଥ୍ୟ ଅନୁଧ୍ୟାନ କଲେ ଜଣାଯିବ ଯେ ୟୁରୋପ ମହାଦେଶର ବିଭିନ୍ନ ଦେଶର ଚାଷୀଙ୍କୁ ବହୁ ଅଧିକ ସହାୟତା ମିଳେ, ଯାହା ଭାରତୀୟ ଚାଷୀଙ୍କୁ ମିଳୁଥିବା ସହାୟତାର ପ୍ରାୟ ଅଢେଇଗୁଣ। ୟୁରୋପରେ କୃଷକ ଆବଶ୍ୟକ କରୁଥିବା ସାମଗ୍ରୀ କିଣିବାକୁ ଚାଷୀଙ୍କୁ ଫସଲ ମୂଲ୍ୟର ୨୦ ପ୍ରତିଶତ ଅଂଶକୁ ରିହାତି ଆକାରରେ ଦିଆଯାଉଥିଲା ବେଳେ, ଭାରତରେ ଏହା ମାତ୍ର ୮.୨୦ ପ୍ରତିଶତ। ଆମର ଚାଷୀଙ୍କୁ ରିହାତି ଦରରେ– ଏପରିକି ମାଗଣାରେ - ବିହନ, ସାର, ଜଳ, ଟ୍ରାକଟର ଓ କୀଟନାଶକ ମିଳିଲେ, ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ହୁଏତ ଅଡ଼ିବସନ୍ତେ ନାହିଁ। ଉତ୍ପାଦନ ଖର୍ଚ୍ଚ ଯେତେ ଅଧିକ କମିବ, ଏହାର ସେତେ ଅଧିକ ଫାଇଦା ପାଇବେ ଉତ୍ପାଦନକାରୀ - ସେ ହୁଅନ୍ତୁ କୃଷକ ଅବା ଶିଳ୍ପୋଦ୍ୟୋଗୀ। କୃଷକମାନଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ, ଏଇଥିପାଇଁ ଯେ,ଆମର କୃଷକ ମୁଖ୍ୟତଃ କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ। ଆମେ ଓଡିଶାର ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଅନୁଦାନ ଦେଉଛେ। ତାହା ବଦଳରେ ମାଗଣାରେ ଡ୍ରୋନ୍ ସାହାଯ୍ୟରେ ନାନୋ ସାର ପ୍ରୟୋଗ କରିବାର ବ୍ୟବସ୍ଥା  ସହିତ ମାଗଣାରେ ଟ୍ରାକ୍ଟର ସାହାଯ୍ୟରେ ଦୁଇ ଓଡ ଖରାଟିଆ ଚାଷ ସୁବିଧା ଯୋଗାଇ ଦେବାନାହିଁ କାହିଁ କି?

ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରେ ୨୩ଟି ଫସଲ ଅନ୍ତର୍ଭୁକ୍ତ ହୋଇଥିଲେହେଁ କେବଳ ଧାନ ଓ ଗହମ ଚାଷୀମାନେ କାହିଁକି ଆନ୍ଦୋଳନ କରୁଛନ୍ତି, ତାହା ବିଚାର କରିବାର କଥା। ଆଳୁ, ପିଆଜ, ଡାଲି, ତୈଳବୀଜ, ଆଖୁ, କପା ଓ ନଡ଼ିଆ ସମେତ ଫସଲ ପାଇଁ ପ୍ରକୃତରେ କଣ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଆନ୍ତି ନା  ଚାଷୀନେତାଏ ମୁହଁ ଖୋଲନ୍ତି? ଆମ ଦେଶରେ ୯୦-୯୫ ନିୟୁତ କୃଷକଙ୍କ ମଧ୍ୟରୁ ନାମମାତ୍ର ଚାଷୀଙ୍କ ସଂଖ୍ୟା ୬୦-୬୫ନିୟୁତ, ଯେଉଁ ପରିବାରଙ୍କ ହାରାହାରି ମାସିକ ରୋଜଗାର ୧୦, ୨୧୮ ଟଙ୍କା। ଏହି ଆୟ ଭିତରେ ଫସଲ ଚାଷ ଓ ଗୋପାଳନ, ଛେଳି-ମେଣ୍ଢା ପାଳନ ଇତ୍ୟାଦି ଆନୁସଙ୍ଗିକ କାର୍ଯ୍ୟରୁ ଆୟ ପରିମାଣ ୬୦ ପ୍ରତିଶତ ହେଲାବେଳେ, ମୂଲ ମଜୁରୀ ଖଟଣି ଆୟ ୪୦ ପ୍ରତିଶତ। ଏମାନେ ମଜୁରୀ ଖଟୁନଥିଲେ କୃଷିର ଆୟରୁ ଚଳିପାରୁ ନଥାନ୍ତେ। ଆମେ ଏମାନଙ୍କୁ ଚାଷୀ କହିଲେ ବି ଏମାନେ ବାସ୍ତବରେ କୃଷି ଶ୍ରମିକ। ଭାଗଚାଷୀମାନେ ବି ସେହି ପର୍ଯ୍ୟାୟରେ ଯିବେ। ଚାଷର ମୂଳ ଆବଶ୍ୟକତା ହେଲା ଚାଷ ଉପଯୋଗୀ ଜମି, ଯାହା ହିଁ ତାର ମୂଳ ପୁଞ୍ଜି। ସେଥିରେ ସେ  ଜଳସେଚନ ଭଳି ଭିତ୍ତିଭୂମି ହେଉ ଅବା ନୂଆ କୃଷି ପ୍ରଣାଳୀ ପାଇଁ ନିବେଶ କରିବା କଥା। କଲେ ଯାଇ ସେ ଉତ୍ପାଦନ କରିବା ସମ୍ଭବ। ଏମିତି ହିସାବ କରିବସିଲେ, ସମୁଦାୟ ଚାଷୀ ସଂଖ୍ୟାର ଏକ ତୃତୀୟାଂଶ ହିଁ ଚାଷୀ। ଆଉତକ କୃଷି ଶ୍ରମିକ। ଏଣୁ ଉଭୟ ଚାଷୀକୂଳ ଓ ସରକାର ଭାବପ୍ରବଣତା ତ୍ୟାଗ କରି ଯାନ୍ତ୍ରିକକୃଷି ଯୁଗର କୃଷିଶ୍ରମିକଙ୍କ ପାଇଁ ବିକଳ୍ପ ରୋଜଗାର ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଉଚିତ ହେବ। ବିରୋଧୀ ରାଜନେତା ଓ ଚାଷୀନେତାମାନେ ଏହି ପ୍ରସଙ୍ଗରେ ଗଭୀର ଅଧ୍ୟୟନ ଓ ସହଭାଗୀତା ପ୍ରଦର୍ଶନ କରିବାକୁ ଆଗେଇ ନଆସିଲେ, ଆମ ଦେଶର କୃଷି ଓ କୃଷକର ସମୃଦ୍ଧି ଅସମ୍ଭବ।

କୃଷି ସଂସ୍କାର ଅତ୍ୟାବଶ୍ୟକ ବୋଲି ଭାବୁଥିବା ବୁଦ୍ଧିଜୀବୀମାନେ ଏବେ 'ସରକାର ଅକଳରେ ପଡିଛନ୍ତି'ର ମଜା ନନେଇ ବିରୋଧୀ ଦଳର ରାଜନେତା, ଚାଷୀ ନେତା, କୃଷି ଅର୍ଥନୀତିଜ୍ଞ, କୃଷି ପରିଚାଳନା ବିଶେଷଜ୍ଞ, କେରଳ-ବିହାର-ଗୁଜୁରାଟ-ଆସାମ ଓ ପଞ୍ଜାବର ପୋଖତ ଚାଷୀ ତଥା ସମବାୟବିତଙ୍କ ସହ ବିଚାର ଆଲୋଚନା ଓ ପରାମର୍ଶ ନେଇ ସମସ୍ତଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରନ୍ତୁ। 

ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଚାଷୀନେତା, ରାଜନେତା, ରାଜନୈତିକ ଦଳ ଓ ଚାଷୀ ସଂଗଠନ ତଥା ଆନ୍ଦୋଳନଜୀବୀ, କେହି ବି ଏମିତି ଏକ ଘରୋଇ ବିଲ୍ ପରିକଳ୍ପନା ଓ ଚିଠା ପ୍ରସ୍ତୁତ କରି ଦେଶ ସମ୍ମୁଖରେ ରଖନ୍ତୁ - ଯାହା ଆଇନରେ ପରିଣତ ହୋଇଗଲେ ଚାଷୀଙ୍କ ମଙ୍ଗଳ ହେବ, ଚାଷୀ-ଆତ୍ମହତ୍ୟା ହେବନି, ସମସ୍ତ ଖାଉଟୀ ଶସ୍ତାରେ ଖାଦ୍ୟଦ୍ରବ୍ୟ ସମେତ ସବୁ ବ୍ୟବହାର୍ଯ୍ୟ ପଦାର୍ଥ କିଣି ପାରିବେ, ଖାଦ୍ୟ ଉତ୍ପାଦନ ବଢିବ, ଚାଷୀ ଦିନକୁ ଦିନ ଧନୀ ହେବେ।  ଆମଦେଶର ଏତେ, ନୋବେଲ ପୁରସ୍କାର ପାଇଥିବା ଅର୍ଥନୀତିଜ୍ଞ ଓ ମୋଦି ବିରୋଧୀ ଜ୍ଞାନୀ ଅଛନ୍ତି, ସମସ୍ତେ ଚୁପ୍ ରହିଛନ୍ତି କାହିଁକି ?

ମନେରଖିବାକୁ ହେବ ଯେ କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶୃତିବଦ୍ଧ ଓ ସେମାନେ ବିଶ୍ୱାସ କରନ୍ତି ଯେ ଆଇନ ପ୍ରଣୟନ କଲେ କୃଷିକ୍ଷେତ୍ରକୁ ଅଧିକ  ଘରୋଇ ପୁଞ୍ଜି ଆକର୍ଷିତ କରାଯାଇ ପାରିବ, କୃଷକମାନେ ଇ-ନାମ ପୋର୍ଟାଲ ମାଧ୍ୟମରେ ଚଢା ଦରରେ କୃଷୀସମାଗ୍ରୀ ବିକ୍ରିକରି ଅଧିକ ରୋଜଗାର କରିପାରିବେ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପସଂସ୍ଥା ପାଇଁ ପର୍ଯ୍ୟାପ୍ତ କଞ୍ଚାମାଲ  ବର୍ଷସାରା ମିଳିପାରିବ। ସଂସଦରେ ସରକାର ଆଇନ ପ୍ରଣୟନ କରିବା ପୂର୍ବରୁ ଦେଶବାସୀ ଏହା ଉପରେ ବିତର୍କ କରିବା ଆବଶ୍ୟକ ଓ ବିରୋଧୀ ସାଂସଦମାନେ ସେମାନଙ୍କୁ ଆଲୋଚନା କରିବାର ସୁଯୋଗ ଦିଆଗଲାନାହିଁ ବୋଲି ଅଭିଯୋଗ କରିବା ଅନାବଶ୍ୟକ। ବିଗତ ବର୍ଷ ଆଲୋଚନା ବେଳେ  ଯେଉଁସବୁ ସଂଶୋଧନ ଆଣିବାକୁ ସରକାରଙ୍କ ପକ୍ଷରୁ ସହମତି ପ୍ରକାଶ ପାଇଥିଲା, ତାହା ଯଦି ପ୍ରସ୍ତାବିତ କୃଷିବିଲରେ ସ୍ଥାନିତ ହୁଏ, ଏଥିରେ କଣ ସବୁ ଅସୁବିଧା ହେବ ଓ ଯଦି ବେସରକାରୀ କୃଷିବିଲ ଆସେ, ତାହା କିପରି କୃଷକଙ୍କୁ ସାହାଯ୍ୟ କରିବ, ତାହା ସମଗ୍ର ଦେଶ ଜାଣିବା ଅତ୍ୟାବଶ୍ୟକ।  ନହେଲେ, ଆନ୍ଦୋଳନଜୀବୀ ଓ ଦେଶ ବିରୋଧୀ ଶକ୍ତିଙ୍କୁ ଅରାଜକତା ସୃଷ୍ଟିକରିବାକୁ ସୁଯୋଗ ମିଳିଯିବ। ସମଗ୍ର ଦେଶ ଏହା ଜାଣିରଖିବା ଦରକାର। 

ସଂକ୍ଷେପରେ କହିଲେ, ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ, ବରଂ ବିହନ,ସାର,ରସାୟନ,ଋଣ, ବୀମାକିସ୍ତି ଇତ୍ୟାଦିରେ ଅଧିକ ସବସିଡି ଦରକାର। କେବଳ ସରକାର କିଣିନେଉଥିବା ଧାନ ଓ ଗହମ ପରି ଫସଲ ଚାଷ ନକରି ମୃତ୍ତିକା, ଜଳବାୟୁ, ଦେଶର ଆବଶ୍ୟକତା ଅନୁଯାୟୀ ଫସଲ ପର୍ଯ୍ୟାୟ ଓ ସାରଣୀ ଅନୁସାରେ ଚାଷୀମାନେ ଚାଷ କରିବା ବ୍ୟବସ୍ଥା ହେବ ଉଚିତ। ଠିକା ଚାଷ ମାଧ୍ୟମରେ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ ଓ ଏଥିପାଇଁ ଉଭୟ ପ୍ରଶାସନିକ ଓ ନ୍ୟାୟିକ ବ୍ୟବସ୍ଥା ରହିବା ଦରକାର।  ସୀମାହୀନ ଖାଦ୍ୟଶସ୍ୟ ମହଜୁଦ ରଖୁଥିବା ଗୋଦାମ ମାଲିକଙ୍କ ଉପରେ ସରକାର ତଥା ଅଦାଲତୀ ନିୟନ୍ତ୍ରଣ ବ୍ୟବସ୍ଥା ଓ ସ୍ୱଛତା ରହିବାର ବ୍ୟବସ୍ଥା ସମସ୍ତଙ୍କୁ ଆଶ୍ୱସ୍ତ କରିବ।

ଫୋନ୍‌ ନମ୍ବର: ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story