ଜାତି ଖୋଜିଲେ ମୁକ୍ତି କାହିଁ!

ଭାରତ ଏକ ବିଶାଳ ସୁସମୃଦ୍ଧ ପ୍ରାଚୀନ ସଭ୍ୟ ରାଷ୍ଟ୍ର। ବହୁଭାଷା, ବହୁ ଜାତି, ବହୁ ଧର୍ମ ଓ ବହୁ ସଂପ୍ରଦାୟର, ବହୁ ରୁଚି, ବହୁ ଭିନ୍ନ ଆଦର୍ଶ ବିଭିନ୍ନ ପରମ୍ପରା ଓ ସଂସ୍କୃତିର ବିଚିତ୍ର ମିଳନ ସ୍ଥଳ। ହିନ୍ଦୁ, ଖ୍ରୀଷ୍ଟ, ଇସଲାମ ପ୍ରଭୃତି ଧର୍ମ ଓ ବିଭିନ୍ନ ଜାତିର ଲୋକ ଏ ମାଟିରେ ଚେର ବିସ୍ତାର କରିଥିଲେ ମଧ୍ୟ ଅନୈକ୍ୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଏହାର ଲକ୍ଷ୍ୟ। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଭାରତୀୟ। ତଥାପି ଜାତି ଧର୍ମକୁ କେନ୍ଦ୍ର କରି ବହୁ ଅଶାନ୍ତି, ଅସନ୍ତୋଷ ଓ ସଂଘର୍ଷ ସୃଷ୍ଟି ହେଉଛି।

Indian Caste System

Indian Caste System

Debendra Prusty
  • Published: Monday, 14 August 2023
  • Updated: 14 August 2023, 02:19 PM IST

News Highlights

  • ଜାତି ଓ ଧର୍ମ ଭିତ୍ତିକ ବିଦ୍ୱେଷ ଭାରତର ଐକ୍ୟ ପ୍ରତି ବିପଦ।
  • ସବୁ ଧର୍ମର ସାରତତ୍ତ୍ୱ ସମାନ ଥିବାବେଳେ ଜାତି ବିଭେଦ ଓ ଧର୍ମ ଦ୍ୱେଷ କାହିଁକି?

ଆମେ ଧର୍ମ ନିରପେକ୍ଷତା କଥା କହିଲେ ମଧ୍ୟ ଧର୍ମ, ସମ୍ପ୍ରଦାୟ, ଜାତି ଗତ ବୈଷମ୍ୟତା ଦୃଷ୍ଟିର ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଆମର ମହାପୁରୁଷ ଧର୍ମ, ସମ୍ପ୍ରଦାୟ, ଜାତି ପ୍ରତି ବିଦ୍ୱେଷଭାବ ପୋଷଣ କରିନାହାଁନ୍ତି କି ଅସହନଶୀଳ ମନୋଭାବ ପ୍ରଦର୍ଶନ କରି ନାହାଁନ୍ତି। ଜାତିଭେଦ ଉର୍ଦ୍ଧ୍ୱରେ ରହି ଶ୍ରେଷ୍ଠ ଜୀବ ମାନବ ସମାଜ ଓ ମାନବ ଜାତିର କଲ୍ୟାଣ ସାଧନ କରିବା ହେଉଛି ସବୁଧର୍ମ ସମ୍ପ୍ରଦାୟର ଲକ୍ଷ୍ୟ। ସନ୍ଥ ଭୀମ ଭୋଇ ଶୁଣାଇଥିଲେ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।’ ମହାତ୍ମା ବୁଦ୍ଧ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜକୁ ଗୋଟିଏ ଐକ୍ୟ ମନ୍ତ୍ରରେ ବାନ୍ଧିବାକୁ ଚେଷ୍ଟା କରିଥିଲେ। ମୋଗଲ ସମ୍ରାଟ ଆକବର ସବୁ ଧର୍ମର ସାରମର୍ମକୁ ନେଇ “ଦିନ-ଇ-ଇଲାହି” ନାମରେ ଏକ ସମନ୍ୱୟବାଦୀ ଧର୍ମର ପ୍ରଚାର କରିଥିଲେ। ଶ୍ରୀକୃଷ୍ଣ ଗୋପାଳ ଜାତିରେ ଜନ୍ମ ନେଇ ସର୍ବାଧିକ ଉଦାରତା ପ୍ରକାଶ କରି ଗୀତାରେ କହିଥିଲେ - “ସର୍ବ ଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ”। ମାତ୍ର ଆଜି ଧର୍ମ ସମାଜରେ ପାରସ୍ପରିକ ଅସଭାବର କାରଣ ହୋଇଛି।

ଆଜି ଦଳାଦଳି, ସଂଘର୍ଷ, ସାନବଡ଼, ଅହଂକାରରେ ମନୁଷ୍ୟ ଜାତି ଜାତିଗତ ପ୍ରମାଣ ପତ୍ରକୁ ନେଇ ପ୍ରଭାବିତ; ଏସବୁ ମନୁଷ୍ୟକୃତ। ଆଜି ଯେଉଁ ସାଂପ୍ରଦାୟିକ ଦଙ୍ଗା ଦେଶ, ଜାତି ଓ ବ୍ୟକ୍ତିକୁ ଆକ୍ରାନ୍ତ କରିଛି ଏହା ଜାତି ଓ ଧର୍ମଗତ ବିଦ୍ୱେଷ ପାଇ ସୃଷ୍ଟି ହୋଇଛି ଏହା ଦେଶ ବା ଜାତିର ମହତ୍ୱର ଲକ୍ଷଣ ନୁହେଁ ବିଶୃଙ୍ଖଳାର ଲକ୍ଷଣ। ଯଦି ଆମେ ଦେଖିବା ବ୍ରାହ୍ଣଣ, କରଣ, ଖଣ୍ଡାୟତ, ଓଡ଼ ପ୍ରଧାନ, ଦଳିତ ଜାତିର କଥା କହି ସମ୍ପ୍ରଦାୟର ବିଚାର ବିମର୍ଷ କରି ଓଡ଼ିଶାରେ ମଧ୍ୟ ରାଜନୈତିକ, ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଅବକ୍ଷୟ ସୃଷ୍ଟି ହେଉଛି। ଜାତିଶ୍ରେଷ୍ଠ ବ୍ରାହ୍ମଣ କହି ବ୍ରାହ୍ଣଣ ଜାତିକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରୁଥିବା ବେଳେ, ହରିଜନଙ୍କୁ ଏବେ ଜାତିର ପ୍ରମାଣ ପତ୍ର ଦେଇ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିବା ଏକ ପ୍ରକାର ବିଭେଦ ନୁହେଁ କି? ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯଦି ଜଣେ ଦଳିତ ଜାତିର ବୈବାହିକ ସଂପର୍କ କରେ ପ୍ରୋସାହିତ କରିବା ସହିତ ପ୍ରୋସାହିତ ରାଶି ପ୍ରଦାନ କରାଯାଉଛି ଏବଂ ଦଳିତ ଜାତିର ଯଦି ଆଇଏଏସ୍ ବା ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ତା’ ପାଇଁ ଉଚ୍ଚ ଜାତିର ବ୍ୟକ୍ତି ବୈବାହିକ ସଂପର୍କ କରିବାକୁ ଆଗଭର ହେଉଛି।

ଅନ୍ୟ ପକ୍ଷରେ ଆଦିବାସୀ ଅଧ୍ୟୁସିତ ଅଂଚଳରେ ଯଦି ସେହି ଜାତିର ଲୋକ ନିଜ ଜାତିର ଲୋକଙ୍କୁ ବିବାହ ବନ୍ଧନରେ ବାନ୍ଧିଛି ସେ ବାଛନ୍ଦ ହେଇଛି ଏପରିକି ମଧ୍ୟ ଲୋକଟି ମରିଗଲେ ଶବ ସତ୍କାର ହୋଇ ପାରୁନି। ଏହି ମତଭେଦ ଦ୍ୱାରା ସଂଘର୍ଷ ଅଶାନ୍ତି ସୃଷ୍ଟି ହେଉଛି। ଜାତିଗତ କାରଣ ଆଜି ସମ୍ପ୍ରଦାୟ ଗଣ୍ଡି ଭିତରେ ଛନ୍ଦି ହୋଇ ରାଜନୀତିକରଣ ହେଉଛି। ତଥାପି ଆଜିର ସମାଜରେ ଜାତିକଥା ଉଠିବାକୁ ବସିଲାଣି। ବୈବାହିକ ସଂପର୍କରେ ଭଲ ପାଇବା ପାଖରେ ଜାତି ଗୋତ୍ର ନାହିଁ। ଯେମିତି “ବାର ଜାତି ତେର ଗୋଲା, ବୈଷ୍ଣବ ହେଲେ ସବୁଗଲା”। ବାବାଜୀ ବୈଷ୍ଣବ ହୋଇଗଲେ ଜାତିପତି କିଛି ନଥାଏ।

ମାତ୍ର ପ୍ରଶାସନ କ୍ଷେତ୍ରରେ ଟିକେ କେଁ ରହିଯାଇଛି। ଜମିବାଡ଼ି ରେଜେଷ୍ଟ୍ରି ବେଳେ କବଲାରେ ରାଜସ୍ୱ ବା ଅନ୍ୟ ବିଭାଗରେ ଜାତିକଥା ଉଲ୍ଲେଖ ରହୁଛି। ବୃହତର ସ୍ୱାର୍ଥ ଦୃଷ୍ଟିରେ ଜାତିକଥା ଉଲ୍ଲେଖ ନକରି ଉଚ୍ଚ-ନୀଚ ଜାତି ବିଭେଦ ସୃଷ୍ଟି ନକରି ମଣିଷ ଜାତି ବୋଲି ଉଲ୍ଲେଖ ହେଲେ ଅସୁବିଧା କ’ଣ ହୁଅନ୍ତା, ବଂର ବିଶ୍ୱ ଭ୍ରାତୃପ୍ରେମ, ଭାଇଚାରା, ସାମ୍ପ୍ରଦାୟିକତା ଉର୍ଦ୍ଧ୍ୱରେ ରହି ସଂକୀର୍ଣ୍ଣତାର ତତ୍ତ୍ୱ ପ୍ରଶମିତ ହୁଅନ୍ତା। ଏବେ ଅବଶ୍ୟ ସାଙ୍ଗିଆ ଉଠିବାକୁ ବସିଲାଣି। ବାପାମା’ମାନେ ପିଲାଙ୍କ ନାମ ପରେ ସାଙ୍ଗିଆ ବିହିନ କରି ପି.ଏସ୍‌. ଦିଲସାନ, ପି.ଏସ୍‌. ବିଜୟଲକ୍ଷୀ୍ମ, ଟି.ଏସ୍‌. ହନ୍‌ସିକା ପ୍ରିୟଦର୍ଶିନୀ, କେ. ଏସ୍‌. ହନସିତା, ଏସ୍‌.ଟି. ନର୍ମଦା, ପି.କେ. ଝାନ୍ସି, ଏମ୍‌.ଏସ୍‌. ବିଭୁପ୍ରସାଦ, ସ୍ଥିତିପ୍ରଜ୍ଞା ପ୍ରିୟଦର୍ଶିନୀ ଦେଲେଣି। ସ୍ୱାଗତ ଯୋଗ୍ୟ କଥା; ଏଥିରୁ ଜାତିର କୌଣସି ପ୍ରମାଣ ମିଳେ ନାହିଁ। ବହୁଦିନ ପୂର୍ବରୁ ସନ୍ଥ ଭୀମଭୋଇ ‘ସ୍ତୁତି ଚିନ୍ତାମଣି’ରେ ଉଲ୍ଲେଖ କରିଛନ୍ତି- “ସ୍ତ୍ରୀ ପୁରୁଷ ଦୁହିଁକୁ ଗଢ଼ି ଅଛି ଯୋଡ଼ିଏ ସ୍ୱରୂପ ଦେଖ। ଦ୍ୱିତୀୟ ଜାତିରୁ ତିନି ଜାତି ନାହିଁ ସୁଜନେ କର ବିବେକ।”

ବାସ୍ତବରେ ବିଶ୍ୱ ସୃଷ୍ଟିରେ ଦୁଇ ଜାତି ସ୍ତ୍ରୀ ଓ ପୁରଷ ଜାତି ବ୍ୟତୀତ ତୃତୀୟ ଜାତି କିଛି ନାହିଁ। ସର୍ବୋପରେ ମଣିଷ ଜାତି। ସ୍ୱାର୍ଥନ୍ୱେଷୀ ମଣିଷ ମନଗଢ଼ା ଜାତି ସୃଷ୍ଟି କରି ହିଂସା, ବିଦ୍ୱେଷ, ଘୃଣା, ସଂଘର୍ଷ, ସମସ୍ୟା ସୃଷ୍ଟି କରୁଛି। ଜାତିଗତ ବିଦ୍ୱେଷ ଭାବ ସଦଭାବ ଓ ମୈତ୍ରୀକୁ ଧ୍ୱଂସ କରି ଦେଇଛି। ଜାତି ନାମରେ ସାଂପ୍ରଦାୟିକତା ସୃଷ୍ଟି ହେଉଛି। ଜାତିକୁ ଅସ୍ତ୍ର ଭାବରେ ବ୍ୟବହାର କରି ସୁବିଧାବାଦୀ ରାଜନୈତିକ ଗୋଷ୍ଠୀ ଫାଇଦା ଉଠାଉଛନ୍ତି। ବିଭିନ୍ନ ବର୍ବରୋଚିତ ଓ ନାରକୀୟ ଘଟଣା ଘଟୁଛି ଜାତି ପାଇଁ। ଜାଠ ଜାତିରୁ ସାଂପ୍ରଦାୟିକତା ଦଙ୍ଗା ଜାତି ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିଲା। ଏହି ବିଶୃଙ୍ଖଳା କ’ଣ ଦେଶ ବା ଜାତିର ମହତ୍ୱ ଲକ୍ଷଣ?

ମଣିଷ ଶରୀରର ରକ୍ତ ଲାଲ। ବିଭିନ୍ନ ଜାତିଭେଦ ସୃଷ୍ଟିକରି ରକ୍ତର ରଙ୍ଗ ବଦଳାଇବାର ଶକ୍ତି କାହାର ନାହିଁ। ମାତ୍ର ମନ୍ଦିରକୁ ଦଳିତ ବା ସାବରୀମାଲା ମନ୍ଦିରରେ ମହିଳା ଜାତି ପ୍ରବେଶ ନକରିବାରେ ମସୁଧା ରକ୍ତପାତ, ସଂଘର୍ଷ, ଈର୍ଷା, ବିଦ୍ୱେଷ ଓ ହିଂସାର ତାଣ୍ଡବଳୀଳା ସାଂପ୍ରଦାୟିକ ବଡ଼ପଣ୍ଡାମାନେ ସୃଷ୍ଟି କରୁନାହାଁନ୍ତି କି? ସାଂପ୍ରଦାୟିକ ଜାତିପ୍ରଥା ମଣିଷ ଜାତିକୁ ବିଭ୍ରାନ୍ତ କରୁଛନ୍ତି। ମନୁଷ୍ୟ ଜାତିର ଇତିହାସରେ ସବୁଠାରୁ ବଡ଼ ଅସନା କଥା ହେଉଛି ଆମର ଏ ସୁନ୍ଦର ପୃଥିବୀକୁ ଅସୁନ୍ଦର କରିବାରେ ଜାତିଗତ ପ୍ରଥା ପ୍ରଚଳନ କରି ବିଭେଦ ସୃଷ୍ଟି କରି ନଷ୍ଟଭ୍ରଷ୍ଟ କରିବା। ଆମେ ହିନ୍ଦୁ ମୁସଲମାନ ଭାଇଭାଇ କହୁଛେ ଭାଷଣରେ; ଯାତ୍ରା, ଚଳଚିତ୍ର ଜଗତରେ ସୁନ୍ଦର ନାଟକ ମାଧ୍ୟମରେ ହିନ୍ଦୁ ମୁସଲମାନ ମଧ୍ୟରେ ବୈବାହିକ ଜୀବନ ସହିତ ଜାତି, ସମ୍ପ୍ରଦାୟ ଉର୍ଦ୍ଧ୍ୱର ଦୃଶ୍ୟପଟ ପରିବେଷଣ କରି ଆହ୍ଲାଦିତ ହେଉଛେ। ପ୍ରକୃତ ପକ୍ଷେ ଆମର ମାନସିକତା ଦ୍ୱନ୍ଦ ସୃଷ୍ଟି କରୁଛେ। ଜାତି ଧର୍ମ ମଧ୍ୟରେ ବିରାଟ ପ୍ରାଚୀର ସୃଷ୍ଟି ହୋଇଛି। ନିଜ ନିଜ ରୁଚି ଅନୁସାରେ ଆମେ ଖାଦ୍ୟପେୟ ପୋଷାକ ପରିଧାନ କରୁଛେ। ଇଶ୍ୱର ଆହ୍ଲା ଏକ କଥା କହୁଥିବା ବେଳେ ଛୋଟବଡ଼ ହିନ୍ଦୁ, ଖ୍ରୀଷ୍ଟିୟାନ କହି ବିଭେଦ ସୃଷ୍ଟି କରିବାର ଅର୍ଥ କ’ଣ? ସବୁ ଧର୍ମର ସାରତତ୍ତ୍ୱ ହେଉଛି ଇଶ୍ୱର ଭକ୍ତି। ଖାଦ୍ୟ ପେୟର ସଂଯମତା, ଜୀବ ହତ୍ୟା କରିବା ନାହିଁ; ଅହିଂସା ଆଚରଣ କରିବା। ମାତ୍ର ସ୍ୱାର୍ଥନ୍ୱେଷୀ ମଣିଷ ଜିହ୍ୱା ଲାଳସା ପାଇଁ ଖାଦ୍ୟରେ ସଂଯମତା ନରଖି ମାଂସ ଭକ୍ଷଣ କରିବା କୌଣସି ଜାତି, ଗୋତ୍ର, ସମ୍ପ୍ରଦାୟରେ ଉଲ୍ଲେଖ ନାହିଁ।

ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରୀଷ୍ଟିୟାନ ଧର୍ମରେ ମଧ୍ୟ ବିଭିନ୍ନ ଜାତି ବ୍ୟକ୍ତି ବିଶେଷ ଅଛନ୍ତି। ଏସବୁ ଗୋଟିଏ ଗୋଟିଏ ମତ। ବିଭିନ୍ନ ଜାତିରେ ଆମେ ହିଂସ୍ର ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛେ। କେତେକ ଜାତିର ଲୋକ ଏବେ ମଧ୍ୟ ମୂଷା, ଗେଣ୍ଡା, କୋଚିଆ, ପାରା, ଗୁଣ୍ଡୁଚି ମୂଷା, ଛାଗ, ମହିଷ, ଗୋରୁ ଗାଈଙ୍କୁ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି। ଆମ ସାମାଜିକତା ଭିତରେ ଆମେ ଖାଦ୍ୟକୁ ନେଇ ଛୋଟବଡ଼ ଜାତି ବୋଲି କହୁଛେ। ମାତ୍ର ସବୁ ଧର୍ମ ସବୁ ଜାତିର ସାରତତ୍ତ୍ୱ ହେଉଛି ଜୀବହିଂସା କରିବା ନାହିଁ। ଏକଥା କିଏ ମାନୁଛି? ଆମେ ସମସ୍ତେ ଗୋପାଳନ, କୁକୁଡ଼ା ପାଳନ, ମାଛଚାଷ କରୁଛେ। ଆମେ ପାଳୁଥିବା ଜନ୍ତୁଙ୍କୁ ଖାଇବା ଏକଥା ବା କେଉଁ ଶାସ୍ତ୍ରରେ ଅଛି? ପ୍ରକୃତରେ କୌଣସି ଜାତି ସମ୍ପ୍ରଦାୟ ମତ ସହିତ କୌଣସି ମତର ବିରୋଧ ନାହିଁ। ଭାବର ବିଭିନ୍ନତା। ଜଣେ ଖାଂଟି ମୁସଲମାନ ପ୍ରକୃତ ପକ୍ଷେ ଖାଂଟି ହିନ୍ଦୁ। ଜଣେ ଖାଂଟି ହିନ୍ଦୁ ଜଣେ ଖାଂଟି ମୁସଲମାନ। ଯିଏ ଖାଂଟି ସେ ସବୁ ମତକୁ ଗ୍ରହଣ କରିବ। ଜଣେ ଭେଜାଲ ସ୍ୱାର୍ଥନ୍ୱେଷୀ ନିଶ୍ଚୟ ଅନ୍ୟ ସବୁ ମତକୁ ଭେଜାଲ କହି ନିଜକୁ ନେଇ ବ୍ୟସ୍ତ ରହିବ। ଏହା ଖାଂଟିତ୍ୱର ଲକ୍ଷଣ ନୁହେଁ। ବ୍ୟକ୍ତି ଓ ଗୋଷ୍ଠୀ, ଧର୍ମ ଜାତିକୁ ଆଖି ଠାର ମାରି ମତଭେଦ, ସଂଘର୍ଷ ସୃଷ୍ଟି କରିଥାନ୍ତି।

ଯାହାକୁ ଭିତ୍ତିକରି ସବୁ କିଛି ତିଷ୍ଠି ରହିଛି ତାହା ହେଉଛି ମଣିଷ ଜାତିର ଧର୍ମ। ଏହା ଚିରନ୍ତନ ଓ ଶାଶ୍ୱତ। ମଣିଷର ବଂଚିବା ଓ ବଢ଼ିବାର ଧର୍ମ। ମାତ୍ର ଆଜି ମଣିଷ ମଧ୍ୟରେ ଜାତି, ଧର୍ମ, ହିଂସା, ବିଦ୍ୱେଷ, ଘୃଣା,ସଂଘର୍ଷରେ ପରିଣତ ହେଲାଣି। ଏହା ମଣିଷ ଜାତି ପାଇଁ ଶୁଭଙ୍କର ନୁହେଁ। ଧର୍ମ ଜାତିକୁ ନେଇ ସଂକୀର୍ଣ୍ଣତା ସାଂମ୍ପ୍ରଦାୟିକତା ମତ ଭେଦ ସୃଷ୍ଟି କରୁଛି। ଯେତେ ମଣିଷ ସେତେ ମତ ହୋଇପାରେ, ଭାବର ହିଁ ବିଭିନ୍ନତା ରହିବ ମାତ୍ର ମଣିଷ ଜାତି ସବୁ ସଂକୀର୍ଣ୍ଣତା ଛୋଟ ବଡ଼ ଜାତି ଭାବନାରେ ଉର୍ଦ୍ଧ୍ୱରେ ରହି ଗୋଟିଏ ଆଦର୍ଶ ଗୋଟିଏ ଲକ୍ଷ୍ୟ ପରମତତ୍ତ୍ୱ ପ୍ରାପ୍ତି ପାଇଁ ଉଦ୍ଧିଷ୍ଟ ହେଲେ ଆମର ମଙ୍ଗଳ ସମାଜର ମଙ୍ଗଳ ହେବ।

ଡକ୍ଟର ଏକାଦଶୀ ପ୍ରଧାନ

ହିତେଷୀ ଭବନ, ଏରକଣା,ମାହାଙ୍ଗା, କଟକ, ମୋ-୯୯୩୭୯୦୬୧୫୪

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story