ଆମକୁ ଅନ୍ୟ କେହି ବଞ୍ଚାଇବେ ନାହିଁ!

ଉଭୟ ଉତ୍ତର ଓ ଦକ୍ଷିଣ ମେରୁର ଯାତ୍ରା କରିଥିବା ପ୍ରଖ୍ୟାତ ଅନୁସନ୍ଧାନକାରୀ ରବର୍ଟ ସ୍ୱାନ ୧୯୮୬ରେ ତାଙ୍କର ମତ ଦେଇଥିଲେ, “ଆଉ କେହି ଜଣେ ଆମ ଗ୍ରହକୁ ବଞ୍ଚାଇବ ବୋଲି ବିଶ୍ୱାସଟି ହିଁ ଆମ ଗ୍ରହ ପ୍ରତି ସବୁଠାରୁ ବଡ଼ ବିପଦ”। ଅର୍ଥାତ୍ ଆମ ଗ୍ରହକୁ ରକ୍ଷା କରିବା ଲାଗି ବାହାରୁ କେହି ଆସିବେ ନାହିଁ ଓ ଆମକୁ ହିଁ ସେହି ଦାୟିତ୍ୱଟିକୁ ବହନ କରିବାକୁ ହେବ। ମାଟିକୁ ତ ଆମେ ମାଆ ବୋଲି କହନ୍ତି, ହେଲେ ସେହି ମାଟି ମାଆ ଧରିତ୍ରୀର ସ୍ୱାସ୍ଥ୍ୟର କଥା କେତେ ଗମ୍ଭୀରତାର ସହ ଅବା ଚିନ୍ତା କରନ୍ତି?

Save Our Earth

Save Our Earth

Debendra Prusty
  • Published: Saturday, 22 April 2023
  • Updated: 22 April 2023, 04:03 PM IST

News Highlights

  • ଆମ ଗ୍ରହକୁ କ’ଣ ଆମ ବ୍ୟତିତ ଅନ୍ୟ କେହି ଆସି ବଂଚାଇପାରିବ?
  • ଧ୍ୱଂସାଭିମୁଖୀ ପୃଥିବୀକୁ ବଞ୍ଚାଇବାର ସହଜ ଓ ସରଳ ଉପାୟ କ’ଣ?
  • ଧରିତ୍ରୀ ବା ପୃଥିବୀ ଆମର ମା’ ହେଲେ ମା’କୁ ସୁସ୍ଥ ସବଳ ଭାବେ ବଂଚାଇ ରଖିବା କାହାର କର୍ତ୍ତବ୍ୟ?

ହଁ, ଗୋଟେ ପୁସ୍ତକ ମଧ୍ୟ ଗୋଟେ ବିପ୍ଳବକୁ ଜନ୍ମ ଦେଇପାରେ। ୧୯୬୨ରେ ପ୍ରକାଶିତ ରେଚେଲ କାର୍ସନଙ୍କ ଦ୍ୱାରା ଲିଖିତ ‘ସାଇଲେଣ୍ଟ ସ୍ପ୍ରିଙ୍ଗ’ (ନୀରବ ବସନ୍ତ) ସେହିପରି ଗୋଟିଏ ପୁସ୍ତକ। ରେଚେଲ କାର୍ସନଙ୍କୁ ବିଂଶ ଶତାବ୍ଦୀର ସର୍ବୋତ୍ତମ ପ୍ରକୃତି ଲେଖକ ରୂପେ ଗ୍ରହଣ କରାଯାଇଥାଏ ଓ ୨୦୦୬ରେ ‘ଡିସକଭର’ ପତ୍ରିକା ଦ୍ୱାରା ‘ସାଇଲେଣ୍ଟ ସ୍ପ୍ରିଙ୍ଗ’ ବହିଟିକୁ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ୨୫ଟି ବିଜ୍ଞାନ ବହି ଭିତରେ ସ୍ଥାନିତ କରାଯାଇଛି। ମଣିଷ ଅହରହ ଭାବେ ପ୍ରକୃତି ଉପରେ କରିଚାଲିଥିବା ଅବିଚାରିତ ଅତ୍ୟାଚାରର କିଭଳି କୁପରିଣାମ ଦେଖିବାକୁ ମିଳିପାରେ, ତାହା ହିଁ ହେଉଛି ଏହି ପୁସ୍ତକର ମୂଳ ବିଷୟବସ୍ତୁ। କୀଟନାଶକ ଔଷଧଗୁଡ଼ିକର ପ୍ରୟୋଗ ଦ୍ୱାରା ପରିବେଶର ଯେଉଁ ବ୍ୟାପକ କ୍ଷତି ସାଧିତ ହେଉଛି ସେ ସମ୍ପର୍କରେ ଲେଖିକା ଦୃଢ଼ ଭାବେ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ। ପୁସ୍ତକଟି ପ୍ରକାଶ ପାଇବାର ଅଳ୍ପ ଦିନ ମଧ୍ୟରେ ୨୪ଟି ଦେଶରେ ଏହା ପାଠକୀୟ ଆଦୃତି ଲାଭ କରି ୫ ଲକ୍ଷରୁ ବି ବେଶି ବହି ବିକ୍ରି ହୋଇଯାଇଥିଲା। କେବଳ ସେତିକି ନୁହେଁ ଏହା ଜୀବଜନ୍ତୁ, ପରିବେଶ ଏବଂ ପ୍ରଦୂଷଣ ଓ ଜନସ୍ୱାସ୍ଥ୍ୟ ମଧ୍ୟରେ ଥିବା ବିକଟ ସମ୍ପର୍କ ସମ୍ୱନ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବାରେ ଏକ ବଡ଼ ଭୂମିକା ନିର୍ବାହ କରିଥିଲା। ବସ୍ତୁତଃ, ପରିବେଶ ସଂକ୍ରାନ୍ତୀୟ ଆନ୍ଦୋଳନର ମୂଳଦୁଆ ପକାଇବାରେ ସାହାଯ୍ୟ କରି ଏକ ବିପ୍ଳବର ଜନ୍ମ ଦେଇଥିଲା ଏହି ବହିଟି। କ୍ରମଶଃ ବିଭିନ୍ନ ଦେଶରେ ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ପରିବେଶ ସୁରକ୍ଷାକୁ ନେଇ ବିମର୍ଶ ବୃଦ୍ଧି ପାଇଲା।

‘ଆମେ ଆମ ଗ୍ରହକୁ ବାସୋପଯୋଗୀ କରି ରଖିପାରିବା ତ?’– ଏହି ଆଶଙ୍କାଟି ହିଁ ୧୯୬୯ରେ ଅନୁଷ୍ଠିତ ୟୁନିସେଫ ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା। ଏହି ସମ୍ମିଳନୀରେ ଶାନ୍ତିପ୍ରତିଷ୍ଠା କ୍ଷେତ୍ରରେ କାର୍ଯ୍ୟରତ ଜନ ମ୍ୟାକକନେଲ ପ୍ରଥମେ ‘ଆର୍ଥ ଡେ’ ପାଳନ କରାଯିବା ଲାଗି ପ୍ରସ୍ତାବ ଆଗତ କରିଥିଲେ। ତେବେ ଏପ୍ରିଲ ୨୨, ୧୯୭୦ରେ ଆମେରିକାରେ ସିନେଟର ଗେଲର୍ଡ ନେଲସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ଡେନିସ ହୟେସ ଓ ଅନ୍ୟମାନଙ୍କ ସହ ମିଶି ପ୍ରଥମ ଧରିତ୍ରୀ ଦିବସ (ଆର୍ଥ ଡେ) ପାଳନ କରିଥିଲେ। ଏହା ପରେ ସେଠାରେ ‘ୟୁଏସ ଏନଭାଇରନମେଣ୍ଟ ପ୍ରୋଟେକ୍ସନ ଏଜେନ୍ସି’ର ପ୍ରତିଷ୍ଠା ହେଲା ଓ ତତସହିତ ପରିବେଶ ସମ୍ୱନ୍ଧୀୟ ଅନେକ ଆଇନ ପ୍ରଣୟନର ବାଟ ଫିଟିଗଲା। ୧୯୯୦ରେ ସାରା ବିଶ୍ୱର ୧୪୧ଟି ଦେଶ ପ୍ରଥମ ଥର ପାଇଁ ‘ଆର୍ଥ ଡେ’ ପାଳନ କରିବାକୁ ଆଗେଇ ଆସିଲେ। ଫଳରେ ବ୍ରାଜିଲର ରିଓ ଡ଼ି ଜେନେରୋଠାରେ ଜାତିସଂଘ ତରଫରୁ ୧୯୯୨ରେ ଏକ ‘ଆର୍ଥ ସମ୍ମିଟ’ ଆହୂତ ହେଲା। ନୂତନ ଶତାବ୍ଦୀର ଆଗମନ ସହିତ କ୍ରମଶଃ ପରିବେଶ ସଂକ୍ରାନ୍ତୀୟ ବିମର୍ଶରେ ବୈଶ୍ୱିକ ଉଷ୍ଣତା (ଗ୍ଲୋବାଲ ୱାର୍ମିଂ) ଓ ସ୍ୱଚ୍ଛ ଶକ୍ତି (କ୍ଲିନ ଏନର୍ଜି)ର ବ୍ୟବହାର ଭଳି ବିଷୟଗୁଡ଼ିକ ପ୍ରମୁଖତା ହାସଲ କରିବାକୁ ଲାଗିଲା। ଏଣିକି ପ୍ରତିବର୍ଷ ଏପ୍ରିଲ ୨୨ ଦିନଟି ସାରା ବିଶ୍ୱରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ଦ୍ୱାରା ‘ଧରିତ୍ରୀ ଦିବସ’ (ଆର୍ଥ ଡେ) ରୂପେ ପାଳିତ ହେଉଛି, ଯଦ୍ଦ୍ୱାରା ପ୍ରକୃତି ପ୍ରତି ମଣିଷର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ପାଇଁ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବା ଲାଗି ଚାପ ସୃଷ୍ଟି କରିହେଉଛି। ଫଳରେ ଅନ୍ତର୍ଜାତୀୟ, ଜାତୀୟ ତଥା ଆଞ୍ଚଳିକ ସ୍ତରରେ ପ୍ରଚଳିତ ନୀତିରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ତେବେ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷୟକ୍ଷତି ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାରୁ ପରିବେଶ ସୁରକ୍ଷାକୁ ନେଇ ଲୋକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଥିବାରୁ ଧରିତ୍ରୀ ଦିବସ ପାଳନର ପ୍ରାସଙ୍ଗିକତା ଆଗ ଅପେକ୍ଷା ଏବେ ଯଥେଷ୍ଟ ବଢ଼ିଯାଇଛି। ପ୍ରତିବର୍ଷ ଧରିତ୍ରୀ ଦିବସ ପାଳନ ଅବସରରେ ଏକ ନିର୍ଦ୍ଦିଷ୍ଟ ବିଷୟ (ଥିମ୍) ଉପରେ ଗୁରୁତ୍ୱ ଦିଆଯାଉଛି।

ପରିବେଶ ସଂରକ୍ଷଣକୁ ଧ୍ୟାନରେ ରଖି ଅନ୍ତର୍ଜାତୀୟ ସ୍ତରରେ ଏକଜୁଟ ହୋଇ କାମ କରିବା ଲାଗି ଭାରତ ସମେତ ସମଗ୍ର ବିଶ୍ୱର ୧୯୫ଟି ଦେଶର କୋଟି କୋଟି ଲୋକ ୨୦୨୩ରେ ଆଗ୍ରହ ଓ ଉଲ୍ଲାସର ସହିତ ‘ବିଶ୍ୱ ଧରିତ୍ରୀ ଦିବସ’ ପାଳନ କରୁଛନ୍ତି। ଏଥର ଧରିତ୍ରୀ ଦିବସର ବିଷୟବସ୍ତୁ – ‘ଆମ ଗ୍ରହରେ ବିନିଯୋଗ କର (ଇନଭେଷ୍ଟ ଇନ ଆୱାର ପ୍ଲାନେଟ)।’ ଏକ ସମ଼ୃଦ୍ଧିଶାଳୀ ଭବିଷ୍ୟତ ଗଠନ ପାଇଁ ଆମକୁ ଆମ ସମୟ, ସମ୍ୱଳ ଓ ଶକ୍ତିକୁ ଜଳବାୟୁ ପରିବର୍ତ୍ତନ ତଥା ଅନ୍ୟାନ୍ୟ ପରିବେଶ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ବିନିଯୋଗ କରିବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଆମ ଗ୍ରହରେ ବିନିଯୋଗ କଲେ ହିଁ ତାହା ସାରା ବିଶ୍ୱରେ ଏକ ସୁସ୍ଥ, ସୁଖୀ ଓ ବାସ୍ତବ ଅର୍ଥରେ ସମୃଦ୍ଧିଶାଳୀ ଜୀବନ ଧାରଣ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇପାରିବ ବୋଲି ବିଶ୍ୱାସ। ଏହି ବିନିଯୋଗ ବ୍ୟକ୍ତିଗତ, ଗୋଷ୍ଠୀଗତ, ରାଷ୍ଟ୍ରୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ଭାବେ ହୋଇପାରିବ।

ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ ଯେଉଁ କାମଗୁଡ଼ିକୁ କରିହେବ ସେଗୁଡ଼ିକ ମଧ୍ୟରେ ବୃକ୍ଷରୋପଣ ଏକ ପ୍ରମୁଖ କାର୍ଯ୍ୟ। ଜଳବାୟୁ ପରିବର୍ତ୍ତନ ଓ ପରିବେଶର ଦ୍ରୁତ ଅବକ୍ଷୟକୁ ରୋକିବା ପାଇଁ ଅଧିକ ଦ୍ରୁତ ଗତିରେ ବୃକ୍ଷରୋପଣ କରାଯିବା ଜରୁରୀ। ବିଶେଷ କରି ଜଳବାୟୁ ପରିବର୍ତ୍ତନ ଜନିତ କାରଣରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଓ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ବୃକ୍ଷରୋପଣକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ, ଯେଉଁଥିରେ ଗୋଷ୍ଠୀଗତ ଭାବେ ଏକ ବଡ଼ ଭୂମିକା ନିର୍ବାହ କରିହେବ। ସେହିପରି ପ୍ଲାଷ୍ଟିକ ପ୍ରଦୂଷଣ ବର୍ତ୍ତମାନ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। ଏହା କେବଳ ପରିବେଶ ପ୍ରତି କ୍ଷତି ପହଞ୍ଚାଉଛି ତାହା ନୁହେଁ, ଏହା ସିଧାସଳଖ ଆମ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ଋୂପେ ଦେଖାଦେଇଛି। ଆମ ଜାଣତ ଓ ଆଜାଣତରେ ଆମେ ଏହି ସମସ୍ୟାଟିକୁ ଏକ ବଡ଼ ସମସ୍ୟାରେ ପରିବର୍ତ୍ତନ କରି ଦେଇଛନ୍ତି ଓ ସେଥିପାଇଁ ଆମେ ସମସ୍ତେ ଊଣା ଅଧିକେ ଦାୟୀ। ତେବେ ପ୍ଲାଷ୍ଟିକ ପ୍ରଦୂଷଣର ମୂଳୋତ୍ପାଟନ କରିବା ପୂର୍ବରୁ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ହେଉଛି ପ୍ରଥମ ଆବଶ୍ୟକତା। ତେଣୁ ବ୍ୟକ୍ତିଗତ ଓ ପରିବାର ସ୍ତରରେ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରର ଗଣନା କରାଯାଇ ବାସ୍ତବ ସ୍ଥିତି ଜାଣିଲା ପରେ ତାକୁ କମ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହଜ ହେବ। ପୋଷାକ ଓ ଅନ୍ୟାନ୍ୟ ପ୍ରଚଳିତ ଆଧୁନିକ ଫ୍ୟାଶନ ସାମଗ୍ରୀ ଶିଳ୍ପରେ ଯେଉଁ ପରିମାଣରେ ବର୍ଜ୍ୟବସ୍ତୁ ଉଦଗତ ହେଉଛି ତାହା ମୃତ୍ତିକା, ଜଳ, ବାୟୁକୁ ପ୍ରଦୂଷିତ କରି ଆମ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ଏବର ଆବଶ୍ୟକତା ହେଉଛି ପରିପୋଷଣୀୟ (ସସଟେନେବଲ) ଫ୍ୟାଶନକୁ ବହୁଳ ଭାବେ ଆଦରି ବର୍ଜ୍ୟବସ୍ତୁର ଉଦଗମନକୁ ହ୍ରାସ କରିବା। ପରିପୋଷଣୀୟ ବା ତିଷ୍ଠକ୍ଷମ ଫ୍ୟାଶନ କହିଲେ ଏପରି ଏକ ପୋଷାକ ଯୋଗାଣ ବ୍ୟବସ୍ଥା ଯାହା ଉଭୟ ପରିବେଶ ଓ ସାମାଜିକ ଦାୟିତ୍ୱ ପ୍ରତି ଦାୟବଦ୍ଧ। ପରିବେଶ ସଂରକ୍ଷଣର ପକ୍ଷ ସମର୍ଥନ କରି ଛାତ୍ରଙ୍କଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସଚେତନତା ବୃଦ୍ଧି କରିବା ସହ ସେମାନଙ୍କୁ ଏଥି ପ୍ରତି ପ୍ରେରିତ କରିବା ଲାଗି ମଧ୍ୟ ବିଭିନ୍ନ ସ୍ତରରେ ଉଦ୍ୟମ ହୋଇପାରିବ।

ଏକ ସୁସ୍ଥ ଅର୍ଥନୈତିକ ବ୍ୟବସ୍ଥାର ନିର୍ମାଣ ଉପରେ ଏଥରର ଧରିତ୍ରୀ ଦିବସ ଗୁରୁତ୍ୱ ଆରୋପ କରିଛି। ଯେ କୌଣସି ଉପାୟରେ ଲାଭ କରିବା ବା ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ବା ବିକଶିତ ହେବା ପାଇଁ ପ୍ରୟାସ କରିବା କୌଣସି କମ୍ପାନୀ ବା ରାଷ୍ଟ୍ର ପକ୍ଷରେ ଆଭିମୁଖ୍ୟ ହୋଇନପାରେ। ପରିବେଶର ବ୍ୟାପକ କ୍ଷତି କରି ହେଉଥିବା ସେଭଳି ବିକାଶ ଦୀର୍ଘସ୍ଥାୟୀ ହୋଇନଥାଏ। ତେଣୁ ନିରନ୍ତର ବିକାଶକୁ ହାସଲ କରିପାରିଲେ ତାହା ଉଭୟ ବ୍ୟବସାୟ ଓ ମାନବ ସମାଜର ସମୃଦ୍ଧିକୁ ସୁନିଶ୍ଚିତ କରିପାରିଥାଏ। କିଛି କମ୍ପାନୀ ପରିବେଶର କ୍ଷତି ନ କରି ପାରିବେଶିକ, ସାମାଜିକ ଓ ଶାସନବିଧି (ଏନଭାଇରନମେଣ୍ଟ ସୋସିଆଲ ଆଣ୍ଡ ଗଭର୍ଣ୍ଣାନ୍ସ - ଇଏସଜି) ମାନଦଣ୍ଡଗୁଡ଼ିକର ଅନୁପାଳନ କରି ମଧ୍ୟ ଉନ୍ନତ ଆର୍ଥିକ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ କର୍ମଚାରୀଙ୍କୁ ସନ୍ତୁଷ୍ଟ ରଖିବାକୁ ସକ୍ଷମ ହେଉଛନ୍ତି। ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଆଗରେ ପରିବେଶ ସୁରକ୍ଷାକୁ ଅଣଦେଖା କରି କେବଳ ଲାଭ ଉଦ୍ଦେଶ୍ୟରେ ବ୍ୟବସାୟ କରିବା ଆଉ ଏକ ବିକଳ୍ପ ହୋଇ ରହିନାହିଁ। କାରଣ ସେମାନେ ପରିବେଶ ଅନୁକୂଳ ବ୍ୟବସାୟ କରିବା ଲାଗି ଅଭ୍ୟସ୍ତ ନ ହେଲେ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷୟକ୍ଷତି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରି ସମସ୍ତଙ୍କୁ ପ୍ରଭାବିତ କରିବ ଓ ଲାଭ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟ ସେଥିରୁ ବାଦ ପଡ଼ିବେ ନାହିଁ। ଇଏସଜି ମାନଦଣ୍ଡକୁ ଅନୁସରଣ କରୁଥିବା କମ୍ପାନୀଗୁଡ଼ିକ ଓ ସେହି ସବୁ କମ୍ପାନୀରେ ନିବେଶ କରୁଥିବା ନିବେଶକମାନେ ମଧ୍ୟ ଏ ବାବଦରେ ହେଉଥିବା ବ୍ୟୟକୁ ଏକ ଅତିରିକ୍ତ ବୋଝ ରୂପେ ଗ୍ରହଣ ନ କରି ଏକ ନୂତନ ଆହ୍ୱାନ ରୂପେ ଗ୍ରହଣ କରି ପଦକ୍ଷେପ ନେବାକୁ ଆଗଭର ହେଉଥିବା ବେଳେ ନିମ୍ନ କେତୋଟି ଦିଗ ପ୍ରତି ଗୁରୁତ୍ୱ ଦେଇଥାନ୍ତି। ପ୍ରଦୂଷଣ, ଜୈବ ବିବିଧତା, ଅଙ୍ଗାରକାମ୍ଳ ନିର୍ଗମନ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ପଦର ବ୍ୟବହାର ଭଳି ଭୌତିକ ଓ ପ୍ରାକୃତିକ ପରିବେଶଗତ ପ୍ରସଙ୍ଗଗୁଡ଼ିକର ବାସ୍ତବ ଓ ସମ୍ଭାବିତ ପ୍ରଭାବ ଆକଳନ କରି ଉଚିତ ପଦକ୍ଷେପ ନେବା। ଆଖପାଖର ଗ୍ରାମବାସୀ ତଥା କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା, ଯୋଗାଣ ବ୍ୟବସ୍ଥା ଆଦି ସାମାଜିକ ପ୍ରସଙ୍ଗଗୁଡ଼ିକର ବାସ୍ତବ ଓ ସମ୍ଭାବିତ ପ୍ରଭାବ ଆକଳନ କରି ଉଚିତ ପଦକ୍ଷେପ ନେବା। କମ୍ପାନୀଗୁଡ଼ିକର ପରିଚାଳନା ଓ ପ୍ରକ୍ରିୟାରେ ସ୍ୱଚ୍ଛତା ରହିବା ସହ ନୀତି ନିର୍ଦ୍ଧାରଣ ସମୟରେ ସେଗୁଡ଼ିକ ପରିବେଶ ଓ ସାମାଜିକ ନୀତି ଓ ପ୍ରକ୍ରିୟାଗୁଡ଼ିକର ଅନୁପାଳନ କରିଥାଆନ୍ତି। କମ୍ପାନୀଗୁଡ଼ିକ ଦ୍ୱାରା ଇଏସଜି ମାନଦଣ୍ଡର ଅନୁପାଳନ ଉପରେ ରାଷ୍ଟ୍ର ତଥା ଜନସାଧାରଣଙ୍କ ସଜାଗ ଦୃଷ୍ଟି ନିବଦ୍ଧ ରହିଲେ ତାହା ପରିବେଶ ସଂରକ୍ଷଣକୁ ସୁନିଶ୍ଚିତ କରିବା ସହ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଦୀର୍ଘମିଆଦି ଲାଭ ପ୍ରଦାନ କରିଥାଏ।

ପ୍ରତିଟି ଦିନ ଧରିତ୍ରୀ କଥା ଭାବିବାର ଦିନ ହେବା ଆଶା କରାଯାଏ। କାରଣ ଧରିତ୍ରୀ ତା’ ବାସ୍ତବ ଅବସ୍ଥା ଓ ସ୍ୱରୂପରେ ତିଷ୍ଠି ରହିଲେ ଯାଇ ସେଥିରେ ଜୀବନ ଧାରଣ ନିର୍ବିଘ୍ନରେ ସମ୍ଭବ ହେବ। ତେଣୁ ପରିବେଶ ପ୍ରଦୂଷିତ ହୋଇ ଧରିତ୍ରୀ ଯେପରି ଅଧିକ ଧ୍ୱଂସାଭିମୁଖୀ ନ ହୁଏ ସେଥିପାଇଁ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ରାଷ୍ଟ୍ର ପର୍ଯ୍ୟନ୍ତ ପ୍ରତ୍ୟେକେ ନିଜ ନିଜ ସ୍ତରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। କିନ୍ତୁ, ଉଭୟ ଉତ୍ତର ଓ ଦକ୍ଷିଣ ମେରୁର ଯାତ୍ରା କରିଥିବା ପ୍ରଖ୍ୟାତ ଅନୁସନ୍ଧାନକାରୀ ରବର୍ଟ ସ୍ୱାନ ୧୯୮୬ରେ ତାଙ୍କର ମତ ଦେଇଥିଲେ, “ଆଉ କେହି ଜଣେ ଆମ ଗ୍ରହକୁ ବଞ୍ଚାଇବ ବୋଲି ବିଶ୍ୱାସଟି ହିଁ ଆମ ଗ୍ରହ ପ୍ରତି ସବୁଠାରୁ ବଡ଼ ବିପଦ”। ଅର୍ଥାତ୍ ଆମ ଗ୍ରହକୁ ରକ୍ଷା କରିବା ଲାଗି ବାହାରୁ କେହି ଆସିବେ ନାହିଁ ଓ ଆମକୁ ହିଁ ସେହି ଦାୟିତ୍ୱଟିକୁ ବହନ କରିବାକୁ ହେବ। ମାଟିକୁ ତ ଆମେ ମାଆ ବୋଲି କହନ୍ତି, ହେଲେ ସେହି ମାଟି ମାଆ ଧରିତ୍ରୀର ସ୍ୱାସ୍ଥ୍ୟର କଥା କେତେ ଗମ୍ଭୀରତାର ସହ ଅବା ଚିନ୍ତା କରନ୍ତି? ପରିବେଶକୁ ନେଇ ସ୍ଥିତି ଦିନକୁ ଦିନ ଅଧିକ ବିଗୁଡ଼ୁଛି ଓ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯିବାକୁ ଦେବା ନିଶ୍ଚିତ ଭାବେ ଆତ୍ମଘାତୀ ହେବ। ସେଥିପାଇଁ କିଛି ନ ହେଲେ ବି ଧରିତ୍ରୀ କଥା ଭାବିବା ଲାଗି ଆମକୁ ଦିନଟିଏ ବା କିଛି ମୁହୂର୍ତ୍ତ ଅନ୍ତତଃ କାଢ଼ିବାକୁ ହେବ। ଆଉ ସେହି ଦିନଟି ଆଜିର ଦିନ ‘ଧରିତ୍ରୀ ଦିବସ’ (ଏପ୍ରିଲ ୨୨) ହେଉ।

ସରଳ କୁମାର ଦାସ

ଭୁବନେଶ୍ଵର, ମୋ- ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story