ରାଜନୀତିକ ସମୀକରଣ ବଦଳାଇବ ଓବିସି ପ୍ରସଂଗ?

ଏହି କମିଶନ ଘରକୁ ଘର ବୁଲି ଜାତି ଗଣନା ଓ ସାମାଜିକ, ଆର୍ଥିକ ତଥ୍ୟ ସଂଗ୍ରହ ନକରି ଯେଉଁମାନେ ନିଜ ପକ୍ଷରୁ ଆସି ତଥ୍ୟ ପ୍ରଦାନ କରିବେ ତାହାକୁ ନେଇ ରାଜ୍ୟରେ ଜାତି ଜନଗଣନା କରାଯାଇଛି ବୋଲି ଦାବି କରିବେ। କିନ୍ତୁ ବିହାର ରାଜ୍ୟରେ ଜାତି ଗଣନା କାର୍ଯ୍ୟ ଘରକୁ ଘର ବୁଲି କରିବା ପାଇଁ ବିହାର ସରକାର ସ୍ୱତନ୍ତ୍ର ଭାବରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହି କାର୍ଯ୍ୟ ସେଠାରେ ଏବେ ଦ୍ରୁତ ଗତିରେ ଚାଲିଛି। କିନ୍ତୁ ଓଡ଼ିଶା ଓବିସି କମିଶନ ଯାହା କରୁଛି ସେଥିରେ ପ୍ରକୃତ ଜନସଂଖ୍ୟା ଓ ସମସ୍ତ ତଥ୍ୟ ପ୍ରକାଶ ପାଇବା ସମ୍ଭାବନା ନାହିଁ।

Odisha OBC Commission

Odisha OBC Commission

Debendra Prusty
  • Published: Tuesday, 21 March 2023
  • Updated: 21 March 2023, 03:46 PM IST

News Highlights

  • ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶାର ପଛୁଆ ବର୍ଗ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରହିଛନ୍ତି।
  • ଆଦିବାସୀ, ଦଳିତ ଓ ପଛୁଆ ବର୍ଗଙ୍କ ଅନଗ୍ରସରତା ପାଇଁ ସରକାରଙ୍କ ଅନାଗ୍ରହ ଦାୟୀ ନୁହେଁ କି?
  • ୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ପୁଣି ଥରେ ସଂଗଠିତ ହେବ କି ପଛୁଆ ବର୍ଗ ଆନ୍ଦୋଳନ?

Sports

Latest News

ଜାତୀୟ ସ୍ତରରେ ୧୯୯୦ରୁ ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ ଆଦେଶକୁ ନେଇ ସେତେବେଳେ ରାଜ୍ୟରେ ମଣ୍ଡଳ ବିରୋଧୀ ଛାତ୍ର ଆନ୍ଦୋଳନ ହୋଇଥିଲା। କିନ୍ତୁ ମଣ୍ଡଳ କମିଶନର ବାସ୍ତବତାକୁ ଉପଲବ୍ଧି କରିବା ପରେ ଏବଂ ସୁପ୍ରିମକୋର୍ଟ ମଣ୍ଡଳ ସୁପାରିସର ବୈଧତାକୁ ସ୍ୱୀକାର କରିବା ପରେ ସାରା ଦେଶରେ ଓବିସି ସଂରକ୍ଷଣର ବାସ୍ତବତା ଉପରେ ଏକ ବଡ଼ ଧରଣର ସାମାଜିକ ଆନ୍ଦୋଳନ ଜନ୍ମ ନେଇଥିଲା। କେନ୍ଦ୍ର ସରକାର ନରସିଂହ ରାଓଙ୍କ ସରକାର ସମୟରୁ ଚାକିରି କ୍ଷେତ୍ରରେ ଓବିସି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ଆରମ୍ଭ କରିଥିଲେ ମଧ୍ୟ ଶିକ୍ଷା ଓ ଅନ୍ୟ ସବୁ କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ ପରେ ଅଧିକାଂଶ ରାଜ୍ୟମାନଙ୍କରେ ପଛୁଆବର୍ଗ ରାଜନୀତି ଜୋରଦାର ହୋଇଛି ଓ ସବୁ ରାଜ୍ୟରେ ଧୀରେ ଧୀରେ ଚାକିରି ସହିତ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ସଂପ୍ରସାରିତ ହୋଇଛି।

ଆଶ୍ଚର୍ଯ୍ୟର କଥା ଭାରତବର୍ଷର ଅନ୍ୟ ରାଜ୍ୟରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲେ ବି ଏବଂ ଓଡ଼ିଶାରେ ପଛୁଆବର୍ଗଙ୍କ ସଂଖ୍ୟା ଶତକଡ଼ା ୫୦ ଭାଗ ଉପରେ ଥିଲେ ମଧ୍ୟ ସର୍ବୋଚ୍ଚ ସଂରକ୍ଷଣ ସୀମା ୫୦ ଭାଗ ଅତିକ୍ରମ କରିବ ନାହିଁ ବୋଲି ଏକ ଧାରଣା ସୃଷ୍ଟି କରାଯାଇ ଓବିସି ବର୍ଗ ନିମନ୍ତେ ସଂରକ୍ଷଣ ସୁବିଧା ସଂକୁଚିତ କରାଯାଇଛି। ଏପରିକି ଜାତୀୟ ସ୍ତର ପରି ଓଡ଼ିଶାରେ ଓବିସିମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ୨୭ ଭାଗ କରାଯିବା ପରେ ୨୦୦୭-୦୮ରେ ଟ୍ରିବ୍ୟୁନାଲର ଏକ ରାୟ ଯାହାକୁ ହାଇକୋର୍ଟ ମଧ୍ୟ କାଏମ୍ କରିଦେଲେ, ସେଥିରେ ଓବିସି ବର୍ଗଙ୍କ ପାଇଁ ଚାକିରି ସଂରକ୍ଷଣ ସୁବିଧା ଶତକଡ଼ା ୧୧.୫ ଭାଗକୁ ସଂକୁଚିତ ହୋଇଯାଇଛି। ଏହାକୁ କାରଣ ଦର୍ଶାଇ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସିମାନଙ୍କ ପାଇଁ କୌଣସି ସଂରକ୍ଷଣ ସୁବିଧା ରଖାଗଲା ନାହିଁ।

ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିର ସଂଖ୍ୟା ପ୍ରାୟ ୩୯ ଭାଗ ଥିବାରୁ ୫୦ ଭାଗ ସ୍ଥାନ ସଂରକ୍ଷଣ ସୀମା ନଟପିବା ପାଇଁ ଓବିସି ନିମନ୍ତେ ମାତ୍ର ଶତକଡ଼ା ୧୧.୫ ଭାଗର ଯେଉଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ତାହା ସିଧାସଳଖ ଭାବରେ ପଛୁଆ ବର୍ଗଙ୍କ ପ୍ରତି ଅପମାନ। ସେମାନେ ଯେଉଁ ସାମ୍ବିଧାନିକ ଅଧିକାର ପାଇବା ପାଇଁ ହକଦାର୍ ତାହା ସେମାନେ ଓଡ଼ିଶାରେ ପାଉନାହାନ୍ତି। କେବଳ ସେତିକି ନୁହେଁ, ଓଡ଼ିଶାରେ ପଛୁଆ ବର୍ଗଙ୍କ ସଂଖ୍ୟା ଶତକଡ଼ା ୫୨ ଭାଗ ଥିବାରୁ ଏମାନଙ୍କ ଭିତରେ କେଉଁମାନେ ଅତ୍ୟଧିକ ପଛୁଆ, ତାହା ନିର୍ଣ୍ଣୟ କରିବାର ଆବଶ୍ୟକତା ରହିଛି। କିନ୍ତୁ ଯେଉଁ ରାଜ୍ୟରେ ପଛୁଆ ବର୍ଗଙ୍କ ସଂକ୍ରାନ୍ତରେ ଜନସଂଖ୍ୟା ଆଧାରିତ ସର୍ବଶେଷ ତଥ୍ୟ ନାହିଁ, ସେଠାରେ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ଜାତି ଜନଗଣନା କରିବାର ଜରୁରୀ ଆବଶ୍ୟକତା ରହିଛି।

ଓଡ଼ିଶାର ବିଜୁ ଜନତା ଦଳ ସରକାର ଜାତି ଗଣନା ସପକ୍ଷରେ ମତ ପ୍ରକାଶ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ରାଜି ହେଉନଥିବାରୁ ସେମାନଙ୍କର ଦାୟିତ୍ୱ ଚାଲିଯାଇଛି ବୋଲି ଏକ ଧାରଣା ସୃଷ୍ଟି କରିଥିଲେ। କିନ୍ତୁ ପଛୁଆ ବର୍ଗର ବାରମ୍ବାର ଦାବି ଫଳରେ ଓ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ପାଇଁ କୌଣସି ସଂରକ୍ଷଣ ସୁବିଧା ନମିଳିବା ଫଳରେ ରାଜ୍ୟ ସରକାର ପଛୁଆ ବର୍ଗର ଶିକ୍ଷା ଓ ଆର୍ଥିକ ସାମାଜିକ ସ୍ଥିତିର ହିସାବ ପାଇଁ ଏକ କମିଶନ ଗଠନ କରିଛନ୍ତି। ଏହି କମିଶନ ଏବେ ବିଜ୍ଞପ୍ତି ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକରେ ରାସନ୍ କାର୍ଡ ଥିବା ବ୍ୟକ୍ତିମାନଙ୍କୁ ଆଧାର ନମ୍ବର ସହିତ ପହଂଚି ସେମାନଙ୍କର ତଥ୍ୟ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ଅର୍ଥାତ୍ ଏହି କମିଶନ ଘରକୁ ଘର ବୁଲି ଜାତି ଗଣନା ଓ ସାମାଜିକ, ଆର୍ଥିକ ତଥ୍ୟ ସଂଗ୍ରହ ନକରି ଯେଉଁମାନେ ନିଜ ପକ୍ଷରୁ ଆସି ତଥ୍ୟ ପ୍ରଦାନ କରିବେ ତାହାକୁ ନେଇ ରାଜ୍ୟରେ ଜାତି ଜନଗଣନା କରାଯାଇଛି ବୋଲି ଦାବି କରିବେ। କିନ୍ତୁ ବିହାର ରାଜ୍ୟରେ ଜାତି ଗଣନା କାର୍ଯ୍ୟ ଘରକୁ ଘର ବୁଲି କରିବା ପାଇଁ ବିହାର ସରକାର ସ୍ୱତନ୍ତ୍ର ଭାବରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହି କାର୍ଯ୍ୟ ସେଠାରେ ଏବେ ଦ୍ରୁତ ଗତିରେ ଚାଲିଛି। କିନ୍ତୁ ଓଡ଼ିଶା ଓବିସି କମିଶନ ଯାହା କରୁଛି ସେଥିରେ ପ୍ରକୃତ ଜନସଂଖ୍ୟା ଓ ସମସ୍ତ ତଥ୍ୟ ପ୍ରକାଶ ପାଇବା ସମ୍ଭାବନା ନାହିଁ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ସଂପର୍କରେ ମତ ପ୍ରକାଶ କରିଛନ୍ତି।

ଓଡ଼ିଶାରେ ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ଥିବା ଦାବି କରାଯାଉଥିଲେ ମଧ୍ୟ ବାସ୍ତବରେ ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ଆୟଠାରୁ ବହୁ ପଛରେ ରହିଛି। ଯେହେତୁ ଓଡ଼ିଶାର ୬୦ ଭାଗ ଲୋକ ଚାଷୀ ଓ ଆଦିବାସୀ ଦଳିତମାନଙ୍କ ସଂଖ୍ୟା ଶତକଡ଼ା ୩୯ ଭାଗ ଏବଂ ଏହି ଶ୍ରେଣୀର ଲୋକମାନେ ଅତି ଦରିଦ୍ର ଅବସ୍ଥାରେ ଅଛନ୍ତି, ସେହେତୁ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ଆୟଠାରୁ ଏହି ଗୋଷ୍ଠୀମାନଙ୍କର ଆୟ ଯଥେଷ୍ଟ କମ୍। ଖଣି ଶିଳ୍ପ ଦ୍ୱାରା ଓଡ଼ିଶାରେ ଯେଉଁ ପ୍ରଗତି ହୋଇଛି ତାହା ଉପର ସ୍ତରର ଲୋକମାନେ ମାଡ଼ି ବସିଛନ୍ତି। କିନ୍ତୁ ଯେଉଁ ଖଣିଜ ସଂପଦ ଉପରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ ହଜାର ହଜାର ବର୍ଷ ଧରି ରହିଛନ୍ତି, ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଛି। ବାସ୍ତବିକ, ଓଡ଼ିଶାରେ ପଛୁଆ ବର୍ଗର ଜନଗଣନା ସହିତ ଆଦିବାସୀ ଓ ଦଳିତ ଲୋକମାନଙ୍କର ଆର୍ଥିକ ଅବସ୍ଥା ସଂପର୍କରେ ଜରୁରୀ ତଥ୍ୟର ଆବଶ୍ୟକତା ରହିଛି। ସ୍ୱାଭାବିକ ଭାବରେ ୨୦୨୧ରେ ଜନଗଣନା ହୋଇଥିଲେ ଅନେକ ତଥ୍ୟ ସହିତ ଅନୁସୂଚିତ ଜାତି ଓ ଜନଜାତିର ଅଧିକାଂଶ ତଥ୍ୟ ପଦାକୁ ଆସିଥାନ୍ତା। କିନ୍ତୁ କରୋନା ଆଳରେ ଦୀର୍ଘ ୨ ବର୍ଷ ହେଲା ଜନଗଣନା କାର୍ଯ୍ୟ କରାଯାଇ ନାହିଁ।

କେନ୍ଦ୍ର ସରକାର ଉଚ୍ଚ ବର୍ଗର ଆର୍ଥିକ ଦୃଷ୍ଟିରୁ ପଛୁଆ ଲୋକମାନଙ୍କ ପାଇଁ ଶତକଡ଼ା ୧୦ ଭାଗ ସଂରକ୍ଷଣ ସୁବିଧା କରି ସମ୍ବିଧାନ ସଂଶୋଧନ କଲା ପରେ ଓଡ଼ିଶା ସରକାର ଏହି ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥାକୁ ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ କାର୍ଯ୍ୟକାରୀ କରିଛନ୍ତି। ଯଦିଓ ଓଡ଼ିଶାରେ ଏହି ଉଚ୍ଚବର୍ଗର ମୋଟ ଲୋକ ସଂଖ୍ୟା ଶତକଡ଼ା ୬ ଭାଗରୁ କମ୍। ସେମାନଙ୍କ ମଧ୍ୟରେ ଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ଶତକଡ଼ା ୧୦ ଭାଗ ସଂରକ୍ଷଣ ସୁବିଧା ୫୦ ଭାଗ ସୀମାକୁ ଅତିକ୍ରମ କରି ଯଦି ହୋଇପାରୁଛି, ତେବେ ଓଡ଼ିଶାର ୫୨ ଭାଗ ପଛୁଆବର୍ଗଙ୍କ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ କରିବାରେ କି ପ୍ରତିବନ୍ଧକ ରହିଛି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ। ରାଜ୍ୟ ସରକାର ଯଦି ରାଜ୍ୟର ସ୍ୱତନ୍ତ୍ର ପରିସ୍ଥିତି ବିଷୟରେ ସୁପ୍ରିମକୋର୍ଟରେ ଅବଗତ କରାଇଥାନ୍ତେ ତେବେ ମଣ୍ଡଳ କମିଶନ ସୁପାରିସକୁ ଗ୍ରହଣ କରିବା ସମୟରେ ଯେଉଁ ୫୦ ଭାଗ ସୀମା କଥା ରହିଥିଲା ସେଥିରେ ଅତି ସହଜରେ ବ୍ୟତିକ୍ରମ କରାଯାଇପାରିଥାନ୍ତା। କାରଣ ସୁପ୍ରିମକୋର୍ଟଙ୍କ ରାୟରେ ଏହି ସୁଯୋଗ ରହିଛି।

ଅସଲକଥା ହେଉଛି, ଓଡ଼ିଶାର ଯେଉଁ ଆର୍ଥିକ ପ୍ରଗତି ହାସଲ ହୋଇଛି ଓ ରାଜ୍ୟ ସରକାର ବଳକା ରାଜସ୍ୱର ଦାବି କରୁଛନ୍ତି ତାହା ପଛୁଆ ବର୍ଗ ସହିତ ଦଳିତ ଓ ଆଦିବାସୀମାନଙ୍କର କ୍ଷତି ସାଧନ କରି ହାସଲ ହୋଇଛି। ଏହି ବର୍ଗମାନଙ୍କୁ ସମାନ ଭାବରେ ପ୍ରଗତିର ସୁବିଧା ଦିଆଯାଇ ନାହିଁ। ଚାକିରି କ୍ଷେତ୍ରରେ ଓ ଶିକ୍ଷା କ୍ଷେତ୍ରରେ ଲୋକସଂଖ୍ୟା ଅନୁସାରେ ଏମାନେ ଯେଉଁ ସୁବିଧା ସରକାରୀ ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜରେ ପାଇବା କଥା, ତାହା ପାଇନାହାନ୍ତି। ଯେହେତୁ ଏହି ବର୍ଗର ଲୋକମାନଙ୍କ ହାତରେ ଆର୍ଥିକ ସମ୍ବଳ କମ୍ ରହିଛି, ତେଣୁ ଅଧିକ ଅର୍ଥ ଦେଇ ମେଡିକାଲ୍ ବା ଇଞ୍ଜିନିୟରିଂ ସିଟ୍ ଏମାନେ ହାସଲ କରିବା ସମ୍ଭବ ହେଉନାହିଁ। ଏହି ବର୍ଗର ଲୋକମାନେ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭରଶୀଳ ହେବା ପାଇଁ ସେମାନଙ୍କ ନିମନ୍ତେ ଥିବା ଫାଇନାନ୍ସ କର୍ପୋରେସନ୍ ବସ୍ତୁତଃ ରାଜ୍ୟରେ ଅକାମୀ ହୋଇପଡିଛି। ଯେଉଁ ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି, ସେହି ରାଜ୍ୟରେ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାୟ ୯୨ ଭାଗ ଲୋକମାନଙ୍କୁ ଉଦ୍ୟୋଗ ସ୍ଥାପନ ପାଇଁ ବିନା ସୁଧରେ କାହିଁକି ଋଣ ଦିଆଯିବ ନାହିଁ? ରାଜ୍ୟ ସରକାର ବଜେଟ୍ ବ୍ୟୟବରାଦ ବୃଦ୍ଧି କରୁଥିଲେ ମଧ୍ୟ ଏହି ସଂଖ୍ୟାଗରିଷ୍ଠ ଶ୍ରେଣୀ ପାଇଁ କୌଣସି ବ୍ୟୟବରାଦ ଉଦ୍ୟୋଗ କ୍ଷେତ୍ରରେ କରୁନାହାନ୍ତି।

ସେହି ଦୃଷ୍ଟିରୁ ଯେଉଁ ପଛୁଆବର୍ଗ ଆନ୍ଦୋଳନ ଓଡ଼ିଶାରେ ଗତ ୨୫ ବର୍ଷ ଭିତରେ ହୋଇପାରି ନାହିଁ। ଏବେ ତାହା ଓଡ଼ିଶାରେ ଆଗାମୀ ନିର୍ବାଚନ ପୂର୍ବରୁ ସଂଗଠିତ ହେବ ବୋଲି ଆଶଙ୍କା କରାଯାଉଛି। ଯଦି ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟ ଏହି ପଛୁଆ ବର୍ଗଙ୍କ ଆନେ୍ଦାଳନ ସହିତ ସାମିଲ ହୁଅନ୍ତି, ତେବେ ତାହା ଓଡ଼ିଶା ରାଜନୈତିକ ଚିନ୍ତାଧାରାକୁ ବଦଳାଇ ଦେଇପାରେ। ଏଥିରେ ଉଭୟ ବିଜେପି-ବିଜେଡିକୁ ବହୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କଲାବେଳେ ଜନସଂଖ୍ୟା ଆଧାରିତ ବ୍ୟବସ୍ଥା ଅନୁଯାୟୀ ପ୍ରାର୍ଥୀ ଦିଆଯାଉଛି କି ନାହିଁ, ତାହାକୁ ମଧ୍ୟ ଅନେକ ଲକ୍ଷ୍ୟ କରିବେ। ପଛୁଆ ବର୍ଗଙ୍କ ଆନ୍ଦୋଳନ ଓ ସେମାନଙ୍କ ଦାବି ଯଦି ଆଗାମୀ ନିର୍ବାଚନରେ ଏକ ପ୍ରମୁଖ ପ୍ରସଂଗ ହୁଏ, ତେବେ ରାଜ୍ୟର ରାଜନୈତିକ ସମୀକରଣ ବଦଳିବ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story