ପଛକୁ ରହୁ ଆନ୍ଧ୍ର ମାଛ, ଓଡ଼ିଆ ଖାଉ ଓଡ଼ିଶା ମାଛ!

ଅନେକ ବର୍ଷ ଧରି ଆମେ ସମସ୍ତ ଓଡ଼ିଶାବାସୀ ଗୋଟିଏ ଅପନିନ୍ଦା ଶୁଣି ଆସୁଛେ ଯେ, ଆନ୍ଧ୍ରରୁ ଓଡ଼ିଶାକୁ ଅଣ୍ଡା ଓ ମାଛ ନ ଆସିଲେ, ଆମ ପାଟିରେ ଆଇଁଷ ବାଜିବନି; ଯେମିତି ପଶ୍ଚିମ ବଙ୍ଗରୁ ଆଳୁ ଓ ମହାରାଷ୍ଟ୍ରର ନାଶିକରୁ ପିଆଜ ନଆସିଲେ ଓଡ଼ିଶାର ଅବସ୍ଥା। ଏଣୁ ଆନ୍ଧ୍ର-ମାଛ ବିଷୟରେ ଆଲୋଚନା କରିବା ଆବଶ୍ୟକ ମନେ ହୁଏ।

Fish Pond

Fish Pond

Debendra Prusty
  • Published: Wednesday, 11 September 2024
  • Updated: 11 September 2024, 03:34 PM IST

ଜାନକୀଶ ବଡ଼ପଣ୍ଡା

ଆନ୍ଧ୍ର ପ୍ରଦେଶରୁ ତେଲେଙ୍ଗାନା ଅଲଗା ହେବା ପରେ ଓଡ଼ିଶାର କ୍ଷେତ୍ରଫଳ ସାହିତ ପ୍ରାୟ ସାମଞ୍ଜସ୍ୟ ରଖୁଥିବା ବିଭାଜିତ ଆନ୍ଧ୍ର ପ୍ରଦେଶ ବହୁ ପୂର୍ବରୁ କୃଷି ଓ ଆନୁସଙ୍ଗିକ କୃଷି ଜଗତର ବିଭିନ୍ନ କ୍ଷେତ୍ରରେ ଅଧିକ ଉତ୍ପାଦନ କରି ନିଜକୁ ପ୍ରତିଷ୍ଠିତ କରି ପାରିଥିବା ବେଳେ ଆମେ ଆମର ଆବଶ୍ୟକତା ଅପେକ୍ଷା ଉତ୍ପାଦନ କରୁଛେ କମ୍, ବ୍ୟବହାର କରୁଛେ ବେଶି। ଏଣୁ, କେବଳ ଧାନ ବ୍ୟତିତ ଅନ୍ୟ ସମସ୍ତ କ୍ଷେତ୍ରରେ ଆମେ କେବଳ ଏକ ଖାଉଟି ରାଜ୍ୟ ଭାବେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିବାରେ ଆଗୁଆ ରହିଛେ। ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ ମାଛର ଚାହିଦା ଆନ୍ଧ୍ର ପ୍ରଦେଶର ନିଜସ୍ୱ ଚାହିଦା ଅପେକ୍ଷା ବେଶ୍ ଅଧିକ। ଆନ୍ଧ୍ର ପ୍ରଦେଶବାସୀ ମୁଣ୍ଡପିଛା ବାର୍ଷିକ ହାରାହାରି ୯ କିଲୋଗ୍ରାମ ମାଛ ଖାଉଥିଲା ବେଳେ ଓଡ଼ିଶାବାସୀ ମାଛ ଖାଆନ୍ତି ହାରାହାରି ୧୬.୩୪ କିଲୋଗ୍ରାମ ଓ ପଶ୍ଚିମ ବଙ୍ଗବାସୀ ଓଡ଼ିଶାର ଦୁଇଗୁଣରୁ ସାମାନ୍ୟ ଅଧିକ। ଆନ୍ଧ୍ର ପ୍ରଦେଶ ମାଛ ଉତ୍ପାଦନରେ ଆତ୍ମନିର୍ଭରଶୀଳ। ତାହା ସହିତ ଆସାମ, ଝାରଖଣ୍ଡ, ଛତିଶଗଡ଼, ଦିଲ୍ଲୀ, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ, ପଶ୍ଚିମ ବଙ୍ଗ ଓ ଓଡ଼ିଶାକୁ ମାଛ ଯୋଗାଇବା ସହିତ ବିଦେଶକୁ ମଧ୍ୟ ରପ୍ତାନୀ କରୁଛି। ଆନ୍ଧ୍ରମାଛ ବିଶାଖାପାଟଣା, କଲିକତା, କୋଚି ଓ ଚେନ୍ନାଇ ବନ୍ଦରରୁ ରେଫ୍ରିଜେରେଟେଡ୍ କଣ୍ଟେନର୍ ମାଧ୍ୟମରେ ବିଦେଶକୁ ଯାଏ। ଭାରତରୁ ରପ୍ତାନୀ ହେଉଥିବା ଉଭୟ ମଧୁର ଓ ଲୁଣିମାଛର ସିଂହଭାଗ ଆନ୍ଧ୍ରରୁ ଯାଇଥାଏ। କଟକ ସମେତ ବିଭିନ୍ନ ସହରରୁ ତେଲେଙ୍ଗା ରିକ୍ସାବାଲା ଆଉ ଦେଖା ଦେଉ ନଥିବାର ଅନେକ କାରଣ ମଧ୍ୟରୁ, ପରିଶ୍ରମୀ ଆନ୍ଧ୍ରବାସୀଙ୍କ ସବୁଜ, ଶ୍ୱେତ ଓ ନୀଳବିପ୍ଲବରେ ଯୋଗଦାନ ନିଶ୍ଚୟ ଗୁରୁତ୍ୱ ରଖେ ବୋଲି କହିହେବ।

ଓଡ଼ିଶାରେ ମାଛ ଉତ୍ପାଦନ ପାଇଁ ଅତ୍ୟାବଶ୍ୟକ ଜମି, ବର୍ଷା ଓ ଜଳଉତ୍ସ, ପାରମ୍ପରିକ ମତ୍ସ୍ୟଜୀବୀ, ମୂଳଧନ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ଦେଶ-ବିଦେଶରେ ବିକ୍ରିବଟା ପାଇଁ ବଜାର ଥିଲେ ବି ଓଡ଼ିଶା ଅପେକ୍ଷା ଆନ୍ଧ୍ରରେ କାହିଁକି ଅଧିକ ମାଛ ଉତ୍ପାଦନ ହୁଏ? ବିଭାଜିତ ଆନ୍ଧ୍ର ପ୍ରଦେଶ କେବଳ ଆୟତନ ଓଡ଼ିଶାଠାରୁ ସାମାନ୍ୟ ବଡ଼ ହୋଇଥିଲେ ହେଁ ମତ୍ସ୍ୟଜୀବୀଙ୍କ ସଂଖ୍ୟା, ବୃଷ୍ଟିପାତ, ଜଳପଥ ଇତ୍ୟାଦି ଅଧିକ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଉପାଦାନ ଦୃଷ୍ଟିରୁ ଆମଠୁ ପଛୁଆ। ଆନ୍ଧ୍ର ପ୍ରଦେଶ ଦେଶର ସପ୍ତମ ବୃହତ୍ତମ ରାଜ୍ୟ ଓ ଏହାର କ୍ଷେତ୍ରଫଳ ୧୬.୨୯ ନିୟୁତ ହେକ୍ଟର ହୋଇଥିଲା ବେଳେ ଓଡ଼ିଶା ଅଷ୍ଟମ ଓ ଏହାର କ୍ଷେତ୍ରଫଳ ୧୫.୫୭ ନିୟୁତ ହେକ୍ଟର। ସେଠାରେ ବାର୍ଷିକ ବୃଷ୍ଟିପାତ ପରିମାଣ ସର୍ବାଧିକ ୧୧୫୦ ମିଲି ମିଟର ହୋଇଥିଲା ବେଳେ ଆମ ଓଡ଼ିଶାରେ ୧୫୦୦ ମିଲି ମିଟର। ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବା ମାନବ ସମ୍ବଳକୁ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଆନ୍ଧ୍ରରେ ୧୪.୯୬ ଲକ୍ଷ ଥିଲାବେଳେ ଓଡିଶାରେ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୧୫.୧୮ ଲକ୍ଷ। ଆନ୍ଧ୍ରରେ ଥିବା ନଦୀ ଓ କେନାଲ୍ ଇତ୍ୟାଦିର ଦୈର୍ଘ୍ୟ ୧୧,୫୧୪ କିଲୋମିଟର ଥିଲାବେଳେ ଓଡ଼ିଶାରେ ଏହା ୨୪,୮୭୮ କିଲୋମିଟର। ତଥାପି, ଆମ ଅପେକ୍ଷା ଆନ୍ଧ୍ରରେ ମାଛ ଉତ୍ପାଦନ ପ୍ରାୟ ପାଞ୍ଚ ଗୁଣ ଅଧିକ। ଆମେ ବାର୍ଷିକ ୭.୮୯ ଲକ୍ଷ ମେଟ୍ରିକ୍ ଟନ୍ ମଧୁର-ଜଳ ମାଛ ଉତ୍ପାଦନ କରୁଥିଲା ବେଳେ ଆନ୍ଧ୍ର ପ୍ରଦେଶରେ ତାହା ବାର୍ଷିକ ୪୨.୧୯ ଲକ୍ଷ ମେଟ୍ରିକ୍ ଟନ୍। ସେହିପରି ଓଡ଼ିଶାରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ପରିମାଣ ବାର୍ଷିକ ୨.୦୧ ଲକ୍ଷ ମେଟ୍ରିକ୍ ଟନ୍ ହେଉଥିଲା ବେଳେ ଆନ୍ଧ୍ରର ସାମୁଦ୍ରିକ ମତ୍ସ୍ୟଜୀବୀ ବାର୍ଷିକ ୫.୯୪ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କରନ୍ତି। ସରଳ ଭାଷାରେ କହିଲେ ଓଡ଼ିଶା ଅପେକ୍ଷା ମଧୁର ଜଳ ଓ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆନ୍ଧ୍ର ପ୍ରଦେଶରେ ଯଥାକ୍ରମେ ୬ ଗୁଣ ଓ ୩ ଗୁଣ ଅଧିକ ହୋଇ ଥାଏ।

ଆଜିକାଲି ଖାଉଟିମାନେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେଉଛନ୍ତି। ସେଥିପାଇଁ ଜିଅନ୍ତା ମଧୁରଜଳ ମାଛ କିଣିବାକୁ ଅଧିକ ମୂଲ୍ୟ ଦେଇ କିଣିବାକୁ ପ୍ରସ୍ତୁତ ହେଉଛନ୍ତି। ବରଫଦିଆ ଆନ୍ଧ୍ର-ମାଛ ଅପେକ୍ଷା ସ୍ଥାନୀୟ ମଧୁରଜଳ ମାଛ, ଚିଲିକା ଚିଙ୍ଗୁଡ଼ି, କଙ୍କଡ଼ା ଓ ଖଇଙ୍ଗା ସମେତ ବିଭିନ୍ନ ମାଛ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଆଜିକାଲି, ବରଫ ଦେଇ ଦୂର ବଜାରକୁ ମାଛ ପଠାଇବା ବଦଳରେ ଅମ୍ଳଜାନ ଭର୍ତ୍ତି ପଲିଥିନ୍ ମୁଣିରେ ମାଛ ରପ୍ତାନୀ ହେଉଛି। ମାଛ ଅନ୍ତତଃ ତିନିଦିନ ପାଟି ପାକୁପାକୁ କରି ବଞ୍ଚି ରହୁଛନ୍ତି। ଅମ୍ଳଜାନ ବ୍ୟବସ୍ଥା ସହିତ ଜଳକୁଣ୍ଡ ଥିବା ମିନିଟ୍ରକରେ ମାଛ ପରିବହନ କରାଯାଇ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଦିଆ ଯାଉଛି। ବଡ଼ କଥା ଯେ, ମାଛଧରା ପରେ, ଯଥାଶୀଘ୍ର ସମ୍ଭବ ତଟକା ମାଛ, ରାସାୟନିକ ଦ୍ରବ୍ୟ ପ୍ରୟୋଗ ବିନା ଦୂରବର୍ତ୍ତୀ ଖାଉଟି ବଜାରରେ ପହଞ୍ଚି ପାରିବାର ପ୍ରଯତ୍ନ ହେଉଛି। ଏଥିପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ, କୌଶଳ ତଥା ପରିବହନ ବ୍ୟବସ୍ଥା ଉପରେ ଧ୍ୟାନ ଦିଆ ଯାଉଛି। ମଧୁରଜଳ ଓ କ୍ଷାରଜଳ ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ଚାଷ ପାଇଁ ଅତ୍ୟାଧୁନିକ କୌଶଳ ପ୍ରୟୋଗ, ଅଧିକ ଉତ୍ପାଦନ ପ୍ରଦାନ କରୁଥିବା ନୂତନ ଧରଣର ମତ୍ସ୍ୟଖାଦ୍ୟ ପ୍ରସ୍ତୁତି, ଚାଷ-ପରିଚାଳନା କୌଶଳ ଶିକ୍ଷା କରୁଥିବା ଚାଷୀ ଅଧିକ ଉତ୍ପାଦନ କରୁଛି। ଚାଷ, ପରିବହନ ତଥା ବିକ୍ରି ବ୍ୟବସ୍ଥିତ ହେଲେ, ଚାଷୀ ନିଜର ସମ୍ବଳ ବିନିଯୋଗ କରିବାକୁ ଚାହିଁବ; ଯାହା ଆନ୍ଧ୍ରରେ ହୋଇ ପାରିଛି।

ଆମେ ଯେ, ଓଡ଼ିଶାରେ ହାତବାନ୍ଧି ବସିଯାଇଛେ, ତାହା ନୁହେଁ। ଆମର ଉତ୍ପାଦନ ପୂର୍ବାପେକ୍ଷା ନିଶ୍ଚୟ ବଢ଼ିଛି। ଏହା ଏକ ଶୁଭ ଲକ୍ଷଣ। ତଥାପି, ଆମକୁ ଆହୁରି ଅନେକ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ଆନ୍ଧ୍ରରୁ ମାଛ ନଆସିଲେ ଆମେ ମାଛ ଖାଇବାକୁ ପାଇବା ନାହିଁ, ଏଭଳି ଏକ ଅପନିନ୍ଦାରୁ ବର୍ତ୍ତିବା ସହିତ ଅଧିକ ରୋଜଗାର ପାଇଁ ଆମକୁ ଓଡ଼ିଶାରେ ଅଧିକ ମତ୍ସ୍ୟ ଉତ୍ପାଦନ କରିବାକୁ ହେବ।

ଏତିକି କଥା କହିଦେଲେ ହୁଏନା କିମ୍ବା କାଗଜ ପତ୍ରରେ ଯୋଜନା ଲେଖି ଘୋଷଣା କରିଦେଲେ ବି ହୁଏନା। ଆମକୁ ଏବଂ ଆମ ରାଜ୍ୟର ସରକାରଙ୍କୁ ଏଥିପାଇଁ କେତେକ ପଦକ୍ଷେପ ନେବା ଆବଶ୍ୟକ। ଆମ ରାଜ୍ୟରେ ଅଂଶୁପା ହ୍ରଦ ଭଳି ଏକ ପ୍ରାକୃତିକ ମଧୁରଜଳ ହ୍ରଦ ରହିଛି, ଯାହା ପୋତି ହେବାରେ ଲାଗିଛି। ସେହିପରି, ଆମର କିଛି ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳ ଭଣ୍ଡାର ରହିଛି। ଆମେ ମହାନଦୀରେ କିଛି ବ୍ୟାରେଜ୍ ନିର୍ମାଣ ହେବାକଥା ଶୁଣୁଛେ। ଆମର ଅନେକ କଟା, ଜଳ ଭଣ୍ଡାର ଓ ବଡ଼ ବଡ଼ ପୋଖରୀ ଅଛି। କିଛି ଖାଲ ଜମିରେ ବର୍ଷ ସାରା ପାଣି ଜମି ରହୁଛି। ସେଗୁଡ଼ିକୁ ମାଛ ଚାଷ ଉପଯୋଗୀ କରାଯିବା ଆବଶ୍ୟକ। ତାହାଛଡ଼ା, ଆନ୍ଧ୍ରରେ ଯେପରି ପ୍ରାୟ ଦୁଇଲକ୍ଷ ଜଳାଶୟ ଅଛି, ସେପରି ଓଡ଼ିଶାରେ ଥିବା ଜଳାଶୟ ସଂଖ୍ୟାକୁ ୧.୮ ଲକ୍ଷରୁ ବଢ଼ାଇ ଅନ୍ତତଃ ଦୁଇଲକ୍ଷ କରିବାକୁ ପଡ଼ିବ। ଏସବୁ ଯେପରି ଖରାଦିନେ ଶୁଖି ଯିବନାହିଁ, ସେଥିପାଇଁ କେନାଲ୍ ଓ ନଳକୂପ ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ସମସ୍ତ ଜଳାଶୟରେ ଆଧୁନିକତମ ବୈଜ୍ଞାନିକ ପ୍ରଣାଳୀରେ ସଘନ ମାଛ ଚାଷ କରିବାକୁ ହେବ। ଆମ ସୌଭାଗ୍ୟକୁ ଓଡ଼ିଶାରେ ଏକ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱର ନିକଟସ୍ଥ କୌଶଲ୍ୟାଗଙ୍ଗ ଠାରେ ରାଷ୍ଟ୍ରୀୟ ସ୍ତରର ଏକ ମତ୍ସ୍ୟଚାଷ ଗବେଷଣା ପ୍ରତିଷ୍ଠାନ (ସିଫା) ରହିଛି। ସିଫାରେ ରଙ୍ଗୀନ ମାଛ ବିହନ ଓ ଯାଆଁଳ ବିକ୍ରି ହେଉଛି ଓ ଚାଷୀଙ୍କୁ ତାଲିମ୍ ଦିଆ ଯାଉଛି। ଏହାର ସଦବ୍ୟବହାର କରି, ଆମର ଚାଷୀମାନେ ଏକର ପିଛା ଉତ୍ପାଦକତା ବଢ଼ାଇ ପାରିବେ। ପଞ୍ଚାୟତ ପୋଖରୀ, କଟା ଇତ୍ୟାଦିକୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦକ ଅନୁଷ୍ଠାନମାନଙ୍କୁ ଲିଜ୍ ବା ଭଡ଼ା ଆକାରରେ ଦିଆ ଯାଇ ପାରିବ। ପ୍ରତି ପଞ୍ଚାୟତରେ ଯାଆଁଳ ବିକ୍ରି ପୋଖରୀ କରାଗଲେ ସେମାନେ ହ୍ୟାଚେରୀମାନଙ୍କରୁ ଉନ୍ନତ କିସମର ଗୁଣ୍ଡ ଯାଆଁଳ ଆଣି ଠିକ୍ ସମୟରେ, ଆବଶ୍ୟକ ପରିମାଣର ଯାଆଁଳ ଚାଷୀଙ୍କୁ ଯୋଗାଇ ଦେଇ ପାରିବେ। ମାଛଙ୍କ ପାଇଁ ପୁଷ୍ଟିକର ଦାନା ବା ଖାଦ୍ୟ ଶସ୍ତା ଓ ସୁଲଭ ଦରରେ କିପରି ପ୍ରସ୍ତୁତ କରାଯାଇପାରିବ, ରୋଗ ହେବନି ଓ ମାଛ ଭଲ ବଢିବେ ସେଥିପାଇଁ ବ୍ୟବସ୍ଥା ଓ ତାଲିମ୍ ଦେବାକୁ ପଡ଼ିବ।

ମାଛ ଚାଷ ସହିତ ପୋଖରୀ ହୁଡ଼ାରେ ଫଳ ଚାଷ ଓ ବତକ ପାଳନ ତଥା ଗୋପାଳନ ମଧ୍ୟ କରାଯାଇ ପାରିବ। ଏହାକୁ ସଘନ-କୃଷି କୁହାଯାଏ। ଆମ ରାଜ୍ୟର ଜଣେ କୃଷକ ପରିବାରର ହାରାହାରି ମାସିକ ଆୟ ୫,୫୧୨ ଟଙ୍କା। ଜଣେ ନାମମାତ୍ର କିମ୍ବା କ୍ଷୁଦ୍ର ଚାଷୀ ନିଜ ଜମିର କିସମ, ସ୍ଥାନୀୟ ଜଳବାୟୁ ଅନୁସାରେ ଗୋଟିଏ ଜମିରୁ ଏକାଧିକ ଫସଲ ନକଲେ, ନିଜ ପରିବାରର ଆୟ ବଢ଼ାଇବା ସମ୍ଭବ ହୋଇପାରିବନି। ଏଣୁ ପ୍ରତ୍ୟେକ ଚାଷୀ ନିଜର କିଛି ଚାଷ ଜମିରେ ସୁବିଧା ଥିଲେ ଜଳାଶୟ ସୃଷ୍ଟିକରି ମାଛଚାଷ କରିବାକୁ ମନ ବଳାଇବା ଆବଶ୍ୟକ। ବଳକା ଜମିରେ ବର୍ଷ ସାରା ଗୋଟିକ ପରେ ଆଉ ଗୋଟିଏ ଫସଲ କରିପାରିଲେ, ନିଜ ପରିବାରର ରୋଜଗାର ଓ ପୁଷ୍ଟି ସାଧନ କରିବା ସଙ୍ଗେ ସଙ୍ଗେ, ଅଧିକ ମାଛ ଉତ୍ପାଦନ କରି ରାଜ୍ୟ ତଥା ଦେଶକୁ ସ୍ୱାବଲମ୍ବୀ କରି ପାରନ୍ତେ।

ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ପାଇଁ ବିଶେଷ ଧରଣର ଜାଲ, ଡଙ୍ଗା, ମୋଟର୍ ବୋଟ୍ ଓ ଟ୍ରଲର୍ ସହିତ ଗୋଷ୍ଠୀଗତ ଉଦ୍ୟମ ଲୋଡ଼ା ହୁଏ। ବ୍ୟାଙ୍କରୁ ସୁବିଧାରେ ଋଣ ମିଳିବା ସହିତ ନିକଟରେ ବରଫ କଳ ଓ ଶୀତଳଭଣ୍ଡାର ରହିବା ଜରୁରୀ। ଚାହିଦା ନଥିବା ମାଛକୁ ଶୁଖାଇ ଶୁଖୁଆ କରି ତାହାର ଗୁଣ୍ଡ ସହ କୁଣ୍ଡା, ଖୁଦ ଓ ମକା ଗୁଣ୍ଡ ମିଶ୍ରଣ କରି କୁକୁଡ଼ା ଓ ଗୋଖାଦ୍ୟ ପ୍ରସ୍ତୁତ କରାଯାଇ ଥାଏ। ଏପରି ଶିଳ୍ପ ଓଡ଼ିଶାରେ କରା ଯାଇ ପାରିବ। ଆମେ ସେହିପରି କ୍ଷାରପାଣି ଚିଙ୍ଗୁଡ଼ି ଚାଷ କରି ବିଦେଶୀ ମୁଦ୍ରା ରୋଜଗାର କରି ପାରିବା। ସମୟ ଆସିଛି, ଆମେ ନିଜେ ନିଜର ଉଦ୍ୟମରେ ମାଛ ଚାଷରେ ମନ ଦେବା ଓ ଓଡ଼ିଶାକୁ ମିଳି ଆସିଥିବା ଅପନିନ୍ଦାରୁ ବଞ୍ଚାଇବା।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story