ଦିଘା ପରି ଉନ୍ନତ ହେଉ ଚନ୍ଦନେଶ୍ୱର

ସମାନ ଏକ ବେଳାଭୂମି ଥିବା ଚନ୍ଦନେଶ୍ୱର ପୀଠକୁ କାହିଁକି ଏକ ସମୃଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ଏ ପର୍ଯ୍ୟନ୍ତ କାହିଁକି ପ୍ରସ୍ତୁତ କରାଗଲା ନାହିଁ। ତାହା ହୋଇଥିଲେ ଉଭୟ ପାର୍ଶ୍ୱରେ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ଭିଡ଼ ହୋଇଥାନ୍ତା। ଓଡ଼ିଶାର ମଧ୍ୟ ଆୟ ବୃଦ୍ଧି ହୋଇଥାନ୍ତା।

Chandaneswar Beach

Chandaneswar Beach

Debendra Prusty
  • Published: Thursday, 15 May 2025
  • Updated: 15 May 2025, 01:43 PM IST

Sports

Latest News

ପଞ୍ଚାନନ କାନୁନ୍‌ଗୋ

ସଂପ୍ରତି ପଶ୍ଚିମ ବଙ୍ଗର ଦିଘା ଅଞ୍ଚଳରେ ଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବାଦବିବାଦ ଦେଖା ଦେଇଛି। ବିଶେଷତଃ ଜଗନ୍ନାଥ ମନ୍ଦିର ରହିଥିବା ଅଞ୍ଚଳର ନାମ ପାଖରେ ଜଗନ୍ନାଥ ଧାମ ରଖାଯାଇଥିବା ହେତୁ ଓଡ଼ିଶା ତରଫରୁ ତା’ର ପ୍ରତିବାଦ କରାଯାଇଛି। ଓଡ଼ିଶାର ଗଜପତି ରାଜା ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ବାସ୍ତବ କଥାଟି ହେଉଛି ସେଠାରେ ହୋଇଥିବା ଜଗନ୍ନାଥ ଧାମ ଐତିହାସିକ ଦୃଷ୍ଟିକୋଣରୁ ଗ୍ରହଣୀୟ ନ ହୋଇପାରେ, କିନ୍ତୁ ଏହି ଧାମ ପ୍ରତିଷ୍ଠା ହେବାରେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କିଛି ଆଇନ୍‍ଗତ ବାଧା ନାହିଁ। ଏହା ପୂର୍ବରୁ ଆମେ ସମସ୍ତେ ଜାଣିଛେ ଯେ ଭାରତରେ ଆଦି ଶଙ୍କରାଚାର୍ଯ୍ୟ ଚାରି ଗୋଟି ଧାମ ପ୍ରତିଷ୍ଠା କରିଥିଲେ। ସେହି ଧାମଗୁଡ଼ିକ ହେଉଛି ବଦ୍ରିନାଥ, ଦ୍ୱାରିକାନାଥ, ପୁରୀ ଓ ରାମେଶ୍ୱରମ। ଏହିସବୁ ସ୍ଥାନର ନାମ ସହିତ ଧାମ ଯୋଡ଼ା ଯାଇ ପର୍ଯ୍ୟଟନ କ୍ଷେତ୍ର ବା ଆଧ୍ୟାତ୍ମିକ ପୀଠ ଭାବରେ ପରିଚୟ ସୃଷ୍ଟି କରିଆସିଛି।

ପୁରାଣର ବର୍ଣ୍ଣନା ଅନୁସାରେ ବିଶେଷତଃ ସ୍କନ୍ଦ ପୁରାଣ ଅନୁସାରେ ଯେ କେହି ସ୍ୱୀକାର କରିବେ ଯେ ନୀଳ କନ୍ଦରରେ ନୀଳାଦ୍ରିନାଥଙ୍କ ଉପସ୍ଥିତି ଅନନ୍ୟ। ଏହା ସହିତ ବିଶ୍ୱରେ କୌଣସି ଜାଗାରେ ସେହିପରି ମନ୍ଦିର ବା ମୂର୍ତ୍ତି ପ୍ରତିଷ୍ଠା କୌଣସି ଭାବରେ ତୁଳନା କରାଯାଇପାରିବ ନାହିଁ। ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁପରି ଭାବରେ ଏଠି ବିଗ୍ରହ ପ୍ରସ୍ତୁତ କଲେ ଓ ସ୍ଥାପନ କଲେ ତାହା ସର୍ବଜନବିଦିତ ଏବଂ ପୁରାଣବର୍ଣ୍ଣିତ। ବର୍ତ୍ତମାନ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ପ୍ରତିଷ୍ଠା କରିଥିବା ମନ୍ଦିର ବା ମୂର୍ତ୍ତି ସଂପର୍କିତ କାହାଣୀ ଅନ୍ୟ ଭାବରେ ବର୍ଣ୍ଣନା ହେବ। ଲୋକେ ଉଭୟର ସଠିକତା ଦେଖି କାହାକୁ ପ୍ରାଚୀନ ଓ କାହାକୁ ନୂତନ ବିବେଚନା କରିବେ। ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀମାନେ ଏ ସଂପର୍କରେ ନିଜ ନିଜର ମତ ସାବ୍ୟସ୍ତ କରିବେ ଓ ଦର୍ଶନର ପ୍ରାଥମିକା ନିର୍ଣ୍ଣୟ କରିବେ। ସୁଶ୍ରୀ ମମତା ବାନାର୍ଜୀଙ୍କୁ କେବେ ବି କେହି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ତୁଳନା କରିବାର ଅଭିପ୍ରାୟ ରଖିବେ ନାହିଁ। ବର୍ତ୍ତମାନ ଯେଉଁ ଦ୍ୱନ୍ଦ୍ୱ ଦେଖାଦେଇଛି ସେହି ଦୃଷ୍ଟିରୁ ତାହା ସଂପୂର୍ଣ୍ଣ ଅମୂଳକ ଏବଂ ଏଥିରୁ କ୍ଷାନ୍ତ ହୋଇ ଜଗନ୍ନାଥ ପ୍ରେମୀମାନଙ୍କୁ ଆଉ ଏକ ସ୍ଥାନ ଜଗନ୍ନାଥ ଦର୍ଶନର ସୁଯୋଗ ସୃଷ୍ଟି କରିବାକୁ ଦେବା ଅନେକ ହୁଏତ ଠିକ୍‍ ଭାବନ୍ତି।

ତେବେ ଆଉ ଗୋଟିଏ ଜଗନ୍ନାଥ ଧାମ ଯୋଡ଼ି ହେବାରେ କାହିଁକି ଯେ ଆପତ୍ତି ଉଠୁଛି ତାହା ଜଣାପଡୁନାହିଁ। ଅବଶ୍ୟ ଏକଥା ସତ୍ୟ ଯେ ଆମ ଦାରୁବ୍ରହ୍ମଙ୍କର ଅଂଶ ନେଇ ଆଉ ଏକ ମୂର୍ତ୍ତି ପ୍ରସ୍ତୁତ କରିବା ଆଦୌ ଠିକ୍‍ ନୁହେଁ। ଏବେ ସେ କଥା ସ୍ପଷ୍ଟ ହୋଇଗଲାଣି ଯେ ସେଠାରେ ତିଆରି ହୋଇଥିବା ମୂର୍ତ୍ତୀ ସବୁ ସ୍ୱତନ୍ତ୍ର ଦାରୁରେ ନିର୍ମିତ ହୋଇଛନ୍ତି। ତାହା ପୁରୀଠାରୁ ନିଆଯାଇଥିବା ଦାରୁର ଅଂଶ ବିଶେଷ ନୁହେଁ। ଏବେ ଧାମକୁ ନେଇ ଯେଉଁ ପ୍ରଶ୍ନ ଉଠିଛି ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଭିତରେ ଯେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏକଥା କହିହେବ ନାହିଁ। ହୁଏତ କିଛି ଜଗନ୍ନାଥ ପ୍ରେମୀ ଏହାକୁ ନେଇ ପ୍ରଶ୍ନ କରିଥାଇପାରନ୍ତି। କିନ୍ତୁ ଏପରି କିଛି ଜଗନ୍ନାଥ ପ୍ରେମୀ ଅଛନ୍ତି ଯେଉଁମାନେ ଶ୍ରୀଜଗନ୍ନାଥ ସର୍ବମୟ, ସର୍ବବିଦ୍ୟମାନ ଓ ସର୍ବସ୍ଥାନାଧିପତି ବୋଲି ବିବେଚନା କରନ୍ତି। ସେ ଜଗତର ପତି, ସେ ଜଗତର ନାଥ। ସେ ଅଣାକାର, ନିରାକାର ଏବଂ ପରମ ପୁରୁଷ ଭାବରେ ସମସ୍ତଙ୍କ ଆଗରେ ରହିଆସିଛନ୍ତି। ଆଜି ଭାରତରେ ନୁହେଁ ସାରା ବିଶ୍ୱରେ ଅନେକ ଜଗନ୍ନାଥ ମନ୍ଦିର, ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଆକୃତିର ମୂର୍ତ୍ତି ନିର୍ମାଣ ହୋଇଥିବା ଦେଖିବାକୁ ମିଳେ। ଏଥିରେ ଆମେ ଓଡ଼ିଆ ଗର୍ବ କରିବାର କଥା ଯେ ଆମର ବିନା ପରିଶ୍ରମରେ ବା ବିନା ଉଦ୍ୟମରେ ଆମ ପ୍ରଭୁ ଜଗନ୍ନାଥ ଅନ୍ୟମାନଙ୍କ ହୃଦୟକୁ ଜୟ କରିପାରିଛନ୍ତି।

ତେବେ ଏଠାରେ ଗୋଟିଏ କଥା ଦେଖିବାର ଅଛି, ପୁରୀଠାରେ ଜଗନ୍ନାଥ ମନ୍ଦିର ଓ ଛତିଆ ଠାରେ ଥିବା ହାଡ଼ି ଦାସଙ୍କ ପୂଜିତ ଜଗନ୍ନାଥ ମନ୍ଦିରରେ ଯେଉଁ ମୂର୍ତ୍ତି ପୂଜା ପାଆନ୍ତି ତାଙ୍କର ସ୍ଥିତି ଏକ ନୁହେଁ। ପୁରୀ ମନ୍ଦିରରେ ଯେଉଁ କ୍ରମାନ୍ୱୟରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଅଛନ୍ତି ଛତିଆରେ ସେପରି ଦୃଶ୍ୟମାନ ହୁଅନ୍ତି ନାହିଁ। ବେଳେ ବେଳେ ଏକ ଅସଲି ନୋଟ୍‍ର ନକଲ କରିବାକୁ ଯାଇ ନକଲ କରୁଥିବା ବ୍ୟକ୍ତି ଯେ ପୂର୍ଣ୍ଣ ସଫଳତା ହାସଲ କରେ ସେପରି ଦେଖାଯାଇନଥାଏ। ଏହା ସତ୍ତ୍ୱେ ଛତିଆ ଜଗନ୍ନାଥଙ୍କ ମନ୍ଦିରରେ ଭକ୍ତଙ୍କର ମିଳନ ଯେ ନହୁଏ ତାହା ନୁହେଁ। ଅନ୍ୟ ଏକ ଭାବରେ ଦେଖିବାକୁ ଗଲେ କେତେକ ସ୍ଥଳରେ କେବଳ ଜଗନ୍ନାଥ ମୂର୍ତ୍ତି ବିଦ୍ୟମାନ ପୂଜା ପାଇଥାନ୍ତି ଓ କେତେକ ସ୍ଥଳରେ ବଳଭଦ୍ର ପୂଜା ପାଇଥାନ୍ତି। ଏସବୁ ପୂଜା ବ୍ୟବସ୍ଥା ବା ପଦ୍ଧତି ପରମ୍ପରା ଯେଉଁମାନେ ପ୍ରତିଷ୍ଠା କରିଥାନ୍ତି ସେମାନଙ୍କର ବିଶ୍ୱାସ, ଶ୍ରଦ୍ଧା ଓ ଭକ୍ତି ଉପରେ ନିର୍ଭର କରେ। ଆମେ ତାକୁ ନେଇ ରଙ୍ଗ ବା ପୁଟ ଲଗାଇ ବିଭିନ୍ନ ଭାବରେ ପ୍ରଚାର କରିବା ବା ବିରୋଧ କରିବା ଆଦୌ ଠିକ୍‍ ନୁହେଁ ବୋଲି କିଛି ଜଗନ୍ନାଥ ପ୍ରେମୀ ବିଚାର କରନ୍ତି।

ଏକଥା ସତ୍ୟ ଯେ ବିଶେଷ ଭାବରେ ଭାରତବର୍ଷରେ ବଙ୍ଗାଳୀମାନେ ଜଗନ୍ନାଥ ଦର୍ଶନ ପାଇଁ ଆସିଥାନ୍ତି ଓ ସମସ୍ତେ ଜଗନ୍ନାଥ ପ୍ରେମୀ। ଜଗନ୍ନାଥଙ୍କ ଭକ୍ତିଭାବରେ ସମସ୍ତେ ବିମୋହିତ। ଯେଉଁଥି ପାଇଁ ଅତୀତରେ ବଙ୍ଗାଳୀ ରାଜା ଓ ଜମିଦାରମାନଙ୍କ ଅର୍ଥ ଖର୍ଚ୍ଚରେ ଜଗନ୍ନାଥ ସଡ଼କ ପୁରୀ ପର୍ଯ୍ୟନ୍ତ ଆସିଥିଲା ଏବଂ ଯେଉଁ ପଥରେ ଶହଶହ ହଜାର ହଜାର ଯାତ୍ରୀ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିଲେ। ସେ ଯାତ୍ରୀମାନଙ୍କ ଠାରୁ ଚଟିଘରମାନଙ୍କରେ ଅର୍ଥ ଆଦାୟ ଏବଂ ପୁରୀଠାରେ ଯାତ୍ରୀକର ଆଦାୟ କରି (ମରହଟ୍ଟାଙ୍କ ସମୟରେ) ପୁରୀର ଅର୍ଥନୀତି ଅଧିକନ୍ତୁ ତତ୍କାଳୀନ ଓଡ଼ିଶାର ଆର୍ଥିକ ବ୍ୟବସ୍ଥାକୁ ସବଳ କରାଯାଉଥିଲା। ଯଦି ବଙ୍ଗଳାର ଏକ ପ୍ରାନ୍ତୀୟ ଅଞ୍ଚଳ ଦୀଘା ଠାରେ ଏହି ମନ୍ଦିର ହୁଏ ଅନେକ ହୁଏତ ସନ୍ଦେହ କରିପାରନ୍ତି ଯେ ଆମ ପୁରୀ ଜଗନ୍ନାଥ ମନ୍ଦିରକୁ ଆଉ ବଙ୍ଗାଳୀ ଭକ୍ତମାନଙ୍କର ଅଧିକ ସଂଖ୍ୟାରେ ଆସିବା ହେବ ନାହିଁ। କିନ୍ତୁ ସେଇଠି ଗୋଟିଏ ପ୍ରଶ୍ନ ଆସୁଛି- ଯେତେବେ ଜଗନ୍ନାଥଙ୍କ ରଥଯାତ୍ରାର ବୈଦ୍ୟୁତିକ ଗଣମାଧ୍ୟମ ଦ୍ୱାରା ପ୍ରଚାରିତ ହେଲା ଏ ପ୍ରକାରର ପ୍ରଶ୍ନ ଉଠିଥିଲା। କିନ୍ତୁ ଏବେ କେହି କହିପାରିବେ କି ରଥଯାତ୍ରାରେ ଭକ୍ତଙ୍କ ସମାଗମ ସଂଖ୍ୟା କମିଯାଇଛି? ନା ପୂର୍ବଠାରୁ ଅଧିକ ହୋଇଛି?

ଠିକ୍‍ ସେହିପରି ଭାବରେ ସେଠି ଯେ ମନ୍ଦିର ହେଲେ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ପୁରୁଷୋତ୍ତମ କ୍ଷେତ୍ରକୁ ଭକ୍ତମାନେ ଆସିବେ ନାହିଁ ସେପରି ଭାବିବା ଭୁଲ। କିନ୍ତୁ ଏକଥା ତ ସ୍ୱୀକାର କରିବା ଯେ ଦିଘା ବେଳାଭୂମି ହେଉଛି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ତା’ର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଠାକୁର ଚନ୍ଦନେଶ୍ୱର ପୀଠରେ ପର୍ଯ୍ୟଟନ କ୍ଷେତ୍ର ଏ ପର୍ଯ୍ୟନ୍ତ ପ୍ରସାରିତ ବା ପ୍ରଚାରିତ ହୋଇପାରିଲା ନାହିଁ। ଏଣୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ଦିଘାରେ ଏହି ଜଗନ୍ନାଥ ଧାମ ଓ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଫଳରେ ବହୁ ସଂଖ୍ୟାରେ ବଢ଼ିଯିବ, ଏକଥା ସ୍ୱୀକାର କରିବାକୁ ହେବ। କିନ୍ତୁ ଏଠାରେ ଓଡ଼ିଶାକୁ ଆସି ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କରିବାର ଅଛି। ସମାନ ଏକ ବେଳାଭୂମି ଥିବା ଚନ୍ଦନେଶ୍ୱର ପୀଠକୁ କାହିଁକି ଏକ ସମୃଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ଏ ପର୍ଯ୍ୟନ୍ତ କାହିଁକି ପ୍ରସ୍ତୁତ କରାଗଲା ନାହିଁ। ତାହା ହୋଇଥିଲେ ଉଭୟ ପାର୍ଶ୍ୱରେ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ଭିଡ଼ ହୋଇଥାନ୍ତା। ଓଡ଼ିଶାର ମଧ୍ୟ ଆୟ ବୃଦ୍ଧି ହୋଇଥାନ୍ତା।

ଆମେ ସମସ୍ତେ ଜାଣିଛେ ଯେ ଆମେ ଶ୍ରୀଲୋକନାଥ ଓ ଶ୍ରୀଲିଙ୍ଗରାଜ ଆମ ସମସ୍ତଙ୍କ ଆରାଧ୍ୟ ଦେବା ଓ ବିଶିଷ୍ଟ ଶୈବପୀଠ। ଯେଉଁମାନେ ଜଗନ୍ନାଥ ଦର୍ଶନ କରିବାକୁ ଯାଆନ୍ତି ଅଧିକାଂଶ ସେମାନଙ୍କ ମଧ୍ୟରୁ ଲୋକନାଥ ଦର୍ଶନ କରିବାକୁ ମଧ୍ୟ ଯାଇଥାନ୍ତି। ଯଦି ଶ୍ରୀ ଚନ୍ଦନେଶ୍ୱରଙ୍କ ପୀଠ ଏକ ସମୃଦ୍ଧ ପୀଠରେ ପରିଣତ ହୋଇଥାନ୍ତା ତା’ହେଲେ ଦିଘାକୁ ଯାଉଥିବା ଯାତ୍ରୀମାନେ ମଧ୍ୟ ଚନ୍ଦନେଶ୍ୱରକୁ ଆସିଥାନ୍ତେ ବା ଚନ୍ଦନେଶ୍ୱର ପାଖରେ ଯଦି ତୀର୍ଥଯାତ୍ରୀମାନଙ୍କ ରହିବା ପାଇଁ ସୁବିଧା କରାଯାଇଥାନ୍ତା ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦୀଘା ଯାଆନ୍ତେ ତତ୍‍ସହିତ ଚନ୍ଦନେଶ୍ୱରଙ୍କ ମଧ୍ୟ ଦର୍ଶନ କରିଥାନ୍ତେ। ଏ ଦୁଇଟି ପୀଠ ଚନ୍ଦନେଶ୍ୱର ଶୈବପୀଠ ଓ ଜଗନ୍ନାଥ ଧାମ ଉଭୟ ସାରା ଭାରତବର୍ଷର ଭକ୍ତମାମନଙ୍କୁ ଏକ ସମୟରେ ଆକୃଷ୍ଟ କରିବାର ସୁଯୋଗ ସୃଷ୍ଟି ହୋଇଥାନ୍ତା। ତାହା ଏ ପର୍ଯ୍ୟନ୍ତ ହୋଇନାହିଁ। ସେଥିରେ ଆମେ ଓଡ଼ିଶାବାସୀ ବା ଓଡ଼ିଆଏ ଗର୍ବ କରିବା ପରିବର୍ତ୍ତେ ଦୁଃଖିତ ହେବା କାରଣ ରହିଛି। ଏହାକୁ ଅନ୍ୟଥା ବା ଅନ୍ୟ ଭାବରେ କେହି ବିଚାର କରିବା ଉଚିତ୍‍ ନୁହେଁ। ଏ ହେଉଛି ଏକ ଜଗନ୍ନାଥ ପ୍ରେମୀ ଭକ୍ତ ଓ ରାଜ୍ୟ ଅସ୍ମିତାକୁ ନେଇ ଗର୍ବ କରୁଥିବା ଯେ କୌଣସି ବ୍ୟକ୍ତିର ଇଚ୍ଛା।

ମୋ - ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story