ଶିକ୍ଷାର ବିବର୍ତ୍ତନ: ଗୁରୁକୂଳରୁ ଜୁମ୍ କ୍ଲାସ ପର୍ଯ୍ୟନ୍ତ

ଓମ୍ ପ୍ରିୟଦର୍ଶୀ ଛୋଟରାୟ ପ୍ରାକ୍-ସଭ୍ୟତା କାଳରେ ମନୁଷ୍ୟ ପାଇଁ ପ୍ରକୃତି ହିଁ ଏକମାତ୍ର ବିଦ୍ୟାଳୟ ଥିଲା। ଅଗ୍ନିର ବ୍ୟବହାର ହେଉ କି ଉନ୍ନତ ଅସ୍ତ୍ରଶସ୍ତ୍ର ନିର୍ମାଣ, ରୋଷେଇ ଠାରୁ ଆରମ୍ଭ କରି କୃଷିକାର୍ଯ୍ୟ ପର୍ଯ୍ୟନ୍ତ ସବୁ ପ୍ରକୃତିର ହିଁ ଶିକ୍ଷଣ। ଏହି ଜ୍ଞାନ ଓ କୌଶଳଗୁଡିକ ପିଢୀ ଅନୁଯାୟୀ ପ୍ରସାରିତ ହେବା ସହ ‘ଶିକ୍ଷା’ କୁ ଭିତ୍ତି କରି ମାନବ ସଭ୍ୟତାର ମୂଳଦୁଆ ପଡିଥିଲା। ବୈଦିକ ଯୁଗରେ ମୁନିଋଷି ମାନେ ନିଜ ଆଶ୍ରମରେ ବିଦ୍ୟାଦାନ ଆରମ୍ଭ କରିଥିଲେ। […]

omm

omm

Subrat Kumar Nayak
  • Published: Tuesday, 13 October 2020
  • Updated: 13 October 2020, 08:45 PM IST

Sports

Latest News

ଓମ୍ ପ୍ରିୟଦର୍ଶୀ ଛୋଟରାୟ

ପ୍ରାକ୍-ସଭ୍ୟତା କାଳରେ ମନୁଷ୍ୟ ପାଇଁ ପ୍ରକୃତି ହିଁ ଏକମାତ୍ର ବିଦ୍ୟାଳୟ ଥିଲା। ଅଗ୍ନିର ବ୍ୟବହାର ହେଉ କି ଉନ୍ନତ ଅସ୍ତ୍ରଶସ୍ତ୍ର ନିର୍ମାଣ, ରୋଷେଇ ଠାରୁ ଆରମ୍ଭ କରି କୃଷିକାର୍ଯ୍ୟ ପର୍ଯ୍ୟନ୍ତ ସବୁ ପ୍ରକୃତିର ହିଁ ଶିକ୍ଷଣ। ଏହି ଜ୍ଞାନ ଓ କୌଶଳଗୁଡିକ ପିଢୀ ଅନୁଯାୟୀ ପ୍ରସାରିତ ହେବା ସହ 'ଶିକ୍ଷା' କୁ ଭିତ୍ତି କରି ମାନବ ସଭ୍ୟତାର ମୂଳଦୁଆ ପଡିଥିଲା। ବୈଦିକ ଯୁଗରେ ମୁନିଋଷି ମାନେ ନିଜ ଆଶ୍ରମରେ ବିଦ୍ୟାଦାନ ଆରମ୍ଭ କରିଥିଲେ। ବିଦ୍ୟା ଅର୍ଜନ ପାଇଁ ଇଛୁକ ଥିବା ଶିଶୁ ତାର ପିତାମାତାଙ୍କ ଅନୁମତି ନେଇ ଆଶ୍ରମରେ ପ୍ରବେଶ କରୁଥିଲା। ଅନେକ ଆଶ୍ରମରେ ଗୁରୁମାନେ ଶିଷ୍ୟ ଗ୍ରହଣ କରିବା ପୂର୍ବରୁ ପ୍ରବେଶିକା ପରୀକ୍ଷା କରାଉଥିଲେ। ସେଥିରେ ଉତ୍ତୀର୍ଣ୍ଣ ହେଲା ପରେ ଆଶ୍ରମରେ ଶିକ୍ଷାଗ୍ରହଣ କରିବାର ସୁଯୋଗ ମିଳୁଥିଲା। ଆଉ ଯେପର୍ଯ୍ୟନ୍ତ ଗୁରୁଙ୍କ ଅନୁମୋଦନ ନମିଳିଛି ସେପର୍ଯ୍ୟନ୍ତ ଶିକ୍ଷା ସମାପ୍ତ ସମ୍ଭବ ନଥିଲା।

ପରବର୍ତ୍ତୀ ସମୟରେ ପ୍ରତି ଜନପଦରେ ଗୁରୁକୂଳର ପ୍ରତିଷ୍ଠା କରାଗଲା। ଶାସକମାନେ ବିଶିଷ୍ଟ ବିଦ୍ୱାନଙ୍କୁ ଆଣି ଶିକ୍ଷାଦାନ ପାଇଁ ନିଯୁକ୍ତ କରାଇଲେ। ପ୍ରତି ଗୁରୁକୂଳରେ ଗଣିତ, ଦର୍ଶନ, ସଙ୍ଗୀତ, ଅସ୍ତ୍ରବିଦ୍ୟା, ଆୟୁର୍ବେଦ ଆଦି ପଠନ ପାଇଁ ଏକାଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଥିଲା। ରାଜପୁତ୍ର ହୁଅନ୍ତୁ କି ବନବାସୀ ସମ୍ପ୍ରଦାୟର, ସମସ୍ତଙ୍କୁ ଶିକ୍ଷା ଗ୍ରହଣ ପାଇଁ ଗୁରୁକୂଳକୁ ଆସିବା ଅନିର୍ବାର୍ଯ୍ୟ ଥିଲା। ଗୁରୁଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ସହଯୋଗ, ଗୁରୁକୂଳର ସ୍ୱଚ୍ଛତା ଓ ସୁରକ୍ଷା, ଗୋଶାଳାରେ ପଶୁଙ୍କ ଯତ୍ନ, ଚାଷ ଓ ବଗିଚା କାମ ଆଦି ସମସ୍ତ ବିଦ୍ୟାର୍ଥୀର କର୍ତ୍ତବ୍ୟ ବୋଲି ଗଣା ଯାଉଥିଲା। ଅବତାରୀ ପୁରୁଷ ଶ୍ରୀରାମ ହୁଅନ୍ତୁ ଅବା ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ସମସ୍ତେ ଏହି ଗୁରୁକୂଳ ପଦ୍ଧତିରେ ନିଜ ବିଦ୍ୟା ଆହରଣ କରିଥିଲେ। ପର୍ଯ୍ୟାୟକ୍ରମେ ଏହି ଗୁରୁକୂଳ ବିକଶିତ ହୋଇ ବିଶ୍ୱବିଦ୍ୟାଳୟରେ ପରିଣତ ହେଲା। ନାଳନ୍ଦା, ତକ୍ଷଶିଳା, କାଶୀ, ଉଜ୍ଜୟିନୀ ଆଦି ଏହାର ପ୍ରତ୍ୟକ୍ଷ ଉଦାହରଣ। ଏଠାରେ ଦେଶ ବିଦେଶରୁ ସହସ୍ରାଧିକ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ। ବାଲ୍ୟକାଳରେ ଗୃହତ୍ୟାଗ କରି ଆସିଥିବା ବିଦ୍ୟାର୍ଥୀଟି ଶିକ୍ଷାର ସମାପ୍ତି ପରେ ହିଁ ଗୃହକୁ ଫେରୁଥିଲା ଓ ନିଜ ଆତ୍ମୀୟ ସ୍ୱଜନଙ୍କୁ ସାକ୍ଷାତ କରିପାରୁଥିଲା। ହୁଏତ ଅପର୍ଯ୍ୟାପ୍ତ ଗମନାଗମନ ଓ ଯୋଗାଯୋଗ ସୁବିଧା ଏହାର କାରଣ ହୋଇପାରେ କିନ୍ତୁ ଏହା ମନୁଷ୍ୟକୁ ଏକାକୀ ବଞ୍ଚିବା ଓ ଆତ୍ମନିର୍ଭରଶୀଳ ହେବାର କଳା ଶିଖାଇ ଦେଉଥିଲା।

ଶିକ୍ଷା ପାଇଁ ମଧ୍ୟଯୁଗ ଥିଲା ସମ୍ପୂର୍ଣ୍ଣ ଅନ୍ଧକାରମୟ। ଲଗାତାର ବୈଦେଶିକ ଆକ୍ରମଣ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ବିପର୍ଯ୍ୟସ୍ତ କରିଦେଇଥିଲା। ଆକ୍ରମଣକାରୀ ମାନେ ସମସ୍ତ ଶିକ୍ଷାନୁଷ୍ଠାନକୁ ଧ୍ୱଂସ କରିଦେବା ସହ ଲକ୍ଷାଧିକ ଛାତ୍ର ଓ ଶିକ୍ଷକଙ୍କୁ ହତ୍ୟା କରିଥିଲେ। ସାମୁହିକ ଶିକ୍ଷା ଗ୍ରହଣ ଉପରେ ଏକ ପ୍ରକାର ନିଷେଧାଦେଶ ଜାରି କରାଯାଇଥିଲା। ତେବେ ସମ୍ଭ୍ରାନ୍ତ ଶ୍ରେଣୀ ଓ ରାଜପରିବାର ପ୍ରତିଷ୍ଠିତ ଶିକ୍ଷକମାନଙ୍କୁ ଦରବାରରେ ନିଯୁକ୍ତି ଦେଇ ନିଜ ପିଲାମାନଙ୍କ ଶିକ୍ଷା ଗ୍ରହଣ ନିଶ୍ଚିତ କରାଉଥିଲେ। ଏହିଠାରୁ ହିଁ ଆଜିର ହୋମ୍ ଟିଉସନ ପ୍ରଥା ଆରମ୍ଭ ହୋଇଥିଲା। ବ୍ରିଟିଶମାନେ ଔପଚାରିକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ ପାଇଁ ପ୍ରୟାସ କରିଥିଲେ, ଯେଉଁଥିରେ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ନିହିତ ଥିଲା। ଭାରତରେ ପ୍ରଶାସନିକ ବ୍ୟବସ୍ଥାର ସ୍ଥାୟୀତ୍ୱ ପାଇଁ ସେମାନଙ୍କୁ ଇଂରାଜୀ କହିପାରୁଥିବା ଏକ ବିଶାଳ କିରାଣୀ ବର୍ଗର ଆବଶ୍ୟକତା ଥିଲା ଯାହା ପରୋକ୍ଷରେ ବିଦ୍ୟାଳୟ ଶିକ୍ଷାର ପୁନଃ ପ୍ରତିଷ୍ଠାରେ ସହାୟକ ହୋଇଥିଲା। ମିଶନାରୀମାନେ ଧର୍ମାନ୍ତରୀକରଣ ଲକ୍ଷ୍ୟରେ ନିପଟ ମଫସଲ ଓ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଇଂରାଜୀ ବିଦ୍ୟାଳୟ ସ୍ଥାପନା କରିଥିଲେ। ବିଂଶ ଶତାବ୍ଦୀରେ ବାଲ୍ ଗଙ୍ଗାଧର ତିଳକ, ଈଶ୍ୱରଚଦ୍ର ବିଦ୍ୟାସାଗର, ରାଜା ରାମମୋହନ ରାୟ, ମଦନ ମୋହନ ମାଲବ୍ୟ ଆଦି ସମାଜ ସଂସ୍କାରକଙ୍କ ପ୍ରଚେଷ୍ଟାରେ ଭାରତୀୟ ଶିକ୍ଷା ନିଜର କିଞ୍ଚିତ୍ ପରିଚୟ ଫେରି ପାଇଥିଲା।

ସ୍ୱାଧୀନତା ପରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି। ସରକାର ଶିକ୍ଷାର ଗୁଣବତ୍ତା, ପାଠ୍ୟକ୍ରମ ତଥା ଶିକ୍ଷଣ ପଦ୍ଧତିକୁ ବିଶେଷ ଧ୍ୟାନ ଦେଇନଥିଲେ ମଧ୍ୟ ଭିତ୍ତିଭୂମିର ବିକାଶ, ଶିକ୍ଷକ ନିଯୁକ୍ତି, ନାରୀ ଶିକ୍ଷା, ସାକ୍ଷରତା ହାର ଆଦି କ୍ଷେତ୍ରରେ ଦର୍ଶନୀୟ ଅଭିବୃଦ୍ଧି ଆଣି ପାରିଛନ୍ତି। ସର୍ବଶିକ୍ଷା ଅଭିଯାନ, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ଶିକ୍ଷା ଅଧିକାର ଆଇନ, ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଆଦି ଯୋଜନା ତ୍ୱରିତ ସଫଳତା ପାଇଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ଭିଡ଼ିଓ ସଂଯୋଜିତ ଶ୍ରେଣୀଗୃହର ନିର୍ମାଣ କରାଯାଉଛି। ଶିକ୍ଷାର ପରିଚାଳନା କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲେ ବି ଏହା ନୂତନ ଦିଗ ଓ କ୍ଷେତ୍ରକୁ ସମ୍ପ୍ରସାରିତ ହୋଇପାରିଛି। ନିକଟରେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିବା ସହ ଶିକ୍ଷାକୁ ସର୍ବାଧିକ ବିପନ୍ନ କରିଛି। ବିଗତ ସାତ ମାସ ହେଲା ଶ୍ରେଣୀଗୃହ ଶିକ୍ଷା ଠପ୍ ପଡିଯାଇଥିବା ବେଳେ ଅନ୍ତିମ ବର୍ଷ ପରୀକ୍ଷା ଓ ନୂତନ ପ୍ରବେଶ ମଧ୍ୟ ହୋଇପାରିନାହିଁ। ସମସ୍ୟାର ସାମୟିକ ସମାଧାନ ପାଇଁ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଅନଲାଇନ ଶିକ୍ଷାଦାନ ପଦ୍ଧତି ଆପଣାଇଛନ୍ତି। ଜୁମ୍, ଗୁଗଲ ମିଟ୍, ମାଇକ୍ରୋସଫ୍ଟ ରୁମ ଆଦି ଆପ୍ଲିକେସନ ମାଧ୍ୟମରେ ପ୍ରତିଦିନ ଘଣ୍ଟା ଘଣ୍ଟା ଶିକ୍ଷାଦାନ ଚାଲୁଛି। ପ୍ରାକ୍ଟିକାଲ ମଧ୍ୟ ଭର୍ଟୁଆଲ ଲ୍ୟାବ୍ ଦ୍ୱାରା ଅଭ୍ୟାସ କରାଯାଉଛି। 'ଟାଇମ୍ସ ଅଫ ଇଣ୍ଡିଆ'ର ଏକ ରିପୋର୍ଟ ଅନୁଯାୟୀ ଜାନୁଆରୀ ପରେ, ଆଇ.ଆଇ.ଟି ଗୌହାଟୀରେ ୨୬ ହଜାର ଓ ଆଇ.ଆଇ.ଆଇ.ଟି ହାଇଦ୍ରାବାଦରେ ୧ ଲକ୍ଷରୁ ଅଧିକ ୟୁଜର୍ସ ଭର୍ଟୁଆଲ ଲ୍ୟାବ୍ ର ସେବା ନେଇ ସାରିଲେଣି।

ଚାରି ବର୍ଷର ନର୍ସରୀ ପିଲା ମଧ୍ୟ ଏହି ଅନଲାଇନ ଶିକ୍ଷାଦାନରେ ଅନ୍ତର୍ଭୁକ୍ତ। ଯେଉଁ ବୟସରେ ସେମାନେ ହସି ଖେଳି ସମୟ କାଟିବା କଥା, ସେହି ସମୟ ଏବେ ଅନଲାଇନ ଶ୍ରେଣୀଗୃହରେ କଟୁଛି। ବାଇଜୁ, ବେଦାନ୍ତୁ ଭଳି କିଛି ସଂସ୍ଥା ଅନଲାଇନ ଶିକ୍ଷାକୁ ଅତ୍ୟନ୍ତ ଲାଭଜନକ ବ୍ୟବସାୟରେ ପରିଣତ କରି ସାରିଲେଣି। ଉଭୟ ଲିଖିତ ଓ ମୌଖିକ ପରୀକ୍ଷା ଅନଲାଇନରେ ହିଁ ହେଉଛି। ଜେ.ଇ.ଇ, ମେଡିକାଲ ଆଦି ପରୀକ୍ଷା ପାଇଁ ଥିବା କୋଚିଂ ସଂସ୍ଥାଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ଅନଲାଇନ ହୋଇ ସାରିଲେଣି। ଲାଗୁଛି ଯେମିତି କରୋନା ମହାମାରୀ ଦ୍ୱାରା ଭାରତ ସରକାରଙ୍କ 'ଡିଜିଟାଲ ଇଣ୍ଡିଆ' ସ୍ୱପ୍ନ ସାକାର ହୋଇଯାଇଛି। ଅନଲାଇନ ଶିକ୍ଷାର ସବୁଠୁ ବଡ ଉପାଦେୟତା ହେଉଛି ମୁକ୍ତ ଓ ଅବାଧ ଜ୍ଞାନ ଆହରଣ। ଦେଖାଯାଉଛି, ଶ୍ରେଣୀରେ ଚୁପ ରହୁଥିବା,କମ କଥା କହୁଥିବା, ଲାଜକୁଳା ପିଲାଟି ଅନଲାଇନ କ୍ଲାସରେ ସକ୍ରିୟ ଅଂଶଗ୍ରହଣ କରୁଛି। ପିଲା ନିଜ ଗୃହ ପରିବେଶରେ ଅଧିକ ସହଜ ମନେ କରୁଛି। ଅନଲାଇନ ଶିକ୍ଷାଦାନ ପାଇଁ ବିଶେଷ ଭିତ୍ତିଭୂମିର ଆବଶ୍ୟକତା ପଡୁନି। ଗୋଟିଏ ସ୍ମାର୍ଟ ଫୋନ ଆଉ ଇଣ୍ଟରନେଟ ସଂଯୋଗ ଏଥିପାଇଁ ଯଥେଷ୍ଟ। ପିତାମାତାଙ୍କୁ ପିଲାକୁ ବିଦ୍ୟାଳୟରେ ଛାଡିବା-ଆଣିବା ଚିନ୍ତା କରିବାର ନାହିଁ। ପିଲା ହୋମୱର୍କ ଖାତା ଭୁଲିଯାଇ ଶିକ୍ଷକଙ୍କ ଠାରୁ ଗାଳି ଖାଇବାର କୌଣସି ଦୃଷ୍ଟାନ୍ତ ମିଳୁନି। ଉଭୟ ଶିକ୍ଷକ ଓ ଛାତ୍ରଙ୍କୁ ଶ୍ରେଣୀରେ ଉପସ୍ଥାନ ପାଇଁ ମଧ୍ୟ ବିବ୍ରତ ହେବାକୁ ପଡୁନି। କିଛି ବୁଦ୍ଧିଜୀବୀ ଏହାକୁ 'ନୂଆ ନର୍ମାଲ' କହି ଅନଲାଇନ ଶିକ୍ଷାର ପୂର୍ଣ ପ୍ରଚଳନ ପାଇଁ ଯୁକ୍ତି ବାଢିବା ଆରମ୍ଭ କରିଦେଲେଣି।

ତେବେ ସତରେ କଣ କରୋନା ଆମକୁ ଏତେ ଆଗକୁ ନେଇଯାଇଛି !! 'ଏଜୁକେସନ ଟାଇମ୍ସ' ର ଏକ ରିପୋର୍ଟ ଅନୁଯାୟୀ ଭାରତର ପ୍ରାୟ ୨୭ ପ୍ରତିଶତ ବିଦ୍ୟାର୍ଥୀଙ୍କ ପାଖେ ଲାପ୍ଟପ ଓ ସ୍ମାର୍ଟ ଫୋନର ସୁବିଧା ନାହିଁ, ୨୮ ପ୍ରତିଶତ ଛାତ୍ରଛାତ୍ରୀ ବାରମ୍ବାର ବିଦ୍ୟୁତକାଟ୍ ଯୋଗୁଁ ଠିକ୍ ରେ ପଢି ପାରୁନାହାନ୍ତି, ୩୩ ପ୍ରତିଶତଙ୍କ ମତରେ ଅନଲାଇନ ଶ୍ରେଣୀରେ ସେମାନଙ୍କ ପୂର୍ଣ ଧ୍ୟାନ ଲାଗୁନାହିଁ। ପ୍ରଥମେ ଅନଲାଇନ ଶିକ୍ଷାଦାନ ପ୍ରତି ବିଶେଷ ଆଗ୍ରହ ଦେଖାଉଥିବା ଅଭିଭାବକ ମାନେ ବର୍ତ୍ତମାନ ଏଥିପ୍ରତି ଵିମୁଖତା ପ୍ରଦର୍ଶନ କଲେଣି। ତାଙ୍କ ମତରେ ଅନଲାଇନ ଶିକ୍ଷା ପିଲାର ଉଭୟ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ଆଘାତ ପହଞ୍ଚାଉଥିବା ସହ ତାକୁ ଅନଲାଇନ ଗେମିଙ୍ଗ୍, ତଥା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ରତି ଅଧିକ ଆକୃଷ୍ଟ କରାଉଛି। ଜୁମ୍ କ୍ଲାସରୁ ଆହରଣ କରିଥିବା ଜ୍ଞାନ କେତେଦୂର ପର୍ଯ୍ୟନ୍ତ ସାମାଜିକ ସମୃଦ୍ଧି ଓ ନୈତିକ ମୂଲ୍ୟବୋଧର ପ୍ରଣୟନରେ ସହାୟକ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଭର୍ଟୁଆଲ ଲ୍ୟାବ୍ ରୁ ନିଗମିତ ସନ୍ଦର୍ଭର ସିଦ୍ଧାନ୍ତକୁ ନେଇ ସନ୍ଦେହ ପ୍ରକାଶ ପାଉଛି।

ଶେଷରେ, ଅନଲାଇନ ଶିକ୍ଷାର ସମ୍ପୂର୍ଣ୍ଣ ବିରୋଧ ବି ଠିକ ହେବ ନାହିଁ। ସରକାର ଖୁବଶୀଘ୍ର ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରସ୍ତୁତ ହେଲେଣି। ଆମକୁ ଉଭୟ ଶ୍ରେଣୀଗୃହ ଓ ଜୁମ୍ କ୍ଲାସ ମଧ୍ୟରେ ଏକ ସମନ୍ଵୟତା ଆଣିବାକୁ ହେବ। ଇଣ୍ଟରନେଟ ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ଟିଭି ଓ ରେଡ଼ିଓ ମାଧ୍ୟମରେ ଶିକ୍ଷା ଦାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ତନ୍ମଧ୍ୟରୁ ବିହାର ସରକାରଙ୍କ 'ମେରା ଦୂରଦର୍ଶନ, ମେରା ବିଦ୍ୟାଳୟ' ପ୍ରୟାସଟି ବିଶେଷ ସଫଳତା ହାସଲ କରିଛି। ସରକାର ଓ ଶିକ୍ଷନୁଷ୍ଠାନର ମିଳିତ ସହଯୋଗରେ ଏକ ନମନୀୟ ଫିଜିଟାଲ (ଫିଜିକାଲ+ଡିଜିଟାଲ) ଶିକ୍ଷା ପଦ୍ଧତିର ନିଶ୍ଚୟ ରୂପାୟନ ହୋଇପାରିବ।

ଟ୍ୱିଟର (Twitter): iommpriyadarshi
ମୋ: ୯୧୭୮୫୬୦୩୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story