ପିଆଜ କିଲୋ ଶହେ! ଚାଲ ଖେଳିବା ହକି!!

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ବଜାରରେ ପିଆଜ କିଲୋ ଶହେ ଛୁଇଁଲାଣି। ତିନି ମାସ ହେଲା ପିଆଜ ଦର ବଢ଼ି ଚାଲିଛି। ଦର ନିୟନ୍ତ୍ରଣ କରିବା ଦିଗରେ ବିକଳ୍ପ ଚିନ୍ତା ନାହିଁ। ଲୋକଙ୍କୁ ଟଙ୍କିକିଆ ଚାଉଳ ଶହ ଶହେ ଟଙ୍କିଆ ପିଆଜ ମାଉଁସ ଭାତ ଖାଇଲା ପରି ଲାଗୁଛି ବୋଲି ସରକାର ବୋଧହୁଏ ଭାବୁଛନ୍ତି! ସେଥିପାଇଁ ପିଆଜ ଚିନ୍ତା ନକରି ହକି ଖେଳକୁ ନେଇ ଖୁସି ହେଉଛନ୍ତି। ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ପୁରୁଷ […]

onion

onion

Debendra Prusty
  • Published: Thursday, 28 November 2019
  • Updated: 28 November 2019, 07:31 PM IST

Sports

Latest News

  • ଦେବେନ୍ଦ୍ର ପୃଷ୍ଟି

ଡ଼ିଶା ବଜାରରେ ପିଆଜ କିଲୋ ଶହେ ଛୁଇଁଲାଣି। ତିନି ମାସ ହେଲା ପିଆଜ ଦର ବଢ଼ି ଚାଲିଛି। ଦର ନିୟନ୍ତ୍ରଣ କରିବା ଦିଗରେ ବିକଳ୍ପ ଚିନ୍ତା ନାହିଁ। ଲୋକଙ୍କୁ ଟଙ୍କିକିଆ ଚାଉଳ ଶହ ଶହେ ଟଙ୍କିଆ ପିଆଜ ମାଉଁସ ଭାତ ଖାଇଲା ପରି ଲାଗୁଛି ବୋଲି ସରକାର ବୋଧହୁଏ ଭାବୁଛନ୍ତି! ସେଥିପାଇଁ ପିଆଜ ଚିନ୍ତା ନକରି ହକି ଖେଳକୁ ନେଇ ଖୁସି ହେଉଛନ୍ତି। ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ପୁରୁଷ ବିଶ୍ୱ କପ୍‌ ହକି ଓଡ଼ିଶାରେ ହେବ ବୋଲି ଘୋଷଣାକରି କହୁଛନ୍ତି, ‘ଆପଣମାନେ ଖୁସି ତ? ମୁଁ ବି ବହୁତ ଖୁସି’।

ଓଡ଼ିଶାରେ ୨୦୧୮ ପୁରୁଷ ବିଶ୍ୱ କପ୍‌ ହକି ଆୟୋଜିତ ହୋଇଥିଲା। ସେତେବେଳେ ବି ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇଥିଲେ। ଓଡ଼ିଶାବାସୀ ବି ବେଜାୟ ଖୁସି ହୋଇ ୨୦୧୯ ନିର୍ବାଚନରେ ତାଙ୍କ ଦଳକୁ ପୂର୍ବାପେକ୍ଷା ଅଧିକ ଭୋଟ ଦେଲେ। ସେହି ବିଶ୍ୱ କପ୍‌ ଆୟୋଜନ ପାଇଁ ମୂଳ ବଜେଟ୍‌ ଥିଲା ୯୦ କୋଟି ଟଙ୍କା। କେତେ ଖର୍ଚ୍ଚ ହେଲା ସେ ହିସାବ ୧୧ ମାସ ଯାଏଁ ସରକାର ଦେଲେ ନାହିଁ। ଏଗାର ମାସ ପରେ ସୂଚନା ଅଧିକାର ଆଇନ ବଳରେ ଜଣେ କର୍ମୀ ତଥ୍ୟ ପାଇଲେ ଯେ ସେହି ବିଶ୍ୱ କପ୍‌ ହକି ଆୟୋଜନରେ ଖର୍ଚ୍ଚ ହୋଇଥିଲା ସମୁଦାୟ ୬୭ କୋଟି ଟଙ୍କା। ଏଥିରୁ ୨୫ କୋଟି ଟଙ୍କା ନେଇଥିଲେ ହକି ଇଣ୍ଡିଆ ଓ ଏଫଆଇଏଚ୍‌। ସେ ଦୁଇ ସଂସ୍ଥା ସେତିକି ଟଙ୍କା ନେଇ ନଥିଲେ ଓଡ଼ିଶାରେ ହକି ବିଶ୍ୱ କପ୍‌ ହୋଇନଥାନ୍ତା। ଏବେ ସେହିପରି ୨୦୨୩ ପୁରୁଷ ବିଶ୍ୱ କପ୍‌ ହକି ମଧ୍ୟ ଓଡ଼ିଶାରେ ହେବ। ପୂର୍ବ ଥର କେବଳ ଭୁବନେଶ୍ୱରରେ ସବୁ ମ୍ୟାଚ୍‌ ହୋଇଥିଲା। ଏଥର ଭାରତୀୟ ହକିର ଏନ୍ତୁଡ଼ିଶାଳ ରାଉରକେଲାରେ ମଧ୍ୟ ମ୍ୟାଚ୍‌ ହେବ।

ଓଡ଼ିଶାରେ ହକି ବିଶ୍ୱ କପ୍‌ ଆୟୋଜିତ ହେବା ନିଶ୍ଚୟ ଖୁସିର କଥା। ଗର୍ବର କଥା ମଧ୍ୟ। ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟରେ ଅନ୍ତର୍ଜତୀୟ ସ୍ତରର ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବା କିଛି ଛୋଟିଆ ହାସଲ ନୁହେଁ। ଓଡ଼ିଶା ସରକାର ଏଥିପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି କରିଥିବାରୁ ଏହା ସମ୍ଭବ ହୋଇଥିଲା। କଳିଙ୍ଗ ଷ୍ଟାଡିୟମରେ ଗୋଟାକ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚରେ ଆଷ୍ଟ୍ରୋଟର୍ଫ ପଡ଼ିଥିଲା। ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମାନ ସହ ତୁଳନୀୟ କରିବାକୁ ମଧ୍ୟ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହକି ବିଶ୍ୱ କପ୍‌ ଉଦଘାଟନ ଓ ଉଦଯାପନ ଉତ୍ସବକୁ ଶାହରୁଖ ଖାଁ, ସଲ୍‌ମାନ ଖାଁ, ମାଧୁରୀ ଦୀକ୍ଷିତ ପ୍ରମୁଖ ଲୋକପ୍ରିୟ ସିନେ ତାରକାମାନେ କୋଟିକୋଟି ଟଙ୍କାର ପାଉଣା ନେଇ ଅତିଥି ଭାବେ ଆସିଥିଲେ। ସେମାନଙ୍କୁ ଦେଖି ଓଡ଼ିଆମାନେ ଅପାର ଆନନ୍ଦ ଲାଭ କରିଥିଲେ। ଟଙ୍କିକିଆ ଚାଉଳର ମଇଳା ରଙ୍ଗକୁ ଏହି ତାରକାଙ୍କ ସହ ଆୟୋଜନର ଆତସବାଜି ଲୁଚାଇ ଦେଇଥିଲା। ୨୦୨୩ରେ ମଧ୍ୟ ସେପରି ହେବ। ଲୋକେ ଟଙ୍କିକିଆ ଚାଉଳ ସହିତ ୩୦ ଟଙ୍କିଆ ଆଳୁ ଓ ୧୦୦ ଟଙ୍କିଆ ପିଆଜ ଖାଆନ୍ତୁ ପଛେ ହକି ବିଶ୍ୱ କପ୍‌ ପାଇଁ ବହୁତ ବହୁତ ଖୁସି ହୋଇ ସରକାରଙ୍କ ଉପରେ ଅଜସ୍ର ଆଶୀର୍ବାଦ ଢାଳିଦେବେ। ଓଡ଼ିଶାରେ ୨୦୨୪ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଓଡ଼ିଶାରେ ଏହିପରି ଭାବେ ପ୍ରତି ଦି’ ତିନି ବର୍ଷ ଅନ୍ତରରେ ହକି ବିଶ୍ୱ କପ୍‌, କ୍ରିକେଟ୍‌ ବିଶ୍ୱ କପ୍‌, କବାଡ଼ି ବିଶ୍ୱ କପ୍‌, ଫୁଟବଲ୍‌ ବିଶ୍ୱ କପ୍‌ ଆଦି ଆୟୋଜିତ ହେଉ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖ୍ୟାତି ବଢ଼ୁ। ମୁଖ୍ୟମନ୍ତ୍ରୀ ଯଥେଷ୍ଟ ନାଁ କମାନ୍ତୁ। ସେଥିରେ କାହାର କିଛି ଆପତ୍ତି ନାହିଁ। ଓଡ଼ିଆ ଭାବେ ସମସ୍ତେ ମଧ୍ୟ ଏଥିପାଇଁ ଗର୍ବ କରିବା ଉଚିତ। କିନ୍ତୁ ଓଡ଼ିଶାର ମୌଳିକ ସମସ୍ୟା ସମାଧାନ ନକରି ଖେଳକୁଦରେ ମାତିବା, ସିନେମା ଥିଏଟରରେ ନାଚିବା କୋଉ କାମକୁ?

ନଭେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ୨୦୨୩ ହକି ବିଶ୍ୱ କପ୍‌ କଥା ଘୋଷଣା କଲେ। ନଭେମ୍ବର ୨୮ ତାରିଖ ଦିନ ଖବର ମିଳିଲା ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହିପରି ପ୍ରାୟ ପ୍ରତିବର୍ଷ ରାଜ୍ୟର ଶହଶହ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଫସଲ ହାନୀ ଓ ଋଣବୋଝ ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ଖୋଦ୍‌ ତାଙ୍କ ଘର ଲୋକ ଓ ସାଇପଡ଼ିଶା କହୁଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ପାଇଁ ତାହା ଆତ୍ମହତ୍ୟାର କାରଣ ନୁହେଁ। କାରଣ ହେଉଛି ପାରିବାରିକ ଗଣ୍ଡଗୋଳ। ରାଜ୍ୟର ୭୨ ପ୍ରତିଶତ ଚାଷଜମିକୁ ଏଯାଏଁ ସରକାର ସବୁଦିନିଆ ଜଳସେଚନ ସୁବିଧା ଯୋଗାଇପାରି ନାହାନ୍ତି। ୨୦୦୦ ମସିହାରୁ ନବୀନବାବୁଙ୍କ ବିଜୁ ଜନତା ଦଳ ରାଜ୍ୟର ସବୁ ବ୍ଲକ୍‌ର ୩୩ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଇତିମଧ୍ୟରେ ୫ ଥର ନିର୍ବାଚନ ହେଲାଣି ଓ ନବୀନବାବୁ ୫ ଥର ମୁଖ୍ୟମନ୍ତ୍ରୀ ହେଲେଣି। ଏ ୨୦ ବର୍ଷରୁ ପ୍ରାୟ ୧୫ ବର୍ଷ ସେ ନିଜେ ଜଳସଂପଦ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିଲେ। ମହାନଦୀ ଜଳ ବିବାଦ ପରେ ବଦନାମ ନହେବାକୁ ବିଭାଗ ଛାଡ଼ିଦେଲେ।

ଓଲଟି ଆଳୁ ଓ ପିଆଜ ମିଶନରେ କେଇ କୋଟି ଟଙ୍କା ବରବାଦ ହେଲା। ରାଜ୍ୟରେ ଆଳୁ ଓ ପିଆଜ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେଲାନି। ଶୀତଳ ଭଣ୍ଡାର ପ୍ରାୟ ସବୁ ଯାକ ଅଚଳ। ଅନ୍ୟ କୌଣସି ପନିପରିବା ସଂରକ୍ଷଣ ପାଇଁ ବି ଓଡ଼ିଶାରେ ସୁବିଧା ନାହିଁ। ତେଣୁ ଓଡ଼ିଶାର ବିଲାତି ଓ ପିଆଜ ଆଜି ପଡ଼ୋଶୀ ରାଜ୍ୟକୁ ସଂରକ୍ଷଣ ପାଇଁ ଚାଲିଯାଉଛି ଓ ସେଠାରୁ ପୁଣି ତିରୋଟ ସମୟରେ ଚଢ଼ା ଦରରେ ଓଡ଼ିଶାକୁ ଆସୁଛି।

ଓଡ଼ିଶାର ସବୁ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ନବୀନବାବୁଙ୍କ ପ୍ରଥମ ୧୫ ବର୍ଷ ଭିତରେ ସେମିତି କିଛି ଆଖିଦୃଶିଆ କାମ ହୋଇନାହିଁ। ମହାନଦୀ ଲଢ଼େଇର ୪ ବର୍ଷ ପରେ ମଧ୍ୟ ଓଡ଼ିଶାରେ କୌଣସି ନଦୀରେ ଗୋଟିଏ ହେଲେ ବନ୍ଧ ହୋଇନାହିଁ। ଏବେ ବି ମହାନଦୀର ୭୫ ପ୍ରତିଶତ ବର୍ଷା ଜଳ ସମୁଦ୍ରକୁ ବହି ଯାଉଛି। ଅନ୍ୟ ସବୁ ନଦୀର ଜଳ ମଧ୍ୟ ଜମିକୁ କମ୍‌ ସମୁଦ୍ରକୁ ଅଧିକ ଯାଉଛି। ଓଡ଼ିଶାବାସୀ ପ୍ରାୟ ପ୍ରତିବର୍ଷ ଆଳୁ ଓ ପିଆଜ ଦର ବାଟେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ସେ ବାବଦରେ ରାଜ୍ୟ ସରକାର ଏଯାଏଁ କିଛି ଫଳପ୍ରଦ ପଦକ୍ଷେପ ଗ୍ରହଣ କଲେ ନାହିଁ। ଓଲଟି ଆଳୁ ଓ ପିଆଜ ମିଶନରେ କେଇ କୋଟି ଟଙ୍କା ବରବାଦ ହେଲା। ରାଜ୍ୟରେ ଆଳୁ ଓ ପିଆଜ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେଲାନି। ଶୀତଳ ଭଣ୍ଡାର ପ୍ରାୟ ସବୁ ଯାକ ଅଚଳ। ଅନ୍ୟ କୌଣସି ପନିପରିବା ସଂରକ୍ଷଣ ପାଇଁ ବି ଓଡ଼ିଶାରେ ସୁବିଧା ନାହିଁ। ତେଣୁ ଓଡ଼ିଶାର ବିଲାତି ଓ ପିଆଜ ଆଜି ପଡ଼ୋଶୀ ରାଜ୍ୟକୁ ସଂରକ୍ଷଣ ପାଇଁ ଚାଲିଯାଉଛି ଓ ସେଠାରୁ ପୁଣି ତିରୋଟ ସମୟରେ ଚଢ଼ା ଦରରେ ଓଡ଼ିଶାକୁ ଆସୁଛି। ଓଡ଼ିଶାବାସୀ ଲୁଟେଇ ହେଉଛନ୍ତି, ବାହାର ବେପାରୀ ମାଲେମାଲ୍‌ ହେଉଛନ୍ତି। ଏଥିରେ ଓଡ଼ିଶା ସରକାର ବହୁତ ଖୁସି! ଓଡ଼ିଶାବାସୀ ମଧ୍ୟ।

ଓଡ଼ିଶାର ୭୭ ପ୍ରତିଶତ ଲୋକ ସାକ୍ଷର ହୋଇଥିଲେ ବି ବାସ୍ତବରେ ମାତ୍ର ୩୧ ପ୍ରତିଶତ ଲୋକ ଶିକ୍ଷିତ, ଅର୍ଥାତ ମେଟ୍ରିକ ଉପରକୁ ଯାଇଛନ୍ତି। ଅନ୍ୟ ସମସ୍ତେ ଅଣ୍ଡରମେଟ୍ରିକ। ସରକାର ଯଦି ପ୍ରତି ଗାଁ ବା ପଂଚାୟତରେ ଶିକ୍ଷା ଭିତ୍ତିଭୂମି ସଜାଡ଼ିଥାନ୍ତେ, ଶିକ୍ଷା ପରିବେଶ ସୃଷ୍ଟି କରିଥାନ୍ତେ ତେବେ ଏତେ ଅଧିକ ଲୋକ ମେଟ୍ରିକ ତଳେ ରହିଥାନ୍ତେ କି? ଆଜିକାର ଆଧୁନିକ ଯୁଗରେ ମେଟ୍ରିକ ଡେଉଁ ନଥିବା ପିଲାମାନଙ୍କୁ ବିଜେଡି ପରି ରାଜନୀତିକ ଦଳ ବ୍ୟତିତ ଆଉ କେଉଁଠି ନିଯୁକ୍ତି ମିଳିବ? ସରକାର ସବୁ ବ୍ଲକରେ ଆଇଟିଆଇ ଖୋଲିଛନ୍ତି ବୋଲି ଦାବି କରୁଛନ୍ତି। ଆଇଟିଆଇଗୁଡ଼ିକ ଶିଳ୍ପ କାରଖାନା ପାଇଁ ତାଲିମପ୍ରାପ୍ତ ଶ୍ରମିକ ସୃଷ୍ଟି କରିବା ବ୍ୟତିତ ଅଧିକ କ’ଣ କରୁଛନ୍ତି? ଏସବୁ ଅନୁଷ୍ଠାନ ଜରିଆରେ ବୁଦ୍ଧି ଓ ଜ୍ଞାନର ପ୍ରସାରଣ ହେଉଛି କି? ଯାହା ବି ହେଉ, ଆଇଟିଆଇ ତାଲିମ ନେଇଥିବା ସବୁ ଓଡ଼ିଆ ପିଲା କ’ଣ ଚାକିରି ପାଉଛନ୍ତି? ସେଥିରୁ ଅଧେ ପରା ବେକାର!

ସରକାର କହୁଛନ୍ତି, ରାଜଧାନୀ ଭୁବନେଶ୍ୱର ଉଚ୍ଚଶିକ୍ଷାର ହବ୍‌ ହୋଇଛି। ତିନି ତିନିଟି ମେଡିକାଲ କଲେଜ, ତିନି ତିନିଟି ବୈଷୟିକ ବିଶ୍ୱବିଦ୍ୟାଳୟ, ଡଜନେ ଉପରେ ଇଂଜିନିଅରିଂ କଲେଜ ସମେତ ସାଧାରଣ କଳା, ବିଜ୍ଞାନ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଅନେକ କଲେଜ ଓ ଦୁଇଟି ବିଶ୍ୱବିଦ୍ୟାଳୟ। କିନ୍ତୁ ଏସବୁ ଶିକ୍ଷାନୁଷ୍ଠାନରେ ପଢ଼ୁଛି କିଏ? କେଉଁ ଗାଁର କେତେ ଓଡ଼ିଆ? ଶହେରୁ ୭୦ ଓଡ଼ିଆ ପିଲା ତ ମେଟ୍ରିକ ଟପୁ ନାହାନ୍ତି, ଏଣ୍ଟ୍ରାନ୍ସରେ କିଏ ପାସ୍‌ କରୁଛି, ଇଂଜିନିଅରିଂ ଓ ମେଡିକାଲ କଲେଜରେ କିଏ ପଢ଼ୁଛି? ଯେଉଁ କେତେକ ସହରୀ ଓ ସରକାରୀ ଲୋକଙ୍କ ପିଲା ମାଧ୍ୟମିକ ସ୍ତରରେ ଇଂରାଜୀ ମିଡିୟମ ସ୍କୁଲରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଏସବୁ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ପାଉଛନ୍ତି ସେମାନଙ୍କ ମଧ୍ୟରୁ ମଧ୍ୟ ଅଧେ ବେକାର। ସେଥିପାଇଁ ବାରମ୍ବାର ସୁଯୋଗ ସତ୍ତ୍ୱେ ଅଧେ ଇଂଜିନିଅରିଂ କଲେଜର ସିଟ୍‌ ପୂରଣ ହେଉନାହିଁ। ପ୍ରାୟ ୫୦ ହଜାର ସିଟ୍‌ରୁ ୩୦ ହଜାର ଫାଙ୍କା। ଏସବୁ କଲେଜ ମାଲିକ ଓ ଛାତ୍ରଛାତ୍ରୀମାନେ ଖୁସି ହୁଅନ୍ତୁ ନହୁଅନ୍ତୁ ମୁଖ୍ୟମନ୍ତ୍ରୀ କିନ୍ତୁ ବହୁତ ଖୁସି!

ହତ୍ୟା, ଧର୍ଷଣ, ଲୁଟ୍‌, ଡକାୟତି, ଚୋରି ଆଦି ଅପରାଧର ଗ୍ରାଫ୍‌ ବଢ଼ି ଚାଲିଛି। ତାହା ରୋକିବାରେ ସରକାରଙ୍କ ଉଦ୍ୟମ କେହି ଦେଖୁନାହାନ୍ତି। ପ୍ରତିବର୍ଷ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ାବାନ୍ତିରେ ହଜାର ହଜାର ଲୋକ ମରୁଛନ୍ତି। ତାହା ରୋକିବାକୁ ସରକାରଙ୍କ ଉଦ୍ୟମ ନାହିଁ କହିଲେ ଚଳେ। ରାଜ୍ୟର ପ୍ରାୟ ୨୭ ଲକ୍ଷ ପରିବାର ଏଯାଏଁ ବିଶୁଦ୍ଧ ପାନୀୟ ଜଳ ସୁବିଧାରୁ ବଂଚିତ। ତାହା ଯୋଗାଇବାରେ ସରକାରଙ୍କ ଉଦ୍ୟମ ପାଣିଚିଆ। ତଥାପି, ବିଶ୍ୱକପ୍‌ ହକି ଆୟୋଜନ କରି ଓଡ଼ିଶାବାସୀ ଖୁସି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ବହୁତ ଖୁସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story