ଅପରେସନ୍ ସିନ୍ଦୂର : ନୂଆ ଭାରତର ପ୍ରଭାବ

ଅପରେସନ୍ ସିନ୍ଦୂରରୁ ଆମକୁ ଉପଲବ୍ଧି ମିଳିଲା ଯେ: ଶତାଧିକ ଆତଙ୍କବାଦୀ ନିହତ ହେଲେ, ଆତଙ୍କବାଦୀ ଶିବିରଗୁଡ଼ିକୁ ଧୂଳିସାତ କରି ଦିଆଗଲା, ପାକିସ୍ତାନର ସମସ୍ତ ପ୍ରମୁଖ ସାମରିକ ବିମାନଘାଟିକୁ ଧ୍ୱସ୍ତ କରିଦିଆଗଲା, ସେମାନଙ୍କ ଆକାଶ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦିଆଗଲା, ଭାରତର ପ୍ରତିଆକ୍ରମଣ ବନ୍ଦ କରିବା ପାଇଁ ସେମାନଙ୍କୁ ଭିକ୍ଷା ମାଗିବାକୁ ପଡ଼ିଲା।

Operation Sindoor

Operation Sindoor

Debendra Prusty
  • Published: Saturday, 17 May 2025
  • Updated: 17 May 2025, 11:02 AM IST

Sports

Latest News

ଜାନକୀଶ ବଡପଣ୍ଡା

୨୦୧୯ ମସିହାରେ ପୁଲୱାମାଠାରେ ଭାରତୀୟ ପ୍ରତିରକ୍ଷା ବାହିନୀ ଗାଡ଼ି ଉପରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ମାଧ୍ୟମରେ ସଙ୍ଘଟିତ ଆକ୍ରମଣରେ ୪୬ ଜଣ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ। ଏହାକୁ ପାକିସ୍ତାନର ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଘଟାଇଥିବା ଦାବି କରିଥିଲା। ପୁଲୱାମା ଅଘଟଣର ୧୨ ଦିନ ପରେ ଅତର୍କିତ ଭାବେ ଭାରତୀୟ ବାୟୁ ସେନା ପକ୍ଷରୁ ‘ବାଲାକୋଟ’ ଆକ୍ରମଣ କରାଯାଇ ପୁଲୱାମା ଆକ୍ରମଣର ପ୍ରତିଶୋଧ ନିଆ ଯାଇଥିଲା। ସେହି ଜୈଶ-ଏ-ମହମ୍ମଦ ସନ୍ତ୍ରାସବାଦୀମାନେ ୨୦୧୬, ସେପ୍ଟେମ୍ବର ୧୮ ତାରିଖରେ ଜମ୍ମୁ କାଶ୍ମୀରର ‘ଉରି’ ସେନା ଛାଉଣୀ ଉପରେ ଆକ୍ରମଣ କରି ୧୯ ଜଣ ସୈନିକଙ୍କୁ ହତ୍ୟା ଓ ୩୦ ଜଣଙ୍କୁ ଆହତ କରିଥିଲେ। ଏହାର ୧୦ ଦିନ ପରେ ଭାରତ ପକ୍ଷରୁ ସୀମାପାର ଆତଙ୍କୀ ଶିବିର ଉପରେ ପ୍ରଚଣ୍ଡ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇ ଜୈଶ-ଏ-ମହମ୍ମଦର ତାଲିମ କେନ୍ଦ୍ରଗୁଡିକୁ ଧ୍ୱଂସ କରି ଦିଆଯାଇଥିଲା; ଯେଉଁଥିରେ ଅନ୍ତତଃ ୧୫୦ ଜଣ ଆତଙ୍କୀ ଜୀବନ ହରାଇଥିଲେ।

ଏସବୁ ଘଟଣାରେ ଭାରତୀୟ ସେନା କମାଣ୍ଡୋମାନଙ୍କ ଶୌର୍ଯ୍ୟ ଓ ବୀରତ୍ୱ ଦେଖିଥିଲା ସମଗ୍ର ବିଶ୍ୱ। ଗତମାସ ଅପ୍ରେଲ୍ ୨୨ ତାରିଖ ମଧ୍ୟାହ୍ନରେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ଭାରତୀୟ ପର୍ଯ୍ୟଟକ ଟଳିପଡିବା କିଛି ସାଧାରଣ ଘଟଣା ନଥିଲା। ଏଣୁ ପାକିସ୍ତାନ ଉପରେ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠା‌ନ ନେଇ ସବୁଦିନ ପାଇଁ ଆତଙ୍କୀ-ଏନ୍ତୁଡ଼ିଶାଳ ପାକିସ୍ତାନକୁ ନିଶ୍ଚିହ୍ନ କରିବା ସହିତ ସେମାନେ ମାଡ଼ି ବସିଥିବା ଜମ୍ମୁ କାଶ୍ମୀର ଭୂଖଣ୍ଡକୁ ଫେରାଇ ଆଣିବାକୁ ଅଧିକାଂଶ ଭାରତୀୟ ଚାହୁଁଥିଲେ।

ପାକିସ୍ତାନ କେବେ ବି ଭାରତର ସମକକ୍ଷ ନୁହେଁ। ଭାରତର ବାର୍ଷିକ ପ୍ରତିରକ୍ଷା ବ୍ୟୟ ପାକିସ୍ତାନର ୮ ଗୁଣ। ଭାରତର ସୈନ୍ୟବଳ ୧୪.୫ ଲକ୍ଷ ହୋଇଥିବା ବେଳେ ପାକିସ୍ତାନର ୬.୫ ଲକ୍ଷ; ଭାରତର ଦୁଇଟି ବିଶାଳ ବିମାନବାହୀ ନୌଭେଳା ଥିବା ବେଳେ ପାକିସ୍ତାନର ଗୋଟିଏ ବି ନାହିଁ। ଦୁହେଁ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ହେଁ ଭାରତର ତୁଣୀରରେ ରହିଛି ଆଧୁନିକତମ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ବହୁବିଧ କ୍ଷେପଣାସ୍ତ୍ର। ଏସବୁ ସତ୍ତ୍ୱେ ଆଜିର ଭୂ-ରାଜନୈତିକ ପରିସ୍ଥିତିରେ ଭାରତ ପକ୍ଷରେ ପାକିସ୍ତାନକୁ ନିଶ୍ଚିହ୍ନ କରିବା ଏତେ ସହଜ ନୁହେଁ। ପୃଥିବୀର ଚତୁର୍ଥ ବୃହତ୍ତମ ସାମରିକ ଶକ୍ତି ରୁଷ ଏବଂ ଚବିଶତମ ସ୍ଥାନରେ ଥିବା ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ତିନି ବର୍ଷ ହେଲାଣି, ସରିବାର ନାଁ ଧରୁନି। ଏକ ସପ୍ତାହ ମଧ୍ୟରେ ୟୁକ୍ରେନକୁ ଭୂଲୁଣ୍ଠିତ କରିବାର ଦର୍ପସହିତ ରୁଷ ଆରମ୍ଭ କରିଥିବା ଯୁଦ୍ଧ ଆଜି ବି ଚାଲିଛି। ଏଣୁ, ପାକିସ୍ତାନକୁ ନିଶ୍ଚିହ୍ନ କରିଦେବା ଏକ ଦିବାସ୍ୱପ୍ନ ଛଡ଼ା ଆଉ କିଛି ହୋଇ ନପାରେ।

ଆଜିର ପରିବର୍ତ୍ତିତ ପରିସ୍ଥିତିରେ କାନାଡ଼ାରେ ରହୁଥିବା ଖଲିସ୍ତାନୀ, ବ୍ରିଟେନ୍, ଆମେରିକା, ଚୀନ ଓ ତୁର୍କୀ ଦେଖିବାକୁ ଚାହାନ୍ତି ଏକ ପରାକ୍ରମହୀନ ବିଭାଜିତ ଭାରତ। ଅସ୍ତ୍ରଶସ୍ତ୍ର ଏବଂ ଔଷଧ ବେପାରୀ, ମୌଳବାଦୀ, ତଥା ଅସାମାଜିକ ତତ୍ତ୍ୱ ଚାହାନ୍ତି ଭାରତରେ ସାମ୍ପ୍ରଦାୟିକ ଦଙ୍ଗା ଅଧ୍ୟୁଷିତ ଏକ ଅସ୍ଥିର ସରକାର। ଯୁଦ୍ଧବିମାନ, ଯୁଦ୍ଧାସ୍ତ୍ର ଓ କ୍ଷେପଣାସ୍ତ୍ର ରପ୍ତାନୀ ବଜାରରେ ପାଦ ରଖିଥିବା ନୂଆ ଆତ୍ମନିର୍ଭର ଭାରତକୁ ସହିପାରନ୍ତି ନାହିଁ ସମୃଦ୍ଧ ତଥା ଆଧୁନିକତମ ସାମରିକ ଅସ୍ତ୍ରରେ ଶକ୍ତିଶାଳୀ ରାଷ୍ଟ୍ରମାନେ। ଏମାନେ ଭାରତକୁ ପ୍ରତିଯୋଗୀ ଭାବେ ଦେଖନ୍ତି। ଏପରିକି, ଯୁଦ୍ଧାସ୍ତ୍ର ଆମଦାନୀ କଲାବେଳେ ମଧ୍ୟ ଭାରତ ଶ୍ରେଷ୍ଠତା ପରଖି ଅସ୍ତ୍ର କିଣିବାକୁ ଏମାନେ ସହିପାରନ୍ତି ନାହିଁ। ଏହି ବାସ୍ତବତାକୁ ଆମକୁ ବୁଝିବାକୁ ହେବ।

ପାକିସ୍ତାନ ସହିତ କୌଣସି ‘ସୀମିତ’ କିମ୍ବା ‘ପୂର୍ଣ୍ଣ’ ସମର ହେଲେ ତାହା ଅନିର୍ଦ୍ଦିଷ୍ଟ କାଳ ଯାଏ ଚାଲିବା ଅବଧାରିତ। ଏଥିରୁ ଲାଭ ଉଠାଇବେ ପାକିସ୍ତାନ ସେନା ଓ ସେମାନଙ୍କ ପ୍ରାୟୋଜିତ ଆତଙ୍କୀ ସଙ୍ଗଠନ। ସେଠାରେ ସେନାବାହିନୀ ସର୍ବଶକ୍ତିମାନ ଓ ସର୍ବବୃହତ୍ ‘କର୍ପୋରେଟ୍‌ ସେକ୍ଟର’ ଯାହା, ସେଠାକାର ରାଜନୈତିକ ବ୍ୟବସ୍ଥାକୁ କରାୟତ୍ତ କରି ଗଣତାନ୍ତ୍ରିକ ସରକାରମାନଙ୍କୁ ସଖୀ କଣ୍ଢେଇରେ ପରିଣତ କରି ଆସିଛି। ଏଭଳି ସ୍ଥିତିରେ ପାକିସ୍ତାନ ବିରୁଦ୍ଧରେ ଭାରତ ଯୁଦ୍ଧ ଘୋଷଣା କଲେ ପାକିସ୍ତାନର ଜନତା ସାମରିକ ନେତୃତ୍ୱଙ୍କୁ ତ୍ରାଣକର୍ତ୍ତାଭାବେ ଗ୍ରହଣ କରିନେବେ। ପାକ୍ ଗଣତନ୍ତ୍ର ଛାରଖାର ହେବା ଭାରତ ହିତରେ ନୁହେଁ।

ଭାରତର ପଡ଼ୋଶୀ ଦେଶ ମଧ୍ୟରୁ ଚୀନ ଓ ବାଂଲାଦେଶର ଆଚରଣ ଉଦବେଗଜନକ ସ୍ଥିତିରେ ରହିଛି। ପାକିସ୍ତାନ ଉପରେ ଭା‌ରତ ଆକ୍ରମଣ କଲେ ଭାରତର ଉତ୍ତର-ପୂର୍ବୀୟ ରାଜ୍ୟ ଉପରେ ବାଂଲାଦେଶ ଆକ୍ରମଣ କରିବ ବୋଲି ଧମକ ଦେଉଛି। କୁହାଯାଉଛି ଯେ, ଆମେରିକା ନିଜର ଆଣବିକ ଯୁଦ୍ଧାସ୍ତ୍ରଗୁଡିକୁ ପାକିସ୍ତାନ ଓ ତୁର୍କି ସମେତ କିଛି ଦେଶରେ ମହଜୁଦ କରି ରଖିଛି। ପାକିସ୍ତାନ ମାଟିରୁ ସେଗୁଡ଼ିକୁ ୟୁରୋପ ଠାରୁ ଅଷ୍ଟ୍ରେଲେସିଆ ଯାଏଁ ପ୍ରୟୋଗ କରିବା ଆମେରିକା ପାଇଁ ରଣନୈତିକ ଦୃଷ୍ଟିରୁ ସୁବିଧାଜନକ। ଭାରତର କ୍ଷେପଣାସ୍ତ୍ର ଆକ୍ରମଣରେ ଆମେରିକାର ଆଣବିକ ଯୁଦ୍ଧାସ୍ତ୍ର ବିଧ୍ୱସ୍ତ ହେବାର ଆଶଙ୍କା କରି ଆମେରିକା ସବୁବେଳେ ପାକିସ୍ତାନକୁ ସୁରକ୍ଷା ଦେବା ବାହାନାରେ ନିଜର ଅସ୍ତ୍ର ଭଣ୍ଡାରକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିବା ସ୍ୱାଭାବିକ। ଏଣୁ, ଭାରତ ପ୍ରତ୍ୟକ୍ଷ ଯୁଦ୍ଧ କରିବା ଅପେକ୍ଷା କେବଳ ଆକ୍ରମଣ କରିବାର ଧମକ ଦେଇ ପାକିସ୍ତାନକୁ ଅତ୍ୟାଧୁନିକ ଡ୍ରୋନ, କ୍ଷେପଣାସ୍ତ୍ର ଇତ୍ୟାଦି କିଣିବାକୁ ପରୋକ୍ଷରେ ବାଧ୍ୟ କରି ତାହାର ଆର୍ଥିକ ସ୍ଥିତିକୁ ଅଧିକ ଦୋଦୁଲ୍ୟମାନ କରିବାକୁ ଛାଡ଼ିଦେବା ମଧ୍ୟ ଏକ ରଣନୀତି। ଏହାଛଡ଼ା, ସିନ୍ଧୁ ନଦୀ ଜଳ ପ୍ରବାହରେ ବାଧା, ପାକିସ୍ତାନ ସହ ବାଣିଜ୍ୟ ନକରିବା, ପାକ୍ କୂଟନୀତିଜ୍ଞ ଏବଂ ନାଗରିକଙ୍କୁ ଭାରତରୁ ନିକାଲି ଦେବା ଓ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବା ମଧ୍ୟ ଏଭଳି ଏକ କୂଟନୈତିକ ପଦକ୍ଷେପ, ଯାହା ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବା ସହ ସମାନ।

ଭାରତ ସରକାରଙ୍କ ଅସ୍ତ୍ର ବିରତି ହୁଏତ ଅନେକ ଭାରତୀୟଙ୍କ ମନରେ ଅସ୍ୱସ୍ତି ସୃଷ୍ଟି କରିଛି। ଅନେକେ ଏହାକୁ ‘ଆମେରିକା ପ୍ରତି ଭୟ’ ଅବା ‘ମାନସିକ ଦ୍ୱନ୍ଦ୍ୱ’ ଭାବେ ଦେଖୁଥାଇ ପାରନ୍ତି। କିନ୍ତୁ ପ୍ରତିକ୍ରିୟାରେ ଅସ୍ତ୍ର ବିରତି ମଧ୍ୟ ଏକ ଭୀତି ସଞ୍ଚାରକାରୀ ଇଙ୍ଗିତ, ଏକ ଅଦମ୍ୟ ଦୃଢ଼ ନିଷ୍ପତ୍ତିର ସଙ୍କେତ; ଏହା ବୁଝାଇ କହିବା ଅନାବଶ୍ୟକ। ଯେଉଁମାନେ ମନ ଊଣା କରୁଛନ୍ତି ଯେ ଭାରତ କାହିଁକି ଏହି ଯୁଦ୍ଧବିରାମକୁ ପ୍ରଶ୍ରୟ ଦେଲା, କାହିଁକି ପାକିସ୍ତାନକୁ ଧ୍ୱଂସସ୍ତୁପରେ ପରିଣତ କଲାନାହିଁ, ସେମାନେ ଭୁଲିଯିବା ଅନୁଚିତ ଯେ, ଭାରତର ନୀତି ଯୁଦ୍ଧ ନୁହେଁ, ବୁଦ୍ଧ। ଆମେ କହି ଆସିଛେ ଯେ ଆମର ଆଭିମୁଖ୍ୟ କେବଳ ଆତଙ୍କବାଦୀ ଓ ସେମାନଙ୍କ ଶିବିର ଧ୍ୱଂସ କରିବା, ପାକିସ୍ତାନର ନିରୀହ ଜନସାଧାରଣଙ୍କ ଉପରେ ବିଜୟ ନୁହେଁ। ସେଇଥିପାଇଁ ତ ଆମେ ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ ନକରିବାର ସିଦ୍ଧାନ୍ତ ନେଇଛେ, ବସୁଧୈବ କୁଟୁମ୍ବକମ୍ ନୀତି ଉପରେ କାମ କରୁଛେ। ଆମ ପାଖରେ ଆଣବିକ ଅସ୍ତ୍ର ଥିଲେ ବି ଆମେ କେବେ ହେଁ ଗଣହତ୍ୟା କରିବା ନାହିଁ କିମ୍ବା କୌଣସି ଜଣେ ବି ଭାରତୀୟ ଏହିଭଳି ନାରକୀୟ କାଣ୍ଡ ପାଇଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରି ପାରିବ ନାହିଁ। ଶାନ୍ତିପ୍ରିୟ ଭାରତୀୟ ସମାଜ ଏଥିପାଇଁ ଆଦୌ ଅନୁମତି ଦିଏ ନାହିଁ।

କିଛି ମତ ଦେଉଛନ୍ତି ଯେ, ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିଦିଆଯାଉ। କିନ୍ତୁ, ପାକିସ୍ତାନ ଏକ ସାର୍ବଭୌମ ଦେଶ; ଯାହାକୁ ଖଣ୍ଡ ଖଣ୍ଡ କରିବାର ଅଧିକାର ଆମର ନାହିଁ। ଯଦି ପାକିସ୍ତାନର ବିଭିନ୍ନ ଅଞ୍ଚଳର ଅଧିବାସୀମାନେ ଚାହିଁବେ, ତା ହେଲେ ହୁଏତ ସେମାନେ ବଂଲାଦେଶ ଭଳି ପାକିସ୍ତାନଠାରୁ ଅଲଗା ହୋଇ ପାରିବେ। କୁହାଯାଉଛି ଯେ, ବର୍ତ୍ତମାନ ବଲୋଚିସ୍ତାନ ସ୍ୱତନ୍ତ୍ର ଦେଶ ହେବାକୁ ଚାହୁଁଛି ଏବଂ ସ୍ୱାଧୀନ ରାଷ୍ଟ୍ର ଭାବେ ପରିଗଣିତ ହେବାକୁ ନିବେଦନ କରୁଛି। କିନ୍ତୁ ବଂଲାଦେଶ ଓ ମାଳଦ୍ୱୀପ ଅନୁଭୁତିରୁ ଆଶଙ୍କା ସୃଷ୍ଟି ହେଉଛି ଯେ, ଭବିଷ୍ୟତରେ ଯେ ସେମାନେ ଏକତ୍ରିତ ହୋଇ କିମ୍ବା ଅଲଗା ଅଲଗା ଭାରତର ଶତ୍ରୁତା କରିବେ ନାହିଁ ବୋଲି କିଏ କହିବ? ପରିବର୍ତ୍ତିତ ଭୂ-ରାଜନୈତିକ ଦୃଶ୍ୟପଟରେ ରାଷ୍ଟ୍ରସ୍ୱାର୍ଥ ପ୍ରାଥମିକତା ପାଉଥିବାରୁ ସତର୍କ ପଦକ୍ଷେପ ନେବା ଛଡ଼ା ଭାରତ ପକ୍ଷରେ ଅନ୍ୟକିଛି ହିଁ ବିକଳ୍ପ ନାହିଁ। ଯଦି ବି ଭାରତ କୂଟନୈତିକ ସ୍ତରରେ ଗୋଟିଚାଳନା କରି ପାକିସ୍ତାନର ଗୋଟିଏ ଦୁଇଟି ଭାଗକୁ ଅଲଗା କରିବାରେ ସଫଳ ହୁଏ, ସେଇଥିପାଇଁ ଭାରତକୁ ଦୀର୍ଘକାଳ ଧରି ଆର୍ଥିକ ସହଯୋଗ ଦେବାକୁ ପଡ଼ିବ। ଅନେକେ ଆଶା କରିଥିଲେ ଯେ, ଭାରତ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ କରାଯାଇ ପାକିସ୍ତାନର ସମସ୍ତ ସୈନିକ କେନ୍ଦ୍ର, ସାମୁଦ୍ରିକ ଓ ବିମାନ ବନ୍ଦର, ଆତଙ୍କୀ ପ୍ରଶିକ୍ଷଣ ଶିବିର ଆଦିକୁ ଧ୍ୱଂସ କରିଦେଇ ଏଭଳି ଶିକ୍ଷା ଦିଆଯିବ ଯେ, ପାକିସ୍ତାନ ଭାରତ ବିରୁଦ୍ଧରେ ଦୁଃସ୍ୱପ୍ନ ବି ଦେଖିବନି। କିନ୍ତୁ, ଭାରତ ଭଳି ପାକିସ୍ତାନ ଏକ ଦାୟିତ୍ୱବାନ ତଥା ପରିପକ୍ୱ ଗଣତନ୍ତ୍ର ନୁହେଁ। ସେଠାରେ ସେନା ଓ ସେନା ପ୍ରାୟୋଜିତ ଆତଙ୍କବାଦୀମାନେ ସମାନ୍ତରାଳ ଶାସନ କରନ୍ତି। ଏଣୁ, ଶେଷ ପଦକ୍ଷେପ ସ୍ୱରୂପ ପାଗଳ ପ୍ରାୟ ପାକିସ୍ତାନ ଭାରତ ଉପରେ ଯେ ପରମାଣୁ ବୋମା ପ୍ରୟୋଗ ନକରିବ, ତାହା କହି ହେବନି।

ଭାରତ ପଣ କରିଥିଲା ଯେ, ଆତଙ୍କବାଦୀଙ୍କୁ ନିପାତ କରିବ। ଆତଙ୍କୀ ତାଲିମ ଶିବିର ଧ୍ୱଂସ କରିଦେବ। ଭାରତ ତାହାର ଲକ୍ଷ୍ୟ ହାସଲ କରି ସାରିଛି ଏବଂ ପାକିସ୍ତାନର ଆତଙ୍କବାଦୀମାନଙ୍କ ଆଖିରେ ଭୟ ଓ ଲୁହ ଦେଖିବାକୁ ମିଳିଛି।

ପାକିସ୍ତାନ ଭଲ ଭାବରେ ଜାଣି ସାରିଛି ଯେ ଭାରତ ଚାହିଁଲେ, ତାଙ୍କ ଦେଶ ଭିତରେ ପ୍ରବେଶ କରି ଆକ୍ରମଣ କରିବାକୁ ଭାରତୀୟ ବିକ୍ରମୀ ସେନା ସମର୍ଥ। ସେମାନଙ୍କର ସମସ୍ତ ଅସ୍ତ୍ରକୁ ଆକାଶରେ ଧ୍ୱଂସ କରିବାର କ୍ଷମତା ଆମର ରହିଛି।

ଭାରତର ସୈନିକମାନେ ଯେଭଳି ଶୃଙ୍ଖଳା ଓ ଦୃଢ଼ତାର ସହିତ ଆତଙ୍କୀ ତାଲିମ ଶିବିର ଧ୍ୱଂସ କରିଛନ୍ତି ଏବଂ ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ରର ସଫଳ ବ୍ୟବହାର କରିଛନ୍ତି, ତାହା ଅକଳ୍ପନୀୟ। ପାକିସ୍ତାନ ମାତ୍ର ଚାରିଦିନରେ ହିଁ ଯୁଦ୍ଧ ବିରାମ ପାଇଁ ଅନୁରୋଧ କରିବାକୁ ବାଧ୍ୟ ହେଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁହଁ ଫୁଟାଣି ମାରି କହିଥିଲେ ଯେ, ସେ ହିଁ ଯୁଦ୍ଧ ବିରାମର ମୁଖ୍ୟ ସୂତ୍ରଧର। ଟ୍ରମ୍ପ ପ୍ରାରମ୍ଭରେ ଯୁଦ୍ଧବିରତି ଏବଂ ଉତ୍ତେଜନା ହ୍ରାସ ପଦକ୍ଷେପ ପାଇଁ ଶ୍ରେୟ ନେଇଥିଲେ, ଯାହା ଫଳରେ ପାକିସ୍ତାନ ପ୍ରଚାର କରିଥିଲା ଯେ ଆମେରିକା ମଧ୍ୟସ୍ଥତା କରିଛି ଏବଂ ଭାରତକୁ ପଛକୁ ହଟିବାକୁ ବାଧ୍ୟ କରିଛି। କିନ୍ତୁ ପରଦିନ ଟ୍ରମ୍ପ ତାଙ୍କ ବକ୍ତବ୍ୟକୁ ବଦଳାଇ ସ୍ପଷ୍ଟ କରିଦେଲେ ଯେ କଶ୍ମୀର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ, ଯେଉଁଥିରେ କୌଣସି ତୃତୀୟ ଦେଶର ଭୂମିକା ରହିପାରିବ ନାହିଁ। ଏହି ପରିବର୍ତ୍ତନ ପାକିସ୍ତାନର ସମସ୍ତ ଆଶାକୁ ଧୂଳିସାତ କରିଦେଇଛି।

ଅପରେସନ୍ ସିନ୍ଦୂରରୁ ଆମକୁ ଉପଲବ୍ଧି ମିଳିଲା ଯେ: ଶତାଧିକ ଆତଙ୍କବାଦୀ ନିହତ ହେଲେ, ଆତଙ୍କବାଦୀ ଶିବିରଗୁଡ଼ିକୁ ଧୂଳିସାତ କରି ଦିଆଗଲା, ପାକିସ୍ତାନର ସମସ୍ତ ପ୍ରମୁଖ ସାମରିକ ବିମାନଘାଟିକୁ ଧ୍ୱସ୍ତ କରିଦିଆଗଲା, ସେମାନଙ୍କ ଆକାଶ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦିଆଗଲା, ଭାରତର ପ୍ରତିଆକ୍ରମଣ ବନ୍ଦ କରିବା ପାଇଁ ସେମାନଙ୍କୁ ଭିକ୍ଷା ମାଗିବାକୁ ପଡ଼ିଲା। ଭାରତ ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅକାମୀ କରି ସାରିଛି, ଅପରେସନ୍ ସିନ୍ଦୂର ମାଧ୍ୟମରେ ଆତଙ୍କବାଦ ପ୍ରତି ଶୂନ୍ୟ-ସହନଶୀଳତା ପ୍ରଦର୍ଶନ କରିଛି।

ବିକଶିତ ଭାରତ ନିର୍ମାଣ ପାଇଁ ଶପଥ ନେଇଥିବା ନୂଆ ଭାରତ ଏବେ ଚକ୍ରବ୍ୟୁହ ଭିତରେ ଥାଇ ଲଢେଇ କରୁଛି। ‘ନିର୍ବାସିତ ବିଳାପ’ର ଦୁଇଧାଡ଼ି ମନେ ପଡ଼େ -

ଭ୍ରମନ୍ତି ଚଉପାଶେ ପଶୁନିକର। ନୁହନ୍ତି ମୋତେ ଦେଖି ଭୟେ କାତର।।

ଜାଣି ନାହାନ୍ତି କେବେ ନର ପ୍ରଭାବ। ଏଣୁ ତାଙ୍କର ଏହି ଅନାସ୍ଥା ଭାବ॥

ଏଠାରେ ‘ନର’ ଶବ୍ଦଟିକୁ କେହି ‘ନରେନ୍ଦ୍ର’ ନଭାବିବାକୁ ବିନୀତ ଅନୁରୋଧ। ବରଂ ‘ନର’ ସ୍ଥାନରେ ‘ନୂଆ ଭାରତ’ ପଢ଼ିନେଲେ ଭଲ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story