ଜେଇଇ, ନିଟ୍ ଆଉ ରାଜନୀତି

ଶୁଭ୍ରାଂଶୁ ଶେଖର ସେପ୍ଟେମ୍ବରରେ ଜେଇଇ ମେନ୍ ଏବଂ ଏନଇଇଟି ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧୀ ବିରୋଧ କରୁଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଅଧିକରୁ ଅଧିକ ଚିହ୍ନଟ ହେଉଥିବା ବେଳେ ଏବେ ପରୀକ୍ଷା କରିବା ବିଦ୍ୟାର୍ଥୀଙ୍କୁ ବିପଦ ମୁହଁକୁ ଠେଲିଦେବା ସହିତ ସମାନ ବୋଲି ବିରୋଧୀ କହିଛନ୍ତି। ତେବେ ବିରୋଧୀ କେଉଁ ଆଧାରରେ ଜିମ୍, ରେଷ୍ଟୁରାଣ୍ଟ, ହୋଟେଲ୍, ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଦାବି କରୁଛନ୍ତି ତାହା ଏବେ ଚିନ୍ତାର ବିଷୟ। ଜିମ୍, […]

Jee (1)

Jee (1)

Subhransu Sekhar
  • Published: Friday, 28 August 2020
  • Updated: 29 August 2020, 01:04 PM IST

Sports

Latest News

ଶୁଭ୍ରାଂଶୁ ଶେଖର

ସେପ୍ଟେମ୍ବରରେ ଜେଇଇ ମେନ୍ ଏବଂ ଏନଇଇଟି ପରୀକ୍ଷା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧୀ ବିରୋଧ କରୁଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଅଧିକରୁ ଅଧିକ ଚିହ୍ନଟ ହେଉଥିବା ବେଳେ ଏବେ ପରୀକ୍ଷା କରିବା ବିଦ୍ୟାର୍ଥୀଙ୍କୁ ବିପଦ ମୁହଁକୁ ଠେଲିଦେବା ସହିତ ସମାନ ବୋଲି ବିରୋଧୀ କହିଛନ୍ତି।

ତେବେ ବିରୋଧୀ କେଉଁ ଆଧାରରେ ଜିମ୍, ରେଷ୍ଟୁରାଣ୍ଟ, ହୋଟେଲ୍, ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଦାବି କରୁଛନ୍ତି ତାହା ଏବେ ଚିନ୍ତାର ବିଷୟ। ଜିମ୍, ରେଷ୍ଟୁରାଣ୍ଟ, ହୋଟେଲ୍ ଖୋଲିଲେ କ’ଣ ମାନବ ସମ୍ୱଳ ବ୍ୟବହାର ହେବନି? ତେଣୁ ପରୀକ୍ଷା ପାଇଁ ବିରୋଧୀ ଏଭଳି ବିରୋଧ କରିବା ଯୁକ୍ତିଯୁକ୍ତ ନୁହେଁ।

ପରୀକ୍ଷା ସ୍ଥଗିତ ନେଇ ଅଭିଭାବକମାନେ ସୁପ୍ରିମକୋର୍ଟକୁ ଯାଇଥିଲେ। ସୁପ୍ରିମକୋର୍ଟ ମଧ୍ୟ କହିଥିଲେ ଦେଶରେ ସବୁ କିଛି ବନ୍ଦ କରିବା ଠିକ୍ ନୁହେଁ। ପାଠପଢ଼ା ଉପରେ ଗୁରୁତ୍ୱ ଦେବା ଦରକାର। ଆଉ ଏମିତିରେ ବି ପ୍ରବେଶିକା ପରୀକ୍ଷାରେ ସାଧାରଣତଃ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦୂରତା ଥାଏ। ଆଉ ପରୀକ୍ଷାର୍ଥୀ ମଧ୍ୟ ଶୃଙ୍ଖଳିତ ହୋଇ ପରୀକ୍ଷା ଦିଅନ୍ତି। କରୋନାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଶାରୀରିକ ଦୂରତା ପାଖରୁ ଆରମ୍ଭ କରି ସାନିଟାଇଜେସନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହୁଛନ୍ତି, କରୋନା ଏବେ ନିୟନ୍ତ୍ରଣରେ, ମେଟ୍ରୋ ଟ୍ରେନ୍ ଖୋଲିବା ଦରକାର। ହେଲେ କେଉଁ ଆଧାରରେ ପରୀକ୍ଷା ଘୁଞ୍ଚାଇବାକୁ କହୁଛି କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦଳ ଆମ୍ ଆଦମୀ ପାର୍ଟି? କେବଳ କେଜ୍ରିଓ୍ୱାଲ ନୁହଁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପରୀକ୍ଷାକୁ ଏଭଳି ସ୍ଥିତିରେ ସ୍ଥଗିତ ରଖିବାକୁ କହୁଛନ୍ତି। ହେଲେ ନିଜ ରାଜ୍ୟରେ ସବୁକିଛି ଖୋଲାମେଲା। ଏମିତିକି ପଶ୍ଚିମବଙ୍ଗରେ କରୋନା ଗାଇଡଲାଇନ୍ ଠିକ୍ ଭାବରେ ପାଳନ ହେଉନଥିବାର ନଜିର ମଧ୍ୟ ରହିଛି।

ସେହିପରି ଯେଉଁ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି ପରୀକ୍ଷାକୁ ବିରୋଧ କରୁଛନ୍ତି। ସେଇ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ସରକାର କିଭଳି ରାଜସ୍ଥାନ ବେସିକ ସ୍କୁଲ ଟିଚିଙ୍ଗ୍ କୋର୍ସ ପରୀକ୍ଷା କରାଉଛନ୍ତି ସେ ନେଇ ଜବାବ ଦେବା ଦରକାର।

ସେହିପରି ଶୁକ୍ରବାର କଂଗ୍ରେସ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତରେ ଜେଇଇ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର, ଦିଲ୍ଲୀ ସମେତ ଅନେକ ରାଜ୍ୟରେ କଂଗ୍ରେସ ବିକ୍ଷୋଭ କରିଛି। ଏହାରି ଭିତରେ ସୋନିଆ ଗାନ୍ଧୀ ଭିଡିଓ ଜାରି କରି ବିଦ୍ୟାର୍ଥୀଙ୍କ କଥା ଶୁଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

ପରୀକ୍ଷା ସ୍ଥଗିତ କରିବା ପାଇଁ ପରିବେଶ ପ୍ରେମୀ ଗ୍ରେଟା ଥନବର୍ଗ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଗ୍ରେଟା ଜଣେ ସ୍କୁଲ୍ ଡ୍ରପ ଆଉଟ୍ ଛାତ୍ରୀ। ସ୍ୱିଡେନରେ କରୋନା ସଂକ୍ରମଣ ହେବା ପରେ ଲକଡାଉନ୍ କି ଶଟ୍ ଡାଉନ୍ ହୋଇନଥିଲା। ସେତେବେଳେ ଗ୍ରେଟା ସ୍ୱିଡେନ ସରକାରଙ୍କୁ କରୋନା ସତର୍କତା ନେଇ କୌଣସି ପରାମର୍ଶ ଦେଇନଥିଲେ। ଏବେ କିନ୍ତୁ ସ୍ୱିଡେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି।

ଏନଇଇଟି ଏବଂ ଜେଇଇ ପ୍ରବେଶିକା ପରୀକ୍ଷାକୁ ନେଇ ଶାସକ ଦଳ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପରୀକ୍ଷା ବାତିଲ ହୋଇପାରିବ ନାହିଁ ବୋଲି ନିକଟରେ ସୁପ୍ରିମକୋର୍ଟ କହିଥିଲେ। ହେଲେ ଏହାପରେ ମୁଖ୍ୟତଃ କଂଗ୍ରେସ ଶାସିତ ରାଜ୍ୟ, ଟିଏମସି, ବିଜୁ ଜନତା ଦଳ ଏହି ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି। ସ୍ଥିତି ଏମିତି କି ଯେ ଏହି ପ୍ରସଙ୍ଗରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି। ଏବେ ଛଅଟି ରାଜ୍ୟର ମୁଖ୍ୟମନ୍ତ୍ରୀ ପରୀକ୍ଷା ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଦେଶର ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ପ୍ରାୟ ୨୬ ଲକ୍ଷ ପ୍ରାର୍ଥୀ ହାଜର ହେବାକୁ ଯାଉଛନ୍ତି। ବୁଧବାର ଦିନ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ପରୀକ୍ଷାର ଆୟୋଜକ ଏଜେନ୍ସି ମଧ୍ୟାହ୍ନ ୧୨ଟା ସମୟରେ ଲିଙ୍କ୍ ଖୋଲିଲା, ପାଞ୍ଚ ଘଣ୍ଟା ମଧ୍ୟରେ ପ୍ରାୟ ସାତ ଲକ୍ଷ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଛନ୍ତି। ସେହିଭଳି ଜେଇଇ (ଋଊଊ) ପରୀକ୍ଷା ପାଇଁ ସାଢ଼େ ସାତ ଲକ୍ଷ ଆଡମିଟ୍ କାର୍ଡ ଡାଉନଲୋଡ୍ ହୋଇ ସାରିଛି। ଏନଟିଏର ମୁଖ୍ୟ ବିନୀତ ଜୋଶୀ ବିଶ୍ୱାସ କରନ୍ତି ଯେ ଏହି ଆକଳନରୁ ଏହା ସ୍ପଷ୍ଟ ଯେ ପ୍ରାର୍ଥୀମାନେ ପ୍ରବେଶିକା ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ସାଧାରଣତଃ ଏହି ପ୍ରବେଶିକା ପରୀକ୍ଷା ଜୁନ୍ ମାସରେ ହୁଏ। କିନ୍ତୁ ଏଥର କରୋନା ମହାମାରୀ ପାଇଁ ପରୀକ୍ଷାକୁ ଘୁଞ୍ଚା ଯାଇଥିଲା। ଏବେ ସରକାର ସେପ୍ଟେମ୍ବର ୧ ରୁ ୬ ମଧ୍ୟରେ ଜେଇଇ ମେନ୍ ଏବଂ ଏନଇଇଟି ପରୀକ୍ଷା ସେପ୍ଟେମ୍ବର ୧୩ରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିରୋଧୀଙ୍କ ଯୁକ୍ତି ହେଉଛି ଯେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ତେଣୁ ପ୍ରବେଶିକା ପରୀକ୍ଷା କରିବା ଦେଶକୁ ବଡ଼ ବିପଦ ଆଡକୁ ଠେଲିବା ହେଲେ ପରୀକ୍ଷା ଆଗାମୀ ଦିନରେ ପରୀକ୍ଷା ହେବା ବେଳକୁ ଦେଶରେ କରୋନା ପ୍ରଭାବ ଦୁର୍ବଳ ହୋଇଥିବ ବୋଲି ବିରୋଧୀ ସରକାରକୁ ଗ୍ୟାରେଣ୍ଟି ଦେଇପାରିବେ କି? ଭ୍ୟାକିସନକୁ ନେଇ ସମସ୍ତ ପରୀକ୍ଷା ଚାଲିଛି ହେଲେ ଲୋକଙ୍କ ପାଖରେ ଏହା କେବେ ପହଞ୍ଚିବ ତାହା ଏଯାବତ ଜଣାପଡ଼ିନି। ଏଭଳି ସ୍ଥିତିରେ ପରୀକ୍ଷାକୁ ବିରୋଧୀ ସ୍ଥଗିତ ରଖିବା ପାଇଁ ଦାବି କରିବା କେତେ ଯୁକ୍ତିଯୁକ୍ତ?

ଯଦି ସେପ୍ଟେମ୍ବରରେ ଏହି ପ୍ରବେଶିକା ପରୀକ୍ଷା ହେବ, ତେବେ ମେଡିକାଲ୍ କଲେଜ ଏବଂ ଆଇଆଇଟିରେ ଆଡମିଶନ ନଭେମ୍ବର ସୁଦ୍ଧା ଆରମ୍ଭ ହୋଇପାରିବ। କିନ୍ତୁ ଯଦି ଏହି ପରୀକ୍ଷା ନଭେମ୍ବରରେ ଅନୁଷ୍ଠିତ ହେବ, ତେବେ ଜାନୁଆରୀ-ଫେବୃଆରୀ ପୂର୍ବରୁ ପାଠପଢ଼ା ଆରମ୍ଭ ହୋଇପାରିବ ନାହିଁ।

ଅନ୍ୟପଟେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ୧୫୦ ଜଣ ପ୍ରଫେସର ତଥା ଶିକ୍ଷାବିତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଠିକ୍ ସମୟରେ ପ୍ରବେଶିକା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ତାଙ୍କର ଯୁକ୍ତି ହେଉଛି ଯଦି ପରୀକ୍ଷା ଅଧିକ ବିଳମ୍ବ ହୁଏ, ତେବେ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେବ।

ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋନିଆ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଥିଲେ। ମମତା କହିଥିଲେ ଦେଶରେ କରୋନା ସ୍ଥିତି ବେକାବୁ ରହିଛି। ଏଭଳି ସ୍ଥିତିରେ ପରୀକ୍ଷା କଲେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି। ଏଠି କିନ୍ତୁ ମମତାଙ୍କ ଉଦ୍ଦେଶ୍ୟକୁ ବୁଝିବାକୁ ହେଲେ ମାର୍ଚ୍ଚ ମାସକୁ ଯିବାକୁ ହେବ।

ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ନୂଆ ନୂଆ ଚିହ୍ନଟ ହେଉଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ୱୋଧନ କରି ସତର୍କ କରାଇଥିଲେ। ହେଲେ ମମତା ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ବିରୋଧ କରିଥିଲେ। ଏଭଳି କହି ପ୍ରଧାନମନ୍ତ୍ରୀ ସିଏଏରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମମତା କହିଥିଲେ।

ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫% ରୁ ଅଧିକ ଥିବାବେଳେ ମୃତ୍ୟୁ ହାର ୨% ରୁ କମ୍ ରହିଛି। ପରୀକ୍ଷାକୁ ବିରୋଧ କରୁଥିବା ନେତାମାନେ ମଧ୍ୟ ଏହା ଭଲ ଭାବରେ ଜାଣନ୍ତି। ଏହାକୁ ନେଇ ଭାରତ ସରକାରଙ୍କ ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରସନ୍ନ ମିଶ୍ର ଟ୍ୱିଟ୍ କରି ଏକ ଭଲ ପରାମର୍ଶ ଦେଇଛନ୍ତି। ଯେଉଁମାନେ ଏଭଳି ସ୍ଥିତିରେ ପରୀକ୍ଷା ଦେବାକୁ ସୁରକ୍ଷିତ ମଣୁ ନାହାନ୍ତି ସେମାନେ ସ୍ୱାଭାବିକ ହେବା ଯାଏ ଅପେକ୍ଷା କରିବା ଉଚିତ୍। ଯେଉଁମାନେ ପରୀକ୍ଷା ଦେବାକୁ ଇଚ୍ଛୁକ ସେମାନଙ୍କୁ ଉପେକ୍ଷା କରାନଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି।

କୁହାଯାଏ ଯେଉଁ ଦେଶର ବିରୋଧୀ ଯେତେ ସବଳ ସେ ଦେଶର ସରକାର ସେତେ ସଫଳ। ହେଲେ ଦୁର୍ବଳ ବିରୋଧୀ ପାଇଁ ଦେଶର ସରକାର ମଧ୍ୟ ଅନେକ ପ୍ରସଙ୍ଗରେ ସଠିକ୍ ନିଷ୍ପତ୍ତି ନେଉନଥିବାର ନଜିର ରହିଛି। ଦେଶରେ ଆର୍ଥିକ ସମସ୍ୟା, ବେରୋଜଗାରୀ ଆଦି ଅନେକ ପ୍ରସଙ୍ଗ ରହିଛି। ଏହି ସବୁ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କ ସହିତ ଲଢ଼ିବା ଦରକାର। ହେଲେ ପରୀକ୍ଷାକୁ ନେଇ ରାଜନୀତି କରିବା ବଦଳରେ ପରୀକ୍ଷାର୍ଥୀଙ୍କ ମନୋବଳ ବଢ଼ାଇବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story