/odisha-reporter/media/media_files/2025/12/10/nehru-2025-12-10-16-23-36.jpg)
Nehru, Gandhi And Patel Photograph: (Internet)
ପଞ୍ଚାନନ କାନୁନଗୋ
ଗତ କିଛି ବର୍ଷ ହେବ ଭାରତର ନବନିର୍ମାତା ଜାତୀୟ ସଂଗ୍ରାମର ଜଣେ ପ୍ରମୁଖ ସେନାପତି ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଉପରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଶୁଣିବାକୁ ମିଳୁଛି। ବର୍ତ୍ତମାନ ପିଢ଼ିର ଛାତ୍ରଛାତ୍ରୀ, ଯୁବକ ଯୁବତୀମାନେ ନେହେରୁଙ୍କ ସମ୍ପର୍କରେ ବିଶେଷ କିଛି ଜାଣନ୍ତି ନାହିଁ। କାରଣ ନେହେରୁଙ୍କର ବିୟୋଗ ୧୯୬୪ ମସିହାରେ ଘଟିଥିଲା। ସେହି ସମୟ ବା ପରବର୍ତ୍ତୀ ସମୟରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା (୨୦୨୦-୨୫) ପାଖାପାଖି ୬୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲେଣି। ସେମାନଙ୍କର ସମସ୍ତ ସ୍ମରଣ ଶକ୍ତି ମଧ୍ୟ ଝାପ୍ସାମ ଧରିଲାଣି। ତା’ ପରବର୍ତ୍ତୀ କାଳର ପିଲାମାନେ ନେହେରୁଙ୍କ ସମ୍ପର୍କରେ ଅଧ୍ୟୟନ କରିବା ଆବଶ୍ୟକ ମଣି ନାହାନ୍ତି। ପାଠ୍ୟକ୍ରମରେ ଯାହାସବୁ ଖସଡ଼ା ଥିଲା, ସେସବୁ ମଧ୍ୟ ଅଧ୍ୟୟନ ସହିତ ଓ ଅଧ୍ୟୟନ ପରେ ଆଉ କିଛି ଆବଶ୍ୟକ ମନେହେଲା ନାହିଁ।
ଏହାରି ସୁଯୋଗ ନେଇ ଦଳେ ରାଜନେତା ଏବଂ ତାଙ୍କର ସ୍ଥାବକ ସାଜିଥିବା ପଣ୍ଡିତ ଜ୍ଞାନୀଗୁଣି ଲୋକମାନେ ନେହେରୁଙ୍କ ସମ୍ପର୍କରେ ଅନେକ ମିଥ୍ୟା ପ୍ରଚାର, ଅପପ୍ରଚାର ଓ ଅତିରଞ୍ଜିତ ବା ଅତି ନିନ୍ଦିତ ପ୍ରୟାସରେ ତିଆରି କରାଯାଇଥିବା ପ୍ରଚାର ସବୁ ସାମ୍ନାକୁ ଆଣୁଛନ୍ତି। ବିଶେଷତଃ ଏବେକାର ଶାସକ ଦଳ ଓ ତାହାର ନେତାମାନେ ଏହିପରି ପ୍ରଚାର କାର୍ଯ୍ୟରେ ପୂର୍ଣ୍ଣ ଲିପ୍ତ ଅଛନ୍ତି।
ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ସରକାର ସମୟରେ ୨୦୦୪ ପର୍ଯ୍ୟନ୍ତ ନେହେରୁଙ୍କ ସମ୍ପର୍କରେ ବିଶେଷ କିଛି ଟିପ୍ପଣୀ ଦେଇନଥିଲେ। କାରଣ ସେ ମଧ୍ୟ ନେହେରୁଙ୍କ ପରି ଗଣତନ୍ତ୍ରବାଦୀ ତଥା ଉଚ୍ଚ ସଂସ୍କାରର ରାଷ୍ଟ୍ରନେତା ନେତା ଥିଲେ। ସେ ମଧ୍ୟ ସଂସଦରେ ଉତ୍ତର ପ୍ରଦେଶର ପ୍ରତିନିଧିତ୍ୱ କରୁଥିଲେ, ଯେଉଁ ପ୍ରଦେଶରେ ନେହେରୁଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ଶ୍ରଦ୍ଧା, ସମ୍ମାନ ଭରପୂର ଥିଲା। ସେ କୌଣସି ମନ୍ତବ୍ୟ ବା ତାଙ୍କ ସମୟରେ ନେହେରୁଙ୍କ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଲେ ତାହା ଉତ୍ତର ପ୍ରଦେଶର ଲୋକଙ୍କ ଭିତରେ ଘୃଣାର ଚର୍ଚ୍ଚା ସୃଷ୍ଟି କରିବ ବୋଲି ସେ ଜାଣିଥିଲେ। କିନ୍ତୁ ବର୍ତ୍ତମାନର ନେତାମାନେ ନେହେରୁଙ୍କ ସମ୍ପର୍କରେ ନିଧଡ଼କ ଭାବେ ଯାବତୀୟ ମନ୍ତବ୍ୟ ଦେବାରେ ସାମାନ୍ୟତମ ଚିନ୍ତା କରୁନାହାନ୍ତି।
ପ୍ରଥମେ ନେହେରୁ ସୁବାଷ ବୋଷଙ୍କ ପ୍ରତି ଅନ୍ୟାୟ କରିଥିବାର ଅନେକ ମନଗଢ଼ା କାହାଣୀ ପ୍ରଚାରିତ ହେଲା। ଏପରିକି ସୁବାଷ ଦୀର୍ଘକାଳ ବଞ୍ଚିଥିଲେ ମଧ୍ୟ ନେହେରୁ ତାଙ୍କୁ ଖୋଜି ବାହାର କରିବାରେ କୌଣସି ପ୍ରୟାସ କଲେ ନାହିଁ କିମ୍ବା ତାଙ୍କ ସମ୍ପର୍କରେ ଥିବା ଅନେକ ତଥ୍ୟ ଲୁଚାଇ ରଖିଲେ ବୋଲି କୁହାଗଲା। କିନ୍ତୁ କିଛି ଦିନ ପରେ ହଠାତ୍ ସବୁକଥା ଥମିଗଲା। କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମାଟିର ସନ୍ତାନ ନେତାଜୀ ସୁବାଷ ବୋଷଙ୍କ ସମ୍ପର୍କରେ ଥିବା ସମସ୍ତ ତଥ୍ୟ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରି ତୁରନ୍ତ ଏକ ତଦନ୍ତକାରୀ କମିଟି ଜରିଆରେ ସବୁକଥା ପଦାକୁ ଆଣିବାକୁ ଆହ୍ୱାନ ଦେଲେ। ପୂର୍ବରୁ ଅନେକ ଅଣକଂଗ୍ରେସ ସରକାର ଏପରିକି କଂଗ୍ରେସ ସରକାର ସମୟରେ ଏନେଇ ତଦନ୍ତ ହୋଇଥିଲା। ତା’ର ଫଳାଫଳ ବାହାରକୁ ଯାହା ଜଣାଥିଲା ସେଥିରେ ନେହେରୁ ସୁବାଷଙ୍କ ପ୍ରତି ବା ସୁବାଷଙ୍କୁ ଲୁଚାଇ ରଖିବାରେ କୌଣସି ଉଦ୍ଦେଶ୍ୟମୂଳକ ଉଦ୍ୟମ କରିନଥିଲେ ବୋଲି ପ୍ରମାଣିତ ହୋଇଥିଲା। ଏଥିରେ ଶାସକ ଦଳର ନେତାମାନେ ନୀରବି ଗଲେ।
ଏବେ ପୁନଶ୍ଚ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ସୁଖ୍ୟାତ ପଣ୍ଡିତ ବଙ୍କିମ୍ ଚନ୍ଦ୍ରଙ୍କ ରଚିତ ‘ବନ୍ଦେ ମାତରମ୍’ ଗୀତକୁ ନେଇ ଦେଶ ତମାମ ଏପରିକି ପାର୍ଲାମେଣ୍ଟରେ ବିତର୍କ ଆରମ୍ଭ ହୋଇଯାଇଛି। ଏହି କବିତା ଖୁବ୍ ଉଚ୍ଚକୋଟୀର ଦେଶାତ୍ମବୋଧକ ଥିଲା ଓ ଭାରତୀୟ ମୁକ୍ତି ସଂଗ୍ରାମର ଲଢୁଆ ବୀରମାନେ ଏହା ଗାନ କରି ଦେଶ ମାତୃକାର ମୁକ୍ତି ଚାହିଁଥିଲେ। ଏହା ଏକ ପ୍ରକାର ଜାତୀୟ ସଂଗ୍ରାମର ମୁଖ୍ୟ ଆୟୁଧ ହୋଇଥିଲା। କବିତାଟି ବଙ୍କିମ ବାବୁଙ୍କ ରଚିତ ଉପନ୍ୟାସ ଆନନ୍ଦ ମଠର ଏକ ଅଂଶ ଥିଲା। ଏବେ ଭାରତୀୟ ଜନତା ପାର୍ଟିର ନେତାଗଣ ନେହେରୁଙ୍କ ବିରୁଦ୍ଧରେ କୁତ୍ସା ରଟନା କରିବା ଉଦ୍ଦେଶ୍ୟରେ ଏ କବିତାକୁ ଆୟୁଧ କରିଛନ୍ତି। ତାଙ୍କର ଅଭିଯୋଗ ହେଲା ନେହେରୁ ଏ କବିତାର ଅନେକ ଅଂଶ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଚାପରେ କାଟି ଦେଇଥିଲେ। ବଂଗାଳୀ ଜାତି ଅତ୍ୟନ୍ତ ସଚେତନ। ସବୁ ସମୟରେ ଜାତୀୟତାବୋଧରେ ଆଗୁଆ ଏବଂ ସଂଗ୍ରାମୀ ମଧ୍ୟ। ସେମାନେ ସମସ୍ତେ ଜାଣନ୍ତି ସେମାନେ ଅଜ୍ଞ ନୁହଁନ୍ତି।
ପ୍ରଥମେ, କେବଳ ପଞ୍ଜାବର ନୁହେଁ ଭାରତବର୍ଷର ମାତୃଭକ୍ତ ସନ୍ତାନ ସହିଦ ଭଗବତ ସିଂହଙ୍କ ପ୍ରତି ନେହେରୁ ବହୁତ ଅନ୍ୟାୟ କରିଥିଲେ ବୋଲି କୁତ୍ସା ରଟନା କରାଗଲା। ନେହେରୁ ଓ ମହାତ୍ମା ଗାନ୍ଧୀ ତାଙ୍କ ପାଇଁ ସ୍ୱର ଉତ୍ତୋଳନ ନକରିବାରୁ ସେ ଫାଶି ପାଇଲେ ବୋଲି ଅଭିଯୋଗ ହେଲା। ଅଥଚ ଇତିହାସରେ ଦେଖାଗଲା ଯେ, ନେହେରୁ ଭଗତ ସିଂହଙ୍କ ପାଇଁ ତତ୍କାଳୀନ ଇଂରେଜ ସରକାର ବିରୋଧରେ ଓକିଲ ହିସାବରେ ମକଦ୍ଦମା ଲଢ଼ିଥିଲେ। ଏହା ଜଣାପଡ଼ିବା ପରେ ମିଥ୍ୟା ରଟନାକାରୀମାନେ ଚୁପ୍ ରହିଲେ।
ତାପରେ ପ୍ରଚାର ଚାଲିଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ନେହେରୁ କୋଣଠେସା କରି ଭାରତୀୟ ରାଜନୀତିରେ ଦ୍ୱିତୀୟ ସ୍ଥାନକୁ ନେଇଯାଇଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ଭାରତବର୍ଷର ପ୍ରଥମ ସରକାରଙ୍କ ଉପପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ। ଗାନ୍ଧିଜୀଙ୍କ ଇଚ୍ଛା ଅନୁସାରେ ଜବାହରଲାଲ୍ ନେହେରୁ ପ୍ରଧାନମନ୍ତ୍ରୀ ଆସନ ପାଇବାର ସୁଯୋଗ ପାଇଥିଲେ। ସେ କୌଣସି ଚକ୍ରାନ୍ତ କରି ପଟେଲଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲିଦେଇ ନଥିଲେ। ଯେଉଁମାନେ ପଟେଲଙ୍କୁ ନେଇ ଗୁଜୁରାଟର ଅସ୍ମିତା ସମ୍ପର୍କରେ ବାଜା ବଜାଉଥିଲେ, ଘୋଷଣା କରୁଥିଲେ ସେହିମାନେ ହିଁ ଗୁଜୁରାଟରେ ନିର୍ମିତ ହୋଇଥିବା ପଟେଲ ଷ୍ଟାଡିୟମ୍ରା ନାମ ପରିବର୍ତ୍ତନ କରିଦେଲେ। ଅଥଚ ବହୁକୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ଦୀର୍ଘ ମୂର୍ତ୍ତି ସ୍ଥାପନ କଲେ।
କିନ୍ତୁ ଭାରତବାସୀ ପଟେଲ ଓ ନେହେରୁଙ୍କୁ ନେଇ ଉଠିଥିବା ବିବାଦକୁ ସହଜରେ ଗ୍ରହଣ କଲେନାହିଁ। କିମ୍ବା କଂଗ୍ରେସ ମୁକ୍ତ ଭାରତ ହେବାର ଲକ୍ଷଣ ଦେଖାଦେଲା ନାହିଁ। ଯେଉଁ କଂଗ୍ରେସ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଅବିଚାର କରିଥିଲା ବୋଲି ପ୍ରଚାର କରାଯାଉଥିଲା ତାହା ନିରର୍ଥକ ମନେହେଲା। ଏହାପରେ ସିଧାସଳଖ ଆରମ୍ଭ ହେଲା ଶ୍ରୀ ଜବାହରଲାଲ୍ ନେହେରୁଙ୍କ ଉପରେ ପ୍ରତ୍ୟକ୍ଷ ଭାବେ ଆକ୍ରମଣ। ୧୯୬୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲ୍ଲ୍ ନେହେରୁ ସିନ୍ଧୁ ନଦୀର ଜଳବଣ୍ଟନ ପ୍ରକ୍ରିୟା ସମ୍ପର୍କିତ ଏକ ଚୁକ୍ତି ପାକିସ୍ତାନ ସହ ସ୍ୱାକ୍ଷରିତ କରି ସିନ୍ଧୁ ଓ ତା’ର ଶାଖା ନଦୀମାନଙ୍କର ପ୍ରମୁଖ ଜଳରାଶି ପାକିସ୍ତାନକୁ ଟେକିଦେଲେ। ଏ ସମ୍ପର୍କିତ ସ୍ୱାକ୍ଷରିତ ଚୁକ୍ତି ଫଟୋ ବିଭିନ୍ନ ବିଦ୍ୟୁତ୍ ଗଣମାଧ୍ୟମରେ ପ୍ରଚାରିତ ହେଲା ଓ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହେଲା।
ଜବାହରଲାଲ୍ ନେହେରୁଙ୍କର ସେ ସମୟର ନିଷ୍ପତ୍ତି ଭାରତକୁ ଯେ, ଗୋଟିଏ ଆଦର୍ଶ ସ୍ଥାନୀୟ ଶୀର୍ଷତମ ସ୍ଥାନରେ ରଖିଥିଲା ଓ ନେହେରୁ ସେ ସମୟର ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କ ସହିତ ସମକକ୍ଷ ନେତା ଭାବେ ନିଜକୁ ସ୍ଥାପିତ କରିପାରିଥିଲେ, ଏକଥା ଏହି କୁତ୍ସା ରଟନାକାରୀ ନେତୃବୃନ୍ଦ ଜାଣିନଥିଲେ। ଶ୍ରୀ ଜବାହରଲାଲ୍ ନେହେରୁ କୌଣସି ଗୋଷ୍ଠିରେ ଭାରତକୁ ଅନ୍ତର୍ଭୁକ୍ତ ନକରି ଏକ ତୃତୀୟ ନିରପେକ୍ଷ ଗୋଷ୍ଠି ଭାବେ ଭାରତର ନେତୃତ୍ୱ ଜାହିର୍ କରିପାରିଥିଲେ। ଏହାସତ୍ୱେ ଆମେରିକାର ନେତା ରାଷ୍ଟ୍ରପତି କେନେଡି, ରୁଷିଆର ନେତା, ରାଷ୍ଟ୍ର ନାୟକ କ୍ରୁଶ୍ଚେଭଙ୍କ ସମେତ ଦେଶର ବହୁ ବଡ଼ ବଡ଼ ନେତା ନେହେରୁଙ୍କୁ ସମ୍ମାନ ଦେଉଥିଲେ। ନେହେରୁ କାହାକୁ କୁଣ୍ଢାଇ ପକାଇ ଆପଣାର କରିବାର ପ୍ରୟାସ କେବେ କରିନଥିଲେ କିମ୍ବା ଦେଖେଇ ହୋଇନଥିଲେ। ସମ୍ମାନର ସହିତ ସମସ୍ତଙ୍କ ସହିତ ହାତ ମିଳାଇ ସେ ନିଜର ଉଚ୍ଚତା, ସ୍ୱତନ୍ତ୍ରତା ପ୍ରଦର୍ଶନ କରିଚାଲିଥିଲେ।
ଏବେ ହଠାତ୍ ପୁଣି ଏକ ନୂଆ ନେହେରୁ ବିରୋଧୀ ବକ୍ତବ୍ୟ ଆରମ୍ଭ ହୋଇଗଲାଣି। ଏଥିରେ ଜବାହର୍ଲାମଲ୍ ନେହେରୁ ପାକିସ୍ତାନକୁ ଭାରତବର୍ଷରୁ କାଶ୍ମୀର ଦେଇଦେବା ପାଇଁ ଚାହୁଁଥିଲେ। କିନ୍ତୁ ବର୍ତ୍ତମାନର ସରକାର ସମ୍ବିଧାନର ଧାରା ୩୭୦ ରଦ୍ଦ କରିଦେଇ କାଶ୍ମୀରକୁ ଭାରତର ଏକ ଅଙ୍ଗ କରିଦେଲେ। ସେମାନେ ଜାଣନ୍ତି ନାହିଁ ଯେ, ଜବାହର୍ଲାେଲ୍ ନେହେରୁ ଜେଲରେ ଥିଲାବେଳେ ତାଙ୍କର ଛୋଟ ଝିଅ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କୁ ଯେଉଁ ଚିଠି ଲେଖିଥିଲେ ସେ ସମସ୍ତ ଚିଠି ଏବେ ବି ତାଙ୍କର ରଚିତ ପୁସ୍ତକରେ ରହିଅଛି। ସେଥିମଧ୍ୟରେ ଗୋଟିଏ ଚିଠି ୧୯୩୧ ମସିହାରେ ନେହେରୁ ଶ୍ରମତୀ ଇନ୍ଦିରା ଗାନ୍ଧୀଙ୍କୁ ଲେଖିଥିଲେ ଯେ, “ତୁମେ ମନେରଖିବ ପ୍ରଥମେ ତୁମେ ଜଣେ କାଶ୍ମୀର୍ଆିତ୍।” ଏହିପରି ଲେଖା ପ୍ରମାଣ କରୁଥିଲା ଯେ ନେହେରୁ ତାଙ୍କ ପିତୃକୁଳର ଜନ୍ମଭୂମି କାଶ୍ମୀର୍କୁ୍ ଖୁବ୍ ଅଧିକ ଭଲପାଉଥିଲେ ଏବଂ ଏ ସମ୍ପର୍କରେ ସର୍ବଦା ସଚେତନ ଥିଲେ। ଯେଉଁଥିପାଇଁ ଗୋଟିଏ ସମୟରେ ଜବାହର୍ଲାଯଲ୍ ନେହେରୁ ଅନେକ ବାଧାବିଘ୍ନ ହଟାଇ ଓ ଅନେକ ନେତୃବୃନ୍ଦଙ୍କ ସହିତ ମତାନ୍ତର ମନାନ୍ତର ହୋଇ ମଧ୍ୟ ସେକ୍ ଅବଦୁଲ୍ଲାଙ୍କୁ ସାଙ୍ଗରେ ରଖି କାଶ୍ମୀରକୁ ଭାରତର ଏକ ଅଂଶବିଶେଷ ଭାବରେ ଘୋଷଣା କରିଥିଲେ।
ଯଦିଓ ସେ ସମୟର ଆବଶ୍ୟକତା ଓ କୂଟନୈତିକ ବିଚାର ଦୃଷ୍ଟିରୁ କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଦିଆଯାଇଥିଲା ତାହା ପରବର୍ତ୍ତୀ ଅବସ୍ଥାରେ ଆସ୍ତେ ଆସ୍ତେ କାଢ଼ି ନିଆଯାଇ କାଶ୍ମୀର୍ ଭାରତବର୍ଷର ମୁଖ ଭାବରେ ସ୍ଥାପିତ ହେଲା। ନେତାମାନେ ରାଜନୈତିକ ଉଦ୍ଦେଶ୍ୟ ରଖି କୁତ୍ସା ରଟନା କରିପାରନ୍ତି ଅବା ଜବାହର୍ଲାଲଲ୍ ନେହେରୁ ସିନ୍ଧୁ ପ୍ରଦେଶ ପାକିସ୍ତାନକୁ ଦେଇ ଦେଇଥିବାର ମିଥ୍ୟା ପ୍ରଚାର କରିପାରନ୍ତି। ମାତ୍ର ଇତିହାସ ଏବେ ବି ସ୍ପଷ୍ଟ ଯେ, ଭାରତ ପାକିସ୍ତାନ ବିଭାଜନ ସମୟର ଓ ପୂର୍ବରୁ ସ୍ଥିତି ଅନୁସାରେ ଜବାହର୍ଲାାଲ୍ ନେହେରୁ ଯାହା କରିଥାନ୍ତୁ ନା କାହିଁକି ଡକ୍ଟର୍ ଆମ୍ବେଦକରଙ୍କୁ ସହଯୋଗ ଦେଇ ଭାରତ ପାଇଁ ଯେଉଁ ସମ୍ବିଧାନ ସୃଷ୍ଟି କରିଦେଇ ଗଲେ ତାହା ଭାରତବର୍ଷକୁ ଏକକରି ରଖିବାର ଏକ ସୁଦୃଢ଼ ବ୍ୟବସ୍ଥା ହୋଇ ରହିଆସିଛି। ଏକଥା ମଧ୍ୟ ସତ୍ୟ ଯେ, ଯେଉଁ ଭାରତ ଜବାହର୍ଲା ଲ୍ ନେହେରୁ ସୃଷ୍ଟି କରିଦେଇଗଲେ ତାହା କେବଳ ଆର୍ଯ୍ୟଭୂମି ନୁହେଁ, ତାହା ସହିତ ଯୋଡ଼ି ହୋଇରହିଛି ଇତିହାସର ଦ୍ରାବିଡ଼ ଓ ଆର୍ଯ୍ୟ ସମ୍ପ୍ରଦାୟ ଭିନ୍ନ ଅନେକ ଗୋଷ୍ଠିର ମିଶ୍ରଣରେ ଏକ ବିରାଟ ଭୂମି।
ଇତିହାସର ବଡ଼ ରାଜ ପରିବାର, ମୌର୍ଯ୍ୟ ପରିବାର, ଗୁପ୍ତ ପରିବାର ମଧ୍ୟ ଏପରି ଏକ ଭାରତ ଭୂଖଣ୍ଡର ଅଧିକାରୀ ହୋଇପାରିନଥିଲେ। ପରବର୍ତ୍ତୀ କାଳରେ ପଠାଣ ଓ ମୋଗଲମାନେ ଯେଉଁ ବିରାଟ ଭାରତବର୍ଷକୁ ଅଧୀନକୁ ନେଇଥିଲେ ସେମାନେ ମଧ୍ୟ ଆଜିର ଭାରତ ଭୂଖଣ୍ଡ ଠାରୁ ଭିନ୍ନ ଏକ ଭୂଖଣ୍ଡର ଶାସକ ଥିଲେ। ଏ ସମସ୍ତ ଗଲା ଭାରତର ଇତିହାସ ଓ ପୁରାଣର କଥା। ଔପନିବେଶୀୟ ଇଂରେଜ ସରକାର ଯେଉଁ ଭୂଖଣ୍ଡ ନିଜ ଅଧୀନକୁ ନେଇଥିଲା, ତାହା କେବଳ ଆର୍ଯ୍ୟଭୂମି ନଥିଲା। ଏହାଠାରୁ ଖୁବ୍ ବଡ଼ ଏକ ଭୂଖଣ୍ଡ।
ଭାରତକୁ ସ୍ୱାବଲମ୍ବନଶୀଳ କରି ଗଢ଼ିବା ନାମରେ ବର୍ତ୍ତମାନର ସରକାର ଅନେକ ଡିଣ୍ଡିମ ପିଟୁଛନ୍ତି। ତଥାପି ଏବେ ବି ଆମର ନିର୍ଭରତା କୌଣସି ନା କୌଣସି ଦେଶରୁ କରାଯାଉଥିବା ଆମଦାନୀ ଉପରେ ଜାହିର ରହିଛି ବରଂ ବଢ଼ିଚାଲିଛି। କିନ୍ତୁ ଜବାହର୍ଲାନଲ୍ ନେହେରୁ ପ୍ରଧାନମନ୍ତ୍ରୀ ହେବାବେଳେ ଏକ କ୍ଷୁଧାର୍ତ୍ତ ଭାରତ ପାଇଥିଲେ ଯାହାର ଲୋକଙ୍କ ପାଇଁ ବାହାରୁ ଖାଦ୍ୟ ସଂଗ୍ରହ କରିବାକୁ ପଡୁଥିଲା। ପିଲାଙ୍କ ପାଇଁ କ୍ଷୀରଗୁଣ୍ଡ ଆଣିବାକୁ ପଡୁଥିଲା। କିନ୍ତୁ ସେ ହିଁ ଭାରତକୁ ପୂର୍ଣ୍ଣ ସ୍ୱାବଲମ୍ବନଶୀଳ କରି ଛାଡ଼ିଦେଇ ଯାଇଛନ୍ତି। ଯେଉଁଥିପାଇଁ ଭାରତ ଏବେ ଚାଉଳ, ଗହମ ଓ କ୍ଷୀର ବାହାର ରାଜ୍ୟକୁ ରପ୍ତାନୀ କରିବାକୁ ସକ୍ଷମ ହୋଇଛି।
ଏତଦ୍ବ୍ୟିତୀତ ଶିଳ୍ପକ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆଣିଥିଲେ ନେହେରୁ। ଅନେକ ନେତା ନେହେରୁଙ୍କ ରୁଷିଆ ସହିତ ବନ୍ଧୁତାକୁ ନେଇ ପ୍ରଶ୍ନ ଉଠାଉଥିଲେ ଏବଂ ତାଙ୍କୁ ରୁଷିଆର ଜଣେ ଅନୁଗାମୀ ବୋଲି କହୁଥିଲେ। ସେହିମାନଙ୍କର ବଂଶଧର ଆଜିର ଦିନରେ ରୁଷିଆ ସହିତ ବନ୍ଧୁତା ସ୍ଥାପନ ପାଇଁ ବା ସମ୍ପର୍କ ରଖିବା ପାଇଁ ଅତ୍ୟନ୍ତ ବ୍ୟାକୁଳ। ରୁଷିଆର ନେତା ପୁଟିନ୍ଙ୍କୁି କୁଣ୍ଢାଇ ଧରି ବନ୍ଧୁ ପାଇଲି କେବେ ଛାଡ଼ିବି ନାହିଁ ବୋଲି ମନ୍ତବ୍ୟମାନ ମଧ୍ୟ ଦେଉଛନ୍ତି। ନେହେରୁଙ୍କ ସମୟର ଭାରତ କୌଣସି ଗୋଷ୍ଠିଭୁକ୍ତ ହୋଇନଥିଲା। ସେ ନିଜ ଗୋଡ଼ରେ ଛିଡ଼ାହୋଇ ବିଶ୍ୱକୁ ସାମ୍ନା କରିବାର ପ୍ରୟାସରେ ଥିଲେ। ବର୍ତ୍ତମାନ ଦେଖାଯାଉଛି, ଏବେର ଭାରତ ଓ ତା’ର ନେତା କୌଣସି ନା କୌଣସି ଗୋଷ୍ଠିରେ ପ୍ରବେଶ କରି ସେମାନଙ୍କ ସାହାଯ୍ୟରେ ବିଶ୍ୱକୁ ସାମ୍ନା କରିବା ପ୍ରୟାସରେ ଅଛନ୍ତି।
ବର୍ତ୍ତମାନର ନେତାମାନେ ଏ ଇତିହାସକୁ ଲୁଚାଇ ପାରିବେ ନାହିଁ। ଇତିହାସର ଅନେକ ଘଟଣା, ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଜବାହର୍ଲାତଲ୍ ନେହେରୁ। ଯେଉଁଥିପାଇଁ ଭାରତ ଦିନକୁ ଦିନ ଶକ୍ତିଶାଳୀ ହୋଇଥିଲା ଓ ତାଙ୍କ ପରବର୍ତ୍ତୀ କାଳରେ ଅନେକ ବିଦେଶୀ ଶକ୍ତି ଭାରତ ପାଖରେ ମୁଣ୍ଡ ନୁଆଁଇଥିଲେ। ଯେକୌଣସି ନେତା ବା ସରକାର ତାଙ୍କ ସମୟର କରୁଥିବା ସମସ୍ତ କାର୍ଯ୍ୟ ଓ ପ୍ରଦର୍ଶନ କରୁଥିବା ସମସ୍ତ ଦକ୍ଷତା ସମ୍ପର୍କରେ ବାହାଦୂରୀ ମାରିପାରନ୍ତି। କାହାର କିଛି କହିବାର ନାହିଁ। କିନ୍ତୁ ପଡ଼ିଥିବା ମୂଳଦୁଆର ଦୃଢ଼ତାକୁ ନେଇ ପ୍ରଶ୍ନ କରିବାର ବାହାଦୂରୀ ଦେଖାଇଲେ ବର୍ତ୍ତମାନର ପିଢ଼ି ହେଉ ବା ଉତ୍ତରପିଢ଼ି ହେଉ ଯେତେବେଳେ ଜାଣିଯିବ, ସ୍ୱାଧୀନ ସାର୍ବଭୌମ୍ୟ ଭାରତର ପଡ଼ିଥିବା ମୂଳଦୁଆ ଶକ୍ତ ଓ ତା’ ଉପରେ ନବନିର୍ମାଣର ସଂକେତ ରଖି ନେହେରୁ ଯାଇଛନ୍ତି, ସେମାନେ ନିଶ୍ଚିତ ଭାବେ ବାହାଦୂରୀ କାଢୁଥିବା ସରକାର ତଥା ନେତାଗଣଙ୍କୁ ଘୃଣା କରିବେ ଓ ସେ ଲେଖିଯାଉଥିବା ଇତିହାସକୁ ଅବିଶ୍ୱାସ କରି ସାଗରକୁ ଫିଙ୍ଗିଦେବେ।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
