ପ୍ରବାସୀ ଭାରତୀୟ ଦିବସ ସମାରୋହ: ବିକଶିତ ଓଡ଼ିଶାର ମୁଖଶାଳା

ରାଜ୍ୟ ସରକାର ଓ ଆମେ ରାଜ୍ୟବାସୀ ଏହି କାଳଖଣ୍ଡକୁ କିଭଳି ବ୍ୟବହାର କରି ପାରୁଛେ ତାହା ଦେଖିବାକୁ ବାକି ରହିବ। ବିକାଶ ନାମରେ ବିନାଶ କରିବାକୁ କେହି ବି ଅପଚେଷ୍ଟା କଲେ ଜାଗ୍ରତ ଜନତା କ୍ଷମା ଦେବେନାହିଁ।

Pravasi Bharatiya Divas

Pravasi Bharatiya Divas

Debendra Prusty
  • Published: Tuesday, 07 January 2025
  • Updated: 07 January 2025, 04:05 PM IST

Sports

Latest News

ଜାନକୀଶ ବଡପଣ୍ଡା

ଆମ ଓଡିଶାର ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବାକୁ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରାୟ ୫୦ଟି ଦେଶରୁ ପ୍ରବାସୀ ଭାରତୀୟ ବଂଶୋଦ୍ଭବ ଆମର ମନ୍ଦିରମାଳିନୀ ଭୁବନେଶ୍ୱରରେ ପଦାର୍ପଣ କରୁଛନ୍ତି। ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିବାର ଯେଭଳି ତଥ୍ୟ ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ଆସୁଛି, ତାହା ଅତ୍ୟନ୍ତ ଉତ୍ସାହପ୍ରଦ। ଓଡ଼ିଶା ସରକାର ମଧ୍ୟ ଆଗନ୍ତୁକ ଅତିଥିମାନଙ୍କୁ ରାଜକୀୟ ଆତିଥ୍ୟ ପ୍ରଦାନ କରିବାକୁ ସମସ୍ତ ପ୍ରସ୍ତୁତିରେ ଲାଗି ପଡ଼ିଥିବାର ଲକ୍ଷ୍ୟ କରାଯାଉଛି। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଦ୍ୱିବାର୍ଷିକ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଉଥିଲେ ବି ଆମ ରାଜ୍ୟର ରାଜଧାନୀ ସହରରେ ଏହି ଭବ୍ୟ ଉତ୍ସବ ଅନୁଷ୍ଠିତ ହେବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯିବା ଉଚିତ। ଓଡ଼ିଶାବାସୀଙ୍କୁ ଏଭଳି ଭବ୍ୟ ସମାରୋହ ଆୟୋଜନ କରିବାର ସୁଯୋଗ ମିଳିଥିବାରୁ ଏହାକୁ ଏକ ସୁଯୋଗ ମନେକରି ବିକଶିତ ଓଡ଼ିଶା ଗଠନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଓଡ଼ିଶା ସରକାର କେତେ ପ୍ରସ୍ତୁତି କରିଛନ୍ତି, ତାହା ଚଳିତ ସପ୍ତାହ ଶେଷ ସୁଦ୍ଧା ଜଣାପଡ଼ିଯିବ। ‘ଅତିଥି ଦେବୋ ଭବୋ’ ସଂସ୍କୃତିର ପ୍ରଦର୍ଶନ ପାଇଁ, ଆମେ ସମସ୍ତ ବିଦେଶାଗତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଉଚିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖ ଏହି ପ୍ରବାସୀ ଭାରତୀୟ ଦିବସ ଉତ୍ସବରେ ଯୋଗଦେଉଛନ୍ତି। ଏହା ସତ୍ୟ ଯେ, ଭାରତ ମୂଳଖଣ୍ଡ ଯେତେ ଅଧିକ ବିକଶିତ ହେବ ଏବଂ ବିଶ୍ୱ ଦରବାରରେ ଯେତେ ଅଧିକ ଗୁରୁତ୍ୱ ପାଇବ, ବିଦେଶରେ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କ ପ୍ରଭାବ, ପ୍ରତିଷ୍ଠା ଓ ଭାବମୂର୍ତ୍ତି ସେତେ ଅଧିକ ବଢିବ। ବିକଶିତ ଭାରତର ସ୍ୱପ୍ନ ବାସ୍ତବରୂପ ନେବ ସେତେବେଳେ ଯେବେ ନିଜର ପ୍ରିୟ ମାତୃଭୂମି ସହ ଆବେଗିକ ପ୍ରୀତି ଡୋରିରେ ବନ୍ଧିହେବେ ବିଦେଶୀ ଭାରତୀୟମାନେ। ସେମାନେ ପରିଶ୍ରମୀ ତଥା ଜ୍ଞାନ, ଦକ୍ଷତା, ପାରଦର୍ଶିତା, ଆର୍ଥିକ ସ୍ୱଚ୍ଛଳତା ଓ ପ୍ରଯୁକ୍ତି ବିଦ୍ୟା ସମୃଦ୍ଧ। ଆଗାମୀ ସମାରୋହରେ ସେମାନଙ୍କ ବହୁମୁଖୀ ଯୋଗଦାନ ନିଶ୍ଚୟ ବିକଶିତ ଭାରତ ଗଠନ ଦିଗରେ ସହାୟକ ହେବାକୁ ଯାଉଛି; ଯାହା ଗେମ୍ ଚେଂଜର୍ ସାବ୍ୟସ୍ତ ହୋଇପାରେ। ସେମାନେ ନିଜର ପୁଞ୍ଜିନିବେଶ କରିବାକୁ ଆଗ୍ରହୀ ହେବେ, ଭାରତର ବିକାଶ ଯାତ୍ରାରେ ସାମିଲ୍ ହେବେ, ବିଦେଶରେ ନିଜକୁ ଭାରତର ରାଷ୍ଟ୍ରଦୂତ ମନେକରି ସହଯୋଗ ବି କରିବେ। ବିଦେଶରେ ବାସ କରୁଥିବା ପ୍ରାୟ ୩.୫୪ କୋଟିରୁ ଉର୍ଦ୍ଧ୍ୱ ଭାରତୀୟ ନିଜର ଗାରିମାମୟ ସଂସ୍କୃତିକୁ ନିଜର ଆଚରଣ ଓ ଉଚ୍ଚାରଣରେ ପରିବ୍ୟାପ୍ତ କରିବେ ଓ ଭାରତକୁ ବିଶ୍ୱଗୁରୁ ଭାବେ ଉପସ୍ଥାପିତ କରିବେ। ବଦଳରେ, ସମୃଦ୍ଧ, ବିକଶିତ ଭାରତ ସେମାନଙ୍କୁ ପ୍ରଦାନ କରିବ ନିରାପତ୍ତା ଏବଂ ବିଦେଶମାଟିରେ ସମ୍ମାନର ସହିତ ବଞ୍ଚିବାର ରାହା। ଏହା ହିଁ ତ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ପାଳନର ଉଦ୍ଦେଶ୍ୟ।

ପ୍ରବାସୀ ଭାରତୀୟ ଦିବସ ମହା ସମାରୋହରେ ଆୟୋଜନ କାଳରେ ପଥ ଉତ୍ସବ, ଏକାମ୍ର ଉତ୍ସବ, ଆଦିବାସୀ ମେଳା, ପୁଷ୍ପ ପ୍ରଦର୍ଶନୀ କରାଯାଇ ରାଜଧାନୀକୁ ଉତ୍ସବ ମୁଖର କରାଯାଇଛି। ଓଡ଼ିଶାର ସମୃଦ୍ଧ କଳା ଓ ଐତିହ୍ୟ ପ୍ରଦର୍ଶନ କରାଯିବାକୁ ପ୍ରଯତ୍ନ କରାଯାଉଛି। ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଓଡ଼ିଶୀ ନୃତ୍ୟ ଏବଂ ଲୋକ ଓ ଦେଶଜ ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରାଯିବ। ପୁରୀରେ ବିଚ୍ ଫେଷ୍ଟିଭାଲ୍, ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ଏହି ସମୟରେ ସମଗ୍ର ଭାରତର ଦୃଷ୍ଟି ରହିବ ଓଡ଼ିଶା ଉପରେ, ଯାହାର ଭରପୂର ସୁଯୋଗ ନେବାକୁ ଓଡ଼ିଶା ସରକାର ପ୍ରସ୍ତୁତ ହୋଇ ରହିଛନ୍ତି।

ଭୁବନେଶ୍ୱର ସହିତ ଏହାର ଆଖପାଖ ଅଞ୍ଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଭୁବନେଶ୍ୱର ନଗର ନିଗମ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ତତ୍ପର। ସମସ୍ତେ ନିଷ୍ଠାପର ଭାବେ କାମରେ ଲାଗିଛନ୍ତି। ସୁନ୍ଦର ଆଲୋକ ସାଜସଜ୍ଜା କରାଯାଇ ରାଜଧାନୀ ସହରକୁ ନବବଧୂ ପରି ସଜେଇ ଦିଆଯାଇଛି। ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥିମାନଙ୍କୁ ନେବାଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ଓଡ଼ିଶାର ଏକ ପ୍ୟାଭିଲିୟନ ଜନତା ମଇଦାନରେ ରହିବ ଯେଉଁଥିରେ ଶ୍ରୀ ଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ରୂପାନ୍ତରଣ, ବାଲିଯାତ୍ରା ଓ ଅନ୍ୟାନ୍ୟ କୀର୍ତ୍ତିରାଜି ପ୍ରଦର୍ଶନ କରାଯିବ। ଏହା ସହ ଏକ ଡିଜିଟାଲ୍ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଛି। ଅତିଥିମାନଙ୍କ ଭ୍ରମଣ ତଥା ଯାତାୟାତ ନିମନ୍ତେ ୧୦ଟି ଉନ୍ନତ ମାନର ବସ ଏବଂ ୫ଟି ଡବଲ୍ ଡେକର ବସ ଚାଲିବାର ବ୍ୟବସ୍ଥା କରାଯାଇଛି। ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟୁଟ୍ୟୁବର ଓ ବ୍ଲଗର ଏଥିରେ ଅଂଶ ଗ୍ରହଣ କରୁଛନ୍ତି। ଏଥି ସହିତ ଭୁବନେଶ୍ୱର ସହରର ସ୍ୱଚ୍ଛତା, ଶୃଙ୍ଖଳା ଓ ନିୟମାବଳୀର ଅନୁପାଳନ କରି ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

ବିଦେଶ ମାଟିରେ ରହୁଥିବା ଭାରତୀୟ ପ୍ରବାସୀ ଏବଂ ବଂଶୋଭବଙ୍କୁ ନିଜ ନିଜ ସଂସ୍କୃତି, ପରମ୍ପରା ଐତିହ୍ୟ ତଥା ପୂର୍ବସୂରୀଙ୍କର ସ୍ମୃତି ସହ ଯୋଡ଼ିବା ପାଇଁ ପ୍ରବାସୀ ଭାରତୀୟ ଦିବସ ଅପୂର୍ବ ସୁଯୋଗ ସୃଷ୍ଟିକରେ। ଏଭଳି ଏକ ଆନ୍ତର୍ଜାତିକ ସମାରୋହ ଆୟୋଜନ କରିବାର ସମ୍ମାନ ଓଡ଼ିଶା ସମେତ କୌଣସି ବି ପୂର୍ବାଞ୍ଚଳ ରାଜ୍ୟ ଆଜିଯାଏଁ ପାଇ ନଥିଲେ। ଏ ଦୃଷ୍ଟିରୁ ଓଡ଼ିଶା ନିଜର ସଂସ୍କୃତି, ଐତିହ୍ୟ ଏବଂ କଳାର ଉତ୍କର୍ଷ କାରଣରୁ ସୁଯୋଗ ପାଇଛି ବୋଲି କହିହେବ। ପୂର୍ବ ଭାରତର କୌଣସି ରାଜ୍ୟରେ ଆଜିଯାଏଁ ଏଭଳି ଭବ୍ୟ, ବିଶାଳ ତଥା ମହତ୍ୱାକାଂକ୍ଷୀ କାଯ୍ୟକ୍ରମ ଅନୁଷ୍ଠିତ ହେବା ଏହା ପ୍ରଥମ ଘଟଣା। ଏହା ଏକ ସୁଯୋଗ, ଯାହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ତଥା ଓଡ଼ିଶାର ବିକାଶ ପ୍ରତି ପ୍ରତିବଦ୍ଧତା କାରଣରୁ ସମ୍ଭବ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ, ଯେ କି ଲାକ୍ଷା ଦ୍ୱୀପର ଆରବ ସାଗର କୂଳରେ ବସି ନିଜର ଫଟୋକୁ ଏକ୍ସ ସାମାଜିକ ଗଣମାଧ୍ୟମରେ ଛାଡ଼ିଦେଲେ ଦେଶ ବିଦେଶର ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପ ନଯାଇ ଲାକ୍ଷାଦ୍ୱୀପରେ ଛୁଟି କାଟିବାକୁ ରୁଣ୍ଡ ହୋଇ ଯାଆନ୍ତି। ଏଣୁ, ଆଗାମୀ ଦିନରେ ଓଡ଼ିଶା ଯେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବ, ଏହା ନିଶ୍ଚିତ। ଆଗନ୍ତୁକ ଅତିଥିମାନେ ନିଜର ଜନ୍ମ ମାଟିର ଗନ୍ଧରେ ବିଭୋର ହେବାର ମହାର୍ଘ ସୁଯୋଗ ପାଇବା ସହିତ ସେମାନଙ୍କ ଅନୁଭବ ଓ ଅଭିଜ୍ଞତାରେ ନିଜ ଗ୍ରାମ ଓ ସହରର ଯୁବ ସମ୍ପ୍ରଦାୟଙ୍କୁ ମଧ୍ୟ ଅନୁପ୍ରାଣିତ କରିବେ।

ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ, କଳା, ଭାଷା ଆଦି ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରି ପ୍ରତ୍ୟେକ ଭାରତୀୟଙ୍କୁ ଗୈାରବାନ୍ୱିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କରି ନେତୃତ୍ୱରେ ଭାରତବର୍ଷ ଆଜି ସମସ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି। ବିଶ୍ୱ ନେତୃତ୍ୱ ନେବା ପାଇଁ ଭାରତବର୍ଷ ଆଜି ପ୍ରସ୍ତୁତ। ବିକଶିତ ଭାରତ ଗଠନ ପାଇଁ ଦେଶବାସୀ ଯାତ୍ରା ଆରମ୍ଭ କରିବା ବେଳେ ଓଡିଶାବାସୀ ବିକଶିତ ଓଡ଼ିଶା ଗଠନ କରିବାର ସ୍ବପ୍ନ ଦେଖୁଛନ୍ତି। ଏହି ସମୟରେ ଓଡ଼ିଶାକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ବନ୍ଧୁ ଭାବେ ସବୁବେଳେ ରହିଆସୁଛନ୍ତି। ଓଡ଼ିଶାରେ ସର୍ବଭାରତୀୟ ପୋଲିସ୍ ମୁଖ୍ୟ ସମ୍ମିଳନୀ ଓ ଏବେ ପ୍ରବାସୀ ସମାରୋହ କରାଯିବା ଓ ସେଥିରେ ସେ ଉପସ୍ଥିତ ରହିବା ଅତ୍ୟନ୍ତ ଉତ୍ସାହପ୍ରଦ। ଆଗାମୀ ‘ମେକ୍ ଇନ୍ ଓଡ଼ିଶା- ଉତ୍କର୍ଷ-୨୦୨୫’ ସମାବେଶରେ ମଧ୍ୟ ସ୍ୱୟଂ ପ୍ରଧାନମନ୍ତ୍ରୀ ଯୋଗଦେଇ ଓଡ଼ିଶାରେ ଶିଳ୍ପାୟନକୁ ବଳ ଦେବେ। ସେ ଇଣ୍ଡୋନେସିଆ ଗସ୍ତ କାଳରେ କଟକର ବାଲିଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଭାରତ ମଣ୍ଡପରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ‘କୋଣାର୍କ ଚକ୍ର’ର ପ୍ରଦର୍ଶନ ବିଶ୍ୱନେତାଙ୍କୁ ବିମୋହିତ କରିଥିଲା।ବିଶ୍ୱ ନେତାବୃନ୍ଦଙ୍କୁ ଏହି କୋଣାର୍କ ଚକର ବୈଶିଷ୍ଟ୍ୟ ଓ କାରୁକାର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମସ୍ତ ଘଟଣା ଓଡ଼ିଶା ପାଇଁ ଶୁଭଙ୍କର।

ପ୍ରଧାନମନ୍ତ୍ରୀ ପୂର୍ବୋଦୟ ବିକାଶ ଉପରେ ଜୋର ଦେଉଛନ୍ତି ଯେଉଁଥିରେ ଓଡ଼ିଶା ସବୁଠୁ ଆଗରେ ରହିବାର ସୂଚନା ମିଳୁଛି। ‘ପୂର୍ବୋଦୟ ମିସନ’ରେ ଓଡ଼ିଶା ସମେତ ପୂର୍ବ-ଭାରତର ତ୍ୱରିତ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ହେଉଛି ‘ପୂର୍ବୋଦୟ’। ଏହାର ପ୍ରମୁଖ ବିନ୍ଦୁ ହେଉଛି ଓଡ଼ିଶାର ବିକାଶ। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ପୂର୍ବୋଦୟ’ରେ ଓଡ଼ିଶାର ବିକାଶ ବିନା ଭାରତ ବିକଶିତ ହେବା ଅସମ୍ଭବ। ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବିଭିନ୍ନ ଭିତ୍ତିଭୂମି ବିକାଶ କରାଯିବା ସହିତ କିପରି କୁଶଳୀ ମାନବ ସମ୍ବଳ ତିଆରି ହୋଇପାରିବେ ତା’ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

ମୋଦି ଗରିବ ଘରେ ଜନ୍ମ ନେଇ ମଧ୍ୟ ନିଜର ଅଧ୍ୟବସାୟ, ରାଷ୍ଟ୍ରଭକ୍ତିକୁ ପୁଞ୍ଜିକରି ଲୋକଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ପ୍ରତିଷ୍ଠା ପାଇଛନ୍ତି। ଗରିବ ହୋଇ ନଥିଲେ ହୁଏତ ସେ ସମସ୍ତଙ୍କ ନାମରେ ବ୍ୟାଙ୍କ ଜମାଖାତା, ପ୍ରତି ଘରକୁ ପାଇଖାନା ଓ ବିଶୁଦ୍ଧ ପାନୀୟ ଜଳ ଦେବାକୁ ଏଭଳି ତତ୍ପରତା ପ୍ରଦର୍ଶନ କରିପାରି ନଥାନ୍ତେ ଏବଂ ଓଡ଼ିଶାର ଗରିବ ଲୋକଟିର ଆବଶ୍ୟକତା ପୂର୍ତ୍ତି ପାଇଁ ଗୋଟିଏ ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିବା ମୋହନ ଚରଣ ମାଝୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇ ନଥାନ୍ତା। ସେ ବାରମ୍ବାର ଓଡ଼ିଶା ଆସିଛନ୍ତି, ଓଡ଼ିଶା ସରକାରଙ୍କୁ ଉତ୍ସାହିତ କରିଛନ୍ତି ଓ ଓଡ଼ିଶାରେ ମଧ୍ୟ ରାତ୍ରିଯାପନ କରିଛନ୍ତି। ବିଶ୍ୱର ସବୁଠୁ ଅଧିକ ଲୋକପ୍ରିୟ ନେତା ମୋଦିଜୀଙ୍କର ସରଳତା, ପ୍ରତିବଦ୍ଧତା ଓ କର୍ମନିଷ୍ଠା ସମସ୍ତଙ୍କୁ ଜଣା। ନିୟମ ଅନୁସାରେ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ସେ ଆଗାମୀ ଜାନୁଆରୀ ୯ ତାରିଖରେ ଉଦ୍ଘାଟନ କରିବା ହୁଏତ ଏକ ବ୍ୟବସ୍ଥା, କିନ୍ତୁ ତାଙ୍କର ଗାରିମାମୟ ଉପସ୍ଥିତି ପ୍ରବାସୀ ଭାରତୀୟ ଓ ବଂଶୋଦ୍ଭବଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଓଡ଼ିଶାମନସ୍କ କରିବା ସୁନିଶ୍ଚିତ। ଏହାକୁ ଆୟୁଧ କରି ଆମେ ଓଡ଼ିଶାକୁ ଦେଶର ଅନ୍ୟତମ ବିକଶିତ ରାଜ୍ୟରେ ପରିଣତ କରିବା ଆବଶ୍ୟକ। ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି କରିବାରେ ଯେପରି ବିକଶିତ ଓଡ଼ିଶା ନିର୍ଣ୍ଣାୟକ ଭୂମିକା ନେବ, ସେଥିପାଇଁ ପ୍ରଯତ୍ନ କରିବା ମଧ୍ୟ ଆବଶ୍ୟକ।

ତେବେ, ଓଡ଼ିଶା ସରକାର ମାତ୍ର ସାତମାସ ତଳେ କ୍ଷମତାକୁ ଆସିଛନ୍ତି। ଆଜିଯାଏଁ ଯୋଜନା ବୋର୍ଡ଼ରେ ସଦସ୍ୟ ନିଯୁକ୍ତ ହୋଇ ନାହାନ୍ତି, ଅଧିକାଂଶ ସରକାରୀ ନିଗମ ଅଧ୍ୟକ୍ଷବିହୀନ। ଆହୁରି ଛଅ ମନ୍ତ୍ରୀପଦ ଖାଲି ଅଛି। ନିଯୁକ୍ତ ମନ୍ତ୍ରୀମାନେ ପୂର୍ବରୁ ଶାସନ କ୍ଷମତା ପ୍ରୟୋଗ କରିବାର ଅଭିଜ୍ଞତା ଅର୍ଜନ କରି ନାହାନ୍ତି। ଉତ୍ତରାଧିକାର ସୂତ୍ରରେ ନୂଆ ସରକାର ଯେଉଁ ଶାସନକଳ ପାଇଛନ୍ତି, ତାହା ଦୀର୍ଘ ୨୪ ବର୍ଷ କାଳ ନିର୍ଦ୍ଦିଷ୍ଟ ଶଗଡ଼ ଗୁଳାରେ ଚାଲି ଆସିଥିବା ଘୁଣଖିଆ ଏକ ବ୍ୟବସ୍ଥା; ଯାହାକୁ ଲୋକାଭିମୂଖୀ କରିବା ନିଶ୍ଚୟ ସମୟସାପେକ୍ଷ। ଏହାକୁ ହୃଦୟଙ୍ଗମ କରି, ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଅଧିକ ଦୃଷ୍ଟି ଦେଉଛନ୍ତି। ଏଭଳି ଏକ କାଳଖଣ୍ଡ ଓଡ଼ିଶା ଭାଗ୍ୟରେ ବହୁବର୍ଷ ହେଲାଣି ଆସିନଥିଲା। ଦେଶ ସ୍ୱାଧୀନତା ପାଇବାର କିଛିବର୍ଷ ଧରି ଓଡ଼ିଶାରେ ଏଭଳି ଡବଲ୍ ଇଞ୍ଜିନ୍ ସରକାର ଥିବାରୁ ରାଉରକେଲା ଇସ୍ପାତ୍ କାରଖାନା, ହୀରାକୁଦ ନଦୀ ବନ୍ଧ ଯୋଜନା, ପାରାଦ୍ୱୀପ ବନ୍ଦର ତଥା ଅନେକ ବିକାଶମୂଳକ ଭିତ୍ତିଭୂମି ନିର୍ମାଣ ହୋଇ ପାରିଥିଲା। ସେଭଳି ଏକ ସୁଯୋଗ ଏବେ ଆମ ହାତ ପାଆନ୍ତାରେ। ରାଜ୍ୟ ସରକାର ଓ ଆମେ ରାଜ୍ୟବାସୀ ଏହି କାଳଖଣ୍ଡକୁ କିଭଳି ବ୍ୟବହାର କରି ପାରୁଛେ ତାହା ଦେଖିବାକୁ ବାକି ରହିବ। ବିକାଶ ନାମରେ ବିନାଶ କରିବାକୁ କେହି ବି ଅପଚେଷ୍ଟା କଲେ ଜାଗ୍ରତ ଜନତା କ୍ଷମା ଦେବେନାହିଁ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story