ରାହୁଳ ଗାନ୍ଧୀଙ୍କ ସମସ୍ୟା କ’ଣ?

ଭାରତବାସୀ ଆଶା କରନ୍ତି ଯେ, ସେମାନଙ୍କ ପ୍ରତିନିଧି ଦେଶର ଆଇନକୁ ସମ୍ମାନ ଦେଇ ନିଜର ପାଦ ମର୍ଯ୍ୟାଦା ରକ୍ଷାକରି ସେମାନଙ୍କ ସେବା କରନ୍ତୁ। ରାହୁଳଙ୍କୁ ସମର୍ଥନ କରୁଥିବା ଦେଶବାସୀ ମଧ୍ୟ ଏହି ବିଷୟରେ ଗୁରୁତ୍ୱର ସହିତ ଚିନ୍ତା କରିବାର ସମୟ ଆସିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଶୃଙ୍ଖଳିତ, ଦୁର୍ନୀତିମୁକ୍ତ ଓ ଶିଷ୍ଟାଚାରସମ୍ପନ୍ନ ଲୋକ ପ୍ରତିନିଧି ଚାହୁଁ, ଏହା ଆମର ନେତାମାନେ ହୃଦୟଙ୍ଗମ କରିନେବା ଉଚିତ।

Rahul Gandhi

Rahul Gandhi

Debendra Prusty
  • Published: Saturday, 25 March 2023
  • Updated: 25 March 2023, 04:19 PM IST

News Highlights

  • ରାହୁଳ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେଲା କାହିଁକି?
  • କେଉଁ ଆଇନ ବଳରେ ପଦ ହରେଇଲେ ରାହୁଳ ଗାନ୍ଧୀ?
  • ଏବେ ରାହୁଳ ଗାନ୍ଧୀଙ୍କ ସମସ୍ୟା କ’ଣ?

ଏବେ ସାରା ଭାରତରେ ରାହୁଳ ଗାନ୍ଧୀଙ୍କ ସାଂସଦ ପଦବୀରୁ ବହିଷ୍କରଣ ପ୍ରସଙ୍ଗ ଚର୍ଚ୍ଚାରେ। ଅନେକେ ରାହୁଳ ଗାନ୍ଧୀଙ୍କୁ କୋର୍ଟ ଦେଇଥିବା ଦୁଇ ବର୍ଷ ଜେଲଦଣ୍ଡକୁ ମଧ୍ୟ ଏକ ଷଡ଼ଯନ୍ତ୍ର ଭାବେ ଚିତ୍ରଣ କରୁଥିଲା ବେଳେ ଅନେକେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିଥିବା ଲିଲି ଥୋମାସ୍ ରାୟ ବିଷୟରେ ଉଲ୍ଲେଖ କରି ମତ ଦେଉଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ମଧ୍ୟ ସେହି ରାୟ ମହତ୍ତ୍ୱପୂର୍ଣ୍ଣ। ବାସ୍ତବରେ ସର୍ବୋଚ୍ଚ ନ୍ୟାୟାଳୟ ଐତିହାସିକ 2013 'ଲିଲି ଥୋମାସ୍ ବନାମ ଭାରତ ସରକାର' ମାମଲାରେ ନିଜର ରାୟକୁ ଆଇନର ଏକ ପ୍ରମୁଖ ବ୍ୟବସ୍ଥା ବୋଲି ଅଭିହିତ କରିଛନ୍ତି। ଏହା ବର୍ତ୍ତମାନ ରାହୁଳ ଗାନ୍ଧୀଙ୍କ ମାମଲା ଉପରେ ପ୍ରଭାବ ପକାଇବାକୁ ଯାଉଛି।

କଂଗ୍ରେସ ନେତା ରାହୁଳ ଗାନ୍ଧୀ ‘ମୋଦୀ ସାଙ୍ଗିଆ’ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ୨୦୧୯ ମସିହାରେ ଏକ ମାନହାନୀ ମାମଲା ସୁରଟ ସହରର ଏକ ନିମ୍ନ ଅଦାଲତରେ ଦାଖଲ ହୋଇଥିଲା, ଯାହାର ରାୟ ଚଳିତ ମାର୍ଚ୍ଚ ମାସ ୨୩ ତାରିଖରେ ପ୍ରକାଶ ପାଇଛି। ଅଦାଲତ ରାହୁଳଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଭାରତୀୟ ଦଣ୍ଡବିଧି (ଆଇପିସି) ଧାରା ୪୯୯ ଏବଂ ୫୦୦ ଅନୁଯାୟୀ ରାହୁଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବିଚାରପତି ମଧ୍ୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏବଂ ଉପର ଅଦାଲତରେ ଆବେଦନ କରିବାକୁ ୩୦ ଦିନ ସମୟ ଦେଇଛନ୍ତି।

ଲୋକ ପ୍ରତିନିଧି ଅଧିନିୟମ-୧୯୫୧ର ଧାରା ୮(୩) ଅନୁଯାୟୀ, ଜଣେ ବିଧି ପ୍ରଣେତାଙ୍କୁ (ବିଧାୟକ/ସାଂସଦ) ଦୋଷୀ ସାବ୍ୟସ୍ତ କଲା ପରେ ଦୁଇବର୍ଷ କିମ୍ବା ତା’ଠାରୁ ଅଧିକ କାଳ ପାଇଁ ଦଣ୍ଡାଦେଶ ଦେଲେ ସେମାନେ ଗୃହପାଇଁ ଅଯୋଗ୍ୟ ହୋଇଥାଆନ୍ତି। ଲୋକ ପ୍ରତିନିଧି ଆଇନ (ଆରପିଏ)ର ଧାରା ୮(୪)ରେ କୁହାଯାଇଛି ଯେ ଅଯୋଗ୍ୟତା କେବଳ ଦୋଷୀ ସାବ୍ୟସ୍ତ ତାରିଖଠାରୁ ’ତିନି ମାସ ବିତିଗଲା ପରେ’ କାର୍ଯ୍ୟକାରୀ ହେବ। ସେହି ସମୟ ମଧ୍ୟରେ ଦୋଷୀ ସାଂସଦ ଉଚ୍ଚ ନ୍ୟାୟାଳୟରେ ଏହି ଦଣ୍ଡ ବିରୋଧରେ ଆବେଦନ କରିପାରିବେ। ଏହା ଆଇନ ବହିରେ ଥିଲେ ବି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୩ ମସିହାରେ ଐତିହାସିକ ୨୦୧୩ 'ଲିଲି ଥୋମାସ୍ ବନାମ ଭାରତ ସରକାର' ମାମଲାରେ ନିଜର ରାୟରେ ଏହି ଧାରା ଦ୍ୱୟକୁ ‘ଅସାମ୍ବିଧାନିକ’ ବୋଲି ମତଦେଇଛନ୍ତି। ଏଣୁ ଲୋକ ପ୍ରତିନିଧି ଆଇନ (ଆରପିଏ)ର ଧାରା ୮(୪) ଅପ୍ରାସଙ୍ଗିକ ହୋଇ ପଡ଼ିଛିI

ଅନେକେ ଲିଲି ଥୋମାସ୍ ବନାମ ଭାରତ ସରକାର' ମାମଲା ବିଷୟରେ ଜାଣି ନଥାଇ ପାରନ୍ତିI ୨୦୦୫ ମସିହାରେ କେରଳର ଜଣେ ଓକିଲ ଲିଲି ଥୋମାସ୍ ଏବଂ 'ଲୋକ ପ୍ରହରୀ' ନାମକ ଏକ ଅଣ-ସରକାରୀ ସଂସ୍ଥାର ସାଧାରଣ ସମ୍ପାଦକ ଏସ୍.ଏନ୍ ଶୁକ୍ଲା ମିଳିତ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ସେମାନେ, ଆରପିଏର ଧାରା ୮(୪)କୁ ସମ୍ବିଧାନର ପରିପନ୍ଥୀ (ଅଲ୍ଟ୍ରା ଭାଇରସ୍) ଭାବରେ ଦର୍ଶାଇଥିଲେ। ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ଆବେଦନ କାରଣରୁ ଦୋଷୀ ବିଧାୟକଙ୍କୁ ଅଯୋଗ୍ୟତାଠାରୁ ରକ୍ଷା କରୁଥିବା ଆରପିଏର ଧାରା ୮(୪) ଭାରତୀୟ ସମ୍ବିଧାନକୁ ଉଲଂଘନ କରୁଛି ବୋଲି ଦର୍ଶାଇ ଏହା ଉପରେ ରାୟ ଦେବାକୁ ପ୍ରାର୍ଥନା କରାଯାଇଥିଲା ଏହି ଜନସ୍ୱାର୍ଥ ମାମଲାରେ।

ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନେତାମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପଦପଦବୀରୁ ବଞ୍ଚିତକରି ଭାରତୀୟ ରାଜନୀତିକୁ ପରିଷ୍କାର ରଖିବାକୁ ସମ୍ବିଧାନର ଧାରା ୧୦୨(୧) ଏବଂ ୧୯୧(୧)ରେ ବ୍ୟବସ୍ଥା ରଖା ଯାଇଥିଲା। ଧାରା ୧୦୨(୧) ସଂସଦର ଉଭୟଗୃହର ସଦସ୍ୟତା ପାଇଁ ଅଯୋଗ୍ୟତା ଏବଂ ଧାରା ୧୯୧(୧)ରେ ବିଧାନସଭା କିମ୍ବା ବିଧାନ ପରିଷଦ ସଦସ୍ୟତା ପାଇଁ ଅଯୋଗ୍ୟତା ବିଷୟରେ ଉଲ୍ଲେଖ ରହିଛି। ଏହି ଜନସ୍ୱାର୍ଥ ମାମଲା ମାଧ୍ୟମରେ ଆବେଦନକାରୀ ପ୍ରାର୍ଥନା କରିଥିଲେ ଯେ, ମାନ୍ୟବର ଅଦାଲତ ସଂସଦୀୟ ଗଣତନ୍ତ୍ରକୁ ଅପରାଧିକତତ୍ତ୍ୱଙ୍କ କବଳରୁ ମୁକ୍ତ କରିବା ପାଇଁ ଅଧିକ କଡ଼ା ଆଇନ ପ୍ରଣୟନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।

ଏହି ଜନସ୍ୱାର୍ଥ ମାମଲାର ରାୟ ପ୍ରକାଶ ପାଇବା ଯାଏଁ ଦୋଷୀ ସାଂସଦମାନେ ଉଚ୍ଚ ଅଦାଲତମାନଙ୍କରେ ତଳ ଅଦାଲତ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଇଥିବା ଦଣ୍ଡାଦେଶ ବିରୁଦ୍ଧରେ ଆବେଦନ କରି ସ୍ଥଗିତାଦେଶ ଆଣି ସେମାନଙ୍କର ପଦବୀ ଓ ଆସନ ଜାରି ରଖିଚାଲିଥିଲେ। ଜୁଲାଇ ୧୦, ୨୦୧୩ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତୀ ଏ.କେ ପଟ୍ଟନାୟକ ଏବଂ ଏସ.ଜେ ମୁଖୋପାଧ୍ୟାୟଙ୍କ ଏକ ବେଞ୍ଚ କହିଥିଲେ ଯେ ‘ଜନପ୍ରତିନିଧି ଆଇନର ଧାରା ୮ର ଉପ-ଧାରା (୪) ପ୍ରଣୟନ କରିବାର କ୍ଷମତା ସଂସଦର ନାହିଁ। ଅଧିନିୟମର ୮ ହେଉଛି ସମ୍ବିଧାନର ଉଲଂଘନ (ଅଲ୍ଟ୍ରା ଭାଇରସ୍)।

ସମ୍ବିଧାନର ଅନ୍ୟାନ୍ୟ ବ୍ୟବସ୍ଥାର ତର୍ଜମା କରି ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଜଣେ ଦୋଷୀ ସାବ୍ୟସ୍ତ ଓ ଜେଲଦଣ୍ଡରେ ଦଣ୍ଡିତ ହୋଇଥିବା ସାଂସଦ/ବିଧାୟକ ଏଭଳି ଅଯୋଗ୍ୟତା ସମ୍ବନ୍ଧରେ ମତଦେଇ କହିଥିଲେ ଯେ 'ଅଯୋଗ୍ୟତା' କେଉଁଦିନଠାରୁ ଲାଗୁହେବ ସମ୍ବିଧାନରେ ତାହା ‘ସ୍ପଷ୍ଟ ଭାବେ ବାରଣ କରା ଯାଇଛି।I ଅର୍ଥାତ, ତାହା ତତ୍କାଳ ଲାଗୁ ହେବ ଏବଂ ୩୦ ଦିନ ଯାଏଁ 'ଯୋଗ୍ୟ' ହୋଇ ରହିବା ପାଇଁ ସଂସଦ ଆଇନ କରିବା ଅସାମ୍ବିଧାନିକ।

ସୁରଟ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଏଚ୍ ଏଚ୍ ଵର୍ମାଙ୍କ ଅଦାଲତରେ ରାହୁଳ ଗାନ୍ଧୀ 'ମାନହାନୀ' ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ଲୋକସଭାର ସାଂସଦ ପଦ ହରାଇଛନ୍ତି। ଲୋକସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ସେ ଦୋଷୀ ସାବ୍ୟସ୍ତ ଦିନ ମାର୍ଚ୍ଚ ୨୩ଠାରୁ ଗୃହର ସାଂସଦ ପଦପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ରାହୁଳ ଗାନ୍ଧୀଙ୍କ ପାଇଁ ବର୍ତ୍ତମାନ ଜିଲ୍ଲା ସେସନ୍ସ ନ୍ୟାୟାଳୟକୁ ଯାଇ ସୁରଟ ନିମ୍ନ ଅଦାଲତଙ୍କ ଆଦେଶ ବିରୁଦ୍ଧରେ ନ୍ୟାୟ ଭିକ୍ଷା କରିବାକୁ ପଡ଼ିବ ଏବଂ ତାଙ୍କୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ ହେବାକୁ ପଡ଼ିବ। ମାନ୍ୟବର ନିମ୍ନ ଅଦାଲତ ରାହୁଳଙ୍କୁ ଦୋଷୀ ସାବ୍ୟସ୍ତ କରି କହିଛନ୍ତି ଯେ 'ସମସ୍ତ ଚୋରଙ୍କ ନାମ ମୋଦୀ' ମାନହାନୀମୂଳକ ବକ୍ତବ୍ୟ ଏବଂ ସେଥିପାଇଁ ସେ ଦୋଷୀ। ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରରେ ଏକ ରାଲିରେ ରାହୁଳ ଏହି ମନ୍ତବ୍ୟ ଦେଇଥିଲେ। ଏହା ସତ୍ୟ ଯେ ରାହୁଳ ନିଜ ଭାଷଣରେ କହିଥିଲେ, “କାହିଁକି ସବୁ ଚୋରଙ୍କ ନାଁରେ ମୋଦୀ ସାଙ୍ଗିଆ ରହିଛି? ନୀରବ ମୋଦୀ, ଲଲିତ ମୋଦୀ ହୁଅନ୍ତୁ କିମ୍ବା ନରେନ୍ଦ୍ର ମୋଦୀ, ସମସ୍ତଙ୍କ ନାମରେ ଅଛି ମୋଦୀ ସାଙ୍ଗିଆ।" ସେଥିପାଇଁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୫୦୦ ଅନୁସାରେ କାହାକୁ ବଦନାମ କରିଥିବା କାରଣରୁ ଦୋଷୀ ଭାବେ ରାହୁଳଙ୍କୁ କାରାଦଣ୍ଡ ଦିଆଯାଇଛି ଯାହା “ଦୁଇ ବର୍ଷ ପର୍ଯ୍ୟନ୍ତ, କିମ୍ବା ଜରିମାନା କିମ୍ବା ଉଭୟ ସହିତ ହୋଇପାରେ।“ କୋର୍ଟ ମଧ୍ୟ ତାଙ୍କୁ ୧୫,୦୦୦ ଟଙ୍କା ଦାଖଲ କରି ଜାମିନରେ ଖଲାସ ହେବାକୁ ଅନୁମତି ଦେଇଛନ୍ତି ଏବଂ ତାଙ୍କୁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ଅନୁମତି ଦେବା ପାଇଁ ୩୦ ଦିନ ସମୟ ଦେଇଛନ୍ତି।

ତିନୋଟି ପରିସ୍ଥିତିରେ ଜଣେ ନିର୍ବାଚିତ ଲୋକପ୍ରତିନିଧି ଅଯୋଗ୍ୟ ବିବେଚିତ ହୁଅନ୍ତି। ପ୍ରଥମଟି ହେଲା ଧାରା ୧୦୨(୧) ଅନୁସାରେ ସାଂସଦ ଏବଂ ୧୯୧(୧) ଅନୁସାରେ ବିଧାନସଭା ସଦସ୍ୟ ଅଯୋଗ୍ୟ ହୁଅନ୍ତି। ଯଦି କେହି କୌଣସି ଲାଭଜନକ କାର୍ଯ୍ୟରେ ସାମିଲ ହେବା, ପାଗଳାମି, ଦେବାଳିଆ ଘୋଷିତ ହେବା ତଥା ଦେଶର ନାଗରିକତା ହରାନ୍ତି, ସେମାନେ ଅଯୋଗ୍ୟ ହୁଅନ୍ତି। ଦ୍ୱିତୀୟଟି ହେଲା ସମ୍ବିଧାନର ଦଶମ ସୂଚୀରେ ଥିବା ନାନାବିଧ କାରଣ, ଯେଉଁସବୁ ତ୍ରୁଟି କାରଣରୁ ସଦସ୍ୟଙ୍କ ଅଯୋଗ୍ୟତା ସୃଷ୍ଟିହୁଏ। ତୃତୀୟଟି ହେଲା "ଜନପ୍ରତିନିଧି ଆଇନ" (ଆରପିଏ) -୧୯୫୧। ଏହି ଆଇନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଯୋଗ୍ୟତା ପ୍ରଦାନ କରେ; ଯାହା ରାହୁଳ ଗାନ୍ଧୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

ଜନ ପ୍ରତିନିଧି ଆଇନ-୧୯୫୧ (ଆରପିଏ)ର ଧାରା-୯ ଅନୁସାରେ ଦୁର୍ନୀତି କଲେ, ଅବିଶ୍ଵସ୍ତ ରହିଲେ, ଲୋକପ୍ରତିନିଧି ଥିବାବେଳେ ସରକାରଙ୍କ ସହ ଚୁକ୍ତିନାମା କଲେ ଜଣେ ବହିଷ୍କାରର ସମ୍ମୁଖୀନ ହେବେ। ନିର୍ବାଚନ ଖର୍ଚ୍ଚର ହିସାବ ଦାଖଲ କରିବାରେ ବିଫଳତା ପାଇଁ ଧାରା ୧୦ ଏବଂ ଧାରା ୧୧ରେ ଦୁର୍ନୀତିପରାୟଣତା ପାଇଁ ଜଣକୁ ଅଯୋଗ୍ୟ କରେ। ଆରପିଏର ଧାରା ୮ରେ କୌଣସି ଧାର୍ତ୍ତବ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ, ଜଣେ ଅଯୋଗ୍ୟ ହୁଅନ୍ତି। ତେବେ, ଏହି ବ୍ୟବସ୍ଥାରେ “ରାଜନୀତିର ଅପରାଧୀକରଣକୁ ରୋକିବା” ଏବଂ ଏଭଳି ଜନପ୍ରତିନିଧୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ, ଲୋକ ପ୍ରତିନିଧି ଅଧିନିୟମର ଧାରା ୮(୧)ରେ କେତେକ ଅପରାଧକୁ ତାଲିକାଭୁକ୍ତ କରାଯାଇ ସେହି ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ଅଯୋଗ୍ୟତା ସୃଷ୍ଟି ହୋଇଥାଏ। ଭାଷଣ ମାଧ୍ୟମରେ କାହାର ମାନହାନୀ କରିବାକୁ ଅପରାଧ ରୂପେ ତାଲିକାଭୁକ୍ତ କରାଯାଇ ନଥିଲେ ବି ଉତ୍ତେଜନାମୂଳକ ଭାଷଣ ଦେଇଥିବାରୁ ଅତୀତରେ ୨୦୨୨, ଅକ୍ଟୋବର ମାସରେ ସମାଜବାଦୀ ଦଳର ବରିଷ୍ଠ ନେତା ଆଜାମ ଖାନ ଉତ୍ତର ପ୍ରଦେଶ ବିଧାନସଭାର ସଦସ୍ୟତା ହରାଇଥିଲେ। ଏକ ମାମଲାରେ ସେ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଧାରା ୮(୩)ରେ କୁହାଯାଇଛି ଯେ, “କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଅତିକମ୍ ଦୁଇ ବର୍ଷ ଜେଲ ଦଣ୍ଡ ମିଳିଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେବା ଦିନଠାରୁ ଅଯୋଗ୍ୟ କରାଯିବ ଏବଂ ମୁକ୍ତ ହେବାର ଛଅ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ।“ ଅର୍ଥାତ ଜଣେ ଦୋଷୀ ସାବ୍ୟସ୍ତ ଦିନଠାରୁ ଆଠ ବର୍ଷ ଯାଏଁ ଲୋକପ୍ରତିନିଧି ହେବାକୁ ଅଯୋଗ୍ୟ ହୋଇ ରହିବେ।

ଯଦି ଦୋଷୀ ସାବ୍ୟସ୍ତ କରିଥିବା ଅଦାଲତଙ୍କ ଅପେକ୍ଷା ଉଚ୍ଚ ଅଦାଲତ ଦୋଷୀଙ୍କ ଅପରାଧକୁ ଓ ଦଣ୍ଡାଦେଶ ଉପରେ ରହିତାଦେଶ ଅନୁମତି ଦିଅନ୍ତି କିମ୍ବା ଦୋଷୀ ସାଂସଦଙ୍କ ସପକ୍ଷରେ ନିଷ୍ପତ୍ତି ନିଅନ୍ତି ତେବେ ଏହି ଅଯୋଗ୍ୟତାକୁ ପ୍ରତ୍ୟାହାର କରାଯାଇପାରିବ। ‘ଲିଲି ଥୋମାସ ବନାମ ଭାରତ ସରକାର’ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୮ ମସିହାର ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ଅପିଲ୍ କୋର୍ଟ ଦ୍ୱାରା ସ୍ଥଗିତାଦେଶ ମିଳିବା ଦିନଠାରୁ ଦୋଷୀ ସାବ୍ୟସ୍ତ ସାଂସଦ ବା ଲୋକପ୍ରତିନିଧିଙ୍କ ଅଯୋଗ୍ୟତା ଅକାମୀ ହୋଇଯିବ।

ଉଲ୍ଲେଖନୀୟ ବିଷୟ ହେଉଛି, ଉଚ୍ଚ ଅଦାଲତରେ ଅପିଲ କରି ମିଳିବାକୁ ଥିବା ସ୍ଥଗିତାଦେଶ ଉଭୟ ଅପରାଧିକ ଦଣ୍ଡ ସଂହିତା (ସିଆରପିସି)ର ଧାରା ୩୮୯ ଅନୁଯାୟୀ ଦଣ୍ଡାଦେଶକୁ ସ୍ଥଗିତ ରଖେନାହିଁ, ଏହା ନିମ୍ନ ଅଦାଲତଙ୍କ ଅପରାଧୀ ଭାବେ ଚିତ୍ରଣକୁ ମଧ୍ୟ ସ୍ଥଗିତ ରଖେ। ଧାରା ୩୮୯ ଅନୁଯାୟୀ, ଆବେଦନ ବିଚାରାଧୀନ ଥିବାବେଳେ ଅପିଲ କୋର୍ଟ କେବଳ ଦଣ୍ଡାଦେଶକୁ ସ୍ଥଗିତ ରଖି ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବେ। ଫଳରେ ଏହା କେବଳ ଆବେଦନକାରୀଙ୍କୁ ଜାମିନରେ ମୁକ୍ତ କରିବା ସହିତ ସମାନ ହୋଇଯିବ। ଏହି ଧାରାକୁ ରାହୁଳଙ୍କ କ୍ଷେତ୍ରରେ ଦେଖାଗଲେ, ତାହାଙ୍କୁ ପ୍ରଥମେ ସୁରଟ ସେସନ୍ସ କୋର୍ଟ ଏବଂ ପରେ ଗୁଜୁରାଟ ହାଇକୋର୍ଟରେ ଆବେଦନ କରିବାକୁ ହେବ।

ଜନ ପ୍ରତିନିଧି ଆଇନର ଧାରା ୮(୪) ଦର୍ଶା ଯାଇଛି ଯେ ଦୋଷୀ ସାବ୍ୟସ୍ତ ହେବା ଦିନଠାରୁ “ତିନିମାସ ବିତିଗଲା ପରେ” ନିର୍ବାଚିତ ପ୍ରତିନିଧିଙ୍କ କ୍ଷେତ୍ରରେ ଏହି ଅଯୋଗ୍ୟତା କାର୍ଯ୍ୟକାରୀ ହେବ। ସେହି ଅବଧି ମଧ୍ୟରେ ଦୋଷୀ ସାବ୍ୟସ୍ତ ଓ ଦଣ୍ଡିତ ସାଂସଦ/ବିଧାୟକମାନେ ଉଚ୍ଚ ନ୍ୟାୟାଳୟରେ ଏହି ଦଣ୍ଡବିଧାନ ବିରୋଧରେ ଆବେଦନ କରିପାରିବେ। କିନ୍ତୁ ‘ଲିଲି ଥୋମାସ ବନାମ ଭାରତ ସରକାର’ ମାମଲାରେ ୨୦୧୩ ମସିହାରେ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆରପିଏର ଧାରା ୮(୪) କୁ ଅସାମ୍ବିଧାନିକ ବୋଲି କହିବା ପରେ ଏହାର ଆଇନଗତ ବୈଧତା ଆଉ ନାହିଁ। ସେହି ଆଇନ୍ ବ୍ୟବହାର କରି ରାହୁଳ ସୁରକ୍ଷା ପାଇ ପାରିଲେ ନାହିଁ ଓ ମାନହାନୀ ମାମଲାରେ ରାହୁଳ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହେବାର ଗୋଟିଏ ଦିନ ପରେ ସଂସଦ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ରାହୁଳ ଗାନ୍ଧୀ ସାଂସଦ ପଦ ହରାଇବାରେ ଏକମାତ୍ର ଉଦାହରଣ ନୁହନ୍ତିI ପୂର୍ବରୁ, ଲାଲୁ ପ୍ରସାଦ ଯାଦବ, ସୁଶ୍ରୀ ଜୟଲଳିତା, କୁଲଦୀପ ସିଂ ସେନଗର, ପ୍ରଦୀପ ଚୌଧୁରୀ, ଅନନ୍ତ ସିଂ, ଆଜମ ଖାଁ, ଅନୀଲ କୁମାର ସାହାଣୀ, ବିକ୍ରମ ସିଂ ସାଇନି, ପିପି ମହମ୍ମଦ ଫୈଜଲ ଓ ଅବଦୁଲ ଆଜମ ଖାଁ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ କାରଣରୁ ପଦ ହରାଇଛନ୍ତିI ରାହୁଳଙ୍କ ମା’ ସୋନିଆ ଗାନ୍ଧୀ ମଧ୍ୟ ୨୦୦୬ ମସିହାରେ ସାଂସଦ ଥାଇ ଲାଭଜନକ ପଦବୀରେ ଥିବାରୁ ସାଂସଦ ପଦ ହରାଇଥିଲେ। ଜେଜେମା ଇନ୍ଦିରା ଗାନ୍ଧୀସ୍ ସ୍ୱାଧିକାର ଭଙ୍ଗ ଅଭିଯୋଗରେ ସାଂସଦ ପାଦ ହରାଇ ଥିଲେ। ଏବେ ରାହୁଳ ଗାନ୍ଧୀଙ୍କୁ ସମାନ ଦଣ୍ଡ ମିଳିଛି। ଭାରତବାସୀ ଆଶା କରନ୍ତି ଯେ, ସେମାନଙ୍କ ପ୍ରତିନିଧି ଦେଶର ଆଇନକୁ ସମ୍ମାନ ଦେଇ ନିଜର ପାଦ ମର୍ଯ୍ୟାଦା ରକ୍ଷାକରି ସେମାନଙ୍କ ସେବା କରନ୍ତୁ। ରାହୁଳଙ୍କୁ ସମର୍ଥନ କରୁଥିବା ଦେଶବାସୀ ମଧ୍ୟ ଏହି ବିଷୟରେ ଗୁରୁତ୍ୱର ସହିତ ଚିନ୍ତା କରିବାର ସମୟ ଆସିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଶୃଙ୍ଖଳିତ, ଦୁର୍ନୀତିମୁକ୍ତ ଓ ଶିଷ୍ଟାଚାରସମ୍ପନ୍ନ ଲୋକ ପ୍ରତିନିଧି ଚାହୁଁ, ଏହା ଆମର ନେତାମାନେ ହୃଦୟଙ୍ଗମ କରିନେବା ଉଚିତ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story