ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଗ୍ରଗତି, ଊର୍ଦ୍ଧ୍ୱଗତି ଓ ରାଷ୍ଟ୍ରଭକ୍ତି

ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂରଣ କରୁଛି। ବ୍ରିଟିଶ୍ ଶାସନ ସମୟରେ ଯେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ସଜବାଜ ବ୍ୟାପକ ହେଉଥିଲା ସେହି ସମୟରେ ୧୯୨୫ରେ ହିନ୍ଦୁ ସାଂସ୍କୃତିକ ଓ ସାମାଜିକ ସଂଗଠନଗୁଡ଼ିକୁ ନୂଆରୂପ ଦେବା ପାଇଁ ଆରଏସଏସର ସ୍ଥାପନା କରାଯାଇଥିଲା।

Sarsanghchalak Mohan Bhagawat

Sarsanghchalak Mohan Bhagawat

Debendra Prusty
  • Published: Saturday, 04 January 2025
  • Updated: 04 January 2025, 01:43 PM IST

Sports

Latest News

ରବି ଦାସ

ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂରଣ କରୁଛି। ବ୍ରିଟିଶ୍ ଶାସନ ସମୟରେ ଯେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ ପାଇଁ ସଜବାଜ ବ୍ୟାପକ ହେଉଥିଲା ସେହି ସମୟରେ ୧୯୨୫ରେ ହିନ୍ଦୁ ସାଂସ୍କୃତିକ ଓ ସାମାଜିକ ସଂଗଠନଗୁଡ଼ିକୁ ନୂଆରୂପ ଦେବା ପାଇଁ ଆରଏସଏସର ସ୍ଥାପନା କରାଯାଇଥିଲା। ସେତେବେଳେ ଦେଶରେ ସ୍ୱାଧୀନତା ଆନ୍ଦୋଳନର ପ୍ରଭାବ ସତ୍ତ୍ୱେ ଆରଏସଏସ ନିଜକୁ ଏକ ସାଂସ୍କୃତିକ ଓ ସାମାଜିକ ସଂଗଠନ କହି ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇନଥିଲା। କିନ୍ତୁ ବିଗତ ୧୦୦ ବର୍ଷର ଯାତ୍ରାରେ ଆରଏସଏସୟ ଏବେ ଏପରି ଏକ ଅବସ୍ଥାରେ ପହଂଚିଛି ଯେଉଁଠାରେ ରାଜନୀତିରୁ ଆରମ୍ଭ କରି ଶ୍ରମିକ, କୃଷକ, ଶିକ୍ଷାର୍ଥୀ ଓ ହିନ୍ଦୁ ଧାର୍ମିକ ସଂଗଠନଗୁଡ଼ିକ ଉପରେ ଏହାର ପ୍ରଭାବଶାଳୀ ଭୂମିକା ରହିଛି।

ଯେଉଁ ସମୟରେ ଆରଏସଏସ ଏକ ସାଂସ୍କୃତିକ ସଂଗଠନ ଭାବରେ ଆରମ୍ଭ ହୋଇଥିଲା, ଠିକ୍ ସେହି ସମୟରେ ଦେଶରେ କମ୍ୟୁନିଷ୍ଟ ପାର୍ଟିର ଆନୁଷ୍ଠାନିକ ଆବିର୍ଭାବ ହୋଇଥିଲା। ସେତେବେଳେ ଆରମ୍ଭ ହୋଇଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏହି ୧୦୦ ବର୍ଷର ଯାତ୍ରାରେ ବହୁ ଭାବରେ ବିଭକ୍ତ ହୋଇଛି। ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍) ସହିତ ବହୁଗୁଡ଼ିଏ କମ୍ୟୁନିଷ୍ଟ ପାର୍ଟି ବିଭିନ୍ନ ନାମରେ ରହିଥିଲେ ମଧ୍ୟ ସେମାନଙ୍କର ପ୍ରଭାବ ଦ୍ରୁତ ଗତିରେ ହ୍ରାସ ପାଇଛି। କଂଗ୍ରେସ ଦଳ ପରି କମ୍ୟୁନିଷ୍ଟମାନେ ସିଧାସଳଖ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ କାମ କରି ଜେଲ୍ ଯାଇଛନ୍ତି। ପୁଲିସ୍ ଗୁଳିର ଶିକାର ହୋଇଛନ୍ତି। ସ୍ୱାଧୀନ ଭାରତରେ ଯେତେବେଳେ ପ୍ରଥମ ସାଧାରଣ ନିର୍ବାଚନ ହେଲା ସେତେବେଳେ କମ୍ୟୁନିଷ୍ଟମାନେ ଦେଶର ମୁଖ୍ୟ ବିରୋଧୀଦଳ ଭାବରେ ସ୍ଥାନ ପାଇଥିଲେ। କିନ୍ତୁ ଏବେ ଭାରତର ଲୋକସଭାରେ ସବୁ କମ୍ୟୁନିଷ୍ଟମାନଙ୍କ ସଂଖ୍ୟା ଦୁଇ ଅଙ୍କକୁ ଛୁଇଁ ପାରିନାହିଁ। ଅପରପକ୍ଷରେ ଯେଉଁ ଆରଏସଏସ ଏକ ସାଂସ୍କୃତିକ ସଂଗଠନ ଭାବରେ ଗଢ଼ା ହୋଇଥିଲା, ଯାହାକୁ ଏବେ ବି ଏକ ସାଂସ୍କୃତିକ ସଂଗଠନ କୁହାଯାଉଛି, ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ରାଜନୈତିକ ଶାଖା ଭାବରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ଲଗାତାର ଦଶ ବର୍ଷ ଶାସନ କଲା ପରେ ଏବେ ଲୋକସଭାରେ ୨୪୦ ଆସନରେ ଅଧିକାରୀ ହୋଇଛି।

ଭାରତରେ ଯେଉଁ କଂଗ୍ରେସ ଦଳ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ଶକ୍ତି ଭାବରେ କାମ କରି ଦେଶର ସବୁ ଶ୍ରେଣୀ ଓ ଧର୍ମକୁ ଏକଜୁଟ କରି ବ୍ରିଟିଶ୍ ସରକାର ବିରୋଧରେ ଲଢ଼େଇ କରିଥିଲେ, ସେହି ଦଳ ଧର୍ମଭିତିରେ ପାକିସ୍ତାନ ଗଠନକୁ ମାନିନେବା ପରେ ସ୍ୱାଧୀନ ଭାରତରେ ୫୦ ବର୍ଷ କାଳ ଶାସନ କରି ମଧ୍ୟ ଦ୍ରୁତ ଗତିରେ ପ୍ରଭାବହୀନ ହୋଇଚାଲିଛି। ଯେଉଁ ଆରଏସଏସ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିନଥିଲା ତହା ଧୀରେ ଧୀରେ ଭାରତୀୟ ହିନ୍ଦୁ ଜାତୀୟତାର ମୁଖ୍ୟସ୍ରୋତରେ ପରିଣତ ହୋଇଛି। ସଂଘର କ୍ରମାଗତ ଉଦ୍ୟମ ଯୋଗୁ ୧୯୫୧ରୁ ୭୭ ପର୍ଯ୍ୟନ୍ତ ଭାରତୀୟ ଜନ ସଂଘ ଓ ୧୯୮୦ରୁ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବରେ ସବୁ କ୍ଷେତ୍ରରେ ପ୍ରଭାବ ବୃଦ୍ଧି କରିପାରିଛନ୍ତି।

୧୮୮୫ରୁ ଆରମ୍ଭ ହୋଇଥିବା କଂଗ୍ରେସ ସ୍ୱାଧୀନତା ପରେ କ୍ଷମତା ହାସଲ ସହିତ ବିଭିନ୍ନ ସମୟରେ ବହୁ ବିଭାଜନର ସମ୍ମୁଖୀନ ହୋଇଛି। ଅପରପକ୍ଷରେ ଆରଏସଏସରେ ଏଯାଏଁ କୌଣସି ବିଭାଜନ ହୋଇନାହିଁ। ତେଣୁ ଆରଏସଏସର ରାଜନୈତିକ ଶାଖା ଭାବରେ ରହିଥିବା ଜନସଂଘ ଓ ଭାରତୀୟ ଜନତା ପାର୍ଟି ଭିତରେ ଯେତେ ଗୋଷ୍ଠୀ ବିବାଦ ହେଲେ ମଧ୍ୟ ବଡ଼ ଧରଣର ବିଭାଜନ ହୋଇପାରିନାହିଁ। ଆରଏସଏସ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଯେପରି ପ୍ରଭାବ ବିସ୍ତାର କରି ୧୦୦ ବର୍ଷ ଭିତରେ ଦେଶର ଅଗ୍ରଣୀ ସଂସ୍ଥାରେ ପରିଣତ ହୋଇଛି। ସଂଘ ପରିବାର ହିନ୍ଦୁମତକୁ ଏକଜୁଟ କରି ରଖିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ, ଛାତ୍ରମାନଙ୍କୁ ଏକଜୁଟ କରିବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଶ୍ରମିକମାନଙ୍କୁ ଏକଜୁଟ କରିବା ପାଇଁ ଭାରତୀୟ ମଜଦୁର୍ ସଂଘ, କୃଷକମାନଙ୍କୁ ଏକଜୁଟ କରିବା ପାଇଁ ଭାରତୀୟ କିଷାନ୍ ସଂଘ, ଆଦିବାସୀମାନଙ୍କୁ ସଂଗଠିତ କରିବା ପାଇଁ ବନବାସୀ କଲ୍ୟାଣ ଆଶ୍ରମ ପ୍ରଭୃତି ବିଭିନ୍ନ ସଂଗଠନ ଗଠନ କରିଛନ୍ତି। ଏସବୁ ସଂଗଠନ ଆରଏସଏସ ଆଦର୍ଶ ଦ୍ୱାରା ଅନୁପ୍ରାଣୀତ। ମହିଳା, ଓକିଲ, ଡାକ୍ତର, ଶିକ୍ଷକ, ସାମ୍ବାଦିକ, ବୈଜ୍ଞାନିକ ଓ ଏପରିକି ଶିଶୁମାନଙ୍କ ଭିତରେ ଆରଏସଏସ ଆଦର୍ଶରେ ଅନୁପ୍ରାଣୀତ ସଂଗଠନଗୁଡ଼ିକ କାର୍ଯ୍ୟ କରୁଛନ୍ତି। ଆରଏସଏସ ସ୍ୱୟଂସେବକମାନଙ୍କର କାର୍ଯ୍ୟଧାରା ଠିକ୍ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସ ଆଦର୍ଶରେ ଉଦବୁଦ୍ଧ କର୍ମୀମାନଙ୍କ ପରି, ସେମାନେ ମିତବ୍ୟୟତା ଆଦର୍ଶରେ କାମ କରନ୍ତି, ଯଦିଓ ବିଜେପି ଜାତୀୟ ସ୍ତରରେ ଓ ବହୁ ରାଜ୍ୟରେ କ୍ଷମତା ପାଇବା ପରେ ଆରଏସଏସର ଆର୍ଥିକ ସମ୍ବଳ ଓ ଶକ୍ତି ବହୁଗୁଣ ବଢ଼ିଛି। ପୂର୍ବ ଆଦର୍ଶ ଅନୁଯାୟୀ ବର୍ତ୍ତମାନର ଅନେକ ସ୍ୱୟଂସେବକ କାମ କରୁନଥିଲେ ମଧ୍ୟ ଆଏସଏସ ଏକ କଠିନ ଶୃଙ୍ଖଳାରେ ସେମାନଙ୍କୁ ସଂଯମତା ଆଚରଣ ପାଇଁ ବାଧ୍ୟକରି ରଖିଛି।

୨୦୧୪ରେ ନରେନ୍ଦ୍ର ମୋଦୀ କେନ୍ଦ୍ରୀୟ କ୍ଷମତାରେ ଅଧିଷ୍ଠିତ ହେବା ଦିନଠାରୁ ଆରଏସଏସର ଜନସାଧାରଣଙ୍କ ଭିତରେ ଆଦରଭାବ ମଧ୍ୟ ବଢ଼ିଛି। ତେଣୁ ଗତ ଦଶ ବର୍ଷ ଭିତରେ ଆରଏସଏସ ଆଉ କେବେ ପଛକୁ ଚାହିଁନି। ଆରଏସଏସ ଗଠନ ହେବା ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ସାଂଗଠନିକ ଓ ସାମାଜିକ ସେବା କରିବା ପାଇଁ କଂଗ୍ରେସ ସେବାଦଳ ୧୯୨୩ରେ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ କଂଗ୍ରେସ କେନ୍ଦ୍ରରେ ଓ ରାଜ୍ୟମାନଙ୍କରେ କ୍ଷମତା ହାସଲ କଲା ପରେ ସେବାଦଳ ଧୀରେ ଧୀରେ ଦୁର୍ବଳ ହେବାର ଦେଖାଗଲା। କ୍ଷମତା ଲୋଭ କଂଗ୍ରେସ ଲୋକମାନଙ୍କୁ ଏତେ ମାତ୍ରାରେ ଆକର୍ଷିତ କଲା ଯେ ଗଠନମୂଳକ କାର୍ଯ୍ୟ ସହିତ ସମାଜ ସେବା ନିମନ୍ତେ ସେବାଦଳକୁ ଶକ୍ତିଶାଳୀ କରିବା ଉଦ୍ୟମକୁ ଦଳ ଭୁଲିଗଲା। ଆରଏସଏସ ଆରମ୍ଭ କରିଥିବା କେଶବ ବଳିରାମ ହେଡଗେୱାର କଂଗ୍ରେସରୁ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଆରଏସଏସକୁ ସ୍ୱାଧୀନତା ଆନ୍ଦୋଳନ ଠାରୁ ଦୂରରେ ରଖିଥିଲେ। ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ୟୁରୋପୀୟ ରାଷ୍ଟ୍ରବାଦ ଆଦର୍ଶରେ ହିନ୍ଦୁ ସମାଜକୁ ସଂଗଠିତ କରିବା। ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିବାରୁ ସେଥିପାଇଁ ଶୃଙ୍ଖଳିତ ସ୍ୱୟଂସେବକ ସୃଷ୍ଟି ଉଦ୍ଦେଶ୍ୟରେ ଆରଏସଏସକୁ ବ୍ୟବହାର କରାଯାଉଥିଲା। ତାଙ୍କ ପରେ ଗୋଲୱାଲକର୍ ଏହି ଧାରାକୁ ଆହୁରି ମଜବୁତ୍ କରିଥିଲେ। ଧର୍ମଭିତ୍ତିରେ ମୁସଲିମ୍ ଉଗ୍ରବାଦୀ ସଂଗଠନ ଦେଶର ବିଭାଜନ ଘଟାଇ ପାକିସ୍ତାନ ରାଷ୍ଟ୍ର କରିଦେବା ପରେ ଦେଶ ଭିତରେ ହିନ୍ଦୁ ସମାଜକୁ ଏକଜୁଟ କରିବା କାମ ଆରଏସଏସ ପାଇଁ ସହଜ ହୋଇଗଲା, ଯଦିଓ ଗାନ୍ଧୀ ହତ୍ୟାରେ ଏମାନଙ୍କର ଭୂମିକା ଯୋଗୁ ସଂଗଠନକୁ ବେଆଇନ୍ ଘୋଷଣା କରାଯିବାରୁ ବହୁ ବର୍ଷ ପର୍ଯ୍ୟନ୍ତ ଏମାନଙ୍କର କାର୍ଯ୍ୟଧାରା ଅନେକ ପରିମାଣରେ ସଂକୁଚିତ ହୋଇଯାଇଥିଲା। ନାଥୁରାମ ଗଡସେ ଆରଏସଏସରେ ଥିଲେ ମଧ୍ୟ ଗାନ୍ଧିଜୀଙ୍କୁ ହତ୍ୟା କରିବା ପୂର୍ବରୁ ସେ ଆରଏସଏସ ଛାଡ଼ି ସବରକରଙ୍କ ପ୍ରଭାବକୁ ଆସିଥିଲେ। ଜରୁରୀ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧି ଦ୍ୱିତୀୟ ଥର ପାଇଁ ଆରଏସଏସକୁ ବେଆଇନ୍ ଘୋଷଣା କରିଥିଲେ। କିନ୍ତୁ ଇନ୍ଦିରା ଗାନ୍ଧିଙ୍କ ଏହି କାର୍ଯ୍ୟ ଯୋଗୁ ଆରଏସଏସ ସମାଜବାଦୀ ଓ ବାମପନ୍ଥୀମାନଙ୍କ ଭିତରେ କିଛି ମାତ୍ରାରେ ଗ୍ରହଣୀୟ ହୋଇଗଲେ। ଜରୁରୀ ପରିସ୍ଥିତି ବିରୋଧୀ ଶକ୍ତିମାନଙ୍କ ସହିତ ସେମାନେ ଏକଜୁଟ ହୋଇଗଲେ।

ଭାରତରେ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ଭିତ୍ତିରେ ଓ ଗାନ୍ଧିଜୀଙ୍କ ପ୍ରେରଣାରେ କଂଗ୍ରେସ ଦଳ ସଂଖ୍ୟାଲଘୁ ମୁସଲମାନମାନଙ୍କୁ ଦେଶ ଭିତରେ ସମସ୍ତ ସୁରକ୍ଷା ପ୍ରଦାନର ଦାୟିତ୍ୱ ନେଇଥିଲା। ଭାରତର ଧର୍ମନିରପେକ୍ଷ ଆଦର୍ଶ ଭିତ୍ତିକ ସମ୍ବିଧାନ ଏଥିପାଇଁ ସୁଯୋଗ ପ୍ରଦାନ କରିଥିଲେ ମଧ୍ୟ ଯେତେବେଳେ କଂଗ୍ରେସ ସରକାର ସଂଖ୍ୟାଲଘୁ ସୁରକ୍ଷା ପାଇଁ ଯାହା କିଛି କରିବାର ଉଦ୍ୟମ କଲା ତାହାକୁ ସନ୍ତୁଷ୍ଟିକରଣ ଓ ଭୋଟ୍ ବ୍ୟାଙ୍କ ରାଜନୀତି ବୋଲି ଅତି ସହଜରେ ଆରଏସଏସ ଉତ୍ଥାପନ କରିଚାଲିଲା। ଆରଏସଏସ ହିନ୍ଦୁ ରାଷ୍ଟ୍ର ଓ ହିନ୍ଦୁ ଭାବନା ଆଧାରିତ ମୁଖ୍ୟ ଚିନ୍ତାଧାରାର ସଂଗଠନ ହୋଇଥିଲେ ମଧ୍ୟ ଦେଶରେ ସାମାଜିକ ସଂହତି ଓ ଏକତା ପାଇଁ ମୁସଲମାନ ସଂପ୍ରଦାୟକୁ ଦେଶର ଶତ୍ରୁ ଭାବରେ ବିଚାର କରିବା ଠିକ୍ ନୁହେଁ ବୋଲି ବର୍ତ୍ତମାନର ଆରଏସଏସ ମୁଖ୍ୟ ମୋହନ ଭାଗବତ ବାରମ୍ବାର କହିବା ଆରମ୍ଭ କରିଛନ୍ତି। କିନ୍ତୁ ଏହାକୁ ନେଇ ଆରଏସଏସ ସଂଗଠନରେ ମଧ୍ୟ ଦ୍ୱନ୍ଦ ଦେଖାଦେଇଛି। ଭାରତରେ ୨୦ କୋଟିରୁ ଊର୍ଦ୍ଧ୍ୱ ମୁସଲମାନ ଥିବାରୁ ସେମାନଙ୍କୁ ଦେଶର ଶତ୍ରୁ ଭାବରେ ବିଚାର କରିବା କଦାପି ଦେଶକୁ ସମୃଦ୍ଧ କରିବ ନାହିଁ। ଏହି ଦ୍ୱନ୍ଦ୍ୱର ଆରଏସଏସ କିପରି ସମାଧାନ କରୁଛି ତାହା ଲକ୍ଷ୍ୟ କରାଯାଉଛି।

ଆଉ ଗୋଟିଏ ଦ୍ୱନ୍ଦ୍ୱ ଏବେ ଆରଏସଏସକୁ ଗ୍ରାସ କରୁଛି। ଆରଏସଏସ ବ୍ୟକ୍ତିବାଦ ଓ ଜଣେ ବ୍ୟକ୍ତିଙ୍କୁ ଆଧାର କରି ଏକଚାଟିଆ କାରବାର ତତ୍ତ୍ୱକୁ ବରାବର ବିରୋଧ କରିଆସିଛି। କିନ୍ତୁ ନରେନ୍ଦ୍ର ମୋଦୀଙ୍କ ସମୟରେ ସେହି ଧାରାର ଅଗ୍ରଗତି ହେଉଥିବାରୁ ଆରଏସଏସ ଏହା ଉପରେ କି ନିଷ୍ପତି ନେବ ତାହା ଠିକ୍ କରିପାରୁନି। କାରଣ ମୋଦୀଙ୍କ ନେତୃତ୍ୱରେ ସଂଘର ହିନ୍ଦୁ ଆଜେଂଣ୍ଡା ଅଧିକ ଦକ୍ଷତାର ସହିତ ଅଗ୍ରସର ହେଉଥିବା ଦେଖାଯାଉଛି। ନିଜେ ମୋଦୀ ସୃଷ୍ଟି କରିଥିବା ନିୟମ ଅନୁସାରେ ୭୫ ବର୍ଷ ବୟସରେ ଜଣେ ଯଦି ସକ୍ରିୟ କ୍ଷମତା ରାଜନୀତିରୁ ଅପସରି ଯାଇ କେବଳ ମାର୍ଗଦର୍ଶକ ଭାବରେ କାମ କରିବେ। ଏହି ନିୟମ ବଳବତ୍ତର ରହିଲେ ମୋଦୀଙ୍କୁ ଚଳିତ ବର୍ଷ ସେପ୍ଟେମ୍ବରରେ ହୁଏତ କ୍ଷମତା ତ୍ୟାଗ କରିବାକୁ ପଡ଼ିବ। ଏହି ପ୍ରସଙ୍ଗ ଉପରେ ଆରଏସଏସର ଆଭିମୁଖ୍ୟ ଉପରେ ଦେଶର ପରବର୍ତ୍ତୀ ରାଜନୀତି ନିର୍ଭର କରିବ।

(ଏଠାରେ ଉପସ୍ଥାପିତ ମତାମତ ଲେଖକଙ୍କର ନିଜସ୍ୱ।)

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story