ପୁରୀ ବିମାନ ବନ୍ଦରକୁ ବିରୋଧ ନହେଉ

ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ଯେ ନିଶ୍ଚିତ ଭାବେ ନିର୍ମାଣ ହେବାକୁ ଯାଉଛି, ତାହା କ୍ରମଶଃ ଅଧିକ ସ୍ପଷ୍ଟ ହେଲାଣି। ସେଠାରେ ଏକ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ବିଶ୍ୱ ସ୍ତରୀୟ ଟେଣ୍ଡର ଆହ୍ୱାନ କରାଗଲା ପରେ କିଛି ପରିବେଶ ତଥା ସଂସ୍କୃତି ବିଶେଷଜ୍ଞ ପୁରୀରେ ବିମାନବନ୍ଦର ନିର୍ମାଣକୁ ବିରୋଧ କରୁଥିବାର ଦେଖିବାକୁ ମିଳୁଛି।

Puri Airport Area

Puri Airport Area

Debendra Prusty
  • Published: Tuesday, 27 February 2024
  • Updated: 27 February 2024, 04:27 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ଯେ ନିଶ୍ଚିତ ଭାବେ ନିର୍ମାଣ ହେବାକୁ ଯାଉଛି, ତାହା କ୍ରମଶଃ ଅଧିକ ସ୍ପଷ୍ଟ ହେଲାଣି। ସେଠାରେ ଏକ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ବିଶ୍ୱ ସ୍ତରୀୟ ଟେଣ୍ଡର ଆହ୍ୱାନ କରାଗଲା ପରେ କିଛି ପରିବେଶ ତଥା ସଂସ୍କୃତି ବିଶେଷଜ୍ଞ ପୁରୀରେ ବିମାନବନ୍ଦର ନିର୍ମାଣକୁ ବିରୋଧ କରୁଥିବାର ଦେଖିବାକୁ ମିଳୁଛି। ପୁରୀ ଭଳି ସମୁଦ୍ର ତଟବର୍ତ୍ତୀ ସହର ପ୍ରତି ପରିବେଶ ତଥା କ୍ରମଶଃ ବୃଦ୍ଧି ପାଉଥିବା ତାପମାନ କାରଣରୁ ସମ୍ଭାବ୍ୟ ବିପଦ ତଥା ଶ୍ରୀଜଗନ୍ନାଥ ମନ୍ଦିରର ସୁଉଚ୍ଚ କଳେବର ଉପରେ ବିମାନ ଗୁଡ଼ିକର ଶବ୍ଦ ପ୍ରଭାବ ପକାଇବ ବୋଲି ସେମାନେ ମତ ଦେଉଛନ୍ତି। ଅଥଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ବନ୍ଦର ନିର୍ମାଣ ପାଇଁ ତତ୍ପରତା ବଢ଼ିଛି; ବିରୋଧାଭାଷ କାରଣରୁ କମିନାହିଁ।

ଓଡ଼ିଶା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ 'ଶିଳ୍ପ ଏବଂ ଭିତ୍ତିଭୂମି ଉନ୍ନୟନ ନିଗମ' (ଇଡକୋ) ଗୋଟିଏ ସରକାର-ଘରୋଇ ଭାଗିଦାରୀ (ପିପିପି) ଗଢ଼ି ସାରିଛନ୍ତି। ଇଡ଼କୋ ୨,୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଛନ୍ତି। ଟେଣ୍ଡର ଯାହା ସପକ୍ଷରେ ଯିବ ତାଙ୍କୁ 'ପିପିପି'ର ଘରୋଇ ଅଂଶୀଦାର ଭାବେ ଗ୍ରହଣ କରାଯିବ। ସେହି ଘରୋଇ ସଂସ୍ଥା ବ୍ୟବସାୟିକ ବିମାନ ଉଡ଼ାଣ ଦିନଠାରୁ ୭ ବର୍ଷ ଯାଏଁ ବିମାନ ବନ୍ଦର ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ କରିବେ। ଫେବୃଆରୀ ୨୧ ତାରିଖଠାରୁ ଅନଲାଇନ୍‌ରେ ବିଶ୍ୱଟେଣ୍ଡର ଆବେଦନ କରାଯାଇ ସାରିଛି। କେଉଁମାନେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଛନ୍ତି, ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଗଲା ପରେ ଜଣାପଡ଼ିବ। ତେବେ, ବିମାନ ବନ୍ଦରଟିର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ୧୦୯୫ ଦିନ ବା ୩ ବର୍ଷ ଧାର୍ଯ୍ୟ କରାଯାଇଛି।

୧,୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ ଗ୍ରୀନଫିଲ୍ଡ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ରଗୋଷ୍ଠୀ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଅନୁକୂଳ ମତ ଦେଇସାରିଛନ୍ତି। ପ୍ରାଥମିକ ଅଟକଳ ଅନୁସାରେ, ବିମାନବନ୍ଦର ନିର୍ମାଣରେ ଖର୍ଚ୍ଚ ହେବ ୫,୬୩୧ କୋଟି ଟଙ୍କା। ପୁରୀ ସମେତ ରାଜ୍ୟରେ ଆଉ ଚାରିଟି ଉଡ଼ାଜାହାଜ ପଡ଼ିଆର ପ୍ରାରମ୍ଭିକ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ବଜେଟରେ ୨୭୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ଭାରତ ସରକାରଙ୍କ ବେସାମରିକ ଉଡ଼ାଣ ମନ୍ତ୍ରଣାଳୟ ପୁରୀ ବିମାନ ବନ୍ଦରର ପ୍ରସ୍ତାବିତ ସ୍ଥାନକୁ ଗତବର୍ଷଠାରୁ ଅନୁମୋଦନ ଦେଇ ସାରିଛନ୍ତି। କେନ୍ଦ୍ର ସରକାର ଗତ ନଭେମ୍ବର ୨୦ ତାରିଖରେ ପରିବେଶ ମଞ୍ଜୁରୀ ମିଳିବା ପାଇଁ ଆବଶ୍ୟକ ହେଉଥିବା ପୂର୍ଣ୍ଣାଙ୍ଗ ସୂଚନା ସହ ପ୍ରସ୍ତୁତ ହେବାକୁ ରାଜ୍ୟକୁ କହିସାରିଛନ୍ତି। ଲୋକଙ୍କ ଘରୋଇ ଜମି ଅଧିଗ୍ରହଣ ପୂର୍ବରୁ ନିୟମାନୁସାରେ 'ସାମାଜିକ ପ୍ରଭାବ ଆକଳନ' ସାରିଛି। ଏଣୁ, ଯଥାଶୀଘ୍ର ପରିବେଶ ପ୍ରଭାବ ଆକଳନ (ଇଆଇଏ) ଏବଂ ପରିବେଶ ପରିଚାଳନା ଖସଡ଼ା (ଇଏମପି) ପ୍ରସ୍ତୁତ ହେବା ସହଜ ହେବ ବୋଲି ସରକାରଙ୍କ ଦୃଢ଼ ବିଶ୍ୱାସ।

ଅନ୍ୟପକ୍ଷରେ, ସାଂସ୍କୃତିକ ଐତିହ୍ୟ ସୁରକ୍ଷା ପାଇଁ ସମର୍ପିତ କିଛି ଗୁଣୀ ବ୍ୟକ୍ତି ଏବଂ ପରିବେଶ ପ୍ରେମୀଙ୍କ ପକ୍ଷରୁ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ବିରୁଦ୍ଧରେ ସ୍ୱର ଶୁଣିବାକୁ ମିଳିଲାଣି। ସେମାନଙ୍କ ଯୁକ୍ତି ହେଲା ଯେ:

ପୁରୀ ସମୁଦ୍ରକୂଳରେ ଅବସ୍ଥିତ ବାତ୍ୟା ପ୍ରବଣ ଏକ ସହର। ଆନ୍ତର୍ଜାତିକ ବେସାମରିକ ବିମାନ ଉଡ଼ାଣ ସଂସ୍ଥା (ଆଇସିଏଓ) ପକ୍ଷରୁ ସତର୍କ ସୂଚନା ଦିଆ ଯାଇଛି ଯେ, ସମୁଦ୍ର କୂଳରେ ଥିବା ସମସ୍ତ ବିମାନ ବନ୍ଦର ଗୁଡିକ ପାଇଁ ଅନେକ ବିପଦ ରହିଥିବାରୁ ସେଗୁଡିକୁ ସମୁଦ୍ରଠାରୁ ନିରାପଦ ଦୂରତ୍ଵକୁ ସ୍ଥାନାନ୍ତରିତ କରିବା ଜରୁରୀ। ସେଥିପାଇଁ, ବିଶାଖାପାଟଣା ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଉଛି। ବାତ୍ୟା ଆଶଙ୍କା ଛଡ଼ା ବିଶ୍ୱ ତାପମାତ୍ରା ବଢ଼ି ଚାଲିଥିବାରୁ ସମୁଦ୍ରର ଜଳପତ୍ତନ ବଢ଼ି ଭବିଷ୍ୟତରେ ଉପକୂଳ ଅଞ୍ଚଳକୁ ଜଳପ୍ଲାବିତ କରିବାର ଆଶଙ୍କା କରିଛନ୍ତି ସେମାନେ। ବିମାନ ବନ୍ଦର ଗୁଡିକରେ ରନୱେ, ବିମାନ ହ୍ୟାଙ୍ଗର ଓ ଟର୍ମିନାଲ ରହୁଥିବାରୁ ସାଧାରଣତଃ ଖୋଲାମେଲା ଓ ଫମ୍ପା ଆକାରର ବୋଲି କୁହାଯାଏ। ଏଣୁ ବାତ୍ୟା ପ୍ରବଣ ଅଞ୍ଚଳ ବିମାନ ବନ୍ଦର ପାଇଁ ଅନୁପଯୋଗୀ।

ପୁରୀ ଏକ ଆଧ୍ୟାତ୍ମିକ ସହର। ଏଠାରେ ଅଛି ପ୍ରାୟ ହଜାରେ ବର୍ଷତଳେ ନିର୍ମିତ ଐତିହ୍ୟ ବିମଣ୍ଡିତ ପ୍ରସ୍ତର ଗାତ୍ରରେ କାରୁକାର୍ଯ୍ୟ ଭରା ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର। ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ଶବ୍ଦ ସୃଷ୍ଟିକୁ ବାରଣ ଅଛି। ନୀଳଚକ୍ରରେ ବନ୍ଧା ଯାଉଥିବା 'ବାନା' ଏବେ ଆଉ ପୂର୍ବପରି ଅଧିକ ଲମ୍ବର ହେଉନି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏସବୁ ଭାରତୀୟ ପୁରାତତ୍ତ୍ୱ ସଂରକ୍ଷଣ ସଂସ୍ଥା (ଏଏସଆଇ)ଙ୍କ ନିର୍ଦ୍ଦେଶ ମତେ କରା ଯାଉଥିଲାବେଳେ ଆନ୍ତର୍ଜାତିକ ବିମାନ ବନ୍ଦରରେ ଉଡ଼ାଣ ଭରୁଥିବା ଜେଟ ଇଞ୍ଜିନରୁ ନିର୍ଗତ ଶବ୍ଦ ମନ୍ଦିର ପାଇଁ ବିପଦ ସୃଷ୍ଟି କରିବ। ମୁଖ୍ୟତଃ ଏହି ଦୁଇଟି କାରଣରୁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣକୁ କିଛି ବୁଦ୍ଧିଜୀବୀ ବିରୋଧ କରୁଛନ୍ତି ଓ ଜନସାଧାରଣ ମଧ୍ୟ ସନ୍ଦେହ ଘେରରେ ଅଛନ୍ତି। ଆଶା କରାଯାଉଥିଲା ଯେ, ଭାରତ ସରକାର ଜନତାଙ୍କ ସନ୍ଦେହ ମୋଚନ କରିବାର ପ୍ରଯତ୍ନ କରିବେ। କିନ୍ତୁ, ସେମାନେ ନୀରବ ରହିଛନ୍ତି।

କିନ୍ତୁ ଏଭଳି ଆଶଙ୍କା ସତ୍ୟ ଉପରେ ଆଧାରିତ ନୁହେଁ। ବିଶ୍ୱର ଅଧିକାଂଶ ସହର ସମୁଦ୍ର କୂଳରେ ଗଢ଼ି ଉଠିଛି ଓ ସେଠାରେ ବିମାନ ବନ୍ଦର ନିର୍ମିତ ହୋଇଛି। ଦେଖିବାକୁ ଗଲେ, ସମୁଦ୍ରକୂଳ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ଅଧିକ ଉପଯୁକ୍ତ। ପ୍ରଥମ କାରଣ ହେଲା ନିରାପଦ ଉଡ଼ାଣ। ପ୍ରତ୍ୟେକ ବିମାନ ବନ୍ଦରର ରନୱେର ଦୁଇ ମୁଣ୍ଡରେ ନିରାପତ୍ତା ଅଞ୍ଚଳ ରହିବା ଆବଶ୍ୟକ ହୋଇଥାଏ। ଏହାର ବ୍ୟାପ୍ତି ଅନେକ କିଲୋମିଟର ଯାଏଁ ହୋଇଥାଏ, ଯେଉଁଠି ସୁଉଚ୍ଚ ବୃକ୍ଷ ଓ କୋଠାଘର ନିର୍ମାଣ କରିବା ମନା। ସମୁଦ୍ର କୂଳରେ ବିମାନ ବନ୍ଦର ନିର୍ମାଣ ହେଲେ ଏହି ଅସୁବିଧାର ସରଳ ସମାଧାନ ହୋଇଯାଏ। ପୁରୀ ସମୁଦ୍ର ଜଳରାଶି ହିଁ 'ନିରାପତ୍ତା ଅଞ୍ଚଳ' ଭାବେ ବ୍ୟବହୃତ ହୋଇପାରିବ। ବିମାନ ଉଡ଼ାଣ ଆରମ୍ଭ କଲାବେଳେ କିମ୍ବା ଅବତରଣ କଲାବେଳେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ସ୍ଥଳଭାଗ ବଦଳରେ ସମୁଦ୍ର ଉପରେ ବିମାନ ଖସିପଡ଼ିଲେ, କ୍ଷୟକ୍ଷତି ପରିମାଣ ଅପେକ୍ଷାକୃତ ଭାବେ କମ ରହେ। ସହରବାସୀଙ୍କ ଧନଜୀବନ ସୁରକ୍ଷିତ ରହେ।

ଦ୍ଵିତୀୟ କାରଣ ହେଲା ଉପଲବ୍ଧ ଜମି। ବିମାନ ବନ୍ଦର ପାଇଁ ଅଧିକ ଜମି ଆବଶ୍ୟକ। ଏହି ଜମିରେ ରନୱେ, ଟର୍ମିନାଲ ସହିତ କଣ୍ଟ୍ରୋଲ ଟାୱାର ଇତ୍ୟାଦି ନିର୍ମାଣ ହୁଏ। ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଜମି ମିଳୁ ନଥିବାରୁ ଏହାର ରନୱେ ୯ ହଜାର ଫୁଟରୁ ଅଧିକ କରାଯାଇ ପାରୁନି। କିନ୍ତୁ ସମୁଦ୍ର କୂଳରେ ଆବଶ୍ୟକ ପରିମାଣର ଜମି ମିଳିବା ସହଜ ହୁଏ।

ତୃତୀୟରେ ଯୋଗାଯୋଗ ସୁବିଧା। ସବୁବେଳେ ସମୁଦ୍ରକୂଳରେ ଥିବା ସ୍ଥାନକୁ ସଡ଼କ, ରେଳ ଯୋଗାଯୋଗ ରହିଥାଏ କିମ୍ବା ନୂତନ ନିର୍ମାଣ କଲେ ଅସୁବିଧା ହୁଏନା। ଏଣୁ ବିମାନ ବନ୍ଦର ନିର୍ମାଣରେ ଅର୍ଥ ଓ ସମୟ ଖର୍ଚ୍ଚ କମିଯାଏ। ବିମାନ ବ୍ୟବହାରକାରୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ଚତୁର୍ଥରେ, ସମୁଦ୍ର ନିକଟରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଲେ ସେହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହୋଇଥାଏ। ଆକଳନ କରାଯାଉଛି ଯେ, ପୁରୀରେ ଗ୍ରୀନଫିଲଡ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟକାରୀ ହେବା ପରେ ସ୍ୱର୍ଣ୍ଣ ତ୍ରିଭୂଜକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବାର୍ଷିକ ଏକ ଲକ୍ଷରୁ ଅଧିକ ହେବ ଏବଂ କେବଳ ପୁରୀକୁ ଦେଶ ଓ ବିଦେଶରୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ଆଗମନ ବଢ଼ିବ। ଆଧ୍ୟାତ୍ମିକ ପର୍ଯ୍ୟଟନ ଅଧିକ ସମୃଦ୍ଧ ହେବ। କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ନିକଟରେ ଅନେକ ରିସର୍ଟ ହୋଟେଲ ତଥା ବହୁଦିନ ହେଲା ଶୀତଳ ଭଣ୍ଡାରରେ ଥିବା ଶାମୁକା ପ୍ରକଳ୍ପ ଜୀବନ୍ୟାସ ପାଇବ।

ଆନ୍ତର୍ଜାତିକ ବେସାମରିକ ବିମାନ ଉଡ଼ାଣ ସଂସ୍ଥା (ଆଇସିଏଓ) ସମୁଦ୍ର କୂଳରେ ଥିବା ବିମାନ ବନ୍ଦର ଗୁଡ଼ିକୁ ସମୁଦ୍ରଠାରୁ ନିରାପଦ ଦୂରତ୍ଵକୁ ସ୍ଥାନାନ୍ତରିତ କରିବାକୁ କୌଣସି ସତର୍କ ସୂଚନା ଦେଇନାହାନ୍ତି। ବିଶାଖାପାଟଣାଠାରୁ ୪୦ କିଲୋମିଟର ଉତ୍ତର ଦିଗରେ ଭୋଗପୂରମ ଠାରେ ଏକ ବିମାନ ବନ୍ଦର ନିର୍ମାଣ ଚାଲିଛି, ଯାହା ସମୁଦ୍ର ପାଖରେ କରାଯାଉଛି। ସମୁଦ୍ରର ଜଳପତ୍ତନ ଭବିଷ୍ୟତରେ ବଢ଼ିଯିବ, ବାତ୍ୟା ହେବ ବୋଲି ସମୁଦ୍ର କୂଳରେ ବିମାନ ବନ୍ଦର ନକରିବା ବୁଦ୍ଧିମତ୍ତା ନୁହେଁ।

ଆନ୍ତର୍ଜାତିକ ବିମାନ ବନ୍ଦରରେ ଉଡ଼ାଣ ଭରୁଥିବା ଜେଟଇଞ୍ଜିନରୁ ନିର୍ଗତ ଶବ୍ଦ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତାହା ମଧ୍ୟ ସତ୍ୟର ଅପଳାପ। ଗୋଟିଏ ଉଡ଼ାଜାହାଜ ୩ରୁ ୪ ହଜାର ଫୁଟ ଉଚ୍ଚତାରେ ଉଡ଼େ। ତାହାର ଶବ୍ଦ ପ୍ରାୟତଃ ପ୍ରଭାବହୀନ ହୋଇଥିଲାବେଳେ ଉଡ଼ାଣ ଭରିବା ଓ ଅବତରଣ ସମୟରେ ରନୱେ ନିକଟରେ ବାସ କରୁଥିବା ଜନସାଧାରଣଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରିଦେଇଥାଏ। କିନ୍ତୁ ସମୁଦ୍ର ଉପର ଦେଇ ବିମାନଟି ଉଡ଼ାଣ ଭରିବାବେଳେ ଓ ଅବତରଣ କଲାବେଳେ ବିମାନ ଇଞ୍ଜିନରୁ ବାହାରୁଥିବା ଛାତିଥରା ଶବ୍ଦର ପ୍ରଭାବ ସମୁଦ୍ର ଜଳ ଉପରେ ବିଛୁରିତ ହୁଏ, ଜନଜୀବନକୁ ପ୍ରଭାବିତ କରେନା। ତାହା ଛଡ଼ା, ଭୁବନେଶ୍ୱର ବିମାନ ବନ୍ଦରର ଦୂରତ୍ୱ ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୩-୪ କିଲୋମିଟର ହୋଇଥିଲା ବେଳେ ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦରଠାରୁ ଶ୍ରୀମନ୍ଦିର ଦୂରତ୍ୱ ଅନ୍ତତଃ ୮-୧୦ କିଲୋମିଟର ହେବ। ଯଦି ବିମାନର ଶବ୍ଦ ଲିଙ୍ଗରାଜ ମନ୍ଦିର ଉପରେ ପ୍ରଭାବ ପକାଉନାହିଁ, ଶ୍ରୀମନ୍ଦିର ନିଶ୍ଚୟ ବିପଦମୁକ୍ତ, ଏହା କେହି ବି କହି ପାରିବେ।

୧୯୩୩ ମସିହା ଡିସେମ୍ବର ୩୦ ତାରିଖରେ ଦୈନିକ ସମାଜରେ ପ୍ରକାଶିତ ଏକ ଖବରର ଶୀର୍ଷକ ଥିଲା, “ଉଡ଼ାଜାହାଜ ମେଳା ମେଳା”। ତାହା ଅବିକଳ ଏହିପରି: “ପୁରୀକୁ ଉଡ଼ାଜାହାଜ ପ୍ରତ୍ୟେକ ଦିନ ଆସୁଛି। ବଡ଼ଲାଟଙ୍କ ପତ୍ନୀ ମଙ୍ଗଳବାର ଦିନ ଆସିଥିଲେ। ଅଧଘଣ୍ଟା ରହି ଚା'ଖାଇ ଚାଲିଗଲେ। ତାଙ୍କ ଜାହାଜ ସହିତ ଆଉଗୋଟିଏ ଜାହାଜ ମଧ୍ୟ ଆସିଥିଲା। ଶୁଣାଯାଏ, ତାଙ୍କ ଜାହାଜକୁ ତାଙ୍କ ପୁଅ ଚଲାଉଥିଲା। ଏହା ଛଡ଼ା ସେଦିନ ଆଉ ଗୋଟିଏ ଜାହାଜ ଆସି ୩/୪ ଘଣ୍ଟା ଉଡ଼ି ଚାଲିଗଲା। ଆଜି ଗୋଟାଏ ଜାହାଜ ଲୋକଙ୍କୁ ବସାଇ ଜଣକ ପିଛା ୫ ଟଙ୍କା ଲେଖାଏଁ ନେଇ ଉଡ଼ାଉଛି। ଦିନାକେତେ ରହିବେ ବୋଲି ଶୁଣା ଯାଉଛି। ଏଥିପାଇଁ ଉଡ଼ାଜାହାଜ ଷ୍ଟେସନରେ ବହୁତ ଲୋକ ଜମା ହେଉଛନ୍ତି।”

ଉପରୋକ୍ତ ମଜାଦାର ଖବରରୁ ଗୋଟିଏ କଥା ସ୍ପଷ୍ଟ ଯେ, ପୁରୀରେ ୯୦ ବର୍ଷ ତଳେ ଅନିୟମିତ ଭାବେ ବିମାନ ଉଡ଼ାଣ ହେଉଥିଲା। ସେହି ପୁରୀରେ ଏବେ ବିଧିବଦ୍ଧ ଭାବେ ଏକ ଅନ୍ତର୍ଜାତୀୟ ବିମାନବନ୍ଦରର ପରିକଳ୍ପନା କରାଯାଇଛି। ବିମାନ ବନ୍ଦର ଆଗାମୀ ୨୦୨୮ ପ୍ରାରମ୍ଭରେ କାର୍ଯ୍ୟକାରୀ ହେଲେ ଏଠାରୁ ବାର୍ଷିକ ୪୬ ଲକ୍ଷ ବିମାନଯାତ୍ରୀ ବିମାନସେବା ପାଇବେ। ୨୦୨୨ ଡିସେମ୍ବର ମାସରେ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସରକାର ଭୁବନେଶ୍ୱରଠାରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁରକୁ ସିଧାସଳଖ ବିମାନସେବା ବ୍ୟବସ୍ଥା କରିଛନ୍ତି; ଯାହାର ଭଲ ପରିଣାମ ମିଳିଛି। କ୍ରମେ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି। ପୁରୀର ଯେଭଳି ଅନ୍ତର୍ଜାତୀୟ ସୁନାମ ରହିଛି, ସେଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ହେଲା ପରେ ଓଡ଼ିଶାକୁ ପର୍ଯ୍ୟଟକମାନେ ଆସିବେ ଓ ଅନେକ ଲୁଚି ରହିଥିବା ଦର୍ଶନୀୟ ସ୍ଥାନ ଦେଖିବେ। ଆମକୁ ବିଶ୍ୱାସ ରଖିବାକୁ ପଡ଼ିବ ଯେ, ବିମାନ ବନ୍ଦର ପ୍ରତିଷ୍ଠା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକ ନିୟାମକ ସଂସ୍ଥା ନିଜର ଭୂମିକା ସଠିକ ଢଙ୍ଗରେ ତୁଲେଇବେ। ଆମର ଯେଉଁ ସଂସ୍କୃତି, ପରିବେଶ ଓ ଐତିହ୍ୟ ପ୍ରେମୀ ବନ୍ଧୁମାନେ ଆଜି ବି ଆଶଙ୍କା ଭିତରେ ଅଛନ୍ତି, ନିୟାମକ ସଂସ୍ଥା ଅନୁମତି ପ୍ରଦାନ କରିବା ପୂର୍ବରୁ, ସେମାନେ ନିଜର ସନ୍ଦେହ ଓ ଯୁକ୍ତି ଉପସ୍ଥାପନ କରିବାକୁ ଅନୁରୋଧ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story