Advertisment

ପୁରୀରେ ଆଧାର କାର୍ଡ଼ ହିଁ କରୋନା ଟିକା!

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା) ଶୀର୍ଷକଟି ଆପଣଙ୍କୁ ଚକିତ କରିଦେଉଥିବ ନିଶ୍ଚୟ। କାହିଁକି ନା ମହାମାରୀ କୋଭିଡ୍‌ର ଯେତେ ସବୁ ଲକ୍ଷଣ କୁହାଗଲାଣି ସେଥିରେ ଆଧାର କାର୍ଡ଼ ଥିଲେ ଯେ, ଭୂତାଣୁ ଛୁଇଁବନି ସେ କଥା କେବେ କୁହାଯାଇନି। ହେଲେ ପୁରୀ ଶ୍ରୀମନ୍ଦିରର ଏକ ଅଜବ ଏବଂ ଅଦ୍ଭୁତ ନିଷ୍ପତିରୁ ମନରେ ଏମିତି ଏକ ଭ୍ରମ ସୃଷ୍ଟି ହେଉଛି। ମାନେ ପୁରୀବାସୀଙ୍କ ପାଇଁ ଗୋଟିଏ ଏବଂ ବାହାର ଲୋକଙ୍କ ପାଇଁ ଆଉ ଗୋଟିଏ ନିୟମ। କରୋନାର ଦ୍ୱିତୀୟ ଲହର […]

ଅଦ୍ୟତନ ହୋଇଛି
ପୁରୀରେ ଆଧାର କାର୍ଡ଼ ହିଁ କରୋନା ଟିକା!

790

Advertisment

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା) ଶୀର୍ଷକଟି ଆପଣଙ୍କୁ ଚକିତ କରିଦେଉଥିବ ନିଶ୍ଚୟ। କାହିଁକି ନା ମହାମାରୀ କୋଭିଡ୍‌ର ଯେତେ ସବୁ ଲକ୍ଷଣ କୁହାଗଲାଣି ସେଥିରେ ଆଧାର କାର୍ଡ଼ ଥିଲେ ଯେ, ଭୂତାଣୁ ଛୁଇଁବନି ସେ କଥା କେବେ କୁହାଯାଇନି। ହେଲେ ପୁରୀ ଶ୍ରୀମନ୍ଦିରର ଏକ ଅଜବ ଏବଂ ଅଦ୍ଭୁତ ନିଷ୍ପତିରୁ ମନରେ ଏମିତି ଏକ ଭ୍ରମ ସୃଷ୍ଟି ହେଉଛି। ମାନେ ପୁରୀବାସୀଙ୍କ ପାଇଁ ଗୋଟିଏ ଏବଂ ବାହାର ଲୋକଙ୍କ ପାଇଁ ଆଉ ଗୋଟିଏ ନିୟମ।

Advertisment

କରୋନାର ଦ୍ୱିତୀୟ ଲହର ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କ ନିମନ୍ତେ ମନ୍ଦିର ଖୋଲାଯାଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି। ଗାଇଡ୍‌ଲାଇନ୍‌  ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେମାନଙ୍କ ପାଇଁ ଆଗେ ଦର୍ଶନ ବ୍ୟବସ୍ଥା କରାଯାଇଛି।  ଅଗଷ୍ଟ ୧୬ରୁ ୨୦ ପର୍ଯ୍ୟନ୍ତ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଏଥିପାଇଁ ପୁରୀବାସୀଙ୍କୁ ଆଧାର ବା ଭୋଟର କାର୍ଡ ଦେଖାଇବାକୁ ହେବ।

କିନ୍ତୁ ଅଗଷ୍ଟ ୨୩ ତାରିଖଠାରୁ ଆରମ୍ଭ ହେଉଥିବା ପୁରୀ ବାହାର ଲୋକଙ୍କ ଦର୍ଶନ ପାଇଁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ବାଧ୍ୟତାମୂଳ କରାଯାଇଛି। ଯେହେତୁ ଦୀର୍ଘଦିନ ପରେ ମନ୍ଦିର ଖୋଲୁଛି ଭିଡ଼କୁ ଦୃଷ୍ଟିକୁ ରଖି ଟାଇମିଂ ଅଲଗା ରହିବା ଏକ ଉତ୍ତମ ନିଷ୍ପତ୍ତି।

Advertisment

କିନ୍ତୁ ମନ୍ଦିର ପ୍ରବେଶକୁ ନେଇ ଜାରି କରାଯାଇଥିବା ଭିନ୍ନ ନିୟମକୁ ନେଇ ଉଠିଛି ପ୍ରଶ୍ନ। କଥା ହେଉଛି ପୁରୀ ଲୋକଙ୍କ ପାଖରେ ଆଧାର କାର୍ଡ଼ କିମ୍ବା ଭୋଟର ଆଇକାର୍ଡ଼ ଥିଲେ କ’ଣ କରୋନା ହେବନି? କରୋନା ଭୂତାଣୁ  କଣ ପରିଚୟପତ୍ର ଦେଖି ସଂକ୍ରମଣ କରେ? ଏହାର ନିଶ୍ଚିତ ଉତ୍ତର ହେଉଛି ନା। ଯଦି ଦେଖାଯାଏ ଚଳିତ ଥର ପ୍ରଥମ ଫେଜ୍‌ରେ ରାଜ୍ୟ ସରକାର ଯେଉଁ ଅନଲକ୍‌ ଘୋଷଣା କରିଥିଲେ ସେଥିରେ ୩୦ଟି ଜିଲ୍ଲାକୁ ୨ଟି କେଟାଗୋରୀ କରିଥିଲେ। କମ୍‌ ସଂକ୍ରମଣ ହେଉଥିବା ଜିଲ୍ଲାକୁ ‘ଏ’ ଏବଂ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାକୁ ‘ବି’ କାଟାଗୋରୀ କରାଯାଇଥିଲା। ଆଉ ସେଇ ‘ବି’ କାଟାଗୋରୀରେ ପୁରୀ ମଧ୍ୟ ଥିଲା।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅନଲକ ବ୍ୟବସ୍ଥାରେ ସମଗ୍ର ରାଜ୍ୟରୁ ସପ୍ତାହାନ୍ତ ଲକଡାଉନ୍‌ କଟକଣା ଉଠିଥିବା ବେଳେ ଭୁବନେଶ୍ୱର, କଟକ ଓ ପୁରୀ ପାଇଁ ଏହି ନିୟମ ବଳବତ୍ତର ରହିଛି। ଅର୍ଥାତ ପୁରୀରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ ପରିସ୍ଥିତିକୁ ଆସିନଥିବା ଅନୁଭବ କରି ଏଭଳି କଟକଣାକୁ କାଏମ ରଖାଯାଇଛି। ଏବେବି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଉଥିବା କୋଭିଡ୍ ତଥ୍ୟ ଅନୁଯାୟୀ, ପୁରୀରେ ଦୈନିକ ସଂକ୍ରମିତ ସଂଖ୍ୟ ଅନ୍ୟ ଜିଲ୍ଲାଠାରୁ ଯଥେଷ୍ଟଠ ଅଧିକ ରହୁଛି। ଏଥିରେ ଗତ କିଛି ଦିନର ପରିସଂଖ୍ୟାନକୁ ବିଚାରକୁ ନିଆଯାଇ ପାରେ।  ଆଜି ପୁରୀ ଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୮। ଗତକାଲି ଥିଲା ୩୮। ତା’ପୂର୍ବଦିନ ଥିଲା ୫୩। ସେହି ତୁଳନାରେ ଅନ୍ୟ ଜିଲ୍ଲାରେ ୧୫ରୁ ୧୦ ଭିତରେ ସଂଖ୍ୟା ରହୁଛି। ତେଣୁ ପୁରୀ ଯେ, କୋଭିଡ୍ ମୁକ୍ତ ସେ କଥା ସ୍ପଷ୍ଟ କହିହେବନି। ସେହିପରି ପୁରୀ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଏକ ନିଷ୍ପତ୍ତି ମଧ୍ୟ ତର୍ଜମା ସାପେକ୍ଷ । ଯଦି ଜଣେ ଭକ୍ତ ଦିଲ୍ଲୀ, ହରିୟାଣା, ପଞ୍ଜାବ କିମ୍ବା ଉତ୍ତରପ୍ରଦେଶରୁ ଆସନ୍ତି ସିଏ ପୁରୀରେ ଆସି ପହଞ୍ଚିବା ବେଳକୁ ପ୍ରାୟ ୪ ଦିନ ଚାଲିଯାଇଥିବ।  ଯଦି ସିଏ ଆସିଲା ବେଳକୁ ଆରଟିପିଆର ରିପୋର୍ଟ ନେଇ ଆସିଥିବ ତାହା ପୁରୀରେ ପହଞ୍ଚିଲା ବେଳକୁ ଅବୈଧ ହୋଇଯିବ। ବିକଳ୍ପ ବ୍ୟବସ୍ଥା ହେଉଛି ସମ୍ପୃକ୍ତ ଭକ୍ତ ଜଣକ ପୁରୀରେ ରହି ପୁଣିଥରେ ଆରଟିପିସିଆର ଟେଷ୍ଟ କରିବାକୁ ପଡ଼ିବ। ପୁଣି ତାକୁ ନାକେଦମ ହେବାକୁ ପଡ଼ିବ।

ଅନ୍ୟପଟେ ଆଧାରକାର୍ଡ଼ କିମ୍ବା ଭୋଟରକାର୍ଡ଼ କୋଭିଡ୍ ପାଇଁ ବୈଜ୍ଞାନିକସିଦ୍ଧ ପ୍ରମାଣପତ୍ର ନୁହେଁ। ଏଥିପାଇଁ ଆଣ୍ଟିଜେନ୍‌, ଆରଟିପିସିଆର କିମ୍ବା ଭ୍ୟାକ୍ସିନ୍‌ ପ୍ରମାଣପତ୍ର ହିଁ ସୀକୃତିପ୍ରାପ୍ତ। ଏସବୁ ପ୍ରମାଣପତ୍ର ସତ୍ତ୍ୱେ ଜଣେ କୋଭିଡ୍‌ ଶତପ୍ରତିଶତ ବିପଦମୁକ୍ତ ବୋଲି ବିଶେଷଜ୍ଞମାନେ ଦାବି କରିପାରୁ ନାହାନ୍ତି। ସେଥିପାଇଁ ଆବଶ୍ୟକ ପ୍ରତିଶେଧ ମୂଳକ ନିୟମ ପାଳନ ପାଇଁ ପରାମର୍ଶ ଦିଆଯାଉଛି। ସେ ହି ବିଚାରରୁ ପୁରୀ ମନ୍ଦିର ପ୍ରଶାସନ କେଉଁ ଆଧାରରେ ପୁରୀବାସୀଙ୍କ ପାଇଁ ମନ୍ଦିର ପ୍ରବେଶ ଲାଗି ଆଧାର କାର୍ଡ଼ ଓ ଭୋଟର କାର୍ଡ଼ ପରିଚୟ ପ୍ରତ୍ରକୁ ମଞ୍ଜୁର କରିଛି ତାହା ବିସ୍ମିତ କରୁଛି। ମହାପ୍ରଭୁଙ୍କ ପାଖରେ ସବୁ ଭକ୍ତ ଯେ, ସମାନ ନୁହନ୍ତି ତାହା ପ୍ରଶାସନର ଅଜବ ନିଷ୍ପତ୍ତିରୁ ଜଣାପଡ଼ୁଛି।

Puri Shreemandir Temple Reopen
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe