‘ସତ୍ୟା’ର ସିଲଭର ଜୁବୁଲି ଓ ପ୍ରାସଙ୍ଗିକତା

୧୯୯୮ରେ ରିଲିଜ ହୋଇଥିବା ସତ୍ୟା ସିନେମାର କାହାଣୀଟି ଭାରି ସରଳ, ଯଦିଓ ଚରିତ୍ର ଚିତ୍ରଣ ପରସ୍ତ ପରସ୍ତ। ଗାଁରୁ କର୍ମ ସଂସ୍ଥାନ ପାଇଁ ମୁମ୍ବାଇ ଆସିଥିବା ସାଧାରଣ ଯୁବକଟିଏ ଘଟଣାଚକ୍ରରେ ଅଣ୍ଡରୱାର୍ଲଡ଼ ବା ସଂଗଠିତ ଅପରାଧ ଜଗତ ସଂସ୍ପର୍ଶରେ ଆସିଯାଏ। ସେଠି ସିଏ ଯେତିକି ବେଗରେ ଆଗକୁ ବଢ଼େ, ତଳକୁ ପଡ଼େ ବି ସେମିତି। ଆଉ ତା ଭିତରେ ତାର, ତା ପ୍ରେମିକାର, ତା ଆଖ ପାଖ ଚରିତ୍ରର ଆବେଗିକ ଜୁଆର ଭଟ୍ଟାର କାହାଣୀ ହେଉଛି ସତ୍ୟା।

A Still Pic From Satya

A Still Pic From Satya

Debendra Prusty
  • Published: Wednesday, 05 July 2023
  • Updated: 05 July 2023, 02:06 PM IST

News Highlights

  • କ’ଣ ଥିଲା ରାମଗୋପାଳ ବର୍ମାଙ୍କ ସତ୍ୟାର କାହାଣୀ? କାହିଁକି ଏହା ବଲିଉଡ଼୍‌ରେ ସୃଷ୍ଟି କରିଥିଲା ଚହଳ?
  • ଅନ୍ୟ ବହୁ ଫିଲ୍ମଠାରୁ କିପରି ଭିନ୍ନ ଥିଲା ସତ୍ୟା?

Sports

Latest News

‘କୁଛ କୁଛ ହୋତା ହେ’ ଠାରୁ ପ୍ରଥମ ଦିନ ପ୍ରଥମ ଶୋ ଦେଖିବା ମୋର ଅଭ୍ୟାସ ଥିଲା ଅନେକ ଦିନ ଯାଏ। ୧୯୯୮ ଜୁଲାଇ ମାସ ୩ ତାରିଖରେ ରାମ ଗୋପାଳ ବର୍ମାଙ୍କ ସତ୍ୟା ରିଲିଜ ହୋଇଥିଲା କଟକର ଦେବୀ ଓ ବୃନ୍ଦାବନ ହଲରେ। ପ୍ରଥମ ଦିନ ପ୍ରଥମ ଶୋ, ଟିକେଟ କାଉଣ୍ଟରରେ ବିଲକୁଲ ଭିଡ଼ ନାହିଁ। ଅଧାରୁ ଅଧିକ ଚଉକି ଖାଲି। ତାରି ଭିତରେ ମୁଁ ଓ ଜଣେ ବନ୍ଧୁ ଦେଖିଲୁ ସତ୍ୟା। ହେଲେ ସିନେମାଟି ଦେଖି ବାହାରିଲା ବେଳକୁ ଲାଗୁଥିଲା, ଇଏ କଣ ବା? ସିନେମା ନା ଆଉ କିଛି? ଏମିତି କିଛି ତ ଦେଖି ନଥିଲୁ କେବେ ଆମେ। ହଷ୍ଟେଲ ଫେରିଲୁ, ଢେର ସମୟ ବାକି ସାଙ୍ଗଙ୍କ ସହ ଚର୍ଚ୍ଚା ହେଲା ସତ୍ୟା ବିଷୟରେ। ତାପର ରବିବାର ଦିନର ପ୍ରଥମ ଶୋ ପାଇଁ ହଷ୍ଟେଲରୁ ବାହାରିଲୁ ୧୨ ଜଣ ସେଇ ବୃନ୍ଦାବନ ହଲକୁ। ଏଗାରଟା ବେଳକୁ ହଲ ଆଗରେ ଥାଳି ମାରି ଦେବା ଭଳି ଭିଡ଼, ବ୍ଲାକର୍‌ ଡାକୁ ଥାଏ ବାଲକୋନି ପଚାଶ। ଫାଷ୍ଟ ଡେ ଫାଷ୍ଟ ଶୋରେ କାଉ ଉଡ଼ିବା ଓ ଦୁଇ ଦିନ ପରେ ସେଇ ସିନେମାକୁ ଅଢ଼େଇ ଗୁଣ ପଇସା ଦେଇ ବ୍ଲାକରେ ଦେଖିବାର ଏଇଟି ମୋର ପ୍ରଥମ ଅନୁଭୂତି। ହଁ, ମୁଁ ତାପରେ ଆଉ ତିନି ଥର ଦେଖିଛି ସତ୍ୟା, ହଲରୁ ସିନେମା ନ ଉଠିବା ଯାଏ। ଭାରତୀୟ ସିନେମା ଦିଗବଳୟର କାୟାକଳ୍ପ କରିଥିବା ଏହି ଚଳଚ୍ଚିତ୍ରର ଏବେ ରୌପ୍ୟ ଜୟନ୍ତୀ। ୨୫ ବର୍ଷ ପରେ ବି ସତ୍ୟା ସିନେମା ଦର୍ଶକଙ୍କ ପାଇଁ ଏକ ଇନ୍ଦ୍ରଜାଲିକ ଅନୁଭୂତି।

ଭାରତୀୟ ସିନେମାର ଅନେକ ମିଥ୍‌କୁ ଭାଙ୍ଗିଥିଲା ସତ୍ୟା। ଏହି ଚଳଚ୍ଚିତ୍ରରେ ନାୟକର ନା ଥିଲା ପାରମ୍ପରିକ ଆକର୍ଷଣୀୟ ସୁଦର୍ଶନ ଚେହେରା ନା ନାଟକୀୟ ସଂଳାପ ପରିବେଷଣ ଭଙ୍ଗୀ। ଦାଢ଼ି ଭର୍ତ୍ତି ମୁହଁରେ ନାୟକର ଭୂମିକାରେ ଅଭିନୟ ଅପେକ୍ଷା ବାସ୍ତବତା ଅଧିକ ଝଲସି ଥିଲା। ସେହିପରି ନାୟିକାଙ୍କ ଭୂମିକା ମଧ୍ୟ ଥିଲା ଗ୍ଲାମର ବିହୀନ, ନାୟିକାଙ୍କ ସାଜସଜା ଥିଲା ଠିକ ପଡ଼ିଶା ଘରର ଝିଅଟି ଭଳି। ଆଉ କାହାଣୀ ବାହାରି ଆସିଥିଲା ପାରମ୍ପରିକତାର ଶଗଡ଼ ଗୁଳାରୁ ଯେଉଁଠି, ନା ଥିଲା ପ୍ରଥମ ଦେଖାରେ ନାୟକ ନାୟିକା ପ୍ରେମ କିମ୍ୱା ପ୍ରେମ ପାଇଁ ସମାଜର ସବୁଠୁ ପ୍ରତିପତ୍ତିଶାଳୀ ବିରୋଧରେ ନାୟକର ଯୁଦ୍ଧ ଡାକରା।

୨୫ ବର୍ଷ ପରେ ଆଜି ବି ସତ୍ୟା ପ୍ରାସଙ୍ଗିକ। କାରଣ ଭାରତୀୟ ସିନେମାରେ ଗ୍ୟାଙ୍ଗଷ୍ଟରର ମାନବୀୟ ଚିତ୍ରଣ ଦିଗରେ ଏହା ସମ୍ଭବତଃ ପ୍ରଥମ ନିଖୁଣ ପ୍ରୟାସ। ଗ୍ୟାଙ୍ଗଷ୍ଟରଟେ ବି ହସୁଥିବ, ସ୍ତ୍ରୀକୁ ଡରୁଥିବ, ସ୍ତ୍ରୀ ବା ପ୍ରେମିକାକୁ ଇମ୍ପ୍ରେସ କରିବାକୁ ସାଧାରଣ ଲୋକଟିଏ ଭଳି ମିଛ କହୁଥିବ, ତା ପିଲା ଛୁଆଙ୍କ ସହ ସେ ବି ସାଧାରଣ ମଣିଷ ଭଳି କଥାବାର୍ତ୍ତା କରୁଥିବ, ସେ ବି ହାରୁଥିବ, ସେ ବି ସାଧାରଣ ଭାବେ ମରି ପାରୁଥିବ, ଏସବୁ ଦିଗରେ ପ୍ରଥମ ପ୍ରୟାସ ଥିଲା ସତ୍ୟା। ଖଳନାୟକ ଚରିତ୍ରକୁ ମେଲୋଡ୍ରାମାର ବୋଝରୁ ବାହାର କରି ମାନବୀୟ ଚେହେରା ଓ ସମ୍ବେଦନାର ପୋଷାକ ଦେଇଥିଲା ସତ୍ୟା। ଷ୍ଟୋରୀ ଟେଲିଂ ବା ସିନେମାର କଥନିକାକୁ ଚିରାଚରିତ ପାପ ଉପରେ ପୁଣ୍ୟର ବିଜୟ ପ୍ରୋପାଗଣ୍ଡାରୁ ବାହାର କରି ଚରିତ୍ରର ନିତିଦିନିଆ ଜୀବନଚର୍ଯ୍ୟା ଆଡ଼କୁ ପ୍ରେରିତ କରିଥିଲା ସତ୍ୟା। ବୋଧ ହୁଏ, ଭାରତୀୟ ସିନେମାରେ ପ୍ରଥମ ଥର ପାଇଁ ଏଠି କାଷ୍ଟିଙ୍ଗ କାଉଚ ବିଷୟରେ ଦେଖା ଯାଇଥିଲା, ମାଫିଆ, ବିଲଡର, ନେତା, ସିନେମା ଶିଳ୍ପ ଭିତରେ ଥିବା ମଧୁଚନ୍ଦ୍ରିକାକୁ ନିଖୁଣ ଭାବେ ପରିବେଷଣ କରିବା ଦିଗରେ ଏହି ଚଳଚ୍ଚିତ୍ର ସମ୍ଭବତଃ ପ୍ରଥମ ପୂର୍ଣ୍ଣାଙ୍ଗ ପ୍ରଚେଷ୍ଟା ଥିଲା। ସତ୍ୟା କାହାଣୀର ସବୁଠାରୁ ବଡ଼ ଉପଲବ୍ଧି ହେଉଛି ଏହା ମୁମ୍ବାଇ ସଂଗଠିତ ଅପରାଧ ଜଗତର କଥା କହିଥିଲେ ବି ଅପରାଧ ଜଗତର ମହିମା ମଣ୍ଡନ କରିନଥିଲା।

ସ୍କ୍ରିନ ଉପରେ ଓ ପଛରେ ସତ୍ୟା ଅନେକ ସର୍ଜନଶୀଳ ବ୍ୟକ୍ତିତ୍ୱକୁ ଭାରତୀୟ ସିନେମା ସହ ଭେଟ କରେଇଥିଲା। ସେବେର ଲେଖକ ଓ ଏବେର ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ତରୁଣ ଏଡିଟର ଅପୂର୍ବା ଆସରାନି, ସୌରଭ ଶୁକ୍ଳା, ମନୋଜ ବାଜପେୟୀ, ଶେଫାଳି ଛାୟା, ବିଶାଳ ଭରଦ୍ୱାଜ, ଚକ୍ରବର୍ତ୍ତୀ- ଏମିତି ଅନେକଙ୍କ ଜୀବନର ମାଇଲଖୁଣ୍ଟ ହେଉଛି ଏ ଚଳଚିତ୍ର। ମାତ୍ର ଅଢ଼େଇ କୋଟିରେ ନିର୍ମିତ ଏହି ସିନେମା ପନ୍ଦର କୋଟି ଟଙ୍କାର ବ୍ୟବସାୟ କରିଥିଲା। ଛଅଟି ଫିଲ୍ମ ଫେୟାର ପୁରସ୍କାର ସହ ଜାତୀୟ ପୁରସ୍କାର ମଧ୍ୟ ଏହି ଚଳଚ୍ଚିତ୍ରକୁ ମିଳିଥିଲା। ବ୍ୟବସାୟିକ ସଫଳତା ଓ ସିନେମାର କଳାତ୍ମକତାର ଏକ ନିଆରା ସଙ୍ଗମ ଥିଲା ସତ୍ୟା। ୨୫ ବର୍ଷ ପରେ ଆଜି ବି ବିକୁ ମାତ୍ରେର ‘ମୁମ୍ବାଇ କା କିଙ୍ଗ କୌନ?’ ସଂଳାପଟି ସେତିକି ରୋମାଞ୍ଚ ଭରେ, ତାଠୁ ଅଧିକ ତଟସ୍ଥ କରେ ମୁଖ୍ୟ ଚରିତ୍ର ସତ୍ୟାର ବିନା ନାଟକୀୟତାରେ ମୃତ୍ୟ। ତା’ଠାରୁ ବେଶୀ ଆଶ୍ଚର୍ଯ୍ୟ କରେ ଯେ ନବେ ଦଶକର ଭାରତୀୟ ସମାଜର ପୃଷ୍ଠଭୂମିରେ ଏତେ ହିଂସ୍ରତାକୁ କିପରି ଏତେ ସର୍ଜନଶୀଳ ଭାବେ ଚିତ୍ରଣ କରାଯାଇ ପାରିଥିଲା ଯେ ଏହି ସିନେମା ଉପରେ ସେନ୍ସର ବୋର୍ଡର ବିଲକୁଲ ଆପତ୍ତି ରହିଲା ନାହିଁ। ସତ୍ୟା ଏମିତି ଏକ କ୍ଲାସିକ ଯାହା ଗ୍ୟାଙ୍ଗଷ୍ଟର ପୃଷ୍ଠଭୂମି ଉପରେ ପରବର୍ତ୍ତୀ ସମୟରେ ନିର୍ମିତ ଅନେକ ସିନେମା ଯେପରିକି, ବାସ୍ତବ, କମ୍ପାନୀ, ହତିଆର, ଗ୍ୟାଙ୍ଗସ ଅଫ ୱାସେପୁର ପାଇଁ ବାଟ ଖୋଲି ଭାରତୀୟ ସିନେମାରେ ଅପରାଧ ସିନେମାର ଏକ ନୂତନ ଧାରା ତିଆରି କରିଥିଲା।

ହଁ, ଆଜି ନିଜ ଛାଇରେ ବଞ୍ଚିଥିବା, ନିଜ ଅତୀତକୁ ମିମିକ୍ରି କରୁଥିବା ରାମ ଗୋପାଳ ବର୍ମା ହିଁ ଥିଲେ ଏହି ଟ୍ରେଣ୍ଡ ସେଟିଂ ସିନେମାର ନିର୍ଦ୍ଦେଶକ। ଭାରତୀୟ ସିନେମାରେ ରାମ ଗୋପାଳ ଵର୍ମାଙ୍କ ଉତ୍ଥାନ ଓ ପତନର କାହାଣୀ ବି କୌଣସି ସିନେମାର ଚିତ୍ରନାଟ୍ୟଠାରୁ କମ ରୋମାଞ୍ଚକ ନୁହେଁ। କିନ୍ତୁ ଏକଥା ମଧ୍ୟ ସେତିକି ସତ ଯେ ଶହେ ବର୍ଷ ପରେ ମଧ୍ୟ ଯେତେବେଳେ ଭାରତୀୟ ସିନେମା ବିଷୟରେ ଆଲୋଚନା ହେବ, ରାମ ଗୋପାଳ ମନେ ପଡ଼ିବେ ସତ୍ୟା ପାଇଁ।

ପରଂବ୍ରହ୍ମ ତ୍ରିପାଠୀ

ଫୋ- ୯୭୧୭୩୦୨୨୦୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story