ସାମାଜିକ ପେନସନ ମାସକୁ ୩୦୦୦ ଟଙ୍କାକୁ ବୃଦ୍ଧି ଜରୁରୀ

ରାଜ୍ୟ ସରକାର ଏହାକୁ ମାତ୍ର ୫୦୦ ଟଙ୍କାକୁ ବୃଦ୍ଧି କରିଥିଲେ, ତାହା ପୁଣି ନିର୍ବାଚନର ଠିକ ପୂର୍ବରୁ। ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଥିଲା। ବିଗତ ୫ ବର୍ଷ ହେଲା ଏହା ସେହି ୫୦୦ ଟଙ୍କା ଓ ୮୦ ବର୍ଷରୁ ଉର୍ଦ୍ଧ ହିତାଧିକାରୀଙ୍କ ଲାଗି ମାସିକ ୭୦୦ ଟଙ୍କାରେ ସ୍ଥିର ରହିଛି।

Odisha Pension Scheme

Odisha Pension Scheme

Debendra Prusty
  • Published: Friday, 25 August 2023
  • Updated: 25 August 2023, 02:03 PM IST

News Highlights

  • ପ୍ରତି ବର୍ଷ ଦରବୃଦ୍ଧି ଘଟୁଛି ଓ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ୁଛି।
  • କିନ୍ତୁ ସାମାଜିକ ଭତ୍ତା ପରିମାଣ ବଢ଼ୁ ନାହିଁ। ସେହି ହିତାଧିକାରୀ କ’ଣ ଦରମାଡ଼ ସହୁ ନାହିଁ?

Sports

Latest News

ଶେଷ ଥର ଲାଗି ୨୦୧୯ ମସିହା ଜାନୁଆରୀ ମାସରେ, ଠିକ ନିର୍ବାଚନ ପୂର୍ବରୁ, ଓଡ଼ିଶା ସରକାର ମଧୁବାବୁ ପେନସନ ଯୋଜନାରେ ୬୦ରୁ ୭୯ ବୟସ ବର୍ଷ ଭିତରେ ଥିବା ବୃଦ୍ଧବୃଦ୍ଧା, ବିଧବା, ଅବିବାହିତ ମହିଳା, ତୃତୀୟ ଲିଙ୍ଗୀ ଓ ପିତୃମାତୃହୀନ ବାଳକ/ବାଳିକା ଓ ଭିନ୍ନକ୍ଷମମାନଙ୍କ ଭତ୍ତା ବୃଦ୍ଧି କରିଥିଲେ। ଇତିମଧ୍ୟରେ, ବଜାରରେ ଦେଖାଦେଇଥିବା ମୁଦ୍ରାସ୍ଫୀତି ଉପରେ ରାଜ୍ୟ କି କେନ୍ଦ୍ର ସରକାରଙ୍କ କୌଣସି ନିୟନ୍ତ୍ରଣ ନଥିବାରୁ ଦରବୃଦ୍ଧି ଘଟିଚାଲିଛି। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସାଙ୍ଗକୁ ଖାଦ୍ୟ ପଦାର୍ଥର ଅତ୍ୟଧିକ ଦରବୃଦ୍ଧି ସାଧାରଣ ଭାରତୀୟଙ୍କୁ ଭୋକରେ ନିଦ୍ରା ଯିବା ଲାଗି ବାଧ୍ୟ କରୁଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସରକାର ସପ୍ତମ ବେତନ କମିଶନ ଲାଗୁ କରିବା ପରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବୃଦ୍ଧି କରିବା ସହିତ ମୁଦ୍ରାସ୍ଫୀତିକୁ ଆଖିଆଗରେ ରଖି ପ୍ରତି ୬ ମାସରେ ଥରେ ବେତନ ଓ ପେନସନ ପାଉଥିବା କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଦିଆଯାଉଛି। ଅଥଚ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସାମାଜିକ ନିରାପତ୍ତା ନିମନ୍ତେ ମଧୁବାବୁ ପେନସନ ଯୋଜନାରେ ଦୀର୍ଘ ୫ ବର୍ଷ ହେଲା ୫୦୦ ଟଙ୍କାରେ ସ୍ଥିର ରଖିବା କେଉଁଭଳି ଯୁକ୍ତି ଯୁକ୍ତ ହେଉଛି?

ଗଲା ୨୦୦୮ ମସିହାରେ ହିତାଧିକାରୀଙ୍କ ପେନସନ ମାସକୁ ୩୦୦ ଟଙ୍କା ରହିଥିଲା। ୨୦୧୮ ମସିହା ପର୍ଯ୍ୟନ୍ତ ଏଥିରେ କୌଣସି ବୃଦ୍ଧି ନହେବାରୁ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ (ଗାସ) ତରଫରୁ ୪୦୦୦ରୁ ଅଧିକ ହିତାଧିକାରୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦିଆଯାଇଥିଲା। ଅନେକ ସ୍ଥାନରେ ହିତାଧିକାରୀମାନେ ପେନସନ ରାଶି ବୃଦ୍ଧି ଲାଗି ରାଲିରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ବିଭିନ୍ନ ଖବରକାଗଜରେ ଏ ସମ୍ପର୍କିତ ସମ୍ପାଦକୀୟ ଲେଖା ମଧ୍ୟ ପ୍ରକାଶ ପାଇଥିଲା। ଏହି ସମସ୍ତ ଲେଖା ଓ ଦାବିପତ୍ରରେ ଯଦିଓ ମାସିକ ଭତ୍ତା ୩୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଦାବି କରାଯାଇଥିଲା, କିନ୍ତୁ, ରାଜ୍ୟ ସରକାର ଏହାକୁ ମାତ୍ର ୫୦୦ ଟଙ୍କାକୁ ବୃଦ୍ଧି କରିଥିଲେ, ତାହା ପୁଣି ନିର୍ବାଚନର ଠିକ ପୂର୍ବରୁ। ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଥିଲା। ବିଗତ ୫ ବର୍ଷ ହେଲା ଏହା ସେହି ୫୦୦ ଟଙ୍କା ଓ ୮୦ ବର୍ଷରୁ ଉର୍ଦ୍ଧ ହିତାଧିକାରୀଙ୍କ ଲାଗି ମାସିକ ୭୦୦ ଟଙ୍କାରେ ସ୍ଥିର ରହିଛି।

ଏଠାରେ ସ୍ମରଣ ଯୋଗ୍ୟ ଯେ, କେରଳ ସରକାର ହିତାଧିକାରୀଙ୍କ ପେନସନ ୨୦୧୯ରେ ଯାହା ୧୦୦୦ ଟଙ୍କା ଥିଲା ୨୦୨୩ ବେଳକୁ ୧୬୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ହରିୟାନା ସରକାର ସେହି ସମୟ ମଧ୍ୟରେ ୧୨୦୦ ଟଙ୍କାରୁ ୨୭୦୦ ଟଙ୍କା, ତେଲେଙ୍ଗାନା ସରକାର ୧୫୦୦ ଟଙ୍କାରୁ ୨୦୦୦ ଟଙ୍କା, ଆନ୍ଧ୍ର ପ୍ରଦେଶ ସରକାର ୧୦୦୦ ଟଙ୍କାରୁ ୨୭୫୦ ଟଙ୍କା, ପଶ୍ଚିମ ବଙ୍ଗ ସରକାର ୭୫୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଝାଡ଼ଖଣ୍ଡ ସରକାର ବର୍ତ୍ତମାନ ମାସକୁ ୧୦୦୦ ଟଙ୍କା ଓ କର୍ଣ୍ଣାଟକ ସରକାର ମାସିକ ୧୦୦୦ ଟଙ୍କା ସହିତ ହିତାଧିକାରୀଙ୍କ ଲାଗି ବସରେ ମାଗଣା ଯାତାୟାତ ଓ ଡେ କେୟାର ସେଣ୍ଟରର ସୁବିଧା କରିଛନ୍ତି। ଅଥଚ ଓଡ଼ିଶା ସରକାର ୨୦୧୯ ମସିହାରୁ ପେନସନରେ କୌଣସି ବୃଦ୍ଧି ନଘଟାଇବା ଓଡ଼ିଶାର ଗରିବ ଅସହାୟ ନିରାଶ୍ରୟମାନଙ୍କ ପ୍ରତି ଏହା ଉପହାସ ସଦୃଶ୍ୟ।

୨୦୧୯ ମସିହାରେ ଅର୍ଥାତ ଉକ୍ତ ବୃଦ୍ଧି ସମୟରେ, ରାଜ୍ୟରେ, ସରକାରଙ୍କ ୱେବସାଇଟର ତଥ୍ୟ ଅନୁସାରେ, ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ଥିଲା ୪୮ ଲକ୍ଷ ୫୭ ହଜାର। ୯ ଅଗଷ୍ଟ ୨୦୨୩ ଦିନ ଓଡ଼ିଶା ସରକାର ୪ ଲକ୍ଷ ୧୩ ହଜାର ହିତାଧିକାରୀଙ୍କୁ ଏହି ତାଲିକାରେ ସାମିଲ କରିଥିଲେ। ଏହା ପରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା କଥା। କିନ୍ତୁ, ମିଡିଆ ତଥ୍ୟ ଅନୁସାରେ, ଏବେ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ରହିଛି ୩୨ ଲକ୍ଷ ୭୫ ହଜାର। ଅର୍ଥାତ, ଅନ୍ୟୁନ୍ୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଗଲା ପାଞ୍ଚ ବର୍ଷ ମଧ୍ୟରେ ବାଦ ଦିଆଯାଇଛି। କେଉଁମାନେ ଏଥିରୁ ବାଦ ପଡ଼ିଛନ୍ତି ସେ ସମ୍ପର୍କରେ କୌଣସି ସରକାରୀ ସ୍ପଷ୍ଟୀକରଣ ରହିନାହିଁ।

ଭାରତୀୟ ସମ୍ବିଧାନର ଧାରା ୪୭ ଅନୁସାରେ, ରାଜ୍ୟ ସରକାର ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ସଦସ୍ୟ ଭାବରେ ଅତି ଦାରିଦ୍ର୍ୟ, ଅସହାୟ, ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ବିଧବା ଇତ୍ୟାଦିଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରିବେ। କିନ୍ତୁ, ପରିତାପର ବିଷୟ ଯେ, ସରକାର ସାମାଜିକ ସୁରକ୍ଷାକୁ ମାଗଣାଖିଆ ସଂସ୍କୃତି ଭାବରେ ଦୋଷାରୋପ କରି ସମାଜର ଦୁର୍ବଳ ଶ୍ରେଣୀକୁ ଅଧିକରୁ ଅଧିକ ଦୁର୍ବଳ କରିଚାଲିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀ ଭତ୍ତା ମାସକୁ ଅତି କାମରେ ୩୦୦୦ ଟଙ୍କାକୁ ବୃଦ୍ଧି କରିବା, ସାମାଜିକ ସୁରକ୍ଷା ଭତ୍ତା ଯୋଜନା ମଧ୍ୟରେ ଆସୁଥିବା ସମସ୍ତ ଭତ୍ତାକୁ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ବୃଦ୍ଧି କରିବା ବଦଳରେ ମୁଦ୍ରାସ୍ଫୀତି ଅନୁସାରେ ପ୍ରତି ୬ ମାସରେ ବୃଦ୍ଧି କରିବା ଓ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରତି ୱାର୍ଡରେ ଯୋଗାଇ ଦିଆଯିବା ଆବଶ୍ୟକ।

ଗୋଲକ ବିହାରୀ ନାଥ, ଦେବ ରଞ୍ଜନ

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story