ବଜେଟରେ ସାମାଜିକ କ୍ଷେତ୍ରକୁ ଅବହେଳା!

ପୂର୍ବ ବଜେଟଗୁଡ଼ିକ ପରି ଚଳିତ ବଜେଟରେ ମଧ୍ୟ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅନୁଦାନ ହ୍ରାସ କରିଛନ୍ତି ଅଥବା ସ୍ଥିର ରଖିଛନ୍ତି। ଚଳିତ ବଜେଟରେ କୃଷି, ଗ୍ରାମାଞ୍ଚଳ ବିକାଶଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ଓ ଶିଶୁ କଲ୍ୟାଣ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦକୁ ପୂର୍ବାପେକ୍ଷା ହ୍ରାସ କରିଛନ୍ତି ଅଥବା ନାମକୁ ମାତ୍ର ବୃଦ୍ଧି କରିଛନ୍ତି।

Union Budget 2023

Social Sector in Budget

Debendra Prusty
  • Published: Thursday, 09 February 2023
  • Updated: 09 February 2023, 05:05 PM IST

News Highlights

  • କେନ୍ଦ୍ର ବଜେଟରେ ସାମାଜିକ କ୍ଷେତ୍ର ପ୍ରତି ଅଧିକ ବ୍ୟୟବରାଦ ଦରକାର ଥିଲା
  • ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ନାମକୁ ମାତ୍ର ବୃଦ୍ଧି ଲକ୍ଷ୍ୟ ହାସଲ କରିବ ନାହିଁ
  • ସାମାଜିକ ଭତ୍ତା ପରିମାଣ ୨୦୦୬ରୁ ସ୍ଥିର ରହିଛି

ଇତିମଧ୍ୟରେ ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ଏହି ବଜେଟକୁ ପ୍ରଧାନମନ୍ତ୍ରୀ ଅମୃତ କାଳର ବଜେଟ୍ ବୋଲି କହିଛନ୍ତି। ତେବେ ଏହି ଅମୃତ କାଳଟି କାହାର, ସେନେଇ ସେ ସ୍ପଷ୍ଟ କହି ନଥିଲେ ମଧ୍ୟ ବଜେଟର ଅଧ୍ୟୟନରୁ ଏହା ଯେ ଦେଶର କର୍ପୋରେଟମାନଙ୍କ ପାଇଁ ଉଦ୍ଦିଷ୍ଟ, ତାହା ସ୍ପଷ୍ଟ ଜଣାପଡ଼ୁଛି। ବିପୁଳ ମୁନାଫା କମାଉଥିବା ଦେଶର କର୍ପୋରେଟମାନଙ୍କ ଉପରେ ଚଳିତ ବଜେଟରେ କୌଣସି ନୂଆ ଟିକସ ନବସାଇ, ଅଧିକନ୍ତୁ ସେମାନେ ବର୍ତ୍ତମାନ ଦେଉଥିବା ବିଭିନ୍ନ ଟିକସ ଓ ସରଚାର୍ଜକୁ ହ୍ରାସ କରି ସରକାର ସେମାନଙ୍କ ପ୍ରତି ସୀମାହୀନ ଉଦାରତା ଦେଖାଇଛନ୍ତି। ଅନ୍ୟପଟେ ବେକାରୀ, ଦରବୃଦ୍ଧି ଓ ଅସମାନତାର ଶିକାର ହୋଇ ଭୟଙ୍କର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ସାଧାରଣ ଲୋକଙ୍କୁ ବଜେଟରେ କୌଣସି ପ୍ରକାର ରିଲିଫ୍ ଦେବାକୁ ଚାହିଁନାହାନ୍ତି। ଓଲଟା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ବ୍ୟୟବରାଦରେ ବ୍ୟାପକ ହ୍ରାସ କରି ସରକାର ସେମାନଙ୍କ ପାଇଁ ବିଷକାଳର ସଙ୍କେତ ଦେଇଛନ୍ତି ବୋଲି କୁହାଯାଇପାରେ।

ପୂର୍ବ ବଜେଟଗୁଡ଼ିକ ପରି ଚଳିତ ବଜେଟରେ ମଧ୍ୟ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅନୁଦାନ ହ୍ରାସ କରିଛନ୍ତି ଅଥବା ସ୍ଥିର ରଖିଛନ୍ତି। ଚଳିତ ବଜେଟରେ କୃଷି, ଗ୍ରାମାଞ୍ଚଳ ବିକାଶଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ଓ ଶିଶୁ କଲ୍ୟାଣ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟୟବରାଦକୁ ପୂର୍ବାପେକ୍ଷା ହ୍ରାସ କରିଛନ୍ତି ଅଥବା ନାମକୁ ମାତ୍ର ବୃଦ୍ଧି କରିଛନ୍ତି। ସମାଜର ସଂଖ୍ୟାଗରିଷ୍ଠ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଓ ରୋଜଗାର ଦେଉଥିବା ଖାଦ୍ୟ ଓ ଯୋଗାଣ ତଥା ମନରେଗା ପରି ଯୋଜନାରେ ଆଖିଦୃଶିଆ ବ୍ୟୟହ୍ରାସ କରିଛନ୍ତି। କୃଷି ଓ ଗ୍ରାମ ଉନ୍ନୟନ ବାବଦରେ ବ୍ୟୟବରାଦକୁ ପୂର୍ବ ବଜେଟ ତୁଳନାରେ ଯଥାକ୍ରମେ ୩.୮% ଓ ୫.୮%ରୁ ୩.୨% ଓ ୫.୨%କୁ ହ୍ରାସ କରାଯାଇଛି।

ଶିକ୍ଷା, ସ୍ୱାସ୍ଥ୍ୟସେବା, ଶିଶୁ ଓ ମହିଳା ବିକାଶ ତଥା ସାମାଜିକ ସୁରକ୍ଷା ପେନସେନ୍ ଭଳି ସାମାଜିକ କ୍ଷେତ୍ରର ବିକାଶଟି ଯେକୌଣସି ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବୁଲେଟ୍ ଟ୍ରେନ, ଫ୍ଲାଇ ଓଭର, ସପିଙ୍ଗ୍ ମଲ୍‌ଠାରୁ ବି ଅଧିକ ଜରୁରୀ। ତେବେ କ୍ରମାଗତ ସରକାରୀ ଅବହେଳା ଯୋଗୁଁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ମାନବ ବିକାଶର ସୂଚକାଙ୍କରେ ଭାରତର ସ୍ଥାନ ସବୁବେଳେ ତଳେ ରହି ଆସିଛି। ବିଶ୍ୱର ଧନୀ ଦେଶଙ୍କ କଥା ଛାଡ଼ନ୍ତୁ ବ୍ରାଜିଲ, ରୁଷ, ଦକ୍ଷିଣ ଆଫ୍ରିକା ପରି ବ୍ରିକସ୍ ଦେଶ ଏପରିକି ଆଫଗାନିସ୍ଥାନ, ମାଳଦ୍ୱୀପ ଏବଂ ନେପାଳ ପରି ସାର୍କ ଦେଶମାନେ ବି ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ବ୍ୟୟ ବରାଦ କରିବା କ୍ଷେତ୍ରରେ ଆମଠାରୁ ଆଗରେ ରହିଛନ୍ତି। ସ୍ୱାସ୍ଥ୍ୟ ପାଇଁ ବ୍ୟୟ ଆମ ଜିଡିପିର ମାତ୍ର ୨% ଯାହାକି ଅନେକ ଗରିବ ଦେଶ ତୁଳନାରେ ବି କମ୍। ତେବେ ଦେଶରେ ନବ ଉଦାର ଅର୍ଥନୀତି ଲାଗୁ ହେବା ପରଠାରୁ ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚରେ ବୃଦ୍ଧି ଫଳରେ ପ୍ରତିବର୍ଷ ୩୪ ନିୟୁତ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଥିବା ବିଭିନ୍ନ ଅଧ୍ୟୟନରୁ ଜଣା ପଡ଼ିଛି। ଦେଶରେ ସ୍ୱାସ୍ଥ୍ୟସେବା ନିମ୍ନମାନର ହେବା ପଛରେ କମ୍ ସରକାରୀ ବ୍ୟୟ ମୁଖ୍ୟ ଦାୟୀ ବୋଲି ଜଣାପଡ଼ିଛି। କିନ୍ତୁ ପରିତାପର ବିଷୟ ହେଲା ଦେଶରେ ସ୍ୱାସ୍ଥ୍ୟ ବାବଦରେ ଅଧିକ ସରକାରୀ ବିନିଯୋଗ ଆବଶ୍ୟକ ଥିବା ବେଳେ ସରକାର ପ୍ରତିବର୍ଷ ବଜେଟରେ ନାମକୁ ମାତ୍ର ହିଁ ବୃଦ୍ଧି କରୁଛନ୍ତି। ଚଳିତ ବଜେଟରେ ବି ଦେଶର ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଟି ପୁଣି ଥରେ ଅବହେଳାର ଶିକାର ହୋଇଛି। ସରକାର ଦେଶର ସ୍ୱାସ୍ଥ୍ୟସେବା ବାବଦରେ ବ୍ୟୟବରାଦକୁ ପୂର୍ବ ବର୍ଷ ତୁଳନାରେ ହ୍ରାସ କରିଛନ୍ତି। ସ୍ୱାସ୍ଥ୍ୟସେବା ବାବଦରେ ଗତବର୍ଷ ଜିଡିପି ୨.୨% ବ୍ୟୟ କରାଯାଇଥିବା ବେଳେ ଚଳିତ ବର୍ଷ ତାକୁ ୧.୯%କୁ ହ୍ରାସ କରିଛନ୍ତି। ଗତ ବଜେଟ୍ ତୁଳନାରେ ଚଳିତ ବର୍ଷ ଦେଶର ସ୍ୱାସ୍ଥ୍ୟସେବା ବାବଦରେ ସରକାର ୧୦,୦୦୦ କୋଟି ଅଧିକା ଖର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି। ଗତ ୨୦୨୨-୨୩ ବର୍ଷରେ ଏହି ପରିମାଣ ୭୬,୩୭୦ କୋଟି ରହିଥିବା ବେଳେ ଚଳିତ ୨୦୨୩-୨୪ ବର୍ଷରେ ତାହା ୮୬,୧୭୫ କୋଟି ଟଙ୍କା ହୋଇଛି।

ଦେଶର ଶିକ୍ଷା କ୍ଷେତ୍ରରେ ସରକାର ବ୍ୟୟବରାଦରେ ମଧ୍ୟ ନାମକୁ ମାତ୍ର ଆର୍ଥାତ୍ ୮% ବୃଦ୍ଧି କରିଛନ୍ତି। ୨୦୨୨-୨୩ରେ ଶିକ୍ଷା ବାବଦରେ ମୋଟ ୧.୦୪ ଲକ୍ଷ କୋଟି ବ୍ୟୟବରାଦ ହୋଇଥିବା ବେଳେ ଚଳିତ ୨୦୨୩-୨୪ର ବଜେଟରେ ତାହା ୧.୧୨ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି। ଯଦି ଜିଡିପି ତୁଳନାରେ ଏହି ବ୍ୟୟବରାଦକୁ ଦେଖିବା ତାହେଲେ ଶିକ୍ଷା ବାବଦରେ ଗତ ବର୍ଷ ଜିଡିପିର ୨.୬୪% ବ୍ୟୟବରାଦ ହୋଇଥିବା ବେଳେ ଚଳିତ ବଜେଟରେ ତାକୁ ୨.୫%କୁ ହ୍ରାସ କରାଯାଇଛି। ସରକାରଙ୍କ ସବୁଠାରୁ ବଡ଼ ଶିକ୍ଷା ପ୍ରକଳ୍ପ ରୂପେ ପରିଚିତ ସର୍ବଶିକ୍ଷା ଅଭିଯାନ ବାବଦରେ ସରକାର ଗତବର୍ଷ ସହିତ ପ୍ରାୟ ସମାନ ବ୍ୟୟବରାଦ କରିଛନ୍ତି। ୨୦୨୨-୨୩ ବର୍ଷରେ ଏ ବାବଦରେ ୩୭,୩୮୩ କୋଟି ବ୍ୟୟ କରାଯାଇଥିବା ବେଳେ ଚଳିତ ବଜେଟରେ ମାତ୍ର ୩୭,୪୫୩ କୋଟି ବ୍ୟୟବରାଦ କରିଛନ୍ତି। ଲାଗ ଲାଗ ଦୁଇ ବର୍ଷ କୋଭିଡ଼ ମହାମାରୀ ଯୋଗୁଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇଥିବା ବେଳେ ସରକାର ଶିକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର କରିବା ପାଇଁ ‘ସମଗ୍ର ଶିକ୍ଷା ଯୋଜନା’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଯୋଜନା ବାବଦରେ ବ୍ୟୟବରାଦରେ ମାତ୍ର ୦.୧୮% ବୃଦ୍ଧି କରିଥିବା ଜଣାପଡ଼ିଛି।

ଦେଶରେ ମହିଳା ଓ ଶିଶୁମାନଙ୍କ ବିକାଶର ମୁଖ୍ୟ ଦାୟିତ୍ୱରେ ରହିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଦିଆଯାଉଥିବା ଅନୁଦାନରେ ମଧ୍ୟ ଚଳିତ ବଜେଟରେ ନାମକୁ ମାତ୍ର ବୃଦ୍ଧି କରାଯାଇଛି। ଗତ ବଜେଟରେ ଏହି ବାବଦରେ ୨୫,୧୭୨.୨୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଚଳିତ ବଜେଟରେ ସେଥିରେ ମାତ୍ର ୨୬୭ କୋଟି ଟଙ୍କା ବୃଦ୍ଧି କରି ୨୫,୪୪୮ କୋଟି ଟଙ୍କା ରଖାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସରକାର ସମୟରେ ହିଁ ଦେଶରେ ମହିଳାଙ୍କ ଶିକ୍ଷା ଓ ସୁରକ୍ଷା ବାବଦରେ ରହିଥିବା ବିଭିନ୍ନ ଅନୁଦାନର ସିଂହଭାଗ ଖର୍ଚ୍ଚ ନହୋଇ ପଡ଼ି ରହିଛି। ଏହା ବ୍ୟତିତ ଦେଶରେ ଗର୍ଭବତୀ ମହିଳାମାନଙ୍କୁ ସରକାରଙ୍କ ପକ୍ଷରୁ ଯେଉଁ ପ୍ରସବକାଳୀନ ସହାୟତା ଦିଆଯାଉଛି, ତାକୁ ସଂପୂର୍ଣ୍ଣ ଭାବେ ଲାଗୁ କରିବାକୁ ହେଲେ ଏବଂ କେବଳ ଗୋଟିଏ ଛୁଆ ପାଇଁ ରହିଥିବା ସର୍ତ୍ତକୁ ହଟାଇ ସବୁ ଗର୍ଭବତୀ ମହିଳାଙ୍କୁ ପ୍ରସବକାଳୀନ ସହାୟତା ଯୋଗାଇ ଦେବାକୁ ହେଲେ ସରକାରଙ୍କୁ ଏ ବାବଦରେ ଅତିରିକ୍ତ ୮୦୦୦ କୋଟି ଖର୍ଚ୍ଚ କରିବାକୁ ହେବ। କିନ୍ତୁ ଦେଶର ଅନେକ ବୁଦ୍ଧିଜୀବୀ ଓ ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟରତ ସଙ୍ଗଠନମାନଙ୍କ ବାରମ୍ବାର ଦାବି ସତ୍ତ୍ୱେ ସରକାର ବଜେଟରେ ଉପରୋକ୍ତ ଅତିରିକ୍ତ ବ୍ୟୟବରାଦ କରିନାହାନ୍ତି।

ଦେଶର ସାମାଜିକ କ୍ଷେତ୍ର ପ୍ରତି ସରକାରଙ୍କ ସମ୍ବେଦନହୀନତାର ଆଉ ଏକ ପ୍ରମାଣ ହେଲା, ସାମାଜିକ ସୁରକ୍ଷା ପେନସନରେ ଲଗାତାର ବୃଦ୍ଧି ନହେବା। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବଜେଟରେ ମଧ୍ୟ ସରକାର ଦେଶରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କ ପାଇଁ ରହିଥିବା ମାସିକ ପେନସନ୍ ରାଶିରେ ଟଙ୍କାଟିଏ ବି ବୃଦ୍ଧି କରି ନାହାନ୍ତି। ଦେଶରେ ଦରଦାମ୍ ଏବଂ ସରକାରଙ୍କ ଆୟରେ ବହୁଗୁଣ ବୃଦ୍ଧି ହୋଇଥିଲେ ମଧ୍ୟ ଗତ ୨୦୦୬ ମସିହାଠାରୁ ଏହି ରାଶି ସମ୍ପୂର୍ଣ୍ଣ ରୂପେ ସ୍ଥିର ରହିଛି। ଜାତୀୟ ବୃଦ୍ଧାବସ୍ଥା ପେନସନ୍ ଯୋଜନାରେ ମିଳୁଥିବା ପେନନରେ ନିଜର ଅଂଶକୁ କେନ୍ଦ୍ର ସରକାର ୨୦୦୬ ମସିହାରୁ ୨୦୦ ଟଙ୍କା ହିଁ ରଖିଛନ୍ତି। ଏହି ରାଶିକୁ ସରକାର କମ୍ ସେ କମ୍ ୫୦୦-୧୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସିଛି। ଯଦି ସରକାର ଏହି ଯୋଜନାର ହିତାଧିକାରୀ କୁହାଯାଉଥିବା ଦେଶର ୨.୧ କୋଟି ବୃଦ୍ଧ, ବୃଦ୍ଧାଙ୍କୁ ମାସିକ ୫୦୦ ଟଙ୍କା ବି ଦିଅନ୍ତି, ତାହେଲେ, ଏ ବାବଦରେ ବାର୍ଷିକ ୭,୫୬୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ବର୍ତ୍ତମାନ ବିଧବା ମହିଳାମାନଙ୍କୁ ସରକାର ପେନସନ୍ ବାବଦରେ ମାସିକ ମାତ୍ର ୩୦୦ ଟଙ୍କା ଦେଉଛନ୍ତି। ସେମାନଙ୍କ ପେନସନ୍ ରାଶିକୁ ଯଦି କମ୍ ସେ କମ୍ ୫୦୦ ଟଙ୍କାକୁ ବୃଦ୍ଧି କରାଯିବ ତାହେଲେ ସେଥିପାଇଁ ସରକାରଙ୍କୁ ବାର୍ଷିକ ୧୫୬୦ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ହେବ। କିନ୍ତୁ ସରକାର ଦେଶର କୋଟି କୋଟି ବରିଷ୍ଠ ନାଗରିକ କିମ୍ବା ବିଧବା ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ସାମାନ୍ୟତମ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନୁହଁନ୍ତି।

ଦେଶର ସାମାଜିକ କ୍ଷେତ୍ରକୁ ବଜେଟରେ ଅବହେଳା ସରକାରଙ୍କ ଦାୟିତ୍ୱହୀନତାର ପରିଚୟ ଦେଉଛି। ଦେଶରେ ମାନବ ସମ୍ବଳର ବିକାଶ ତଥା ଦାରିଦ୍ର୍ୟ ଦୂରୀକରଣ କରିବାକୁ ହେଲେ ଉଭୟ ଶିକ୍ଷା ତଥା ସ୍ୱାସ୍ଥ୍ୟସେବାରେ ବିପୁଳ ସରକାରୀ ବ୍ୟୟବରାଦର ଆବଶ୍ୟକ। ଏଭଳି ପରିସ୍ଥିତିରେ ସରକାର ଏ କ୍ଷେତ୍ରରେ ବ୍ୟୟବରାଦକୁ ବୃଦ୍ଧି କରିବା ବଦଳରେ ତାକୁ ହ୍ରାସ କରିବା ପାଇଁ ଯେଉଁ ଚେଷ୍ଟା କରିଛନ୍ତି, ତାହା ଅତ୍ୟନ୍ତ ଉଦବେଗଜନକ ମନେହୁଏ।

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଫୋନ ନଂ - ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story