ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ କି ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ?

ଭୁବନେଶ୍ୱର(ସୁଶାନ୍ତ କୁମାର ବିଷୋୟୀ): ୨୦୧୯ ମହାସମର ପାଇଁ ରଣାଙ୍ଗନ ପ୍ରସ୍ତୁତ, ଆଉ ଯୋଦ୍ଧା ବି। ହେଲେ ଏଥର ଉତ୍କଣ୍ଠା, କିଏ ହେବ ବେଗୁନିଆର ବାଜିଗର ? ମାଟିର ପୁଅ ନା ପ୍ରତିଶ୍ରୁତିର ସୁଅ ଧରି ଉଭା ହୋଇଥିବା ‘ବିଦେଶୀ’ ପ୍ରାର୍ଥୀ ? ତେଣୁ ଓଡ଼ିଶା ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ-ବୋଲଗଡ଼ର ସଚେତନ ଭୋଟରଙ୍କ ଫଇସଲା ଉପରେ ଏବେ ସାରା ରାଜ୍ୟର ନଜର। ୧୧୬ ନମ୍ୱର ଏହି ବିଧାନସଭା କ୍ଷେତ୍ରରେ ଏଥର ହେଉଛି ତ୍ରିମୁଖୀ ଲଢେଇା […]

begu

begu

Mihir Pattnayak
  • Published: Monday, 08 April 2019
  • Updated: 09 April 2019, 07:54 PM IST

Sports

Latest News

ଭୁବନେଶ୍ୱର(ସୁଶାନ୍ତ କୁମାର ବିଷୋୟୀ): ୨୦୧୯ ମହାସମର ପାଇଁ ରଣାଙ୍ଗନ ପ୍ରସ୍ତୁତ, ଆଉ ଯୋଦ୍ଧା ବି। ହେଲେ ଏଥର ଉତ୍କଣ୍ଠା, କିଏ ହେବ ବେଗୁନିଆର ବାଜିଗର ? ମାଟିର ପୁଅ ନା ପ୍ରତିଶ୍ରୁତିର ସୁଅ ଧରି ଉଭା ହୋଇଥିବା 'ବିଦେଶୀ' ପ୍ରାର୍ଥୀ ?

ତେଣୁ ଓଡ଼ିଶା ରାଜନୀତିର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ-ବୋଲଗଡ଼ର ସଚେତନ ଭୋଟରଙ୍କ ଫଇସଲା ଉପରେ ଏବେ ସାରା ରାଜ୍ୟର ନଜର। ୧୧୬ ନମ୍ୱର ଏହି ବିଧାନସଭା କ୍ଷେତ୍ରରେ ଏଥର ହେଉଛି ତ୍ରିମୁଖୀ ଲଢେଇା ବିଜେଡିରୁ ରାଜେନ୍ଦ୍ର କୁମାର ସାହୁ, ବିଜେପିରୁ ଋିଷଭ ନନ୍ଦ ଓ କଂଗ୍ରେସରୁ ପ୍ରଦୀପ ସାହୁ ମଇଦାନରେ ପରୀକ୍ଷା କରୁଛନ୍ତି ନିଜ ନିଜର ଭାଗ୍ୟ।

ଅବଶ୍ୟ ଭୋଟ୍‌‍ ତାରିଖ ଘୋଷଣାର ମାତ୍ର କିଛି ଦିନ ପରେ ହଠାତ୍‌ ପଦ୍ମ ଶିବିରରେ ସାମିଲ ହୋଇ ଏଠାକାର ପୂର୍ବତନ ବିଧାୟକ ତଥା ବିଜେଡିର ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋିଷଭ ନନ୍ଦ ବିଜେପି ଟିକେଟ୍‌‍ ହାତେଇ ସମସ୍ତଙ୍କୁ ଚକମା ଦେଇଥିବା ବେଳେ ବହୁ ଛକାପଞ୍ଝା ପରେ ନାମାଙ୍କନ ଦାଖଲର ଶେଷ ସମୟକୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ପଡୋଶୀ ନିର୍ବାଚନ ମଣ୍ଡଳୀ ଖୋର୍ଦ୍ଧାର ବିଧାୟକ ରାଜେନ୍ଦ୍ର ସାହୁଙ୍କ ନାଁ। ଆଉ ଦୀର୍ଘ ପ୍ରତୀକ୍ଷା ଓ ବହୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଶେଷରେ କଂଗ୍ରେସ ଟିକଟ୍‌‍ ଦେଇଥିଲା ଗତଥରର ଆମ ଓଡ଼ିଶା ପାର୍ଟିରୁ ଲଢି ପରାଜିତ ହୋଇଥିବା ପ୍ରଦୀପ ସାହୁଙ୍କୁ।

ରାଜନୈତିକ ସ୍ଥିତି: ଏମିତି ଦେଖିଲେ ବେଗୁନିଆରେ ବହୁ ଆଗରୁ କଂଗ୍ରେସର ଗଡ଼ ଭୁଶୁଡି ସାରିଛି ଓ ବିଜେପିର ସଂଗଠନ ବି ସେତେ ମଜଭୁତ ନାହିଁ। ହେଲେ ଏଥର କିନ୍ତୁ କିଛି ନୂଆ ସମୀକରଣ ହେତୁ ଫଳାଫଳ ବି ଅଲଗା ପ୍ରକାର ହେବା ସମ୍ଭାବନା ରହିଛିା କାରଣ ଦୀର୍ଘ ଦିନ ଧରି ଚାଲିଥିବା ନବୀନଙ୍କ କିମିଆ ବି ଏଥର ଟିକେ ମଳିନ ପଡିଛି। ୨୦୧୪ରେ ଏଠି ବିଜେଡିରୁ ଜିତି ନୂଆକରି ବିଧାୟକ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବ ଅନେକ ବିକାଶମୂଳକ କାମ କରିଥିଲେ ବି ତାଙ୍କ ବାହୁବଳୀ ଆଚରଣ ଓ ଉଚ୍ଚାରଣରେ ଅତିଷ୍ଠ ହୋଇପଡିଥିଲେ ସ୍ଥାନୀୟ ଭୋଟର। ବୋଧେ ଏକଥା ଜାଣି ଦଳ ସୁପ୍ରିମୋ ଏଥର ଆଉ ତାଙ୍କୁ ଏଠାରୁ ଟିକଟ୍‌‍ ନ ଦେଇ ତାଙ୍କ ସ୍ଥାନରେ ଖୋର୍ଦ୍ଧାର ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଆଡଜଷ୍ଟ କରିଛନ୍ତି।

ତାଙ୍କ ପାଇଁ ଏଠି ପାଥେୟ ହେବ କେବଳ ନବୀନଙ୍କ ଚେହେରା ସାଙ୍ଗକୁ ବିକାଶ ପ୍ରସଙ୍ଗା ରାଜେନ୍ଦ୍ରଙ୍କ ପାଇଁ ଏଠାକାର ମତଦାତା ପୂରା ନୂଆ ହୋଇଥିଲେ ବି କର୍ମୀ କିନ୍ତୁ ଉଣା ଅଧିକେ ଜଣାଶୁଣା। ତେଣୁ ସେ କଳେବଳେ କୌଶଳେ ଲୋକଙ୍କ ମନ ଜିଣିବାକୁ ଉଦ୍ୟମ ଚଳାଇଛନ୍ତିା ସେପଟେ ନିର୍ବାଚନର ଢେର ଆଗରୁ ଏଠି ଗାଁ ଗାଁ ବୁଲି କର୍ମୀ ଓ ଭୋଟରଙ୍କୁ ଚିହ୍ନିବାକୁ ଉଦ୍ୟମ କରୁଥିବା ପୂର୍ବତନ ବିଧାୟକ ତଥା ଏବେକାର ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋିଷଭ ନନ୍ଦ ବି ବିଜେଡି ଟିକଟ୍‌‍ ଆଶାୟୀ ଥିଲୋ ହେଲେ ତାଙ୍କୁ ଏଥର ଟିକଟ୍‌‍ ମିଳିବନି ବୋଲି ନବୀନ ନିବାସ ଅନ୍ଦର ମହଲରୁ ଜଣାପଡିବା ପରେ ସେ ଆଉ ଡେରି ନ କରି ଖପ୍‌‍ କରି ପଦ୍ମ ପୋଖରୀକୁ ଡେଇଁ ଟିକଟ୍‌‍ ଡିଲରେ ସଫଳ ହୋଇଥିଲୋ ବାପାଙ୍କର ପୁରୁଣା କର୍ମୀ ଓ ସମର୍ଥକଙ୍କ ସହ ଏବେକାର ମୋଦି ପ୍ରେମୀ ଭୋଟର ତାଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରି ପାରନ୍ତି। ଏ ସବୁ ବାଦ୍‌‍ ତାଙ୍କ ବିଜୟ ପଥରେ ସବୁଠୁ ଅଧିକ ପାୱାର ପ୍ଲସ ସାଜିବେ ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ।

ବିଜେପି ପାଇଁ ସଞ୍ଜିବନୀ ଅପରାଜିତା :ଆଗରୁ ଖୋର୍ଦ୍ଧା ଜିଲ୍ଲାପାଳ ଥିବା ଅପରାଜିତା ଏମିତି ତ ଭଲ କରି ଏ ବିଧାନସଭା କ୍ଷେତ୍ରର ପାଣି ପବନ ସହ ଅବଗତ। ତା ସହ ତାଙ୍କ କ୍ଲିନ ଇମେଜ ଓ ପ୍ରଚଣ୍ଡ ବ୍ୟକ୍ତିତ୍ୱ ଏଠାକାର ଭୋଟରଙ୍କ ହୃଦୟରେ ବି ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରି ସାରିଛି। ତା ଛଡା ଗତ ପଞ୍ଚାୟତ ଭୋଟ୍‌‍ ବେଳେ ବେଗୁନିଆ ବ୍ଲକରେ ୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟ ହାତେଇଥିଲା ବିଜେପି। ତେଣୁ ଏସବୁର ଆକଳନ ଓ ପରିବର୍ତ୍ତନର ନାରା କାମ ଦେଲେ ରିଷଭ ବି ପିନ୍ଧି ପାରନ୍ତି ବେଗୁନିଆର ବିଜୟ ମୁକୁଟ।

ହେଲେ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁ ବି ଭୋଟରଙ୍କ କିଛି କମ୍‌‍ ପସନ୍ଦର ନେତା ନୁହନ୍ତି। ମାଟିର ପୁଅ ମେରିଟ୍‌‍ ଲିଷ୍ଟରେ ସେ ଟପ୍‌ରେ ଥିବାବେଳେ ସମ୍ପୁର୍ଣ୍ଣ ଚିହ୍ନା ମୁହଁ।  ତା ସହ ଗତଥର ଆମ ଓଡ଼ିଶା ପାର୍ଟିରୁ ଲଢି ୩୦, ୫୫୯ ଖଣ୍ଡ ଭୋଟ୍‌‍ ପାଇ ଦ୍ୱିତୀୟ ସ୍ଥାନରେ ବି ଥିଲେ। ତାଙ୍କୁ ଏଥର ସବୁ ଦଳ ନିଜ ଶିବିରକୁ ନେବାକୁ ଭିତିରିଆ ଉଦ୍ୟମ କରିଥିଲେ। ହେଲେ ବିଜେଡିର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଚକ୍ରବ୍ୟୁହରେ ସେ ଫସିଗଲେ।

ଏ ଆସନ ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଳଭ ପଟ୍ଟନାୟକଙ୍କ ନାଁ ପ୍ରଥମେ କଂଗ୍ରେସ ଘୋଷଣା କରିଥିଲା। ଏମିତିକି ତାଙ୍କୁ ନେଇ କଂଗ୍ରେସ କର୍ମୀ ବି ଦିନକ ପାଇଁ ଉତ୍ସାହିତ ହୋଇଥିଲେ। ହେଲେ ଟିକେଟ୍‌ ଘୋଷଣାର ମାତ୍ର ଗୋଟିଏ ଦିନ ପରେ ତାଙ୍କୁ ବଦଳାଇ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରାଗଲା। ପ୍ରଦୀପ, ସୌମ୍ୟଙ୍କ ଏକାନ୍ତ ଅନୁଗତ ହୋଇଥିବାରୁ ଭାଇ ନିରଂଜନଙ୍କୁ କହି ସେ କୁଆଡେ ପ୍ରଦୀପଙ୍କ ପାଇଁ କଂଗ୍ରେସ ଟିକେଟ କରାଇଥିବା ଚର୍ଚ୍ଚା ହେଉଛିା

ତାଛଡା ସୌମ୍ୟ ପଟ୍ଟନାୟକ ଏଠି ଜାନକୀ ଲିଗାସିକୁ ମୂଳପୋଛ କରିବା ଚକ୍କରରେ ଥିବା ମଧ୍ୟ ଆଲୋଚନା ହେଉଛି। ଗୋଟିଏ ପଟେ ଜାନକୀଙ୍କ ଭୋଟ୍‌ ବ୍ୟାଙ୍କ କମୁଥିବା ବେଳେ ଅନ୍ୟପଟେ ସ୍ୱାଭିମାନକୁ ବନ୍ଧା ପକାଇ ବିଜେଡି ଶରଣରେ ଥିବା ଖୋଦ୍‌ ଜାନକୀଙ୍କ ଜ୍ୱାଇଁ ସୌମ୍ୟ ଏଠି ଭୋଟର ଓ କଂଗ୍ରେସ କର୍ମୀଙ୍କ ପ୍ରବଳ ରୋଷର ଶିକାର ହୋଇଛନ୍ତି। ତେଣୁ ପ୍ରଦୀପ ମାଟିର ପୁଅ ହେଲେ ବି ସୌମ୍ୟଙ୍କ ଅନୁଗତ ହୋଇଥିବାରୁ ତାଙ୍କ ପାଇଁ ବିଜୟ ପଥ ଏତେଟା  ସହଜ ମନେ ହେଉନି।

କିଏ କେତେଥର ହାତେଇଛନ୍ତି: ତଥ୍ୟ ଅନୁସାରେ ୧୯୫୭ରୁ ୨୦୧୪, ୧୪ଥର ଅନୁଷ୍ଠିତ ହୋଇଥିବା ଏଠାକାର ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠୁ ଅଧିକ ୬ଥର ଓ ସପିଆଇ ୩ଥର ଏହି ଆସନ କବ୍‌‍ଜା କରଛିା ବିଜେପି, ବିଜେଡି, ଏନସିପି, ଜନତାଦଳ, ୟୁଟିସି ପ୍ରାର୍ଥୀ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି। ତେବେ ୨୦୧୯ ଭୋଟ୍‌‍ ହେବ ସବୁଠୁ ଅଲଗା। ବଦଳିଛି ସମୟ, ବଦଳିଛି ସମୀକରଣ। ୩ଦଳର ପ୍ରାର୍ଥୀ ମଇଦାନରେ ଲଢେଇ ଜାରି ରଖିଥିବା ବେଳେ ସମସ୍ତେ ଭୋଟରଙ୍କ ନିକଟତର ହେବାକୁ ତ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ହେଲେ ଏସବୁ ଭିତରେ ନିର୍ବାଚନୀ ବୈତରଣୀ ପାର ହେବାକୁ ହେଲେ ସେମାନଙ୍କ ପାଇଁ ଏଠି ଅଧିକ ଦରକାରୀ ହୋଇ ପଡିଛନ୍ତି ପ୍ରଚ୍ଛଦପଟରେ ନାଉରୀ ଭୂମିକାରେ ଥିବା ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ଓ ଛାତ୍ରନେତା।

ଯିଏକି ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥ ପାଇଁ ଲଢେଇ କରୁଥିବା ସାମାଜିକ ସଂଗଠନରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ତେଣୁ ତାଙ୍କୁ ସବୁ ପ୍ରାର୍ଥୀ ନିଜ ଶିବିରକୁ ନେଇ ନିଜ ବିଜୟ ପଥ ସୁଗମ କରିବାକୁ ବି ଭିତିରିଆ ଉଦ୍ୟମ ଚଳାଇଛନ୍ତି। ତେବେ ବଡ କଥା ହେଲା ଏ ଅଞ୍ଚଳର ମୌଳିକ ସମସ୍ୟାକୁ ଭଲକରି ବୁଝିବା ସହ ଯିଏ ଦଳ, କର୍ମୀ, ସଂଗଠକ, ଭୋଟର ଓ ବିଶାରଦଙ୍କ ଭଳି ସବୁ ଦିଗକୁ ସଠିକ୍‌‍ ମ୍ୟାନେଜ୍‌ କରି ପାରିବ, ସେ ହିଁ ବେଗୁନିଆର ବାଜିଗର ହେବାଟା ନିଶ୍ଚିତ।  ତେବେ ଏଠି କହି ରଖୁଛୁ, ବେଗୁନିଆର ୨୧ ଓ ବୋଲଗଡ଼ର ୧୯ ପଞ୍ଚୟତକୁ ନେଇ ୧୯୫୭ ମସିହାରୁ ଗଠିତ ହୋଇଛି ବେଗିୁନିଆ-ବୋଲଗଡ଼ ୧୧୬ ନମ୍ୱର ବିଧାନସଭା ଆସନ। ଯେଉଁଠି ମୋଟ୍‌ ୧,୯୩,୯୨୦ ଭୋଟରଙ୍କ ମଧ୍ୟରୁ କେବଳ ୨୦୧୮ ମସିହାରେ ସାମିଲ ହୋଇଛନ୍ତି ୨୦ହଜାରରୁ ଅଧିକ ନୂଆ ମତଦାତା। ଏପ୍ରିଲ ୨୩ରେ ଏଠି ଭୋଟ୍‌‍ ଗ୍ରହଣ ବେଳେ ଜନତା ଜନାର୍ଦ୍ଦନ କାହା ମୁଣ୍ଡରେ ସୁନା କଳସୀ ଢାଳୁଛନ୍ତି ତାହା ଜଣାପଡିବ ମେ’ ୨୩ ତାରିଖ ଫଳାଫଳ ଘୋଷଣା ଦିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story