ଭେଜାଲ ମୁକ୍ତ ହେଲେ ଓଡିଶାର ଆର୍ଥିକ ସ୍ଥିତି ମଜଭୁତ ହେବ

ସୁଧାଂଶୁ ରଞ୍ଜନ ଦାସ ଚୀନର ଭୁତାଣୁ ଅନୁସନ୍ଧାନ କେନ୍ଦ୍ରରୁ ସନ୍ଦେହଜନକ ଭାବରେ ପଳାୟନ କରିଥିବା କୋବିଧ-୧୯ ବା କରୋନା ଭୂତାଣୁଟି ବିଶ୍ୱବାସୀଙ୍କୁ ଏତେ ଯନ୍ତ୍ରଣା ଦେବ ଏହା କେହି ଅନୁମାନ କରିନଥିଲେ। ସାରା ବିଶ୍ୱରେ ୨.୦୬ ନିୟୁତ ଲୋକଙ୍କୁ ମୃତ୍ୟୁ ଦେଇଥିବା କୃତ୍ରିମ ଉପାୟରେ ବନିଥିବା ଏହି ଭୂତାଣୁଟି ଅନେକ ଦେଶର ଆର୍ଥିକ ସ୍ଥିତିକୁ ନଷ୍ଟ କରିଦେଇଛି। ଏହି କରୋନା ସଂକ୍ରମିତ ଅର୍ଥନୀତି ଭାରତରେ ହଜାର ହଜାର ଯୁବକଙ୍କୁ ମଧ୍ୟ ବେରୋଜଗାର କରିଛି। ବେରୋଜଗାରି ବଢ଼ିବାରୁ ଚୋରି, ଡକୈତି, […]

cuttack

cuttack

Debendra Prusty
  • Published: Thursday, 28 January 2021
  • Updated: 28 January 2021, 03:21 PM IST

Sports

Latest News

ସୁଧାଂଶୁ ରଞ୍ଜନ ଦାସ

ଚୀନର ଭୁତାଣୁ ଅନୁସନ୍ଧାନ କେନ୍ଦ୍ରରୁ ସନ୍ଦେହଜନକ ଭାବରେ ପଳାୟନ କରିଥିବା କୋବିଧ-୧୯ ବା କରୋନା ଭୂତାଣୁଟି ବିଶ୍ୱବାସୀଙ୍କୁ ଏତେ ଯନ୍ତ୍ରଣା ଦେବ ଏହା କେହି ଅନୁମାନ କରିନଥିଲେ। ସାରା ବିଶ୍ୱରେ ୨.୦୬ ନିୟୁତ ଲୋକଙ୍କୁ ମୃତ୍ୟୁ ଦେଇଥିବା କୃତ୍ରିମ ଉପାୟରେ ବନିଥିବା ଏହି ଭୂତାଣୁଟି ଅନେକ ଦେଶର ଆର୍ଥିକ ସ୍ଥିତିକୁ ନଷ୍ଟ କରିଦେଇଛି। ଏହି କରୋନା ସଂକ୍ରମିତ ଅର୍ଥନୀତି ଭାରତରେ ହଜାର ହଜାର ଯୁବକଙ୍କୁ ମଧ୍ୟ ବେରୋଜଗାର କରିଛି। ବେରୋଜଗାରି ବଢ଼ିବାରୁ ଚୋରି, ଡକୈତି, ଠକାମି, ବ୍ୟାଙ୍କ ଫ୍ରଡ ଓ ଭେଜାଲ କାରବାର ଦେଶରେ ବଢି ଚାଲିଛି। ଏହା ଦେଶରେ କରୋନା ସଂକ୍ରମଣଠାରୁ ଆହୁରି ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟ ରାଜ୍ୟ ଭଳି ଓଡିଶା ମଧ୍ୟ ଏହି ବେରୋଜଗାର ଜନିତ ବିଶୃଙ୍ଖଳାର ଶିକାର ହୋଇଛି।

କେତେକ ଲୋଭି ବେପାରୀ ଓଡିଶାର ଅନେକ ଜାଗାରେ ଭେଜାଲ ଖାଦ୍ୟ ପଦାର୍ଥ ବନାଉଥିବାର ଖବର ଲୋକଲୋଚନକୁ ଆସିଛି। ଏପଟେ ବେରୋଜଗାରୀ, ସେପଟେ ଭେଜାଲ ଖାଦ୍ୟ ଖାଇ ଲୋକେ ହନ୍ତସନ୍ତ ହେଇ ଗଲେଣି। ଓଡିଶା ସରକାର ଅନେକ ସ୍ଥାନରେ ରାତି ଅଧିଆ ଚଢ଼ଉ କରି ଅନେକ ଅସାଧୁ ବ୍ୟବସାୟୀଙ୍କୁ ଜେଲ ପଠେଇ ସାରିଲେଣି। ଏହି ଭେଜାଲ କାରବାରର ଜଡ଼କୁ ଖୋଜି ଏହାର ସମୂଳ ବିନାଶ କରିବାରେ ହିଁ ଓଡିଶାବାସୀଙ୍କର ମଙ୍ଗଳ। ଓଡ଼ିଶାର ପଡୋଶୀ ରାଜ୍ୟ ଓ ଦୂର ରାଜ୍ୟରୁ ଆସୁଥିବା କେତେକ ଅସାଧୁ ବ୍ୟବସାୟୀ ଏହି ଭେଜାଲ ରାକେଟରେ ସମ୍ପୃକ୍ତ ବୋଲି ଜଣା ପଡିଛି। ଏଥିରେ ଓ଼ଡିଶାର କେତେକ ବ୍ୟବସାୟୀ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଅନ୍ୟ ରାଜ୍ୟରୁ ଆସି ଜାଗାବାଡ଼ି କିଣି ରହି ସେହି ରାଜ୍ୟର ଲୋକଙ୍କୁ ଭେଜାଲ ଖାଦ୍ୟ ଖୁଆଇବା ଏକ ଅକ୍ଷମଣୀୟ ଅପରାଧ। ଓଡ଼ିଶାର ଜନସାଧାରଣ ଓ ନେତା ଗୋଷ୍ଠୀ ନିଜଭିତରେ କୌଣସି ଦଳ କନ୍ଦଳ ନରଖି ଏହି ଭୟଙ୍କର ପରିସ୍ଥିତିକୁ ସାମନା କରିବା ଉଚିତ। ଯଦି କୌଣସି ବ୍ୟବସାୟୀ ଭେଜାଲ କାମରେ ଧାରା ପଡେ ତେବେ ତାକୁ ନିବସ୍ତ୍ର କରି ରାସ୍ତାରେ ଅଂଟାରେ ଦୌଡ଼ା ବାନ୍ଧି ଚଲାଇବା ଦରକାର। ଏଥିରୁ ଅନ୍ୟ ଅସାଧୁ ବ୍ୟବସାୟୀମାନେ ଜଲ୍‌ଦି ଶିକ୍ଷା ପାଇବେ।

ରାଜ୍ୟ ସରକାର ଓଡିଶାକୁ ଭେଜାଲ ମୁକ୍ତ କରିବା ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ। ଓଡିଶା ଭେଜାଲ ମୁକ୍ତ ହେଲେ ଓଡିଶାବାସୀଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବା ସଂଗେ ସଂଗେ ରାଜ୍ୟର ଉତ୍ପାଦନ ମଧ୍ୟ ବଢି ପାରିବ। ଖେଳକୁଦରେ ମଧ୍ୟ ଓଡିଶାର ଯୁବଗୋଷ୍ଠୀ ଦେଶ ବିଦେଶରେ ନାଁ କମେଇବେ। ଓଡିଶାବାସୀଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେଲେ ସେମାନେ ରୋଗ ଉପଚାରରେ ଖର୍ଚ ହେଉଥିବା ଅର୍ଥକୁ ଅର୍ଥନୈତିକ ଗତିବିଧିରେ ଲଗାଇ ପାରିବେ।

ଯଦି ସରକାର ଓ ଜନସାଧାରଣ ଚେଷ୍ଟା କରି ଓଡିଶାକୁ ଭେଜାଲ ମୁକ୍ତ କରି ଦିଅନ୍ତି ଏହା ଓଡିଶାକୁ ଏକ ବ୍ରାଣ୍ଡ ନାଁ ଦେବ। ଯାହାଫଳରେ ଓଡ଼ିଶାରେ ତିଆରି ହେଉଥିବା ସମସ୍ତ ଖାଦ୍ୟ ପଦାର୍ଥ ଦେଶବିଦେଶରେ ଲୋକପ୍ରିୟ ହୋଇ ପାରିବ। ଓଡିଶାର ଯୁବପିଡ଼ି ରୋଜଗାର ପାଇଁ ଦୂର ରାଜ୍ୟକୁ ନଯାଇ ନିଜ ଘରେ ରହି ଭେଜାଲ ମୁକ୍ତ ଖାଦ୍ୟ ପଦାର୍ଥ ବାହାରକୁ ପଠାଇ ପାରିବେ। ଓଡିଶାରେ ରସଗୋଲା, ଛେନାପୋଡ଼, ପୁରୀ ଗଜା, ମାଲପୁଆ, ରସାବଳି, ରାବିଡି, ଭୁବନେଶ୍ୱର କୋରା ଖଇ, କଟକ ଦହିବରା ଆଳୁଦମ, ବରା, ପିଆଜି, ଅଲୁଚପ, ଢେଙ୍କାନାଳ ବରା, ବାରିପଦା ମୁଢି ଓ ଏହିପରି ଅନେକ ଖାଦ୍ୟ ପଦାର୍ଥର ସ୍ୱାଦ ଓଡିଶା ବାହାରେ ଲୋକେ ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି। ଯଦି ଥରେ ଓଡିଶା ଖାଇବାର ସ୍ୱାଦ ବାହାର ରାଜ୍ୟର ଲୋକେ ପାଇବେ ସେମାନେ ଓଡିଶାକୁ ଆସିବେ ଏଥିରେ ଓଡିଶାର ପର୍ଯ୍ୟଟନର ବିକାଶ ହେବା ସଂଗେ ସଂଗେ ରୋଜଗାର ବଢିବ। ଯେମିତି ମାଡ୍ରାସର ଦୋସା ଇଡ଼ଲି ଦୋକାନ ସାରା ଭାରତରେ ଦେଖିବାକୁ ମିଳୁଛି ସେହିଭଳି ଓଡ଼ିଶାର ମିଠା, ବରା , ପିଆଜି, ଦହିବରା ଆଳୁଦମ ସାରା ଭାରତରେ ଦେଖିବାକୁ ମିଳିବ। ଲକ୍ଷ ଲକ୍ଷ ଓଡ଼ିଆ ଯୁବକ ବାହାର ରାଜ୍ୟରେ ମୁଲ ନଲାଗି ଓଡିଶା ଖାଦ୍ୟ ବିକି ବହୁତ ଧନୀ ହୋଇ ପାରିବେ। ଓଡିଶା ସରକାର ଏହି ଗତିବିଧି ପାଇଁ ଯୁବପିଢ଼ିକୁ ଉତ୍ସାହିତ କରିବା ଦରକାର।

ପର୍ଯ୍ୟଟକମାନେ ବିଭିନ୍ନ ରାଜ୍ୟରେ ଭେଜାଲ ଖାଦ୍ୟ ଖାଇ ସବୁଠାରୁ ବେଶୀ ହଇରାଣ ହୋଇଥାନ୍ତି। ଓଡିଶା ଏହି ମଉକାର ଫାଇଦା ଉଠାଇ ନିଜ ରାଜ୍ୟକୁ ଯଦି ଭେଜାଲ ମୁକ୍ତ କରିପାରନ୍ତା ତେବେ ଆମ ରାଜ୍ୟ ଦେଶୀ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରନ୍ତା। ଅନେକ ପର୍ଯ୍ୟଟକ ଦେଶବିଦେଶ ବୁଲିବା ସମୟରେ ସ୍ଥାନୀୟ ଖାଦ୍ୟ ଖାଇବାରେ ରୁଚି ରଖିଥାନ୍ତି। ଯଦି ପୁରୀର ଗଜା, ରାବିଡି ଓ ରସାବଳି ଭେଜାଲ ମୁକ୍ତ ହୋଇ ପାରନ୍ତା ତେବେ ଏହି ଖାଦ୍ୟ ପଦାର୍ଥର ବିକ୍ରି ଦଶଗୁଣା ବଢି ପାରନ୍ତା। ଯିଏ ଥରେ ଖାନ୍ତା ସେ ବାରମ୍ବାର ଆସି ତାକୁ ଖାଇବା ସଂଗେ ସଂଗେ ଅନେକ ଲୋକଙ୍କୁ ମଧ୍ୟ ଏହାର ସ୍ୱାଦ ବିଷୟରେ କହନ୍ତା। କେବଳ ସରକାର ଚାହିଁଲେ ଓଡିଶା ଭେଜାଲ ମୁକ୍ତ ହେବ ନାହିଁ। ଏଥିପାଇଁ ସ୍ଥାନୀୟ ବ୍ୟବସାୟୀ ନିଜେ ଚାହିଁବା ଦରକାର। ନେଜେ ନିର୍ଣ୍ଣୟ ନେବା ଦରକାର ସେମାନେ କିଭଳି ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରିବେ। ଅନ୍ୟକୁ ଠକି ରାତାରାତ ବଡ଼ଲୋକ ହେବାର ସ୍ୱପ୍ନ ସବୁବେଳେ ଭାଙ୍ଗି ଯାଇଥାଏ।

ଓଡିଶାକୁ ଭେଜାଲ ମୁକ୍ତ କରିବା ପାଇଁ ସରକାର ଏକ ମୋବାଇଲ ଅଦାଲତ ରଖିବା ଦରକାର। ଭେଜାଲ ଯାଞ୍ଚ ମେସିନରେ ସୁସଜ୍ଜିତ ହୋଇ ଏହା ଆକସ୍ମିକ ଖାଦ୍ୟ ପଦାର୍ଥ, ତେଲ, ସାବୁନ, ସପିଙ୍ଗ ମଲରେ ଥିବା ପ୍ରୋସେସଡ ଖାଦ୍ୟ ଓ ହୋଟେଲରେ ଦିଆ ଯାଉଥିବା ଖାଦ୍ୟ ପଦାର୍ଥକୁ ତୁରନ୍ତ ଯାଞ୍ଚ କରି ମାଲିକକୁ ଜୋରିମାନା କରିବା ସଂଗେ ସଂଗେ ଜେଲକୁ ପଠାଇବାର ବ୍ୟବସ୍ଥା କରିବା ଉଚିତ। ଭେଜାଲ ଖାଦ୍ୟ ଗ୍ରାହକକୁ ମୃତ୍ୟୁ ଦେବାରେ ସହାୟକ ହେବା ସଂଗେ ସଂଗେ ଗ୍ରାହକର ସ୍ୱାସ୍ଥ୍ୟ ପିଛା ଖର୍ଚ୍ଚ ବଢ଼ାଇ ଦେଇଥାଏ। ଓଡିଶାରେ ହଜାର ହଜାର ଲୋକ ଭେଜାଲ ଖାଦ୍ୟ ଖାଇ କିଡ୍ନୀ ଓ ଯକୃତ ବେମାରୀର ଶିକାର ହୋଇଥାନ୍ତି। ସହରର ପ୍ରତ୍ୟକ ୱାର୍ଡ ଓ ଗାଁରେ ଏହି ଭେଜାଲ ଯାଞ୍ଚ ମେସିନ ଉପଲବ୍ଧ ହେବା ଉଚିତ। ଖାଲି ଖାଦ୍ୟ ପଦାର୍ଥରେ ନୁହେଁ ଏହି ଭେଜାଲ ଯାଞ୍ଚ ପନିପରିବା, ଫଳ, ଚାଉଳ ଡାଲି ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ବି ହେବା ଦରକାର।

କେତେକ ଅସାଧୁ କର୍ମଚାରୀ ଭେଜାଲ ଯାଞ୍ଚ କଲାବେଳେ ବ୍ୟବସାୟୀମାନଙ୍କ ଠାରୁ ଲାଞ୍ଚ ମାଗି ପାରନ୍ତି। ସରକାର ସଚ୍ଚୋଟ କର୍ମଚାରୀଙ୍କୁ ଠାବ କରି ଭେଜାଲ ଯାଞ୍ଚ କାମରେ ନିୟୋଜିତ କରିବା ଉଚିତ। ଯାଞ୍ଚ କର୍ମଚାରୀଙ୍କ ଉପରେ ମଧ୍ୟ ଗୁପ୍ତ ଭାବରେ ଧ୍ୟାନ ରଖିବା ଉଚିତ। ଶିକ୍ଷିତ ଓଡ଼ିଆ, ସରକାର ଓ ସ୍ଵୟଂସେବୀ ସଂସ୍ଥାମାନେ ଭେଜାଲ ଖାଦ୍ୟ ପ୍ରତି ଲୋକସଚେତନତା ସୃଷ୍ଟି କରିବା ସଂଗେ ସଂଗେ ଓଡ଼ିଶାର ଘର ତିଆରି ଖାଦ୍ୟ ପ୍ରତି ଲୋକପ୍ରିୟତା ବଢାଇବା ଦରକାର। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନିଜ ଘର ତିଆରି ଖାଦ୍ୟ ଖାଇବାକୁ ଉପଦେଶ ଦେବା ଉଚିତ ଲାଗେ। ପ୍ରବଳ ରାଜନୈତିକ ଇଚ୍ଛାଶକ୍ତି, ବୁଦ୍ଧିଜୀବୀମାନଙ୍କର ସହଯୋଗ, ସାମ୍ବାଦିକମାନଙ୍କର ନିଷ୍ଠା ଓ ଯୁବପିଡିର ସହଯୋଗରେ ଓଡିଶା ଭେଜାଲ ମୁକ୍ତ ହୋଇ ଭାରତର ସମସ୍ତ ରାଜ୍ୟ ପାଇଁ ଏକ ମଡେଲ ହୋଇ ପାରିବ।

ହାଇଦ୍ରାବାଦ-୫୦୦୦୧୪

ମୋ- ୭୭୦୨୩୮୩୮୮୦

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story