ପିଡିଏସ ମାଧ୍ୟମରେ ମାଣ୍ଡିଆ ଯୋଗାନ୍ତୁ ରାଜ୍ୟ ସରକାର

ଓଡ଼ିଶା ମିଲେଟ ମିଶନ ସୂତ୍ରରୁ ଜଣାଯାଏ ଯେ, ପିଡିଏସ, ସମନ୍ୱିତ ଶିଶୁ ବିକାଶ, ମଧ୍ୟାହ୍ନ ଭୋଜନ ଓ ଜନଜାତି ଛାତ୍ରାବାସମାନଙ୍କୁ ମାଣ୍ଡିଆ ଯୋଗାଇ ଦିଆଯାଉଛି। ପିଡିଏସ ମାଧ୍ୟମରେ ମୁଣ୍ଡପିଛା ୩ କେଜି ଚାଉଳ ଓ ୨ କେଜି ମାଣ୍ଡିଆ ଦିଆଯାଉଛି। ୨୦୧୭ ଠାରୁ ୨୦୨୩, ଏହିପରି ଛଅ ବର୍ଷରେ ୫ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଆବଣ୍ଟିତ ହୋଇଛି ବୋଲି ଦାବୀ କରାଯାଉଛି। ଅଥଚ, ହିତାଧିକାରୀମାନେ ପିଡିଏସରୁ ନିୟମିତ ମାଣ୍ଡିଆ ପାଇଥିବା କଥା ସନ୍ଦେହ ଘେରରେ।

Ragi

Ragi

Debendra Prusty
  • Published: Saturday, 26 August 2023
  • Updated: 26 August 2023, 04:34 PM IST

News Highlights

  • ଓଡ଼ିଶା ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ନିୟମିତ ମାଣ୍ଡିଆ ଯୋଗାଇଲେ ରାଜ୍ୟରୁ କ୍ଷୁଧା ସହିତ ଅପପୁଷ୍ଟି ସମସ୍ୟା ମଧ୍ୟ ଦୂର ହୋଇପାରନ୍ତା
  • ଲଘୁ ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ାଇବା ସହିତ ତାହାକୁ ଲୋକଙ୍କ ଆବଶ୍ୟକତା ପୂରଣରେ ବିନିଯୋଗ କଲେ ରାଜ୍ୟବାସୀଙ୍କର ମଙ୍ଗଳ ହୁଅନ୍ତା।

ଓଡ଼ିଶା ମିଲେଟ ମିଶନ ୨୦୧୭ ମସିହାରୁ ଆରମ୍ଭ ହେବାଠାରୁ ଚାଷୀମାନଙ୍କୁ ହେକ୍ଟର ପିଛା ୯,୫୦୦ ଟଙ୍କା ପ୍ରୋତ୍ସାହନ ରାଶି ତିନି ବର୍ଷ ଯାଏଁ ପ୍ରଦାନ କରି ଆସିଛି। ଉଦ୍ଦେଶ୍ୟ ଥିଲା ଯେ ଚାଷୀମାନେ ପୁଣି ଥରେ ମାଣ୍ଡିଆ ଭଳି ମିଲେଟ ଚାଷକୁ ଫେରନ୍ତୁ। ଏହି ପ୍ରୋତ୍ସାହନ ରାଶି ମଧ୍ୟରେ ଥିଲା ମାଗଣା ବିହନ, ଖତ ଓ ଜୈବିକ ସାର। ହାଇଦ୍ରାବାଦସ୍ଥିତ 'ୱାସାନ' ଓ ଭୁବନେଶ୍ୱରସ୍ଥିତ ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର (ଏନସିଡିସି) ସହଯୋଗ ନେଇ ଚାଷୀଙ୍କ ପାଇଁ ନିୟମିତ ତାଲିମ ବ୍ୟବସ୍ଥା କରାଯାଉଥିଲା, ଯାହା ଫଳରେ କମ ଖର୍ଚ୍ଚରେ ସେମାନେ ଅଧିକ ଅମଳ ପାଇବେ, ଉତ୍ପାଦିକତା ବଢ଼ିବ। ସର୍ବନିମ୍ନ ସହାୟକ ଦରରେ ଚାଷୀଙ୍କ ପାଖରୁ ମାଣ୍ଡିଆ କିଣିନେଲେ ଓ ନିଶ୍ଚିତ ବିକ୍ରିବଟା ସୁବିଧା କରିଦିଆଗଲା। ମିଶନ ଆଶାକଲେ ଯେ, ଚାଷୀମାନେ ନିଜ ଜମିରେ ମାଣ୍ଡିଆ ଚାଷ କରିବେ ଓ ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବଢ଼ିବ। ଆଶାନୁରୂପ ଫଳ ମଧ୍ୟ ମିଳିଲା ବୋଲି ସରକାରଙ୍କ ପକ୍ଷରୁ ପ୍ରଚାର କରାଗଲା। ମାଣ୍ଡିଆରୁ ପିଜା, ବର୍ଗର, ସ୍ୟାଣ୍ଡଉଇଚ, ବିସ୍କୁଟ ଭଳି ଆଧୁନିକ ଖାଦ୍ୟ ତିଆରି ହେଲା ଓ ମିଲେଟର ଉପକାରିତା ବିଷୟରେ ଜନ ସଚେତନତା ସୃଷ୍ଟି କରାଯିବା ଫଳରେ ଅନେକ ଲୋକ ମାଣ୍ଡିଆକୁ ଖାଦ୍ୟଭାବେ ଗ୍ରହଣ କଲେ। ଚଳିତ ବର୍ଷକୁ ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ କରାଗଲା। ଗତ ପାଞ୍ଚ ବର୍ଷରେ ମାଣ୍ଡିଆ ଉତ୍ପାଦନ ୧୪ ଗୁଣ ବଢ଼ିଗଲା। ସରକାରୀ ହିସାବ ଅନୁସାରେ ୨୦୧୭-୧୮ରେ ଓଡ଼ିଶାରେ ୩,୩୩୩ ହେକ୍ଟରରେ ହେଉଥିବା ମାଣ୍ଡିଆ ଚାଷ ୨୦୨୧-୨୨ ବେଳକୁ ୫୩,୨୩୦ ହେକ୍ଟରକୁ ବଢ଼ିଗଲା ଓ କେବଳ ଉନ୍ନତ ବିହନ ବ୍ୟବହାର କାରଣରୁ ମଧ୍ୟ ଉତ୍ପାଦକତା ୨୮ ପ୍ରତିଶତ ବଢ଼ିଗଲା। ଏସବୁ ଓଡ଼ିଶା ମିଲେଟ ମିଶନର ପ୍ରଶଂସନୀୟ ଆଲୋକିତ ଦିଗ।

ଏନସିଡିସି ପକ୍ଷରୁ ୨୦୧୮ ମସିହାରେ କରାଯାଇଥିବା ଏକ ସମୀକ୍ଷାରୁ ଜଣା ଯାଇଛି ଯେ, ମିଲେଟମିଶନ କାରଣରୁ ହେକ୍ଟର ପିଛା ଉତ୍ପାଦନ ଦୁଇଗୁଣ ବଢି, ୩,୯୫୭ରୁ ୧୨,୪୮୬ ଟଙ୍କାରେ ପହଞ୍ଚିଛି। ଚାଷୀ ପରିବାରର ରୋଜଗାର ୯,୪୭୭ରୁ ବଢ଼ି ୨୦,୭୦୧ ଟଙ୍କା ହୋଇଛି। ଓଡ଼ିଶାରୁ ଚଳିତ ବର୍ଷ ୧ ମେଟ୍ରିକ ଟନ ମାଣ୍ଡିଆ ଦୁବାଇକୁ ରପ୍ତାନୀ କରାଯାଇଛି। ସର୍ବଭାରତୀୟ ହିସାବରେ ୨୦୧୮-୧୯ ବର୍ଷ ମାତ୍ର ୧,୭୯୮ ଟନ ମାଣ୍ଡିଆ ଉତ୍ପାଦନ କରିଥିବା ଓଡ଼ିଶା ୯,୪୯୪ (୨୦୧୯-୨୦), ୨୦,୩୮୪(୨୦୨୦-୨୧) ଓ ୩୨,୩୦୧(୨୦୨୧-୨୨) ଟନ ମାଣ୍ଡିଆ ଉତ୍ପାଦନ କରିଥିବା ସତ୍ତ୍ୱେ କେବଳ କର୍ଣ୍ଣାଟକର ଉତ୍ପାଦନ ପ୍ରାୟ ୧୩ ଲକ୍ଷ ଟନ। ଓଡ଼ିଶା ମିଲେଟ ମିଶନ ପକ୍ଷରୁ ଚଳିତ ବର୍ଷ ୦.୮ ଲକ୍ଷ ଟନ ମାଣ୍ଡିଆ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି।

ଖାଦ୍ୟ ନିରାପତ୍ତା ଆଇନ ଆସିବା ପରଠୁ ବିଭିନ୍ନ ରାଜ୍ୟ ସରକାରମାନେ ଗରିବ ଲୋକଙ୍କୁ ଶସ୍ତାରେ ଚାଉଳ, ଗହମ, ବୁଟ ଇତ୍ୟାଦି ଖାଦ୍ୟ ଯୋଗାଇ ଦେଇ ବାହାବା ନେବା ସହିତ ଭୋଟ ଗୋଟାଇବାକୁ ଯେତେ ତତ୍ପରତା ପ୍ରଦର୍ଶନ କରିଆସିଛନ୍ତି ଲୋକଙ୍କ ପୁଷ୍ଟି ନିରାପତ୍ତା ପାଇଁ ସେଭଳି ତତ୍ପରତା ଦେଖାଇ ନାହାନ୍ତି। ସୁଷମ ଖାଦ୍ୟ ସହ ଅତ୍ୟାବଶ୍ୟକ ଭିଟାମିନ, ଖଣିଜ ଲବଣ ଓ କ୍ୟାଲୋରୀ ନପାଇଲେ ଜଣେ ଲୋକର ପୁଷ୍ଟି ନିରାପତ୍ତା ହାସଲ ହେବ କିପରି?

ଓଡ଼ିଶାରେ ୪,୫୩,୮୮୩ ପରିବାରର ୧୫-୪୯ ବର୍ଷର ମହିଳା ଓ ସମୁଦାୟ ୬-୫୯ ମାସର ଶିଶୁଙ୍କ ମଧ୍ୟରୁ ୪୪.୬ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର। ଶିଶୁମୃତ୍ୟୁ ହାର ଏକ ହଜାରରେ ୩୬ ଓ ମାତୃ ମୃତ୍ୟୁହାର ୧୧୯। ରାଜ୍ୟର ୪,୯୩,୯୪୧ ପରିବାରର ଶିଶୁ ସଠିକ ବଢ଼ି ପାରନ୍ତିନି ଓ ୧,୩୧,୦୪୯ ପରିବାରର ଶିଶୁ ଶକ୍ତିହୀନ ହୋଇ ବଢ଼ନ୍ତି। ହାରାହାରି ହିସାବରୁ ଦେଖାଯାଇଛି ଯେ, ଜଣେ ପ୍ରାପ୍ତ ବୟସ୍କ ମାସକୁ ୧୨ କେଜି ଚାଉଳ ବା ଗହମ ଖାଇବା ସ୍ଥଳେ ଖାଆନ୍ତି ୧୩.୪୨ କେଜି, ୨.୪ କେଜି ଡାଲି ସ୍ଥଳେ ମାତ୍ର ୦.୬୧ କେଜି ଓ ୯ ଲିଟର କ୍ଷୀର ସ୍ଥଳେ ପାଏ ମାତ୍ର ୪.୧ ଲିଟର। ଜଣେ ପ୍ରାପ୍ତବୟସ୍କ ବର୍ଷରେ ୧୦.୮ କିଲୋ ମାଂସ ଓ ୧୮୦ ଅଣ୍ଡା ଆବଶ୍ୟକ କରେ। ଆମ ରାଜ୍ୟର ଅନେକ ଲୋକ ଆବଶ୍ୟକ ପରିମାଣର ଡାଲି, ତେଲ, ଫଳ, କ୍ଷୀର, ଅଣ୍ଡା ଓ ମାଂସ ଖାଇବାକୁ ପାଆନ୍ତିନାହିଁ। ଏସବୁ ପାଇବା ପାଇଁ ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ଆବଶ୍ୟକ ଓ କ୍ରୟଶକ୍ତି ବୃଦ୍ଧିପାଇଁ ଜୀବିକା ବିକାଶ ଆବଶ୍ୟକ, ଯାହା ହୋଇନାହିଁ। ୨୦୨୨ ମସିହାରେ ପ୍ରକାଶିତ କ୍ଷୁଧିତ ବିଶ୍ୱ ସୂଚକାଙ୍କରେ ୧୨୧ଟି ଦେଶର ତାଲିକାରେ ଭାରତର ସ୍ଥାନ ଦୟନୀୟ ଭାବେ ୧୦୭। ଆମ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ଆମେ ଆଜି ମାଗଣାରେ ଖାଦ୍ୟ ନିରାପତ୍ତା ଯୋଜନାରେ କ୍ଷୁଧାମୁକ୍ତି ଦେଇଛେ, ଯାହାକି ବିଶ୍ୱ ଜନସଂଖ୍ୟାର ଏକ ଦଶମାଂଶ। ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା ମାସକୁ ୫ କେଜି ଚାଉଳ ସହିତ ଅନ୍ତତଃ ୫୦୦ ଗ୍ରାମ ଡାଲି ଓ ବର୍ଷକୁ ଚାରି- ଛଅଟି କିସ୍ତିରେ ବର୍ଷକୁ ୨୪ କେଜି ମାଣ୍ଡିଆ ଦେଲେ ପୁଷ୍ଟି ନିରାପତ୍ତା ପ୍ରଦାନ କରି ହୁଅନ୍ତା।

ଅଧିକ ପରିମାଣର ଚାଉଳ-ଗହମ ଉତ୍ପାଦନ ନୀତି ଆପଣେଇ ଆମେ ଦେଶବାସୀଙ୍କୁ ଅପପୁଷ୍ଟ କରିଦେଇଛେ ବୋଲି ଅନେକ ଅର୍ଥଶାସ୍ତ୍ରୀ ସମାଲୋଚନା କରନ୍ତି। ସେଇକଥାରୁ ଖିଅ ନେଇ ଆମେ କହି ପାରିବା ଯେ, ମିଳୁଥିବା ମାଗଣା ଚାଉଳ ହୁଏତ ଖାଦ୍ୟାଭାବ ଜନିତ ମୃତ୍ୟୁ ମୁଖରୁ ରକ୍ଷା କରିଛି, କିନ୍ତୁ ଅପପୁଷ୍ଟିର ବଜ୍ରବନ୍ଧନୀରୁ ମୁକ୍ତି ଦେବାକୁ ଅସମର୍ଥ ହୋଇ ଆସିଛି। ଆଜି ସମଗ୍ର ଦେଶ ତିନି ପ୍ରକାର ଖାଦ୍ୟ ସମ୍ବନ୍ଧିତ ବୋଝ ବୋହି ଚାଲିଛି - ଅପପୁଷ୍ଟି, ପୃଥୁଳତା ଓ ଅଣୁ-ପୋଷକ ହୀନତା।

ବର୍ଷାଧାର ଢିପ ଓ ପତିତ ଜମିରେ ଛୋଟ ଚାଷୀମାନେ ମାଣ୍ଡିଆ ଜାତୀୟ ସ୍ୱଳ୍ପକାଳୀନ ଖାଦ୍ୟଶସ୍ୟ ଚାଷ କରିଥାଆନ୍ତି। ମିଶ୍ରିତ ଚାଷ ପ୍ରଣାଳୀରେ ଗୋଟିଏ କିଆରୀରେ ଏକା ସାଥିରେ ଡାଲି, ତୈଳବୀଜ ଓ ସାରୁ-ଜାତୀୟ ଫସଲ ସହ ମାଣ୍ଡିଆ ଚାଷ ହୋଇଥାଏ। ଓଡ଼ିଶାରେ ଯେଭଳି ମାଣ୍ଡିଆ, ଅନ୍ୟ ରାଜ୍ୟମାନଙ୍କରେ ଭଳିକି ଭଳି ଅନ୍ୟାନ୍ୟ କ୍ଷୁଦ୍ରଶସ୍ୟ ବା ମିଲେଟ୍ ଚାଷ ହୋଇଥାଏ। ଲୋକମାନେ ବୁଝିସାରିଲେଣି ଯେ, ମିଲେଟରୁ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ଅମୃତତୁଲ୍ୟ। ଏସବୁରେ ଭରି ରହିଥାଏ ଖାଦ୍ୟତନ୍ତୁ, ପୁଷ୍ଟିସାର, କ୍ୟାଲସିୟମ, ଲୌହ, ମ୍ୟାଗନେସିଅମ ଓ ଅନେକ ଦୁଷ୍ପ୍ରାପ୍ୟ ଖଣିଜ ଲବଣ। ଶିଶୁ ଓ ମହିଳାଙ୍କ ପୁଷ୍ଟିବର୍ଦ୍ଧନ ପାଇଁ ସେମାନଙ୍କ ଦୈନିକ ଆହାର ତାଲିକାରେ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ରହିବା ଜରୁରୀ। ଏସବୁ ଖାଦ୍ୟ ରକ୍ତହୀନତାରୁ ରକ୍ଷାକରି, ଲୋହିତ ରକ୍ତକଣିକା ସୃଷ୍ଟିକରେ। ଏସବୁ ରକ୍ତଶର୍କରା ଓ ପୃଥୁଳତା ନିୟନ୍ତ୍ରଣକାରୀ ତଥା ଧମନୀରୋଗ ନିବାରଣକାରୀ ସରସ ଖାଦ୍ୟ।

ଭାରତ ସରକାର ଏହାକୁ ୨୦୧୮ ମସିହାଠାରୁ ନ୍ୟୁଟ୍ରି-ମିଲେଟ ବା ପୋଷାକଶସ୍ୟ ଭାବେ ସ୍ୱୀକୃତି ଦେଲେ। ଏହାକୁ ଖାଦ୍ୟ ନିରାପତ୍ତା ପାଇଁ ବ୍ୟବହାର କରିବାକୁ ଉତ୍ସାହିତ କଲେ। କର୍ଣ୍ଣାଟକ ଓ ତେଲେଙ୍ଗାନା ସମନ୍ୱିତ ଶିଶୁବିକାଶ ଯୋଜନାରେ ମିଲେଟ ଦିଆଯାଉଛି। ଅନେକ ରାଜ୍ୟ ଜହ୍ନା ଓ ମାଣ୍ଡିଆକୁ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦୧୫ ଠାରୁ ସାମିଲ କରି ବିତରଣ କରିଆସୁଥିବାରୁ ସେଠାରେ ଖାଦ୍ୟ ସହିତ ପୁଷ୍ଟି ସୁରକ୍ଷା ହେଉଛି ତଥା ଚାଷୀମାନେ ଅଧିକ ମିଲେଟ ଚାଷ କରୁଛନ୍ତି। ଓଡ଼ିଶା ସରକାର ୨୦୧୭-୧୮ ଠାରୁ ଓଡ଼ିଶା ମିଲେଟ ମିଶନ ଆରମ୍ଭ କରି ମାଣ୍ଡିଆ ଚାଷକୁ ପୁନର୍ଜୀବନ ଦେଇଛନ୍ତି। ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କଠାରୁ ମାଣ୍ଡିଆ କିଣିନେଉଛନ୍ତି। ଚାଷୀ ଉତ୍ପାଦକ ସଂଘମାନେ ମାଣ୍ଡିଆ ସଂଗ୍ରହ କରୁଛନ୍ତି। ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଦେୟ ପ୍ରଦାନ ହେଉଛି।

ମିଲେଟର ଅମଳ ଧାନ, ଗହମ ଭଳି ଅଧିକ ନୁହେଁ। ଘରେ ଘରେ ଲୋକଙ୍କର ଭାତଖାଇବା ଅଭ୍ୟାସରେ ପଡ଼ିସାରିଛି ଓ ମାଣ୍ଡିଆ 'ଜାଉ'ର ଭାଉ ଗଲାଣି। ମାଣ୍ଡିଆ ସମେତ ସବୁ ପ୍ରକାର ମିଲେଟର ବଜାର ଦର ଉଚ୍ଚା। ପିଡିଏସ ମାଧ୍ୟମରେ ଏବେ ଓଡ଼ିଶାରେ ମାଗଣାରେ କେବଳ ଚାଉଳ ଆବଣ୍ଟନ କରାଯାଉଛି। ଏଭଳି କ୍ଷେତ୍ରରେ ଜଣେ ଅପପୁଷ୍ଟ ଗରିବ ବ୍ୟକ୍ତି ପାରମ୍ପରିକ ଖାଦ୍ୟାଭ୍ୟାସରେ ମାଣ୍ଡିଆକୁ ଯୋଡ଼ିବା ଏତେ ସହଜ ନୁହେଁ। ଚଳିତ ବର୍ଷ ରାଜ୍ୟର ୩୦ ଜିଲ୍ଲାର ୧୭୭ ବ୍ଲକରେ ମାଣ୍ଡିଆ ଚାଷ ହେଲେ ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆ ପରିମାଣ ସିନା ବଢ଼ିବ, କିନ୍ତୁ ଅପପୁଷ୍ଟଙ୍କ ଦୁଃଖ ଦୂର ହେବ କିପରି?

କର୍ଣ୍ଣାଟକରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣା ଯାଇଛି ଯେ, ସେଠାରେ ପିଡିଏସ ମାଧ୍ୟମରେ ମିଲେଟ ଯୋଗାଇ ଦିଆଯାଉଥିଲେ ବି ହିତାଧିକାରୀମାନେ ଖୋଲା ବଜାରରୁ ଶସ୍ତାରେ ଚାଉଳ କିଣି ଖାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ୨୫ ପ୍ରତିଶତ ଲୋକ ମାଣ୍ଡିଆକୁ ନିଜର ଖାଦ୍ୟ ତାଲିକାରେ ସ୍ଥାନ ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ ଅବସ୍ଥା ଊଣା ଅଧିକେ ଏକାଭଳି। ଓଡ଼ିଶା ସରକାର ଉଭୟ ଚାଷୀ ଓ ଖାଉଟିଙ୍କ ହିତରେ ମାଣ୍ଡିଆକୁ ପୁଣି ଥରେ ଯୋଡ଼ିବାକୁ ଉଦ୍ୟମ କଲାବେଳେ ପଡୋଶୀ ରାଜ୍ୟର ଅଭିଜ୍ଞତାକୁ କାମରେ ଲଗାଇବା ଦରକାର।

ଆମ ରାଜ୍ୟରେ ଚାଲିଥିବା ଓଡ଼ିଶା ମିଲେଟ ମିଶନର ପରିକଳ୍ପନାକୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ନୀତି ଆୟୋଗ ତଥା ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଉଚ୍ଚ ପ୍ରଶଂସା କରିବାରେ କେହି ବି ଉଲ୍ଲସିତ ହେବାର ନାହିଁ। ଗ୍ରାମ୍ୟ ଗୋଦାମ ଘର ନଥିଲା ବେଳେ ଉତ୍ପାଦିତ ମାଣ୍ଡିଆକୁ କିଣି, ସଫା କରି, ସାଇତି, ପିଡିଏସମାନଙ୍କୁ ଯୋଗାଇଦେବା ସମ୍ଭବ ନୁହେଁ। କାଗଜ କଲମରେ ଉଚ୍ଚାକାଂକ୍ଷୀ ଯୋଜନା କରି ବାହାବା ପାଇବା ଅପେକ୍ଷା କିପରି ଚାଷୀମାନେ ଧାନ ଓ ଅନ୍ୟାନ୍ୟ ଫସଲ ସହିତ ମାଣ୍ଡିଆ ଓ ଡାଲି ଫସଲ ମଧ୍ୟ ଚାଷ କରିବେ, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଚାଷୀ ଖରିଫ ଋତୁରେ ଟମାଟୋ ଚାଷ କରିବ କି ମାଣ୍ଡିଆ, ତାହା ନିର୍ଦ୍ଧାରଣ କରିବ କିଏ? ସରକାରୀ ବାବୁମାନେ ଖୁସି ହେଉଥିବେ ଯେ ଉତ୍ପାଦିତ ସମସ୍ତ ମାଣ୍ଡିଆ ମିଲେଟ ମିଶନ ମାଧ୍ୟମରେ ଉପଯୁକ୍ତ ମୂଲ୍ୟରେ ଚାଷୀ ବିକ୍ରିକରି ପାରୁଛି। କିନ୍ତୁ, ଚାଷୀ ପରିବାରର ଅପପୁଷ୍ଟ ଗର୍ଭବତୀ ମହିଳା ଓ ଶିଶୁଙ୍କ ଖାଦ୍ୟ ପାଇଁ ମାଣ୍ଡିଆ ବଳକା ରହୁଛି କି? ତେବେ, ଓଡ଼ିଶା ମିଲେଟ ମିଶନର ମୂଳ ଲକ୍ଷ୍ୟ ସଫଳ ହେବ କିପରି?

କେଉଟ ଧରେ ମାଛ, ଖାଏ କଙ୍କଡ଼ା। ଚାଷୀ ସେଭଳି କ'ଣ ଫଳେଇବ ମାଣ୍ଡିଆ, ଖାଇବ ମଦ ଓ ଖୁଦ? ବିଶ୍ୱ କ୍ଷୁଧା ସୂଚକାଙ୍କରେ ଉନ୍ନୀତ ହେବା ପାଇଁ ଆମର ଅପପୁଷ୍ଟ ଦେଶବାସୀଙ୍କୁ ଖାଦ୍ୟ ସହ ପୁଷ୍ଟିତତ୍ତ୍ୱରେ ଭରପୂର ମିଲେଟ ମଧ୍ୟ ଖାଇବାକୁ ମିଳିବା ଦରକାର। ପ୍ରଥମ ଥର ପାଇଁ ଓଡ଼ିଶାରୁ ଦୁବାଇକୁ ୧ ମେଟ୍ରିକ ଟନ ମାଣ୍ଡିଆ ରପ୍ତାନି କରାଯାଇଛି। ପୂର୍ବରୁ କର୍ଣ୍ଣାଟକ ଓ ଗୁଜରାଟ ମିଲେଟ ଜାତୀୟ କ୍ଷୁଦ୍ର ଶସ୍ୟକୁ ବିଦେଶ ରପ୍ତାନୀ କରିଥିବା ବେଳେ ଓଡ଼ିଶା ପ୍ରଥମ ଥର ରାଜ୍ୟ ଉତ୍ପାଦିତ ଶସ୍ୟକୁ ବିଦେଶ ରପ୍ତାନୀ କରିଛି ବୋଲି ଡିଣ୍ଡିମ ପିଟୁଛି।

ଆମେ ଭୁଲିଯିବା ଅନୁଚିତ ଯେ, ଭାରତରେ ଯେତେ ମାଣ୍ଡିଆ ଉତ୍ପାଦନ କରାଯାଏ ତାହାର ୬୪.୮ ପ୍ରତିଶତ କର୍ଣ୍ଣାଟକର ଅବଦାନ। ତା ପଛକୁ ତାମିଲନାଡୁ (୭.୧), ମହାରାଷ୍ଟ୍ର (୫.୪) ପ୍ରତିଶତ। ସାରା ଦେଶରେ ପ୍ରାୟ ୧୮୦୦ ଲକ୍ଷ ମେଟ୍ରିକ ଟନ ମିଲେଟ ଉତ୍ପାଦିତ ହେଉଥିଲା ବେଳେ ଓଡ଼ିଶାର ଭାଗ ୧.୦ ଲକ୍ଷ ମେଟ୍ରିକ ଟନ ମଧ୍ୟ ନୁହେଁ। ଓଡ଼ିଶା ଜନସଂଖ୍ୟାର ୭୦.୮ ପ୍ରତିଶତ ଲୋକ ଖାଦ୍ୟସୁରକ୍ଷା ଆବଶ୍ୟକ କରନ୍ତି। ଏହି ୩.୨ କୋଟି ଲୋକଙ୍କୁ ବାର୍ଷିକ ୨୪ କେଜି ମାଣ୍ଡିଆ ଯୋଗାଇ ଦିଆଗଲେ ପ୍ରତିବର୍ଷ ଆମର ଆବଶ୍ୟକ ହେବ ୭.୬୮ ଲକ୍ଷ ମେଟ୍ରିକ ଟନ ମାଣ୍ଡିଆ। ତାହା ଉପରେ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି, ଅନ୍ତ୍ୟୋଦୟ ଇତ୍ୟାଦି ଯୋଜନାରେ ମାଣ୍ଡିଆର ଆବଶ୍ୟକତା ରହିଛି। ଏପରି ସମୟରେ, ଆମେ ବିଦେଶକୁ ମାଣ୍ଡିଆ ରପ୍ତାନୀ କରିବା, ଗରିବଙ୍କ ପେଟରୁ କାଟି ହୋଟେଲ, ସଭା ସମିତିରେ ମାଣ୍ଡିଆ ବିସ୍କୁଟ ଖାଇବାକୁ କେବେ ହେଁ ପରିପକ୍ୱ ତଥା ସନ୍ତୁଳିତ ଯୋଜନା କୁହାଯାଇ ପାରେନା। ଓଡ଼ିଶାରେ 'ମିଶନ ଶକ୍ତି' ଯେଭଳି ବ୍ୟାପକ, ଶକ୍ତିଶାଳୀ ତଥା ସୁସଙ୍ଗଠିତ, ଗୋଟିଏ ଡାକରା ମିଳିଲେ, ଘରେ ଘରେ ଜଳଖିଆ ମେନୁରେ ମାଣ୍ଡିଆ ତିଆରି ଖାଦ୍ୟ ରହିବ ହିଁ ରହିବ। କିନ୍ତୁ, ତାହା କରା ଯାଉନି।

ଚାଷୀମାନେ ଉତ୍ପାଦନ କରୁଥିବା ସମୁଦାୟ ମାଣ୍ଡିଆ, ସୁଆଁ, କୋଦ ଭଳି ମିଲେଟ ଜାତୀୟ ଫସଲକୁ ସରକାର କିଣି ନେବା, ସେହି ମାଣ୍ଡିଆକୁ ପରିଷ୍କାର କଲା ପରେ ଚୁନା କରି ପିଡିଏସ ମାଧ୍ୟମରେ ଯୋଗାଇଦେବା, ମାଣ୍ଡିଆ ତିଆରି ଖାଦ୍ୟ ଯେଭଳି ଅପପୁଷ୍ଟ ମହିଳା, ଶିଶୁମାନଙ୍କୁ ଖୁଆଯାଇ ପାରିବ ଇତ୍ୟାଦି ବିଷୟରେ ପ୍ରଚେଷ୍ଟା ନକଲେ, ମିଲେଟ ମିଶନ ଭଳି ମହତ୍ୱାକାଂକ୍ଷୀ ଯୋଜନା ଆଳୁ ମିଶନ, ପିଆଜ ମିଶନ ଭଳି ବିଫଳ ହେବ, ଏଥିରେ ସନ୍ଦେହ ନାହିଁ। ଜଣେ ଗରିବ ଲୋକ, ଯେତେବି ସଚେତନ ହେଉନା କାହିଁକି, ବଜାରରୁ ମାଣ୍ଡିଆ ଚୁନା କେଜି ପ୍ରତି ୮୦-୯୦ ଟଙ୍କା ଦେଇ କିଣି ଖାଇବା ଅସମ୍ଭବ। ଏଥିପ୍ରତି ଓଡ଼ିଶା ମିଲେଟ ମିଶନ କର୍ତ୍ତୃପକ୍ଷ ଧ୍ୟାନ ଦେବା ଦରକାର।

ଜାନକୀଶ ବଡ଼ପଣ୍ଡା

ଫୋ - ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story