ସୂର୍ଯ୍ୟା ମାଝୀ, ସେବା ଓ ସମ୍ବେଦନଶୀଳତା

ଏପ୍ରିଲ୍ ୧୭, ୨୦୨୩ର ଘଟଣା। ନବରଂଗପୁର ଝରିଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟା ମାଝୀ ଗୋଟିଏ ଭଂଗା ଚେୟାର ସହାୟତାରେ ନିକଟସ୍ଥ ବ୍ୟାଙ୍କକୁ ନିଜର ପେନସନ୍ ରାଶି ଉଠାଇବାକୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ଟିଭି ପରଦାରେ ପ୍ରସାରିତ ହେଲା ପରେ ପରେ ଏହା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ବୃଦ୍ଧା ଜଣଙ୍କର ଆଂଗୁଳି ଭାଙ୍ଗି ଯାଇଥିବାରୁ ଏବଂ ଫିଙ୍ଗର ପ୍ରିଂଟ ଖରାପ ହୋଇଯାଇଥିବାରୁ ସେ ସେଥର ପଇସା ଉଠାଇ ପାରିନଥିଲେ। ପରେ ଯଦିଓ ବ୍ୟାଙ୍କ ତାଙ୍କୁ ତିନି ହଜାର ଟଙ୍କା ପ୍ରଦାନ କରିଥିଲା ତେବେ ଭୀଷଣ ଖରାରେ ଜଣେ ବୃଦ୍ଧା ଗୋଟିଏ ଭଂଗା ଚେୟାର ଧରି ନିଜର ସମାନ୍ୟ ପେନସନ୍ ପାଇବା ପାଇଁ କିଲୋମିଟର ଚାଲିବା ଜାତୀୟ ଗଣମାଧ୍ୟମର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା।

Surya Majhi

Surya Majhi

Debendra Prusty
  • Published: Friday, 28 April 2023
  • Updated: 28 April 2023, 04:09 PM IST

News Highlights

  • ସୂର୍ଯ୍ୟା ମାଝୀ ଘଟଣା ପ୍ରଥମ ନୁହେଁ କି ଶେଷ ନୁହେଁ!
  • ଆମ ବ୍ୟବସ୍ଥା ସମ୍ବେଦନଶୀଳ ନୁହେଁ କାହିଁକି?
  • ସବୁ କଥାର ସମାଧାନ କ’ଣ ଛାଟ?

ଏପ୍ରିଲ୍ ୧୭, ୨୦୨୩ର ଘଟଣା। ନବରଂଗପୁର ଝରିଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟା ମାଝୀ ଗୋଟିଏ ଭଂଗା ଚେୟାର ସହାୟତାରେ ନିକଟସ୍ଥ ବ୍ୟାଙ୍କକୁ ନିଜର ପେନସନ୍ ରାଶି ଉଠାଇବାକୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ଟିଭି ପରଦାରେ ପ୍ରସାରିତ ହେଲା ପରେ ପରେ ଏହା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ବୃଦ୍ଧା ଜଣଙ୍କର ଆଂଗୁଳି ଭାଙ୍ଗି ଯାଇଥିବାରୁ ଏବଂ ଫିଙ୍ଗର ପ୍ରିଂଟ ଖରାପ ହୋଇଯାଇଥିବାରୁ ସେ ସେଥର ପଇସା ଉଠାଇ ପାରିନଥିଲେ। ପରେ ଯଦିଓ ବ୍ୟାଙ୍କ ତାଙ୍କୁ ତିନି ହଜାର ଟଙ୍କା ପ୍ରଦାନ କରିଥିଲା ତେବେ ଭୀଷଣ ଖରାରେ ଜଣେ ବୃଦ୍ଧା ଗୋଟିଏ ଭଂଗା ଚେୟାର ଧରି ନିଜର ସମାନ୍ୟ ପେନସନ୍ ରାଶି ପାଇବା ପାଇଁ କିଲୋମିଟର କିଲୋମିଟର ଚାଲିବା ଜାତୀୟ ଗଣମାଧ୍ୟମର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା। ନିଜସ୍ୱ ଶକ୍ତିରେ ଚାଲିବାକୁ ଅକ୍ଷମ ଥିବା ଲୋକ ଜଣଙ୍କ ନିଜର ନ୍ୟାଯ୍ୟ ପେନସନ୍ ଗଣ୍ଡାକ ପାଇବା ପାଇଁ କେତେ ଯେ କଷ୍ଟ ସ୍ୱୀକାର କରେ ତାହା ଆମେ ସମସ୍ତେ ନିଜ ଆଖିରେ ଦେଖିଲେ। ଠକ ଆଉ ଚୋରଙ୍କୁ ରୋକିବାକୁ ଯାଇ ଆମେ ଆମ ବ୍ୟାଙ୍କ ବ୍ୟବସ୍ଥାକୁ ଏତେ ଜଟିଳ ଏବଂ ଅଣ ସମ୍ବେଦନଶୀଳ କରିଦେଇଛେ ଏବଂ ଏହାର ମୂଲ୍ୟ ସାଧାରଣ ଲୋକଙ୍କୁ ଦେବାକୁ ପଡୁଛି ଏହା ନିସଂଦେହରେ କୁହାଯାଇପାରେ।

ପରେ ଏ ନେଇ ବ୍ୟାଙ୍କ ତରଫରୁ ସ୍ପଷ୍ଟୀକରଣ ପ୍ରକାଶ ପାଇଛି। ବ୍ୟାଙ୍କ ତରଫରୁ ମହିଳା ଜଣଙ୍କୁ ସୁବିଧାରେ ପେନସନ୍ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯିବା ସହ ତାଙ୍କର ଯିବା ଆସିବା କରିବା ପାଇଁ ଗୋଟିଏ ହ୍ୱିଲ୍ ଚେୟାରର ବ୍ୟବସ୍ଥା ହୋଇଛି। ତେବେ ଏସବୁ ଘଟିଛି କାରଣ ଏ ଘଟଣା ଗଣମାଧ୍ୟମର ଲେନ୍ସ ଦେଇ ସାରା ଦୁନିଆ ପାଖରେ ପହଁଚିଛି। ନହେଲେ ସେ ବିଚାରୀ ମହିଳା ଜଣଙ୍କର ପରିସ୍ଥିତିରେ ଯେ ବିଶେଷ କିଛି ପରିବର୍ତ୍ତନ ଆସିନଥାନ୍ତା ଏହା ସହଜରେ କୁହାଯାଇପାରେ। ଆମ ବ୍ୟବସ୍ଥାର ମୂଳଦୂଆ ହିଁ ସେମିତି। ଏଠି ଧରାପଡ଼ି ହଲାପଟା ନହେଲାଯାଏ ବ୍ୟବସ୍ଥାର ବଡ଼ପଣ୍ଡାମାନଙ୍କର ଆଖି ଖୋଲେ ନାହିଁ। କିଛି ନକରି ବସି ରହିବାର ତନ୍ଦ୍ରା ବି ଭାଂଗେ ଗଣମାଧ୍ୟମରେ ତାଙ୍କ ପାରିବାରପଣିଆ ଉପରେ ଆଲୋଚନା ହେଲେ। ଏ ସବୁ ପରେ ବି ଯାହା ବି କିଛି ହୁଏ ତାହା କେବଳ ଥୁକ୍ ପାଲିସ୍ ପରି। ଧର୍ମକୁ ଆଖିଠାର ମାରି ଦୁଃସମୟକୁ ଏଡ଼ାଇବା ପାଇଁ। ଆଗାମୀ କାଲି ପାଇଁ ଏକ ସ୍ଥାୟୀ ଲୋକାଭିମୁଖୀ ବ୍ୟବସ୍ଥା କରିବାକୁ କାହାର ଆଗ୍ରହ ନଥିବାପରି କାମ ହୁଏ।

କେବଳ ବ୍ୟାଙ୍କ କାହିଁକି ଆମର ସମସ୍ତ ବ୍ୟବସ୍ଥା କାଗଜପତ୍ରରେ ବେଶ୍ ଶକ୍ତିଶାଳୀ। ଏଠାରେ ବହୁ କଠିନ ନୀତି ନିୟମ ପ୍ରଣୟନ କରାଯାଇ ଏହାକୁ ପାରଦର୍ଶୀ, କର୍ମଠ ଏବଂ ଲୋକପ୍ରିୟ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥାଏ। ବିନା ବଡ଼ ଅଫିସରଙ୍କ ଅନୁମତିରେ ଆପଣଙ୍କର ଛୋଟିଆରୁ ଛୋଟିଆ କାମ ବି ହେବା ସଂଭବ ନୁହେଁ। ଆଉ ବ୍ୟବସ୍ଥାର ମୁଣ୍ଡିଆଳମାନେ ବି କ୍ଷମତା ଠୁଳ କରି ରଖିବାରେ ବିଶ୍ୱାସ କରନ୍ତି। କାମ କରିବାକୁ ସମୟ ନଥାଉ ପଛେ, କାମ କରିବାରେ ଦକ୍ଷ ହୋଇନଥାନ୍ତୁ ପଛେ, ସବୁ କାମକୁ ନିଜ ଟେବୁଲ ଯାଏ ଭିଡ଼ିଆଣି ତାକୁ ଜମା କରି ରଖିବାରେ ଆମ ବ୍ୟବସ୍ଥାର ପ୍ରଭୁମାନେ ଆଦୌ ହେଳା କରନ୍ତି ନାହିଁ। ସେମାନଙ୍କର ପରବାୟ ନଥାଏ ଯେ ଏପରି ଏକ ବ୍ୟବସ୍ଥାରେ କେହି ହଇରାଣ ହେଉଛି କିମ୍ବା କାହାର ଅର୍ଥ ଏବଂ ସମୟ ଅଯଥାରେ ବ୍ୟୟ ହେଉଛି।

ଅନେକ ସମୟରେ ଆମେ ଦେଖିଛେ ଯେ ସରକାରୀ ପୃଷ୍ଠପୋଷକତାରେ ଚାଲୁଥିବା ଅନେକ ଅନୁଷ୍ଠା।ନ ଯଦିଓ ଲୋକଙ୍କ ସେବା ପାଇଁ ତିଆରି ହୋଇଥାଏ ତେବେ ଏଠାରେ ଲୋକ ନୁହେଁ ବରଂ କର୍ମଚାରୀଙ୍କ ମନମାନୀ ହିଁ ଚାଲିଥାଏ। ନିଜ ଇଚ୍ଛାରେ ଅଫିସ୍ ଖୋଲିବା, ଧାର୍ଯ୍ୟ ସମୟ ଆଗରୁ ଅଫିସ୍ ବନ୍ଦ କରିବା, ଅଫିସ୍ ସମୟରେ ସିଟ୍‌ରେ ଉପସ୍ଥିତ ନରହିବା, ପୁଣି ଛୋଟ ଛୋଟ କାରଣର ବାହାନା ଦେଖାଇ କାମ ନ କରିବା ଆଦି କାରଣ ପାଇଁ ଆମ ସରକାରୀ ଅଫିସ ଏବଂ ଏହାର ବାବୁମାନେ ବେଶ୍ ଫିଟ୍। ସାଧାରଣ ଲୋକ ଯଦି ଏମାନଙ୍କ ବିରୋଧରେ କେଉଁଠି ଅଭିଯୋଗ କରେ ତାହା ହେଲେ ସେ ବେଶୀ ହଇରାଣରେ ପଡ଼େ। ତାର କାମ ଆହୁରି ବିଳମ୍ବ ହୁଏ। ତାକୁ ଆହୁରି ଅର୍ଥ ଦଣ୍ଡ ଦେବାକୁ ହୁଏ। ଅନେକ ସମୟରେ ଆପଣ ଯାହାକୁ ଅଭିଯୋଗ କରିବାକୁ ଯିବେ ସେ ସରକାରୀ ଅଫିସରଟିର ପକ୍ଷ ନେଇ ଆପଣଙ୍କୁ ନାଲିଆଖି ଦେଖାଇବାର ଆଶଙ୍କା ରହିଛି।

ସୂର୍ଯ୍ୟା ମାଝୀଙ୍କ ଘଟଣା ପ୍ରଥମ ଥର ନୁହେଁ। ଆଗରୁ ଦାନ ମାଝୀ ମଧ୍ୟ ନିଜର ପତ୍ନୀର ଶବକୁ କାନ୍ଧରେ କାନ୍ଧେଇ ନେଇ ହସପିଟାଲରୁ ଘରକୁ ଫେରୁଥିବାର ଦେଖିବାକୁ ମିଳିଥିଲା। ଏହିପରି ଘଟୁଥିବା ସମସ୍ତ ଘଟଣାର ସ୍ଥପତି ହେଉଛି କିଛି ଅଣସମ୍ବେଦନଶୀଳ କର୍ମଚାରୀ ଯେଉଁମାନେ ‘ଆମେ ଆମ କାମ କରି ଦେଇଛୁ ସେମାନଙ୍କର କାମ ନ ହେଲେ ଆମେ କଣ କରିପାରିବୁ’ ନୀତିରେ ବିଶ୍ୱାସ କରନ୍ତି।

ଜଣସାଧାରଣଙ୍କୁ ସେବା ଯୋଗାଉଥିବା ଅନୁଷ୍ଠା।ନଗୁଡ଼ିକ ନିହାତି ସମ୍ବେଦନଶୀଳ ହେବା ଆବଶ୍ୟକ। ସେବା ଦେଉଥିବା ବ୍ୟକ୍ତି ସମ୍ବେଦନଶୀଳ ହେଲେ ସେ ଜନସାଧାରଣଙ୍କ ଆବଶ୍ୟକତା ବୁଝିପାରେ। ସମୟ ଅନୁସାରେ ଜନସାଧାରଣଙ୍କୁ ସେବା ମିଳିପାରେ। ନିଜକୁ ଆତ୍ମ ସଂତୋଷ ମିଳେ। ମାତ୍ର ଭାରତର ଦୁର୍ଭାଗ୍ୟ ହେଉଛି ଯେ ଭାରତର ସରକାରୀ ଅନୁଷ୍ଠାନମାନେ ଏହି ସାଧାରଣତମ ନିୟମକୁ ବୁଝିପାରନ୍ତି ନାହିଁ। ଅନେକ ସରକାରୀ ଅଧିକାରୀ ଭାବନ୍ତି ଯେ ଜନସାଧାରଣଙ୍କ ହିତରେ ନିଷ୍ପତ୍ତି ନେଲାବେଳେ ଜମାରୁ ତରତର ହେବା ଆବଶ୍ୟକ ନୁହେଁ। କାରଣ ଏହା ହୁଏତ ସେବା ପ୍ରଦାନକାରୀକୁ ଅସୁବିଧାରେ ପକାଇପାରେ।

ସରକାରୀ ଅଫିସ୍ ସବୁରେ ଲୋକଙ୍କୁ ସହଜରେ, ସୁବିଧାରେ ଏବଂ ସମୟ ମଧ୍ୟରେ ସେବା ଯୋଗଇ ଦେଇ ନପାରିବାର ସରକାରୀ କାରଣ ମଧ୍ୟ ରହିଛି। କମ୍ ସଂଖ୍ୟକ କର୍ମଚାରୀ, ବୟସ୍କ ଏବଂ ରୁଗ୍‌ଣ କର୍ମଚାରୀଙ୍କ ସହ ବଢୁଥିବା କାମଚାପ ଯୋଗୁଁ ସୀମିତ ସମ୍ବଳରେ ସବୁ ଲୋକଙ୍କୁ ସମସ୍ତ ସେବା ଦେବା ସଂଭବ ନୁହେଁ ବୋଲି କର୍ମଚାରୀମାନେ ଯୁକ୍ତି ବାଢ଼ନ୍ତି। ତେବେ ନିଜସ୍ୱ କାମ କରିବାକୁଯାଇ ଅଫିସ୍‌ରେ ଅନୁପସ୍ଥିତ ରହିବା, ଚାହା ପିଇବା ନାରେ ବାରମ୍ବାର ବିରତି ନେବା ଆଉ ପୁଣି ବିଭିନ୍ନ ବାହାନାରେ ଆଜି କାମ କାଲିକି କରୁଥିବା ଲୋକପାଖରେ ଆପଣ ସମ୍ବେଦନଶୀଳତା ଆଶା କରିବା ହିଁ ବୃଥା। ଅନେକଙ୍କ ପାଇଁ ତ ସରକାରୀ ଚାକିରୀ ଦାୟିତ୍ୱ ନଥିବା ଗୋଟିଏ ଦୁଧିଆଳୀ ଗାଈ ଯାହା ମାସ ଶେଷରେ ଦରମା ଦିଏ।

ପ୍ରଶାସନିକ ଅବହେଳା କିମ୍ବା ସରକାରୀ ବ୍ୟବସ୍ଥାର ଅଣସମ୍ବେଦନଶୀଳ ମନୋଭାବ ଯୋଗୁଁ ସୂର୍ଯ୍ୟାଙ୍କ ପରି ଲୋକ ଅସହାୟ ଅବସ୍ଥାରେ ପଡି ଚାଲିବା କିଛି ନୂଆ କଥା ନୁହେଁ। ଏହା ଆମ ବ୍ୟବସ୍ଥାରେ ପ୍ରଥମ ନୁହେଁ କିମ୍ବା ଶେଷ ବି ନୁହେଁ। ଯେ ପର୍ଯ୍ୟନ୍ତ ଅନ୍ୟକୁ ସେବା ଦେବାକୁ ସେବା ପ୍ରଦାନକାରୀମାନେ କଷ୍ଟକର ବୋଲି ବିଚାରୁଥିବେ ସେଯାଏଁ ଲୋକମାନେ ବ୍ୟବସ୍ଥା ଆଗରେ ଗୁହାରୀ ଲାଗାଇବା ପାଇଁ ଏମିତି ଖରାରେ ଚେୟାର ଧରି ଚାଲିବାକୁ ବାଧ୍ୟ।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୯୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story