ରାଜଧାନୀର ଅଟୋଚାଳକଙ୍କ କିଛି କଥା, କିଛି ବ୍ୟଥା

ଅଟୋ ଦୌଡ଼େ, ଏ ବିହାରରୁ ସେ ବିହାର, ଏ ନଗରରୁ ସେ ନଗର ଓ ପୁଣି ପାଖ କଳାରାହାଙ୍ଗ, ଅନ୍ଧାରୁଆ ତ ପୁଣି କେବେ ଜାଗମରା ଆଡ଼େ। କିଏ କେତେ ଟଙ୍କା ଦେଲା ନଦେଲା ତାକୁ ନେଇ ଝକଝକ ହେବାକୁ ପଡ଼େ। ଦିନ ବେଳା ଭୋକ ଲାଗିଲେ ଯେତେବେଳେ ଯେଉଁ ଅଞ୍ଚଳରେ ଅଛନ୍ତି ସେହି ଅଞ୍ଚଳର ଶସ୍ତା ହୋଟେଲରେ ମିଲ ଖାଇଦିଅନ୍ତି।

Auto Rickshaw

Auto Rickshaw

Debendra Prusty
  • Published: Monday, 10 April 2023
  • Updated: 10 April 2023, 12:18 PM IST

News Highlights

  • କେଉଁଠୁ ଆସିଛନ୍ତି ଭୁବନେଶ୍ୱରର ଅଟୋ ଚାଳକମାନେ? ଅଛନ୍ତି କେମିତି? ରୋଜଗାର କେତେ?
  • କେଉଁଠି ବିଶ୍ରାମ ନିଅନ୍ତି ଭୁବନେଶ୍ୱର ଅଟୋ ଚାଳକ? ମହାନଗର ନିଗମ କିଛି ସୁବିଧା କରିଛି କି?
  • କାହିଁକି ଦୂରଦୂରାନ୍ତରୁ ଭୁବନେଶ୍ୱର ଆସି ଅଟୋ ଚଳାଉଛନ୍ତି ବୟସ୍କ ଲୋକ?

ଅଟୋ ଆମର ଗଡ଼ି ଚାଲିଥାଏ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ନନ୍ଦନକାନନ ଆଡ଼କୁ। ଆମେ ଅଳ୍ପ କିଛି ଯାତ୍ରୀ ବସିଥାଉ।

“ଆମର ଭୁବନେଶ୍ୱର ଏବେ ବହୁତ ସୁନ୍ଦର ଦେଖାଯାଉଛି। ଚାରିଆଡ଼େ ସଫା। କିଏ ମଇଳା ପକାଇଲେ ଫାଇନ ହେଉଛି।“

ଆମର ଅଟୋ ଡ୍ରାଇଭର ପ୍ରଥମେ ଏମିତି କଥା ଆରମ୍ଭ କଲେ। ନିଶ୍ଚିତ ରୂପେ ସେ ମେଳାପୀ ଓ ଖୁସି ମିଜାଜର ଲୋକ ଥିଲେ।

“ଆପଣ ଏଠି କେଉଁଠି ରହୁଛନ୍ତି?” ମୁଁ ପଚାରିଥିଲି।

“ମୁଁ ରହୁଛି ଆମ ଷ୍ଟେସନଠୁ ୩୦ କିମି ଦୂରରେ। ପିପିଲି ପାଖ ବଳଙ୍ଗା ନିକଟସ୍ଥ ରୂପଦେଇପୁର ଗାଁରେ।“

ଏହା ପରେ ସେ ଯାହା କହିଲେ ତାହା ହେଲା ନିୟମିତ ସକାଳ ଛଅଟାରେ ଗାଁରୁ ଅଟୋ ଧରି ରାସ୍ତାରୁ କିଛି ପାସେଞ୍ଜରଙ୍କୁ ନେଇ ବାହାରନ୍ତି ଭୁବନେଶ୍ୱର ଅଭିମୁଖେ। ସକାଳ ଆଠ ଭିତରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ପହଞ୍ଚିଲା ପରେ ଉଭୟ ଅନଲାଇନ ଓ ଅଫଲାଇନରେ ସହରର ପ୍ରଥମ ଗରାଖକୁ ଅପେକ୍ଷା କରନ୍ତି। ସେହିଠାରୁ ପୁଣି ତାଙ୍କର ଅଟୋ ଚାଲେ ସହରର ବିଭିନ୍ନ କୋଣକୁ।

ଖାଇସାରିବା ପରେ ଇଚ୍ଛା ହୁଏ ବିଶ୍ରାମ ଲାଗି। କିନ୍ତୁ ଭୁବନେଶ୍ଵର ସହରରେ ଗଛର ମରୁଡ଼ି ପଡ଼ିଗଲାଣି। ସେହି ଖରା କି ବର୍ଷା ଭିତରେ କେଉଁଠି ଟିକିଏ ଅଟୋକୁ ଠିଆ କରିଦେବା କଥା। ପାଣି ଟ୍ୟାପରେ କେଉଁଠି ପାଣି ଆସୁଥାଏ ତ କେଉଁଠି ଗୋବର ଘାଣ୍ଟି ହୋଇପଡ଼ିଥାଏ। ଡ୍ରାଇଭରଙ୍କ ବିଶ୍ରାମ ନେବା ଲାଗି କିଛି ବ୍ୟବସ୍ଥା ନାହିଁ। ସେହି ପାଣି ଖୋଜିବା ଓ ବିଶ୍ରାମ ଲାଗି ଜାଗା ଖୋଜିବା ଭିତରେ ଭଡ଼ା ପାଇଁ ଅନଲାଇନରେ ଡାକରା ଆସେ। ପୁଣି ଅଟୋ ଦୌଡ଼େ ବଜାର ଅଭିମୁଖେ ନହେଲେ ଅନ୍ୟ କେଉଁଆଡ଼େ। ପୁଣି ସନ୍ଧ୍ୟା ସାତଟା ହେଲେ ନିଜ ଗାଁ ଆଡ଼ର ପାସେଞ୍ଜର ଖୋଜନ୍ତି। ଘରେ ପହଞ୍ଚିଲା ବେଳକୁ ରାତି ନଅଟା, ଶୋଇଲା ବେଳକୁ ରାତି ଏଗାରଟା। ପୁଣି ସକାଳ ଛଅଟାରେ ଅଟୋ ଷ୍ଟାର୍ଟ ହୁଏ। ଦିନ ଏମିତି ଗଡ଼ି ଚାଲେ।

ଏହା କ’ଣ ସବୁ ଅଟୋ ଚାଳକଙ୍କ ନିୟମିତ କାର୍ଯ୍ୟନିର୍ଘଣ୍ଟ ଯେ ସକାଳ ଛଅରୁ ରାତି ଏଗାର ପର୍ଯ୍ୟନ୍ତ ଅଟୋ ଦୌଡ଼ାନ୍ତି? ଆମ ଡ୍ରାଇଭରଙ୍କ କହିବାର ହେଲା, “ଯଦି ଅନ୍ୟ କିଛି ଚାକିରି କରି ଅଟୋ ଚଳଉଛନ୍ତି ତେବେ ସେମାନଙ୍କ କଥା ଅଲଗା। ନହେଲେ ଆଜିର ପେଟ୍ରୋଲ ଦର, ବଜାର ଦର ସାଙ୍ଗକୁ ପିଲାଙ୍କ ପଢ଼ା ଖର୍ଚ୍ଚ କି ଔଷଦ ଖର୍ଚ୍ଚକୁ ଦେଖିଲେ ଦିନରେ ୧୬ରୁ ୧୭ ଘଣ୍ଟା ପରିଶ୍ରମ ନକଲେ ପରିବାର ଭିକାରୀ ହୋଇଯିବ।”

ଏହି ଲେଖାଟି ଗଲା ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଭେଟିଥିବା ଅଟୋ ଡ୍ରାଇଭରମାନଙ୍କ ସହିତ ବିଭିନ୍ନ ବିଷୟରେ ହୋଇଥିବା ଆଲୋଚନାର କିଛି ଅଂଶ। ସେମାନଙ୍କ ସ୍ଥିତିକୁ ସମସ୍ତଙ୍କ ସାମ୍ନାକୁ ଆଣିବା ଏହି ଲେଖାର ଉଦ୍ଦେଶ୍ୟ।

“ଏବେ ବେଶ ପରିବର୍ତ୍ତନ ଆସିଲାଣି। ଆମକୁ ପୁଲିସଠାରୁ ଆଉ ମାଡ଼ ଖାଇବାକୁ ପଡୁନାହିଁ କି ଆମ ଭିତରେ ଝଗଡ଼ା ଆଉ ହେଉନାହିଁ। ପୁଲିସକୁ ବଟି ଦେବା କମିଯାଇଛି। ଆମ ଅଟୋବାଲା ବି ଯେତେସବୁ ଖରାପ କାମ ପାସେଞ୍ଜରଙ୍କ ସହିତ କରୁଥିଲେ ସେଇଟା ବି କମିଯାଇଛି। ଆମେ ସହରକୁ ଭଲପାଉଛୁ। ସହର ଆମକୁ ଭଲ ପାଉଛି।“

ଅନ୍ୟ ଜଣେ ଅଟୋ ଡ୍ରାଇଭର ତାଙ୍କ ଅଟୋରେ ଯାଉଥିବା ସମୟରେ କହିଥିଲେ। କଥା ଆମର ଲମ୍ବିଥିଲା। ଦୁଃଖ ସୁଖର କଥା, ନିଜର କଥା, ନିଜ ସାଥୀମାନଙ୍କ କଥା। ସେ ନିଜେ ଜଣେ ସିକ୍ୟୁରିଟି ଗାର୍ଡ। ଏକ ହସ୍ପିଟାଲରେ ଡ୍ୟୁଟି କରନ୍ତି। ଆଉଟ ସୋର୍ସିଙ୍ଗରେ ଚାକିରି କରିଛନ୍ତି। ନିଜ କମ୍ପାନୀ ତାହାର ଅଂଶ କାଟି ନେଲା ପରେ ଆକାଉଣ୍ଟକୁ ଆସେ ଦରମା ବାବଦରେ ମାସକୁ ଦଶ ହଜାର ଟଙ୍କା। ସେଥିରେ କ’ଣ ପରିବାର ଚାଲିବ? ବ୍ୟକ୍ତି ଜଣକ ସମୟ ପାଇଲେ ଅଟୋ ଚଲାନ୍ତି। ତାଙ୍କର ଅଭିଯୋଗ ଥାଏ, “ଭଡ଼ା ତାଙ୍କର ହେଉଥିବ ଦଶ କି କୋଡ଼ିଏ ଟଙ୍କା। କିନ୍ତୁ କେତେ ଲୋକ ଜାଣି ଜାଣି ୫୦୦ ଟଙ୍କା ଧରାଇବେ କିଏ ଦୁଇ ଶହ ଟଙ୍କା ଧରାଇବେ। ଆମେ ଘୂରିବୁ ଖୁଚୁରା ଲାଗି। ଛାଡ଼ି ହୁଏ ନାହିଁ କି ଦେଇ ହୁଏ ନାହିଁ। ପୁଣି ସେଠାରୁ ଅଟୋ ଗଡ଼ିଚାଲେ।”

ନୟାଗଡ଼ ନିକଟସ୍ଥ ଶରଣକୁଳ ଅଞ୍ଚଳରେ ତାଙ୍କର ଘର। ସେ କିନ୍ତୁ ରହିଯାଇଛନ୍ତି ଶାସ୍ତ୍ରୀ ନଗର ବସ୍ତିରେ। ପୁଅକୁ ପାଖକୁ ନେଇ ଆସିଛନ୍ତି। ତାଙ୍କ କହିବାରେ, “ଗାଁ ଏବେ ଯୁବକ ଶୂନ୍ୟ ହୋଇଗଲାଣି। ନିର୍ବାଚନ ଆସିଲେ ପୁଣି ସମସ୍ତେ ଏକାଠି ହୁଅନ୍ତି। ମଜା କରନ୍ତି। ପୁଣି ନିର୍ବାଚନ ସରିଗଲେ ଗାଁରେ ବୁଢ଼ାବୁଢ଼ୀଙ୍କୁ ଛାଡ଼ିଦେଇ ସମସ୍ତେ ଚାଲିଯା’ନ୍ତି କିଏ କେରଳ ତ କିଏ ପଞ୍ଜାବ ଆଡ଼କୁ, ଝିଅପୁଅ ସମସ୍ତେ। ଆଗେ ଭୁବନେଶ୍ଵର କାମ ଦେଉଥିଲା। କିଏ ବଢ଼େଇ, କିଏ ପାଇପ କାମ ତ କିଏ ଡ୍ରାଇଭର ହୋଇଛନ୍ତି। ଏବେ ଭୁବନେଶ୍ଵରରେ ଆଉ କାମ ନାହିଁ।”

ଦିନେ ଭୁବନେଶ୍ଁର ସହରରେ ଭୀଷଣ ବର୍ଷା ହେଉଥାଏ। ବର୍ଷା ହେଲେ ଯେମିତି ପାଣି ଜମିଯିବା କଥା ବିଭିନ୍ନ ଛକରେ। ଅଟୋଟିଏ ଭଡ଼ା କରି ଘରକୁ ଫେରୁଥାଏ। ଧଡ଼ କରି ଜଣେ ବାଇକ ଚାଳକ ବାଁ ପଟରୁ କିଛି ହର୍ଣ୍ଣ ନଦେଇ ଦ୍ରୁତ ଗତିରେ ଡାହାଣ ପଟକୁ ମାଡ଼ି ଚାଲିଗଲେ। ଡ୍ରାଇଭର ଆମର ଚମକି ପଡ଼ି ବ୍ରେକ ଲଗାଇଦେଲେ। ଆମେ ପ୍ରାୟ ଓଲଟିବା ଅବସ୍ଥାରୁ ବଞ୍ଚିଗଲୁ। ବାଇକ ଚାଳକ ତ ଫେରାର ହୋଇଯାଇଛନ୍ତି। କାହାକୁ ଦୋଷ ଦେବୁ? ଡ୍ରାଇଭରଙ୍କ ବୟସ ଷାଠିଏ ଉପରେ। ବେଶ ସତର୍କତାର ସହିତ ଏହାପରେ ଅଟୋ ଚଳାଇଲେ।

“ଆପଣ ଏ ବୟସରେ କାହିଁକି ଅଟୋ ଚଳାଉଛନ୍ତି?” ମୁଁ ପ୍ରଶ୍ନ କରିଥିଲି।

ତାଙ୍କର କାହାଣୀ ଆରମ୍ଭ ହୁଏ, “ମୋର ଭଲ ପରିବା ଦୋକାନ ଥିଲା ଏକ ନମ୍ବର ମାର୍କେଟ ପଛରେ। ହଠାତ ଦିନେ ବିଏମସି ଆସି ଦୋକାନ ଭାଙ୍ଗିଦେଲା। ଏଠାରେ ଆଉ ଦୋକାନ କରିପାରିବ ନାହିଁ ବୋଲି ଘୋଷଣା କରିଦେଲା। ନିଜର ଯାହା ଟଙ୍କା ଥିଲା। ବ୍ୟାଙ୍କରୁ ଋଣ କରି ଅଟୋଟିଏ କଲି। ସେହି ଦିନରୁ ଅଟୋ ଚଲାଉଛି। ଗାଁକୁ ଫେରିଗଲେ କିଏ ପଚାରିବ?” ଏହା ତାଙ୍କର ଅନ୍ତିମ କ୍ଷୋଭ।

ସମାଜର ଚିତ୍ର ମିଳିଯାଏ ଏହି ଅଟୋ ଡ୍ରାଇଭରଙ୍କ ଦୈନନ୍ଦିନ ଜୀବନ ମଧ୍ୟରୁ। ସରକାରୀ ନୀତିର ବାସ୍ତବତା ଜଣାପଡ଼େ ସେମାନଙ୍କ କଥାରୁ। ସରକାରଙ୍କ ଆଳୁ ମିଶନ, ପିଆଜ ମିଶନ, ଟମାଟ ମିଶନ, ମାଛ ମିଶନ ସବୁ ଫେଲ ମାରିଲା ପରେ ସେମାନଙ୍କ ଲାଗି ଅଟୋ ଡ୍ରାଇଭର ମିଶନ ବାକି ରହିଥାଏ। ପୁଞ୍ଜି କମ। ପେମେଣ୍ଟ ସାଙ୍ଗେ ସାଙ୍ଗେ ହୋଇଯାଏ। ନିଜର ପରିଶ୍ରମ ଉପରେ ଆୟ ନିର୍ଭର କରିଥାଏ।

ଗାଁର ସ୍ଥିତି ଜାଣିବା ଲାଗି ମୁଁ କିଛି ପଚାରିବା ପରେ ତାଙ୍କର ଉତ୍ତର ଥିଲା: “ପିଲାମାନେ ଦାଦନ ନଯାଇ ଆଉ କିଛି ରାସ୍ତା ଅଛି କି? ଗାଁର ଶୀତଳ ଭଣ୍ଡାର କେବେଠାରୁ ଅଚଳ। ଯିଏ ଯାହା ରଖିଲା ବାହାର କଲା ବେଳକୁ ପଚା। ଇନ୍‌ସୁରାନ୍ସ ପଇସା ମିଳିବାର ନାହିଁ। ଏଲଆଇ ପଏଣ୍ଟ (ଲିଫ୍ଟ ଇରିଗେସନ) ମୂଳରୁ କାମ କରୁନଥିଲା। ଲୋକେ ଚାଷ ଛାଡ଼ିଦେଇ ରାଜ୍ୟ ବାହାରକୁ ଯାଉଛନ୍ତି। ଗୋଟିଏ ଘରେ ଆଠ ଦଶ ଲୋକ ରହୁଛନ୍ତି। ଏକାଠି ରୋଷେଇ କରୁଛନ୍ତି। ମାସକୁ ମାସକୁ ଟଙ୍କା ପଠାଇଲେ ଗାଁର ବୁଢ଼ାବୁଢ଼ୀ ସ୍ତ୍ରୀ ପିଲା ଖାଦ୍ୟ ପାଉଛନ୍ତି।” ନୟାଗଡର ଡ୍ରାଇଭର ଜଣକ ସେଦିନ କହୁଥିଲେ।

ଦିନେ ସଂଯୋଗ ବଶତଃ ଯେଉଁ ଅଟୋ ମୁଁ ପାଏ ତାହାର ଡ୍ରାଇଭର ଥା’ନ୍ତି ଭୁବନେଶ୍ୱର ଅଟୋଚାଳକ ସଂଘର ଅନ୍ୟତମ ସମ୍ପାଦକ। ତାଙ୍କର ପ୍ରଥମ ସର୍ତ୍ତ ଯେ କ୍ୟାସ ପେମେଣ୍ଟ ହେଲେ ସେ ଯିବେ ନହେଲେ ନାହିଁ। ଆମର ଦୀର୍ଘ ଯାତ୍ରା ସହିତ ଆଳାପ ମଧ୍ୟ ବେଶ ଦୀର୍ଘ ହୋଇଗଲା। ସଂଘ ଗଠନ ପରେ ଯେ ପୁଲିସର ଅତ୍ୟାଚାର କମିଛି ଏହା ତାଙ୍କର ପ୍ରଥମ ଯୁକ୍ତି ରହିଲା। ସତ କଥା ମଧ୍ୟ।

“ଆମେ ଭୁବନେଶ୍ୱରକୁ ଆଜି କେତେକ ଜୋନରେ ବାଣ୍ଟିଦେଇଛୁ। ସବୁ ଜୋନର ନିଜସ୍ଵ ହ୍ଵାଟ୍ସ ଆପ ଗୃପ ରହିଛି। ଜୋନର ମୁଖ୍ୟଙ୍କୁ ନେଇ ପୁଣି ଏକ ଗୃପ ଅଛି। ଆମର ଏକ ଅଫିସ ଅଛି ଓ ନିୟମିତ ଜଣେ ପିଲା ସେଠାରେ ନିଯୁକ୍ତି ପାଇଛି। ତାହାର କାମ ହେଲା ଯେ ସେ ସବୁ ହ୍ଵାଟ୍ସ ଆପ ଗୃପକୁ ପ୍ରତି ଦଶ କି ପନ୍ଦର ମିନିଟରେ ଚେକ କରୁଥିବ। କୌଣସି ବି ଡ୍ରାଇଭର କୌଣସି ଅଞ୍ଚଳରେ କିଛି ଅସୁବିଧାରେ ପଡ଼ିଲେ ସାଙ୍ଗେ ସାଙ୍ଗେ ସେହି ପାଖାପାଖି ଅନ୍ୟ ଡ୍ରାଇଭରମାନଙ୍କୁ ସେ ସୂଚନା ଦେବ। ଯେମିତି ତୁରନ୍ତ ସମସ୍ତେ ଏକାଠି ହେବେ ତାହାର ବ୍ୟବସ୍ଥା ଆମେ କରିଛୁ।”

ଅସୁବିଧାରୁ ହିଁ ଜ୍ଞାନ ଆସେ ଓ ସେହି ଜ୍ଞାନ ପୁଣି ଆମକୁ ଆଗକୁ ନେଇଯାଏ। ସମ୍ପାଦକଙ୍କ ଯୁକ୍ତି ହେଲା ଯେ ଆଜିକାଲି କୌଣସି ଅଟୋ ଡ୍ରାଇଭର କିଛି ଖରାପ କାମ କଲେ ପୁଲିସରେ ଅଭିଯୋଗ ପହଞ୍ଚିଲେ ପୁଲିସ ଆମକୁ ପ୍ରଥମେ ଖୋଜୁଛି। ଆମେ ସେହି ଅଞ୍ଚଳରେ କିଏ ସେହି ସମୟରେ ଡ୍ରାଇଭର ଥିଲା ଆମେ ତାକୁ ଖୋଜିବାହାର କରୁଛୁ। ସମସ୍ୟାର ସମାଧାନ ସାଙ୍ଗେ ସାଙ୍ଗେ ହୋଇଯାଉଛି।“ ସେ ବହୁତ ଆଶାବାଦୀ। “ଆଜିକାଲି ଆମର ସଂଘ ବିଭିନ୍ନ ସାମାଜିକ କାମ, ବନ୍ୟାପୀଡ଼ିତଙ୍କୁ ସାହାଯ୍ୟ, କାହାକୁ ଚିକିତ୍ସା କି ପାଠପଢ଼ା ଲାଗି ସହଯୋଗ ଇତ୍ୟାଦି ଅନେକ କାମ କରୁଛି।”

ଅଟୋ ଚାଳକଙ୍କ ଜୀବନ ସମଗ୍ର ଡ୍ରାଇଭର ସମାଜର ଏକ ଛୋଟ ଉଦାହରଣ। ସମସ୍ତଙ୍କର ସ୍ଵାଭିମାନ ଓ ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବାର ଅଧିକାର ରହିଛି। ଆଜି ଜଣକର ଅଧିକାର ଅନ୍ୟ ଲାଗି କର୍ତ୍ତବ୍ୟ ମଧ୍ୟ। ତାହା ହେଲେ ଯାଇ ଏକ ଶାନ୍ତିପୂର୍ଣ୍ଣ ସମାଜଟିଏ ସମ୍ଭବ ହୋଇପାରିବ। ପ୍ରତ୍ୟେକ ଡ୍ରାଇଭରଙ୍କ ସହଜ ଜୀବନ ଲାଗି ସେମାନେ ତିଆରି କରିଥିବା ସଂଘ, ପାଖାପାଖି ସମାଜ ଓ ସମଗ୍ର ରାଷ୍ଟ୍ର ବ୍ୟବସ୍ଥାର ଦାୟିତ୍ଵ ରହିଛି। ଡ୍ରାଇଭରଙ୍କ ଆନୁଷଙ୍ଗିକ ସୁବିଧା ପୂରଣ ଲାଗି ସରକାର ସେମାନଙ୍କ ଦାବିକୁ ସ୍ଵୀକାର କରିନେବେ ବୋଲି ଆଶା କରୁଛି।

ଦେବ ରଞ୍ଜନ

ମୋବାଇଲ : ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story