ଚେତନ ଶର୍ମାଙ୍କ ସେହି ଫୁଲ୍‌ ଟସ୍!

ପାକିସ୍ତାନ ଜିତିବା ପାଇଁ ଶେଷ ବଲରେ ଚାରି ରନ୍ ଆବଶ୍ୟକ କରୁଥିଲା ଏବଂ ବଲକୁ ସାମନା କରିବାକୁ ଷ୍ଟ୍ରାଇକିଂ ଏଣ୍ଡରେ ବ୍ୟାଟିଂ କରୁଥିଲେ ମିଆଁଦାଦ। ସେତେବେଳକୁ ମିଆଁଦାଦ ନିଜର ଶତକ ହାସଲ କରି ସାରିଥିଲେ। ଏତେବେଳକୁ ପାକିସ୍ତାନ କ୍ରିକେଟ୍ ଦଳର କିଛି ଜୁନିୟର କ୍ରିକେଟର କାନ୍ଦିବାକୁ ଲାଗିଲେଣି। ଯେମିତି ହେଉ ମିଆଁଦାଦ ଚୌକାଟିଏ ମାରି ଦକଳୁ ଜିତାଇ ଦିଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିବାକୁ ଲାଗିଲେଣି।

Javed Miandad

Javed Miandad

Debendra Prusty
  • Published: Wednesday, 24 May 2023
  • Updated: 24 May 2023, 06:00 PM IST

News Highlights

  • ଶେଷ ଓଭର୍‌ର ଶେଷ ବଲ୍‌ରେ ଛକା ମାରି ପାକିସ୍ତାନକୁ କେମିତି ଜିତାଇଥିଲେ ଜାଭେଦ ମିଆଁଦାଦ?
  • କପିଲ ଦେବ ଓ ମଦନ ଲାଲ ଥାଉଁ ଥାଉଁ କାହିଁକି ଚେତନ ଶର୍ମା ପକାଇଥିଲେ ଶେଷ ଓଭର?
  • ଚେତନ ଶର୍ମାଙ୍କ ୟର୍କରକୁ କେମିତି ଫୁଲ୍‌ ଟସ୍‌ରେ ପରିଣତ କଲେ ଜାଭେଦ ମିଆଁଦାଦ?

କୁହାଯାଏ ଯେ କ୍ରିକେଟ୍‌ ଇଜ୍‌ ଏ ଗେମ୍‌ ଅଫ୍‌ ଗ୍ଲୋରିୟସ୍‌ ଅନ୍‌ସର୍ଟେଣ୍ଟିଜ୍‌। କ୍ରିକେଟ୍‌ରେ କେତେବେଳେ କଣ ଘଟିବ ତାହା କହିବା ମୁସ୍କିଲ। ଏଣୁ ଏହି ଖେଳକୁ ନେଇ ଭବିଷ୍ୟବାଣୀ କରିବା ସମ୍ଭବ ନୁହେଁ। ତେବେ ଗୋଟିଏ ସମୟ ଥିଲା ଯେଉଁ ସମୟରେ ଶେଷ ବଲରେ ଛଅ ରନ୍ କରିବାର ଅଛି ମାନେ ଆପଣ ନିର୍ଦ୍ୱନ୍ଦରେ ବୋଲିଂ କରୁଥିବା ଦଳ ମ୍ୟାଚ୍ ଜିତିପାରିବ ବୋଲି କହିପାରୁଥିଲେ। ସେତେବେଳେ କଳାତ୍ମକ କ୍ରିକେଟର ଜମାନା ଥିଲା। ପିଚ୍ ବୋଲରମାନଙ୍କୁ ସହାୟତା ଦେଉଥିଲା। ବ୍ୟାଟରମାନେ ଖେଳିଲାବେଳେ ଭଲ ବଲକୁ ସମ୍ମାନ ଦେଇ ଖରାପ ବଲକୁ ଅପେକ୍ଷା କରୁଥିଲେ। କ୍ରିକେଟ ଧୀର ଆଉ କମ୍ ରନ ବିଶିଷ୍ଟ ହେଉଥିଲା। କୌଣସି ଦଳ ପ୍ରଥମେ ବ୍ୟାଟିଂ କରି ୨୫୦ ରନ୍ କଲା ମାତ୍ରେ ତାହାର ଜିତିବା ପ୍ରାୟ ସୁନିଶ୍ଚିତ ବୋଲି ମନେ କରାଯାଉଥିଲା। ତେବେ ଏପରି ଘଟଣାକ୍ରମରେ ଯେତେବେଳେ କୌଣସି ଖେଳାଳୀ ବିପରୀତ ପ୍ରଦର୍ଶନ କରି ପଛରେ ବ୍ୟାଟିଂ କରି ଶେଷ ବଲରେ ଛକ୍କା ମାରି ଦଳକୁ ଜିତାଇ ଦେଉଥିଲା ସେତେବେଳେ ସେ ରାତାରାତି ମହାନାୟକ ପାଲଟି ଯାଉଥିଲା। ଏଭଳି ଏକ ଘଟଣା ଇତିହାସ ପୃଷ୍ଠାରେ ସୁନେଲି ଅକ୍ଷରରେ ଲେଖାଯାଉଥିଲା।

ଛତିଶ ବର୍ଷ ତଳର କଥା। ଭାରତ ଏବଂ ପାକିସ୍ତାନ ଉଭୟ ଶାରଜାହଠାରେ ଅଷ୍ଟ୍ରାଲ-ଏସିଆ କପ୍ ଫାଇନାଲ ଖେଳୁଥିଲେ। ୧୯୮୬ ଏପ୍ରିଲ ୧୮ ତାରିଖର କଥା ଇଏ। ଶାରଜାହା ମୁସଲିମ୍ ବହୁଳ ଅଂଚଳ ହୋଇଥିବାରୁ ପାକିସ୍ତାନକୁ ସବୁବେଳେ ସେଠାରେ ଅଧିକ ସମର୍ଥନ ମିଳେ। ପାକିସ୍ତାନ ସବୁବେଳେ ଶାରଜାହାରେ ଭଲ ପ୍ରଦର୍ଶନ କରେ। ଭାରତ ସହ ଶାରଜାହରେ ଯେତେବେଳେ ବି ପାକିସ୍ତାନ ଖେଳିଛି ସେତେବେଳେ ଭାରତ ଉପରେ ପାକିସ୍ତାନ ଚାପ ପ୍ରୟୋଗ କରିବାରେ ସଫଳ ହୋଇଛି। ଭାରତ ଅନେକ ଥର ପାକିସ୍ତାନଠାରୁ ଶାରଜାହରେ ଲଜ୍ଜାଜନକ ପରାଜୟ ବରଣ କରିଛି।

ଏହି ଟୁର୍ଣ୍ଣାମେଂଟରେ ପାଂଚଟି ଦଳ ଖେଳୁଥାଏ। ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା। ୧୯୮୬ର ଏସିଆ କପ୍ ବିଜେତା ଶ୍ରୀଲଙ୍କା ସିଧା ସଳଖ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥାଏ। ପ୍ରଥମ ରାଉଣ୍ଡରେ ଭାରତ ନିଉଜିଲ୍ୟାଣ୍ଡକୁ ଏବଂ ପାକିସ୍ତାନ ଅଷ୍ଟ୍ରେଲିଆକୁ ହରାଇଥିଲା। ଅଷ୍ଟ୍ରେଲିଆ ଏବଂ ନିଊଜିଲ୍ୟାଣ୍ଡ ପ୍ରଥମରୁ ହାରି ଯାଇଥିଲେ ବି ନିଉଜିଲ୍ୟାଣ୍ଡର ପରାଜୟ ବ୍ୟବଧାନ କମ୍ ଥିବାରୁ ଏହା ପାକିସ୍ତାନ ସହ ସେମିଫାଇନାଲ ଖେଳିଲା। ପାକିସ୍ତାନ ଶୋଚନୀୟ ଭାବେ ନିଉଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଁଚିଲା। ଏପଟେ ଭାରତ ଶ୍ରୀଲଙ୍କାକୁ ସେମିଫାଇନାଲରେ ହରାଇ ଫାଇନାଲରେ ପହଁଚିଲା।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀକାନ୍ତଙ୍କ ୭୫ (୮୦ ବଲ), ଗାଭାସ୍କରଙ୍କର ୯୨(୧୩୪ ବଲ) ଏବଂ ଭେଙ୍ଗସରକାରଙ୍କର ୫୦ (୬୪ ବଲ) ବଳରେ ୨୪୫/୭ ରନର ସ୍କୋର ଠିଆ କଲା। ସେତେବେଳେ ଏହିପରି ସ୍କୋରକୁ ପିଛା କରି ଜିତିବା ବେଶ୍ କଷ୍ଟକର କଥା ବୋଲି ପ୍ରତୀୟମାନ ହେଉଥିଲା। ଲାଗୁଥିଲା ଭାରତ ଜିତିଯିବ। ପାକିସ୍ତାନ ପକ୍ଷରୁ ୱାସିମ୍ ଆକ୍ରମଙ୍କୁ ତିନୋଟି ଏବଂ ଇମ୍ରାନ ଖାଁଙ୍କୁ ଦୁଇଟି ୱିକେଟ୍ ମିଳିଥିଲା। ଅବଦୁଲ କାଦିର ପାଇଥିଲେ ଗୋଟିଏ ୱିକେଟ୍।

ପାକିସ୍ତାନର ଆରମ୍ଭ ଭଲ ନଥିଲା। ୬୧ ରନ ଭିତରେ ଦଳ ମୁଦାସର ନଜର, ରମିଜ ରାଜା ଏବଂ ମୋହସିନ ଖାଁଙ୍କ ୱିକେଟ୍ ହରାଇ ସାରିଥିଲା। କେବଳ ଜାଭେଦ ମିଆଁଦାଦ ଭାରତୀୟ ବୋଲରମାନଙ୍କର ଭରପୂର ମୁକାବିଲା କରୁଥିଲେ। ସଲିମ୍ ମଲିକ୍ ଏବଂ ଅବଦୁଲ କାଦିରଙ୍କ ସହାୟତାରେ ସେ ଦଳର ସ୍କୋରକୁ ୧୮୧ ଯାଏ ପହଁଚାଇଦେଲେ। ମିଆଁଦାଦ ଖେଳି ଚାଲିଥିଲେ ଏବଂ ଦଳ ଅନ୍ୟପଟେ ୱିକେଟ ହରାଇ ଚାଲିଥିଲା। ୨୪୧ ଭିତରେ ଦଳ ହରାଇ ସାରିଥିଲା ଇମ୍ରାନ ଖାନ୍, ମନଂଜୁର ଇଲ୍ଲାହୀ, ୱାସିମ୍ ଆକ୍ରମ ଏବଂ ଜୁଲକାରନେନଙ୍କ ୱିକେଟ୍। ଭାରତ ଏବଂ ବିଜୟ ଭିତରେ କେବଳ ମିଆଁଦାଦ ହିଁ ପ୍ରାଚୀର ହୋଇ ଠିଆହୋଇ ଥାଆନ୍ତି।

ଶେଷରେ ଆସିଲା ସେହି ବହୁ ପ୍ରତୀକ୍ଷିତ ଶେଷ ଓଭର। ୧୯ ବର୍ଷିୟ ଚେତନ ଶର୍ମାଙ୍କୁ ସେହି ଓଭର ବୋଲିଂ କରିବାକୁ ସୁଯୋଗ ମିଳିଲା। ମଦନ ଲାଲ ଏବଂ କପିଲ ଦେବଙ୍କ ପରି ବୋଲର ନିଜର ୧୦ ଓଭର କୋଟା ପୂରଣ କରି ସାରିଥାଆନ୍ତି। ମନିନ୍ଦର ସିଂ ବି ନିଜର କୋଟା ପୂରଣ କରି ସାରିଥାଆନ୍ତି। ଚେତନଙ୍କ ପରି ନବାଗତଙ୍କୁ ଏ ଓଭର ଦେବା ଛଡ଼ା କପିଲ ଦେବଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା।

ଚେତନ ଶର୍ମା ଭାରତର ଅନ୍ୟତମ ପ୍ରଭାବଶାଳୀ ବୋଲରଙ୍କ ମଧ୍ୟରେ ସେତେବେଳେ ଅନ୍ୟତମ ଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ଅର୍ନ୍ତଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ୧୮ ବର୍ଷ ୨୮୮ ଦିନରେ ନିଜ ଜୀବନର ପ୍ରଥମ ଟେଷ୍ଟ ଖେଳିଥିଲେ। ସେ ନିଜ କ୍ରିକେଟ କ୍ୟାରିୟରରେ ପ୍ରାୟ ପାଂଚ ବର୍ଷ କପିଲ ଦେବଙ୍କର ଓପନିଂ ବଲ ବୋଲିଂ ପାର୍ଟନର ଥିଲେ। ୧୯୮୩ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୮୪ରେ ପାକିସ୍ତାନ ବିପକ୍ଷରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ଦୁର୍ବଳ ସ୍ୱାସ୍ଥ୍ୟ ଏବଂ କମ୍ ଉଚ୍ଚତାକୁ ନେଇ ଯେ ସେ ଅଧିକ ଦିନ କ୍ରିକେଟ ଖେଳିପାରିବେ ସେ ନେଇ ଅନେକଙ୍କର ସଂଶୟ ଥିଲା। ତେବେ ସେ ସମସ୍ତ ସଂଶୟକୁ ଭୁଲ ପ୍ରମାଣିତ କରି ଚେତନ ଶର୍ମା ପ୍ରାୟ ଏକ ଦଶନ୍ଧି ଧରି ଉଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ କ୍ରିକେଟ୍ ଖେଳିଥିଲେ।

ଚେତନ ଶର୍ମା ମ୍ୟାଚକୁ ଶେଷ ବଲଯାଏ ନେଇ ଆସିଲେ। ଶେଷ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୧୧ ରନ ଆବଶ୍ୟକ ଥିଲା। ଚେତନ ଶର୍ମାଙ୍କ ପ୍ରଥମ ବଲ ଲଙ୍ଗ ଅଫ ବାଉଣ୍ଡାରୀ ଆଡ଼କୁ ମାରି ମିଆଁଦାଦ ଦୁଇ ରନ ସଂଗ୍ରହ କରିବାକୁ ଚେଷ୍ଟା କଲେ। ସେ ନିଜେ ଷ୍ଟ୍ରାଇକର ଏଣ୍ଡରେ ପହଁଚି ଗଲେ ମଧ୍ୟ ନନ୍ ଷ୍ଟ୍ରାଇକର ଏଣ୍ଡରେ ୱାସିମ୍ ଆକ୍ରମ ରନ୍ ଆଉଟ୍ ହେଲେ। ଓଭରର ଦ୍ୱିତୀୟ ବଲରେ ମିଆଁଦାଦ ଚୌକା ମାରିଲେ ମଧ୍ୟ ତୃତୀୟ ବଲରେ ମାତ୍ର ଗୋଟିଏ ରନ୍ ସଂଗ୍ରହ କରିପାରିଲେ। ଚତୁର୍ଥ ବଲରେ ଜୁଲକେରନନ୍ ଚେତନ ଶର୍ମାଙ୍କ ବଲରେ ବୋଲ୍ଡ ହେବା ବେଳକୁ ପାକିସ୍ତାନ ଆଉ ଦୁଇ ବଲରେ ପାଂଚ ରନ ଆବଶ୍ୟକ କରୁଥିଲା।

ପଂଚମ ବଲରେ ତୌସିଫ ଅହମ୍ମଦ ଦୌଡ଼ି କରି ଗୋଟିଏ ରନ୍ ସଂଗ୍ରହ କଲେ। ଆଝାରୁଦ୍ଦିନ ଏହିଠି ଶେଷ ବ୍ୟାଟରଙ୍କୁ ଆଉଟ୍ କରିବାର ସୁଯୋଗ ନଷ୍ଟ କଲେ। ବୋଧହୁଏ ଆଝାରୁଦ୍ଦିନ୍ ଆଉଟ୍ କରିପାରିଥିଲେ ଦଳ ଅଷ୍ଟ୍ରେଲେସିଆ କପ୍ ଜିତିପାରିଥାଆନ୍ତା ଆଉ ଚେତନ ଶର୍ମା ଆଜୀବନ ନିଜକୁ କଷ୍ଟ ଦେଉଥିବା ଗୋଟିଏ ମୂହୂର୍ତ୍ତରୁ ରକ୍ଷା କରିପାରିଥାନ୍ତେ।

ଚେତନ ଶର୍ମା ୟର୍କର ପକାଇବାକୁ ଚେଷ୍ଟା କରି ବୋଲିଂ ରନ ଅପରେ ଦୌଡ଼ି ଆସିଲେ। ମିଆଁଦାଦ ନିଜ ଆତ୍ମଜୀବନୀରେ ଲେଖିଛନ୍ତି, “ମୁଁ ଜାଣିଥିଲି ଯେ ଚେତନ ୟର୍କର ପକାଇବେ, ତେଣୁ ମୁଁ ପ୍ରଥମରୁ ହିଁ କ୍ରିଜ୍ ବାହାରେ ଠିଆ ହୋଇଥିଲି। କାରଣ ଏପରି କଲେ ୟର୍କର ବଲକୁ ଫୁଲ୍‌ ଟସ୍‌ରେ ପରିବର୍ତ୍ତନ କରି ମନଇଚ୍ଛା ସଟ୍ ଖେଳି ହୁଏ। ବିଚରା ଚେତନ ଏକଥା ଜାଣି ପାରିନଥିଲେ।’’

ଚେତନଙ୍କ ୟର୍କରକୁ ଫୁଲ୍‌ ଟସ୍‌ରେ ପରିବର୍ତ୍ତନ କରି ମିଆଁଦାଦ ଏକ ବିଶାଳ ଛକ୍କା ମାରି ପାକିସ୍ତାନକୁ ଏକ ଅବିଶ୍ୱସନୀୟ ବିଜୟ ଦେଲେ। ଅଠର ବର୍ଷୀୟ ଚେତନଙ୍କ ପାଇଁ ଏହି ଛକ୍କା ବେଶ୍ ମହଙ୍ଗା ପଡ଼ିଲା। କାରଣ ସେତେବେଳେ ଶେଷ ବଲରେ ଛକ୍କା ମାରି ଦଳକୁ ବିଜୟୀ କରାଇବା ଏକ ଅବିଶ୍ୱସନୀୟ ବ୍ୟାପାର ଥିଲା। ଏହା ସେତେବେଳେ ବେଶ୍ ଚହଳ ସୃଷ୍ଟି କରିଥିଲା। ପାକିସ୍ତାନ ଏହି ବିଜୟ ଫଳରେ ନିଜର ପ୍ରଥମ ଏକଦିବସୀୟ ଟ୍ରଫି ଜିତିପାରିଥିଲା। ଯେଉଁ ବ୍ୟାଟ୍‌ରେ ମିଆଁଦାଦ ଛକ୍କା ମାରିଲେ ତାହା ୱାସିମ୍ ଆକ୍ରମଙ୍କର ଥିଲା ବୋଲି ପଛରେ ଜଣାପଡ଼ିଲା।

ଏହି ମ୍ୟାଚ୍‌ରେ ୧୦୦ ଓଭର ବୋଲିଂ ହୋଇଥିଲେ ବି ଶେଷ ବଲଯାଏ ମ୍ୟାଚ୍‌ର ଫଳାଫଳ କାହା ସପକ୍ଷରେ ଯିବ ତାହା କହିବା ମୁସ୍କିଲ୍ ଥିଲା। ପାକିସ୍ତାନ କେବଳ ଏହି ମ୍ୟାଚ୍ ଏବଂ ଟୁର୍ଣ୍ଣାମେଂଟ ଜିତି ନ ଥିଲା ବରଂ ଭାରତୀୟ ଖେଳାଳୀଙ୍କ ଉପରେ ମନସ୍ତାତ୍ତ୍ୱିକ ବିଜୟ ହାସଲ କରିଥିଲା। ଅନେକ ବର୍ଷ ଯାଏଁ ଭାରତୀୟ କ୍ରିକେଟ୍ ସହ ଜଡ଼ିତ ଅନେକ ବ୍ୟକ୍ତି ଏହି ଛକ୍କାର ଦୁଃଖଦ ଅନୁଭୂତିକୁ ବିଦାକରି ସହଜ ହୋଇ ପାରିନଥିଲେ। ଏହି କାରନାମାର ଅନେକ ବର୍ଷ ପରେ ଯେତେବେଳେ ବି ଶେଷ ବଲରେ ଛକ୍କାକୁ ନେଇ ଆଲୋଚନା ହୁଏ ସେତେବେଳେ ଚେତନ ଶର୍ମାଙ୍କ ଫୁଲ୍‌ଟସ୍ ଉପରେ ମିଆଁଦାଦଙ୍କ ପ୍ରହାରକୁ ନେଇ ଆଲୋଚନା ହୁଏ।

ଏହି ୟର୍କର ପକାଇବାରେ ବିଫଳ ହେବା ଯେମିତି ଚେତନ ଶର୍ମାଙ୍କ ପାଇଁ ଦୁଃସ୍ୱପ୍ନ ପାଲଟି ଯାଇଥିଲା। ପରେ ସେ ବିଶ୍ୱକପରେ ପ୍ରଥମ ଭାରତୀୟ ଭାବେ ହାଟ୍ରିକ ନେବାର ଗୌରବ ଅର୍ଜନ କରିଥିଲେ ବି ଲୋକେ ତାଙ୍କୁ ଏହି ବିଫଳ ୟର୍କର ଏବଂ ଶେଷ ବଲରେ ଛକ୍କା ପାଇଁ ମନେ ରଖିଲେ। ତାଙ୍କୁ ଏ ନେଇ ବାରବାର ପ୍ରଶ୍ନ କରାଗଲା। ତାଙ୍କୁ ଏହି ମାନସିକ ଦୁଃସ୍ଥିତିରୁ ବାହାରି ଆସିବାକୁ ଅନେକ ବର୍ଷ ଲାଗିଗଲା। ଏଇଥିରୁ ବୁଝାପଡ଼େ ଯେ କ୍ରିକେଟ୍‌ରେ ଗୋଟିଏ ଭଲ କିମ୍ବା ଖରାପ ବଲ କେବଳ ମ୍ୟାଚ୍‌ର ସ୍ଥିତି ନିର୍ଣ୍ଣୟ କରେ ନାହିଁ, ଖେଳାଳୀର ମାନସିକତାକୁ ମଧ୍ୟ ଦୀର୍ଘକାଳୀନ ସୂତ୍ରରେ ପ୍ରଭାବିତ କରିଥାଏ। ଏହି ମ୍ୟାଚ ମିଆଁଦାଦଙ୍କୁ ରାଷ୍ଟ୍ରୀୟ ଆଇକନ୍‌ର ମର୍ଯ୍ୟାଦା ପ୍ରଦାନ କରିଥିବାବେଳେ ଭାରତୀୟଙ୍କ ପାଇଁ ବେଶ୍ ଯନ୍ତ୍ରଣାଦାୟକ ସ୍ମୃତି ଆଣି ଦେଇଥିଲା।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story