ବଙ୍ଗଳା ଲଢ଼େଇର ବିଜୟ ସନ୍ଦେଶ

ରବି ନାରାୟଣ ପଣ୍ଡା ଲମ୍ବା ସମୟ ଧରି ପଶ୍ଚିମବଙ୍ଗ ନିର୍ବାଚନ ରାଷ୍ଟ୍ରୀୟ ଗଣମାଧ୍ୟମରେ ଛାଇ ହୋଇ ରହିଛି। ଅନେକ ଦଳ ଓ ସଂଗଠନ ନିଜର ବିଚାର ଆଧାରରେ ନିର୍ବାଚନକୁ ପ୍ରଭାବିତ କରିବାକୁ ପ୍ରଚେଷ୍ଟା କରିଥିଲେ। ବୈଚାରିକ ମୈଦାନରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଭିତରେ ଲଢେଇ ଅଧିକ ତୀବ୍ର ଥିଲା। କେବଳ ଏହି ଦୁଇ ଦଳ ସମ୍ମୁଖ ସମରରେ ଅବତୀର୍ଣ୍ଣ ହୋଇ ନଥିଲେ ବରଂ ସେମାନଙ୍କ ସହଯୋଗୀ ଶତାଧିକ ସଂଗଠନ ମଧ୍ୟ ନିର୍ବାଚନ ମୈଦାନକୁ […]

Mamata

Debendra Prusty
  • Published: Wednesday, 05 May 2021
  • , Updated: 05 May 2021, 06:20 PM IST

ରବି ନାରାୟଣ ପଣ୍ଡା

ଲମ୍ବା ସମୟ ଧରି ପଶ୍ଚିମବଙ୍ଗ ନିର୍ବାଚନ ରାଷ୍ଟ୍ରୀୟ ଗଣମାଧ୍ୟମରେ ଛାଇ ହୋଇ ରହିଛି। ଅନେକ ଦଳ ଓ ସଂଗଠନ ନିଜର ବିଚାର ଆଧାରରେ ନିର୍ବାଚନକୁ ପ୍ରଭାବିତ କରିବାକୁ ପ୍ରଚେଷ୍ଟା କରିଥିଲେ। ବୈଚାରିକ ମୈଦାନରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଭିତରେ ଲଢେଇ ଅଧିକ ତୀବ୍ର ଥିଲା। କେବଳ ଏହି ଦୁଇ ଦଳ ସମ୍ମୁଖ ସମରରେ ଅବତୀର୍ଣ୍ଣ ହୋଇ ନଥିଲେ ବରଂ ସେମାନଙ୍କ ସହଯୋଗୀ ଶତାଧିକ ସଂଗଠନ ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲେଇ ପଡ଼ିଥିଲେ। ତଥାକଥିତ କୃଷକ ନେତା ରାକେଶ ଟୀକାୟତଙ୍କ ଠାରୁ ଆରମ୍ଭ କରି ତେଜସ୍ୱୀ ଯାଦବ ପର୍ଯ୍ୟନ୍ତ ଅନେକ ଏନ୍‌ଜିଓ, ସାମାଜିକ ସଂଗଠନ ଓ ରାଜନୈତିକ ଦଳ ଯୁଦ୍ଧଂ ଦେହି ମାନସିକତାରେ ନିର୍ବାଚନ ଲଢ଼ିଥିଲେ। ଗୋଟିଏ ପକ୍ଷ ନିଜକୁ ନିଜ ସଂଜ୍ଞାରେ ଧର୍ମନିରପେକ୍ଷ ମଂଚ ଭାବରେ ଅଭିହିତ କରି ଥିବା ବେଳେ ଅନ୍ୟପକ୍ଷ ନିଜକୁ ରାଷ୍ଟ୍ରୀୟ ଶକ୍ତି ଭାବରେ ଅଭିହିତ କରିଥିଲେ।

ତୃଣମୂଳ କଂଗ୍ରେସ ଲଗାତାର ପାଂଚ ବର୍ଷ ଧରି ରୋହିଙ୍ଗିୟା, ବାଂଲାଦେଶୀ ଅନୁପ୍ରବେଶକାରୀ ଓ କଠୋର ପନ୍ଥୀ ଇସଲାମ ନେତା ଓ କର୍ମୀମାନଙ୍କୁ ସୁରକ୍ଷା ଦେଇ ଆସିଥିଲା। ନିର୍ବାଚନ ମଧ୍ୟ ସେହି ଆଧାରରେ ଲଢ଼ିଲା। ନିର୍ବାଚନ ପ୍ରଚାର ରଣନୀତିରୁ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା। ଅନେକ ମୁସଲିମ ଲୋକଙ୍କୁ ନିର୍ବାଚନରେ ଟିକେଟ ପ୍ରଦାନ କରିଥିଲା। ବଙ୍ଗଳାର ଅସ୍ମିତାକୁ ନେଇ ମଧ୍ୟ ମମତା ବାନାର୍ଜୀ ଜୋରଦାର ଭାଷଣ ଦେଇଥିଲେ।

ଭାରତୀୟ ଜନତା ପାର୍ଟି ଦୀର୍ଘ ୭୫ ବର୍ଷ ଧରି ହିନ୍ଦୁମାନଙ୍କ ଉପରେ ହୋଇଥିବା ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଅତ୍ୟାଚାର ବିଷୟ ଉତ୍‌ଥାପନ କରିଥିଲା। ପଶ୍ଚିମବଙ୍ଗରେ ଚାଲିଥିବା ଦେଶ ବିରୋଧୀ ଗତିବିଧିକୁ ନିର୍ବାଚନରେ ମୁଖ୍ୟ ବିଷୟ କରିଥିଲା। ବଙ୍ଗଳାର ସମସ୍ୟା ଦେଶର ସମସ୍ୟା  ଓ ଦେଶର ସମସ୍ୟା ବଙ୍ଗଳାର ସମସ୍ୟା ଏପରି ବିଚାରକୁ ନେଇ ନେତାଙ୍କ ଭାଷଣ ଶୁଣିବାକୁ ମିଳିଥିଲା।

ନିର୍ବାଚନରେ ଉଭୟ ଦଳର ନେତାଙ୍କଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ପରିଣାମ ମଧ୍ୟ ସେହି ଦୁଇ ଦଳଙ୍କ ସପକ୍ଷରେ ଗଲା। ନିଜକୁ ଅସଲି ଧର୍ମ ନିରପେକ୍ଷ ଦଳ ଭାବରେ ଚିତ୍ରଣ କରୁଥିବା କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ସମାପ୍ତ ହୋଇଗଲା। ସାମ୍ୟବାଦ ଅପ୍ରାସଙ୍ଗିକ ହୋଇଗଲା। ତୃଣମୂଳ କଂଗ୍ରେସ ନିଜର ଆସନ ସଂଖ୍ୟା ୨୦୯ରୁ ୨୧୩କୁ ଅର୍ଥାତ ପାଖାପାଖି ୨% ବଢ଼େଇବାରେ ସଫଳ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ୩ରୁ ୭୭ ଅର୍ଥାତ ପାଖାପାଖି ୨୬୦% ଆସନ ବଢ଼ାଇବାରେ ସଫଳ ହୋଇଛି। ଚଳିତ ନିର୍ବାଚନରେ ପ୍ରକୃତରେ କିଏ ବିଜୟୀ ହୋଇଛି ପରିସଂଖ୍ୟାନରୁ ସ୍ପଷ୍ଟ ପ୍ରମାଣିତ ହେଉଛି।

ପ୍ରସିଦ୍ଧ ଆମେରିକା ପତ୍ରକାର ଜନେଟ ଲେଭି ସଦ୍ୟ ପ୍ରକାଶିତ ତାଙ୍କର ପ୍ରବନ୍ଧରେ ବଙ୍ଗଳା ହିଂସା ଉପରେ ଏକ ତଥ୍ୟାତ୍ମକ ସମୀକ୍ଷା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, କାଶ୍ମୀର ପରେ ପଶ୍ଚିମବଙ୍ଗ ସାମାଜିକ ସଂଘର୍ଷ ଆଡ଼କୁ ଆଗଉଛି। ବଙ୍ଗଳା ବହୁତ ଶୀଘ୍ର ଏକ ଇସ୍ଲାମିକ ଦେଶ ହେବାକୁ ଯାଉଛି। ଦେଶର ବିଭାଜନ ସମୟରେ ମୁସଲିମ ଜନସଂଖ୍ୟା ୧୨% ଥିଲା, ଆଜି ତାହା ୨୭%ରେ ପହଁଚିଛି। ଯାହା ମୋଗଲସ୍ଥାନ ସ୍ୱପ୍ନକୁ ସାକାର କରିବାକୁ ଯାଉଛି। ମମତା ବାନାର୍ଜୀ ସମ୍ଭବତଃ ଏପରି ଷଡ଼ଯନ୍ତ୍ରର ଉପକରଣ ସାଜିଛନ୍ତି। ପ୍ରତ୍ୟେକ ନିର୍ବାଚନରେ ତୃଣମୂଳ କଂଗ୍ରେସ ତାର ଆସନ ସଂଖ୍ୟା ଲଗାତାର ଭାବେ ବଢ଼େଇ ଚାଲିଛି। କ୍ରମାଗତ ଭାବରେ ମୁସଲିମ ଭୋଟ ବ୍ୟାଙ୍କ ଉପରେ ନିର୍ଭରଶୀଳତା ବଢ଼ି ବଢ଼ି ଚାଲିଛି। ସରକାର ଉପରେ ସେମାନଙ୍କ ପ୍ରଭାବ ମଧ୍ୟ ବଢ଼ି ଚାଲିଛି।

ଏହା ସତ୍ୟ ଯେ କଠୋରପନ୍ଥୀ ଇସଲାମ ଓ ଆନ୍ଦୋଳନଜୀବୀମାନଙ୍କ ଯୋଜନା ତୃଣମୂଳ କଂଗ୍ରେସକୁ ଆଧାର କରି ଆଗାମୀ ପାଂଚ ବର୍ଷ ପାଇଁ କ୍ଷମତା ଦଖଲ କରିବାରେ ସଫଳ ହୋଇଛି। କିନ୍ତୁ ଗତ ନିର୍ବାଚନରେ ରାଷ୍ଟ୍ରୀୟ ଶକ୍ତି ଅନେକାଂଶରେ ସଂଗଠିତ ହେବାର ସଫଳ ହୋଇଛନ୍ତି। ଅସହାୟ ସଜ୍ଜନ ଶକ୍ତି ପ୍ରଥମ କରି ସାହସ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି। ଭାରତୀୟ ଜନତା ପାର୍ଟିକୁ ପାଥେୟ କରି ଗୋଟିଏ କ୍ଷୀଣ ସ୍ରୋତ ମହାସ୍ରୋତରେ ପରିଣତ ହୋଇଛି। ଅନେକ ବର୍ଷ ଧରି ପାଶବିକ ଅତ୍ୟାଚାର ଆଧାରରେ ଯାହାକୁ ଅବଦମିତ କରି ରଖାଯାଇଥିଲା ତାହା ଏବେ ଆତ୍ମ ପ୍ରକାଶ କରିଛି। ନିର୍ବାଚନ ପୂର୍ବରୁ ହତ୍ୟା ଓ ବଳାତ୍କାର ଚାଲୁଥିଲା ସମ୍ଭତଃ ଆଗାମୀ ପାଂଚ ବର୍ଷ ଚାଲିବ। ସବୁ ଦୃଷ୍ଟିରୁ ବିଚାର କଲେ ଏହି ନିର୍ବାଚନରେ ମମତାଙ୍କ ବିଜୟ ହୋଇପାରେ କିନ୍ତୁ ପଶ୍ଚିମବଙ୍ଗର ପରାଜୟ ହୋଇଛି।

(ବି.ଦ୍ର-ଏହି ଆଲେଖ୍ୟରେ ଦିଆଯାଇଥିବା ମତାମତ ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ୱ। ଏହି ମତ ସହିତ ଓଡ଼ିଶା ରିପୋର୍ଟରର କୌଣସି ସଂପର୍କ ନାହିଁ କି ଏଥିପାଇଁ ଓଡ଼ିଶା ରିପୋର୍ଟର ଦାୟୀ ନୁହେଁ।)

ସାଲ, ଅଡା, ବାଲେଶ୍ୱର

ମୋ-୯୪୩୯୪୬୬୬୬୩

Related story