ଗୋପାଳପୁର-ଜୟପୁର କରିଡର ନେଇ ଚିନ୍ତା

ସଡ଼କ ପଥରେ ଗୋପାଳପୁର ବନ୍ଦରରୁ ଗଜପତି, ରାୟଗଡ଼ା ଦେଇ କୋରାପୁଟ ଜିଲ୍ଲାର ଜୟପୁର ପର୍ଯ୍ୟନ୍ତ ଅର୍ଥନୈତିକ କରିଡର୍ ଆବଶ୍ୟକତା ଥିଲେ ମଧ୍ୟ ଏହା ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ୱାରା ଯେଉଁ ଭାବରେ କରାଯାଉଛି ସେଥିରେ ଏହି ସବୁ ଅଞ୍ଚଳଗୁଡ଼ିକରେ ରହୁଥିବା ନିରୀହ ଜନସାଧାରଣ ଓ ବିଶେଷ ଭାବରେ ଆଦିବାସୀମାନଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ପ୍ରଥମେ ଆଲୋଚିତ ହେବା ଆବଶ୍ୟକ।

Gopalpur Port

Gopalpur Port

Debendra Prusty
  • Published: Monday, 09 December 2024
  • Updated: 09 December 2024, 01:06 PM IST

Sports

Latest News

ରବି ଦାସ

ଓଡ଼ିଶାରେ ଗତ ନିର୍ବାଚନରେ ବିଜେପି କ୍ଷମତାସୀନ ହେଲା ପରେ କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଧାରଣା ସୃଷ୍ଟି କରାଯାଇଛି ଯେ, ପୂର୍ବ ଭାରତ ଅଭିବୃଦ୍ଧି ବା ବିକାଶର ଓଡ଼ିଶା ଇଞ୍ଜିନ୍ ଭାବେ କାମ କରିବ। ସେହିପରି ଦେଖିବାକୁ ଗଲେ ଗତ ୪-୫ ବର୍ଷ ଭିତରେ ପୂର୍ବ ଭାରତର ଅନ୍ୟ ଯେକୌଣସି ରାଜ୍ୟ ଅପେକ୍ଷା ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ହୋଇଛି। ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ ଯୋଗୁ ଓଡ଼ିଶାକୁ ଖଣି କ୍ଷେତ୍ରରେ ବା ଖଣି ଭିତ୍ତିକ ଶିଳ୍ପ କ୍ଷେତ୍ରରେ ବିନିଯୋଗ ବଢ଼ିଛି। ବାସ୍ତବରେ ଏହି ବିନିଯୋଗ ଧାରା ଗତ ୧୦ ବର୍ଷ ହେଲା ଚାଲିବା ଭିତରେ ଓଡ଼ିଶାର ସାମୂହିକ ଅଭିବୃଦ୍ଧି ଓ ଲୋକମାନଙ୍କର ମୁଣ୍ଡପିଛା ଆୟ ବଢ଼ିଥିଲେ ମଧ୍ୟ ଏହା ଜାତୀୟ ହାରଠାରୁ ବହୁ ପଛରେ ରହିଛି।

ଓଡ଼ିଶାରୁ ଦାଦନ ଶ୍ରମିକ ଭାବରେ ଯେଉଁମାନଙ୍କର ବାସ୍ତବାରେ ସେପରି କୌଣସି ବିଶେଷ ଦକ୍ଷତା ନାହିଁ, ସେମାନେ ଅଣସଂଗଠିତ କ୍ଷେତ୍ରରେ ମଜୁରିଆ ଭାବେ କାମ କରିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଓଡ଼ିଶାରେ ଖଣି କ୍ଷେତ୍ରରୁ ଲକ୍ଷଲକ୍ଷ କୋଟି ଟଙ୍କାର ଖଣିଜ ପଦାର୍ଥ ଉତ୍ତୋଳିତ ହେଉଥିଲେ ମଧ୍ୟ ଓଡ଼ିଶାର ଶ୍ରମିକମାନଙ୍କୁ ଏଥିରେ ନିଯୁକ୍ତି ମିଳୁନାହିଁ। ଅତ୍ୟାଧୁନିକ ବୈଜ୍ଞାନିକ ଯନ୍ତ୍ରପାତି ସାହାଯ୍ୟରେ ଏହିସବୁ ଉତ୍ତୋଳନ କରାଯାଉଛି, ଯେଉଁଠାରେ ଶ୍ରମ ଶକ୍ତିର ଆବଶ୍ୟକତା ବିଶେଷ ପଡୁନାହିଁ। ଉତ୍ତୋଳିତ ଖଣିଜ ପଦାର୍ଥ ମଧ୍ୟରୁ ରାଜ୍ୟରେ ମାତ୍ର କିଛି ଅଂଶ ବ୍ୟବହୃତ ହେଉଥିବା ସମୟରେ ଅଧିକାଂଶ ଖଣିଜ ପଦାର୍ଥ ବିଦେଶକୁ ଯାଉଛି ବା ଅନ୍ୟରାଜ୍ୟର ଶିଳ୍ପ ପାଇଁ ଯାଉଛି। ତେଣୁ ଏହିସବୁ ଖଣିଜ ପଦାର୍ଥର ପରିବହନ ପାଇଁ ଉଭୟ ରେଳ ଓ ସଡ଼କ ବିନିଯୋଗ ବଢ଼ାଇବା ଜରୁରୀ ହୋଇପଡୁଥିବାର ଲକ୍ଷ୍ୟ କରାଯାଉଛି। ରେଳ ବିଭାଗ ଏକ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ରାଜ୍ୟରେ ରେଳ ପ୍ରସାରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ବାସ୍ତବରେ ଦେଖିଲେ ରେଳ ସଂଯୋଗୀକରଣରେ ଓଡ଼ିଶା ଜାତୀୟ ହାରଠାରୁ ବରାବର ପଛରେ ରହିଆସିଛି। ଯଦିଓ ଓଡ଼ିଶାରେ ନବେ ଦଶକ ଶେଷ ଭାଗରେ ଆରମ୍ଭ କରାଯାଇଥିବା ପୂର୍ବତଟ ରେଳ ଜୋନ୍ ସାରା ଦେଶରେ ରେଳ କ୍ଷେତ୍ରରୁ ହେଉଥିବା ଆୟରେ ପ୍ରଥମ ସ୍ଥାନରେ ରହିଛି। ଅର୍ଥାତ୍ ରେଳ ବିଭାଗ ଓଡ଼ିଶାରେ ରେଳ ସଂପ୍ରସାରଣ କରିବା ଦ୍ୱାରା ମୋଟାମୋଟି ସାମୂହିକ ଭାବରେ ଦେଖିଲେ କେବେ ବି କ୍ଷତିଗ୍ରସ୍ତ ହେବନାହିଁ। ମୟୂରଭଞ୍ଜ ଜିଲ୍ଲାଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ ଯେଉଁ ନୂଆ ରେଳ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି ସେଗୁଡ଼ିକ ରାଜ୍ୟର ବିକାଶରେ ନିଶ୍ଚିନ୍ତ ସହାୟକ ହେବ। ତଥାପି କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ଅର୍ଥନୈତିକ କରିଡର୍ ବିଷୟ ଏପର୍ଯ୍ୟନ୍ତ ବିଚାରକୁ ନେଇନାହାନ୍ତି। କିନ୍ତୁ ଏହି ସମୟରେ ଗୋପାଳପୁର ବନ୍ଦରରୁ ରାୟଗଡ଼ା ଦେଇ ଜୟପୁର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅର୍ଥନୈତିକ କରିଡର୍ ସଡ଼କ ପଥରେ ନିର୍ମାଣ କରିବା ପାଇଁ ଆଦାନି ଗ୍ରୁପ୍ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଓଡ଼ିଶା ସରକାର ଗ୍ରହଣ କରିବା ପାଇଁ ରାଜି ହେଉଥିବା ବିଷୟ ସାଧାରଣରେ ସ୍ୱାଭାବିକ ଭାବରେ ଅନେକ ପ୍ରଶ୍ନ ଉତ୍ଥାପନ କରୁଛି।

ସଡ଼କ ପଥରେ ଗୋପାଳପୁର ବନ୍ଦରରୁ ଗଜପତି, ରାୟଗଡ଼ା ଦେଇ କୋରାପୁଟ ଜିଲ୍ଲାର ଜୟପୁର ପର୍ଯ୍ୟନ୍ତ ଅର୍ଥନୈତିକ କରିଡର୍ ଆବଶ୍ୟକତା ଥିଲେ ମଧ୍ୟ ଏହା ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ୱାରା ଯେଉଁ ଭାବରେ କରାଯାଉଛି ସେଥିରେ ଏହି ସବୁ ଅଞ୍ଚଳଗୁଡ଼ିକରେ ରହୁଥିବା ନିରୀହ ଜନସାଧାରଣ ଓ ବିଶେଷ ଭାବରେ ଆଦିବାସୀମାନଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ପ୍ରଥମେ ଆଲୋଚିତ ହେବା ଆବଶ୍ୟକ। ଆଦାନି ଗୋଷ୍ଠି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଟି ‘ବୁଟ୍’ ମାଧ୍ୟମରେ ନିର୍ମାଣ କରାଯିବା ପାଇଁ କୁହାଯାଇଛି। ବୁଟ୍ (ବିଓଓଟି) ହେଉଛି ଏପରି ଏକ ମାଧ୍ୟମ ଯେଉଁଠାରେ ପ୍ରସ୍ତାବ ଦେଇଥିବା କମ୍ପାନୀ ଏହାକୁ ନିର୍ମାଣ କରିବ ଓ ଚଳାଇବା ପରେ ଏହାର ବ୍ୟୟ ଅନୁସାରେ ଅର୍ଥ ଆଦାୟ ହୋଇଗଲା ପରେ ରାଜ୍ୟ ସରକାରଙ୍କୁ ସମର୍ପଣ କରିଦେବ। ଗୋପାଳପୁର ବନ୍ଦର ଏବେ ଆଦାନିଙ୍କ ହାତରେ ଅଛି। ଗତ ଦୁଇବର୍ଷ ତଳେ ଆଦାନି ଏହି ବନ୍ଦରକୁ ଖରଦି କରି ନିଜ ହାତକୁ ନେଇଛି। କୋରାପୁଟ ଜିଲ୍ଲାରେ ଗତବର୍ଷ ଯେଉଁ ତିନୋଟି ବଡ଼ ବକ୍ସାଇଟ୍ ଖଣି ପାଇଁ ନିଲାମି ହୋଇଥିଲା ସେଥିରେ ସବୁଠାରୁ ବଡ଼ ଅଞ୍ଚଳର ବକ୍ସାଇଟ୍ ଖଣି ଆଦାନି ଗୋଷ୍ଠି ନିଲାମ ନେଇଛି। ଏହାପରେ ଏହି ସଂସ୍ଥା ଘୋଷଣା କରିଛି ଯେ, କୋରାପୁଟରେ ଏହା ଏସିଆର ସବୁଠାରୁ ବଡ଼ ବକ୍ସାଇଟ୍ ସ୍ମେଲ୍ଟର୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ।

ଖଣି ସହିତ କାରଖାନା ପ୍ରତିଷ୍ଠା ପାଇଁ ଏହାର କାର୍ଯ୍ୟ ଚାଲିଥିବା ଭିତରେ କମ୍ପାନୀ ପକ୍ଷରୁ ଗୋପାଳପୁରରୁ ଜୟପୁର ଅର୍ଥନୈତିକ କରିଡର୍ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଛି। ଏହି ମଡେଲରେ ଥରେ ସରକାର ରାଜି ହୋଇଗଲେ ଏହାର ଜମି ଅଧିଗ୍ରହଣର ପୂରା ଦାୟିତ୍ୱ ରାଜ୍ୟ ସରକାର ବହନ କରିବେ ଓ ଏହି ମଡେଲ୍ ଅନୁସାରେ ସମ୍ପୂର୍ଣ୍ଣ ରାସ୍ତାର ମାଲିକାନା ଆଦାନି ହାତରେ ରହିବ। ଚାରି ଲେନର ଏହି ରାସ୍ତା ନିର୍ମାଣ ପାଇଁ ଯାହା ବ୍ୟୟ ହେବ ତାହା ସମ୍ପୃକ୍ତ କମ୍ପାନୀ ଖର୍ଚ୍ଚ କରିବ। ସେହି ରାସ୍ତାରେ ଯେଉଁମାନେ ଯିବାଆସିବା କରିବେ ସେମାନେ ରାସ୍ତାରେ ଯେଉଁ ଟୋଲ୍ ଦେବେ ତାହା ସମ୍ପୃକ୍ତ କମ୍ପାନୀକୁ ଯିବ। ସେମାନଙ୍କର ବ୍ୟୟମୂଲ୍ୟ ସୁଧ ସହିତ ଆଦାୟ ହୋଇଗଲା ପରେ ଯାହାକି ୩୦ ବର୍ଷରୁ ୫୦ ବର୍ଷ ଲାଗିବ ତାହା ପରେ ରାଜପଥକୁ ସରକାରଙ୍କୁ ହସ୍ତାନ୍ତର ହେବ। ଏହି ରାସ୍ତା ଯେଉଁ ଯେଉଁ ଅଞ୍ଚଳ ଦେଇ ଯାଉଛି ସେଗୁଡ଼ିକ ଓଡ଼ିଶାର ପଛୁଆ ଅଞ୍ଚଳ ଓ ବିଶେଷ ଭାବରେ ଆଦିବାସୀ, ଦଳିତ ଓ ଗରିବ ଶ୍ରେଣୀ ବସବାସ କରୁଥିବା ଅଞ୍ଚଳ। ସେମାନଙ୍କ ଅଞ୍ଚଳରେ ରାସ୍ତାର ମାଲିକାନା ସରକାର ଅର୍ଥାତ୍ ସାଧାରଣ ଲୋକଙ୍କ ହାତରେ ନରହି କମ୍ପାନୀ ହାତକୁ ଚାଲିଗଲେ, ବରାବର ତାହା ସଂଘର୍ଷ ପାଇଁ ବାଟ ଖୋଲିବ।

ପିଏନ୍ ଗତିଶକ୍ତି ନାମରେ ହେଉଥିବା ଏହି ଅର୍ଥନୈତିକ କରିଡରରେ କେନ୍ଦ୍ର ସରକାରଙ୍କର ସହଯୋଗ ରହିବ କି? ଏହା ଯଦି ଜାତୀୟ ରାଜପଥ ଢାଞ୍ଚାରେ ନିର୍ମିତ ହୋଇଥାନ୍ତା ତେବେ ଏହାର ମାଲିକାନା ନିର୍ଦ୍ଦିଷ୍ଟ ବର୍ଷ ପାଇଁ କମ୍ପାନୀ ହାତରେ ରହିନଥାନ୍ତା। ରାଜ୍ୟ ସରକାର ଯଦି ଜମି ଅଧିଗ୍ରହଣ କରିବେ ତେବେ ଜମି ହରାଉଥିବା ଲୋକମାନଙ୍କୁ କ’ଣ ବୁଝାଇପାରିବେ ଯେ, ଯେଉଁ ରାସ୍ତା ନିର୍ମାଣ ହେବ ସେଥିରେ ସେମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ହେବ ବୋଲି କୁହାଗଲେ ମଧ୍ୟ ତାହାକୁ ଜନସାଧାରଣ ନିଜର ରାସ୍ତା ଭାବରେ କହିପାରିବେ! ଓଡ଼ିଶାର ନିଜସ୍ୱ ଆର୍ଥିକ ସ୍ଥିତି ଯାହା ରହିଛି ଓ ଆସନ୍ତା ୨୦୨୬ ବେଳକୁ ଖଣି ବାବଦରେ ଯେତେବଳେ ବକେୟା ଟିକସ ରାଜ୍ୟ ପାଇବା ଆରମ୍ଭ କରିବ ସେତେବେଳେ ଏହି ଅର୍ଥନୈତିକ କରିଡର୍ ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ବା ଅନ୍ୟ ସହଯୋଗୀମାନଙ୍କ ସହାୟତାରେ ନିର୍ମାଣ କରିବାରେ କିଛି ଅସୁବିଧା ହେବ ନାହିଁ। ଯେହେତୁ ଗୋପାଳପୁର ବନ୍ଦରଟି ଆଦାନି ହାତରେ ରହିଛି ଓ ବକ୍ସାଇଟ୍ ଖଣି ଆଦାନି ହାତକୁ ଯାଇଛି ତେଣୁ ଏହି ତଥାକଥିତ ଅର୍ଥନୈତିକ କରିଡର ଆଦାନି ଗୋଷ୍ଠିର ସମୃଦ୍ଧି ପାଇଁ ଉଦ୍ଦିଷ୍ଟ ବୋଲି ସହଜରେ ପ୍ରଚାର କରାଯିବ।

ଗୋପାଳପୁର-ଜୟପୁର ପର୍ଯ୍ୟନ୍ତ ଅଞ୍ଚଳଗୁଡ଼ିକ ଉପରେ ସରକାରଙ୍କର ପ୍ରଭାବ ସହିତ ଆଦାନି କମ୍ପାନିର ଏକ ପ୍ରଭାବ ସମାନ୍ତରାଳ ଭାବେ ବିସ୍ତାର ଲାଭ କରିବାର ଆଶଙ୍କା ନିଶ୍ଚୟ ସୃଷ୍ଟିହେବ। ଯେହେତୁ ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ପରି ଜଣେ ଆଦିବାସୀ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେହେତୁ ସେ ସରକାର ଆଦିବାସୀମାନଙ୍କର ସ୍ୱାର୍ଥକୁ ପ୍ରାଥମିକତା ଦେଇ ସମସ୍ତ ନିଷ୍ପତ୍ତି ନେବେ ବୋଲି ଆଶା କରିବା ସ୍ୱାଭାବିକ। କାରଣ ଗୋପାଳପୁର-ଜୟପୁର ଅର୍ଥନୈତିକ କରିଡରରେ କେତେ ବ୍ୟୟ ହେବ ଓ ସେଥିରୁ କେନ୍ଦ୍ର ସରକାର କେବେ ବହନ କରିବେ ଓ ରାଜ୍ୟ ସରକାର କେତେ ବହନ କରିବେ ତାହା ସ୍ପଷ୍ଟ ହେବା ସହିତ ସ୍ୱାଭାବିକ ଭାବରେ ଯେକୌଣସି ଜାତୀୟ ରାଜପଥ ବା ରାଜ୍ୟ ରାଜପଥ ନିର୍ମାଣ ସମୟରେ ତାହାର ମାଲିକାନା ଯେପରି ଜନସାଧାରଣଙ୍କ ହାତରେ ଥାଏ ତାହା ଗୋପାଳପୁର-ଜୟପୁର ଅର୍ଥନୈତିକ କରିଡରରେ ରହିବ ନା ନାହିଁ? ଏହି କରିଡର୍ କେବଳ ଆଦାନି ଗୋଷ୍ଠିର ବ୍ୟବସାୟିକ ସ୍ୱାର୍ଥ ସହିତ ଏହାର ମାଲିକାନା ସେହି କମ୍ପାନି ହାତରେ ରହୁଥିବା ଯଦି ଧାରଣା ସୃଷ୍ଟି ହୁଏ ତେବେ ମୋହନ ଚରଣ ମାଝୀଙ୍କ ସରକାର ପାଇଁ ନିଶ୍ଚୟ କିଛି ଅସୁବିଧା ସୃଷ୍ଟି ହେବ।

ଏଠାରେ ଉଲ୍ଳେଖଯୋଗ୍ୟ ଯେ, ବିଜେପିର ଶକ୍ତି ଅପେକ୍ଷା ସେହି ସବୁ ଅଞ୍ଚଳରେ କଂଗ୍ରେସ ଓ ବିଜେଡ଼ିର ଶକ୍ତି ଅଧିକ ଅଛି। ଏଣୁ ଏହି ଅର୍ଥନୈତିକ କରିଡର୍ ପ୍ରକୃତରେ ରାଜ୍ୟ ସ୍ୱାର୍ଥରେ ଓ ଲୋକମାନଙ୍କ ସ୍ୱାର୍ଥରେ ବୋଲି ସରକାରଙ୍କୁ ବିଭିନ୍ନ ଭାବରେ ପ୍ରମାଣ କରିବାକୁ ପଡ଼ିବ। ନଚେତ୍ ମୋହନ ମାଝୀଙ୍କ ପରି ଆଦିବାସୀ ନେତୃତ୍ୱରେ ହୋଇଥିବା ଏକ ସରକାର ରାଜ୍ୟ ଅପେକ୍ଷା କମ୍ପାନି ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛି ବୋଲି ଅଯଥା ବିଭ୍ରାନ୍ତି ସୃଷ୍ଟି ହେବ।

ଫୋ- ୯୪୩୭୪୦୦୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story