ଗାନ୍ଧିଜୀଙ୍କ ତିନି ବିତର୍କିତ ଭୂମିକା

ଦେଶର ସ୍ଵାଧୀନତା ଆନ୍ଦୋଳନରେ ମହାତ୍ମା ଗାନ୍ଧିଙ୍କ ଅବଦାନକୁ ନେଇ ଅନେକ ଆଲୋଚନା ହୋଇଛି। କିନ୍ତୁ ସ୍ଵାଧୀନତା ଆନ୍ଦୋଳନ ସମୟର ତାଙ୍କ ଦ୍ଵାରା ନିଆଯାଇଥିବା ତିନୋଟି ପ୍ରମୁଖ ନିଷ୍ପତ୍ତି ଯାହା ତାଙ୍କୁ ଅନ୍ୟ ରାଜନୈତିକ ବିଚାର ଠାରୁ ଦୁରେଇ ଦେଇଛି ସେ ସମ୍ପର୍କରେ ଆଲୋଚନା ବହୁତ କମ ହେଉଛି। ବିଭିନ୍ନ କମ୍ୟୁନିଷ୍ଟ, ଦଳିତ ସଂଗଠନ ଓ ସୁଭାଷ ବୋଷଙ୍କ ଦ୍ଵାରା ଗଠିତ ସଂଗଠନର ସଦସ୍ୟମାନଙ୍କ ଦୃଢ଼ ଧାରଣା ରହିଆସିଛି ଯେ ଯଦି ଗାନ୍ଧିଜୀ ସେଭଳି ପଦକ୍ଷେପ ନେଇ ନଥାନ୍ତେ ତେବେ ଭଗତ ସିଂହ, ଆମ୍ବେଦକର ଓ ସୁଭାଷ ବୋଷ ବଳି ପଡ଼ିନଥାନ୍ତେ।

Mahatma Gandhi

Mahatma Gandhi

Debendra Prusty
  • Published: Tuesday, 29 October 2024
  • Updated: 29 October 2024, 02:33 PM IST

Sports

Latest News

ଦେବ ରଞ୍ଜନ

୧. ଭଗତ ସିଂହଙ୍କୁ ଫାଶୀ :

ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ବ୍ରିଟିଶ ପୁଲିସ ଅଫିସର ସାଣ୍ଡର୍ସଙ୍କ ହତ୍ୟା (ଡିସେମ୍ବର ୧୭, ୧୯୨୮) କାରଣରୁ ଜେଲରେ ରହିଥାନ୍ତି। ଏହା ସହିତ ଭଗତ ସିଂହଙ୍କ ଦ୍ଵାରା ଦିଲ୍ଲୀ ବିଧାନସଭାରେ ବମ ଫୋପାଡ଼ିବା ମାମଲା (ଏପ୍ରିଲ ୦୮, ୧୯୨୯) ମଧ୍ୟ ଯୋଡ଼ି ହୋଇଥାଏ। ସେହି ସମୟରେ ଗାନ୍ଧିଜୀ ଓ ବ୍ରିଟିଶ ଭାଇସରାୟ ଏଡୱାର୍ଡ ଇରୱିନଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଗାନ୍ଧି-ଇରୱିନ ଚୁକ୍ତି ନାମରେ ପ୍ରସିଦ୍ଧ। କମ୍ୟୁନିଷ୍ଟ ପାର୍ଟିର କର୍ମୀମାନେ ୧୯୩୦ ମସିହାରୁ ଏହି ଅଭିଯୋଗ କରିଆସୁଛନ୍ତି ଯେ ଏହି ଚୁକ୍ତିରେ ଯଦି ମହାତ୍ମା ଗାନ୍ଧୀ ଆଉ ଗୋଟିଏ ସର୍ତ୍ତ ରଖିଥାନ୍ତେ ତେବେ ଭଗତ ସିଂହଙ୍କ ଫାଶୀ ଟଳି ଯାଇପାରିଥାନ୍ତା।

ଲବଣ ସତ୍ୟାଗ୍ରହ ଠିକ ପରବର୍ତ୍ତୀ ସମୟର କଥା। ଜାତୀୟ କଂଗ୍ରେସ ଦେଶରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥାଏ। ବ୍ରିଟିଶ ବିରୋଧୀ ବିକ୍ଷୋଭ ଓ ପ୍ରତିବାଦ ଦେଶରେ ବଢ଼ିବାରେ ଲାଗିଥାଏ। ପ୍ରାୟ ୩୫୦୦ କର୍ମୀ ଗିରଫ ହୋଇଥାନ୍ତି ଓ ଅନେକଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ ହୋଇଥାଏ। ଏହି ସ୍ଥିତିରୁ ମୁକ୍ତ ହେବା ଲାଗି ଭାଇସରାୟ ଇରୱିନଙ୍କ ଉଦ୍ୟମରେ କଂଗ୍ରେସ ସହିତ ଏକ ଚୁକ୍ତି ପାଇଁ ସହମତି ପ୍ରକାଶ ପାଇଥିଲା।

ଗାନ୍ଧୀ-ଇରୱିନ ଚୁକ୍ତିରେ ଉଲ୍ଲେଖ ରହିଥିଲା ଯେ ବ୍ରିଟିଶ ସରକାର ଲୁଣ ମାରିବାର ଅଧିକାର ଭାରତୀୟଙ୍କୁ ଦେବେ, ଅହିଂସାର ରାସ୍ତାରେ ସରକାରଙ୍କୁ ବିରୋଧ କରି ଗିରଫ ହୋଇ ଜେଲରେ ରହିଥିବା ସମସ୍ତ ରାଜନୈତିକ କର୍ମୀଙ୍କୁ ବ୍ରିଟିଶ ସରକାର ମୁକ୍ତ କରିବେ, ସରକାର ଏହା ପରେ ଦମନ ବନ୍ଦ କରିବେ ଓ ରାଜନୈତିକ ବନ୍ଦୀଙ୍କ ବ୍ୟାଜ୍ୟାପ୍ତ ସମ୍ପତ୍ତି ଫେରାଇଦେବେ। ବଦଳରେ କଂଗ୍ରେସ ଅସହଯୋଗ ଆନ୍ଦୋଳନକୁ ପ୍ରତ୍ୟାହାର କରିବ। ଏହି ଚୁକ୍ତିରେ କିନ୍ତୁ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ମୁକ୍ତି ସମ୍ପର୍କରେ କୌଣସି ସର୍ତ୍ତ ଗାନ୍ଧିଜୀଙ୍କ ତରଫରୁ ରଖାଯାଇ ନଥିଲା।

ଗାନ୍ଧିଜୀ କାହିଁକି ଭଗତ ସିଂହଙ୍କ ମୁକ୍ତି ସମ୍ପର୍କରେ କୌଣସି ସର୍ତ୍ତ ବ୍ରିଟିଶ ସରକାରଙ୍କ ସାମ୍ନାରେ ରଖିଲେ ନାହିଁ? ଗାନ୍ଧୀଜୀ ଏ ସମ୍ପର୍କରେ ଏକ ସ୍ପଷ୍ଟତା ନିଜର ପତ୍ରିକା ‘ୟଙ୍ଗ ଇଣ୍ଡିଆ’ରେ ଲେଖିଛନ୍ତି, ‘ଆମର କାର୍ଯ୍ୟନିବାହୀ କମିଟି ସ୍ଥିର କରିଥିଲା ଯେ ଭଗତ ସିଂହ ମୃତ୍ୟୁଦଣ୍ଡ କୋହଳ କରିବା ଲାଗି ଭାଇସରାୟଙ୍କ ସହିତ ହେବାକୁ ଯାଉଥିବା ଚୁକ୍ତିରେ କୌଣସି ସର୍ତ୍ତ ରଖାଯିବ ନାହିଁ।’

କିନ୍ତୁ କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟିର ନିଷ୍ପତ୍ତିକୁ ଅପେକ୍ଷା ନକରି ଗାନ୍ଧୀଜୀ ଅତୀତରେ ଅସହଯୋଗ ଆନ୍ଦୋଳନ (୧୯୨୦-୨୨) ପ୍ରତ୍ୟାହାର କରିଥିଲେ ଓ ଏହା ପରେ ମଧ୍ୟ କାର୍ଯ୍ୟନିର୍ବାହୀ କମିଟିର ନିଷ୍ପତ୍ତିର ଖିଲାଫରେ ଅନେକ ନିଷ୍ପତ୍ତି ନେଇଥିଲେ।

ଭାଇସରାୟ ଇରୱିନ ପରବର୍ତ୍ତୀ ସମୟରେ ନିଜର ଆତ୍ମଜୀବନୀରେ ଲେଖିଛନ୍ତି, ଯଦିଓ ଗାନ୍ଧିଜୀ ମୃତ୍ୟୁଦଣ୍ଡର ସଂପୂର୍ଣ୍ଣ ବିରୋଧୀ ଥିଲେ କିନ୍ତୁ ଏହି ଚୁକ୍ତିର ଆଲୋଚନା ସମୟରେ ସେ ଭଗତ ସିଂହଙ୍କ ସମ୍ପର୍କରେ କୌଣସି ଆଲୋଚନା କରିନଥିଲେ। ଗାନ୍ଧିଜୀଙ୍କ ନୀରବତା ସର୍ବଦା ଏକ ପ୍ରଶ୍ନବାଚୀ ହୋଇରହିଗଲା।

ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ମାର୍ଚ୍ଚ ୨୩, ୧୯୩୧ରେ ଲାହୋର ସେଣ୍ଟ୍ରାଲ ଜେଲ ମଧ୍ୟରେ ସନ୍ଧ୍ୟା ୭.୩୦ରେ ଫାଶୀ ଦିଆଯାଇଥିଲା। ଏହାର ଛଅ ଦିନ ପରେ ଗାନ୍ଧିଜୀ କଂଗ୍ରେସ ଅଧିବେଶନରେ ଯୋଗ ଦେବା ଲାଗି କରାଚୀ (ଆଜିର ପାକିସ୍ତାନ ଅନ୍ତର୍ଗତ ସହର) ଯାଇଥିଲେ। ଗାନ୍ଧିଜୀଙ୍କୁ ପ୍ରବଳ ମାତ୍ରାରେ କରାଚୀ ଓ ଏହାର ଆଖପାଖ ଅଞ୍ଚଳରେ ବିରୋଧ କରାଯାଇଥିଲା। ବିରୋଧ ଏତେ ପ୍ରବଳ ଥିଲା ଯେ ଗାନ୍ଧିଜୀଙ୍କୁ କରାଚୀ ଷ୍ଟେସନରେ ଓହ୍ଲାଇବା ସୁରକ୍ଷିତ ନହେବା କାରଣରୁ ଦୂରବର୍ତ୍ତୀ ଏକ ଷ୍ଟେସନକୁ ନିଆଯାଇଥିଲା।

ପରବର୍ତ୍ତୀ ସମୟରେ କଂଗ୍ରେସ ସଦସ୍ୟ ଓ ଇତିହାସବିତ ପଟ୍ଟାଭି ସୀତାରାମେୟା ଲେଖିଛନ୍ତି, ‘ଗାନ୍ଧିଜୀ ଭାଇସରାୟ ଇରୱିନଙ୍କୁ ତିନୋଟି ଚିଠି ଲେଖିଥିଲେ। ନିଜର ଶେଷ ଚିଠିରେ ସେ ଭଗତ ସିଂହଙ୍କ ଦଣ୍ଡ କୋହଳ କରିବା ଲାଗି ଓ ଯଦି ତାହା ନହୋଇପାରୁଛି ତେବେ ରାୟରେ କିଛି ଦୁର୍ବଳତା ଦର୍ଶାଇ ଏହାର ତାରିଖକୁ ଘୁଞ୍ଚାଇ ଦିଆଯିବା ଲାଗି ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏହି ଶେଷ ଚିଠିର ବାହକ ଥିଲେ ସାର ତେଜ ବାହାଦୁର ସାପୃ।’

କିନ୍ତୁ ଲେଖକ ଓ ଓକିଲ ଏ.ଜି. ନୁରାନୀ ଦୃଢ଼ ଭାବରେ ଉପର ଯୁକ୍ତିକୁ ଖଣ୍ଡନ କରି ଲେଖିଛନ୍ତି, ‘ଗାନ୍ଧୀ ଚାହିଁଥିଲେ ଭଗତ ସିଂହଙ୍କ ଜୀବନ ବଞ୍ଚିଯାଇଥାନ୍ତା। ଗାନ୍ଧିଜୀଙ୍କ ଉଦ୍ୟମ ଅଧାପନ୍ତରିଆ ଥିଲା। ସେ ଯେ ସତରେ ଉଦ୍ୟମ କରିଥିଲେ ସେଭଳି ତଥ୍ୟ ବହୁ ବର୍ଷ ପରେ ପ୍ରକାଶିତ ହେଉଛି ଯାହାକୁ ବିଶ୍ଵାସକୁ ନିଆଯାଇ ନପାରେ। ତେଣୁ ଏପରି କଥାର କୌଣସି ସତ୍ୟତା ନାହିଁ।’

ଆଜି ବି ବିଭିନ୍ନ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ନିଜର କର୍ମୀମାନଙ୍କୁ ଭଗତ ସିଂହଙ୍କ ଫାଶୀ ସମ୍ପର୍କରେ ଆଲୋଚନା କରିବା ସମୟରେ ଗାନ୍ଧିଜୀଙ୍କ ଭୂମିକାକୁ ବିରୋଧ କରିଆସୁଛନ୍ତି। କର୍ମୀଙ୍କ ମଧ୍ୟରେ ପିଢ଼ି ପରେ ପିଢ଼ି ଏହି ବିରୋଧ ଗଡ଼ି ଚାଲିଛି।

୨. ଆମ୍ବେଦକର ଓ ପୁନା ଚୁକ୍ତି:

୧୯୩୨ ମସିହାର କଥା। କରାଚୀ କଂଗ୍ରେସ ପରେ ପରେ ଗୋଲ ଟେବୁଲ ବୈଠକ ବିଫଳ ହୋଇଥାଏ। ଦେଶରେ ସ୍ଵାଧୀନତା ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବାରେ ଲାଗିଥାଏ। ଏହି ସମୟରେ ବ୍ରିଟିଶ ସରକାର ‘ଭାରତର ଶାସନ ବ୍ୟବସ୍ଥାରେ ଭାରତୀୟଙ୍କ ଭାଗୀଦାରୀ’ ପାଇଁ ଲୋଥିଆନ କମିଟି ଗଠନ କରିଥିଲେ। ଉକ୍ତ କମିଟିରେ ଆମ୍ବେଦକର ସଦସ୍ୟ ଭାବରେ ମଧ୍ୟ ବ୍ରିଟିଶ ସରକାରଙ୍କ ଦ୍ଵାରା ବଛା ଯାଇଥିଲେ।

ଲୋଥିଆନ କମିଟି ସମସ୍ତ ଅଳ୍ପସଂଖ୍ୟକଙ୍କ ଲାଗି ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଗଠନର ପ୍ରସ୍ତାବ ଦେଇଥିଲେ। ଅଳ୍ପସଂଖ୍ୟକର ତାଲିକାରେ ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ ଓ ଶୋଷିତ ବର୍ଗ (depressed class) ବା ଆଜିର ଅନୁସୂଚୀତ ଜାତି ଆସୁଥିଲେ।

ଏହି କମିଟିର ପ୍ରସ୍ତାବ ଅନୁସାରେ ମୁସଲମାନ ବା ଖ୍ରୀଷ୍ଟିୟାନ ବା ଶିଖ ବା ଅନୁସୂଚୀତ ଜାତିଙ୍କ ଲାଗି ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଘୋଷିତ ହେବ। ଏହାର ଅର୍ଥ ସେହି ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀରେ ରହିଥିବା ନିର୍ଦ୍ଦିଷ୍ଟ ସଂଖ୍ୟାଲଘୁ ବା ଅଳ୍ପସଂଖ୍ୟକ ଭୋଟରମାନେ ପ୍ରଥମେ ନିଜର ଚାରି ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଅଥବା ମନୋନୀତ କରିବେ। ଏଥିରେ ଅନ୍ୟ ସଂଖ୍ୟାଲଘୁ ବର୍ଗର ଭୋଟର ଭୋଟ ଦେବେ ନାହିଁ। କିନ୍ତୁ ସେହି ମନୋନୀତ ବା ନିର୍ବାଚିତ ଚାରିଜଣ ପ୍ରାର୍ଥୀ ଦ୍ଵିତୀୟ ବାର ନିର୍ବାଚନରେ ନୋମିନେସନ ଫାଇଲ କରିବେ। ତାଙ୍କ ବ୍ୟତୀତ ଅନ୍ୟ କେହି ନୋମିନେସନ କରିପାରିବେ ନାହିଁ। ନିର୍ବାଚନ ଦିନ ସେହି ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଏହା ପରେ ଭୋଟ ଦେଇ ଜଣଙ୍କୁ ନିର୍ବାଚିତ କରିବେ।

ଏହି ଦୁଇ ଥାକିଆ ନିର୍ବାଚନ ପଦ୍ଧତି ଓ ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ ସମ୍ପ୍ରଦାୟଙ୍କ ଲାଗି ଅଲଗା ନିର୍ବାଚନ ମଣ୍ଡଳୀ ଘୋଷିତ ହେବାକୁ ନେଇ ଜାତୀୟ କଂଗ୍ରେସ ଏପରିକି ଗାନ୍ଧିଜୀଙ୍କର କୌଣସି ବିରୋଧ ରହି ନଥିଲା। କିନ୍ତୁ ଶୋଷିତ ବର୍ଗ ବା ଅନୁସୂଚୀତ ଜାତିଙ୍କ ଲାଗି ଭିନ୍ନ ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥାକୁ ଗାନ୍ଧିଜୀ ବିରୋଧ କରିଥିଲେ।

ଗାନ୍ଧିଜୀ ଯୁକ୍ତି କରିଥିଲେ ଯେ ଶୋଷିତ ବର୍ଗ ବା ଗାନ୍ଧିଜୀଙ୍କ ଭାଷାରେ ‘ହରିଜନ’ଙ୍କ ଲାଗି ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ହେଲେ ଓ ପ୍ରଥମ ଥାକରେ କେବଳ ସେହିମାନେ ଭୋଟ ଦେଲେ ସେମାନେ ଯେ ହିନ୍ଦୁ ସମାଜଠାରୁ ଭିନ୍ନ ତାହା ପ୍ରମାଣିତ ହେବ। ଶୋଷିତ ବର୍ଗ ହିନ୍ଦୁ ସମାଜର ଅଙ୍ଗ, ଭିନ୍ନ ନୁହନ୍ତି ବୋଲି ଗନ୍ଧିଜୀଙ୍କ ଯୁକ୍ତି ଥିଲା। ବ୍ରିଟିଶ ସରକାର ଲୋଥିଆନ କମିଟିର ପ୍ରସ୍ତାବ ପରିବର୍ତ୍ତନ କରିବା ଲାଗି ସେ ଜେଲରେ ଥାଇ ନିଜର ଆମରଣ ଅନଶନ ଆରମ୍ଭ କରିଥିଲେ।

ଆମ୍ବେଦକର କିନ୍ତୁ ଶୋଷିତ ବର୍ଗ ଲାଗି ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀର ସଂପୂର୍ଣ୍ଣ ସପକ୍ଷରେ ଥିଲେ। ଶୋଷିତ ବର୍ଗ ବା ଦଳିତ ଗୋଷ୍ଠୀ ଯେ ପର୍ଯ୍ୟନ୍ତ ହିନ୍ଦୁମାନଙ୍କ ସମକକ୍ଷ ହୋଇ ନିଜର ରାଜନୈତିକ ଅଧିକାର ସାବ୍ୟସ୍ତ ନକରିଛନ୍ତି ସେ ପର୍ଯ୍ୟନ୍ତ ଦଳିତ ବର୍ଗର ଉତ୍ଥାନ ହେବ ନାହିଁ ବୋଲି ସେ ମନେ କରୁଥିଲେ।

ଗାନ୍ଧିଜୀ ହିନ୍ଦୁ ଧର୍ମ ମଧ୍ୟରେ ଥିବା ଚାରି ବର୍ଣ୍ଣ ବ୍ୟବସ୍ଥାର ସମର୍ଥକ ଥିଲେ। କିନ୍ତୁ ଜାତି ଜାତି ମଧ୍ୟରେ ରହିଥିବା ଅଛୁଆଁ ବ୍ୟବସ୍ଥାକୁ ବିରୋଧ କରୁଥିଲେ। ଅନ୍ୟପଟରେ, ଆମ୍ବେଦକରଙ୍କ ଲାଗି ଏହା ରାଜନୈତିକ ଓ ସାମାଜିକ ଅଧିକାର ପ୍ରସଙ୍ଗ ଥିଲା। ସେ ଜାତିପ୍ରଥାର ସଂପୂର୍ଣ୍ଣ ବିଲୋପ ଉପରେ ଗୁରୁତ୍ଵ ଦେଉଥିଲେ।

ଗାନ୍ଧୀଙ୍କ ଦ୍ଵାରା ଜେଲ ମଧ୍ୟରେ ଆମରଣ ଅନଶନ ଆରମ୍ଭ କରିବା ଖବର ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେବାରେ ଲାଗିଲା। ଗାନ୍ଧିଜୀ ହୁଏତ ମରିଯାଇ ପାରନ୍ତି ବୋଲି ଗଣମାଧ୍ୟମରେ ଆଲୋଚନା ହେଲା। ଆମ୍ବେଦକର ଯଦି ନିଜର ଜିଦରୁ ଓହରିଯାନ୍ତି ତେବେ ଗାନ୍ଧି ବଞ୍ଚିଯିବେ ବୋଲି ସମସ୍ତେ ମନେକଲେ।

ଆମ୍ବେଦକର କିନ୍ତୁ ଗାନ୍ଧୀଙ୍କ ଏହି ଆମରଣ ଅନଶନକୁ ‘ରାଜନୈତିକ ଖେଳ’ (a political stunt) ଭାବରେ ଉଲ୍ଲେଖ କରି କହିଥିଲେ, ‘ମୁଁ ମୋର ଲୋକଙ୍କୁ ହିନ୍ଦୁଙ୍କ ନିକଟରେ ଗୋଡ଼ହାତ ବାନ୍ଧି ପିଢି ପିଢି ଧରି ରହିବା ଲାଗି କଦାପି ଚାହିଁବି ନାହିଁ। ମହାତ୍ମା କଦାପି ଅମର ନୁହଁନ୍ତି। ତୁମେ ମୋତେ ଲାଇଟ ପୋଷ୍ଟରେ ଝୁଲାଇଦିଅ କିନ୍ତୁ ମୁଁ ମୋର ନିଷ୍ପତ୍ତି ବଦଳାଇବି ନାହିଁ।’ ଏଥିଲାଗି ଆମ୍ବେଦକରଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଥିଲା।

ଗାନ୍ଧିଜୀଙ୍କ ସ୍ୱାସ୍ଥ୍ୟରେ କ୍ରମଶଃ ଅବନତି ହେବାରୁ ଅନେକ ହିନ୍ଦୁ ବ୍ୟବସାୟୀ ଓ କଂଗ୍ରେସ ସଦସ୍ୟ ଆମ୍ବେଦକରଙ୍କ ଉପରେ ଚାପ ସୃଷ୍ଟି କଲେ। ମଦନ ମୋହନ ମାଲବ୍ୟଙ୍କ ନେତୃତ୍ଵରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଗାନ୍ଧି ଓ ଆମ୍ବେଦକରଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ଆରମ୍ଭ କରିଦେଲା।

ଶେଷରେ, ଆମ୍ବେଦକର ନିଜର ଜିଦରୁ ଓହରି ଆସିଥିଲେ। ଗାନ୍ଧୀ ଓ ଆମ୍ବେଦକରଙ୍କ ମଧ୍ୟରେ ସେପ୍ଟେମ୍ବର ୨୪, ୧୯୩୨ରେ ପୁନା ଠାରେ ଚୁକ୍ତି ହୋଇଥିଲା ଯାହା ‘ପୁନା ଚୁକ୍ତି’ ନାମରେ ଖ୍ୟାତ। ଏହି ଚୁକ୍ତି ପରେ ପୂର୍ବରୁ ସ୍ଥିରୀକୃତ ୮୦ ନିର୍ବାଚନ ମଣ୍ଡଳୀ ବଦଳରେ ୧୪୮ଟି ନିର୍ବାଚନ ମଣ୍ଡଳୀରେ ଶୋଷିତ ବର୍ଗ ନିଜର ପ୍ରାର୍ଥୀ ଦେବା ଲାଗି ସ୍ଥିର ହୋଇଥିଲା। କିନ୍ତୁ ଏହି ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥାକର ନିର୍ବାଚନରେ ଚାରି ଜଣ ଶୋଷିତ ବର୍ଗର ସଦସ୍ୟଙ୍କୁ ସମସ୍ତ ହିନ୍ଦୁ ଭୋଟର ବାଛିଥିଲେ। ଚୁକ୍ତି ପରେ ଗାନ୍ଧୀଙ୍କର ଆମ୍ବେଦକରଙ୍କ ପ୍ରତି ମନ୍ତବ୍ୟ ଥିଲା, ‘ତୁମେ ପ୍ରମାଣିତ କରିଦେଲ ଯେ ତୁମେ ଏବେ ବି ହିନ୍ଦୁ ହୋଇ ରହିଛ।’

ଆମ୍ବେଦକରଙ୍କ ଦୃଷ୍ଟିରେ କିନ୍ତୁ ‘ପୁନା ଚୁକ୍ତି’ ଦ୍ଵାରା ସେ ‘ଠକାମିର ଶିକାର ହେଲେ’ ବୋଲି ପ୍ରକାଶ କରିଥିଲେ। ଆଜି ବି ଦଳିତ ସଂଗଠନମାନେ ପୁନା ଚୁକ୍ତିକୁ ବିରାଟ ଠକାମି ବୋଲି ପ୍ରକାଶ କରିଥାନ୍ତି।

ପରେ ଯଦିଓ ମୁସଲମାନ, ଖ୍ରୀଷ୍ଟିୟାନ ଓ ଶିଖଙ୍କ ଲାଗି ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ଘୋଷଣା ବନ୍ଦ ହୋଇଗଲା କିନ୍ତୁ ଅନୁସୂଚୀତ ଜାତିଙ୍କ ଲାଗି ସଂରକ୍ଷିତ ଆସନ ରହିଛି। ମାତ୍ର ବର୍ତ୍ତମାନ ନିର୍ବାଚନ ପଦ୍ଧତିରେ ଅନୂସୂଚୀତ ବର୍ଗର ପ୍ରାର୍ଥୀର ନାମ ପ୍ରଥମେ ଦଳ ସ୍ଥିର କରୁଛି ଓ ଲୋକେ ଏହା ପରେ ନିଜର ନେତା ବାଛୁଛନ୍ତି। ପରେ ସେହି ପ୍ରାର୍ଥୀ ନିଜର ପାର୍ଟି ଓ ନିଜର ନେତାଙ୍କ ପ୍ରତି ଉତ୍ତରଦାୟୀ ରହୁଛନ୍ତି। ସେ କିନ୍ତୁ ନିର୍ବାଚନ ମଣ୍ଡଳୀର ସମସ୍ତ ଅନୁଚୀତ ଜାତି ବା ଶୋଷିତ ବର୍ଗ ପ୍ରତି ଉତ୍ତରଦାୟୀ ନରହି ନିଜର ଦଳ ଓ ନିଜ ନେତାଙ୍କ ପ୍ରତି ଉତ୍ତରଦାୟୀ ରହୁଛନ୍ତି। ଫଳରେ, ସମାଜରେ କୌଣସି ପରିବର୍ତ୍ତନ ଆସୁନାହିଁ।

୩. ସୁଭାଷ ବୋଷ ଓ ଜାତୀୟ କଂଗ୍ରେସର ସଭାପତି ନିର୍ବାଚନ:

ସ୍ଵାଧୀନତା ଆନ୍ଦୋଳନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ଦୁଇଟି ବିଚାର ବେଶ ସ୍ପଷ୍ଟ ଥିଲା। ଗୋଟିଏ ସେଥିରୁ ବାମପନ୍ଥୀ ତ ଅନ୍ୟଟି ପ୍ରାୟତଃ ଦକ୍ଷିଣପନ୍ଥୀ ଥିଲା। ଏହି ବାମପନ୍ଥୀ ଗୋଷ୍ଠୀର ନେତୃତ୍ଵ ନେଉଥିଲେ ସୁଭାଷ ବୋଷ ଯାହାଙ୍କୁ ଗାନ୍ଧିଜୀ ପସନ୍ଦ କରୁନଥିଲେ। ଗାନ୍ଧିଜୀ ଭାରତୀୟ ସ୍ଵାଧୀନତା ଆନ୍ଦୋଳନକୁ ସଂପୂର୍ଣ୍ଣ ଅହିଂସାର ରାସ୍ତାରେ ପରିଚାଳିତ କରିବାକୁ ଚାହୁଁଥିଲେ ଓ ସୁଭାଷ ହିଂସା ଓ ଅହିଂସାକୁ ଏକ କୌଶଳ ଭାବରେ ସ୍ଥଳ ବିଶେଷରେ ପ୍ରୟୋଗର ସପକ୍ଷରେ ଯୁକ୍ତି କରୁଥିଲେ।

ଫେବୃଆରୀ ୧୯୩୭ ମସିହାରେ ପ୍ରଥମ ଥର ଲାଗି ସୁଭାଷ ବୋଷ ଜାତୀୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ନେହେରୁ ଦୁଇ ଥର ସଭାପତି ହୋଇସାରିଥିଲେ। ତ୍ରିପୁରା କଂଗ୍ରେସରେ ସୁଭାଷଙ୍କ ନାମ ଯେତେବେଳେ ଦ୍ଵିତୀୟ ଥର ସଭାପତି ହେବାର ପ୍ରସ୍ତାବ ଆସିଲା ସେତେବେଳେ ଗାନ୍ଧୀ ଏହାକୁ ବିରୋଧ କରିଥିଲେ। ସେ ଇତିହାସବିତ ପଟ୍ଟାଭି ସିତାରାମୟାଙ୍କ ନାମ ପ୍ରସ୍ତାବ କରିଥିଲେ।

ତ୍ରିପୁରା କଂଗ୍ରେସ ସମୟରେ ହୋଇଥିବା ଭୋଟରେ ସୁଭାଷ ବୋଷଙ୍କୁ ୧୫୮୦ ଭୋଟ ଓ ସୀତାରାମେୟାଙ୍କୁ ୧୩୭୭ ଭୋଟ ମିଳିଥିଲା। ସୀତାରାମେୟାଙ୍କ ପରାଜୟକୁ ଗାନ୍ଧୀ ନିଜର ପରାଜୟ ବୋଲି ସ୍ଵୀକାର କରିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଯେ ମତପାର୍ଥକ୍ୟ ରହିଛି ତାହା ବେଶ ସ୍ପଷ୍ଟ ହୋଇଥିଲା।

ସୁଭାଷ ବୋଷ କଂଗ୍ରେସର ସଭାପତି ଥିବା ସମୟରେ ଫରୱାର୍ଡ ବ୍ଲକ ଗଠନ ହୋଇଥିଲା। ଏହା ବାମପନ୍ଥୀ ବିଚାରର ଥିଲା ସଂଗଠନ ଥିଲା। ଫରୱାର୍ଡ ବ୍ଲକର ଡାକରାରେ ଦେଶରେ ବିକ୍ଷୋଭ ଆୟୋଜନର ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା। ସଭାପତି ଥାଇ ସମାନ୍ତରାଳ ସଂଗଠନ ଗଠନ କରିବା ଓ କାର୍ଯ୍ୟକ୍ରମ ନେବାକୁ ଗାନ୍ଧୀ ବିରୋଧ କରିଥିଲେ। ଗାନ୍ଧୀଙ୍କ ସମର୍ଥକମାନଙ୍କ ବାରମ୍ବାର ବିରୋଧ କରିବାରୁ ଏଥିରେ ବ୍ୟସ୍ତ ହୋଇ ସୁଭାଷ ବୋଷ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ପରେ ସେ ଫରୱାର୍ଡ ବ୍ଲକ ବ୍ୟାନରରେ ଇଂରେଜ ବିରୋଧୀ କାର୍ଯ୍ୟକ୍ରମ ଚଳାଇ ରଖିଥିଲେ। ଏହି କାରଣରୁ ବ୍ରିଟିଶ ପୁଲିସ ତାଙ୍କୁ କଲିକତା ସହରରୁ ଗିରଫ କରିଥିଲା।

ସୁଭାଷ ବୋଷଙ୍କ ଗିରଫକୁ ଗାନ୍ଧିଜୀ କି କଂଗ୍ରେସ କୌଣସି ପ୍ରକାରରେ ବିରୋଧ କରି କୌଣସି ବକ୍ତବ୍ୟ ଦେଇ ନଥିଲେ। ସୁଭାଷ ବୋଷ ଯେବେ ଇଂରେଜ ବିରୋଧୀ ଶକ୍ତିଙ୍କୁ ଏକାଠି କରିବା ଲାଗି ଜର୍ମାନୀ ଓ ପରେ ଜାପାନ ଗଲେ ସେତେବେଳେ ଗାନ୍ଧୀ ଏହାକୁ ‘ଗୋଟିଏ ଶତ୍ରୁର ହାତରୁ ଯାଇ ଆଉ ଗୋଟିଏ ଶତ୍ରୁର ହାତରେ ପଡ଼ିବା କଥା’ କହି ସୁଭାଷଙ୍କ ଆଜାଦ ହିନ୍ଦ ଫଉଜ ଗଠନ ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୁଭାଷ କିନ୍ତୁ କହିଥିଲେ, ‘ଦେଶବାସୀ ନିଜ ଉଦ୍ୟମରେ ଯଦି ସ୍ଵାଧୀନତା ପାଇଲେ ଓ ବ୍ରିଟିଶ ସରକାର ଯଦି ଦେଶ ଛାଡ଼ି ଚାଲିଗଲେ ତେବେ ତାହା ଅତି ଖୁସିର କଥା ହେବ। କିନ୍ତୁ ଯେହେତୁ ତାହା ସମ୍ଭବ ହେଉନାହିଁ ତେଣୁ ସଶସ୍ତ୍ର ସଂଗ୍ରାମର ଆବଶ୍ୟକତା ରହିଛି।’

ଗାନ୍ଧିଜୀ ସୁଭାଷ ବୋଷଙ୍କୁ ବିରୋଧ କରିବା, ସୁଭାଷ ବୋଷ ଏଥିଲାଗି ଜର୍ମାନୀ ଓ ଇଟାଲୀ ଯିବା ଲାଗି ବାଧ୍ୟ ହେବା ଓ ସେହିହେତୁ ସେ ଶତ୍ରୁର ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିବାକୁ ନେଇ ସୁଭାଷ ପ୍ରେମୀ ଜନତା ଏବେ ବି ଗାନ୍ଧିଜୀଙ୍କୁ କ୍ଷମା କରିପାରିନାହାନ୍ତି। ସେମାନେ ଏବେ ବି ଗାନ୍ଧିଜୀଙ୍କୁ ବିରୋଧ କରିଆସୁଛନ୍ତି।

ଶେଷରେ:

ଗାନ୍ଧିଜୀଙ୍କୁ ନୀତିଗତ ଭାବରେ ଆଜି ବି ବିଭିନ୍ନ କମ୍ୟୁନିଷ୍ଟ ପାର୍ଟି, ଦଳିତ ସଂଗଠନ ଓ ଫରୱାର୍ଡ ବ୍ଲକର କର୍ମୀମାନେ ବିରୋଧ କରୁଛନ୍ତି। ସେମାନଙ୍କ ପ୍ରିୟ ମଣିଷ ହୁଏତ ଅଧିକ ଦିନ ବଞ୍ଚିଯାଇଥାନ୍ତେ ବୋଲି ସେମାନେ ଭବିଥାନ୍ତି। ଭଗତ ସିଂଙ୍କ ଫାଶି ସମୟରେ ଗାନ୍ଧିଜୀଙ୍କ ଭୂମିକାକୁ କମ୍ୟୁନିଷ୍ଟ ପାର୍ଟିର କର୍ମୀ ଆଜି ବି ପ୍ରଶ୍ନ କରୁଛି ତ ଦଳିତ ସଂଗଠନର ସାଥି ‘ପୁନା ଚୁକ୍ତି’ର ସର୍ତ୍ତକୁ ନେଇ ନିଜର ବିରୋଧ ପ୍ରକାଶ କରିଛି। ହୁଏତ ଭଗତ ସିଂହ ଲାଗି ହିଂସା-ଅହିଂସା ଏକ କୌଶଳ ହୋଇଥାଇପାରେ ମାତ୍ର ଗାନ୍ଧିଜୀଙ୍କ ଲାଗି ଅହିଂସା ଥିଲା ଧର୍ମ, ଦେଶବାସୀଙ୍କ ପ୍ରତି ରହିଥିବା ଆତ୍ମୀୟତା ଠାରୁ ମଧ୍ୟ ଅଧିକ ନିଜର। ଉଭୟ ଭଗତ ସିଂହ ଓ ସୁଭାଷ ବୋଷ ହିଂସାର ରାସ୍ତା ଗ୍ରହଣ କରିବା କାରଣରୁ, ତାହାର ଲକ୍ଷ୍ୟ ବରଂ ମହତ ହୋଇଥାଉ ନା କାହିଁକି, ଗାନ୍ଧିଜୀଙ୍କ ପାଇଁ ତାହା ଥିଲା ବର୍ଜନୀୟ। ଏପରିକି ହିନ୍ଦୁ ଧର୍ମ ମଧ୍ୟରେ ରହିଥିବା ବର୍ଣ୍ଣ ବ୍ୟବସ୍ଥାର ସପକ୍ଷରେ ରହିଥିବା ହେତୁ ଗାନ୍ଧିଜୀ ଆମ୍ବେଦକରଙ୍କୁ ମଧ୍ୟ ଗ୍ରହଣ କରିନଥିଲେ। ଗାନ୍ଧିଜୀ ଅତ୍ୟନ୍ତ ରକ୍ଷଣଶୀଳ ଓ ଏକଜିଦିଆ ହୋଇଥିବା କାରଣରୁ ଦଳିତ ସଂଗଠନ, ବିଭିନ୍ନ କମ୍ୟୁନିଷ୍ଟ ପାର୍ଟି ଓ ସୁଭାଷ ପ୍ରେମୀ ଆଜି ବି ଗାନ୍ଧିଜୀଙ୍କ ବିଚାରକୁ ବିରୋଧ କରୁଛନ୍ତି।

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story