ବାଘ-ମଣିଷ ନା ବାଘ-ସରକାର ବିବାଦ

ଯମୁନାଗଡ଼ ଗାଁର ମୁଣ୍ଡା ଆଦିବାସୀଙ୍କ ଅଭିଯୋଗ ଥିଲା ଯେ ସେମାନଙ୍କ ପବିତ୍ର ଦେବସ୍ଥଳୀ ‘ଜାୟାର’ ଓ ସମାଧିସ୍ଥଳୀ ‘ସାସାନ ପିଳି’କୁ ରାଜ୍ୟ ସରକାର ‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ’ ନାମରେ ଡ୍ରୋଜର ମେସିନ ଲଗାଇ ଧ୍ଵଂସ କରିଦେଇଛନ୍ତି। ତାହା ପୁଣି ଏପରି ସମୟରେ ଯେତେବେଳେ କି ଆହ୍ଲାବାଦର କୁମ୍ଭମେଳାରେ ନିଜ ପିତୃପୁରୁଷଙ୍କ ଆତ୍ମାର ସଦଗତି ଲାଗି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମଗ୍ର ଦେଶର ଅନେକ ନେତା ହାଜର ହୋଇ ବୁଡ଼ ଦେଉଛନ୍ତି।

People Protesting Their Displacement

People Protesting Their Displacement

Debendra Prusty
  • Published: Wednesday, 12 March 2025
  • Updated: 12 March 2025, 11:43 AM IST

Sports

Latest News

ଦେବ ରଞ୍ଜନ

ଯମୁନାଗଡ଼ ଗାଁର ମୁଣ୍ଡା ଆଦିବାସୀଙ୍କ ଅଭିଯୋଗ ଥିଲା ଯେ ସେମାନଙ୍କ ପବିତ୍ର ଦେବସ୍ଥଳୀ ‘ଜାୟାର’ ଓ ସମାଧିସ୍ଥଳୀ ‘ସାସାନ ପିଳି’କୁ ରାଜ୍ୟ ସରକାର ‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ’ ନାମରେ ଡ୍ରୋଜର ମେସିନ ଲଗାଇ ଧ୍ଵଂସ କରିଦେଇଛନ୍ତି। ତାହା ପୁଣି ଏପରି ସମୟରେ ଯେତେବେଳେ କି ଆହ୍ଲାବାଦର କୁମ୍ଭମେଳାରେ ନିଜ ପିତୃପୁରୁଷଙ୍କ ଆତ୍ମାର ସଦଗତି ଲାଗି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମଗ୍ର ଦେଶର ଅନେକ ନେତା ହାଜର ହୋଇ ବୁଡ଼ ଦେଉଛନ୍ତି। ଧାର୍ମିକ ବିଶ୍ଵାସର ସୁରକ୍ଷାରେ ଏଭଳି ଭିନ୍ନ ଆଚରଣ କାହିଁକି?

ଏଥିଲାଗି ଯମୁନାଗଡ଼ ଗାଁର (ପଞ୍ଚାୟତ : ଗୁଡୁଗୁଡ଼ିଆ, ବ୍ଲକ : ଯଶିପୁର, ଜିଲ୍ଲା : ମୟୂରଭଞ୍ଜ) ମୁଣ୍ଡା ଆଦିବାସୀମାନେ ଗଲା ଫେବୃଆରୀ ୨୪, ୨୦୨୫ ଦିନ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ ଏହାର ପ୍ରତିବାଦ ଲାଗି ଏକାଠି ହୋଇଥିଲେ। ସେମାନଙ୍କୁ ନିଜ ଧର୍ମକୁ ପାଳନ କରିବାର ସୁଯୋଗ ଦେବା ଲାଗି ସେମାନେ ସରକାରଙ୍କ ନିକଟରେ ଦାବି ରଖିଥିଲେ। ଆଦିବାସୀଙ୍କୁ ବ୍ୟାଘ୍ର ପ୍ରକଳ୍ପ ନାମରେ ଜବରଦସ୍ତି ବିସ୍ଥାପନ ଓ ବିସ୍ଥାପିତ ହୋଇସାରିଥିବା ଆଦିବାସୀଙ୍କ କ୍ଷତିପୂରଣ ତଥା ନ୍ୟାୟିକ ତଦନ୍ତ ସେମାନେ ଦାବି କରୁଥିଲେ। ଲୋକଙ୍କ ଦାବିକୁ ସମର୍ଥନ ଜଣାଇ ଆମେ କିଛି ବ୍ୟକ୍ତି ସେହି ପ୍ରତିବାଦରେ ସାମିଲ ହୋଇଥିଲୁ। ଆମର ପ୍ରଶ୍ନ ଥିଲା ଯେ ଶହ ଶହ ବର୍ଷ ହେଲା ଯେଉଁ ମଣିଷମାନେ ବାଘ ସହିତ ଜଙ୍ଗଲରେ ରହିଆସିଛନ୍ତି ଏଥିରେ କେବେ ବାଘ ବଂଶ ଧ୍ଵଂସ ହୋଇଯାଇନାହିଁ, ସେମାନେ ଆଜି ବାଘ ଲାଗି ବିପଦ ହୋଇଗଲେ କେମିତି? ସେମାନଙ୍କୁ ବିସ୍ଥାପିତ କରିବା ପରେ ବି ଯଦି ବାଘର ସଂଖ୍ୟାରେ ବୃଦ୍ଧି ହେଉନାହିଁ ତେବେ ସରକାର ନିଜକୁ କେବେ ଏଥିଲାଗି ଦାୟୀ କରିଛନ୍ତି କି?

‘ବାଘ-ମଣିଷ ବିବାଦ’, ‘ହାତୀ-ମଣିଷ ବିବାଦ’ ଶୀର୍ଷକ ଆଲୋଚନା ଶୁଣିବା ଅଥବା ଖବରକାଗଜରେ ପଢ଼ିବା ସମୟରେ କଥାଟିଏ ମନକୁ ଆସେ। ଉଭୟ ବାଘ ଓ ମଣିଷ ପ୍ରକୃତିର ସୃଷ୍ଟି। ଯଦି ଏହି ବିଶ୍ଵକୁ ପ୍ରକୃତି ସୃଷ୍ଟି କରିଥିବା ବୋଲି ବିଶ୍ଵାସ କରିବା ତେବେ ସେ ମଣିଷ ଓ ବାଘ (ବା ଅନ୍ୟ ବନ୍ୟଜନ୍ତୁଙ୍କୁ) ଏକାଠି କାହିଁକି ସୃଷ୍ଟି କଲେ? ଯଦି ମଣିଷ ସୃଷ୍ଟି କଲେ ତେବେ ବାଘ ସୃଷ୍ଟି କରିବାର ନଥିଲା କି ବାଘ ସୃଷ୍ଟି କଲେ ତେବେ ମଣିଷକୁ ସୃଷ୍ଟି କରିବାର ନଥିଲା ! କାରଣ ଉକ୍ତ ଖବର ପଢ଼ିଲେ ଲାଗିବ ଯେମିତି ଏ ବିବାଦ ପିଢ଼ି ପିଢ଼ିର।

ଯେତେବେଳେ ହଜାର ହଜାର ବର୍ଷ ହେଲା ମଣିଷ ଓ ବନ୍ୟଜନ୍ତୁ ଏକାସାଥିରେ ରହିଆସିଛନ୍ତି ଅଥଚ ଏବେ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି ତେବେ ଏହାର କାରଣ କ’ଣ ବନ୍ୟଜନ୍ତୁ-ମଣିଷର ବିବାଦ ନା ବନ୍ୟଜନ୍ତୁ ଓ ଜଙ୍ଗଲ ବିଭାଗ ମଧ୍ୟରେ ବିବାଦ?

ବ୍ରିଟିଶ ସରକାର ଯେଉଁଭଳି ଜଙ୍ଗଲର ପରିଚାଳନା କରୁଥିଲେ ସ୍ଵାଧୀନ ସରକାର ସେହି ସମାନ ଧାରା ଆପଣେଇଥିଲେ। ଦେଶର ଅନେକ ବ୍ୟକ୍ତିଗତ ଜଙ୍ଗଲ, ଗୋଷ୍ଠୀଗତ ଜଙ୍ଗଲ, ରାଜା ମହାରାଜାଙ୍କ ସୃଷ୍ଟ ଜଙ୍ଗଲକୁ ସ୍ଵାଧୀନ ସରକାର ନିଜ ଅଧୀନକୁ ‘ଜଙ୍ଗଲ’, ‘ସଂରକ୍ଷିତ ଜଙ୍ଗଲ’, ‘ଅଭୟାରଣ୍ୟ’, ‘ଜାତୀୟ ଉଦ୍ୟାନ’ ନାମରେ ନିଜ ଅକ୍ତିଆରକୁ ନେଇଥିଲେ।

ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଘୋଷଣା ହେଲା ୧୯୭୩ ମସିହାରେ। ୨୭୫୦ ବର୍ଗ କିଲୋମିଟର ପରିସର ଏହି ଜାତୀୟ ଉଦ୍ୟାନରେ ୮୪୫ ବର୍ଗ କିଲୋମିଟର କୋର୍‌ ଅଞ୍ଚଳ ଓ ପେରିଫେରିରେ ୧୯୦୫ ବର୍ଗ ଅଞ୍ଚଳ ରହିଲା। କୋର୍‌ ଅଞ୍ଚଳରେ ୪ଟି ଗ୍ରାମ, ପେରିଫେରିରେ ୬୧ଟି ଗ୍ରାମ ରହିଛି। ଏଥିରେ ୯୫% ଆଦିବାସୀ। ସେମାନେ ମୁଖ୍ୟତଃ ସାନ୍ତାଳ, ମୁଣ୍ଡା, କୋହ୍ଲ ଆଦିବାସୀ। ଏବେ ସେମାନେ ସମସ୍ତେ ବାଘଙ୍କ ଲାଗି ସରକାରୀ ଭାଷାରେ ପ୍ରକୃତ ଖଳନାୟକ।

ସରକାରଙ୍କ ଆଦିବାସୀ ବିଭାଗ ଏହା ଜାଣେ ଯେ ରାଜ୍ୟର ସମସ୍ତ ଆଦିବାସୀଙ୍କ ମଧ୍ୟରେ ଅନେକ ପ୍ରକାରର ଗୋତ୍ର ବା କ୍ଲାନ ରହିଛି। ସେହି ଗୋତ୍ରମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ବାଘ ଗୋତ୍ର (ବାଘ ଲାଗି ଶବ୍ଦ ଭିନ୍ନ ଭିନ୍ନ ହୋଇପାରେ)। ଅର୍ଥାତ ବାଘ ଗୋତ୍ରର ଲୋକେ ବିଶ୍ଵାସ କରନ୍ତି ଯେ ସେମାନଙ୍କ ପୂର୍ବଜ ବାଘ ଥିଲେ। ମଣିଷ ସୃଷ୍ଟିକୁ ନେଇ ଅନେକ କଥା ବିଭିନ୍ନ ଧର୍ମ, ବିଶ୍ଵାସ ଓ ଗୋତ୍ର ମଧ୍ୟରେ ରହିଆସିଛି। ଆଦିବାସୀଙ୍କ ଧର୍ମ ବିଶ୍ଵାସ ସେହି ଧାରାର ଏକ ଅଂଶ। ତେଣୁ ବାଘକୁ ହତ୍ୟା କରିବା ନିଜ ପୂର୍ବଜଙ୍କୁ ହତ୍ୟା କରିବା ସହିତ ଆଦିବାସୀଙ୍କ ଲାଗି ସମାନ।

ଆଦିବାସୀଙ୍କ ସଂସ୍କୃତିକୁ ପଶିଆସିଥିବା ‘ଅଖଣ୍ଡ ଶିକାର’ ଏକ ରାଜକୀୟ ପରମ୍ପରା ଯେମିତି ‘ଅଖଣ୍ଡ ପାରିଧୀ’। ଏହା ବର୍ଜନୀୟ। ଏଥିରେ ବାଘର କିନ୍ତୁ ଶିକାର ହୋଇନଥାଏ। ବାଘମାନେ ଆଦିବାସୀଙ୍କ ପୂର୍ବଜ। ଏହା କିନ୍ତୁ ଏକ ବାହାନା ଭାବରେ ସରକାରଙ୍କ ଜଙ୍ଗଲ ଅଧିକାରୀଙ୍କ ଦ୍ଵାରା ବ୍ୟବହାର ହେବାର ଦୃଷ୍ଟାନ୍ତ ରହିଛି।

ମଣିଷ ଯେ ବାଘ ଲାଗି ବିପଦ ଏହାକୁ ବାହାନା କରି ଶିମିଳିପାଳ ମଧ୍ୟରେ ରହିଥିବା କୋର୍‌ ଅଞ୍ଚଳର ତିନୋଟି ଗ୍ରାମକୁ ବିସ୍ଥାପିତ କରାଯାଇସାରିଛି। ସେହି ବିସ୍ଥାପିତଙ୍କ ମଧ୍ୟରେ ଅଛନ୍ତି ଯମୁନାଗଡ଼ର ଆଦିବାସୀ। ସେମାନଙ୍କୁ ୨୦୧୫ ମସିହାରେ ଉଦଳା ନିକଟରେ ଅବସ୍ଥାପିତ କରାଯାଇଛି। ସେମାନଙ୍କ ଧାର୍ମିକ ସ୍ଥଳୀ ଓ ସମାଧି ସ୍ଥଳୀ ରହିଯାଇଥିଲା ପୁରୁଣା ଯମୁନାଗଡ଼ ଗାଁରେ। ବିସ୍ଥାପନର ସର୍ତ୍ତ ଅନୁସାରେ ଆବଶ୍ୟକ ସମୟରେ ଗ୍ରାମବାସୀ ଜଙ୍ଗଲ ବିଭାଗର ଅନୁମତିରେ ପୁରୁଣା ଧାର୍ମିକ ସ୍ଥଳୀ ଓ ସମାଧି ସ୍ଥଳୀକୁ ୨୦୨୪ ମସିହା ପର୍ଯ୍ୟନ୍ତ ବ୍ୟବହାର କରିଆସୁଥିଲେ। ହେଲେ ମହାରାଷ୍ଟ୍ରରେ ‘ଯମୁନା’ ବାଘକୁ ଆଣିବା ପରେ ଏନକ୍ଲୋଜର ନିର୍ମାଣ ଲାଗି ଏବେ ଯମୁନାଗଡ଼ର ଧାର୍ମିକ ସ୍ଥଳୀ ଓ ସମାଧି ସ୍ଥଳୀକୁ ସରକାର ଧ୍ଵଂସ କରିଦେଇଛନ୍ତି।

ବିସ୍ଥାପିତ ଆଦିବାସୀଙ୍କ ଅଭିଯୋଗ ଯେ ସରକାର ଘର ଲାଗି ୧୦ ଡେସିମଲ ଜାଗା ଯୋଗାଇଦେଇଛନ୍ତି। କିନ୍ତୁ ସର୍ତ୍ତ ଅନୁସାରେ ୫ ଏକର ଜମି ଦେଲେନାହିଁ। ମୁଣ୍ଡା ଆଦିବାସୀମାନେ ଜଙ୍ଗଲକୁ ହରାଇଲେ। ଏବେ ଉଦଳା ନିକଟରେ ଅନ୍ୟ ଜମିରେ ସେମାନେ ମୁଲିଆ ଭାବରେ କାମ କରି ଜୀବନ ବଞ୍ଚୁଛନ୍ତି।

ସରକାର ୧୯୭୨ ମସିହାରେ ବନ୍ୟଜନ୍ତୁ ସରଂକ୍ଷଣ ଆଇନ ପାସ କରିଥିଲେ। ଉକ୍ତ ଆଇନ ଅନୁସାରେ, ‘କୌଣସି ବନ୍ୟଜନ୍ତୁ ବା ପକ୍ଷୀଙ୍କୁ ବିନା ସରକାରୀ ନିର୍ଦ୍ଦେଶରେ ଧରିବା, ମାରିବା ଓ ଅତ୍ୟାଚାର କରିବା ଏକ ଅପରାଧ।’ ଆଇନ ତିଆରି ହେଲା ସାଧାରଣ ଲୋକଙ୍କ ଲାଗି। ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ଲାଗି ଆଇନ କିନ୍ତୁ ହେଲା ନାହିଁ। ଏଭଳି ଘଟଣାରେ ସେମାନଙ୍କୁ ବଦଳି କରିଦିଆଯାଏ ଯାହା ଦ୍ୱାରା ସେମାନଙ୍କ କୃତକର୍ମକୁ ସରକାରୀ ଫାଇଲରେ ସମାଧି ଦେଇଦିଆଯାଏ।

ଅଗଷ୍ଟ ୦୬, ୧୯୮୦ରେ ସରକାର ଶିମିଳିପାଳକୁ ୩୦୩ ବର୍ଗ କିଲୋମିଟର ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନର ମାନ୍ୟତା ଦେଇଥିଲେ ଯାହାକୁ ୧୯୮୬ରେ ୮୪୫ ବର୍ଗ କିଲୋମିଟରକୁ ବୃଦ୍ଧି କରାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଭାବରେ ଘୋଷଣା କରି ସଂପୂର୍ଣ୍ଣ ବିଶ୍ଵବ୍ୟାଙ୍କର ସହାୟତାରେ ଏହାର ପରିଚାଳନା, ଗବେଷଣା, ପର୍ଯ୍ୟଟନ, ଟ୍ରେନିଂ, ପ୍ରଚାର କାର୍ଯ୍ୟ ସରକାର ଚଳାଇଲେ। ବିଶ୍ଵବ୍ୟାଙ୍କର ପ୍ରକୃତିର ସୁରକ୍ଷା କେବେ ଉଦ୍ଦେଶ୍ୟ ରହିନାହିଁ। ଶିମିଳିପାଳ ନିକଟରେ (ମଧ୍ୟରେ ନୁହେଁ) ଅନେକ ଲୁହାପଥର ଖଣି ଓ କ୍ରୋମାଇଟ ଖଣି ଏହାର ଚାରିପାଖରେ ରହିଛି। ଏହାଦ୍ୱାରା ଜଙ୍ଗଲର ସୀମା ବଢ଼ିଲା ନାହିଁ। ବରଂ ଶିମିଳିପାଳ ମଧ୍ୟରେ ରହିଥିବା ଜଙ୍ଗଲ ପତଳା ହେବାରେ ଲାଗିଲା।

ସରକାରୀ ତଥ୍ୟ ଅନୁସାରେ ୧୯୭୩ ମସିହାରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିଲେ ୧୭ଟି ବାଘ। ପୁଣି ୨୦୧୦ରେ ବାଘଙ୍କ ସଂଖ୍ୟା ରହିଲା ୨୩। ୨୦୨୪ ମସିହାର ଗଣନା ଅନୁସାରେ ବାଘଙ୍କ ସଂଖ୍ୟା ପହଞ୍ଚିଛି ୨୭। ଅର୍ଥାତ ୧୯୭୩ରୁ ୨୦୨୪ ଦୀର୍ଘ ୫୦ ବର୍ଷ ମଧ୍ୟରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ମାତ୍ର ୧୦।

ବନ୍ୟ ଜୀବଜନ୍ତୁମାନେ କଣ ଏତେ ଶିକ୍ଷିତ ଯେ ସେମାନେ କେଉଁଠି ଜାତୀୟ ଉଦ୍ୟାନର ସୀମାର ସମାପ୍ତି ହେଉଛି ସେମାନେ ତାହା ଜାଣିପାରିବେ? କିନ୍ତୁ ସେମାନେ ଜାଣିପାରିବେ। ଯେଉଁଠାରୁ ଜଙ୍ଗଲ କ୍ରମଶଃ ପତଳା ହୋଇଯିବ ସେହି ପର୍ଯ୍ୟନ୍ତ ଯେ ସେମାନଙ୍କ ସୀମା ତାହା ସେମାନେ ଠଉରାଇଥାନ୍ତି। ତେଣୁ ଗଭୀର ଜଙ୍ଗଲକୁ ଯେତେ ପତଳା କରିଦିଆଯିବ ସେତେ ଦୃତ ଭାବରେ ବନ୍ୟ ଜୀବଜନ୍ତୁଙ୍କ ଗତିବିଧି ସଙ୍କୁଚିତ ହୋଇଯିବ। ଖାଦ୍ୟ ଅଭାବ କାରଣରୁ ସେମାନେ ଜନବସତି ମଧ୍ୟକୁ ଚାଲିଆସନ୍ତି ଓ ମଣିଷର ଆକ୍ରମଣର ଶିକାର ହୁଅନ୍ତି, ନଚେତ ଖାଦ୍ୟ ଅଭାବରୁ ମୃତ୍ୟୁ ବରଣ କରନ୍ତି।

୧୯୯୬ ମସିହାର ଜଙ୍ଗଲ ବିଭାଗ ରିପୋର୍ଟ ଅନୁସାରେ, ‘ବାଘଙ୍କ ଲାଗି ସବୁଠାରୁ ବଡ଼ ବିପଦ ହେଉଛି ଜଙ୍ଗଲ ମଧ୍ୟରେ ଲୋକଙ୍କର ଅଧିକ ଚଳପ୍ରଚଳ।’ (ବୋଧହୁଏ ଜଙ୍ଗଲ ବିଭାଗର ଲୋକେ ମଣିଷ ନୁହନ୍ତି!) ଉକ୍ତ ରିପୋର୍ଟ ଅନୁସାରେ ୧୯୮୧ ମସିହାରେ ଶିମିଳିପାଳ ମଧ୍ୟରେ ଯେଉଁଠି ୮୬୪୩ ଲୋକ ରହୁଥିଲେ ୧୯୯୧ ସମୟକୁ ଏହା ୧୦,୨୭୩ ରେ ପହଞ୍ଚିଛି ଯାହା କି ୧୯ ପ୍ରତିଶତ ଅଧିକ ଓ ଏହି ବୃଦ୍ଧି ହିଁ ବାଘଙ୍କ ଲାଗି ବିପଦ ହେଉଛି।

ପ୍ରକୃତରେ ପ୍ରତି ଦଶ ବର୍ଷରେ ଭାରତର ଜନସଂଖ୍ୟା ୧୮ରୁ ୨୦ ପ୍ରତିଶତ ମଧ୍ୟରେ ବୃଦ୍ଧି ହୋଇଥାଏ। କିନ୍ତୁ ଶିମିଳିପାଳ ମଧ୍ୟରେ ୧୯୯୧ ମସିହାରେ ଯେଉଁ ୧୦,୨୭୩ ଥିଲା ୨୦୨୨ ମସିହା ବେଳକୁ ମଧ୍ୟ ସେହି ୧୦,୦୦୦ ମଧ୍ୟରେ ରହିଛି। କାରଣ ‘ଲୋକେ ବାଘଙ୍କ ଲାଗି ବିପଦ’ ଭଳି ଏକ ଭାବନା ସୃଷ୍ଟି କରିବା ପରେ ଅନେକ ଗାଁକୁ ହୁଏତ ବିସ୍ଥାପିତ କରିଦିଆଯାଇଛି ଅଥବା ପରିସ୍ଥିତି ଏପରି ସୃଷ୍ଟି କରାଯାଇଛି ଯାହାଦ୍ୱାରା ସେମାନେ ଆପେ ଆପେ ଗାଁ ଛାଡ଼ିଦେଇଛନ୍ତି। ଯେମିତି କି ରାସ୍ତା, ବିଜୁଳି, ସ୍କୁଲ, ପଞ୍ଚାୟତ ମାଧ୍ୟମରେ ମିଳୁଥିବା ସୁବିଧା ଇତ୍ୟାଦିକୁ ସରକାର ଉପଲବ୍ଧ ନକରାଇବା ଓ କୃଷି କାର୍ଯ୍ୟରେ ବାଧା ସୃଷ୍ଟି କରିବା କାରଣରୁ ଅନେକ ଗ୍ରାମବାସୀ ଶିମିଳିପାଳ ମଧ୍ୟରେ ରହିବା ଛାଡ଼ିଦେଇଛନ୍ତି।

ଶିମିଳିପାଳର ପରିଚାଳନା ଲାଗି ଫିଲ୍ଡ ନିର୍ଦ୍ଦେଶକ, ପୁଣି ପର୍ଯ୍ୟଟନ ଠାରୁ ଗବେଷଣା ପର୍ଯ୍ୟନ୍ତ ଅନେକ ଡେପୁଟି ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିଦିଆଗଲା। ପରେ ଖବରକାଗଜରେ ପ୍ରକାଶ କରାଗଲା ଯେ ଆବଶ୍ୟକ ପଦବୀରେ ଆବଶ୍ୟକୀୟ ଅଫିସର ନିଯୁକ୍ତି ଅଭାବରୁ ବନ୍ୟଜନ୍ତୁଙ୍କ ଜୀବନ ବିପଦପୂର୍ଣ୍ଣ ହେଉଛି। କିନ୍ତୁ ଏପରି ପୋଷ୍ଟ କାହିଁକି ସୃଷ୍ଟି କରାଯାଉଥିଲା ଯଦି ସେଥିରେ ନିଯୁକ୍ତି ହେବାର ନଥିଲା? ଏହାର ଉତ୍ତର କେହି ଦେବାଲାଗି ନାହାନ୍ତି।

ସରକାରଙ୍କର ଦାୟିତ୍ଵରୁ ଖସିବାର ପରାକ୍ରମତା, ଜଙ୍ଗଲର ଜାତୀୟକରଣ ହେବା ପରେ ଏହାକୁ ସୀମାକୁ କ୍ରମଶଃ ସଙ୍କୁଚିତ କରିବା, ଶିଳ୍ପର ବିକାଶରେ ଜଙ୍ଗଲକୁ ବାଧା ମନେକରିବା, ଜଙ୍ଗଲକୁ ଅର୍ଥନୀତିରେ ଦ୍ଵିତୀୟ ଶ୍ରେଣୀର ମାନ୍ୟତା ଦେବା ଓ ସରକାରୀ ଅଧିକାରୀଙ୍କୁ ଅତି ପବିତ୍ର ମନେକରିବା ଅଥଚ ସ୍ଥାନୀୟ ଲୋକଙ୍କୁ ଖଳନାୟକ ମନେକରିବା କାରଣରୁ ଆଜି ଜଙ୍ଗଲ ତଥା ବନ୍ୟଜନ୍ତୁଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଛି।

ଏହାକୁ ଆମେ କହିବା କି ବାଘ-ମଣିଷର ବିବାଦ ନା ଏହାକୁ କହିବା ଆମେ ବାଘ-ସରକାରଙ୍କ ବିବାଦ?

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story