ଶସ୍ତାରେ ମିଳିପାରିବ ଟମାଟୋ, କିନ୍ତୁ କେମିତି?

ଦରବୃଦ୍ଧିକୁ ନେଇ ଖାଉଟୀମାନେ ତ୍ରାହିତ୍ରାହି ଡାକ ଛାଡୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଦରରେ ଅହେତୁକ ବୃଦ୍ଧି ଘଟୁଥିବାରୁ ଖାଉଟୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ଦରବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଚଳିତ ମାସରେ ଟମାଟୋ ଦର ୩୦୦ ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି।

Tomato

Tomato

Debendra Prusty
  • Published: Thursday, 10 August 2023
  • Updated: 10 August 2023, 06:35 PM IST

News Highlights

  • ଚାଷୀକୁ ଉପଯୁକ୍ତ ଦର ମିଳୁନି ବୋଲି ଚାଷୀ ଆତ୍ମହତ୍ୟା କରୁଛନ୍ତି ବା ଟମାଟୋ ଫୋଫାଡ଼ି ଦେଉଛନ୍ତି। କିନ୍ତୁ ଗରାଖ ବେଳକୁ ଆକାଶଛୁଆଁ ଦର!
  • କେମିତି କମି ପାରିବ ଟମାଟୋ ଦର? ବର୍ଷ ସାରା ଟମାଟୋ ଅମଳ ଓ ସଂରକ୍ଷଣ ପାଇଁ ଉପାୟ କ’ଣ?

Sports

Latest News

ଗତ ଏକ ମାସ ହେବ ମଜାଦାର ଖବର ସବୁ ଗଣମାଧ୍ୟମରେ ପ୍ରକାଶ ପାଉଛି, ଯେମିତି କି- ‘୬୬ଟି ଦୋକାନର ତାଲା ଭାଙ୍ଗି ଟମାଟୋ ଓ ଅଦା ଲୁଟିନେଲେ ଚୋର’, ‘୬୦ ଟଙ୍କାରେ ଟମାଟୋ କିଣିବାକୁ ୫ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା’, ‘ମାଆ ପାଇଁ ଟମାଟୋ ଉପହାର, ଦୁବାଇରୁ ଆସିଲା ୧୦ କି.ଗ୍ରା ଟମାଟୋ’, ‘ଟମାଟୋ ବିକି ଏକ ମାସରେ କୋଟିପତି ହେଲେ ଚାଷୀ, ଗୋଟିଏ ଦିନରେ ୧୮ ଲକ୍ଷ ରୋଜଗାର’। ଢିଙ୍କିଶାଳଠୁ ଢେଙ୍କାନାଳ ଯାଏଁ, ବିୟୁଟି ପାର୍ଲରଠାରୁ ଚା ଦୋକାନ ଯାଏଁ ସବୁଠି ଚର୍ଚ୍ଚା ଓ ଟେଲିଭିଜନ ଏବଂ ଖବର କାଗଜରେ ଆଲୋଚନା ଯେ ଗରୀବର କମଳା କୁହାଯାଉଥିବା ଟମାଟୋ ବା ବିଲାତି ଏବେ କେବଳ ଧନୀଲୋକଙ୍କ ପାଟିରେ ବାଜୁଛି। ସାଧାରଣ ମଧ୍ୟବିତ୍ତ ପରିବାର ଆଉ ବଜାରରୁ ଟମାଟୋ କିଣିବାକୁ ସାହସ କରିପାରୁ ନାହାନ୍ତି। ଆମ ଦେଶରେ ବିଲାତି ବାଇଗଣ ବା ଟମାଟୋ, ପିଆଜ ବା ଓନିଅନ ଏବଂ ଆଳୁ ବା ପଟାଟୋକୁ ସଂକ୍ଷେପରେ ଟିଓପି ବା TOP ପରିବା କୁହାଯାଏ। ସେଥିମଧ୍ୟରୁ ଟମାଟୋର ବଜାର ଦର ହଠାତ ଏମିତି ବଢ଼ିଯିବା ଫଳରେ, ଗୃହିଣୀମାନେ ଏବେ ଚିନ୍ତାରେ। ତେଲଠୁ ଡାଲି, ପେଟ୍ରୋଲ-ଗ୍ୟାସ-ଡିଜେଲ ଠାରୁ ଚାଉଳ, ଅଟା ସୁଜି, ବିସ୍କୁଟ ଦର ବଢ଼ିଯାଇଥିବାରୁ ମଧ୍ୟବିତ୍ତ ପରିବାର ଏବେ ଦାରୁଣ ସଂକଟରେ।

ଟମାଟୋ ଏକ ଋତୁକାଳୀନ ଫସଲ ଓ ଲୋକେ ଆଗରୁ କେବଳ ଶୀତ ଦିନେ ଏହା ଖାଉଥିଲେ। ଲୋକଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହିତ ଖାଦ୍ୟରୁଚି ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ ଯୋଗୁ ଟମାଟୋର ଚାହିଦା ବର୍ଷସାରା ଲାଗି ରହିଛି। ଆଜିକାଲି ବଜାରରେ ବର୍ଷସାରା ଟମାଟୋ ମିଳୁଥିବାରୁ ଲୋକେ ବର୍ଷସାରା ଟମାଟୋ କିଣି ଖାଉଛନ୍ତି। ଆମରାଜ୍ୟରେ ସାଧାରଣତଃ ଡିସେମ୍ବର ମାସଠାରୁ ମାର୍ଚ୍ଚ ଯାଏଁ ସିନା ଟମାଟୋ ଅମଳ ହୋଇ ବଜାରକୁ ଆସିଥାଏ, କିନ୍ତୁ ବର୍ଷର ଅନ୍ୟ ମାସମାନଙ୍କରେ ବାହାର ରାଜ୍ୟରୁ ଓ ଆମ ରାଜ୍ୟର କିଛି ଥଣ୍ଡା ଅଞ୍ଚଳରୁ ଆମଦାନୀ ବା ଚାଲାଣ ହୋଇ ଆସିଥାଏ। ଭାରତୀୟ ଉପମହାଦେଶର ଭୌଗୋଳିକ ଓ କୃଷି-ଜଳବାୟୁର ବିଭିନ୍ନତା କାରଣରୁ ଆଞ୍ଚଳିକ ଭିତ୍ତିରେ କେଉଁଠି ନା କେଉଁଠି ପ୍ରାକୃତିକ ଭାବେ ଟମାଟୋ ଚାଷ କରାଯାଇ ପାରୁଥିବାରୁ ଖାଉଟିଙ୍କୁ ବର୍ଷସାରା ଟମାଟୋ କିଣିବାକୁ ମିଳେ। ତେବେ, ବଜାର ଚାହିଦା ଅଧିକ ରହିଲେ ଓ ଉତ୍ପାଦନ କମିଗଲେ ଦରଦାମ ବଢ଼ି ଯାଇଥାଏ।

ବିଶ୍ୱ ଟମାଟୋ ଉତ୍ପାଦନର ଏକ ଦଶମାଂଶ ଭାରତରେ ଉତ୍ପାଦିତ ହୋଇଥାଏ। ଆମର ମୁଣ୍ଡପିଛା ବାର୍ଷିକ ହାରାହାରି ଟମାଟୋ ଖର୍ଚ୍ଚ ୫ କେଜିରୁ କମ। ଏଣୁ, ସମଗ୍ର ଦେଶର ଆବଶ୍ୟକତା ମାତ୍ର ୭୦ ଲକ୍ଷ ଟନ। ଅମଳ ପରବର୍ତ୍ତୀ ନଷ୍ଟ ହେଉଥିବା ଟମାଟୋ ପରିମାଣ ପ୍ରାୟ ୨୫ ଲକ୍ଷ ଟନ। ଏପରି ସମୁଦାୟ ୯୫ ଲକ୍ଷ ଟନ ଆବଶ୍ୟକ ଥିଲାବେଳେ ଆମ ଦେଶରେ ବାର୍ଷିକ ପ୍ରାୟ ୧୦ ଲକ୍ଷ ହେକ୍ଟର ଜମିରେ ଟମାଟୋ ଚାଷ କରାଯାଇ ୨୦୭ ଲକ୍ଷ ଟନ ଫସଲ ଅମଳ କରାଯାଏ। ଏଥିରୁ ମଧ୍ୟ ପ୍ରଦେଶର ଅବଦାନ ପ୍ରାୟ ୧୨ ପ୍ରତିଶତ ଓ ତାହା ତଳକୁ ଯଥାକ୍ରମେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ଓଡ଼ିଶା ଓ ଛତିଶଗଡ଼। ଆମ ଓଡ଼ିଶାର ଅବଦାନ ଦେଶରେ ଉତ୍ପାଦିତ ଟମାଟୋ ପରିମାଣର ପ୍ରାୟ ୧୧.୪୨ ପ୍ରତିଶତ। ଓଡ଼ିଶା ରାଜ୍ୟରେ ବାର୍ଷିକ ପ୍ରାୟ ୯୦ ହଜାର ହେକ୍ଟର ଜମିରେ ଚାଷ କରାଯାଏ। କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରେ ବେଶି ଟମାଟୋ ଚାଷ ହୁଏ, ଯାହା ମୁଖ୍ୟତଃ ଶୀତ ଦିନେ କରାଯାଇଥାଏ। କୋରାପୁଟ ଓ ଫୁଲବାଣୀ ଜିଲ୍ଲାର ସମୁଦ୍ରପତ୍ତନଠାରୁ ଅଧିକ ଉଚ୍ଚତା ସମ୍ପନ୍ନ ନିଗିଡ଼ା ଜମି ଓ ଅପେକ୍ଷାକୃତ ଥଣ୍ଡା ଜଳବାୟୁରେ ଅଦିନିଆ ଟମାଟୋ ଚାଷ କରାଯାଇଥାଏ। ଏହା ଛଡ଼ା, ପଲିଥିନ ଓ ତାରଜାଲି ଘେରା ଆଧୁନିକ କୃଷି କ୍ଷେତ୍ରରେ ବର୍ଷ ସାରା ହାଇବ୍ରିଡ଼ ଟମାଟୋ ଚାଷ କରା ଯାଉଥିବାରୁ ଗ୍ରୀଷ୍ମ ଓ ବର୍ଷାଦିନେ ମଧ୍ୟ ଟମାଟୋ ଉତ୍ପାଦନ ହୋଇପାରୁଛି। ଉତ୍ପାଦିତ ଫସଲକୁ ଅମଳ ପରବର୍ତ୍ତୀ ପରିଚାଳନା ବିଜ୍ଞାନ ସହଯୋଗ ନେଇ ଅଧିକ ଦିନ ସାଇତା ଯାଉଛି ଓ ଶୀତଳ ଶୃଙ୍ଖଳା ମଧ୍ୟରେ ବଜାରରେ ଉପଲବ୍ଧ କରାଯାଇ ପାରୁଛି।

ଏକ ମୂଲ୍ୟଶୃଙ୍ଖଳ ଅନୁଧ୍ୟାନରୁ ଜଣା ଯାଇଛି ଚାଷୀମାନେ ଟମାଟୋ କିଲୋ ପ୍ରତି ୭ ଟଙ୍କା ଦରରେ ବିକ୍ରି କଲେ, ଖାଉଟି ପାଖରେ ପହଞ୍ଚିଲା ବେଳକୁ ତାହାର ମୂଲ୍ୟ ୧୮ ଟଙ୍କାରେ ପହଞ୍ଚି ଯାଏ। ଅନେକ ସମୟରେ ଚାଷୀ ଶସ୍ତାରେ ବିକିବାକୁ ବାଧ୍ୟ ହୁଏ। ଯାହା ଫଳରେ, ଆମେ ବଜାରରେ ଶସ୍ତାରେ କିଣିବାକୁ ପାଇଥାଉ। ଆମେ ଦେଖିଛେ ଯେ ଉତ୍ପାଦିତ ଟମାଟୋର ଉଚିତ ମୂଲ୍ୟ ନପାଇ ଚାଷୀ ଆତ୍ମହତ୍ୟା କରିଛନ୍ତି, ଟମାଟୋ ଚାଷରୁ ମୁହଁ ଫେରାଇ ନେଇଛନ୍ତି। କେଜି ପ୍ରତି ମାତ୍ର ଏକ ଟଙ୍କାରେ ବିକିବାକୁ ବାଧ୍ୟ ହୋଇ ଟମାଟୋ ଚାଷୀ ଏତେ କଷ୍ଟ କରି, ଖତ ଓ ସାର କିଣି ଉତ୍ପାଦନ କରିଥିବା ଫସଲକୁ ରାସ୍ତାରେ ଢାଳିଛନ୍ତି। ବେଳେବେଳେ ବଜାର ଦର ଅତିଶୟ କମିଗଲେ, ଚାଷୀମାନେ ଟମାଟୋ ନ ତୋଳି କ୍ଷେତରେ ଗୋରୁଗାଈ ଛାଡ଼ି ଦେଇଛନ୍ତି। ଗୋଟିଏ ଏକର ଚାଷ ପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ଅମଳ କରେ ୧୦ ହଜାର କେଜି ଟମାଟୋ। ଏଣୁ ଚାଷୀ କେଜି ପ୍ରତି ସର୍ବନିମ୍ନ ୧୦ ଟଙ୍କା ନପାଇଲେ ଚାଷ କରିବା ଛାଡ଼ିଦେବ।

ବାସ୍ତବରେ, ସମସ୍ତ ପ୍ରକାର ଫସଲ ଅମଳ ପ୍ରକୃତିର ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଋତୁ ଆଧାରିତ। ଟମାଟୋ ଏଥିରୁ ବାଦ ନୁହେଁ। ଖରିଫ ଋତୁର ମଇଠାରୁ ଜୁଲାଇ ମାସ ଯାଏଁ ଲଗାଯାଉଥିବା ଟମାଟୋ ଚାରା ଜୁଲାଇଠାରୁ ନଭେମ୍ବର ମାସଯାଏଁ ଅମଳ ଦେଉଥିଲାବେଳେ ରବି ଋତୁରେ ଅକ୍ଟୋବରଠାରୁ ଫେବୃଆରୀ ମାସ ଯାଏଁ ଲଗାଯାଉଥିବା ଟମାଟୋ ଫଳଧରେ ଡିସେମ୍ବରଠାରୁ ଜୁନ ମାସ ଯାଏଁ। ସେଇଥିପାଇଁ ଆମ ଦେଶରେ ଟମାଟୋର ସର୍ବାଧିକ ବଜାର ଦର ଥାଏ ଜୁଲାଇ ମାସରେ; ପଛକୁ ପଛ ଚଢ଼ା ଦର ରହେ ଯଥାକ୍ରମେ ଅକ୍ଟୋବର, ମଇ ଓ ଜୁନ ମାସରେ। ଆମ ଦେଶରୁ ମଧ୍ୟ ଟମାଟୋ ବିଦେଶକୁ ରପ୍ତାନୀ କରାଯାଏ। ସବୁଠୁ ଅଧିକ ରପ୍ତାନୀ କରାଯାଉଥିବା ମାସ ଗୁଡ଼ିକ ଯଥାକ୍ରମେ ନଭେମ୍ବର, ଡିସେମ୍ବର, ସେପ୍ଟେମ୍ବର, ଅକ୍ଟୋବର ଓ ଜୁଲାଇ। ଖରିଫ ଋତୁରେ ଆମ ଦେଶରେ ପ୍ରାୟ ୫୦ ଲକ୍ଷ ମେଟ୍ରିକ ଟନ ଟମାଟୋ ଉତ୍ପାଦନ ହେଉଥିଲାବେଳେ ରବି ଋତୁରେ ପ୍ରାୟ ୧୫୭ ମେଟ୍ରିକ ଟନ ଉତ୍ପାଦନ ହୁଏ।

ବର୍ଷ ସାରା ଟମାଟୋ ଚାଷ ପାଇଁ ଆମକୁ ନୂତନ କୃଷି କୌଶଳ ବ୍ୟବହାର କରିବାକୁ ପଡ଼ିବ ଓ ଦେଶର ଯେଉଁ ଅଞ୍ଚଳରେ ବର୍ଷା ଓ ଖରାଦିନେ ମଧ୍ୟ ଅଦିନିଆ ଫସଲ ଚାଷ କରାଯାଇ ପାରିବ, ତାହା ଚିହ୍ନଟ କରିବାକୁ ପଡ଼ିବ। ପଲିହାଉସକୁ ଥଣ୍ଡା ରଖି ସେଥିରେ ଶୀତଦିନିଆ ପନିପରିବା ଚାଷ କରାଯାଇପାରିବ। ଏହାକୁ ଭେଜିଟେବଲ ଫୋର୍ସିଙ୍ଗ କୁହାଯାଏ। ଆମକୁ ରୋଗପୋକ ପ୍ରତିରୋଧକ ଓ ଅଧିକ ଦିନ ଯାଏଁ ସାଇତା ଯାଇ ପାରୁଥିବା କିସମ ଚାଷ କରିବାକୁ ହେବ। ଟମାଟୋକୁ ସାଇତି ରଖିବାର ବ୍ୟବସ୍ଥା ନଥିବାରୁ ବିକ୍ରି ହୋଇପାରି ନଥିବା ଟମାଟୋ ପଚି ନଷ୍ଟ ହୁଏ। ଟମାଟୋକୁ ପ୍ରକ୍ରିୟାକରଣ କରି, ପ୍ୟୁରି, ସସ, କେଚପ, ସ୍କ୍ୱାସ, ଆଚାର ଇତ୍ୟାଦିକୁ ରୂପାନ୍ତରିତ କରିବାକୁ ଓଡ଼ିଶାରେ ଶିଳ୍ପସଂସ୍ଥା ନଥିବାରୁ ଉତ୍ପାଦିତ ଶୀତ ଦିନିଆ ଟମାଟୋ ଚାଷ ଲାଭଜନକ ହୋଇପାରୁନି।

ଚାହିଦା ଓ ଯୋଗାଣ ମଧ୍ୟରେ ସମ୍ପର୍କ ଓ ପ୍ରତିକୂଳ ପାଣିପାଗ କାରଣରୁ ଏବେ ଟମାଟୋ ଦର ଆକାଶ ଛୁଆଁ। ଟମାଟୋ, ପିଆଜ ଓ ଆଳୁ ଭଳି ଫସଲର ଉପଯୁକ୍ତ ଯୋଗାଣ ଶୃଙ୍ଖଳା ଓ ଅମଳ ପରବର୍ତ୍ତୀ କ୍ଷତି କମାଇବାକୁ 'ଅପରେସନ ଗ୍ରୀନ' ନାମରେ ଏକ କେନ୍ଦ୍ରୀୟ ମିଶନ ଥିଲା। ଫସଲକୁ ସାଇତି ରଖି, ପରିବହନ କରିବା ପାଇଁ ୫୦ ପ୍ରତିଶତ ରିହାତି ମିଳୁଥିଲା। ତଥାପି, ଏହା ଅକୃତକାର୍ଯ୍ୟ ହୋଇଗଲା କାହିଁକି? ଶୀତଳ ଭଣ୍ଡାର, ସୌରଶକ୍ତି ବିନିଯୋଗ କରି ଶୁଷ୍କ-ପରିବା ପ୍ରସ୍ତୁତ କରୁଥିବା ସସ୍ଥା ପ୍ରତି ବ୍ଲକରେ ନାହିଁ। ସବୁ ଗାଁକୁ ରାସ୍ତା ଓ ଏହି ତିନୋଟି TOP ପରିବା ପାଇଁ ସର୍ବନିମ୍ନ ସହାୟକ ଦର ମିଳେନା। ଥଣ୍ଡା ଅଞ୍ଚଳରେ ଟମାଟୋ ଚାଷପାଇଁ ଯୋଜନା ନାହିଁ ଓ ମାଳ ମାଳ ବେପାରୀ ଚାଷୀ-ଖାଉଟି ସମ୍ପର୍କ ମଧ୍ୟରେ ବାଧକ ହୋଇ ରହୁଛନ୍ତି। ମିଶନ ଶକ୍ତି ମାଧ୍ୟମରେ ଓଡ଼ିଶାରେ ଟମାଟୋ ପ୍ରକ୍ରିୟାକରଣ ଶିଳ୍ପଟିଏ ପ୍ରତିଷ୍ଠା ହୋଇନି। ଟମାଟୋ ଦର ନିୟନ୍ତ୍ରିତ ରହିବ କିପରି?

ବର୍ଷା ଯୋଗୁଁ ବହୁ ରାଜ୍ୟରେ ଟମାଟୋ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି। ସାରା ଦେଶରେ ଟମାଟୋ ଉତ୍ପାଦନ ହ୍ରାସ ପାଇଛି ଓ ବଜାରଗୁଡ଼ିକୁ ଯୋଗାଣ ପ୍ରଭାବିତ ହୋଇଛି। ଗତ ଏକମାସରୁ ଅଧିକ ସମୟ ହେବ ଟମାଟୋର ଅହେତୁକ ଦର ବୃଦ୍ଧି ଗ୍ରାହକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଚଳିତ ଅଗଷ୍ଟ ମାସ ଶେଷଆଡ଼କୁ ମୂଲ୍ୟ ବୃଦ୍ଧିରୁ ତ୍ରାହି ମିଳିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ବର୍ଷା ଓ ବନ୍ୟା ଯୋଗୁଁ ମଉଳି ଯାଇଛି। ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା, ବନ୍ୟା ଓ ଭୂସ୍ଖଳନ ଲାଗି ରହିଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପରିବା ବୋଝେଇ ଟ୍ରକଗୁଡ଼ିକ ବଜାରରେ ପହଞ୍ଚି ପାରୁନାହିଁ। ତେଣୁ ଟମାଟୋ ଦର ୩୦୦ ଟଙ୍କା ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏସିଆର ସର୍ବବୃହତ ଦିଲ୍ଲୀର ଆଜାଦପୁର ମଣ୍ଡିରେ ଏବେ କେଜି ପିଛା ୨୨୦ ଟଙ୍କାରେ ବିକ୍ରି ହେଉଛି। ଦକ୍ଷିଣ ଭାରତରେ ମଧ୍ୟ ବର୍ଷା ଯୋଗୁଁ ପନିପରିବା ଫସଲ ବ୍ୟାପକ କ୍ଷତି ହୋଇଛି। ଏଣୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଟମାଟୋ କେଜି ପିଛା ପାଇକାରୀ ବଜାରରେ ୧୮୦ ଟଙ୍କାରୁ ୨୦୦ ଟଙ୍କାରେ ବିକ୍ରି ହେଉଛି।

ସମୟ ଆସିଛି, ପରିବର୍ତ୍ତିତ ଜଳବାୟୁକୁ ଧ୍ୟାନରେ ରଖି, ଆମକୁ ଫସଲ ଖସଡ଼ା ପ୍ରସ୍ତୁତ କରିବାକୁ ପଡ଼ିବ ଓ ପରିବର୍ତ୍ତନ ମଧ୍ୟ ଆଣିବାକୁ ପଡ଼ିବ। ବଦଳି ଯାଉଥିବା ପାଣିପାଗ, ଖରା-ବର୍ଷା-ଶୀତର ମିଞ୍ଜାସକୁ ଧ୍ୟାନ ଦେଇ ଫସଲ ଚାଷ କରିବାକୁ ହେବ। କେବଳ ଅଧିକ ଅମଳ ଦେଉଥିବା କିସମ ନୁହେଁ, ବରଂ ଏପରି କିସମର ଟମାଟୋ ବିହନ କାଢ଼ିବାକୁ ହେବ, ଯାହାର ପଚନଶୀଳତା ଅପେକ୍ଷାକୃତ କମ ଓ ଶୀତଳ ଭଣ୍ଡାରରେ ଅଧିକ ଦିନ ସାଇତା ଯାଇ ପାରୁଥିବ। ସାରା ବର୍ଷ ଟମାଟୋ ଭଳି ଋତୁକାଳୀନ ଫସଲ ଉତ୍ପାଦନ କରାଯାଇ ତାହାର ସଂରକ୍ଷଣ ଓ ଉପଯୁକ୍ତ ଯୋଗାଣ ଶୃଙ୍ଖଳା ରକ୍ଷା କରାଗଲେ, ଚାଷୀ ଓ ଖାଉଟି ଉଭୟେ ଲାଭବାନ ହେବେ। ଭାରତ ବିଦେଶକୁ ଅଧିକ ସଜ ଟମାଟୋ ରପ୍ତାନୀ କରି ପାରିବ। ଏବେ, ଟମାଟୋ, ପିଆଜ ଓ ଆଳୁକୁ ଟପ୍ ପ୍ରାୟରିଟି ବା ସର୍ବାଧିକ ଗୁରୁତ୍ୱ ଦେବାର ସମୟ ଆସିଛି। ନହେଲେ, ଆଗାମୀ ନିର୍ବାଚନରେ 'ପିଆଜ' ସରକାରଙ୍କ ଆଖିରୁ ଲୁହ ଝରାଇବ, 'ଆଳୁ' ବିନା ମାଗଣା ଚାଉଳ ପାଟିକୁ ରୁଚିବନି ଏବଂ 'ଟମାଟୋ'ର ଲାଲ ଟହଟହ ଡଉଲଡାଉଲ ଚେହେରା ଗରିବଙ୍କ ପାଇଁ ରହିଯିବ ଦୁରନ୍ତ ସ୍ୱପ୍ନଟିଏ ହୋଇ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story