ଅଯୋଧ୍ୟା ନୁହେଁ, ପୁରୀରେ ଲେଖାଯାଇଥିଲା ଶ୍ରୀରାମଚରିତମାନସ!

ଶ୍ରୀରାମଚରିତମାନସ ଭାରତର ଏକ ପ୍ରସିଦ୍ଧ ଭକ୍ତିଗ୍ରନ୍ଥ। ଏଯାବତ ବିଶ୍ୱାସ କରାଯାଇଛି ଯେ ଏହି ପ୍ରସିଦ୍ଧ ଭକ୍ତି ଗ୍ରନ୍ଥଟିକୁ ସନ୍ଥ ତୁଳସୀ ଦାସ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ଠାରେ ରଚନା କରିଥିଲେ; କିନ୍ତୁ ତୁଳସୀ ତାଙ୍କର ସର୍ବଶ୍ରେଷ୍ଠ କୃତି ରାମଚରିତମାନସକୁ ଯେ ଓଡ଼ିଶାର ପୁରୀଠାରେ ରଚନା କରିଥିଲେ ଏ ସମ୍ବନ୍ଧରେ ଯଥେଷ୍ଟ ପ୍ରମାଣ ସେ ନିଜେ ରାମଚରିତମାନସରେ ହିଁ ଲିପିବଦ୍ଧ କରିଯାଇଛନ୍ତି।

Santha Tulasi Das

Santha Tulasi Das

Debendra Prusty
  • Published: Friday, 23 May 2025
  • Updated: 23 May 2025, 04:52 PM IST

Sports

Latest News

ସୁବ୍ରତ ପ୍ରିୟବ୍ରତ ମହାନ୍ତି

ଶ୍ରୀରାମଚରିତମାନସ ଭାରତର ଏକ ପ୍ରସିଦ୍ଧ ଭକ୍ତିଗ୍ରନ୍ଥ। ଏଯାବତ ବିଶ୍ୱାସ କରାଯାଇଛି ଯେ ଏହି ପ୍ରସିଦ୍ଧ ଭକ୍ତି ଗ୍ରନ୍ଥଟିକୁ ସନ୍ଥ ତୁଳସୀ ଦାସ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ଠାରେ ରଚନା କରିଥିଲେ; କିନ୍ତୁ ତୁଳସୀ ତାଙ୍କର ସର୍ବଶ୍ରେଷ୍ଠ କୃତି ରାମଚରିତମାନସକୁ ଯେ ଓଡ଼ିଶାର ପୁରୀଠାରେ ରଚନା କରିଥିଲେ ଏ ସମ୍ବନ୍ଧରେ ଯଥେଷ୍ଟ ପ୍ରମାଣ ସେ ନିଜେ ରାମଚରିତମାନସରେ ହିଁ ଲିପିବଦ୍ଧ କରିଯାଇଛନ୍ତି। ମାନସର ବାଳକାଣ୍ଡରେ ତୁଳସୀ ଲେଖିଛନ୍ତି, ‘ସବ ବିଧି ପୁରୀ ମନୋହର ଜାନି, ସକଲ ସିଦ୍ଧି ପ୍ରଦ ମଙ୍ଗଲ ଖାନି, ବିମଲ କଥା କର କୀହ୍ନ ଆରମ୍ଭା’। ଏହି ପଂକ୍ତିରେ ତୁଳସୀ ଦାସ ଅତି ସ୍ପଷ୍ଟ ଭାବରେ ଲେଖିଛନ୍ତି, ସବୁଠାରୁ ମନୋହର ସ୍ଥାନ, ମଙ୍ଗଳ ପ୍ରଦ ସ୍ଥାନ ‘ପୁରୀ‘ ଠାରେ ସେ ଏହି ବିମଳ କଥାକୁ ଆରମ୍ଭ କଲେ। ଅନେକ ବିଶ୍ୱାସ କରନ୍ତି, ତୁଳସୀ ଦାସଙ୍କ ସୂଚୀତ ଏହି ପୁରୀ ହେଉଛି ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାପୁରୀ; କିନ୍ତୁ ପ୍ରକୃତରେ ତୁଳସୀଙ୍କ ସୂଚୀତ ଏହି ‘ପୁରୀ’ ହେଉଛି ଶ୍ରୀଜଗନ୍ନାଥଙ୍କ ଧାମ ‘ପୁରୀ’। ଏ ସମ୍ବନ୍ଧରେ ଯଥେଷ୍ଟ ତଥ୍ୟ ତୁଳସୀ ମାନସରେ ହିଁ ଲିପିବଦ୍ଧ କରିଯାଇଛନ୍ତି।

ରାମଚରିତମାନସର ରଚନା ସମୟ ବିଷୟରେ ଆଲୋଚକମାନେ ମତ ଦିଅନ୍ତି, ଏହା ୧୫୭୪ରୁ ୧୫୭୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ରଚିତ ହୋଇଥିଲା। ଏହି ସମୟ ମଧ୍ୟରେ ପୁରୀଠାରେ ଯେଉଁ ପ୍ରମୁଖ ଘଟଣା ଘଟିଥିଲା ତାହା ଥିଲା ଦାରୁବିଗ୍ରହଙ୍କ ନବକଳେବର। ଏହି ନବକଳେବର ହୋଇଥିଲା ୧୫୭୫ ଖ୍ରୀଷ୍ଟାବ୍ଦରେ। ତେଣୁ ନବକଳେବର ସମ୍ବନ୍ଧିତ ପ୍ରସ୍ତୁତିର ସମୟ ଥିଲା ୧୫୭୪ ଖ୍ରୀଷ୍ଟାବ୍ଦର ଶେଷ ସମୟ। ମାନସର ବାଳକାଣ୍ଡରେ ତୁଳସୀ ଲେଖିଛନ୍ତି, ‘ଦାରୁ ବିଚାର କି କରଇ କୋଉ ବନ୍ଦିଅ ମଲୟ ପ୍ରସଙ୍ଗ’। ଏହି ଧାଡ଼ିକୁ ବ୍ୟାଖ୍ୟା କରି ବ୍ୟାଖ୍ୟାକାର ଯାହା କୁହନ୍ତି ତାହା ମାନସର ପ୍ରଥମ ଅର୍ଥ; କିନ୍ତୁ ଦ୍ୱିଅର୍ଥରେ ତୁଳସୀଙ୍କ ଏହି ସୂଚନା ହେଉଛି ନବକଳେବର ନିମନ୍ତେ ଦାରୁବିଗ୍ରହଙ୍କ ଦାରୁ ସମ୍ବନ୍ଧରେ ବିଚାର ବିମର୍ଷର ସୂଚନା। ଏହା ପରେ ଦାରୁଙ୍କ ମଧ୍ୟରେ ବ୍ରହ୍ମ ପ୍ରତିଷ୍ଠା ସମ୍ବନ୍ଧରେ ସୂଚନା ଦେଇ ଦ୍ୱିଭାଷୀରେ ତୁଳସୀ ସୂଚାଇଛନ୍ତି, ‘ଏକ ଦାରୁ ଗତ ଦେଖିଅ ଏକୁ, ପାଓକ ସମ ଯୁଗ ବ୍ରହ୍ମ ବିବେକୁ‘। ଏଠାରେ ତୁଳସୀ ଦୁଇଟି ବ୍ରହ୍ମଙ୍କ ବିଷୟରେ ସୂଚନା ଦେଇଛନ୍ତି। ପ୍ରଥମ ହେଉଛନ୍ତି ପରଂବ୍ରହ୍ମ ଯାହାଙ୍କୁ ଦାରୁଙ୍କ ମଧ୍ୟରେ ସ୍ଥାପନ କରାଗଲା। ଦ୍ୱିତୀୟ ବ୍ରହ୍ମ ହେଉଛନ୍ତି ଗୁରୁବ୍ରହ୍ମ ଯାହାଙ୍କୁ ସେ ନିଜ ସମ୍ମୁଖରେ ଦେଖୁଥିଲେ।

ଏଇଠି କହିରଖୁ ତୁଳସୀଙ୍କ ଗୁରୁ ଥିଲେ ଓଡ଼ିଶାର ପ୍ରସିଦ୍ଧ ସନ୍ଥ ଶିଶୁ ଅନନ୍ତ ଦାସ। ତୁଳସୀଙ୍କ ଗୁରୁ ଅନନ୍ତଙ୍କ ବିଷୟରେ ଏଠାରେ ବିଶେଷ କିଛି ଉଲ୍ଲେଖ ନକରି କେବଳ ଏତିକି କହିବାକୁ ଚାହୁଁ, ଅନନ୍ତଙ୍କ ବାଣୀ ଥିଲା, ‘ଗୁରୁଟି ଆପେ ବ୍ରହ୍ମ ରାଶି’। ସେଥିପାଇଁ ତୁଳସୀ ଲେଖିଲେ, ‘ଦେଖିଅ ଏକୁ ..’ ଅର୍ଥାତ ସେଠାରେ ଉପସ୍ଥିତ ଥିବା ତାଙ୍କ ଗୁରୁ ଶିଶୁ ଅନନ୍ତଙ୍କୁ ସେ ସମ୍ମୁଖରେ ଦେଖୁଥିଲେ। ଅନନ୍ତଙ୍କ ଭକ୍ତିର ଆଧାର ଥିଲା ହେତୁ। ତୁଳସୀ ଯେଉଁଠି ଦାରୁ ଶବ୍ଦର ପ୍ରୟୋଗ କରିଛନ୍ତି ସେହି ଦୋହାର ଚୌପାଇରେ ସେ ‘ଅନନ୍ତ’ ଏବଂ ‘ହେତୁ’ ଶବ୍ଦର ପ୍ରୟୋଗ କରି ସୂଚାଇ ଦେଇଛନ୍ତି ଯେ ସେ ଶିଶୁ ଅନନ୍ତଙ୍କ କଥା ହିଁ କହିଛନ୍ତି। କେବଳ ସେତିକି ନୁହେଁ ଦୋହାଟିର ପ୍ରଥମ ଧାଡ଼ିରେ ‘ପ୍ରିୟ ଲାଗହି .. ରାମ ଜସ ସଙ୍ଗ’ ଉଲ୍ଲେଖ କରି ଦ୍ୱିଅର୍ଥରେ ଗଜପତି ରାମନ୍ଦ୍ରଦେବଙ୍କ କଥା ମଧ୍ୟ ସୂଚୀତ କରିଛନ୍ତି।

୧୫୭୫ର ଏହି ନବକଳେବର କରାଇବାରେ ତୋଡରମଲଙ୍କର ପ୍ରଛନ୍ନ ଭୂମିକା ଥିଲା। ତୋଡରମଲ ସେ ସମୟରେ ଓଡ଼ିଶାରେ ହିଁ ଅବସ୍ଥାନ କରୁଥିଲେ। ରାମଚରିତମାନସ ସମ୍ବନ୍ଧିତ କିଛି କାହାଣୀରେ କୁହାଯାଏ, ତୁଳସୀ ଦାସ ପୋଥିଟିକୁ ମିତ୍ର ତୋଡରମଲଙ୍କ ପାଖରେ ରଖିଦେଲେ। ଅର୍ଥାତ ଏହା କାଶୀଠାରେ ନୁହେଁ ପୁରୀଠାରେ ଘଟିଥିଲା। ଏଇଠି ଗୋଟିଏ ବଡ଼ ପ୍ରଶ୍ନ ହେଉଛି ତୁଳସୀ ପୋଥିଟିକୁ କାହିଁକି ତୋଡରମଲଙ୍କୁ ଦେଲେ? ତୋଡରମଲଙ୍କ ପରିଚୟ କଣ? ଏହା ଏକ ଭିନ୍ନ ପ୍ରସଙ୍ଗ ଯାହା ସ୍ୱତନ୍ତ୍ର ଆଲୋଚନା ଆବଶ୍ୟକ କରେ। ତେବେ କେବଳ ଏତିକି ସୂଚନା ଦିଆଯାଇ ପାରେ, ଗଜପତି ପ୍ରତାପରୁଦ୍ରଙ୍କ ଉପାଧି ଥିଲା ‘ତୋଡରମଲ’। ‘ତୋଡର’ ଏକ ଓଡ଼ିଆ ଶବ୍ଦ। ଯେତେବେଳେ ରାମଚନ୍ଦ୍ରଦେବ ଓଡ଼ିଶାର ରାଜା ହେଲେ ସେତେବେଳେ ଧରି ମଲ ଓଡ଼ିଶାର ଉତ୍ତରଭାଗର ରାଜା ହେଲେ ଏବଂ ତୋଡରମଲଙ୍କ ଜଣେ ପୁତ୍ରଙ୍କ ନାମଥିଲା ଧରି। ଏଠାରେ ତୋଡରମଲଙ୍କ ବିଷୟରେ ସାମାନ୍ୟ ସୂଚନା ଦେବାର କାରଣ ମାନସ ପୁରୀ ଠାରେ ଲେଖାଯାଇଥିବାର ଇତିହାସ ସମ୍ମତ ତଥ୍ୟକୁ ଉପସ୍ଥାପନ କରିବା।

ରାମଚରିତମାନସର ବାଳକାଣ୍ଡର ଗୋଟିଏ ଦୋହାରେ ଦାରୁ ପ୍ରସଙ୍ଗ ଥିବା ବେଳେ ଅନ୍ୟ ଏକ ଦୋହାରେ ତୁଳସୀ ଦାସ ଲେଖିଛନ୍ତି, ‘ବିନୁ ପଦ ଚଲଇ ସୁନଇ ବିନୁ କାନା, କର ବିନୁ କରମ କରଇ ବିଧି ନାନା’। ଏହି ପଂକ୍ତି ବିଷୟରେ ଅନେକ ମତ ଦିଅନ୍ତି, ଏହା ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କରି ଲେଖାଯାଇଛି ଏବଂ ଏହି ପଂକ୍ତିଟିକୁ ତୁଳସୀ ପୁରୀଠାରେ ଲେଖିଥିଲେ। ଅର୍ଥାତ ଅନେକ ଗବେଷକ ବିଶ୍ୱାସ କରିଛନ୍ତି, ରାମଚରିତମାନସ ରଚନା ଚାଲିଥିବା ସମୟରେ ତୁଳସୀ ପୁରୀରେ ଅବସ୍ଥାନ କରୁଥିଲେ; କିନ୍ତୁ ସମ୍ପୂର୍ଣ୍ଣ ରାମଚରିତମାନସ ଯେ ପୁରୀଠାରେ ରଚିତ ହୋଇଥିଲା ଏହି କଥାଟି ଉପରେ ଆଲୋକ ପଡ଼ି ପାରିନାହିଁ। ଲକ୍ଷ୍ୟ କରିବା କଥା ଯେଉଁ ବାଳକାଣ୍ଡରେ ‘ତୁଳସୀ ଦାରୁ ବିଚାର କି କରଇ’, ‘ବିନୁପଦ ଚଲଇ ..’ ଇତ୍ୟାଦି ଲେଖିଛନ୍ତି, ସେହି ବାଳକାଣ୍ଡରେ ଏକଥା ମଧ୍ୟ ଲେଖିଛନ୍ତି, ‘ସବ ରଘୁବର ପୁରୀ ନିହାରୀ’, ‘ପୁରୀ ବିରାଜିତ ରାଜତି ରଜନୀ’ ଏବଂ ଲେଖିଛନ୍ତି ‘ଅରୁନ ଚୂଡ଼ ..’।

ଏ ସମସ୍ତ ବର୍ଣ୍ଣନାର ପ୍ରଥମ ଅର୍ଥ ରାମକଥା ହୋଇଥିବା ବେଳେ ଦ୍ୱିଅର୍ଥରେ ଏହା ଯେ ଶ୍ରୀକ୍ଷେତ୍ର ପୁରୀ ସମ୍ବନ୍ଧରେ ସୂଚନା ଏଥିରେ ସନ୍ଦେହ ରହିବା ଉଚିତ ନୁହେଁ। କାରଣ ତୁଳସୀଙ୍କ ରଘୁବର ବା ଶ୍ରୀରାମ ଥିଲେ ଶ୍ରୀଜଗନ୍ନାଥ। ଏକଥା ନିଜେ ତୁଳସୀ ଦାସ ମାନସର ଉତ୍ତରକାଣ୍ଡରେ ଦ୍ୱିଅର୍ଥରେ ସୂଚୀତ କରିଯାଇଛନ୍ତି। ତୁଳସୀ ଲେଖିଛନ୍ତି, ‘ରଘୁବର ନିଜ ମୁଖ ଜାସୁ ଗୁନ ଗନ କହତ ଅଗ ଜଗନ୍ନାଥ ଯୋ’। ଅର୍ଥାତ ଇଏ ହେଉଛନ୍ତି ସେହି ରଘୁବର ଯାହାଙ୍କୁ ଗୁଣି ଜନମାନେ ଜଗନ୍ନାଥ କହୁଛନ୍ତି। ଉତ୍ତରକାଣ୍ଡର ଗୋଟିଏ ପଂକ୍ତିରେ ତୁଳସୀ ଶ୍ରୀଜଗନ୍ନାଥଙ୍କୁ ରଘୁବର ଭାବରେ ଦର୍ଶାଇ ଥିବା ବେଳେ ଅନ୍ୟ ଏକ ପଂକ୍ତିରେ ଲେଖିଛନ୍ତି, ‘ଦେଖୁ ଗରୁଡ଼ ନିଜ ହୃଦୟ ବିଚାରି, ମେଁ ରଘୁବୀର ଭଜନ ଅଧିକାରୀ’। ଅର୍ଥାତ ତୁଳସୀଙ୍କୁ ରଘୁବରଙ୍କ ବା ଜଗନ୍ନାଥଙ୍କ ଭଜନ ଗାନର ଅଧିକାର ମିଳିଛି।

ଅନ୍ୟପଟରେ ଆମେ ଦେଖୁ ଶ୍ରୀମନ୍ଦିରର ସତ୍ୱଲିପି ସଂଖ୍ୟା ୧୧୯ ଅନୁଯାୟୀ ତୁଳସୀ ଦାସଙ୍କ ଭଜନ ଗାନର ଅଧିକାର କଥା ଲିପିବଦ୍ଧ ରହିଛି। ଏବେ ମଧ୍ୟ ପ୍ରତ୍ୟହ ଶ୍ରୀମନ୍ଦିରରେ ତୁଳସୀଙ୍କ ରଚିତ ଭଜନ ଗାନ କରାଯାଉଛି। ରାମଚରିତମାନସରେ ସୂଚୀତ ‘ଦେଖୁ ଗରୁଡ଼’ (ସାଧାରଣ ଦର୍ଶନାର୍ଥୀ ମଧ୍ୟ ପ୍ରଥମେ ଗରୁଡ଼ଙ୍କ ନିକଟରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାଆନ୍ତି) ସହିତ ଭଜନ ଗାନର ଅଧିକାର ଏବଂ ଅନ୍ୟପଟରେ ଶ୍ରୀମନ୍ଦିର ସତ୍ୱଲିପିରେ ସୂଚୀତ ତୁଳସୀଙ୍କ ଭଜନ ଗାନର ଅଧିକାର କଥାକୁ ବିଚାରକୁ ନେଲେ ତୁଳସୀଙ୍କ ସୂଚୀତ ‘ପୁରୀ’ ଯେ ଶ୍ରୀକ୍ଷେତ୍ର ପୁରୀ, ଯେଉଁଠାରେ ସେ ମାନସ ରଚନା ଆରମ୍ଭ କରିଥିଲେ ଏଥିରେ କୌଣସି ସନ୍ଦେହ ରହେ ନାହିଁ। ମାନସର ବାଳକାଣ୍ଡରେ ତୁଳସୀ ପୁରୀର ଶ୍ରୀବିଗ୍ରହଙ୍କ ଦାରୁ ସମ୍ବନ୍ଧରେ ବିଚାର ବିମର୍ଷର କଥା ଲେଖିବା ସମୟରେ ନିଜ ଗୁରୁଙ୍କ ବିଷୟରେ ସୂଚନା ଦେଇଥିବା ବେଳେ ଉତ୍ତରକାଣ୍ଡରେ ଲେଖିଛନ୍ତି, ‘ସମାଚାର ସବ ଗୁରହି ସୁନାଏ, ପୁନି ମନ୍ଦିର ମହଁ ବାତ ଜନାଇ’। ମାନସର ପ୍ରଥମ ଅର୍ଥରେ ଏହା ରାମ କଥା; କିନ୍ତୁ ଦ୍ୱିଅର୍ଥରେ ଏହା ତୁଳସୀଙ୍କ ଗୁରୁ ଶିଶୁ ଅନନ୍ତଙ୍କର ଶ୍ରୀମନ୍ଦିର ସମ୍ପର୍କରେ (ତୋଡରମଲଙ୍କୁ / ରାମଚନ୍ଦ୍ରଦେବଙ୍କୁ) ସୂଚନାର କଥା।

ସମସ୍ତ ଘଟଣା ପୁରୀ ସମ୍ପର୍କିତ ହୋଇଥିବା ହେତୁ ତୁଳସୀ ଲେଖିଛନ୍ତି, ‘ରଘୁପତି ପୁର ସିନ୍ଧୁ ଦେଖି ହରସାନ’। ଏହା ମହୋଦଧିର କଥା। ‘ପାଓନ ପୁରୀ ଋଚିର ଏହି ଦେଶା’। ଏହା ପବିତ୍ର ପୁରୀଧାମର କଥା, ଓଡ଼ିଶା ଦେଶର କଥା। ସେ ଲେଖିଛନ୍ତି, ‘କୃପାସିନ୍ଧୁ ଜବ ମନ୍ଦିର ଗଏ’। ଏହା ନବକଳେବର ପରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରବେଶର କଥା। ବାଳକାଣ୍ଡ ରଚନାର ସମୟ ଥିଲା ଦାରୁ ବିଷୟରେ ବିଚାର ବିମର୍ଷ କରିବାର ସମୟ, ଦାରୁଙ୍କ ମଧ୍ୟରେ ବ୍ରହ୍ମ ପ୍ରତିଷ୍ଠାର ସମୟ; କିନ୍ତୁ ଉତ୍ତରକାଣ୍ଡ ରଚନା ବେଳକୁ ଶ୍ରୀବିଗ୍ରହ ମନ୍ଦିର ପ୍ରବେଶ କରି ସାରିଥିଲେ। ତେଣୁ ତୁଳସୀ ଲେଖିଲେ, ‘କୃପାସିନ୍ଧୁ ଜବ ମନ୍ଦିର ଗଏ, ପୁର ନର ନାରୀ ସୁଖୀ ସବ ଭଏ’। ଏଇଠି କୌଣସି ପାଠକଙ୍କ ମନରେ ପ୍ରଶ୍ନ ଆସିପାରେ ଏହାତ ପ୍ରଭୁ ଶ୍ରୀରାମ ନିଜ ଉଆସକୁ ଯିବାର ବର୍ଣ୍ଣନା, ଏଥିରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରବେଶ କଥା କାହିଁ?

ଏହା ହିଁ ତୁଳସୀଙ୍କ ଅପୂର୍ବ କବିତ୍ୱ। ପ୍ରଥମ ଅର୍ଥରେ ଏହା ପ୍ରଭୁ ଶ୍ରୀରାମଙ୍କ ଉଆସ ପ୍ରବେଶର କଥା; କିନ୍ତୁ ଦ୍ୱିଅର୍ଥରେ ଏହା ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରବେଶର କଥା। ପାଠକଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ତ ତୁଳସୀ ‘ସିନ୍ଧୁ’ ଶବ୍ଦର ପ୍ରୟୋଗ କରିଛନ୍ତି, ‘ଭୁମି ସପ୍ତ ସାଗର ମେଖଲା’ ବୋଲି ଲେଖିଛନ୍ତି ଏବଂ ସେହି ମନ୍ଦିରଟି କେଉଁ ମନ୍ଦିର ସେକଥା ସ୍ପଷ୍ଟ କରିବାକୁ ଯାଇ ଲେଖିଛନ୍ତି, ‘ଧଓଲ ଧାମ ଉପର ନଭ ଚୁମ୍ବତ, କଲସ ମାନହୁ ରବି ଶଶି ଦୂତି ନିନ୍ଦିତ’। ଭାରତର ଚାରିଧାମ ମଧ୍ୟରୁ ଶ୍ରୀମନ୍ଦିର ହିଁ ଧବଳ ଧାମ ଭାବରେ ପ୍ରସିଦ୍ଧ। ଇଂରାଜୀରେ ଏହାକୁ ‘ହ୍ୱାଇଟ ପାଗୋଡ଼ା’ ବୋଲି କୁହାଯାଏ। ଯାହାର ଉଚ୍ଚତା ନଭଶ୍ଚୁମ୍ବୀ। ଖାଲି ସେତିକି ନୁହେଁ, ତୁଳସୀ ଲେଖିଛନ୍ତି ଏହାର କଳସ ଅତି ସୁନ୍ଦର। ଆମେ ଜାଣୁ ସୁନ୍ଦର କଳସ ହେଉଛି ଓଡ଼ିଶୀ ମନ୍ଦିର ନିର୍ମାଣ କଳାର ପରିଚୟ। ଶ୍ରୀମନ୍ଦିରର କଳସ ଭଳି ସୁନ୍ଦର କଳସ ଭାରତର କୌଣସି ପ୍ରାନ୍ତର ମନ୍ଦିରରେ ଦେଖାଯାଏ ନାହିଁ।

ଏତେ ସ୍ପଷ୍ଟ ସୂଚନା ପରେ ମଧ୍ୟ କୌଣସି ପାଠକଙ୍କ ମନରେ ଯଦି ସାମାନ୍ୟ ସନ୍ଦେହ ରହିଯାଉଥାଏ, ସେ ସନ୍ଦେହ ଦୂର ହୋଇଯାଏ ତୁଳସୀଙ୍କ ସୂଚୀତ ଧବଳ ଧାମର ସୁନ୍ଦର କଳସ ଉପରେ ବା ତୁଳସୀଙ୍କ ରଘୁବରଙ୍କ ମନ୍ଦିର ଉପରେ ଉଡୁଥିବା ବାନା ସମ୍ବନ୍ଧିତ ସୂଚନା ପାଠକରି। ତୁଳସୀ ଲେଖିଛନ୍ତି, ‘ଜାସୁ ପତିତପାବନ ବଡ଼ ବାନା, ଗାଓହି କବି ଶୃତି ସନ୍ଥ ପୁରାନା’। ତୁଳସୀ ଲେଖିଲେ ପତିତପାବନ ‘ବଡ଼’ ବାନା। କେବଳ ପତିତପାବନ ବାନା ଲେଖିଥିଲେ କେହି ହୁଏତ କିଛି ଯୁକ୍ତି ବାଢ଼ିବାର ସୁଯୋଗ ପାଇଥାନ୍ତେ; କିନ୍ତୁ ପତିତପାବନ ବାନା ନିକଟରେ ‘ବଡ଼’ ଶବ୍ଦଟି ଯୋଡ଼ି ତୁଳସୀ ସ୍ପଷ୍ଟ କରି ଦେଇଛନ୍ତି ଯେ, ସେ ଶ୍ରୀମନ୍ଦିର ଉପରେ ଫର ଫର ଉଡ଼ି ପତିତ ଜନଙ୍କ ଦୁଃଖ ନିବାରଣ କରୁଥିବା ପତିତପାବନ ବାନାର କଥା ହିଁ କହିଛନ୍ତି। କାରଣ ପତିତପାବନ ବାନା ଏତେ ବଡ଼ ଥିଲା ଯେ ପ୍ରାୟତଃ ଭୂମି ସ୍ପର୍ଶ କରିବା ଭଳି। ଏହା ମନ୍ଦିରର ସ୍ଥାୟିତ୍ୱ ପ୍ରତି ବିପଦ ସଂକୁଳ ହେବ ବୋଲି ବିଚାର କରାଯାଇ କିଛି ବର୍ଷ ତଳେ ଏହାର ଲମ୍ବକୁ ଛୋଟାଇ ଦିଆଯାଇଛି। ‘ବଡ଼’ ଶବ୍ଦ ସହିତ ତୁଳସୀ ଲେଖିଛନ୍ତି ‘ଗାଓହି କବି ଶୃତି ସନ୍ଥ ପୁରାନା’। ପତିତପାବନ ବାନାକୁ ନେଇ ଓଡ଼ିଆ ଭାଷାରେ କେତେ ପ୍ରାଚୀନ କବି କେତେ ଯେ ଗୀତ ଲେଖିଯାଇଛନ୍ତି ସେକଥା ଦର୍ଶାଇବାକୁ ଏଠାରେ ସ୍ଥାନ ନାହିଁ। ଦାରୁ, ଧଓଲ ଧାମ, ପତିତପାବନ ବଡ଼ ବାନା, ଭଳି ସୂଚନା ସହିତ ମାନସରେ ସୁଆର, କୈବଲ୍ୟ, ବ୍ରହ୍ମଗିରି, ଗମ୍ଭୀରା ଇତ୍ୟାଦି ଶବ୍ଦ ପ୍ରୟୋଗ ସୂଚାଇ ଦିଏ ‘କୃପାସିନ୍ଧୁ ଜବ ମନ୍ଦିର ଗଏ’ ଦ୍ୱିଅର୍ଥରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପ୍ରବେଶ ବିଷୟରେ ସୂଚନା।

ରାମଚରିତମାନସ ପାଠ କରିବା ବେଳେ ଲକ୍ଷ୍ୟ କରିବା କଥା, ଅପୂର୍ବ କବିତ୍ୱର ଅଧକାରୀ ତୁଳସୀ ଦାସ ଯେଉଁ ଠାରେ ପୁରୀ ବିଷୟ ସୂଚୀତ କରିବାକୁ ଚାହିଁଛନ୍ତି ସେଠାରେ ‘ପୁରୀ’ ଶବ୍ଦ ନିକଟରେ ‘ଅଯୋଧ୍ୟା’ ଶବ୍ଦକୁ ଯୁଗ୍ମ କରି ରଖିନାହାନ୍ତି; କିନ୍ତୁ ଯେଉଁଠାରେ ପ୍ରଭୁ ଶ୍ରୀରାମଙ୍କ ଅଯାଧ୍ୟା ନଗରୀ କଥା କହିବାକୁ ଚାହିଁଛନ୍ତି ସେଠାରେ ସେ ଅଯୋଧ୍ୟା ଶବ୍ଦ ନିକଟରେ ପୁରୀ ଶବ୍ଦଟିକୁ ଯୁଗ୍ମ କରି ଲେଖିଛନ୍ତି। ଉଦାହରଣ ସ୍ୱରୂପ, ‘ପୁରୀ ପ୍ରଭାଓ ଅନୁଗ୍ରହ ମୋରେଁ, ରାମ ଭକତି ଉପଜହି ଉର ତୋରେ’। ଅର୍ଥାତ ପବିତ୍ର ନଗରୀ ପୁରୀର ପ୍ରଭାବରୁ ହିଁ ତାଙ୍କ ହୃଦୟରେ ଭକ୍ତି ଭାବ ଉଦ୍ରେକ ହୋଇଥିଲା। ଶ୍ରୀରାମଙ୍କ ଭକ୍ତ ତୁଳସୀଙ୍କ ରଘୁବର ହେଲେ ଶ୍ରୀଜଗନ୍ନାଥ। ତୁଳସୀଙ୍କ ପାଇଁ ହିଁ ଶ୍ରୀଜଗନ୍ନାଥ ଶ୍ରୀରଘୁନାଥ ବେଶ ଧାରଣ କରିଥାନ୍ତି। ଦ୍ୱିଅର୍ଥରେ ପ୍ରଦତ୍ତ ସୂଚନା ଅନୁସାରେ ପୁରୀ ଥିଲା ତୁଳସୀଙ୍କ ଜନ୍ମ ଭୁମି। ମାନସରେ ତୁଳସୀ ଲେଖିଛନ୍ତି, ‘ଜନ୍ମ ଭୂମି ମମ ପୁରୀ ସୁହାଓନି’, ‘ମମ ଧାମଦା ପୁରୀ ସୁଖ ରାଶି’। ତେଣୁ ତୁଳସୀ ଯେ ନିଜକୁ ସୁଖ ପ୍ରଦାନ କରୁଥିବା ନିଜର ଜନ୍ମଭୂମି ଶ୍ରୀକ୍ଷେତ୍ର ପୁରୀ ଠାରେ ରାମଚରିତମାନସ ଭଳି ପବିତ୍ର ଗ୍ରନ୍ଥକୁ ରଚନା କରିଥିଲେ ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ।

ମୋ-୯୯୩୮୮୯୩୭୩୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story