ତୈଳ ଦରବୃଦ୍ଧିର କାରଣ ଯାହା କୁହାଯାଉନାହିଁ

ପ୍ରସ୍ତୁତି : ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଏବେ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ଏକ ଶହ ଟଙ୍କାରୁ ଅଧିକ ହୋଇସାରିଲାଣି। କରୋନା ସମୟରେ ଏଭଳି ଦର ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ା। କିନ୍ତୁ ପେଟ୍ରୋଲ/ଡିଜେଲର ଲିଟର ପିଛା ଶହେ ଟଙ୍କା ମଧ୍ୟରୁ ପ୍ରାୟ ଷାଠିଏ ଟଙ୍କା ଅବକାରୀ ଟିକସ ବାବଦକୁ ସରକାରଙ୍କ ନିକଟକୁ ଯାଇଥାଏ। ଏହାର ପେଟ୍ରୋଲ ଉତ୍ପାଦନ ଓ ବଣ୍ଟନ ସହିତ କୌଣସି […]

Petrol

Petrol

Debendra Prusty
  • Published: Monday, 05 July 2021
  • Updated: 05 July 2021, 06:49 PM IST

Sports

Latest News

ପ୍ରସ୍ତୁତି : ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଏବେ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ଏକ ଶହ ଟଙ୍କାରୁ ଅଧିକ ହୋଇସାରିଲାଣି। କରୋନା ସମୟରେ ଏଭଳି ଦର ବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ା। କିନ୍ତୁ ପେଟ୍ରୋଲ/ଡିଜେଲର ଲିଟର ପିଛା ଶହେ ଟଙ୍କା ମଧ୍ୟରୁ ପ୍ରାୟ ଷାଠିଏ ଟଙ୍କା ଅବକାରୀ ଟିକସ ବାବଦକୁ ସରକାରଙ୍କ ନିକଟକୁ ଯାଇଥାଏ। ଏହାର ପେଟ୍ରୋଲ ଉତ୍ପାଦନ ଓ ବଣ୍ଟନ ସହିତ କୌଣସି ସମ୍ପର୍କ ନାହିଁ। ସେହି ଟିକସରୁ କେନ୍ଦ୍ର ସରକାର ତିନି ଭାଗ ପାଇଲେ ରାଜ୍ୟ ସରକାରମାନେ ଭାଗେ ପାଇଥାନ୍ତି। ସମୟ ସମୟରେ ରାଜ୍ୟ ସରକାରମାନେ ଲୋକ ଦେଖାଣିଆ ନିଜ ଟିକସରୁ ଏକ ଟଙ୍କା କମାଇଦେବା (ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ସରକାର ଏକ ଟଙ୍କା କମାଇଥିଲେ) ସମଗ୍ର ବୋଝ ଉପରେ ବିଶେଷ ପ୍ରଭାବ ପକାଇନଥାଏ। ତଥ୍ୟ କୁହେ ଯେ ୨୦୧୪ ମସିହାଠାରୁ ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ ପେଟ୍ରୋଲ/ଡିଜେଲ/ରନ୍ଧନ ଗ୍ୟାସ ଉପରେ ୩୦୦ ପ୍ରତିଶତ ଟିକସ ବୃଦ୍ଧି ଘଟିସାରିଲାଣି।

ଦେଶର ଆନୁସଙ୍ଗିକ ଖର୍ଚ୍ଚ ଲାଗି ପ୍ରତି ସରକାର ବିଭିନ୍ନ ଟିକସ ଜନସାଧାରଣଙ୍କ ଉପରେ ବସାଇଥାନ୍ତି। ସେଥିମଧ୍ୟରୁ କେତେକ ପ୍ରତ୍ୟକ୍ଷ ଟିକସ (ଆୟକର, ସମ୍ପତ୍ତି କର, କର୍ପୋରେଟ ଟିକସ, ଜମିଖଜଣା ଇତ୍ୟାଦି) ଓ ଅନ୍ୟ କେତେକ ପରୋକ୍ଷ ଟିକସ (ଜିଏସଟି, ଅବକାରୀ ଓ କଷ୍ଟମ ଶୁଳ୍କ ଇତ୍ୟାଦି) ଭାବରେ ରହିଛି। ଏକ ପ୍ରଗତିଶୀଳ ଅର୍ଥନୀତିର ସପକ୍ଷବାଦୀମାନେ ସର୍ବଦା ଯୁକ୍ତି କରିଥାନ୍ତି ଯେ ପ୍ରତ୍ୟକ୍ଷ ଟିକସ ଅଧିକ ହେବା ଜରୁରୀ। ପ୍ରତ୍ୟକ୍ଷ ଟିକସର ବୋଝ ସାଧାରଣ ଲୋକଙ୍କ ଉପରେ ନପଡ଼ି ସମାଜର ଧନୀ ବର୍ଗ ଉପରେ ପଡ଼ିବ। କିନ୍ତୁ ଏକ ପୁଞ୍ଜିବାଦୀ ଅର୍ଥନୀତିରେ ସର୍ବଦା ପରୋକ୍ଷ ଟିକସର ମାତ୍ରାକୁ ଅଧିକ କରାଯାଇଥାଏ। କାରଣ ସରକାର କର୍ପୋରେଟ ବା କମ୍ପାନୀ ଓ ଧନୀବ୍ୟକ୍ତିମାନଙ୍କ ଚାପକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ଓ ବିଭିନ୍ନ ଟ୍ରେଡ ଯୁନିଅନ ତଥା କୃଷକ ସଂଗଠନଙ୍କ ଚାପକୁ ଆଇନ ଶୃଙ୍ଖଳାର ବିଷୟ କହି ଦମନ କରିଥା’ନ୍ତି। ବିଶେଷକରି ନବେ ଦଶକ ପରଠାରୁ ଶାସନକୁ ଆସିଥିବା ସମସ୍ତ ରାଜନୈତିକ ଦଳ ଆୟକର କମ କରି ପରୋକ୍ଷ ଟିକସର ମାତ୍ରା ବଢ଼ାଇବାରେ ଲାଗିଛନ୍ତି। ବର୍ତ୍ତମାନର ମହାମାରୀ (୨୦୨୦-୨୧) ସମୟରେ ମଧ୍ୟ ପ୍ରତ୍ୟକ୍ଷ କର ପୂର୍ବ ବର୍ଷ ଠାରୁ ୧୦% କମିଥିଲା ବେଳେ ପରୋକ୍ଷ କର ପୂର୍ବ ବର୍ଷ ଠାରୁ ୧୨% ଅଧିକ ହୋଇଛି। ଏଥିରୁ ବୁଝିହେବ ଯେ ଦେଶର ଆର୍ଥିକ ବୋଝ କେଉଁ ବର୍ଗ ଉପରେ ସର୍ବାଧିକ ପଡୁଛି।

ଆଜି ଭାରତୀୟ ଜନତା ପାର୍ଟି ବା ବିଜେପି ଦେଶର ଆୟ ବଢ଼ାଇବା ଲାଗି ପରୋକ୍ଷ ଟିକସ ବିଶେଷକରି ପେଟ୍ରୋଲିୟମ ସାମଗ୍ରୀରୁ ଟିକସ ଆଦାୟ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। କାହିଁକି?

୧ : ଜିଏସଟିର ବିଫଳତା 

ପାର୍ଲାମେଣ୍ଟରେ ୧୦୧ତମ ସମ୍ବିଧାନ ସଂଶୋଧନ ଆଇନ ପାସ ହୋଇ ଜିଏସଟି ୧ ଜୁଲାଇ ୨୦୧୭ ମସିହା ଠାରୁ ଦେଶରେ ଲାଗୁ ହେଲା। ଜିଏସଟି ବିଲ ପାସ ହେବା ପୂର୍ବରୁ ଏହାକୁ ବିରୋଧ କରାଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ମିଡିଆ ସାମ୍ନାରେ ବକ୍ତବ୍ୟ ଦେଇଥିଲେ ଯେ ଏହି ବିଲ ପାସ ନହେବା ଦେଶର ଗରିବ ଲୋକଙ୍କ ଲାଗି ବଡ଼ କ୍ଷତି। କିନ୍ତୁ ଜିଏସଟି ଦେଶର ଆୟ ବୃଦ୍ଧି କ୍ଷେତ୍ରରେ ସାହାଯ୍ୟ କଲାନାହିଁ। ଏହାର କାରଣ ଅନେକ ରହିଛି। ତେବେ ଜିଏସଟି ଲାଗୁ ହେବା ପରେ ସମୁଦାୟ ବିକ୍ରିକର ପ୍ରତିବର୍ଷ ୧୪ ପ୍ରତିଶତ ବୃଦ୍ଧି ହେବାର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ଆଜି ସେହି ଲକ୍ଷ୍ୟ ପୂରଣ ହେବା ତ ଛାଡ଼ ଜିଏସଟି ପରିମାଣ କମ ହେବାରେ ଲାଗିଛି ବା ଏକ ପ୍ରକାରର ସ୍ଥିର ରହିଛି। ୨୦୧୮-୧୯ ମସିହାରେ ଜିଏସଟି ସଂଗ୍ରହ ଯଦି ୧୧ କୋଟି ୭୭ ଲକ୍ଷ କୋଟି ଟଙ୍କା ହୋଇଛି ତେବେ ୨୦୧୯-୨୦ରେ ଏହା ୧୧ କୋଟି ୫୬ ଲକ୍ଷ କୋଟି ଓ ୨୦୨୦-୨୧ରେ ଏହା ୧୦ କୋଟି ୨୧ ଲକ୍ଷ କୋଟି ଟଙ୍କା। ଏହି ଜିଏସଟି ଆଦାୟ କମିଯିବା ହେତୁ ଏହାର ବିକଳ୍ପ ଭାବରେ ପେଟ୍ରୋଲ ଉପରେ ଟିକସ କ୍ରମାଗତ ଭାବରେ ବଢ଼ିଚାଲିଛି।  ଆମେ ଜାଣିବା କଥା ଯେ ପେଟ୍ରୋଲ ବା ଡିଜେଲକୁ ଆଜି ବି ଜିଏସଟି ସୂଚୀ ମଧ୍ୟରେ ଆଣିବାକୁ ଦିଆଯାଉନାହିଁ।

୨ : ଅର୍ଥନୈତିକ ମାନ୍ଦାବସ୍ଥା

୨୦୧୧-୧୨ ମସିହାରେ ଭାରତୀୟ ଅର୍ଥନୀତି ଏକ ମାନ୍ଦା ଅବସ୍ଥା ଆଡକୁ ଯାଉଥିଲେ ମଧ୍ୟ ମନମୋହନ ସିଂହ ସରକାର ଏହାକୁ ସ୍ଵୀକାର କରୁନଥିଲେ। ୨୦୧୪ ମସିହାରେ ନୂଆ ସରକାର ଆସିବା ସମୟରେ ଦେଶର ଅର୍ଥନୀତି ଆହୁରି ଖରାପ ଆଡ଼କୁ ଯାଉଥିଲା। ୨୦୧୭ ମସିହାରେ କେନ୍ଦ୍ର ସରକାର ମାନ୍ଦା ଅର୍ଥନୀତିରୁ ଉଦ୍ଧାର ପାଇବା ଲାଗି ଏହାର ଅନ୍ୟାନ ବିକଳ୍ପ ସମ୍ପର୍କରେ ଚିନ୍ତା ନକରି (ଲୋକଙ୍କ ଆୟ ବଢ଼ାଇବା ଓ ରାଜ୍ୟମାନଙ୍କୁ ଅଧିକ ସ୍ଵାଧୀନତା ଦେବା ଇତ୍ୟାଦି ପଦକ୍ଷେପ) ଏକ କେନ୍ଦ୍ରୀଭୂତ ଟିକସ ବ୍ୟବସ୍ଥା ବା ଜିଏସଟି ଲାଗୁ କଲେ। ଆର୍ଥିକ ମାନ୍ଦାବସ୍ଥା ଓ ଜିଏସଟି କ୍ଷେତ୍ରରେ କେତେକ ଭୁଲ ନିଷ୍ପତ୍ତି ହେତୁ ଜିଏସଟି ଆଦାୟ କମ ରହିଲା ବା ସ୍ଥିର ରହିଲା। କିନ୍ତୁ କମ ଆଦାୟ ସତ୍ତ୍ୱେ ରାଜ୍ୟ ସରକାରମାନେ ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ପାଇଲେ ନାହିଁ। ଏବେ କେନ୍ଦ୍ର ସରକାର ସେହି କ୍ଷତିପୂରଣ ରାଶିକୁ ଋଣ ଆକାରରେ ଭରିବାର ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ମଧ୍ୟ ପୂରଣ କରିପାରିନାହାନ୍ତି। ଫଳରେ, ରାଜ୍ୟମାନଙ୍କ ସ୍ଥିତି ମଧ୍ୟ ଅଧିକ ଖରାପ ହେବାରେ ଲାଗିଛି। କହିବାକୁ ଗଲେ, ସମସ୍ତ ରାଜ୍ୟ ସରକାର (ସେ ଯେ କୌଣସି ଦଳର ହୋଇଥାନ୍ତୁ ନା କାହିଁକି) ଓ କେନ୍ଦ୍ର ସରକାର ସମସ୍ତେ ଆଜିର ପେଟ୍ରୋଲ ଦର ବୃଦ୍ଧି ପାଇଁ ଅଳ୍ପେବହୁତେ ଦାୟୀ।

୩: ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦ୍ରବ୍ୟର ଦର 

ବହୁ ସମୟରେ ଯୁକ୍ତି କରାଯାଇଛି ଯେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ଦ୍ରବ୍ୟର ଦର ବୃଦ୍ଧି ହେତୁ ଦେଶରେ ମଧ୍ୟ ଏହାର ବୃଦ୍ଧି ଘଟୁଛି, ଯାହା ଅର୍ଦ୍ଧସତ୍ୟ। ୨୦୧୫ ମସିହାରୁ ଆନ୍ତର୍ଜାତିକ ବଜାରରେ ତୈଳ ଦର ଆମେରିକା-ଇରାନ ବିବାଦ ହେତୁ ଯଦିଓ କମିବାରେ ଲାଗିଥିଲା କିନ୍ତୁ ଦେଶ ମଧ୍ୟରେ ଏହାର ଦରକୁ ଅପରିବର୍ତ୍ତିତ ରଖାଗଲା। ୨୦୧୪-୧୫ ମସିହାରେ ଆନ୍ତର୍ଜାତିକ ବଜାରରୁ ଭାରତ ଯେଉଁଠି ହାରାହାରି ୮୪.୧୬ ଡଲାର ଦରରେ ପ୍ରତି ବ୍ୟାରେଲ କିଣୁଥିଲା ୨୦୧୫-୧୬ ମସିହାରେ ଏହା ୪୫% କମ ହୋଇ ୪୬.୧୭ ଡଲାର ହୋଇଥିଲା। ଅଥଚ ଦିଲ୍ଲୀରେ ୨୦୧୪ ମସିହାରେ ହାରାହାରି ପେଟ୍ରୋଲ ୭୧ ଟଙ୍କା ପ୍ରତି ଲିଟର ଥିଲାବେଳେ ପରବର୍ଷ ଲିଟର ପିଛା ୬୬ ଟଙ୍କା ହୋଇଥିଲା (ପୂର୍ବ ବର୍ଷ ଠାରୁ ମାତ୍ର ୭ % କମ)।

ଆନ୍ତର୍ଜାତିକ ବଜାରରେ ହାରାହାରି ମୂଲ୍ୟ ୨୦୧୬-୧୭ ମସିହାରେ ପୂର୍ବ ବର୍ଷଠାରୁ ସାମାନ୍ୟ ବୃଦ୍ଧି ହୋଇ ୪୭.୫୬ ଡଲାର ହେଲା ବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ବୃଦ୍ଧି ଘଟି ୬୮ ଟଙ୍କା ହେଲା। ସେହିଭଳି, ୨୦୧୮-୧୯ରେ ଏହା ପୁଣି ୬୯.୮୮ ଡଲାର ହେଲା ବେଳେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ହୋଇଗଲା ଯାହା କି ୨୦୧୪-୧୫ ମସିହାର ପେଟ୍ରୋଲ ଲିଟର ପିଛା ଦରଠାରୁ ମଧ୍ୟ ଅଧିକ। ଅଥଚ ସେହି ସମୟରେ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ ପିଛା ଦର ୨୦୧୪-୧୫ଠାରୁ କମ ରହିଛି। ଆନ୍ତର୍ଜାତିକ ବଜାରରେ ୨୦୧୫-୧୬ ମସିହାରେ ପ୍ରାୟ ଅଧା ଦର କମ ହେବା ଓ ଏହା ପରେ ଅଶୋଧିତ ପେଟ୍ରୋଲିୟମ ଦର ସାମାନ୍ୟ ବୃଦ୍ଧି ଭାରତରେ ତୈଳ ଦରରେ ଅଧିକ ବୃଦ୍ଧି ଘଟୁଛି। ଯଦିଓ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରୀ ଆନ୍ତର୍ଜାତିକ ବଜାରରେ ଦରବୃଦ୍ଧିକୁ ମୁଖ୍ୟ କାରଣ କହୁଛନ୍ତି କିନ୍ତୁ ସେ ଏହି ତୁଳନାତ୍ମକ ଚିତ୍ରଟିକୁ ଜାଣି ଜାଣି ଉହ୍ୟ ରଖୁଛନ୍ତି।

୪: ପ୍ରତ୍ୟକ୍ଷ କର ସମ୍ବନ୍ଧରେ ନୀରବ 

ଭାରତୀୟ ସମ୍ବିଧାନରେ ସମାଜବାଦ କେବଳ ନାମକୁ ମାତ୍ର ସ୍ଲୋଗାନ ହୋଇରହିଛି। କୌଣସି ବି ସଙ୍କଟ ଆସିଲେ ସମାଜର ଅସଂଗଠିତ, ଦୁର୍ବଳ, ପ୍ରଭାବହୀନ ବର୍ଗ ଉପରେ ସରକାର ସର୍ବଦା ଆର୍ଥିକ ବୋଝଟି ଲଦିଦେଇଥାନ୍ତି। ପରୋକ୍ଷ କରରେ ବୃଦ୍ଧି ସାଧାରଣ ଲୋକଙ୍କ ଆୟକୁ ହରଣ କରିଥାଏ। ପ୍ରତ୍ୟକ୍ଷ ଟିକସ କମିଲେ ଧନୀ ଲୋକ ଅଧିକ ସଞ୍ଚୟ କରିଥାଏ। ପ୍ରଥମେ କଂଗ୍ରେସ ସରକାରଙ୍କ ଅର୍ଥମନ୍ତ୍ରୀ ଚିଦାମ୍ବରମ (୨୦୧୩ ମସିହାରେ) ଭାରତୀୟ କମ୍ପାନୀଙ୍କ ଲାଗି କର୍ପୋରେଟ ଟିକସ ୩୫%କୁ କମାଇଦେଲେ। ୨୦୧୪ ମସିହାରେ ନୂଆ ସରକାର ଆସିଲା ପରେ ପ୍ରଥମ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହାକୁ ୩୦% ଓ ୨୦୧୯ ମସିହାରେ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏହାକୁ ପୁଣି ୨୫%କୁ ଖସାଇଦେଲେ। ଏହି ମହାମାରୀ ସମୟରେ କର୍ପୋରେଟ ଟିକସର କୌଣସି ବୃଦ୍ଧି ଘଟିନାହିଁ। ପୁଞ୍ଜିପତି ଓ ଶିଳ୍ପପତିଙ୍କ ଉପରେ କର୍ପୋରେଟ ଟିକସ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ହାରରେ କମୁଥିଲା ବେଳେ ସାଧାରଣ ବର୍ଗ ଉପରେ ପରୋକ୍ଷ କର ୧୦% ବଢ଼ିବାରେ ଲାଗିଛି। ଏହି ହେତୁ ମହାମାରୀ ସମୟରେ ମଧ୍ୟ ଭାରତରେ ଅଧିକ ଅରବପତି ତିଆରି ହୋଇଥିଲା ବେଳେ ୨୩ କୋଟି ଲୋକ ଗରିବ ପାଲଟିଛନ୍ତି।

ଶେଷରେ :

ଆଜି କରୋନା ଲକଡାଉନ ସମୟରେ ମଧ୍ୟ କେନ୍ଦ୍ର ସରକାର ଜନତାଙ୍କ ସପକ୍ଷରେ ନିଷ୍ପତ୍ତି ନନେବା କାରଣରୁ ପେଟ୍ରୋଲ ଦର ବୃଦ୍ଧି ଘଟୁଛି। ସରକାରଙ୍କ କେତେକ ଭୁଲ ନିଷ୍ପତ୍ତି ହେତୁ ଧନୀ ଗରିବ ମଧ୍ୟରେ ଅସମାନତା ମଧ୍ୟ ବଢ଼ିବାରେ ଲାଗିଛି। ପରିସ୍ଥିତିରେ ଉନ୍ନତି ଆସିବାର ରାସ୍ତା ହେଉଛି ଯେ ସରକାର ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ପ୍ରତ୍ୟକ୍ଷ କରର ସଂଗ୍ରହ ପରିମାଣ ଅଧିକ ଓ ପରୋକ୍ଷ କରର ପରିମାଣ କମ କରିବା ଜରୁରୀ। ଦ୍ଵିତୀୟରେ, ପ୍ରତ୍ୟକ୍ଷ କର ବିଶେଷ କରି ଆୟକରର ପରିସର ବା ନେଟୱାର୍କରେ ବୃଦ୍ଧି। ତୃତୀୟରେ, ଭାରତୀୟ ପେଟ୍ରୋଲ କମ୍ପାନୀମାନଙ୍କୁ ଟିକସ କ୍ଷେତ୍ରରେ ଦିଆଯାଉଥିବା ସମସ୍ତ ରିହାତି ତୁରନ୍ତ ବାତିଲ ହେବା ଦରକାର। ଚତୁର୍ଥରେ, ପେଟ୍ରୋଲକୁ ତୁରନ୍ତ ଜିଏସଟି ଅନ୍ତର୍ଭୁକ୍ତ କରାଯିବା ଦରକାର।

(ବି.ଦ୍ର- ଏହି ଆଲେଖ୍ୟର ମତାମତ ଓ ତଥ୍ୟ ଗଣତାନ୍ତ୍ରିକ ଅଧିକାର ସଂଗଠନର। ଏହା ସହିତ ଓଡ଼ିଶା ରିପୋର୍ଟରର କୌଣସି ସଂପର୍କ ନାହିଁ।)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story