କରୋନା ବିଭୀଷିକା- ଭୁଲ କଟକଣା ଓ ଚିକିତ୍ସାର ପରିଣାମ!

ଅକ୍ଷୟ କୁମାର ଏକବିଂଶ ଶତାବ୍ଦୀର ଦ୍ୱିଦଶକ ପୂର୍ଣ୍ଣ କରି ମନୁଷ୍ୟସମାଜ ବିଜ୍ଞାନ ଓ ଟେକ୍ନୋଲୋଜିର ଶୀର୍ଷରେ ପହଞ୍ଚି ଚନ୍ଦ୍ରପୃଷ୍ଠ ଓ ମଙ୍ଗଳପୃଷ୍ଠରେ ନିଜର ସ୍ଥିତି ଜାହିର କରିବା ପାଇଁ ଯାଉଥିବା ବେଳେ ସାମାନ୍ୟ କରୋନା ଭୂତାଣୁ ପାଖରେ ନିଜର ସମସ୍ତ ବୁଦ୍ଧି ଯେପରି ହାର ମାନିଯାଇଛି। ଆଜି ଭାରତରେ କରୋନାର ଦ୍ୱିତୀୟ ଲହର ହାହାକାର ଖେଳାଇ ଦେଇଛି। ପ୍ରତିଦିନ ଦେଶରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ହେଉଥିବା ବେଳେ ୪ ହଜାରରୁ ଅଧିକ ମୃତ୍ୟୁ ମୂଖରେ ପଡ଼ୁଛନ୍ତି। […]

Corona

Corona

Debendra Prusty
  • Published: Wednesday, 02 June 2021
  • Updated: 02 June 2021, 01:55 PM IST
  • ଅକ୍ଷୟ କୁମାର

ଏକବିଂଶ ଶତାବ୍ଦୀର ଦ୍ୱିଦଶକ ପୂର୍ଣ୍ଣ କରି ମନୁଷ୍ୟସମାଜ ବିଜ୍ଞାନ ଓ ଟେକ୍ନୋଲୋଜିର ଶୀର୍ଷରେ ପହଞ୍ଚି ଚନ୍ଦ୍ରପୃଷ୍ଠ ଓ ମଙ୍ଗଳପୃଷ୍ଠରେ ନିଜର ସ୍ଥିତି ଜାହିର କରିବା ପାଇଁ ଯାଉଥିବା ବେଳେ ସାମାନ୍ୟ କରୋନା ଭୂତାଣୁ ପାଖରେ ନିଜର ସମସ୍ତ ବୁଦ୍ଧି ଯେପରି ହାର ମାନିଯାଇଛି। ଆଜି ଭାରତରେ କରୋନାର ଦ୍ୱିତୀୟ ଲହର ହାହାକାର ଖେଳାଇ ଦେଇଛି। ପ୍ରତିଦିନ ଦେଶରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ହେଉଥିବା ବେଳେ ୪ ହଜାରରୁ ଅଧିକ ମୃତ୍ୟୁ ମୂଖରେ ପଡ଼ୁଛନ୍ତି। ସ୍ୱାସ୍ଥ୍ୟସେବାର କରାଳ ଚିତ୍ର ସାଧାରଣ ଜନତାର ନିଦ ହଜାଇ ଦେଇଛି। ରୋଗୀକୁ ହସ୍‌ପିଟାଲ୍‌ ନେବା ପାଇଁ କେତେବେଳେ ଆମ୍ବୁଲାନ୍ସ ନାହିଁ ତ, କେତେବେଳେ ଡାକ୍ତରଖାନାରେ ଶଯ୍ୟା (ବେଡ୍‌) ନାହିଁ, କେତେବେଳେ ଡାକ୍ତର ଓ ନର୍ସମାନଙ୍କର ଅବହେଳା ରୋଗୀକୁ ମାରି ଦେଉଛି ତ କେତେବେଳେ ସରକାରଙ୍କ ତରଫରୁ ଅମ୍ଳଜାନର ଅଭାବ ରୋଗୀର ପ୍ରାଣ ନେଉଛି। ସେପଟେ ସରକାରୀ କଟକଣା ଆଳରେ ରୋଗୀର ସଂପର୍କୀୟଙ୍କୁ ଶବ ଦିଆ ନଯାଇ ସରକାରୀ ଶ୍ମଶାନରେ ଶବଗୁଡ଼ିକର ଧାଡ଼ି ଲମ୍ବିଯାଉଛି, ନଚେତ ଗଙ୍ଗା ଭଳି ନଦୀରେ ଶହ ଶହ ଶବ ଭାସିଲେଣି ଏବଂ କେଉଁଠାରେ ସଭ୍ୟ ସମାଜ ଆଖି ଆଗରେ ପୋତା ହୋଇଥିବା ଶବ ବା ଅଧାପୋଡ଼ା ଶବକୁ କୁକୁର ବିଲୁଆମାନେ ଟାଣି ଟାଣି ଖାଇଲେଣି। ରୋଗ ପ୍ରତିରୋଧକ ଟୀକା ବା ଭ୍ୟାକ୍ସିନ୍‌ ନାମରେ ଟୀକା ଉତ୍ସବ ଚାଲିଛି, କିନ୍ତୁ ଦେଶରେ ଟୀକାର ଅଭାବ, ବରମ୍‌ ସେପଟେ ୬ କୋଟି ଟୀକା ବିଦେଶକୁ ରପ୍ତାନୀ ହୋଇଛି, ସରକାର ବାହା ବାହା ନେବା ପାଇଁ। ପ୍ରଥମ ଲହର ପରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନ ସଜାଡ଼ି, ଅମ୍ଳଜାନର ବ୍ୟବସ୍ଥା ନ କରି ପ୍ରଧାନମନ୍ତ୍ରୀ ଲାଗିଗଲେ ପଶ୍ଚିମ ବଙ୍ଗଳାର ନିର୍ବାଚନୀ ରଣାଙ୍ଗନରେ ସାମାଜିକ ଦୂରତାର କରୋନା କଟକଣାକୁ ବେଖାତିର କରି। କିନ୍ତୁ ସାମାଜିକ ଦୂରତା ନାମରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ର ଖେଳ ଖେଳି ସାଧାରଣ ଚାଷୀକୁ ଅମାନିଆ ଘୋଷଣା କରି ‌ପୁଲିସ ପିଟିବା ଓ ‌ଜୋରିମାନା ଆଦାୟ କରିବାର ବର୍ବରତା କିଛି କମ୍‌ ନୁହେଁ। ପ୍ରଥମ ଲହର ବେଳେ ନିଜାମୁଦ୍ଦିନ୍‌ର ମୁସ୍‌ଲିମ୍‌ ସମ୍ମିଳନୀ ପରିପ୍ରେକ୍ଷୀରେ କରୋନାକୁ ନେଇ ମୁସ୍‌ଲିମ୍‌ କାର୍ଡ ଖେଳି ମୁସଲିମ୍‌ମାନଙ୍କୁ ବଦନାମ କରିବା ସହଜ ଥିଲା, କିନ୍ତୁ ଦ୍ୱିତୀୟ ଲହର ବେଳେ କୁମ୍ଭମେଳାକୁ ସ୍ୱୀକୃତି ଦେବାର ବାସ୍ତବିକତାକୁ ସ୍ୱୀକାର କରାଗଲାନାହିଁ। ଏପରି ପରିସ୍ଥିତିରେ ମଣିଷର ଜୀବନ ଓ ଜୀବିକା ଉଭୟ ବିପର୍ଯ୍ୟସ୍ତ। କିନ୍ତୁ ସବୁଠାରୁ ବଡ଼ ଦୁର୍ଭାଗ୍ୟ ହେଉଛି ଜୀବନକୁ ବଞ୍ଚାଇବା ନାମରେ ଆଧୁନିକ ଚିକିତ୍ସା ଜଗତର ଚିକିତ୍ସକ ଓ ଗବେଷକମାନଙ୍କର ସ୍ୱାସ୍ଥ୍ୟ ଓ ଚିକିତ୍ସା ସମ୍ବନ୍ଧୀୟ ଅଜ୍ଞତାକୁ ନେଇ ଚାଲିଥିବା ନାଟକ। ଏହାହିଁ ଆଜିର ବିଡ଼ମ୍ବନା।

ବିଶ୍ୱରେ ମହାମାରୀର ଇତିହାସ ବହୁତ ପୁରୁଣା। ୧୩୪୬ ମସିହାରୁ ୧୩୫୩ ମସିହା ଭିତରେ ଇଉରୋପରେ ଆସିଥିବା ପ୍ଲେଗ୍‌ ମହାମାରୀ ଇଉରୋପର ୩୦ରୁ ୫୦ ଭାଗ ଜନସଂଖ୍ୟା ବା ଚାରିରୁ ପାଞ୍ଚ କୋଟି ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିଲା। ଠିକ୍‌ ସେହିପରି ୧୯୧୮ ମସିହାରେ ଭାରତରେ ଆସିଥିବା ମହାମାରୀ ପ୍ଲେଗ୍‌ ଦେଶର ୪ କୋଟି ଲୋକଙ୍କୁ ସଂକ୍ରମିତ କରି ଏକ କୋଟି କୋଡ଼ିଏ ଲକ୍ଷ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିଲା। ଯାହା ସଂକ୍ରମଣର ୩୦ ପ୍ରତିଶତ ଏବଂ ଦେଶର ଜନସଂଖ୍ୟାର ହାରାହାରି ୫ ପ୍ରତିଶତ। ଇତିମଧ୍ୟରେ କୋଭିଡ଼-୧୯ ମହାମାରୀରେ ୨୦୧୯-୨୦ରେ ଦୁନିଆରେ ୧୬ କୋଟି ୪୮ଲକ୍ଷ ୮୩ହଜାର ୩୨୦ ଜଣ ସଂକ୍ରମିତ ହୋଇଥିଲା ବେଳେ ମୃତ୍ୟୁବରଣ କରିଛନ୍ତି ୩୪ ଲକ୍ଷ ୧୮ ହଜାର ୧୩୫ ଜଣ। ଠିକ୍‌ ସେହିପରି ଆମ ଦେଶରେ ୨ କୋଟି ୫୭ ଲକ୍ଷ ୭୨ ହଜାର ୪୪୦ ଜଣ ସଂକ୍ରମିତ ହେଲା ବେଳେ ମୃତ୍ୟୁବରଣ କରିଛନ୍ତି ୨ ଲକ୍ଷ ୮୭ ହଜାର ୧୫୬ ଜଣ। ଏତେ ସଂଖ୍ୟକ ଲୋକ ଯୁବକଠାରୁ ବୟସ୍କ ପର୍ଯ୍ୟନ୍ତ ମୃତ୍ୟୁମୁଖକୁ ଚାଲିଯିବା ସବୁଠାରୁ ବଡ଼ ରାଷ୍ଟ୍ରୀୟ ବିପତ୍ତି ଭାବରେ ଉଭା ହୋଇଛି। ସେହି ବିପତ୍ତିର ମୁକାବିଲା କରିବା ପାଇଁ ଶିକ୍ଷିତ ସଭ୍ୟ ସମାଜର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। କଥାରେ ଅଛି ‘‘ସ୍ୱାସ୍ଥ୍ୟ ହିଁ ସଂପଦ’। କିନ୍ତୁ ଆଜି ପ୍ରତିକ୍ଷଣରେ ଯେପରି ଜୀବନ ଚାଲିଯାଉଛି, ସେଠାରେ ‘ସ୍ୱାସ୍ଥ୍ୟ ହିଁ ସବୁକିଛି’। ସେହି ସ୍ୱାସ୍ଥ୍ୟ ବିଷୟରେ ଯଦି ଠିକ୍‌ ଭାବରେ ସଚେତନ ହୋଇପାରିବା, ତେବେ କରୋନା ଭଳି ମହାମାରୀର ପ୍ରତିକାର କରିବାରେ ସମର୍ଥ ହେବା। କରୋନା ମହାମାରୀ କବଳରୁ ମୁକ୍ତି ପାଇଁ ସରକାରୀ ସ୍ତରରେ ବିଶେଷଜ୍ଞ ଓ ଡାକ୍ତର ସମୂହ କେତୋଟି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯଥା- ୧) ନାକ ଓ ମୁହଁକୁ ଘୋଡ଼ାଇ ରଖିବା ପାଇଁ ମାସ୍କର ବ୍ୟବହାର କରିବା। ୨) ସ୍ୱଚ୍ଛତା ପାଇଁ ବାରମ୍ବାର ସାବୁନ୍‌ରେ ହାତ ଧୋଇବା ବା ସାନିଟାଇଜର୍‌ ବ୍ୟବହାର କରିବା। ୩) ସାମାଜିକ ଦୂରତା ପାଳନ କରିବା ପରିପ୍ରେକ୍ଷୀରେ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ର ସ‌ାହାରା ନେବା। ଉପରୋକ୍ତ ତିନୋଟି ଯାକ ନିର୍ଦ୍ଦେଶନାମା ସ୍ୱାସ୍ଥ୍ୟକୁ ସୁଧାରିବା ପରିବର୍ତ୍ତେ ଅଧିକରୁ ଅଧିକ ବିଗାଡ଼ିବା ପାଇଁ ରାସ୍ତା ଖୋଲି ଦେଉଛି।

ପ୍ରଥମେ ଆସିବା ମାସ୍କ ବ୍ୟବହାର କରିବା ନିର୍ଦ୍ଦେଶନାମା ବିଷୟରେ। ବିଶ୍ୱବ୍ରହ୍ମାଣ୍ଡର ପଞ୍ଚତତ୍ତ୍ୱ- ଯଥା ମାଟି, ଜଳ, ତେଜସ୍‌, ବାୟୁ ଓ ଆକାଶ ତତ୍ତ୍ୱରେ ଆମ ଶରୀର ଗଠିତ। ଏହି ପଞ୍ଚତତ୍ତ୍ୱର ସନ୍ତୁଳନ ପ୍ରକ୍ରିୟା ଉପରେ ଆମ ଶରୀର ଚଳପ୍ରଚଳ ଓ ଜୀବନଶକ୍ତି ଏଥିରେ ପ୍ରବାହିତ ହୋଇଛି। ଏହି ଜୀବନୀ ଶକ୍ତିର ଏକ ମୁଖ୍ୟ କ୍ରିୟା ନିଶ୍ୱାସ ଓ ପ୍ରଶ୍ୱାସ ପ୍ରକ୍ରିୟା। ଏହି କ୍ରିୟା ପାଇଁ ନାକ ଆମ ଶରୀରର ଏକ ଅପରହିହାର୍ଯ୍ୟ ଅଙ୍ଗ। ପ୍ରତି ମୁହୂର୍ତ୍ତରେ ଅମ୍ଳଜାନ ନେବା ଏବଂ ଅଙ୍ଗାରକାମ୍ଳ ଇତ୍ୟାଦି ସୂକ୍ଷ୍ମ ବର୍ଜ୍ୟବସ୍ତୁକୁ ବାହାରକୁ ଛାଡ଼ିବାର ସହଜ ପ୍ରକ୍ରିୟା ନାକର ଦୁଇ ଦ୍ୱାର ମଧ୍ୟ ଦେଇ ସଂପାଦିତ ହୋଇଥାଏ। ଏହା ଆମ ଶରୀରର ଏକ ଅପରିହାର୍ଯ୍ୟ ଅଙ୍ଗ। ପ୍ରତି ମୁହୂର୍ତ୍ତରେ ଅମ୍ଳଜାନ ନେବା ଏବଂ ଅଙ୍ଗାରକାମ୍ଳ ଇତ୍ୟାଦି ବର୍ଜ୍ୟବସ୍ତୁକୁ ବାହାରକୁ ଛାଡ଼ିବାର ସହଜ ପ୍ରକ୍ରିୟା ନାକର ଦୁଇ ଦ୍ୱାର ମଧ୍ୟ ଦେଇ ସଂପାଦିତ ହୋଇଥାଏ। ଶରୀରର ପ୍ରାକୃତିକ ନିୟମ ଅନୁଯାୟୀ ଆମେ ପାଟିରେ ଖାଦ୍ୟନଳୀ ଦେଇ ନେଉଥିବା ଖାଦ୍ୟଦ୍ରବ୍ୟଗୁଡ଼ିକ ହଜମ ହେବା ପରେ ଶକ୍ତି ପ୍ରଦାନକାରୀ ଭିଟାମିନ୍‌ ଓ ଧାତବ ଦ୍ରବ୍ୟ ଇତ୍ୟାଦି ରକ୍ତ କଣିକାରେ ମିଶିଯିବା ସହିତ ସ୍ଥୂଳ ବର୍ଜ୍ୟବସ୍ତୁଗୁଡ଼ିକ ମଳ, ପରିସ୍ରା, ଝାଳ ଇତ୍ୟାଦି ହୋଇ ବାହାରକୁ ବାହାରି ଯାଇଥାଏ। କିନ୍ତୁ ନାକ ମଧ୍ୟ ଦେଇ ଯେତିକି ଅମ୍ଳଜାନ ସ୍ୱଚ୍ଛ ଓ ଅବାଧ ଭାବରେ ଭିତରକୁ ପ୍ରବେଶ କରିଥାଏ, ତାହା ହଜମ ପ୍ରକ୍ରିୟାଠାରୁ ଆରମ୍ଭ କରି ହୃଦୟ ସ୍ପନ୍ଦନ ଓ ରକ୍ତ ସଂଚାଳନର ପ୍ରକ୍ରିୟାକୁ ସଠିକ୍‌ ଭାବରେ ପରିଚାଳିତ କରିଥାଏ। ଠିକ୍‌ ସେହିପରି ସୂକ୍ଷ୍ମ ବର୍ଜ୍ୟବସ୍ତୁଗୁଡ଼ିକୁ ଯଥା ଅଙ୍ଗାରକାମ୍ଳ ଇତ୍ୟାଦିକୁ ନାକବାଟେ ବାହାରକୁ ବାହାର କରି ଦେଇଥାଏ। ବାୟୁ ମଣ୍ଡଳରେ ୭୮ ପ୍ରତିଶତ ଯବକ୍ଷାରଜାନ, ୨୧ ପ୍ରତିଶତ ଅମ୍ଳଜାନ ଏବଂ ଅନ୍ୟାନ୍ୟ ୧ ପ୍ରତିଶତ ମିଶି ରହିଛି। ଏଥିରୁ ପ୍ରତି ମୁହୂର୍ତ୍ତରେ ଆମେ ନେଉଥିବା ଅମ୍ଳଜାନ ଖାଦ୍ୟ ଗୁଡ଼ିକରୁ ପାଉଥିବା ଗ୍ଲୁକୋଜ୍‌ ସହିତ ପ୍ରତିକ୍ରିୟା କରି ଶକ୍ତି ପ୍ରଦାନକାରୀ ସୂକ୍ଷ୍ମ ତତ୍ତ୍ୱଗୁଡ଼ିକୁ ରକ୍ତ କଣିକାରେ ମିଶାଇଦେବା ସହିତ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳକୁ ରକ୍ତକଣିକା ଓ ଫୁସ୍‌ଫୁସ୍‌ ମଧ୍ୟ ଦେଇ ନାକ ବାଟେ ବାହାରକୁ ବାହାର କରିଦେଇଥାଏ। କିନ୍ତୁ ଯେତେବେଳେ ଆମେ କରୋନା ଭୂତାଣୁକୁ ନାକ ବାଟେ ପ୍ରବେଶ କରାଇ ନଦେବା ପାଇଁ ମାସ୍କ ବ୍ୟବହାର କରୁ, ସେତେବେଳେ ଆମେ ବାୟୁମଣ୍ଡଳରୁ ସ୍ୱଚ୍ଛ ଅମ୍ଳଜାନ ନେବା ପାଇଁ ତ ବାଧା ସୃ‌ଷ୍ଟି କରିଥାଉ, ତତ୍‌ସହିତ ବାହାରକୁ ବାହାରୁଥିବା ଅଙ୍ଗାରକାମ୍ଳ ଆଦି ବିଷାକ୍ତ ପଦାର୍ଥର କିଛି ଅଂଶ ମଧ୍ୟ ଭିତରକୁ ନେଇଥାଉ ବା ଭିତରେ ରହିଯାଇଥାଏ। ଫଳରେ ଭିତରକୁ ଯାଉଥିବା ବା ଭିତରେ ରହିଥିବା ଅଧିକ ଅଙ୍ଗାରକାମ୍ଳ ଏସିଡ୍‌ ସୃଷ୍ଟି କରିଥାଏ। ଏହି ଏସିଡ୍‌ ମଣିଷର ରୋଗ ପ୍ରତିରୋଧଶକ୍ତିକୁ ଦୁର୍ବଳ କରିଥାଏ। ତତ୍‌ସହିତ ଭିତରକୁ ନେଉଥିବା ଅମ୍ଳଜାନର କିଛି ଅଂଶ ମଧ୍ୟ କମିଥାଏ। ଫଳରେ ଶରୀର ଭିତରକୁ କମ୍‌ ଅଂଶରେ ଯାଇଥିବା ଅମ୍ଳଜାନ କମ ଗ୍ଲୁକୋଜ୍‌ ସହିତ ପ୍ରତିକ୍ରିୟା କରିଥାଏ ଏବଂ ଅଧିକ ଗ୍ଲୁକୋଜ ଶରୀର ଭିତରେ ପଡ଼ି ରହି ଡାଇବେଟିସ୍‌ ଠାରୁ ଆରମ୍ଭ କରି ହୃଦୟ ଫୁସ୍‌ଫୁସ୍‌ ଓ ଅନ୍ୟାନ୍ୟ ଅଙ୍ଗଗୁଡ଼ିକୁ ଦୁର୍ବଳ କରି ରୋଗ ପ୍ରତିରୋଧକ ଶକ୍ତିକୁ କମ୍ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ହେବା ଫଳରେ କରୋନାଠାରୁ ଆରମ୍ଭ କରି ଅନ୍ୟ ମାରାତ୍ମକ ଜୀବାଣୁ ଓ ଭୂତାଣୁଗୁଡ଼ିକ ସକ୍ରିୟ ହୋଇ ଶରୀରର କ୍ଷତିସାଧନ କରିଥାନ୍ତି।

ଏହି ମାସ୍କ ପିନ୍ଧିବାର ପଦ୍ଧତି ଉପରେ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବହୁ ବିତର୍କ ଏବେ ବି ଚାଲିଛି। ବହୁତ ଭଲ ମାସ୍କ କୁହାଯାଉଥିବା N-95 କୁ ଜଣେ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତରମାନଙ୍କୁ ୬ ଘଣ୍ଟାରୁ ଅଧିକ ନ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି। ତାଠାରୁ ଅଧିକ ସମୟ ଲଗାଇଲେ ମୁଣ୍ଡବିନ୍ଧିବାଠାରୁ ଆରମ୍ଭ କରି ଯାବତୀୟ ସ୍ୱାସ୍ଥ୍ୟଗତ ସମସ୍ୟାଗୁଡ଼ିକ ସୃ‌ଷ୍ଟି ହେବାର ସମ୍ଭାବନା ରହିଛି। ନିଃଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଅଙ୍ଗାରକାମ୍ଳ ଛାଡ଼ିବା ଓ ଅମ୍ଳଜାନ ନେବାର ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆମ ଜୀବନୀ ଶକ୍ତିର ଆଧାର। ଉକ୍ତ ସହଜ ଜ୍ଞାନକୁ ଏଡାଇ ଦେଇ ଜୀବନୀଶକ୍ତି ତଥା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବାରେ ମାସ୍କ ଲଗାଇବାର ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି, ତାହା ନିଶ୍ଚିନ୍ତ ଭାବରେ ଅବୈଜ୍ଞାନିକତା ବା ବିଜ୍ଞାନ ସମ୍ବନ୍ଧୀୟ ଅନ୍ଧବିଶ୍ୱାସ ଉପରେ ଆଧାରିତ। ଆମେ କରୋନା ଭାଇରସ୍‌କୁ ନାକ ବା ପାଟି ବାଟେ ଯିବାର ରାସ୍ତାକୁ ବନ୍ଦ କରିବାକୁ ଯାଇ ମୂଳ ଜୀବନୀଶକ୍ତି ଯଥା ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟିକୁ ସମାପ୍ତ କରିଥାଉ। ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଆଣ୍ଟିବଡ଼ି ଭାବରେ ଭୂତାଣୁଗୁଡ଼ିକ ସହିତ ଲଢ଼ି ମାରିଦେବା ସହିତ ଆମକୁ ନୀରୋଗ ରଖିବାରେ ସାହାଯ୍ୟ କରିଥାଏ। ଏହା ଏପରି ଗୋଟିଏ କଥା- ‘‘ଯେପରି ଏକ ବନ୍ଧୁ ଅନ୍ୟ ଏକ ବନ୍ଧୁର ଗାଲରେ ବସିଥିବା ମଶାଟିକୁ ମାରିବାକୁ ଯାଇ ଏପରି ଗୋଟିଏ ଚାପୁଡ଼ା ମାରୁ‌ଛି ଯେ, ଯେଉଁଥିରେ ମଶା ସହିତ ବନ୍ଧୁ ଜଣକ ଉଭୟ ମୃତ୍ୟୁମୁଖରେ ପଡ଼ିଛନ୍ତି।’’ ଏହି ମାସ୍କ ବା ତୁଣ୍ଡି ପିନ୍ଧିବା କଥାଟି ମଧ୍ୟ ଠିକ୍‌ ସେହିପରି, ଯେଉଁଥିରେ ଆମେ ଭୂତାଣୁକୁ ରୋକିବାକୁ ଯାଇ ଶରୀରର ସ୍ୱଧର୍ମର ଉଲ୍ଲଙ୍ଘନ କରି ଶରୀରକୁ ମୃତ୍ୟୁମୁଖକୁ ଠେଲି ଦେଉଛେ।

ଦ୍ୱିତୀୟ ନିର୍ଦ୍ଦେଶନାମା ଯଥା- ସ୍ୱଚ୍ଛତା ନାମରେ ବାରମ୍ବାର ହାତ ଧୋଇବା ବା ସାନିଟାଇଜର ବ୍ୟବହାର କରିବା କଥା ମଧ୍ୟ ସେହିପରି ବିବାଦୀୟ। ଯେପରି ଆମ ପୃଥିବୀ ବା ବିଶ୍ୱ ବ୍ରହ୍ମାଣ୍ଡର କୋଟି କୋଟି ଜୀବାଣୁ ଓ ଭୂତାଣୁ ଭରି ରହିଛନ୍ତି, ଠିକ୍‌ ସେହିପରି ଆମ ଶରୀର ଭିତରେ ଯଥା- ପାଟି, ନାକ, କାନ, ଫୁସ୍‌ଫୁସ୍‌ଠାରୁ ଆରମ୍ଭ କରି ପାକସ୍ଥଳୀ, ହୃଦୟ, ଲିଭର ଓ ରକ୍ତକଣିକା ଇତ୍ୟାଦିରେ ଏବଂ ଶରୀର ବାହାରେ ଯଥା ହାତ, ଗୋଡ଼ଠାରୁ ଆରମ୍ଭ କରି ‌ଚର୍ମ ଉପରେ କୋଟି ‌କୋଟି ଜୀବାଣୁ ଭୂତାଣୁ ଅବସ୍ଥାନ କରିଛନ୍ତି। ଅଧିକାଂଶ ଜୀବାଣୁ ବା ଭୂତାଣୁ ମନୁଷ୍ୟ ଓ ପ୍ରକୃତିର କ୍ଷତି ନ କରି ଲାଭ କରିଥାନ୍ତି। ଯେପରି ପାକସ୍ଥଳୀରେ ହଜମ ପ୍ରକ୍ରିୟାଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଇବା ପର୍ଯ୍ୟନ୍ତ ସାହାଯ୍ୟ କରିଥାନ୍ତି। ଏପରିକି ଖରାପ ଜୀବାଣୁ ଓ ଭୂତାଣୁ ଗୁଡ଼ିକୁ ନଷ୍ଟ କରିବାରେ ବି ଭୂମିକା ଲିଭାଇଥାନ୍ତି। ବହୁ କମ୍‌ ଜୀବାଣୁ ଓ ଭୂତାଣୁ ଶରୀରର କ୍ଷତି କରିଥାନ୍ତି। ଆମ ଶରୀରର ହାତ ପାପୁଲିରେ ହେଉ ବା ଚମ ଉପରେ ହେଉ, ବହୁତ ହିତକର ଜୀବାଣୁ ଓ ଭୂତାଣୁ ଅଛନ୍ତି। କିନ୍ତୁ ହିତକର ଜୀବାଣୁ ଝାଳ ମାଧ୍ୟମରେ ରୁମ ଗୁଡ଼ିକର ଛିଦ୍ର ମଧ୍ୟ ଦେଇ ବାହାରକୁ ଆସିଥାନ୍ତି। ଯେଉଁଗୁଡ଼ିକ ଆଣ୍ଟିବଡ଼ି ବା ରୋଗ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରନ୍ତି। ଇଂଲଣ୍ଡର ବିଶିଷ୍ଟ ଜୀବବିଜ୍ଞାନୀ, ଭେଷଜବିଜ୍ଞାନୀ, ସାମ୍ବାଦିକ ଓ ଲେଖିକା ଲିଣ୍ଡା ଗେଡ୍ଡସ୍‌ଙ୍କ କହିବା ଅନୁଯାୟୀ ‘ହାତ ପାପୁଲିରେ ଥିବା ଷ୍ଟାଫାଇଲୋକୋକସ୍‌ (Staphylococus) ବ୍ୟାକ୍ଟେରିଆ ବାହାରୁ ଆକ୍ରମଣ କରୁଥିବା ଜୀବାଣୁ ଭୂତାଣୁ ଗୁଡ଼ିକୁ ମାରି ଦେଇଥାଏ। କିନ୍ତୁ ଆମେ ଆଣ୍ଟି ବ୍ୟାକ୍ଟେରିଆଜନିତ ସାବୁନ ବା ସାନିଟାଇଜରରେ ବାରମ୍ବାର ହାତ ଧୋଇଲେ ଷ୍ଟାଫାଇଲୋକୋକସ୍‌ ଆଦି ହିତକର ଜୀବାଣୁ ମରିଯାଆନ୍ତି ଏବଂ ଆମେ ଚର୍ମରୋଗଠାରୁ  ଆରମ୍ଭ କରି ଫୁସ୍‌ଫୁସ୍‌ ଓ ହୃଦୟଜନିତ ‌ଇତ୍ୟାଦି ରୋଗରେ ପୀଡିତ ହୋଇଥାଉ।’’ କାରଣ ହିତକର ଜୀବାଣୁ ମରିଯିବା ପରେ ଫ୍ଲୁଜନିତ ଅହିତକର ଜୀବାଣୁ ଗୁଡ଼ିକ ହାତର ସ୍ପର୍ଶରେ ଫୁସ୍‌ଫୁସ୍‌ ଓ ପାକସ୍ଥଳୀ ମଧ୍ୟ ଦେଇ ଭିତରକୁ ଯିବା ପାଇଁ ରାସ୍ତା ପାଇଯାଆନ୍ତି। ତେଣୁ କରୋନା ଭାଇରସ୍‌ର ସଂକ୍ରମଣରୁ ହାତକୁ ରକ୍ଷାକରିବା ପାଇଁ ଆମେ ବାରମ୍ବାର ଆଣ୍ଟିବ୍ୟାକ୍ଟେରିଆଯୁକ୍ତ ସାବୁନ ବା ସାନିଟାଇଜର ଲଗାଇ ହାତ ସଫା କରିବା ସହିତ ହିତକର ଜୀବାଣୁକୁ ମାରିଦେଇ ପ୍ରକୃତିର ଅନ୍ୟ ଅହିତକର ଜୀବାଣୁଗୁଡ଼ିକୁ ହାତର ପାପୁଲି ମାଧ୍ୟମରେ ନିଜ ଅଜାଣତରେ ନାକ  ବା ଫୁସ୍‌ଫୁସ୍‌ ମଧ୍ୟ ଦେଇ ରୋଗ ସୃଷ୍ଟି କରିବା ପାଇଁ ଭିତରକୁ ଛାଡ଼ି ଦେଉ। କାରଣ ଆମ୍ଭେ ଆମର ଆଣ୍ଟିବଡ଼ିର ବାହକ ଜୀବାଣୁ ବା ବ୍ୟାକ୍ଟେରିଆକୁ ଆଧୁନିକ ବିଜ୍ଞାନର ଅନ୍ଧଶ୍ରଦ୍ଧା ଦ୍ବାରା ପ୍ରଭାବିତ ହୋଇ ନଷ୍ଟ କରିଦେଉଛେ। ବରମ୍‌ ସ୍ୱଚ୍ଛତା ନାମରେ ସ୍ୱଚ୍ଛ ପାଣିରେ ହାତ ଧୋଇବା ବା ମାଟି ବା ବାଲିରେ ହାତ ଧୋଇବା ଦ୍ୱାରା ଆମର ଇମ୍ୟୁନିଟି ବା ରୋଗପ୍ରତିରୋଧକ ଶକ୍ତିକୁ ଆମେ ଅଧିକ ବଳ ଦେଇଥାଉ। ତେଣୁ ପ୍ରାକୃତିକ ଇମ୍ୟୁନିଟି ନଷ୍ଟ କରିବା ପାଇଁ ସ୍ୱଚ୍ଛତା ନାମରେ ସରକାର ଓ ବିଶେଷଜ୍ଞମାନଙ୍କର ଅଜ୍ଞାନତାର ନିର୍ଦ୍ଦେଶନାମା ପ୍ରକୃତି ବିରୋଧି, ସ୍ୱାସ୍ଥ୍ୟ ବିରୋଧି ଓ ଜନତା ବିରୋଧି ଅଟେ।

ତୃତୀୟ ନିର୍ଦ୍ଦେଶନାମା ହେଉଛି- ସାମାଜିକ ଦୂରତା ପାଳନ କରିବା। ଭାରତୀୟ ସଂସ୍କୃତିରେ ଗୁରୁଜନଙ୍କୁ ସମ୍ମାନ ଦେବା ପାଇଁ ନତମସ୍ତକ ହେବା ସହିତ ପ୍ରଣାମ କରିବାଠାରୁ ଆରମ୍ଭ କରି କଥା କହିବା ସମୟରେ ମୁହଁରେ ହାତ ଦେଇ କଥା ହେବା ଇତ୍ୟାଦିକୁ ସାମାଜିକ ଦୂରତା ସ୍ଥାନରେ ସାମାଜିକ ମାର୍ଜିତ ବ୍ୟବହାରର ସ୍ଥାନ ଦିଆଯାଇଥିଲା। ଏଥିରେ ଶାରୀରିକ ଦୂରତା ରକ୍ଷା କରିବା ଏକ ମାନବୀୟ ସଂସ୍କୃତି ବୋଲି ଗ୍ରହଣ କରାଯାଉଥିଲା। ଏଥିରେ ପ୍ରେମ ଥିଲା, ସାମାଜିକତା ଥିଲା, କିନ୍ତୁ ସଚେତନତା ନାମରେ ଘୃଣା ନୁହେଁ। କୁଷ୍ଠରୋଗ, ଯକ୍ଷ୍ମାରୋଗ ଇତ୍ୟାଦି ସଂକ୍ରାମକ ରୋଗୀ ଥିଲେ, କିନ୍ତୁ ଲୋକ ସାବଧାନତା ସହିତ ଚିକିତ୍ସା କରୁଥିଲେ। ସାବଧାନତା ଓ ସଚେତନତା ଜରୁରୀ, କିନ୍ତୁ ପ୍ରେମ, ବିଶ୍ୱାସ ଓ ସେବା ତା’ଠାରୁ ଅଧିକ ଆବଶ୍ୟକତା। ସ୍ୱାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀଙ୍କ ପାଖରେ ପଣ୍ଡିତ ପରଚୁରୀ ଶାସ୍ତ୍ରୀ କୁଷ୍ଠରୋଗରେ ପୀଡିତ ହୋଇ ଆଶ୍ରମରେ ରହିବା ପାଇଁ ଶରଣ ଭିକ୍ଷା କଲେ। ଗାନ୍ଧି କେବଳ ଆଶ୍ରୟ ଦେଲେନି, ବରଂ ନିଜ ହାତରେ ତାଙ୍କର ସେବା କଲେ। ମହାରାଷ୍ଟ୍ରରେ ବାବା ଆମ୍‌ତେ ମଧ୍ୟ ନିଜ ସାଧନା ବଳରେ ଏଭଳି ଭାବରେ ‘ଆନନ୍ଦବନ’ ପ୍ରତିଷ୍ଠା କଲେ, ତାହା ଭାରତବର୍ଷ ପାଇଁ ଆଦର୍ଶ ନମୁନା ହୋଇଗଲା। ସେଠାରେ ଅସ୍ପୃଶ୍ୟତାର ବା ଶାରୀରିକ ଅଥବା ସାମାଜିକ ଦୂରତାର ଟିକିଏ ବି ଆଭାସ ମିଳେନା। କିନ୍ତୁ ଆଜି କରୋନା ମହାମାରୀ ସମୟରେ ସାମାଜିକ ଦୂରତା ନାମରେ ପ୍ରେମ, ବିଶ୍ୱାସ, ସେବା ଭାବନା ଯେପରି ଧୂଳିସାତ୍‌ ହୋଇଯାଇଛି।

ପ୍ରକୃତରେ ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ମନୁଷ୍ୟ କାହିଁକି, ପ୍ରତ୍ୟେକ ପ୍ରାଣୀ ଜଗତ ହିଁ ଗୋଷ୍ଠୀ ବା ସମୂହ ଭିତରେ ଜୀବନ ବଞ୍ଚିଥାନ୍ତି। ତେଣୁ ସାମାଜିକ ଦୂରତା ନାମରେ ରୋଗ ସଚେତନତା ନାମରେ, କରୋନା ରୋଗୀକୁ ତାର ସଂପର୍କୀୟଠାରୁ ଦୂରେଇ ନେଇ ସଙ୍ଗରୋଧରେ ରଖିଲେ ତାର ମାନସ ବିକୃତି ହେବା ସ୍ୱାଭାବିକ ଏବଂ ବିକୃତ ମାନସିକତା ଓ ନକାରାତ୍ମକ ନିରୁତ୍ସାହିତ ଆତ୍ମବିଶ୍ୱାସହୀନତା ଭାବ ତା’ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟିକୁ ହ୍ରାସ କରିଚାଲେ। ବରଂ ଗୋଷ୍ଠୀ ଓ ସମାଜ ଭିତରେ ରହିଲେ ବା ସ୍ପର୍ଶ ପାଇଲେ ଏବଂ ପ୍ରେମ ଓ ସେବାର ବାତାବରଣ ମଧ୍ୟରେ ତାର ରୋଗ ପ୍ରତିରୋଧକ ଶକ୍ତି ଭୂତାଣୁକୁ ହରାଇ ରୋଗରୁ ଉପଶମ ପ୍ରଦାନ କରିଥାଏ। ରୋଗୀଟି ଗୋଷ୍ଠୀ ବା ସମୂହ ସହିତ ରହିଲେ ହୁଏତ ଅପରକୁ ଜଲ୍‌ଦି ସଂକ୍ରମଣ କରିଥାଏ, କିନ୍ତୁ ‌ଗୋଷ୍ଠୀ ସଂକ୍ରମଣ ଦ୍ବାରା ଗୋଷ୍ଠୀ ରୋଗ ପ୍ରତିରୋଧକ କ୍ଷମତା ବା ହର୍ଡ ଇମ୍ୟୁନିଟି (Herd Immunity) ବିକଶିତ ହୋଇଥାଏ। ଯାହା ଭୂତାଣୁକୁ ହରାଇବାରେ ସକ୍ଷମ ହୋଇଥାଏ। ଏହାକୁ ପ୍ରାକୃତିକ ଟିକାକରଣ ବା ନାଚ୍ୟୁରାଲ ଭ୍ୟାକ୍‌ସିନେସନ୍‌ (Natural Vaccination) କୁହାଯାଇପାରେ। ସାମାଜିକ ଦୂରତା ନାମରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭଳି ସରକାରୀ ନିର୍ଦ୍ଦେଶନାମା ମାସ ମାସ ବର୍ଷ ବର୍ଷ ଧରି ଲୋକମାନଙ୍କୁ ଚାରିକାନ୍ଥ ଭିତରେ ରହିବାକୁ ବାଧ୍ୟ କରିବା ଅର୍ଥ - ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବା ସହିତ ସେମାନଙ୍କୁ ଖୋଲା ସ୍ୱଚ୍ଛ ପବନ, ସୂର୍ଯ୍ୟରଶ୍ମୀ ଏବଂ ମୁକ୍ତ ଆକାଶର ବାତାବରଣ ଭିତରେ ଅଙ୍ଗ ସଂଚାଳନକୁ ରୋକି ଦେଇ ପଙ୍ଗୁ କରିଦେବାର ରାସ୍ତା ଖୋଲି ଦିଆଗଲା। ନା ପାଇଲେ ସ୍ୱଚ୍ଛ ଅମ୍ଳଜାନ, ସୂର୍ଯ୍ୟରଶ୍ମିରୁ ମିଳୁଥିବା ଭିଟାମିନ-ଡି ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଉର୍ଜାର ଶକ୍ତି ନା ମୁକ୍ତ ଆକାଶ ତଳେ ଆନନ୍ଦ। ଫଳରେ ବୃଦ୍ଧ ବୟସ୍କ ଲୋକମାନେ ତ ପ୍ରଥମ ଲହରରେ ମୃତ୍ୟୁବରଣ କରୁଥିଲେ। ବର୍ତ୍ତମାନ ଦ୍ୱିତୀୟ ଲହରରେ ଯୁବକମାନେ ଘରେ ବସି ବସି ଶରୀର ଓ ମନର ବଳ ଓ ଆତ୍ମବିଶ୍ୱାସ ହରାଇ ବୃଦ୍ଧ ଭଳି କରୋନାରେ ଜୀବନ ହାରୁଛନ୍ତି। କାରଣ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭଳି ଅବୈଜ୍ଞାନିକତା ବା ବିଜ୍ଞାନଗତ ଅନ୍ଧବିଶ୍ୱାସର ଶିକାର ହୋଇ ଯେଉଁମାନେ ନିଜର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବା ଜୀବନୀଶକ୍ତି ହରାଉଛନ୍ତି, ସେମାନେ କରୋନା ଭୂତାଣୁକୁ ହରାଇବା ଅସମ୍ଭବ। ଜଣେ ତଥାକଥିତ ବୁଦ୍ଧିଜୀବୀ ବା ସରକାରୀ ଭାଷାରେ ଲକ୍‌ଡାଉନ୍‌ର ନିୟମ ଭାଙ୍ଗି ଖେଳପଡ଼ିଆକୁ ଖେଳିବାକୁ ଯାଉଥିବା ବା ବଜାର ବୁଲିବାକୁ ଯାଉଥିବା ଅମାନିଆଟିର ହୁଏତ ସଂକ୍ରମଣ ହୋଇପାରେ, କିନ୍ତୁ ତାର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ନିୟମ ମାନି ବର୍ଷ ବର୍ଷ ଘରେ ରହୁଥିବା ଲୋକଠାରୁ ନିଶ୍ଚୟ ଢେର ଅଧିକ ହୋଇଥିବ, ଯିଏ କରୋନା ଭୂତାଣୁକୁ ପ୍ରତିହତ କରିବାରେ ଅଧିକ ସକ୍ଷମ ହେବ।

ସରକାରଙ୍କର ତିନୋଟି ସାମାଜିକ ନିର୍ଦ୍ଦେଶନାମା ପରେ ଆସୁଛି ଚିକିତ୍ସା କଥା। ଚିକିତ୍ସା ବ୍ୟବସ୍ଥାରେ ଏତେ ଲୋକ ମରିବା ଏବଂ ବିଶେଷ ଭାବରେ ଯୁବକମାନେ ମୃତ୍ୟୁବରଣ କରିବା ନିଶ୍ଚିତ ଭାବରେ ଗମ୍ଭୀର ଚିନ୍ତାର ବିଷୟ। ସେ ବିଷୟରେ ଦୁଇପଦ ଲେଖିବା ନିହାତି ଜରୁରୀ ଅଟେ। ଆପଣମାନେ ଜାଣନ୍ତି, ଥଣ୍ଡା ବା ସର୍ଦ୍ଦିଜନିତ ସଂକ୍ରାମକ ରୋଗର ଦୁଇଟି ମୁଖ୍ୟ ଭୂତାଣୁ ଯଥା- ରାଇନୋ ଓ କରୋନା। ରାଇନୋ ଭୂତାଣୁ ସଂକ୍ରମଣର ୩ରୁ ୪ ଦିନ ଭିତରେ ଚାଲିଯାଏ ଏବଂ କରୋନା ଭୂତାଣୁ ୭ରୁ ୧୪ ଦିନରେ ପ୍ରକୋପ ଦେଇ ଚାଲିଯାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏପର୍ଯ୍ୟନ୍ତ ଏହି ଦୁଇଟି ଭୂତାଣୁ ପାଇଁ କୌଣସି ଔଷଧ ବିକଶିତ ହୋଇନାହିଁ। ୨୦୧୯ରେ ଚାଇନାରେ ସଂକ୍ରମଣ ପରେ ପୁରା ବିଶ୍ୱରେ ଏହା ବ୍ୟାପିଥିବାରୁ ଏହାକୁ କୋଭିଡ-୧୯ ନାମରେ ନାମିତ କରାଯାଇଛି। ଏହି କରୋନା ବ୍ୟାଧିରେ ପୀଡିତ ହୋଇ ୮୫ରୁ ୯୦ ଭାଗ ଲୋକ ଘରେ ବା ହସ୍ପିଟାଲରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରି ଫେରୁଛନ୍ତି। କିନ୍ତୁ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ତାହାର କାରଣ କ’ଣ ହୋଇପାରେ?

ପ୍ରଥମ କାରଣଟି ହେଲା, ସରକାରୀ ବା ବେସରକାରୀ ଆଧୁନିକ ଚିକିତ୍ସା ବିଜ୍ଞାନ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ସମ୍ବନ୍ଧରେ ସଠିକ୍‌ ଭାବରେ ଗବେଷଣା କରିପାରିନାହିଁ। ଦ୍ୱିତୀୟରେ ରୋଗୀଟି ସାମାଜିକ ଗଣମାଧ୍ୟମର ପ୍ରଚାରରେ ପ୍ରଭାବିତ ହୋଇ ବା ନିଜ ଇଚ୍ଛାରେ ବା ଡାକ୍ତରଙ୍କ ପରାମର୍ଶରେ ଆଜିଥ୍ରୋମାଇସିନ୍‌, ଡୋକ୍ସିସାଇକ୍ଲିନ୍‌ ଭଳି ଆଣ୍ଟିବାୟୋଟିକ୍‌ ଔଷଧଗୁଡ଼ିକ ଖାଇବା ଦ୍ୱାରା ଫୁସ୍‌ଫୁସ୍‌ ନିମୋନିଆରେ ସଂକ୍ରମିତ ହେଉଛି। ଭେଷଜବିଜ୍ଞାନର ଅଭିଜ୍ଞତା ସଂପନ୍ନ ଡାକ୍ତର ବିନୟ ସିଂଙ୍କ କହିବା ଅନୁଯାୟୀ ‘‘ଏହି ଆଣ୍ଟି‌ବାୟୋଟିକ୍‌ ଇଦ୍ୟାଦିର କରୋନା ଭାଇରସ୍‌ ଉପରେ କୌଣସି ପ୍ରଭାବ ନାହିଁ। ବରଂ ଏଗୁଡ଼ିକ ଖାଇବା ଦ୍ୱାରା ଶରୀର ଭିତରେ ଓ ଫୁସ୍‌ଫୁସ୍‌ରେ ଥିବା ହିତକର ଜୀବାଣୁଗୁଡ଼ିକ ମରିଯିବାରୁ ଦୁଷ୍ଟ ଜୀବାଣୁ ଗୁଡ଼ିକ ଫୁସ୍‌ଫୁସକୁ ନିମୋନିଆରେ ସଂକ୍ରମିତ କରୁଛନ୍ତି ଏବଂ ରୋଗୀକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ସେହିପରି ପ୍ରାଥମିକ ସ୍ତରରେ ଷ୍ଟେରୋଇଡ୍‌ ବା (କୃତିମ ଇମ୍ୟୁନିଟିର ଇଞ୍ଜେକ୍ସନ) ନେଲେ, ଆମ ଶରୀରର ସୈନିକ ନ ଲଢ଼ି ପଛକୁ ହଟିଯାଏ, ପରିଣାମ ସ୍ୱରୂପ ଷ୍ଟେରାଇଡ୍‌ର ଶକ୍ତି ସମାପ୍ତ ହେବା ପରେ ଆମର ଆଣ୍ଟିବଡ଼ି ଦୁର୍ବଳ ହୋଇ ଲଢ଼ି ପାରେ ନାହିଁ। ଏପରିକି ଭୂତାଣୁ ଜୀବନ ବି ନେଇ ଯାଏ’’। ଯାହାକୁ ଡାକ୍ତରମାନେ କହୁ ନଥିଲେ ମଧ୍ୟ ତାହା ହେବା ସ୍ୱାଭାବିକ। ତୃତୀୟରେ ଯେଉଁ ୩ଟି ନିର୍ଦ୍ଦେଶନାମା ରୋଗୀକୁ ଦୁର୍ବଳ ମାନସିକତା ସହିତ ହସ୍ପିଟାଲକୁ ନେଉଛି, ତାହା ସେହି ରୋଗୀର ରୋଗ ପ୍ରତିରୋଧକ ଶକ୍ତିକୁ ଅଧା ସମାପ୍ତ କରି ଦେଉଛି।

ଶେଷରେ ଆସୁଛି, ଗଣମାଧ୍ୟମ କଥା- ତାହା ଖବରକାଗଜ ବା ବୈଦ୍ୟୁତିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ। ଏମାନେ ଏଭଳି ପ୍ରଚାର ଚଳାଇଛନ୍ତି ଯେ, ମନୁଷ୍ୟକୁ ଭୟ ଓ ଶଙ୍କାର ବାତାବରଣ ଭିତରକୁ ଠେଲି ଦେଉଛନ୍ତି। କରୋନା ହେଲେ, ବଞ୍ଚିବ କି ମରିଯିବ ତା’ର ଠିକଣା ନାହିଁ। ଯଦି ରୋଗୀଟି ଘରେ ରହି ଠିକ୍‌ ହୋଇଗଲା ଭଲ, ଯଦି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରି ଅମ୍ଳଜାନ ଆବଶ୍ୟକତାକୁ ନେଇ ହସ୍ପିଟାଲ ଗଲା, ତେବେ ସେ ଅଧା ତାର ଆତ୍ମବିଶ୍ୱାସ ହରାଉଛି। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ଦୁର୍ବଳ ଯେ, ସେଥିରେ ପୁଣି ସାମାଜିକ କରୋନା କଟକଣା ସହିତ ଗଣମାଧ୍ୟମର ପ୍ରଚାରରେ ପ୍ରଭାବିତ ହୋଇ ରୋଗ ପ୍ରତିରୋଧକ ଶକ୍ତି ଅଧାକୁ ଖସିଯିବା ସ୍ୱାଭାବିକ ହୋଇଗଲାଣି। ସାଇକୋନ୍ୟୁରୋଲୋଜି ବିଭାଗର ଡାକ୍ତର ଓ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ‘‘ମାନସିକ ଚାପ ପଡ଼ିଲେ ରୋଗୀର ଶରୀରରୁ ନିର୍ଗତ ହେଉଥିବା ‘ଇମ୍ୟୁନୋ ଗ୍ଲୋବୋରିନ୍‌-ଏ’ ନାମକ ହରମୋନ କମ୍‌ ନିର୍ଗତ ହୁଏ। ଏହା ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ରୋଗୀଟି ଚାପଗ୍ରସ୍ତ ବା ଭୟଗ୍ରସ୍ତ ହେଲେ ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଫଳରେ ଆମ ଦେହରେ ଆଶ୍ରୟ ନେଇଥିବା ଭୂତାଣୁଗୁଡ଼ିକ ତାଙ୍କର ପ୍ରାଦୁର୍ଭାବ ଆରମ୍ଭ କରିଥାନ୍ତି। ଆଶାବାଦୀ, ଆତ୍ମବିଶ୍ୱାସ ଯୁକ୍ତ ଏବଂ ସକାରାତ୍ମକ ଚିନ୍ତା କରୁଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ।’’ ତେଣୁ ଏଠାରେ ଋଣ କରିଥିବା ଏକ ଲୋକର ଉଦାହରଣ ନିଆଯାଇପାରେ। ସରକାର ଓ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ଗୁଡ଼ିକ ପ୍ରଚାର କରୁଛନ୍ତି ଯେ, ତୁମେ ଋଣ କରନାହିଁ, ଋଣ କଲେ ଅସୁବିଧାରେ ପଡ଼ିବ। କିନ୍ତୁ କିପରି ଆୟ କରିବାକୁ ପଡ଼ିବ, ରାସ୍ତା ଦେଖାଉନାହାଁନ୍ତି।

କରୋନା ଭୂତାଣୁ ଆସିଛି, ତା’ଠାରୁ ସଂକ୍ରମଣରୁ ମୁକ୍ତ ହେବା ପାଇଁ ସଚେତନତା ଓ ସତର୍କତା ଜରୁରୀ, କିନ୍ତୁ କ’ଣ କଲେ ତାକୁ ପ୍ରତିହତ କରିବା ପାଇଁ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତିର ବିକାଶ ହୋଇପାରିବ, ସେ ରାସ୍ତା ଦେଖାଇବାର ନାଁ ଗନ୍ଧ ନାହିଁ। କୃତ୍ରିମ ଟୀକା ତାର ରାସ୍ତା ନୁହେଁ- ବରଂ ତାର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବାର ଅନ୍ୟ ଏକ ରାସ୍ତା। ଏ ପର୍ଯ୍ୟନ୍ତ ୭୫ ଭାକ୍ସିନ୍‌ ବା ଟୀକା ବାହାରି ସାରିଲାଣି। କିନ୍ତୁ ରୋଗ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତିର ରାସ୍ତାକୁ ଆବିଷ୍କାର କରି ମାନବ ସମାଜ ଆଗରେ ରଖି ପାରିଲେ, ମନୁଷ୍ୟ ସମାଜ ତଥା ସାଧାରଣ ବ୍ୟକ୍ତିଟି ଜନକଲ୍ୟାଣକାରୀ ସରକାରଙ୍କ ଠାରୁ ଆରମ୍ଭ କରି ଡାକ୍ତର, ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଖରେ ଚିରକାଳ କୃତଜ୍ଞ ରହିବ, ନଚେତ୍‌ ଦିନକୁ ଦିନ ପ୍ରକୃତିର ଧ୍ୱଂସର ତାଣ୍ଡବଲୀଳା ପାଖରେ ମନୁଷ୍ୟ ସମାଜ ନିଶ୍ଚିହ୍ନ ହୋଇଯିବ।

ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ, ନବନିର୍ମାଣ କୃଷକ ସଂଗଠନ

ମୋ: ୯୯୩୭୪୨୭୬୧୧/୯୪୩୭୮୫୫୩୦୬

(ଏହି ଆଲେଖ୍ୟର ମତାମତ ସହିତ ଓଡ଼ିଶା ରିପୋର୍ଟରର କୌଣସି ସଂପର୍କ ନାହିଁ। ଏହା ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ୱ ମତ। ଏହାର ପ୍ରତିଲେଖ କେହି ପଠାଇଲେ ଆମ୍ଭେ ତାହା ପ୍ରକାଶ କରିବୁ।)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story