ଉତ୍କର୍ଷ ୨୦୨୫ : ଶିଳ୍ପ ନୀତିରେ ସଂଶୋଧନ ହେଉ

ଶିଳ୍ପାୟନ ସହିତ ପ୍ରଦୂଷଣ ବୃଦ୍ଧି କାରଣରୁ କୃଷିକାର୍ଯ୍ୟ ଯେ କ୍ଷତିଗ୍ରସ୍ତ ହୁଏ, ତାହାର ଉଦାହରଣ ମିଳିଯିବ ଝାରସୁଗୁଡ଼ା, କଳିଙ୍ଗ ନଗର, ଅନୁଗୁଳ-ତାଳଚେର, ରାୟଗଡ଼ା ଓ ପାରାଦ୍ୱୀପରେ। ଝାରସୁଗୁଡ଼ାରେ ଆଉ ପୂର୍ବଭଳି ଚିନାବାଦାମ ଚାଷ ହୋଇ ପାରୁନି, ତାଳଚେର ଚାରିପଟେ ଘାସ ବି ବଢୁନି ଓ ଅନ୍ୟାନ୍ୟ ଶିଳ୍ପାଞ୍ଚଳରେ ପରିବା ଚାଷ ବିପଦରେ। ସହଜେ ତ ଅନିୟମିତ ବର୍ଷା, ଜଳବାୟୁ ପରିବର୍ତ୍ତନ କାରଣରୁ ଚାଷ ଏବେ ବିପଦରେ, ତହିଁରେ, ଜଳସେଚନର ଅଭାବ ଓ ପାଉଁଶ ଓ ଧୁଳି-ଧୂଆଁ କାରଣରୁ ବାରମ୍ବାର ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଚାଷ କରିବାକୁ ଅନାଗ୍ରହୀ।

An Industrial Complex

An Industrial Complex

Debendra Prusty
  • Published: Saturday, 26 October 2024
  • Updated: 26 October 2024, 04:29 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଶିଳ୍ପାୟନ ସହିତ ପ୍ରଦୂଷଣ ବୃଦ୍ଧି କାରଣରୁ କୃଷିକାର୍ଯ୍ୟ ଯେ କ୍ଷତିଗ୍ରସ୍ତ ହୁଏ, ତାହାର ଉଦାହରଣ ମିଳିଯିବ ଝାରସୁଗୁଡ଼ା, କଳିଙ୍ଗ ନଗର, ଅନୁଗୁଳ-ତାଳଚେର, ରାୟଗଡ଼ା ଓ ପାରାଦ୍ୱୀପରେ। ଝାରସୁଗୁଡ଼ାରେ ଆଉ ପୂର୍ବଭଳି ଚିନାବାଦାମ ଚାଷ ହୋଇ ପାରୁନି, ତାଳଚେର ଚାରିପଟେ ଘାସ ବି ବଢୁନି ଓ ଅନ୍ୟାନ୍ୟ ଶିଳ୍ପାଞ୍ଚଳରେ ପରିବା ଚାଷ ବିପଦରେ। ସହଜେ ତ ଅନିୟମିତ ବର୍ଷା, ଜଳବାୟୁ ପରିବର୍ତ୍ତନ କାରଣରୁ ଚାଷ ଏବେ ବିପଦରେ, ତହିଁରେ, ଜଳସେଚନର ଅଭାବ ଓ ପାଉଁଶ ଓ ଧୁଳି-ଧୂଆଁ କାରଣରୁ ବାରମ୍ବାର ଫସଲ ନଷ୍ଟ ହେଉଥିବାରୁ ଚାଷୀମାନେ ଚାଷ କରିବାକୁ ଅନାଗ୍ରହୀ। ବୋଝ ଉପରେ ନଳିତାବିଡ଼ା ଭଳି, ଖଣି, ଶିଳ୍ପ ପ୍ରତିଷ୍ଠା ପାଇଁ ଜଙ୍ଗଲ ହ୍ରାସ ଯୋଗୁ ହାତୀ, ବାରହା ଓ ମାଙ୍କଡ଼ ଉପଦ୍ରବ କାହିଁରେ କଣ। ତା’ ଉପରେ ବୁଲା ଗୋରୁ ଉପଦ୍ରବ ବି ରହିଛି। ଆଖପାଖ ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବିକଳ୍ପ ରୋଜଗାର ପନ୍ଥା ପ୍ରାୟ ନଥିବାରୁ ସେମାନେ ନିଜେ ବଞ୍ଚିବା ପାଇଁ ଚାଷ କରୁଛନ୍ତି। ଲକ୍ଷେ ଜୀବଙ୍କୁ ପୋଷିବାକୁ ସମର୍ଥ ଚାଷୀ ନିଜେ ବଞ୍ଚିବାକୁ ସଂଘର୍ଷ କରୁଛି। ଖଣି ମାଲିକ, ଶିଳ୍ପପତି ମାଲେମାଲ୍ ହେଲାବେଳେ ସାଧାରଣ ଜନତା ସହିବାକୁ ବାଧ୍ୟ ହେଉଛନ୍ତି ଦାରିଦ୍ର୍ୟର କଷାଘାତ।

କେବଳ ଦାରିଦ୍ର୍ୟର କଷାଘାତ କାହିଁକି, ଅପପୁଷ୍ଟି, ନାନାଦି ପେଟରୋଗ, ଆନ୍ଥ୍ରାକ୍ସ ତଥା ମସ୍ତିଷ୍କ ଜ୍ୱର ଶିଳ୍ପନଗରୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଅଧିବାସୀଙ୍କ ଚିର ସହଚର। ଗର୍ଭବତୀଙ୍କୁ ଖଟିଆରେ ବୋହି ଦୂରବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା, ନଗଡ଼ା ଭଳି ଅନେକ ଗ୍ରାମ ଆଜି ଯାଏଁ ଅବହେଳିତ ରହିଥିବା, ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ନମିଳିବା, ରାସ୍ତା, ବିଦ୍ୟୁତ୍, ଇଣ୍ଟରନେଟ୍ ଓ ଶିକ୍ଷା ବ୍ୟବସ୍ଥା ନମିଳିବା ଅତି ସାଧାରଣ କଥା। ଆଜି ବି ରାଜ୍ୟରେ ଗୁଣିଗାରେଡ଼ି, ବାଲ୍ୟ ବିବାହ, କୁପୋଷଣ, ଅନ୍ଧ ବିଶ୍ୱାସ ରହିଛି। ଲୋକମାନେ ପ୍ରଦୂଷିତ ଜଳ ଓ ବାୟୁ ସେବନ କରି ରୋଗରେ ପଡୁଛନ୍ତି। ମଧ୍ୟାହ୍ନ ଭୋଜନ ମିଳୁଥିବା ସତ୍ତ୍ୱେ ପିଲାମାନେ ଅଧାରୁ ବିଦ୍ୟାଳୟ ଛାଡୁଛନ୍ତି, ମାତୃ-ଶିଶୁ ମୃତ୍ୟୁହାର କମୁନାହିଁ, ଏପରି ଅନେକ ସମସ୍ୟାରେ ଛଟପଟ ଲୋକଙ୍କ ସମସ୍ୟା ଜାଣିଥାଇ ବି ଶିଳ୍ପ ସଂସ୍ଥାମାନେ ଅଜଣା ରହୁଛନ୍ତି। ଅଥଚ, କର୍ପୋରେଟ୍ ସୋସିଆଲ୍ ରେସ୍ପନସିବିଲିଟି (ସିଏସଆର୍) ବା ବୃହତ୍ ଶିଳ୍ପସଂସ୍ଥା ମାନଙ୍କର ସାମାଜିକ ଦାୟିତ୍ୱବୋଧ ନାମରେ ଗଣମାଧ୍ୟମକୁ ବିଜ୍ଞାପନ, କିଛି ଖେଳକୁଦ ଆୟୋଜନ ଓ ନେତା-ବାବୁଙ୍କ ମର୍ଜି ଜଗି ସେମାନଙ୍କୁ ଖୁସି କରିବାରେ ସୀମିତ ରହୁଛି। ଦୀପତଳ ଅନ୍ଧାର ରହିବା ପରି ଶିଳ୍ପନଗରୀ ଚାରିପାଖର ଗାଁ ଲୋକମାନେ ଅନୁତାପ ବହ୍ନିରେ କୁହୁଳୁଛନ୍ତି ଆଜୀବନ। ଅନୁତାପ କରୁଛନ୍ତି ଯେ, କାହିଁକି ସେମାନେ ଏଭଳି ପ୍ରକଳ୍ପ ପାଇଁ ଉଦବାସ୍ତୁ ହେବାକୁ ରାଜି ହୋଇଯାଇଥିଲେ! ହିସାବ କରୁଛନ୍ତି, ଶିଳ୍ପ ସଂସ୍ଥା ସେମାନଙ୍କୁ ଦେଲା କ’ଣ, ଲୁଟିନେଲା କ’ଣ!

ଦୀର୍ଘ ୨୪ ବର୍ଷ ପରେ ସରକାର ବଦଳିଛି, ଲୋକମାନେ ପରିବର୍ତ୍ତନ ସପକ୍ଷରେ ମତଦାନ କରି ପୁରୁଣା ସରକାରଙ୍କ କୃଷି-ଶିଳ୍ପ ନୀତିରେ ପରିବର୍ତ୍ତନ ଆଶା କରୁଛନ୍ତି। ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ଶହେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲାବେଳକୁ ରାଜ୍ୟର ଯୁବଶକ୍ତି ପାଇଁ ନିଯୁକ୍ତି, କୃଷି ଓ ଶିଳ୍ପ ଉତ୍ପାଦନ ବୃଦ୍ଧି ହୋଇଥିବା ସମସ୍ତେ ଆଶା କରିବା ସ୍ୱାଭାବିକ। ନୂଆ ସରକାର ବି ତାହା ହିଁ କହୁଛନ୍ତି। କିନ୍ତୁ କେବଳ କହିଦେଲେ ତ ହୁଏନା; ସେଥିପାଇଁ ଆବଶ୍ୟକୀୟ ନୀଳନକ୍ସା ଅଙ୍କନ, ନୀତି ନିର୍ଦ୍ଧାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଗତ ୨୦୨୨ ମସିହାଠାରୁ ରାଜ୍ୟରେ ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପସଂସ୍ଥା ସ୍ଥାପନ ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ଏବେ ତିନୋଟି ସାମୁଦ୍ରିକ ବନ୍ଦର, ଆଠଟି ବିମାନ ବନ୍ଦର, ଏକ୍ସପ୍ରେସ୍ ରାଜପଥ, ଜାତୀୟ ଓ ରାଜ୍ୟ ରାଜପଥ, ରେଳପଥ ରହିଛି, ଯାହା ଆବଶ୍ୟକତା ପୂରଣ କରୁଛି। ପ୍ରକୃତି ଦାନ କରିଛି ପର୍ଯ୍ୟାପ୍ତ ଖଣିଜ ସମ୍ପଦ। ତଥାପି, ରାଜ୍ୟରେ ଆଖିଦୃଶିଆ ଶିଳ୍ପ ପ୍ରତିଷ୍ଠା ହୋଇନି। ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିନି। ଯାହା ବି ହୋଇଛି, ସେ ସବୁର ଗତି ଅତ୍ୟନ୍ତ ମନ୍ଥର। ଫଳରେ, ଉଭୟ କୃଷି ଓ ଶିଳ୍ପ ପ୍ରଗତି ହାର ଉତ୍ସାହଜନକ ହୋଇ ପାରିନି। ଆଜି ବି ବାଣିଜ୍ୟ ବ୍ୟବସାୟ ପାଇଁ ଅତ୍ୟାବଶ୍ୟକ ହେଉଥିବା ପରିବହନ ସୁବିଧା, ବିଦ୍ୟୁତ୍ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥା ଅନୁନ୍ନତ ରହିଛି। କ୍ଷୁଦ୍ର ଓ ଅଣୁଶିଳ୍ପ ଉଦ୍ୟୋଗୀଙ୍କ ପାଇଁ ଅର୍ଥ ଲଗାଣକାରୀ ସଂସ୍ଥାଙ୍କ କୁଣ୍ଠା ମଧ୍ୟ ଉଦବେଗଜନକ। ରାଜ୍ୟରେ ଥିବା ପର୍ଯ୍ୟାପ୍ତ ମାନବ ସମ୍ବଳ ଆଧୁନିକ କୃଷି ଓ ଶିଳ୍ପ-କୁଶଳୀ ନୁହନ୍ତି କିମ୍ବା ଏଥିପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଇନି। କେବଳ ଶ୍ରେଷ୍ଠ ଶିଳ୍ପନୀତି କରିଦେଲେ ହୁଏନା, ଜମି ଅଧିଗ୍ରହଣ ବେଳେ ଅନେକ ଅସୁବିଧା ଓ ବିଳମ୍ବ ହେଉଛି। ରାଜ୍ୟବାସୀ, ବୁଦ୍ଧିଜୀବୀ ଓ ସରକାରୀ-ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନୁକୂଳ ମାନସକତା ସୃଷ୍ଟି ହୋଇ ନପାରିବା ମଧ୍ୟ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ଯାହା ସହଜ ଓ ସୁବିଧାରେ ଉଦ୍ୟୋଗ ପ୍ରତିଷ୍ଠାରେ ବାଧକ ସାଜି ଆସିଛି।

କିଛି ଦିନ ତଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳ ମୁମ୍ବାଇ ଓ ନୂଆଦିଲ୍ଲୀରେ ଶିଳ୍ପପତିମାନଙ୍କୁ ଭେଟି ରାଜ୍ୟରେ ପୁଞ୍ଜିଲଗାଣ କରିବାକୁ ନିମନ୍ତ୍ରଣ କରି ଆସିଛନ୍ତି। ପୂର୍ବରୁ ମଧ୍ୟ ସେହିଭଳି ଶିଳ୍ପପତିମାନଙ୍କୁ ଭେଟୁଥିଲେ ରାଜ୍ୟ ସରକାର ଓ କିଛି ଖଣି ଆଧାରିତ ବୃହତ୍ ଶିଳ୍ପସଂସ୍ଥାଙ୍କୁ ନିଉତା ଦେଇ ଆଣୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଶିଳ୍ପ ପ୍ରତିଷ୍ଠା କରୁଥିଲେ ଓ କିଛି ଫେରିଯାଉଥିଲେ। ଆମେ ଅନ୍ୟ ରାଜ୍ୟ, ବିଶେଷତଃ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶ ଭଳି କୃଷିଭିତ୍ତିକ ଶିଳ୍ପ ଯଥା ଚିନିକଳ, ଝୋଟକଳ, ସୂତା ଓ ଲୁଗାକଳ ଏବଂ ଇଲେକ୍ଟ୍ରନିକ୍, ଗାଡ଼ି ମଟର ଯନ୍ତ୍ରାଂଶ, ଏପରିକି ସାଇକେଲ୍, ଘଣ୍ଟା, ଏଲ୍ଇଡି ବଲବ୍, ମୋବାଇଲ୍, କମ୍ପୁଟର୍, ଛତା, ଯୋତା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଶିଳ୍ପ ସାମଗ୍ରୀ ଉତ୍ପାଦନ ପାଇଁ ଉଦ୍ୟମ କରିନେ କିମ୍ବା ଶିଳ୍ପପତିମାନେ ମଧ୍ୟ ଆଗ୍ରହ ପ୍ରକାଶ କରି ନାହାନ୍ତି।

ଆମେ, ଶିଳ୍ପପତିଙ୍କ ହାତକୁ ଟେକି ଦେଇଛେ ବକ୍ସାଇଟ୍ ଓ ସେମାନେ ଅଲୁମିନା ପ୍ରସ୍ତୁତକରି ବିଦେଶକୁ ରପ୍ତାନୀ କରୁଛନ୍ତି। ଯେଉଁ ଅଲୁମିନିୟମ ତିଆରି କରୁଛନ୍ତି ସେସବୁକୁ ଉପଯୋଗ କରି ଓଡ଼ିଆ ଯୁବ ଉଦ୍ୟୋଗୀମାନେ ଷ୍ଟାର୍ଟ ଅପ୍ ଶିଳ୍ପ କରିବା ପାଇଁ ମଧ୍ୟ ପରିବେଶ ଓ ଭିତ୍ତିଭୂମି ସୃଷ୍ଟି କରୁନାହାନ୍ତି। ସମାନ ସ୍ଥିତି ରହିଛି ଲୌହ ଓ ଇସ୍ପାତ୍ ଶିଳ୍ପ କ୍ଷେତ୍ରରେ। ସରକାର ବି ଭାରତୀୟ ସାଇକେଲ୍ ନିର୍ମାତା, ମୋଟର୍ ନିର୍ମାତାମାନଙ୍କୁ ଓଡ଼ିଶାରେ ପ୍ରସ୍ତୁତ ଲୌହପିଣ୍ଡରୁ ଗାଡ଼ି ମଟରର ଚେସିସ୍, ଫ୍ରେମ୍, ବଲ୍-ବିୟରିଂ ଓ ଅନ୍ୟାନ୍ୟ ଧାତବ ଯନ୍ତ୍ରାଂଶ ନିର୍ମାଣ କରିବାକୁ କହୁନାହାନ୍ତି। ଆମର ଶିଳ୍ପ ନୀତିରେ ଏହି ଦୁର୍ବଳତା ରହିଛି। ଯଦି ଟାଟା ଷ୍ଟିଲକୁ ଆମେ ଲୁହା ପଥର ଖଣି ଓ ଶିଳ୍ପ ପାଇଁ ଜମି ଦେଉଛେ, ସେମାନେ ଟାଟା ମୋଟର୍ସ ଯନ୍ତ୍ରାଂଶ ଏଠାରେ ତିଆରି କରିବାକୁ ସର୍ତ୍ତ ରଖିବାରେ ଅସୁବିଧା କେଉଁଠି? ସେହିପରି, ପୂର୍ବରୁ ଥିବା ଓ ବନ୍ଦ ହୋଇ ରହିଥିବା ଚିନି, ଝୋଟ ଓ ସୂତାକଳ ସ୍ଥାନରେ ଆଧୁନିକ ଚିନି କଳ, ଚଟ କଳ, ସୂତା ଓ ଲୁଗାକଳ କରିବାକୁ ଶିଳ୍ପପତିଙ୍କୁ ପ୍ରସ୍ତାବ ଦେଉନେ। ନିଯୁକ୍ତି ସୁଯୋଗ ଥିବା ଆନୁସଙ୍ଗିକ-କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ନଦେଇ ବୃହତ୍ ଶିଳ୍ପ ବିଶେଷ କରି ଧାତବ ଶିଳ୍ପ ଓ କୋଇଲା ଆଧାରିତ ବିଦ୍ୟୁତ୍ ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା ପରିକଳ୍ପନା ଓଡ଼ିଶା ସ୍ୱାର୍ଥ ପରିପନ୍ଥୀ।

ରାଜ୍ୟ ସରକାର ୨୪ ବର୍ଷରେ ୫୧ଟି ଲୌହ ଓ ଇସ୍ପାତ୍ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କରିବାର ଥିଲା। ଅନେକ ସଂସ୍ଥା ଆଜି ଯାଏ କେବଳ ପାଚେରୀ ନିର୍ମାଣ କରି ନିରବ ରହିଥିଲା ବେଳେ ଆଉକିଛି ଇସ୍ପାତ କାରଖାନା ନକରି କେବଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। କିଛି ଲୁହା ଓ କ୍ରୋମ୍ ଖଣି ମାଲିକ ଖଣି ବିଭାଗର ଅନୁମତି ଉଲଙ୍ଘନ କରି ଅବିଚାରିତ ଭାବେ ଖଣି ଖୋଳୁଛନ୍ତି ଓ ବିଦେଶକୁ ମଧ୍ୟ ରପ୍ତାନୀ କରୁଛନ୍ତି। ଲଘୁ ଖଣିଜ ସାମଗ୍ରୀ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ଖଣିଜ ଦ୍ରବ୍ୟ ଶେଷ ହୋଇଯିବାକୁ ବସିଲାଣି। ଏଭଳି ପରିସ୍ଥିତିରେ ପାରାଦ୍ୱୀପରେ ଜିନ୍ଦଲ ଇସ୍ପାତ, କେନ୍ଦ୍ରାଡ଼ାର ମହାକାଳପଡ଼ାରେ ଆର୍ସେଲର ମିତ୍ତଲ-ନିପ୍ପନ୍ ଷ୍ଟିଲ, କେଉଁଝର ଜିଲ୍ଲାରେ ଆଉ ଗୋଟିଏ, ଏପରି ଆଉ ତିନୋଟି ବୃହତ ଇସ୍ପାତ କାରଖାନା କରିବା ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିବା କେତେଦୂର ସମୀଚିନ? ପ୍ରତିଷ୍ଠା ପାଇ ସାରିଥିବା ଶିଳ୍ପ ସଂସ୍ଥାମାନେ ଆମ ଯୁବ ସମାଜ ପାଇଁ ଆବଶ୍ୟକ ଶିକ୍ଷା ଓ କୌଶଳ ତାଲିମ ବ୍ୟବସ୍ଥା କରିନାହାନ୍ତି; ଯାହା ଆମର ଶିଳ୍ପ ନୀତିର ଏକ ଦୁର୍ବଳ ଦିଗ। ବୃହତ ଶିଳ୍ପ ସଂସ୍ଥାମାନେ କୁଶଳୀ ଯୁବକ, ଯୁବତୀଙ୍କୁ ନିଜସ୍ୱ ଆନୁସଙ୍ଗିକ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ହାତଧରି ସହଯୋଗ କରୁନାହାନ୍ତି। ବୃହତ ଶିଳ୍ପସଂସ୍ଥାର ମାଲିକମାନେ ନିର୍ମାଣ ବେଳେ ବାହାର ରାଜ୍ୟରୁ ଆବଶ୍ୟକୀୟ ଯନ୍ତ୍ରାଂଶ ଆଣୁଛନ୍ତି, ଯଦିଓ ସେସବୁ ଆମ ରାଜ୍ୟରେ ତିଆରି ହୋଇପାରି ଥାଆନ୍ତା। ପରେ, ବିସ୍ଥାପିତ ପରିବାରର ଯୋଗ୍ୟ ସଦସ୍ୟମାନଙ୍କୁ କିପରି ଉତ୍ପାଦିତ ଧାତୁକୁ ବ୍ୟବହାର କରି ସ୍ୱାବଲମ୍ବୀ ଶିଳ୍ପୋଦ୍ୟୋଗୀ କରିବେ, ସେ ବିଷୟରେ ଯୋଜନା କରନ୍ତି ନାହିଁ।

ଦେଶରେ ଗଚ୍ଛିତ ଖଣିଜ ସମ୍ପଦ ମଧ୍ୟରୁ ଓଡ଼ିଶାର ଅବଦାନ କ୍ରୋମାଇଟ୍ (୮୩), ନିକେଲ୍ (୯୨), ବକ୍ସାଇଟ୍(୫୫), ଲୁହାପଥର (୩୮)ଏବଂ କୋଇଲା (୨୬) ପ୍ରତିଶତ। ଏଣୁ, ଓଡ଼ିଶାରେ ଥିବା ଖଣିଜ ସମ୍ପଦକୁ ଉପଯୋଗ କରି ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ବିଶ୍ୱର ବୃହତ ଶିଳ୍ପ ସଂସ୍ଥାମାନେ ଆଗ୍ରହ ପ୍ରକାଶ କରିବା ଅସ୍ୱାଭାବିକ ନୁହେଁ। ତେବେ, ଓଡ଼ିଶାରେ କେବଳ ରାଉରକେଲା ବ୍ୟତିତ ଅନ୍ୟ କେଉଁଠାରେ ଇସ୍ପାତ କାରଖାନା ନଥିଲା କାହିଁକି? ଦେଶ ଓ ରାଜ୍ୟରେ ଥିବା ସରକାରମାନେ ଶିଳ୍ପନୀତି ପ୍ରଣୟନ କରି ଖଣି ଲିଜ୍ ବ୍ୟବସ୍ଥାକୁ ସରଳ କରିବା ପରେ ଖଣି ଲିଜ୍ ପାଇବା ଲୋଭରେ ଇସ୍ପାତ ଓ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀମାନେ ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ ଓ କର୍ଣ୍ଣାଟକ ଆଦି ରାଜ୍ୟରେ କାରଖାନା ଖୋଲିଥିଲେ। ସେହି କାରଣରୁ ବିନା ନିମନ୍ତ୍ରଣରେ ଇଂଲଣ୍ଡରୁ ଆର୍ସେଲର୍ ମିତ୍ତଲ ଓ ଦକ୍ଷିଣ କୋରିଆରୁ ପୋସ୍କୋ ଓଡ଼ିଶା ଆସିଥିଲେ। ସେମାନେ ଚାହୁଁଥିବା ଖଣି ଲିଜ୍ ପାଇବା ସମ୍ଭବ ନହେବାରୁ ଓଡ଼ିଶା ଛାଡ଼ିଥିଲେ। ଏବେ ଦୁଇ ବର୍ଷ ତଳେ ସୁଯୋଗ ଉଣ୍ଡି ସେହି ଆର୍ସେଲର୍ ମିତ୍ତଲ ଓ ଜାପାନର ନିପ୍ପନ ଷ୍ଟିଲ୍ ମିଳିତ ଭାବେ ଏକ ଇସ୍ପାତ କାରଖାନା କରିବାକୁ ଆଗେଇ ଆସୁଛନ୍ତି। ଦିନ ଥିଲା ଦ୍ୱିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଓଡ଼ିଶା ଡହଳବିକଳ ହେଉଥିଲା। ଆଜି ପରିସ୍ଥିତିରେ ପରିବର୍ତ୍ତନ ହୋଇଛି। ଏଣୁ ମୋହନ ମାଝି ସରକାର ଶିଳ୍ପନୀତିରେ ବୈଚାରିକ ପରିବର୍ତ୍ତନ ଆଣିବା ଉଚିତ ହେବ। ସେଗୁଡିକ ଏଭଳି ହେବା ଦରକାର :

୧) ଇସ୍ପାତ୍ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ କମ୍ପାନୀ ପାଇଁ ସରକାର ଜମି ଅଧିଗ୍ରହଣ ନକରି ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଉତ୍ପାଦନ ବନ୍ଦ କରିଥିବା ଇସ୍ପାତ ଶିଳ୍ପକୁ ଲିଜ୍ ଦିଆଯାଇଥିବା ଜମିରୁ ବେଦଖଲ କରି ସେହି ଜମିକୁ ଆଗ୍ରହୀ ନୂଆ କମ୍ପାନୀକୁ ଲିଜ୍ ଦେବାର ବ୍ୟବସ୍ଥା। (ସେହି ଏକାଭଳି ନୀତି ଓ ନିୟମ ମଧ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ମିତ ‘ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍’ ବା ଶିଳ୍ପ ସହରରେ ଥିବା ପ୍ରତିଟି ଶିଳ୍ପସଂସ୍ଥାକୁ ଲିଜ୍ ଦିଆଯାଇଥିବା ଜମି ଓ କାରଖାନା ଘର ପାଇଁ ମଧ୍ୟ ପ୍ରଯୁଜ୍ୟ ହେବା ଉଚିତ।)

୨) ଓଡ଼ିଶାରେ ଆଉ ଅଧିକ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରା ନଯାଉ। ଏବେ ଯେତିକି ସ୍ୱାଧୀନ (ଆଇପିପି) ଓ ନିଜସ୍ୱ (କ୍ୟାପ୍ଟିଭ୍) ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ହୋଇ ସାରିଛି ସେଗୁଡ଼ିକ ପୂର୍ଣ୍ଣ-କାର୍ଯ୍ୟକ୍ଷମ ହେଉ ଓ ତାହାର କ୍ଷମତା ବୃଦ୍ଧି ହେଉ ପଛକେ, ନୂତନ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ନହେଉ। ଏଥିରୁ ଦୁଇଟି ଲାଭ ହେବ-ଅଧିକ ଜମି ଅଧିଗ୍ରହଣ କରାଯିବନି ଓ କୋଇଲା ଅଧିକ ଦିନ ଯାଏଁ ବ୍ୟବହାର ହୋଇ ପାରିବ।

୩) ପ୍ରତ୍ୟେକ ବୃହତ ଓ ମଧ୍ୟମ ଶିଳ୍ପକୁ ଲିଜ୍ ଦିଆଯାଇଥିବା ଜମିର ଅଡିଟ୍ ହେବା ବ୍ୟବସ୍ଥା ଏବଂ ଅବ୍ୟବହୃତ ଜମିରେ ବାସଚ୍ୟୁତ ହୋଇଥିବା ପରିବାରର ସଦସ୍ୟଙ୍କ ପାଇଁ ବ୍ୟବସାୟ, ଟେଲରିଂ, ଗାଡ଼ି ମରାମତି ଗ୍ୟାରେଜ୍ ଇତ୍ୟାଦି ପାଇଁ ଦୋକାନ ଗୃହ ନିର୍ମାଣ କରାଯାଇ ରୋଜଗାର ସୁବିଧା ଯୋଗାଇବା ବ୍ୟବସ୍ଥା।

୪) ଆଗାମୀ ଦିନରେ କୌଣସି ବୃହତ ଶିଳ୍ପ ସଂସ୍ଥା ପାଇଁ ଯଦି କିଛି ବି ଘରୋଇ ଜମି ଅଧିଗ୍ରହଣ କରିବାକୁ ପଡ଼େ ସେହି ସଂସ୍ଥା ଆବଶ୍ୟକ କରୁଥିବା ଜମିର ୧୦-୨୦ ପ୍ରତିଶତ ଅଧିକ ଜମି ଅଧିଗ୍ରହଣ କରାଯାଇ ସେହି ଜମିରେ ବାସଚ୍ୟୁତ ଓ ଜମି ହରାଉଥିବା ଲୋକଙ୍କ ପାଇଁ ପକ୍କା ଫ୍ଲାଟ୍ ଘର, କଲ୍ୟାଣ ମଣ୍ଡପ, ବଜାର, ବ୍ୟବସାୟ କରିବାକୁ ଦୋକାନ ଘର ଇତ୍ୟାଦି ନିର୍ମାଣ ଖର୍ଚ୍ଚ ମୂଳ ପ୍ରକଳ୍ପ ଖର୍ଚ୍ଚ ଭାବେ ଗ୍ରହଣ କରିବାର ବ୍ୟବସ୍ଥା। କ୍ଷତିପୂରଣ ଅର୍ଥ ବାଦ ଏହି ସୁବିଧା ମିଳିଲେ ଲୋକମାନେ ଶିଳ୍ପକୁ ବିରୋଧ ନକରି ସ୍ୱାଗତ କରିବେ। ଏହି ନୀତି ମଧ୍ୟ ଊଣାଅଧିକେ ସମସ୍ତ ଶିଳ୍ପସଂସ୍ଥା ପାଇଁ ଲାଗୁ ହେବା ଉଚିତ।

୫) ପ୍ରତ୍ୟେକ ବୃହତ୍ ଶିଳ୍ପ ସଂସ୍ଥାଙ୍କ ପାଇଁ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ବିଗତ ତିନି ବର୍ଷରେ କରିଥିବା ହାରାହାରି ନିରୁତା ଲାଭର ମାତ୍ର ଦୁଇ ପ୍ରତିଶତ ଅର୍ଥ ସାମାଜିକ ଦାୟିତ୍ୱ (ସିଏସଆର୍) ନିର୍ବାହ କରିବାରେ ବ୍ୟୟ କରିବାକୁ ନିୟମ ଅଛି। ଏହି ଅର୍ଥ ବ୍ୟୟ କରି ଶିଳ୍ପ ପ୍ରତିଷ୍ଠା କାରଣରୁ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଚାରିପଟର ଗ୍ରାମ, ନଦୀ, ପାହାଡ଼ ଇତ୍ୟାଦିର ଯତ୍ନ ନନେଇ ଅନ୍ୟାନ୍ୟ ସ୍ଥାନରେ ବ୍ୟୟ କରାଯାଉଥିବାର ଦେଖାଯାଉଥିବାରୁ ଏଥିପାଇଁ କଡ଼ା ନିୟମ ଓ ବଜେଟ୍ ବ୍ୟବସ୍ଥା ହେବା ଉଚିତ୍।

୬) ପ୍ରତ୍ୟେକ ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥା ନିଜର ପ୍ରକଳ୍ପ ସ୍ଥାନ ନିକଟସ୍ଥ ସବୁଠୁ ଅନୁନ୍ନତ ଗ୍ରାମକୁ ପୋଷ୍ୟଗ୍ରାମ ରୂପେ ଓ ଜମି ହରାଇଥିବା କିମ୍ବା କ୍ଷତିଗ୍ରସ୍ତ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ସାଂସ୍କୃତିକ ବିକାଶ ପାଇଁ ଯୋଗଦାନ କରିବାର ନିୟମ ହେଉ। ସେମାନେ ଚାହିଁଲେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଠାରୁ ଆର୍ଥିକ ଏବଂ ମାନବ ସମ୍ବଳ ସହଯୋଗ ନେବାର ବ୍ୟବସ୍ଥା ହେବା ଉଚିତ। ଏପରି ନିୟମ ରହିଲେ ନଗଡ଼ା ଭଳି ଅବହେଳିତ ଗ୍ରାମ ରହିବନି କିମ୍ବା କୁସୁମା ପୋଖରୀ ଓ ଅତିଥି ଭବନ ନିର୍ମାଣ ପାଇଁ ଖର୍ଚ୍ଚ କରାଯାଇ ପାରିବନି।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ରୋଡ୍‌ ସୋ’ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପ୍ରତିନିଧିଦଳ ସହ ଆଲୋଚନାବେଳେ ବେଦାନ୍ତ ୧ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଘୋଷଣା କରିଛି। ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ସବୁଜ ଆଲୁମିନିୟମ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବାର୍ଷିକ ୬ ନିୟୁତ ଟନ୍‌ ଆଲୁମିନିୟମ ରିଫାଇନାରୀ ଓ ୩ ମିଲିୟନ ଟନ୍‍ କ୍ଷମତା ବିଶିଷ୍ଟ ଆଲୁମିନିୟମ କାରଖାନା ପ୍ରତିଷ୍ଠା କରିବାକୁ ଘୋଷଣା କରିଛି। ଅଟୋ, ଶକ୍ତି, ର୍ନିମାଣ ଏବଂ ରେଲୱେ ଭଳି ଶତାଧିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଲୁମିନିୟମ ପ୍ରୟୋଗ ବଢୁଥିବାରୁ ବେଦାନ୍ତ ମଧ୍ୟ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ପାଇଁ ବୃହତ ଶିଳ୍ପଗ୍ରାମ ପ୍ରତିଷ୍ଠା କରିବାକୁ କହିଛି। ଏଠାରେ ୧୦୦୦ ଏମ୍‌ଏସ୍‌ଏମ୍‌ଇ ସ୍ଥାପିତ ହେବ ଏବଂ ୨ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ। ଯଦି, ବେଦାନ୍ତ ଏହା କରେ ଅନ୍ୟ ଶିଳ୍ପସଂସ୍ଥା ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ। ଓଡ଼ିଶାରେ ଜାନୁଆରୀ ୨୦୨୫ରେ ମେକ୍‌ ଇନ୍‌ ଓଡ଼ିଶା ବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହା ପୂର୍ବରୁ ଓଡ଼ିଶାରେ ପ୍ରଚଳିତ ଶିଳ୍ପନୀତିରେ ଆବଶ୍ୟକୀୟ ସଂଶୋଧନ ହୋଇଗଲେ ଭଲ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story