ବ୍ୟାଙ୍କ ଖାତାରେ ଭୋଟ୍ ବ୍ୟାଙ୍କ!

ମହିଳା-କୈନ୍ଦ୍ରିକ ଯୋଜନା ଆରମ୍ଭ କରିଥିବା ଓ ନକରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏପରି ଯୋଜନା ଥିବା ରାଜ୍ୟଗୁଡ଼ିକରେ ହାରାହାରି ମହିଳା ଭୋଟରଙ୍କ ସଂଖ୍ୟା ବହୁତ ଅଧିକ। ହାରାହାରି ୧୯ ଗୋଟି ଲାଭାର୍ଥୀ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ସହିତ ଦେଢ଼ କୋଟି ଛୁଇଁଛି। ଅନ୍ୟପକ୍ଷରେ, ମହିଳା-କୈନ୍ଦ୍ରିକ ଯୋଜନା ନଥିବା ରାଜ୍ୟଗୁଡ଼ିକରେ ମୋଟ ୩୦ ଲକ୍ଷ ବୃଦ୍ଧି ହୋଇଛି।

Women Voters

Women Voters

Debendra Prusty
  • Published: Saturday, 22 March 2025
  • Updated: 22 March 2025, 03:39 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ମହାରାଷ୍ଟ୍ରର ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ନଗଦ ହସ୍ତାନ୍ତର ବା ଡିବିଟି କରାଯାଉଥିବା ଅର୍ଥ ପରିମାଣ ହେଲା ୪୬,୬୨୪ କୋଟି ଟଙ୍କା; ଯାହା ମହାରାଷ୍ଟ୍ର ରାଜ୍ୟ ‘ମୋଟ ଘରୋଇ ଉତ୍ପାଦ’ (ଜିଡିପି)ର ୧.୧ ପ୍ରତିଶତ। ଅନ୍ୟ କୌଣସି ରାଜ୍ୟ ବଜେଟରେ ମହିଳାଙ୍କ ଖାତାକୁ ଏତେ ଅଧିକ ପରିମାଣର ଅର୍ଥ ଆବଣ୍ଟିତ ହୋଇ ନଥାଏ। ଗତ ଆର୍ଥିକ ବର୍ଷରେ ଦେଶର ସମସ୍ତ ରାଜ୍ୟର ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧,୫୫,୪୧୨ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯାହା ଆମ ରାଷ୍ଟ୍ରୀୟ ଜିଡିପିର ୦.୫ ପ୍ରତିଶତ।

ମହିଳା ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ମହିଳା କୈନ୍ଦ୍ରିକ ଯୋଜନାଗୁଡ଼ିକୁ ଊଣା ଅଧିକେ ସମସ୍ତ ରାଜ୍ୟରେ ରାଜନୈତିକ ଦଳମାନେ ଶକ୍ତିଶାଳୀ ଅସ୍ତ୍ର ଭାବେ ବ୍ୟବହାର କରି ନିର୍ବାଚନ ଯୁଦ୍ଧରେ ବିଜୟଲାଭ କରିବାକୁ ଚାହୁଁଛନ୍ତି। ଏହାର ସାମ୍ପ୍ରତିକ ଉଦାହରଣ ହେଉଛି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱରେ ମହାୟୁତି ମେଣ୍ଟ ଏବଂ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଫଳତା। ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର ଅମଳରେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଆରମ୍ଭ କରାଯାଇଥିବା ‘ଲାଡ଼ଲୀ ବହୀନ ଯୋଜନା’କୁ ରାଜ୍ୟରେ ଏହି ମେଣ୍ଟକୁ ଦ୍ୱିତୀୟ ଥର ପାଇଁ ଗାଦିନସୀନ କରିବାରେ ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଏ। ଏହି ଯୋଜନାରେ ମହାରାଷ୍ଟ୍ରର ଯୋଗ୍ୟ ମହିଳାମାନଙ୍କୁ ମାସିକ ୧,୫୦୦ ଟଙ୍କା ପ୍ରଦାନ କରାଯାଉଛି। ଯୋଜନାର ମାପକାଠି ରଖା ଯାଇଛି ଯେ, ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ପରିବାରର ୨୧-୬୦ ବର୍ଷ ବୟସର ସମସ୍ତ ମହିଳା ହିତାଧିକାରୀ ହେବା ପାଇଁ ଯୋଗ୍ୟ।

ମହାରାଷ୍ଟ୍ର ପଛକୁ ରହିଛି କର୍ଣ୍ଣାଟକ। ସେଠାରେ ୨୦୨୩ ମସିହାରେ ଏହିଭଳି ମହିଳା ତୁଷ୍ଟିକରଣ ଯୋଜନା ଆରମ୍ଭ କରାଯାଇଥିଲା। ଯୋଜନାରେ ବାର୍ଷିକ ୩୧,୦୮୨ କୋଟି ଟଙ୍କା ଆବଣ୍ଟନ କରାଯାଉଛି, ଯାହା ରାଜ୍ୟ ଜିଡିପିର ୧.୦ ପ୍ରତିଶତ। ପଛକୁ ପଛ ରହିଛନ୍ତି ହରିୟାଣା (୨୧,୫୮୫ କୋଟି), ମଧ୍ୟ ପ୍ରଦେଶ (୧୮,୯୯୫ କୋଟି) ଟଙ୍କା। ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୨୦୨୩ ମସିହାରେ ରାଜ୍ୟ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ମହିଳାମାନଙ୍କ ପାଇଁ ଲାଡଲି ବେହନା ଯୋଜନା ଘୋଷଣା କରିଥିଲେ। ଦିଲ୍ଲୀରେ ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତି ମାସରେ ୧,୦୦୦ ଟଙ୍କା ପ୍ରଦାନ କରୁଥିଲେ ଆପ୍ ସରକାର। ସେଠାରେ ଆବଣ୍ଟନ କରାଯାଇଥିଲା ୧୭୨୭ କୋଟି ଟଙ୍କା। ଏବେ, ପ୍ରତିଶୃତି ମୁତାବକ, ନୂଆ ଭାଜପା ସରକାର ଆବଣ୍ଟନ କରିବେ ପ୍ରାୟ ୪,୩୨୦ କୋଟି ଟଙ୍କା।

୨୦୨୦ ମସିହାରେ ପ୍ରଥମେ ଆସାମ, ପର ବର୍ଷ ୨୦୨୧ରେ ପଶ୍ଚିମବଙ୍ଗ ମହିଳା ତୁଷ୍ଟିକରଣ ଯୋଜନା ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗରେ ୨୫ରୁ ୬୦ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ପ୍ରତି ମାସରେ ୧,୫୦୦ ଟଙ୍କା ପ୍ରଦାନ କରାଯାଇ ଆସୁଛି।

ସେହିପରି, ଆମ ରାଜ୍ୟରେ ମଧ୍ୟ ବିଜୁ ଜନତା ଦଳକୁ ଗାଦିଚ୍ୟୁତ କରିବା ପାଇଁ ଭାରତୀୟ ଜନତା ଦଳ ପକ୍ଷରୁ ଗ୍ରହଣ କରା ଯାଇଥିବା ବିଭିନ୍ନ ରଣନୀତି ମଧ୍ୟରୁ, ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ପ୍ରତିଶୃତି ହିଁ ଥିଲା ମୁଖ୍ୟ। ଏଠାରେ କିନ୍ତୁ ବାର୍ଷିକ ୧୦,୦୦୦ ଟଙ୍କା ବା ମାସିକ ମାତ୍ର ୮୩୩ ଟଙ୍କା ଦିଆଯାଉଛି। ଏଠାରେ ମିଶନ୍ ଶକ୍ତି ଉପରେ ଭାରି ପଡ଼ିଗଲା ସୁଭଦ୍ରା।

ରାଜନୈତିକ ଦଳ ଓ ନେତାମାନେ ଏଭଳି ଯୋଜନାକୁ ମହିଳା-କଲ୍ୟାଣକାରୀ ଯୋଜନାର ମୁକୁଟ ପିନ୍ଧାଇଲେ ବି, ବାସ୍ତବରେ ଏଗୁଡ଼ିକ ତୁଷ୍ଟିକରଣ ଯୋଜନା ଏବଂ ମହିଳା ଭୋଟରଙ୍କ ପାଇଁ ନିଶ୍ଚିତ ଆକର୍ଷଣୀୟ। ଗତ ଦେଢ଼ ବର୍ଷ ମଧ୍ୟରେ ସମ୍ପନ୍ନ ନିର୍ବାଚନ ଫଳାଫଳରୁ ​​ଦେଖାଯାଇଛି ଯେ ରାଜନୈତିକ ଦଳଗୁଡ଼ିକ ମହିଳା ମତଦାତାମାନଙ୍କୁ ତୁଷ୍ଟିକରଣ ଯୋଜନା ପ୍ରତିଶୃତି ଦେଇ ଭରପୂର ଲାଭ ଉଠାଉଥିଲେ ବି ଚତୁରତା ସହକାରେ ମହିଳାମାନଙ୍କ ବିକାଶ ପାଇଁ ସମର୍ପିତ ବୋଲି କହୁଛନ୍ତି।

୨୦୨୪ ଜୁନ୍ ମାସରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ​​ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ବିଜେପି ନେତୃତ୍ୱାଧୀନ ଏନଡିଏ ରାଜ୍ୟର ସମୁଦାୟ ୪୮ଟି ଲୋକସଭା ଆସନ ମଧ୍ୟରୁ ମାତ୍ର ୧୭ଟି ଆସନରେ ଜିଣିଥିଲା ଓ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଣ୍ଟ ୩୦ଟି ଆସନରେ ଜିଣିଥିଲା। ଏଣୁ ପାଞ୍ଚ ମାସ ପରେ ନଭେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମେଣ୍ଟର ପ୍ରାର୍ଥୀମାନେ ଜିଣିବାର ସମ୍ଭାବନା କ୍ଷୀଣ ମନେ ହେଉଥିଲା। ତଥାପି, ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ କ୍ଷମତାକୁ ଫେରିପାରିଲା। ଏହା ସମ୍ଭବ ହୋଇପାରିଲା କେବଳ ତୁଷ୍ଟିକରଣ ଯୋଜନା ‘ଲାଡ଼ଲୀ ବହୀନ ଯୋଜନା’ର ମ୍ୟାଜିକ୍ କାରଣରୁ। ସେଥିପାଇଁ ମହିଳାମାନଙ୍କୁ ସମସ୍ତ ରାଜନୈତିକ ଦଳ, ଏକ ବିଶାଳ ମତଦାତା-ଗୋଷ୍ଠୀଭାବେ ବ୍ୟବହାର କରିବା ପାଇଁ ଚାହାନ୍ତି।

ବିଭିନ୍ନ ରାଜ୍ୟରେ ମହିଳା-କୈନ୍ଦ୍ରିକ କଲ୍ୟାଣକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ଫଳରେ ୨୦୧୯ ତୁଳନାରେ ୨୦୨୪ ଲୋକସଭା ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ​​୧.୮ କୋଟି ବଢ଼ି ଯାଇଥିଲା। ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ମହିଳା ସାକ୍ଷରତା ହାରରେ ଅଭିବୃଦ୍ଧି, ମୁଦ୍ରା ଯୋଜନାରେ ମହିଳା ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ମହିଳାଙ୍କୁ ନବନିର୍ମିତ ଗୃହର ମାଲିକାନା ପ୍ରଦାନ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ମହିଳାଙ୍କ ପାଇଁ ଶୌଚାଳୟ ସୁବିଧା ମିଳିବା ମଧ୍ୟ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ଥିଲା।

୨୦୪୭ ମସିହା ସୁଦ୍ଧା 'ବିକଶିତ ଭାରତ' ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ମହିଳାମାନଙ୍କୁ ସଶକ୍ତ କରିବା ଏକ ଆହ୍ୱାନ। ମହିଳା ସଶକ୍ତିକରଣ ଏବଂ ସାମାଜିକ-ଆର୍ଥିକ ବିକାଶ ମଧ୍ୟରେ ସମନ୍ୱୟ ରଖି ଦେଶକୁ ଆଗେଇବାକୁ ପଡ଼ିବ। କେବଳ ଆର୍ଥିକ ବିକାଶ ହୋଇଗଲେ ଲିଙ୍ଗଗତ ଅସମାନତାର ସମାଧାନ ହେବା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁଳ ପ୍ରଚାରିତ ସବ କା ସାଥ୍, ସବ କା ବିକାଶ, ସବ କା ପ୍ରୟାସ, ସବ କା ବିଶ୍ୱାସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ଦେଶର ମହିଳାମାନେ ଅନେକ କ୍ଷେତ୍ରରେ ପଛୁଆ ରହି ଆସିଥିବାରୁ, ଆମକୁ ସାମାଜିକ-ଆର୍ଥିକ ବିକାଶରେ ଲିଙ୍ଗଗତ ସମାନତା ଆଣିବାକୁ ହେବ।

ଆମେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ମହିଳା ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଦେଉଛେ, ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ଶିକ୍ଷା ମାଧ୍ୟମରେ ସଚେତନତା ସୃଷ୍ଟି କରିଚାଲିଛେ ଏବଂ ମହିଳା ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଅନଲାଇନ୍ ମାର୍କେଟିଂ ପ୍ଲାଟଫର୍ମ (ମହିଳା ଇ-ହାଟ) ଆରମ୍ଭ କରି ସାରିଛେ। ତାହା ଛଡ଼ା, ମହିଳା ଶକ୍ତି କେନ୍ଦ୍ର ପ୍ରତିଷ୍ଠା କରି, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ପାଇଁ ଗ୍ରାମ ସ୍ତରରେ ସଶକ୍ତିକରଣ କାର୍ଯ୍ୟକ୍ରମ ଗତିଶୀଳ କରିଛେ, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ୍, ପ୍ରସୂତି ଛୁଟିକୁ ୨୬ ସପ୍ତାହକୁ ବୃଦ୍ଧି ଏବଂ କ୍ରେଚ୍ ସୁବିଧା ବାଧ୍ୟତାମୂଳକ କରିଛେ। ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଏବଂ ସମସ୍ତ ମହିଳାଙ୍କୁ ସଶକ୍ତ କରିବା ଲକ୍ଷ୍ୟ ସହିତ ଆର୍ଥିକ ସଶକ୍ତିକରଣ ପଦକ୍ଷେପ ନେଉଛେ।

ତଥାପି, ଆମ ଦେଶରେ ମହିଳାମାନଙ୍କର ସାମାଜିକ-ଆର୍ଥିକ ଅଭିବୃଦ୍ଧି ହାସଲ ହୋଇ ପାରିନାହିଁ। ଏଥିରେ ବାଧକ ହୋଇଛି ସାମାଜିକ ବ୍ୟବସ୍ଥା ଏବଂ ପୁରୁଷବାଦୀ ମାନସିକତା ଯାହା ମହିଳାମାନଙ୍କ ଗତିଶୀଳତା, ଶିକ୍ଷା ଏବଂ ଆର୍ଥିକ ସୁଯୋଗକୁ ସୀମିତ କରିଆସିଛି। ଅନେକ ରାଜ୍ୟରେ, ଏପରିକି କିଛି ଜିଲ୍ଲାରେ ଆଜି ବି ପୁତ୍ର ଓ କନ୍ୟା ସନ୍ତାନଙ୍କ ପ୍ରତି ଭେଦଭାବ ଜାରି ରହିଛି। ବିଶ୍ୱ ମହିଳା ଶ୍ରମଶକ୍ତି ବିନିଯୋଗ ହାର ପ୍ରାୟ ୪୭ ପ୍ରତିଶତ ହୋଇଥିଲା ବେଳେ ଭାରତର ହାର ୩୭ ପ୍ରତିଶତ। ଚୀନ୍ ଏବଂ ବାଂଲାଦେଶ ତୁଳନାରେ ମଧ୍ୟ ଭାରତରେ ମହିଳାଙ୍କ ନିଯୁକ୍ତିହାର କମ୍। ଆମେ ଘର କାମ, ପାରିବାରିକ ସେବାଯତ୍ନ କରିବା ପାଇଁ ମହିଳାଙ୍କୁ ଅଧିକ ବ୍ୟବହାର କରୁ ଥିବାରୁ ସେମାନେ ଶିକ୍ଷା, ଦକ୍ଷତା ବିକାଶ ଏବଂ ପୁରୁଷଙ୍କ ଭଳି ରୋଜଗାର କରିବାର ସୁଯୋଗ ପାଉ ନାହାନ୍ତି।

ଦେଶରେ ସମାନ ଉତ୍ତରାଧିକାର ଅଧିକାର ଆଇନ ସତ୍ତ୍ୱେ, ଭାରତରେ କେବଳ ୨୦ ପ୍ରତିଶତ ମହିଳାଙ୍କ ନାମରେ ସମ୍ପତ୍ତିର ମାଲିକାନା ରହିଛି। ଆଜି ବି ଘରୋଇ ହିଂସା, ଯୌନ ଉତ୍ପୀଡ଼ନର ଶିକାର ହୁଅନ୍ତି ଯେ କୌଣସି ବୟସର ମହିଳା। ସାକ୍ଷରତା ହାର ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ଅପେକ୍ଷାକୃତ କମ୍। ଏପରିକି ବିଧାନସଭା ଏବଂ ସଂସଦରେ ମହିଳା ପ୍ରତିନିଧିତ୍ୱ କମ୍। ଏଭଳି ଦୁଃସ୍ଥିତି ମଧ୍ୟରେ ଆମର ରାଜନୈତିକ ଦଳମାନେ ମହିଳାଙ୍କ କଲ୍ୟାଣ କରିବା ପାଇଁ ଯେଭଳି ଯୋଜନା କରିବା କଥା, ତାହା ଦେଖା ଯାଉନି। ବରଂ କଲ୍ୟାଣକାରୀ ଯୋଜନା ନାମରେ ସେମାନଙ୍କ ଭୋଟ୍ ହାତେଇ ନେବାକୁ ଏକପ୍ରକାର ପ୍ରତିଯୋଗିତା ଚାଲିଛି।

ବିଭିନ୍ନ ରାଜ୍ୟରେ ମହିଳା କଲ୍ୟାଣକାରୀ ଯୋଜନାର ନାମକରଣ ଏବଂ ଅର୍ଥ ପରିମାଣ ଯାହା ହେଉନା କାହିଁକି, ରାଜନୈତିକ ଉଦ୍ଦେଶ୍ୟ କିନ୍ତୁ ମହିଳାଙ୍କୁ ଏକ ଭୋଟ୍ ବ୍ୟାଙ୍କରେ ପରିଣତ କରି ନିଜ ଦଳ ସପକ୍ଷରେ ସେମାନଙ୍କ ସମର୍ଥନ ହାତେଇନେବା। ଅଥଚ, ଲୋକ ଦେଖାଣିଆ ଭାବେ କୁହାଯାଏ ଯେ, ଏଭଳି ଯୋଜନାର ଉଦ୍ଦେଶ୍ୟ ହିତାଧିକାରୀ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ଆତ୍ମ-ନିର୍ଭରଶୀଳତା ଏବଂ ନିଜର ସନ୍ତାନସନ୍ତତିଙ୍କ ସ୍ୱାସ୍ଥ୍ୟ ତଥା ପୁଷ୍ଟିସାଧନ। ସେମାନେ ନିଜେ ଆତ୍ମନିଯୁକ୍ତି ପାଇବେ, ରୋଜଗାର ଓ ପୁଞ୍ଜି ସଂଗ୍ରହ ପାଇଁ କାହା ଉପରେ ନିର୍ଭର କରିବେନି ଓ ପରିବାର ମଧ୍ୟରେ ଯେଉଁ ନିଷ୍ପତି ନିଆଯିବ ସେଥିରେ ତାଙ୍କର ମତ ଗୁରୁତ୍ୱ ପାଇବ। ଏହାକୁ ଏକ ଅଭିନବ ସମାଜିକ-ଜନକଲ୍ୟାଣ ଯୋଜନା ଏବଂ ମହତ୍ୱାକାଂକ୍ଷୀ ପରିକଳ୍ପନା କୁହାଯାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମହିଳାମାନେ ଏହି ଯୋଜନାରେ ସାମିଲ ହେବାର ସୁଯୋଗ ମିଳେ। ଯେହେତୁ ଲିଙ୍ଗଗତ ଅସମାନତା, ଝିଅଙ୍କ ସାକ୍ଷରତା ହାରରେ ହ୍ରାସ, କନ୍ୟା ଭୃଣ ହତ୍ୟା, ଛାତ୍ରୀମାନେ ଅଧାରୁ ସ୍କୁଲ୍ ଛାଡୁଥିବା, କର୍ମ କ୍ଷେତ୍ରରେ ମହିଳାଙ୍କ ନିରୁତ୍ସାହଜନକ ଉପସ୍ଥିତି ରହିବା ଇତ୍ୟାଦି ସାମାଜିକ-ଆର୍ଥିକ ବିକାଶରେ ବାଧକ, ଏଭଳି ଯୋଜନା ମାଧ୍ୟମରେ ମହିଳାଙ୍କ ବ୍ୟାଙ୍କ ଖାତାରେ ନଗଦ ଅର୍ଥ ଦେଇଦେଲେ, ସମସ୍ୟା ଦୂର ହୋଇଯିବ ବୋଲି ନେତାଏ କହନ୍ତି।

୨୧ ବର୍ଷ ପୂରଣ କରିଥିବା ଝିଅଟିଏ ଉଚ୍ଚଶିକ୍ଷା ପାଇଁ ହେଉ ଅବା ନିଜର ଉଦ୍ୟୋଗ ସ୍ଥାପନ କରିବା ହେଉ, ଏଭଳି ଯୋଜନାରେ ମିଳୁଥିବା ଅର୍ଥକୁ ଉପଯୋଗ କରିବ। ମହିଳାଙ୍କୁ ଏଭଳି ଆର୍ଥିକ ସହାୟତା ମିଳିଲେ ପରିବାରମାନଙ୍କରେ ଅଲୋଡ଼ା ହୋଇ ରହିବେନି କନ୍ୟା ସନ୍ତାନ। ଝିଅମାନଙ୍କ ଗୁରୁତ୍ୱ ଓ ଶିକ୍ଷା ବଢ଼ିଲେ ସେମାନଙ୍କ ଜ୍ଞାନ, କୌଶଳ ଓ ଆତ୍ମବିଶ୍ୱାସ ବଢ଼ିବ। ସେମାନେ ଉଚ୍ଚତର ଶିକ୍ଷା ଗ୍ରହଣ କରିବାକୁ ଆଶାୟୀ ହେବେ, ନିଜର ଜୀବନ ଗଢ଼ିବେ ଓ ସମାଜକୁ ନିଜର ଅବଦାନ ଦେବାକୁ ସକ୍ଷମ ହେବେ। ବାପାମା ସ୍ୱଳ୍ପ ବୟସରେ ଝିଅଙ୍କ ବାହାଘର କରିବେନି, ସେମାନଙ୍କ ପାଠପଢ଼ା ସରିବା ପରେ ଓ ସେମାନେ ରୋଜଗାରକ୍ଷମ ହେବା ପରେ ସେମାନଙ୍କୁ ବାହା ଦେବେ। ଝିଅ ଜନ୍ମ ଏକ ଅଭିଶାପ ନହୋଇ ଆଶୀର୍ବାଦରେ ପରିଣତ କରିପାରିବ ଏଭଳି ଯୋଜନା। କିଛି ଅତ୍ୟୁତ୍ସାହି ଅର୍ଥନୀତିଜ୍ଞ ତ କହନ୍ତି ଯେ, ଏଭଳି ଯୋଜନା ମାଧ୍ୟମରେ ମହିଳାଙ୍କ ହାତକୁ ଅର୍ଥ ଆସିଲେ, ସେମାନେ ତାହା ଖର୍ଚ୍ଚ କରିବେ ଏବଂ ଅର୍ଥନୀତି ଚଳଚଞ୍ଚଳ ହେବ! କହିଁପେ ନିଶାନା, କହିଁପେ ନିଘାନା! ମୂଳ ଉଦ୍ଦେଶ୍ୟ ଯଦି ଭୋଟ୍, ଏହିସବୁ ମହିଳା କଲ୍ୟାଣକାରୀ ଯୋଜନା ହେଲା ହାତୀର ବାହାରକୁ ଦେଖାଯାଉଥିବା ଦାନ୍ତ। ଡାଳପତ୍ର ଚୋବାଇ ଖାଇବାର ଦାନ୍ତ ହେଲା ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରା ଯାଉଥିବା ନଗଦ ଅର୍ଥ!

ମହିଳାଙ୍କ ସାମାଜିକ-ଆର୍ଥିକ ସଶକ୍ତିକରଣ ପାଇଁ ଆମକୁ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ବୃଦ୍ଧି କରିବାକୁ ପଡ଼ିବ, ଯାହା ଫଳରେ ଜିଡିପି ଅଭିବୃଦ୍ଧି ହାର ମଧ୍ୟ ୮ ପ୍ରତିଶତ ଉପରକୁ ଯିବ। ପୋଷାକ ପ୍ରସ୍ତୁତି ଭଳି ହାଲୁକା ଶିଳ୍ପ-ସେବା ଉତ୍ପାଦନ କ୍ଷେତ୍ରରେ ମହିଳା ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ହେବ। ସେମାନେ ନିଜେ ନିଜର ଉତ୍ପାଦନ ଶିଳ୍ପ କେନ୍ଦ୍ର ଖୋଲିଲେ, ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍ଆଇ) ବ୍ୟବସ୍ଥା କରିବାକୁ ପଡ଼ିବ। ମହିଳାଙ୍କୁ ପୁରୁଷଙ୍କ ଭଳି ଦରମା ଓ ମଜୁରୀ ଦେବାକୁ ହେବ। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶିଳ୍ପ ତାଲିମ ପ୍ରତିଷ୍ଠାନ, ପଲିଟେକନିକ୍ ଏବଂ ତାଲିମ ପ୍ରତିଷ୍ଠାନ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ମହିଳାଙ୍କ ପାଇଁ କ୍ୟାରିୟର ପରାମର୍ଶ, ସଫଳତା ଅର୍ଜନ କରିଥିବା ପୂର୍ବତନ ଛାତ୍ରୀଙ୍କୁ ପରାମର୍ଶଦାତ୍ରୀ ଭାବେ ବ୍ୟବହାର କରିବା ପ୍ରଭାବଶାଳୀ ହେବ। ଆଜିର ଯୁଗ ହେଲା କୃତ୍ରିମ ବୁଦ୍ଧିମତ୍ତା ଓ ପ୍ରଯୁକ୍ତି ବିଦ୍ୟାର ଯୁଗ। ଏଣୁ, ଏହା ସାହାଯ୍ୟରେ ଏହି ପାଠ୍ୟକ୍ରମଗୁଡ଼ିକୁ ନମନୀୟ ଭାବରେ ପ୍ରଦାନ କରାଯାଇପାରିବ, ଯାହା ମହିଳାମାନଙ୍କୁ ପ୍ରାସଙ୍ଗିକ ଦକ୍ଷତା ହାସଲ କରିବାରେ ସାହାଯ୍ୟ କରିବ। ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକ ଯେପରି ସିଧାସଳଖ ବଡ଼ ନିଗମ ଏବଂ ସରକାରୀ କ୍ରୟ କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ହୋଇ ପାରିବେ, ତାହା ସୁଗମ କଲେ, ମହିଳାମାନେ ସେମାନଙ୍କ ଉତ୍ପାଦ ଏବଂ ସେବା ପାଇଁ ଏକ ସ୍ଥିର ବଜାର ପାଇବେ, ମଧ୍ୟସ୍ଥି ଓ ଦଲାଲ୍ ହଟିବେ ଏବଂ ଅଧିକ ଲାଭ ପାଇବେ। ଏଥିସହିତ ମହିଳା-ନେତୃତ୍ୱାଧୀନ ଷ୍ଟାର୍ଟ ଅପ୍‌ଗୁଡ଼ିକୁ ମଧ୍ୟ ପ୍ରୋତ୍ସାହିତ କରାଯିବା ଉଚିତ। ଭାରତୀୟ ମହିଳା ୬୦ ବର୍ଷ ହେବା ବେଳକୁ ସୁସ୍ଥ ଏବଂ ପାରିବାରିକ ଚାପରୁ ମୁକ୍ତ ରହନ୍ତି। ସେମାନେ ଅଭିଜ୍ଞ ତଥା କର୍ମଠ ଥିବାରୁ ମହିଳା ସଶକ୍ତିକରଣ ଦିଗରେ ଅନେକ ଅବଦାନ ଦେଇ ପାରିବେ।

ଏତେଗୁଡ଼ିଏ କାମ ଯିଏ କରିବେ, ସେ ହେଲେ ରାଜନୈତିକ ସରକାର। ସରକାର ଗଠନ କରିବା ସମ୍ଭବ ହେବ, ଯଦି କୌଣସି ରାଜନୈତିକ ଦଳ ବା ମେଣ୍ଟ ଅଧିକ ଭୋଟ୍ ପାଇବ। ଏବେ ମତଦାତାମାନେ ଭୋଟ୍ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ମତଦାନ ହାର ରହୁଛି ହାରାହାରି ୭୦ ପ୍ରତିଶତ। ସମସ୍ତ ରାଜନୈତିକ ଦଳ ସମାଜର ବିଭିନ୍ନ ବର୍ଗଙ୍କୁ ଆକର୍ଷଣୀୟ ଯୋଜନାର ହିତାଧିକାରୀ କରି ତୁଷ୍ଟ କରିବା ଓ ବଦଳରେ ନିଜ ସପକ୍ଷରେ ସେମାନଙ୍କ ସାମଗ୍ରିକ ଭାବପ୍ରବଣ ଆଧାରିତ ମତ ହାତେଇନେବାକୁ ପ୍ରୟାସ କରିବା ନିଶ୍ଚୟ ଚିନ୍ତାଜନକ। ଯେଉଁ ଅର୍ଥକୁ ସେମାନଙ୍କ ବିକାଶ ପାଇଁ ବ୍ୟୟ କରା ଯାଇଥାଆନ୍ତା, ତାହାକୁ ଏକ ନିର୍ଦ୍ଦିଷ୍ଟ ବର୍ଗର ତୁଷ୍ଟିକରଣ କରି ଭୋଟ୍ ହାତେଇ ନେବା ପାଇଁ ବିନିଯୋଗ କଲେ ସାମାଜିକ ନ୍ୟାୟ ମିଳିବା ବିଳମ୍ବିତ ହୋଇଯିବ। ରାବିଡ଼ି ସଂସ୍କୃତି କୁହାଯାଉଥିବା ମାଗଣା ବଣ୍ଟନ ସପକ୍ଷରେ ଯେତେ ଯୁକ୍ତି ଉପସ୍ଥାପିତ ହେଉ ନା କାହିଁକି, ଏହା ଯେ ଦେଶ ହିତରେ ନୁହେଁ, ଏପରିକି ସେହି ନିର୍ଦ୍ଦିଷ୍ଟ ହିତାଧିକାରୀ ବର୍ଗର ସାମଗ୍ରିକ ସ୍ୱାର୍ଥ ଅନୁକୂଳ ନୁହେଁ, ତାହା ଦେଶବାସୀ ବୁଝିବା ଉଚିତ। ଦେଶବାସୀ ଜାଗ୍ରତ ହେଲେ, ନିର୍ବାଚନ କମିଶନ ଓ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସଚେତନ ହେବେ ଓ ନିର୍ବାଚନ ରାଜନୀତି ସହିତ ମାଗଣା ବଣ୍ଟନ ଯୋଜନା ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଯତ୍ନ କରିବେ। ଲୋମଶ ମେଷମାନଙ୍କଠାରୁ ଲୋମ ସଂଗ୍ରହ କରି କମ୍ବଳ ପ୍ରସ୍ତୁତ କରବା ଏକ ଶିଳ୍ପ ହେଲେ ବି ସେହି କମ୍ବଳକୁ ଲୋମଦାତା ମେଷଙ୍କ ମଧ୍ୟରେ ବଣ୍ଟନ କରିବାକୁ ରାଜନୈତିକ ସୁବିଧାବାଦ ତଥା ପ୍ରବଞ୍ଚନା କହିବା ନାହିଁ କାହିଁକି? ମହିଳା ସଶକ୍ତିକରଣର ତୁଷ୍ଟିକରଣ ପରିଭାଷା ରାଜନୈତିକ ଦଳର ସ୍ୱାର୍ଥରକ୍ଷା କରିବାରେ ବ୍ରତୀ ହେବାକୁ ଛାଡ଼ି ଦିଆଯିବ ଆଉ କେତେ ଦିନ? ବ୍ୟାଙ୍କ ଖାତା ଭିତରେ ଭୋଟ୍ ବ୍ୟାଙ୍କକୁ କେତେଦିନ ଲୁଚାଇ ରଖିବା?

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story