ଯୁଦ୍ଧ ସରିନାହିଁ, ଅରି ମରିନାହିଁ

ଏହି ଯୁଦ୍ଧ ଆତଙ୍କବାଦ ବିରୋଧରେ ଶେଷ ଲଢ଼େଇ ନୁହେଁ। ଆଗାମୀ ଦିନରେ ଆତଙ୍କବାଦୀଙ୍କ ଉପରେ ଦୃଷ୍ଟି ରଖିବାକୁ ପଡ଼ିବ ଓ ଅନେକ ସମୟରେ ପୁନର୍ବାର ପାକିସ୍ତାନ ସହିତ ଆମକୁ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ପଡ଼ିବ।

Operation Sindoor

Operation Sindoor

Debendra Prusty
  • Published: Tuesday, 13 May 2025
  • Updated: 13 May 2025, 05:19 PM IST

Sports

Latest News

ପଞ୍ଚାନନ କାନୁନ୍‌ଗୋ

ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଓ ଆମେରିକାର ଘୋଷଣା ଅନୁସାରେ ଭାରତ-ପାକିସ୍ତାନ ମଧ୍ୟରେ ଲାଗିଥିବା ସାମ୍ପ୍ରତିକ ଦ୍ୱନ୍ଦ୍ୱ ଓ ସାମରିକ ମୁକାବିଲା ଉପରେ ବିରତି ଲାଗିଲା। କିନ୍ତୁ ଦେଖାଗଲା ଯେ ତା’ର କିଛି ସମୟ ପର୍ଯ୍ୟନ୍ତ ଭାରତ ବର୍ଷର ସୀମାନ୍ତ ଅଞ୍ଚଳରେ ଅସ୍ଥିରତା ଲାଗି ରହିଲା। ଏପରିକି ଯୁଦ୍ଧ ବିରତି ଘୋଷଣାର ୪ ଘଣ୍ଟା ପରେ ଜାମ୍ମୁ କାଶ୍ମୀରରେ ଗୁଳିଗୋଳା, କମାଣ ବର୍ଷା ଚାଲିଥିବା କଥା ସେଠାକାର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସାଧାରଣରେ ପ୍ରକାଶ କରିଥିଲେ। ଅନେକ ସୀମାନ୍ତ ଅଞ୍ଚଳରେ ସହରମାନଙ୍କରେ ଭାରତ ତରଫରୁ ବ୍ଲାକ୍‍ ଆଉଟ୍‍ ଘୋଷଣା କରାଯାଇଥିଲା। ଅର୍ଥାତ୍‍ ପାକିସ୍ତାନ ତରଫରୁ ଆକ୍ରମଣର ଆଶଙ୍କା ଅଞ୍ଚଳମାନଙ୍କରେ ରହିଥିଲା। ଅଧିକନ୍ତୁ ଭାରତ ସରକାରଙ୍କ ତରଫରୁ ପ୍ରକାଶିତ ସମ୍ବାଦମାନଙ୍କରେ କୁହାଗଲା ଯେ ପାକିସ୍ତାନ ସରକାରଙ୍କ ଘୋଷଣା ନାମାକୁ ତାଙ୍କର ସୈନିକମାନେ ମାନୁ ନାହାନ୍ତି। ଅର୍ଥାତ୍‍ ଯୁଦ୍ଧର ବିଭୀଷିକା ଯୁଦ୍ଧ ବିରତି ପରେ ମଧ୍ୟ ସୀମାନ୍ତ ଅଞ୍ଚଳରେ ରହିଥିଲା।

ଅନ୍ୟ ଦୁଇଟି କଥା ମଧ୍ୟ ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ କଥା ଅନୁସାରେ ତାଙ୍କ ମଧ୍ୟସ୍ଥତାରେ ଜାମ୍ମୁ କାଶ୍ମୀର ପ୍ରସଂଗ ସମାଧାନ ହେବ। ସେ ଏପରି ଏକ ଆଶା ପୋଷଣ କରିଛନ୍ତି ଏବଂ ପ୍ରସ୍ତାବ ରଖିଛନ୍ତି। ଅନ୍ୟ ଏକ କଥାଟି ହେଉଛି ଭାରତ ବାରମ୍ବାର କିଛି ଦିନ ହେଲା ଘୋଷଣା କରିଆସୁଥିବା ପାକ୍‍ ଅଧ୍ୟୁଷିତ କାଶ୍ମୀର (ପିଓକେ)କୁ ଫେରାଇ ଆଣିବ ଓ ଭାରତରେ ମିଶାଇ ଦେବ ବୋଲି ଘୋଷଣା ସତ୍ତ୍ୱେ ସଂପ୍ରତି ଘଟିଥିବା ଲଢ଼େଇରେ ଇଞ୍ଚେ ମଧ୍ୟ ଜମି ଭାରତ କବ୍‍ଜାକୁ ଆସିପାରିଲା ନାହିଁ। ଅଧିକନ୍ତୁ ଭାରତ ପାକିସ୍ତାନ ପିଓଇକେ ଅଞ୍ଚଳକୁ ଫେରାଇଦେଉ ବୋଲି ଏକ ନିବେଦନ କରିଥିବା ଦେଖାଯାଇଛି। ଏହି ପରବର୍ତ୍ତୀ ଦୁଇଟି ଘଟଣା ଭାରତ ପାଇଁ ଏବେ ବି ଚିନ୍ତାର କାରଣ। ଏହି ବ୍ୟବସ୍ଥା ଦୀର୍ଘଦିନ ହେବ ସୀମାନ୍ତ ଅଞ୍ଚଳରେ ଲାଗି ରହିଛି। ବୋଧହୁଏ ଭାରତ ଓ ପାକିସ୍ତାନର ସ୍ଥିତି ଭୌଗୋଳିକ ଦୃଷ୍ଟିରୁ ବଜାୟ ରହିଥିବା ପର୍ଯ୍ୟନ୍ତ ଏପରି ଏକ ପରସ୍ପର ବିରୋଧୀ ସଂଗ୍ରାମ ବା ଲଢ଼େଇ ମଝିରେ ମଝିରେ ଦେଖାଦେବ ସିନା ଜାମ୍ମୁ କାଶ୍ମୀର ସମାଧାନ ହୋଇପାରିବ ନାହିଁ ବା ବିନା ଯୁଦ୍ଧରେ ପିଓକେର କୌଣସି ଅଞ୍ଚଳ ଭାରତକୁ ଫେରିବ ନାହିଁ।

ଭାରତ ପାକିସ୍ତାନ ମଧ୍ୟରେ ଅନ୍ୟ କୌଣସି ଦେଶ ମଧ୍ୟସ୍ଥତା କରୁ ଏକଥାକୁ ଭାରତର ସାର୍ବଭୌମତ୍ୱ ଓ ଅସ୍ମିତା ଦାବି କରୁଥିବା ଭାରତବାସୀ ଚାହାନ୍ତି ନାହିଁ। ଯେଉଁଥିପାଇଁ ୧୯୭୨ ସିମଳା ଚୁକ୍ତିନାମାରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ପାକ୍‍ର ପ୍ରଧାନମନ୍ତ୍ରୀ ଜୁଲିଫିକର ଅଲ୍ଲୀ ଭୁଟ୍ଟୋଙ୍କ ମଧ୍ୟରେ ଯେଉଁ ଚୁକ୍ତିନାମା ହୋଇଥିଲା ସେଥିରେ ସ୍ପଷ୍ଟ ଭାବରେ କୌଣସି ମଧ୍ୟସ୍ଥିଙ୍କ ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ଏଥର ଭାରତ ଯେଉଁ ରଣହୁଙ୍କାର ଦେଇଥିଲା ତାହା ସବୁଠାରୁ ବଡ଼ ଅରିର ସନ୍ଧାନରେ। ସେ ଅରି ହେଉଛି ପାକିସ୍ତାନ ପୋଷିଥିବା ଆତଙ୍କବାଦୀ, ସେମାନଙ୍କୁ ଠାବ କରି ସାମ୍ନାକୁ ଆଣିବା ଏବଂ ସବୁଦିନ ପାଇଁ ନିପାତ କରିବାର ପଣ ଥିଲା ଭାରତର। କିନ୍ତୁ ଯୁଦ୍ଧ ଶେଷରେ ଦେଖାଗଲା ଯେ ଯେଉଁ ୪ ଜଣ ପ୍ରମୁଖ ଆତଙ୍କବାଦୀ କାଶ୍ମୀର ପହଲଗାମ୍‍ ଅଞ୍ଚଳରେ ନିରୀହ ଓ ନିରସ୍ତ୍ର ପର୍ଯ୍ୟଟକମାନଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ସେହି ୪ ଜଣଙ୍କ ମଧ୍ୟରୁ ଜଣେ ହେଲେ ମରିଥିବାର କୌଣସି ଖବର ସାମ୍ନାକୁ ଆସିଲା ନାହିଁ।

ଅବଶ୍ୟ ଏହା ସତ୍ୟ ଯେ ଆତଙ୍କବାଦୀଙ୍କର ମୁଖ୍ୟ ଆଡ୍ଡାଗୁଡ଼ିକ ଉପରେ ଭାରତୀୟ ସେନାବାହିନୀର ଅପରେସନ୍‍ ସିନ୍ଦୁର ସଫଳତାର ସହିତ ଆକ୍ରମଣ କରି ପ୍ରଭୂତ କ୍ଷୟକ୍ଷତି ପହଞ୍ଚାଇଛି ଏବଂ ଆତଙ୍କବାଦୀମାନଙ୍କ ଭାଇ, ବନ୍ଧୁ, କୁଟୁମ୍ବ ଓ ସଂପର୍କୀୟମାନଙ୍କୁ ହତ୍ୟା କରିଛି। ତଥାପି ଭାରତବର୍ଷର ଏହି ଅରିମାନେ ବା ଶତ୍ରୁମାନେ କେଉଁଠି ଗୋପନ କଲେ ବା ରହିଲେ ତାହାର ଠାବ ଭାରତୀୟ ସେନା ବାହିନୀ କରିପାରିଲେ ନାହିଁ। ମଝିରେ ଏକ ସମୟରେ ପ୍ରକାଶିତ ହେଲା ଯେ ଏମାନଙ୍କୁ ଶ୍ରୀଲଙ୍କାରେ ଆଶ୍ରୟ ଦିଆଯାଇଛି। ପରବର୍ତ୍ତୀ କାଳରେ ଏମାନେ ଭାରତକୁ ପ୍ରବେଶ କରିଥିବାର ପଥ ନେପାଳ ବୋଲି ମଧ୍ୟ ଏକ ଖବର ସାମ୍ନାକୁ ଆସିଲା। ଏସବୁରୁ ପ୍ରମାଣ ମିଳୁଛି ଯେ ଭାରତର କୌଣସି ପଡ଼ୋଶୀ ଦେଶ ଭାରତର ବନ୍ଧୁ ନୁହନ୍ତି। ଭାରତର ଶତ୍ରୁଙ୍କୁ ଲୁଚାଇ ରଖିବା, ସାହାଯ୍ୟ କରିବାରେ ସେମାନେ କାର୍ଯ୍ୟ କରୁଛନ୍ତି। ବାଂଲାଦେଶ ହେଉ, ନେପାଳ ହେଉ, ଶ୍ରୀଲଙ୍କା ହେଉ ବା ସବୁଠାରୁ ପୃଥିବୀର ବଡ଼ ରାଷ୍ଟ୍ର ଚୀନ୍‍ ହେଉ ଏମାନେ ସମସ୍ତେ ଭାରତ ବିରୋଧରେ ଥିଲା ଭଳି ମନେ ହୁଏ। ଯାହା ହେଉ ସାମୟିକ ଭାବେ ଯୁଦ୍ଧ ପ୍ରଶମିତ ହୋଇଛି।

ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍‍ର ଯେଉଁ ଆତଙ୍କବାଦୀ ଆକ୍ରମଣ ହେଲା ସେଥିରେ ଭାରତ ସ୍ୱୀକାର କରୁ ବା ନକରୁ ଭାରତର ପ୍ରଭୂତ କ୍ଷତି ଘଟିଛି। ଯେଉଁ ଅଞ୍ଚଳ ପୃଥିବୀର ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିଥାଏ ସେହି ଅଞ୍ଚଳ ଉପରେ ଆତଙ୍କବାଦୀମାନଙ୍କ ପ୍ରଚଣ୍ଡ ପ୍ରହାର ହେଲା। ପ୍ରାୟତଃ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ପର୍ଯ୍ୟଟନ କ୍ଷେତ୍ର ଆଗାମୀ କିଛି ମାସ ପାଇଁ ଖୋଲିବାର ସମ୍ଭାବନା ନାହିଁ। କାଶ୍ମୀରର ସବୁଠାରୁ ବଡ଼ ଆୟ ଏହି ପର୍ଯ୍ୟଟନ କ୍ଷେତ୍ରରୁ ହିଁ ମିଳିଥାଏ। ଭାରତବର୍ଷ ମଧ୍ୟ ପର୍ଯ୍ୟଟନ ସଂପର୍କିତ ଆୟରୁ ଯେଉଁ ଲାଭ ପାଇଥାଏ ତାହା ତା’ର ସାମଗ୍ରିକ ବିକାଶର (ଜିଡିପି) ମୂଲ୍ୟାୟନ ବେଳେ ସହଯାଗ ଦେଇଥାଏ। ସେଥିରେ ଏକ ବିରାଟ ବାଧା ଉପୁଜିଛି। ଆତଙ୍କବାଦୀଙ୍କ ଭୟ ସଂପୂର୍ଣ୍ଣ ଭାବରେ ପ୍ରଶମିତ ହୋଇନଥିବା ଦୃଷ୍ଟିରୁ ଭବିଷ୍ୟତରେ ପୁଣି ଆତଙ୍କବାଦୀଙ୍କ ପ୍ରକ୍ରିୟା ଜାରି ରହିବ ଏହି ଆଶଙ୍କା ସାରା ଦେଶବାସୀଙ୍କୁ ଏବେ ବି ଘାରି ରହିଥିବ। ଗତ କିଛିବର୍ଷ ହେବ ବିଶେଷତଃ ୨୦୧୪ ମସିହା ପରଠାରୁ ପର୍ଯ୍ୟଟକମାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପହଲଗାମ୍‍ର ଆକ୍ରମଣ ସହିତ ୩ ଥର ଘଟିଗଲାଣି। ଏହା ପୂର୍ବରୁ ରାଜସ୍ଥାନର ରାଜ୍ୟ ନିର୍ବାଚନ ବେଳେ ମାନସରୋବର ଯାତ୍ରୀମାନଙ୍କୁ ହତ୍ୟା କଲେ ଏବଂ ଏହି ଯାତ୍ରୀମାନଙ୍କୁ କୌଣସି ସୁରକ୍ଷା ଦେବାର ଅବହେଳ ଘଟିଥିବା ସେତେବେଳେ ଅନେକ ଅଭିଯୋଗ ଆସିଥିଲା। ପରବର୍ତ୍ତୀ କାଳରେ ସେହି ଏକ ନିର୍ବାଚନ ପୂର୍ବରୁ ପୁଲୁୱାମାରେ ୬ଟି ଭାରତୀୟ ଚେକ୍‌ ପୋଷ୍ଟ ଅତିକ୍ରମ କରି ଆସି ସୈନ୍ୟବାହିନୀର ଏକ ଗାଡ଼ି ଉପରେ ଆକ୍ରମଣ କରିବା ଫଳରେ ୪୦ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ସେଥିରେ ମଧ୍ୟ ଏହି ଅବହେଳା କଥା କୁହାଯାଇଥିଲା। ଏଥର ପହଲଗାମ୍‍ ସଂପର୍କରେ ପ୍ରଥମେ ଖବର ଆସିଲା ପରେ ଯଦିଓ ଭାରତବର୍ଷର ସମସ୍ତ ରାଜନୈତିକ ଦଳ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦି ଓ ଶାହାଙ୍କ ଅପରେସନ୍‍ ସିନ୍ଦୂରକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ, ତଥାପି ସାଧାରଣରେ ଗୋଟିଏ ପ୍ରଶ୍ନ ବଂଚି ରହିଛି, ତାହା ହେଉଛି ଏହି ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ସେନା ବାହିନୀରେ ବା ସୀମାନ୍ତରେ ଥିବା ଆମ ଗୁଇନ୍ଦାମାନେ ଏହି ଖବର ଜାଣିପାରିଲେ ନାହିଁ କିପରି? ସର୍ବୋପରି ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କ’ଣ ଥିଲା?

ଓଡ଼ିଶାରୁ ଯାଇଥିବା ପର୍ଯ୍ୟଟକ ଶ୍ରୀ ଶତପଥୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଦେଇଥିବା ବୟାନକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଦୁର୍ଘଟଣା ଘଟିବାର ଅନେକ ସମୟ ପର୍ଯ୍ୟନ୍ତ କେହି ଜଣେ ହେଲେ ସୈନିକ ସେଠାକୁ ଆସିନଥିଲେ। ଅର୍ଥାତ୍‍ ସୀମାନ୍ତରେ ଏମାନଙ୍କୁ ସୁରକ୍ଷା ଦେବା ପାଇଁ ସେପରି କୌଣସି ବ୍ୟବସ୍ଥା ଆଦୌ ନଥିଲା। ସେଥିପାଇଁ ଯଦିଓ କେହି ଏ ସଂପର୍କରେ ଉଠାଇ ନାହାନ୍ତି ଯେ ବିହାରର ନିର୍ବାଚନ ପୂର୍ବରୁ ଏପରି ଏକ କାଣ୍ଡ ଭିଆଯାଇଛି ବୋଲି ତଥାପି ଏ ପ୍ରଶ୍ନ ଅନେକଙ୍କ ମନରେ ଯେ ନାହିଁ ତା ନୁହେଁ, ଭାରତର ସ୍ୱାର୍ଥ ଦୃଷ୍ଟିରୁ ଓ ସେନା ବାହିନୀର ସମ୍ମାନ ଦୃଷ୍ଟିରୁ କୌଣସି ବ୍ୟକ୍ତି ଏ ସମୟରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଆଦୌ ଉଚିତ ନଥିଲା। କାରଣ ସମସ୍ତ ଭାରତୀୟଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଯୁଦ୍ଧ ପରିସ୍ଥିତିରେ ଏକତ୍ରିତ ହେବା ଏବଂ ସରକାରଙ୍କୁ ସମର୍ଥନ ଦେବା।

ତେବେ ଆଜିର ଦିନରେ ବଡ଼ ପ୍ରଶ୍ନ ଆସିଛି ଯେ ଏହି ଯେଉଁ ଶତ୍ରୁମାନେ ମରି ନାହାନ୍ତି ସେମାନେ ପୁଣି ଆତଙ୍କ ଖେଳାଇବେ ଓ ଆମର କ୍ଷତି ପହଞ୍ଚାଇବେ। ପୂର୍ବରୁ ହୋଇଥିବା ପାକିସ୍ତାନ ସହିତ ଭାରତର ଲଢ଼େଇ ଭିନ୍ନ ଥିଲା। ଏଥର ଏ ଲଢ଼େଇ ସଂପୂର୍ଣ୍ଣ ଭାବେ ଆତଙ୍କବାଦୀଙ୍କ ନୃଶଂସତା ବିରୋଧରେ ହିଁ ଥିଲା। ପାକିସ୍ତାନ ଏ ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ପୋଷୁଥିବା କଥା ସାରା ବିଶ୍ୱାବାସୀ ଜାଣନ୍ତି। ଅଥଚ ତାଙ୍କୁ ପୂର୍ଣ୍ଣ ବିନାଶ ବା ପାକିସ୍ତାନ ଠାରୁ ଏ ସଂପର୍କରେ ଏକ ଚୁକ୍ତିନାମା ନଲେଖାଇ ଛାଡ଼ିଦେବା ଅର୍ନ୍ତଜାତୀୟ ପଟ୍ଟଭୂମିକୁ ନେଇ ବିଚାର କଲେ ଆଦୌ ଠକ୍‍ ହୋଇନାହିଁ। ମଧ୍ୟସ୍ଥତା କରୁଥିବା ଟ୍ରମ୍ପ ଜାମ୍ମୁ କାଶ୍ମୀର ସଂପର୍କରେ ପ୍ରଶ୍ନ ନଉଠାଇ ବରଂ ପାକିସ୍ତାନରେ ଆତଙ୍କବାଦୀଙ୍କ ଚେର ଯେପରି ନବଢ଼ିବ ସେଥିପାଇଁ ପ୍ରତିଶ୍ରୁତି ପାକିସ୍ତାନ ଠାରୁ ନେବାର ଉଚିତ୍‍ ଥିଲା। ଭାରତ ସରକାର ଯୁଦ୍ଧ ବିରତି ଘୋଷଣାରେ ସମ୍ମତି ଜଣାଇବା ପୂର୍ବରୁ ଏହିପରି ଏକ ରାଜିନାମା ପାକିସ୍ତାନ ଠାରୁ ଦାବି କରିବାର ଦରକାର ଥିଲା। କାରଣ ଭାରତ ସ୍ପଷ୍ଟ ଭାବରେ ଜାଣିଥିଲା ଯେଉଁ ୪ ଜଣ ମୁଖ୍ୟ ଆତଙ୍କବାଦୀ ନରସଂହାରରେ ସଂପୃକ୍ତ ସେମାନେ ଜୀବିତ ଅଛନ୍ତି। ମଧ୍ୟସ୍ଥତା କରିବାକୁ ବ୍ୟାକୁଳ ଥିବା ଆମେରିକା ଏହି ଆତଙ୍କବାଦୀଙ୍କୁ ଧରିବାରେ ସାହାଯ୍ୟ କରିବା ଉଚିତ୍‍ ଥିଲା। ତା’ ନକରି ସେ ପାକିସ୍ତାନର ବ୍ୟଗ୍ରତାକୁ ଗ୍ରହଣ କରିନେଇଥିଲା ଓ ପାକ୍‍କୁ ସୁରକ୍ଷା ଦେବା ପାଇଁ ଯୁଦ୍ଧ ବିରତି ଘୋଷଣା କରିବାକୁ ଭାରତ ଉପରେ ଚାପ ପକାଇଥିଲା।

ଏ ସଂପର୍କରେ ମଧ୍ୟସ୍ଥତା କରୁଥିବା ଆମେରିକା ରାଷ୍ଟ୍ରର ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ କି ପଦକ୍ଷେପ ନେଇଛନ୍ତି ବା ପାକିସ୍ତାନକୁ କିପରି ତାଗିଦ କରିଛନ୍ତି ତାହା ଭାରତବାସୀ ଜାଣିବା ଦରକାର। କାରଣ ଅତୀତରେ ଆମେ ଜାଣିଛୁ ଯେ ଆମେରିକା ଭାରତର ଦୁର୍ଦ୍ଦିନରେ କେବେ ବି ଛିଡ଼ା ହୋଇନଥିଲା। ବରଂ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଲଢ଼େଇ ବେଳେ ତା’ର ସର୍ବଶକ୍ତିମାନ ଯୁଦ୍ଧ ଜାହାଜ ପାକିସ୍ତାନ ସପକ୍ଷରେ ପଠାଇବା ସମସ୍ତେ ଜାଣନ୍ତି। ଯାହାକି ରୁଷିଆର ସର୍ବଶକ୍ତିମାନ ଯୁଦ୍ଧ ଜାହାଜ ଭାରତକୁ ପଠାଇବା ପରେ ବାଟରେ ଅଟକି ରହିବାକୁ ବାଧ୍ୟ ହୋଇଥିଲା ଆମେରିକାର ଜାହାଜ ଓ ଫେରିଯାଇଥିଲା ମଧ୍ୟ। ଆମେରିକା ତା’ର ବ୍ୟବସାୟ ଦୃଷ୍ଟିରୁ ଭାରତ ସହିତ ବନ୍ଧୁତା ଜାରି ରହିଛି। ଭାରତର ସ୍ୱାର୍ଥ ପାଇଁ ବା ବିପଦରେ ଛିଡ଼ା ହେଲା ଭଳି ଅତୀତରେ କୌଣସି କାର୍ଯ୍ୟ କରିନାହିଁ। ଏହି ଅଳ୍ପଦିନ ତଳେ ଟ୍ରମ୍ପ ସରକାର ଅନେକ ଭାରତୀୟଙ୍କୁ ଆମେରିକାରୁ ହାତଗୋଡ଼ ବାନ୍ଧି ବିଦା କରିବାର ଆମେ ଦେଖିଛୁ।

ଏହି ଯୁଦ୍ଧ ଆତଙ୍କବାଦ ବିରୋଧରେ ଶେଷ ଲଢ଼େଇ ନୁହେଁ। ଆଗାମୀ ଦିନରେ ଆତଙ୍କବାଦୀଙ୍କ ଉପରେ ଦୃଷ୍ଟି ରଖିବାକୁ ପଡ଼ିବ ଓ ଅନେକ ସମୟରେ ପୁନର୍ବାର ପାକିସ୍ତାନ ସହିତ ଆମକୁ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ଏକଥା ସର୍ବଜନ ସ୍ୱୀକାର୍ଯ୍ୟ। ଅପରେସନ୍‍ ସିନ୍ଦୂର ଭାରତବର୍ଷର ଅଳ୍ପ କିଛି ହୁଅନ୍ତୁ ପଛେ ସୈନ୍ୟଙ୍କ ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ଲିଭାଇ ଦେଲା ସିନା ପହଲଗାମରେ ଯେଉଁମାନଙ୍କ ସ୍ୱାମୀମାନଙ୍କୁ ହତ୍ୟା କରାଯାଇଥିଲା ଓ ସେମାନଙ୍କ ମଥାର ସିନ୍ଦୂର ଲିଭିଯାଇଥିଲା ସେମାନଙ୍କ ଭିତରେ ପ୍ରତିଶୋଧର ଅଗ୍ନି ଜଳୁଥିଲା ତାହା ନିର୍ବାପିତ ହେଲା ନାହିଁ।

ମୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story