ଶାସନନୀତି ଓ ରାଜନୀତି: କିଏ ପ୍ରାଧାନ୍ୟ ପାଇବ?

ପୋଲିସ ପାଖରେ ସମ୍ଭବତଃ ସୂଚନା ନଥିଲା ଯେ କେତେ ସଂଖ୍ୟାରେ ଲୋକ ବିକ୍ଷୋଭ ପାଇଁ ଆସିବେ ଓ ସେମାନେ କି କୌଶଳ ଗ୍ରହଣ କରିବେ। ଏହି ବିକ୍ଷୋଭକାରୀଙ୍କ ମୁକାବିଲା ପାଇଁ ପ୍ରଥମରୁ ପୋଲିସ ହେଲମେଟ୍ ବ୍ୟବହାର ନକରିବା ଓ ସାଧାରଣତଃ ଏହି ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ଯେପରି ୱାଟର୍ କ୍ୟାନନ୍ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଏ, ତାହା କରାନଯିବା ଫଳରେ ବିକ୍ଷୋଭକାରୀ କୁହାଯାଉଥିବା ଲୋକମାନଙ୍କ ପକ୍ଷରୁ ଟେକାପଥର ମାଡ଼ ଓ ତାହାର ମୁକାବିଲା ପାଇଁ ପୋଲିସ ପକ୍ଷରୁ ଆଖିବୁଜା ଲାଠିମାଡ଼ ଫଳରେ ବହୁ ବିକ୍ଷୋଭକାରୀ ଓ ପୋଲିସ ଆହତ ହେଲେ।

BJP Workers vs Police

BJP Workers vs Police

Debendra Prusty
  • Published: Thursday, 02 March 2023
  • Updated: 02 March 2023, 04:15 PM IST

News Highlights

  • ଶାସନ ନୀତି ଗୁରୁତ୍ୱପୂର୍ଣ୍ଣ ନା ରାଜନୀତି?
  • ନବ ଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଠିକ ଚାଲିଛି ତ?
  • ନବ ହତ୍ୟା ମାମଲା ଉପରୁ ଦୃଷ୍ଟି ହଟାଇବାକୁ ଗାଁ ଗାଁରେ ପ୍ରଚାର ହେବ ସରକାରଙ୍କ ସଫଳତା।

Sports

Latest News

ପୂର୍ବତନ ବରିଷ୍ଠ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ ଏକମାସ ପୂରି ଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର ଅସଲ ରହସ୍ୟ ଏବେ ମଧ୍ୟ ପ୍ରକାଶ ପାଇନି। ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଜଣେ ପୋଲିସ କର୍ମଚାରୀ ଓ ଗୁଳିକାଣ୍ଡ ଘଟାଇବା ପରେ ପରେ ତାଙ୍କୁ ପୋଲିସ ଗିରଫ କରିଛି। ସେହିଦିନ ହିଁ ରାଜ୍ୟ ସରକାର ମାମଲାର ତଦନ୍ତ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଛନ୍ତି। କ୍ରାଇମବ୍ରାଂଚର ସବୁଠାରୁ ଦକ୍ଷ ଅଫିସର କୁହାଯାଉଥିବା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହୋଇଥିବା ଟିମ୍ ଯେପରି ନିରପେକ୍ଷତାର ସହିତ ତଦନ୍ତ କରିବ ସେଥିପାଇଁ ସରକାରଙ୍କ ଅନୁରୋଧ କରିବାରୁ ହାଇକୋର୍ଟ ଜଣେ ପୂର୍ବତନ ଜଜଙ୍କୁ ତଦନ୍ତର ତଦାରଖ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଏହି ତଦନ୍ତ ପ୍ରକ୍ରିୟାରେ ଯାହାସବୁ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ଦେବା ପରେ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଆକାରରେ ବିଧାନସଭାରେ ଏହାର ଆଲୋଚନା ହୋଇଛି ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ତା’ର ଉତ୍ତର ଦେଇଛନ୍ତି। କିନ୍ତୁ ମୁଖ୍ୟ ଆସାମୀ ଯିଏକି ଜଣେ ପୋଲିସ କର୍ମଚାରୀ କାହିଁକି ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ହତ୍ୟା କଲା ଓ ତାହା ପଛରେ ଆଉ କିଏ କିଏ ଅଛନ୍ତି ଓ ସେଥିପାଇଁ କି ଷଡ଼ଯନ୍ତ୍ର କରାଯାଇଛି, ସେ ସଂପର୍କରେ କୌଣସି ଉତ୍ତର ମୁଖ୍ୟମନ୍ତ୍ରୀ ବା ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପ୍ରଦାନ ନକରି ସବୁଦିଗରୁ ତଦନ୍ତ ଚାଲୁଥିବା କହୁଛନ୍ତି।

କିନ୍ତୁ ଏକ ମାସ ମଧ୍ୟରେ ସାରା ରାଜ୍ୟରେ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ନେଇ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ରର କାହାଣୀ ପ୍ରଚାରିତ ହେଉଛି। ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସିଧାସଳଖ ଭାବରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବଙ୍କ ସହିତ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଭଟଲି ବିଧାୟକ ସୁଶାନ୍ତ ସିଂହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସି ନବକିଶୋର ଦାସଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଅଭିଯୋଗ କରିଛନ୍ତି। ଏହାପଛରେ ଆଧାର ଥାଉ ବା ନଥାଉ, ଏହାକୁ ସିଧାସଳଖ ଭାବରେ ବିଧାନସଭାରେ ସଦସ୍ୟ ଥିବା ପ୍ରଣବ ପ୍ରକାଶ ଦାସ ଓ ସୁଶାନ୍ତ ସିଂହ ଠିକ୍ ଭାବେ ଖଣ୍ଡନ କଲେ ନାହିଁ।

ସରକାର ଏହି ଘଟଣାରେ ଚାପରେ ଥିବା ଅନୁମାନ କରି ବିଜେପି ପକ୍ଷରୁ କ୍ରମାଗତ ଭାବରେ ଏହି ଘଟଣାରେ ବିଭିନ୍ନ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଭୃତି କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତ ୨୮ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ପାଇଁ ଆଗୁଆ ଘୋଷଣା କରାଯାଇଥିଲା। ସେହିଦିନ ଏହି ଘେରାଉ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ଯେଉଁ ପ୍ରସ୍ତୁତି କରିବା କଥା ତାହା ନକରିବା ଫଳରେ ପୋଲିସ ସହିତ ବିକ୍ଷୋଭକାରୀଙ୍କର ଧସ୍ତାଧସ୍ତି ଯୋଗୁ ସମୁଦାୟ ଲୋୟର ପିଏମଜି ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପୋଲିସ ପାଖରେ ସମ୍ଭବତଃ ସୂଚନା ନଥିଲା ଯେ କେତେ ସଂଖ୍ୟାରେ ଲୋକ ବିକ୍ଷୋଭ ପାଇଁ ଆସିବେ ଓ ସେମାନେ କି କୌଶଳ ଗ୍ରହଣ କରିବେ। ଏହି ବିକ୍ଷୋଭକାରୀଙ୍କ ମୁକାବିଲା ପାଇଁ ପ୍ରଥମରୁ ପୋଲିସ ହେଲମେଟ୍ ବ୍ୟବହାର ନକରିବା ଓ ସାଧାରଣତଃ ଏହି ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ଯେପରି ୱାଟର୍ କ୍ୟାନନ୍ ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଏ, ତାହା କରାନଯିବା ଫଳରେ ବିକ୍ଷୋଭକାରୀ କୁହାଯାଉଥିବା ଲୋକମାନଙ୍କ ପକ୍ଷରୁ ଟେକାପଥର ମାଡ଼ ଓ ତାହାର ମୁକାବିଲା ପାଇଁ ପୋଲିସ ପକ୍ଷରୁ ଆଖିବୁଜା ଲାଠିମାଡ଼ ଫଳରେ ବହୁ ବିକ୍ଷୋଭକାରୀ ଓ ପୋଲିସ ଆହତ ହେଲେ।

ଏହି ଘଟଣା ପରେ ପୋଲିସ ପକ୍ଷରୁ ବିଭିନ୍ନ ଫୁଟେଜ୍ ଆଧାରରେ ଅନେକଙ୍କ ବିରୋଧରେ ମାମଲା ଦାୟର କରାଯାଇ ଗିରଫ କରାଗଲା। ପୋଲିସ ଡିଜି ଆହତ ପୋଲିସ କର୍ମଚାରୀମାନଙ୍କୁ ଭେଟିବାକୁ ହସ୍ପିଟାଲକୁ ଗଲେ ସେଠାରେ ଏପରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆହତ ପୋଲିସ କର୍ମଚାରୀମାନଙ୍କୁ ଭେଟିବା ପାଇଁ ହସ୍ପିଟାଲ୍ ଯାଇଥିବା ସମୟରେ ସେଠାରେ ଚିକିତ୍ସିତ ହେଉଥିବା ବିକ୍ଷୋଭକାରୀମାନଙ୍କ ଭଲମନ୍ଦ ପଚାରି ବୁଝିନଥିଲେ। କିନ୍ତୁ ପୋଲିସର ଗିରଫଦାରୀ ଚାଲିବା ଫଳରେ ବିଜେପି ପକ୍ଷରୁ ସେହି ଫୁଟେଜ୍ ଆଧାରରେ ଯେଉଁ ପୋଲିସ ଅଫିସରମାନେ ମାତ୍ରାଧିକ କାର୍ଯ୍ୟ କରିଛନ୍ତି ବୋଲି ସେମାନଙ୍କ ବିଶ୍ୱାସ ହୋଇଛି, ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଗଲା। ଏହି ଘଟଣା ନେଇ ପରଦିନ ବିଧାନସଭା ଚାଲି ନପାରିବାରୁ ତରବରିଆ ଭାବରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ କରି ବିଧାନସଭାକୁ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବି କରିଦିଆଗଲା। କିନ୍ତୁ ସେଦିନ କଂଗ୍ରେସ ଦଳ ନେତା ସରକାରଙ୍କୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କ୍ରାଇମବ୍ରାଂଚ ପାଖକୁ ଦିଆଯାଇଥିବା ବିଭିନ୍ନ ମାମଲା ମଧ୍ୟରୁ ଅର୍ଦ୍ଧାଧିକ ମାମଲାରେ ଚୂଡ଼ାନ୍ତ ଚାର୍ଜସିଟ୍ ହୋଇନଥିବା ଓ କେତେକ ମାମଲା ଗତ ୨୦ ବର୍ଷ ହେଲା ତଦନ୍ତ ଚାଲିଥିବା ତଥ୍ୟ ପଦାକୁ ଆଣିଲେ। ଏହି ତଥ୍ୟରୁ କ୍ରାଇମବ୍ରାଂଚର ଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଲା।

ବିଜେପି ଅନୁଭବ କରିଛି ଯେ ନବକିଶୋର ଦାସଙ୍କ ହତ୍ୟା ମାମଲାର ତଦନ୍ତରେ ସରକାର ସନ୍ତୋଷଜନକ ଅଗ୍ରଗତି ହାସଲ କରିନାହାନ୍ତି ଓ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ନେଇ ରହିଥିବା ରହସ୍ୟ ଉନ୍ମୋଚିତ ହୋଇନାହିଁ। ତେଣୁ ଏହି ପ୍ରସଂଗ ଉପରେ ସରକାରଙ୍କ ଉପରେ ଚାପକୁ ବଳବତ୍ତର ରଖିବା ପାଇଁ ବିଜେପି ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ କରୁଛି। ବିଜେପି ନେତାମାନଙ୍କର ବିଶ୍ୱାସ ଯେ ଅଞ୍ଜନା ମିଶ୍ର ଘଟଣା ଯେପରି କଂଗ୍ରେସ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା, ନବକିଶୋର ଦାସଙ୍କ ହତ୍ୟା ଘଟଣା ସେହିପରି ଏକ ପରିସ୍ଥିତି ବର୍ତମାନ ସରକାରଙ୍କ ପାଇଁ ଆଣିବ।

ଅପରପକ୍ଷରେ, ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହୁଏ ଯେ ବିଜେଡି ନେତୃତ୍ୱ ବିଜେପିର ଏହି ରଣକୌଶଳକୁ ବୁଝିପାରି ଏହି ପ୍ରସଂଗକୁ ଦୂରେଇ ଦେବା ପାଇଁ ରାଜ୍ୟ ସରକାର କିପରି ଭାବରେ ଜନସାଧରଣଙ୍କ ମଙ୍ଗଳ ପାଇଁ ଓ ବିକାଶ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ସେଗୁଡ଼ିକ ଅଧିକ ଭାବରେ ପ୍ରଚାର କରିବାକୁ ଚାହୁଁଛନ୍ତି। ବିଧାନସଭାରେ ବଜେଟ୍ ଆଗତ ଦିନ ଖୋଦ୍ ମୁଖ୍ୟମନ୍ତ୍ରୀ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କୁ ନବୀନ ନିବାସକୁ ଡକାଇ ନିର୍ଦ୍ଦେଶ ଦେଲେ ଯେ ବଜେଟର ସଫଳତା ନେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀ ସ୍ତରରେ ସେମାନେ ଲୋକମାନଙ୍କୁ ବୁଝାନ୍ତୁ। ବାସ୍ତବରେ ବଜେଟରେ ସବୁ ଶ୍ରେଣୀର ଲୋକଙ୍କୁ ଖୁସି କରିବା ପାଇଁ କେତେଗୁଡିଏ ବ୍ୟବସ୍ଥା ରହିଛି। ପ୍ରଥମଥର ପାଇଁ ବିଜୁ ପଟ୍ଟନାୟକଙ୍କ ନାମରେ କୌଣସି ନୂଆ ସ୍କିମ୍ କରା ନଯାଇ ସମସ୍ତ ନୂଆ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ନାମରେ କରାଯାଇଛି।

ଆସନ୍ତା ୫ ତାରିଖରେ ହେଉଥିବା ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଜେଡି କର୍ମୀମାନେ ଚାରିଆଡ଼େ ସଭାସମିତି କରି ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ। ତାହା ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶରେ ପ୍ରଥମଥର ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବଜେଟରେ ସେହି ବିଭାଗ ପାଇଁ କରାଯାଇଥିବା ବ୍ୟୟବରାଦ ଓ ଅତୀତ ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ କରାଯାଉଛି। ଯାହାଫଳରେ ନବୀନ ଓଡ଼ିଶାର ଚିତ୍ର ଜନସାଧାରଣ ବିଚାର କରିବେ। ସେଥିରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସହିତ ମହିଳା ସଶକ୍ତିକରଣ, ଜଳସେଚନ, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଅନୁସୂଚିତ ଜାତି-ଜନଜାତି, କ୍ରୀଡ଼ା ଓ ଯୁବକମାନଙ୍କ ଉପରେ ସରକାର ଦେଉଥିବା ଗୁରୁତ୍ୱ ଓ ବ୍ୟୟବରାଦକୁ ପ୍ରଚାର କରିବେ।

ଗୋଟିଏ ପକ୍ଷରେ ବିଜେପିର ସିଧାସଳଖ ଭାବରେ ସରକାରଙ୍କୁ ଆହ୍ୱାନ କରିବା ପାଇଁ ନବକିଶୋର ଦାସ ହତ୍ୟା ମାମଲା ସହିତ ଅନ୍ୟାନ୍ୟ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିକ୍ଷୋଭ ଓ କାର୍ଯ୍ୟକ୍ରମ ଓ ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ନବୀନଙ୍କ ସଫଳତା ନେଇ ପ୍ରଚାର ଆଗାମୀ ଦିନରେ ଜୋରଦାର ହେବ। ବିଜେଡିର ନେତା ଓ କର୍ମୀମାନେ ଏହି ପ୍ରଚାରକୁ ଗୁରୁତ୍ୱାରୋପ କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳକୁ ଗସ୍ତ ଆରମ୍ଭ କରିଛନ୍ତି। ପଦ୍ମପୁର ପରେ ଏବେ ପଶ୍ଚିମ ଓଡ଼ିଶାକୁ ନବୀନ ଦ୍ୱିତୀୟ ଗସ୍ତ ଆୟୋଜନ କରିଛନ୍ତି। କିନ୍ତୁ ନବୀନଙ୍କ ଶାସନ ନୀତି ଉପରେ ବିଜେପି ଯେଉଁ ପ୍ରଶ୍ନ ସବୁ ଉଠାଉଛି, ସେଗୁଡିକ ବିଜେଡିର ସଫଳତାର ରାଜନୈତିକ କାର୍ଯ୍ୟକଳାପ ଜରିଆରେ କେତେଦୂର ଏଡ଼ାଇ ହେବ ତାହା ଉପରେ ରାଜ୍ୟର ଭବିଷ୍ୟତ ନିର୍ଭର କରିବ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story