ଓଡ଼ିଶା ଶିଳ୍ପାୟନରେ ‘ଜଗର୍‌ନଟ୍‌’ର ଅର୍ଥ କ’ଣ?

ଦେବ ରଞ୍ଜନ ବିକାଶର ଶବ୍ଦାର୍ଥରେ ସମ୍ବେଦନହୀନତା ଯୋଡ଼ି ହୋଇଯାଇଛି। ଯିଏ ନିଜକୁ ଯେତିକି ବିକଶିତ ବୋଲି ଦାବି କରୁଛି ସେ ନିଜର ସମୁଦାୟ ପ୍ରତି ସେତିକି ସମ୍ବେଦନହୀନ। ଏହା ନହେଲେ ସେ ବିକାଶ କରିପାରିବ ନାହିଁ, କାରଣ ବିକାଶ କହିଲେ ଅଧିକରୁ ଅଧିକ ଉତ୍ପାଦନକୁ ହିଁ ବୁଝାଯାଉଛି। ସେହି ଉତ୍ପାଦନ ପ୍ରକ୍ରିୟାରେ ପାର୍ଶ୍ଵବର୍ତ୍ତୀ ମଣିଷମାନେ ରହିବା ଓ ନରହିବାକୁ ନେଇ ଉତ୍ପାଦକ ଆଦୌ ଚିନ୍ତିତ ନଥାଏ। ବରଂ ପାର୍ଶ୍ଵବର୍ତ୍ତୀ ମଣିଷମାନଙ୍କୁ ଉତ୍ପାଦକ ନିଜର ଶତ୍ରୁ ମନେକରିବା ଓ […]

MIO

MIO

Debendra Prusty
  • Published: Monday, 05 December 2022
  • Updated: 05 December 2022, 05:33 PM IST

ଦେବ ରଞ୍ଜନ

ବିକାଶର ଶବ୍ଦାର୍ଥରେ ସମ୍ବେଦନହୀନତା ଯୋଡ଼ି ହୋଇଯାଇଛି। ଯିଏ ନିଜକୁ ଯେତିକି ବିକଶିତ ବୋଲି ଦାବି କରୁଛି ସେ ନିଜର ସମୁଦାୟ ପ୍ରତି ସେତିକି ସମ୍ବେଦନହୀନ। ଏହା ନହେଲେ ସେ ବିକାଶ କରିପାରିବ ନାହିଁ, କାରଣ ବିକାଶ କହିଲେ ଅଧିକରୁ ଅଧିକ ଉତ୍ପାଦନକୁ ହିଁ ବୁଝାଯାଉଛି। ସେହି ଉତ୍ପାଦନ ପ୍ରକ୍ରିୟାରେ ପାର୍ଶ୍ଵବର୍ତ୍ତୀ ମଣିଷମାନେ ରହିବା ଓ ନରହିବାକୁ ନେଇ ଉତ୍ପାଦକ ଆଦୌ ଚିନ୍ତିତ ନଥାଏ। ବରଂ ପାର୍ଶ୍ଵବର୍ତ୍ତୀ ମଣିଷମାନଙ୍କୁ ଉତ୍ପାଦକ ନିଜର ଶତ୍ରୁ ମନେକରିବା ଓ ସେଥିଲାଗି ଦମନର ରାସ୍ତା ଆପଣାଇବା ହେତୁ ବିକାଶ ପଦ୍ଧତି ମଣିଷ ସମାଜ ଓ ପ୍ରକୃତି ଲାଗି ସମ୍ବେଦନହୀନ ପାଲଟିଯାଇଛି।

‘ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ମଞ୍ଚ’ର ବ୍ୟାନର ତଳେ ରାଜ୍ୟର ପ୍ରମୁଖ ଆଠଟି ସଂଗଠନ ୨ ଡିସେମ୍ବର ୨୦୨୨ ଭୁବନେଶ୍ୱରରେ ଏକାଠି ହୋଇ “ବିଦେଶୀ କମ୍ପାନୀଙ୍କ ଦ୍ଵାରା ରାଜ୍ୟର ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ଓ ବିସ୍ଥାପନ ବିରୁଦ୍ଧରେ ଗଣ ପ୍ରତିବାଦ” ଲାଗି ଆହ୍ଵାନ ହୁଏତ ମୁଖ୍ୟଧାରାର ଗଣମାଧ୍ୟାମ ଦ୍ଵାରା ସ୍ଥାନ ପାଇ ନଥାଇପାରେ, ହୁଏତ ଏହା ପ୍ରାଇମ ଟାଇମର ବିଷୟ ନ ହୋଇପାରେ, ମାତ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଖଣି କମ୍ପାନୀଙ୍କୁ ଡାକି ‘ଓଡ଼ିଶା ନିର୍ମାଣ’ର ଆହ୍ଵାନକୁ ବିରୋଧ କରିଛି।

ଜଗତସିଂହପୁରର ଢିଙ୍କିଆ ଅଞ୍ଚଳର ଶାନ୍ତି ଦାସଙ୍କ ସ୍ଵର, “ବିକାଶ କହିଲେ କ’ଣ କେବଳ ଷ୍ଟିଲ, ସିମେଣ୍ଟ ଓ ରାସ୍ତା? ବିକାଶ କ’ଣ ଆମର ପାନ, ମୀନ ଧାନର ରାସ୍ତାରେ ହୋଇପାରିବ ନାହିଁ? ପୁଲିସ କ’ଣ ଜିନ୍ଦଲ କମ୍ପାନୀର? ପୁଲିସ କ’ଣ ଲୋକଙ୍କର ହୋଇରହିବ ନାହିଁ? କେମିତି ସରକାର ଆମକୁ ଗୋଡ଼େଇ ଗୋଡ଼େଇ ମାରି, ବାନ୍ଧି, ଜେଲରେ ରଖି କହୁଛନ୍ତି ଯେ ସେ ବିକାଶ କରୁଛନ୍ତି?” ମଞ୍ଚ ତରଫରୁ ବିଧାନସଭା ସାମ୍ନା ରାସ୍ତାରେ ଆୟୋଜିତ ମିଟିଂରେ ଶାନ୍ତି ଦାସ ଏହି କଥା ଅତି କ୍ଷୋଭର ସହିତ ଆମକୁ କହୁଥିଲେ। ଉତ୍ପାଦନନିହିତ ବିକାଶ ସମ୍ବେଦନହୀନ, କଠୋର ଓ ଅମାନବୀୟ। ସେ ଆମକୁ ଜାନୁଆରୀ ୧୪ ତାରିଖର ଘଟଣାକୁ ମନେ ପକାଇଦେଉଥିଲେ। ସେହିଦିନ ଶହ ଶହ ସଂଖ୍ୟାରେ ରାଜ୍ୟ ପୁଲିସ ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ଯେଉଁ ଦମନଲୀଳା ଚଳାଇଥିଲେ, ତାହା ୧୯୪୨ ମସିହାର ‘ଭାରତ ଛାଡ଼’ ଆନ୍ଦୋଳନ ସମୟର ପୁଲିସ ଅତ୍ୟାଚାରଠାରୁ କମ ନଥିଲା। ଏହା ପରଠାରୁ ଅଞ୍ଚଳରେ ନିୟମିତ ଗିରଫ ଚାଲିଆସିଛି। ଆନ୍ଦୋଳନର ସାହାସୀ କର୍ମୀ ଦେବେନ୍ଦ୍ର ସ୍ଵାଇଁ ଆଜି ବି ବିଭିନ୍ନ ମିଥ୍ୟା ଅଭିଯୋଗରେ ଜେଲରେ ଅଛନ୍ତି।

ଓଡ଼ିଶା ସରକାର ‘ମେକ ଇନ ଓଡ଼ିଶା’ ଓ ‘ଓଡ଼ିଶା ନିର୍ମାଣ’ ନାମରେ ଦୁଇ ପ୍ରକାରର ଅର୍ଥ ରହିଥିବା ଭାଷା ବ୍ୟବହାର କରୁଛନ୍ତି। ଇଂରାଜୀରେ ଲିଖିତ ‘ମେକ ଇନ ଓଡ଼ିଶା’ର ଓଡ଼ିଆ ଅର୍ଥ ହେବ ଓଡ଼ିଶାରେ ନିର୍ମାଣ। କିନ୍ତୁ ରାଜ୍ୟ ସରକାର ‘ମେକ ଇନ ଓଡ଼ିଶା’ର ଓଡ଼ିଆ ଭାବରେ ‘ଓଡ଼ିଶା ନିର୍ମାଣ’ ଲେଖୁଛନ୍ତି। ଯଦି ଆମେ ଓଡ଼ିଶା ନିର୍ମାଣର କଥା କହିବା ତେବେ ଏହାର ଇଂରାଜୀ ହେବେ ମେକିଂ ଓଡ଼ିଶା। ଓଡ଼ିଶା ନିର୍ମାଣ ଓ ଓଡ଼ିଶାରେ ନିର୍ମାଣ ମଧ୍ୟରେ ଆକାଶ ପାତାଳ ଫରକ ରହିଛି। ଏହା ଅହଂକାର ଓ ସ୍ୱାଭିମାନ ମଧ୍ୟରେ ରହିଥିବା ପାର୍ଥକ୍ୟ ଭଳି। ଜନତା ମଇଦାନର ରାସ୍ତା ଦେଇ ଯିବା ବେଳେ ଦେଖିଲି ଓଡ଼ିଶା କନକ୍ଲେଭର ଦ୍ଵାର ଦେଶରେ ଲିଖିତ ଅଛି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ‘ମୁଁ ଆପଣଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରୁଛି। ଆସ, ଜଗରନଟରେ ଯୋଗ ଦିଅ।‘ ଏହା ନିର୍ବାଚିତ ପ୍ରତିନିଧିର ଅହଂକାର ନା ସ୍ଵାଭିମାନର ବାର୍ତ୍ତା? ଏଭଳି ଲିଖିତ ବାର୍ତ୍ତା ମୋର ହୃଦୟକୁ ଆଘାତ ଦେଇଥିଲା।

ଓଡ଼ିଶା ସରକାରଙ୍କ ‘ଜଗରନଟ’ (juggernaut) କ୍ୟାମ୍ବ୍ରିଜ ଶବ୍ଦାର୍ଥ ଅନୁସାରେ ଧ୍ୱଂସକାରୀ, ନିର୍ଦ୍ଦୟ ଓ ଅବରୋଧ ବିହୀନ। ‘ଜଗରନଟ’ ଶବ୍ଦ ‘ଜଗନ୍ନାଥ’ ଶବ୍ଦରୁ ଆସିଛି। ବ୍ରିଟେନରେ ଅଠରଶହ ତିରିଶ ଶତାବ୍ଦୀରେ ଜଗନ୍ନାଥ ସଂସ୍କୃତିକୁ ‘ଜଗରନଟ ସଂସ୍କୃତି’ ଭାବରେ ପ୍ରଚାରିତ କରାଯାଉଥିଲା ଓ ଏହାକୁ ‘ଅତିନଷ୍ଟ’, ‘ବୀଭତ୍ସ,’, ‘ନରହତ୍ୟାକାରୀ’ ଶବ୍ଦ ସହିତ ତୁଳନା କରାଯାଉଥିଲା। ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ରଥଚକ୍ର ତଳେ ଲୋକଙ୍କ ‘ଆତ୍ମହତ୍ୟା’ ବା ‘ହତ୍ୟା’ ଉଦ୍ୟମକୁ ବ୍ରିଟିଶ ଲେଖକମାନେ ‘ନାରଖାଦକ ଜଗରନଟ’ ଓ ଯାହା ଲାଗି ଖ୍ରୀଷ୍ଟଧର୍ମର ପ୍ରଚାର ଭାରତର ଜରୁରୀ ବୋଲି ସେମାନେ (ଜନ ଗ୍ରାହାମ, ଚାର୍ଲୋଟ ବର୍ନ୍ତେ ଇତ୍ୟାଦି) ଯୁକ୍ତି କରୁଥିଲେ। (‘Outlandish English Subjects in the Victorian Domestic Novel’ by Timothy L. Carens) ଆଜି ଯେବେ ଓଡ଼ିଶା ସରକାର ‘ଜଗରନଟ’ ନାମରେ ଓଡ଼ିଶା ନିର୍ମାଣ ଲାଗି ବିଦେଶୀ କମ୍ପାନୀଙ୍କୁ ଆମନ୍ତ୍ରଣ କରିବା ବେଳେ ସେହି ‘ଅତି ନଷ୍ଟ’, ‘ବୀଭତ୍ସ,’, ‘ନରହତ୍ୟାକାରୀ’ ରାଜ୍ୟର ଉଦ୍ଧାର ଲାଗି ଆହ୍ଵାନ କରୁନାହାନ୍ତି ତ? ଏହାର ସତ୍ୟତା ଜାଣିବା ଲାଗି ଚାହିଁଲେ ବି ପଚାରିବା କାହାକୁ?

ନିୟମଗିରି ସୁରକ୍ଷା ସମିତିର ମୁଖ୍ୟ ଡ୍ରିଞ୍ଜୁ କୃଷିକାଙ୍କ ପ୍ରଶ୍ନ “ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା ହେଉ କି ବେଦାନ୍ତର ପ୍ରତିଶୃତି ହେଉ, ଏହା କ’ଣ ଆମ ଗ୍ରାମସଭାରେ ପାସ ହୋଇଛି କି? ଯାହା ସମ୍ବିଧାନରେ ଅଛି ସେତିକିକୁ ସମ୍ମାନ ଦେବା କ’ଣ ସରକାର ହେଉ କି କମ୍ପାନୀ ସେମାନଙ୍କ କାମ ନୁହେଁ ?” ବେଦାନ୍ତ କମ୍ପାନୀ ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ଗଣମାଧ୍ୟମ ସାମ୍ନାରେ “୨୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ” ଓ “ଆଲୁମିନିୟମ ପାର୍କ ନିର୍ମାଣ”ର ପ୍ରଲୋଭନ ସାଙ୍ଗକୁ “ସବକା ସାଥ ସବକା ବିକାଶ” ସଂକଳ୍ପକୁ ସେ ପ୍ରଶ୍ନ କରିଛନ୍ତି। ସରକାରଙ୍କ ସମସ୍ତ ପ୍ରଶାସନିକ ଶକ୍ତି ଆଜି ଗ୍ରାମସଭା ଓ ଜନ ଶୁଣାଣିରେ ଲୋକଙ୍କ ମତକୁ ନିଜ ସପକ୍ଷରେ ନେବା ଲାଗି ସମସ୍ତ ପ୍ରକାରର ଅସମ୍ବିଧାନିକ କାର୍ଯ୍ୟରେ ବ୍ୟସ୍ତ। କୋରାପୁଟର ମାଳୀ ପର୍ବତରେ ବିରଳା କମ୍ପାନୀ ଲାଗି ୨୨ ନଭେମ୍ବର ୨୦୨୧ରେ ହୋଇଥିବା ଜନଶୁଣାଣି ବେଆଇନ ଘୋଷଣା କରି ପୁନଃ ଜନଶୁଣାଣି ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ଦ୍ଵାରା କୋରାପୁଟ ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଦୂଷଣ ବିଭାଗ ଓ ପୁଲିସ ଅଧିକାରୀଙ୍କ ଲାଗି ଏହା କଣ ଅତ୍ୟନ୍ତ ଲଜ୍ଜାର କଥା ନୁହେଁ? ବିକାଶ ଆଜି ମାନବଶୂନ୍ୟ, କେବଳ ଉତ୍ପାଦନ ଉପରେ ନିର୍ଭରଶୀଳ, କାରଣରୁ ଏହା ନିଜର ସମ୍ମାନ ହରାଇସାରିଛି।

କାହିଁକି ବିକାଶ ସମସ୍ତଙ୍କ ଲାଗି ସୁଖ, ଶାନ୍ତି ଓ ସ୍ଵାଧୀନ ଜୀବନଯାପନକୁ ବୁଝାଇଲା ନାହିଁ? ଶାନ୍ତି ଓ ମୈତ୍ରୀର ଭାବନାକୁ କାହିଁକି ପୁରୁଣା କାଳିଆ ଧରିନିଆଗଲା? ଦାର୍ଶନିକ ଆଶିଷ ନନ୍ଦୀ ନିଜର ପୁସ୍ତକରେ (‘Science, hegemony and violence’) ଲେଖନ୍ତି ଯେ ଠିକ ବିଶ୍ଵଯୁଦ୍ଧ ପରେ ଆମେରିକା ଯୁକ୍ତରାଷ୍ଟ୍ର ବିଶ୍ଵ ରାଜନୀତି ଓ ଅର୍ଥନୀତିରେ ପ୍ରମୁଖ ସ୍ଥାନ ନେବା ପରେ ସମଗ୍ର ବିଶ୍ୱରେ ‘ବିକାଶ’ର ପରିଭାଷାରେ ପରିବର୍ତ୍ତନ ଆଣିଲେ। ଆମେରିକୀୟ କମ୍ପାନୀଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ଆମେରିକା ରାଷ୍ଟ୍ରପତି ହ୍ୟାରୀ ଏସ. ଟ୍ରୁମ୍ୟାନ ନିଜର ଚାରିସୂତ୍ରୀ କାର୍ଯ୍ୟକ୍ରମ (୧୯୪୭) ମୁଖ୍ୟତଃ ଅଧିକ ଉତ୍ପାଦନକୁ ବିକାଶର ସଂଜ୍ଞା ସହିତ ଯୋଡ଼ିଥିଲେ।

ପଚାଶ ଦଶକ ପରେ ଅନେକ ଦେଶ ଉପନିବେଶବାଦରୁ ମୁକ୍ତ ହୋଇଥିଲେ। ଆମେରିକା ସରକାରଙ୍କ ତରଫରୁ ସେହି ସମସ୍ତ ସ୍ଵାଧୀନ ଅନୁନ୍ନତ ଦେଶମାନଙ୍କରେ ଶିଳ୍ପର ବିକାଶ ଲାଗି ଯନ୍ତ୍ରକୌଶଳ ଯୋଗାଇଦେବା, ସ୍ଵାଧୀନ ଦେଶମାନଙ୍କୁ ଆର୍ଥିକ, ରାଜନୈତିକ ଓ ପ୍ରତିରକ୍ଷା ସହଯୋଗ ଦେବା ଓ ଏଥିଲାଗି ଆବଶ୍ୟକୀୟ ପୁଞ୍ଜି ବିନିଯୋଗ ଲାଗି ପ୍ରସ୍ତୁତ ଆମେରିକୀୟ ପୁଞ୍ଜି ବିନିଯୋଗକାରୀଙ୍କୁ ବିଦେଶରେ ମଧ୍ୟ ଆମେରିକା ସରକାରଙ୍କ ତରଫରୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇଦେବା ଆମେରିକା ରାଷ୍ଟ୍ରପତି ଟ୍ରୁମ୍ୟାନଙ୍କ ଦ୍ଵାରା ଘୋଷିତ ବିକାଶ ନୀତିର (ଚତୁର୍ସୂତ୍ରୀ କାର୍ଯ୍ୟକ୍ରମ) ଅଂଶ ଥିଲା। ଟ୍ରୁମ୍ୟାନ ଏଥିଲାଗି ନୂତନ ଦେଶମାନଙ୍କ ଅର୍ଥନୀତିକୁ ଅନୁନ୍ନତ ଓ ବିକାଶଶୀଳ ଅର୍ଥନୀତି ଓ ଆମେରିକା ତଥା ଅଳ୍ପ କେତେକ ରାଷ୍ଟ୍ରଲାଗି ବିକଶିତ ରାଷ୍ଟ୍ରର ସ୍ଥାନ ଘୋଷଣା କରିଥିଲେ। ବିଦେଶରେ ଆମେରିକାର ପୁଞ୍ଜି ବିନିଯୋଗ ଲାଗି ଏହା ଥିଲା କ୍ଷେତ୍ର ପ୍ରସ୍ତୁତି।

ଭାରତୀୟ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ (୧୯ ଡିସେମ୍ବର ୧୯୨୯) ଯଦିଓ ‘ସମସ୍ତଙ୍କୁ ସମାନ ଅଧିକାର, ଜୀବନ ଧାରଣ ଲାଗି ସ୍ଥିରୀକୃତ ମଜୁରୀ (ସର୍ବନିମ୍ନ ମଜୁରୀ ନୁହେଁ), ମିଲିଟାରୀ ଖର୍ଚ୍ଚ କମାଇଦିଆଯିବା, ଦେଶୀୟ ବସ୍ତ୍ରକୁ ଗୁରୁତ୍ଵ ଦିଆଯିବା, କୁଟୀର ଶିଳ୍ପକୁ ଗୁରୁତ୍ଵ ଦିଆଯିବା’ ଇତ୍ୟାଦି ସଂକଳ୍ପରେ ‘ପୂର୍ଣ୍ଣ ସ୍ଵରାଜ’ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ପଚାଶ ଦଶକ ବେଳକୁ, ସ୍ଵାଧୀନତା ପରେ, ଦେଶ ଏହାର ମୂଳ ଘୋଷଣାନାମାଠାରୁ ଦୂରେଇଯିବାରେ ଲାଗିଲା। ‘ବମ୍ବେ କ୍ଲବ’ର ନିଷ୍ପତ୍ତି ଲାହୋର କନଭେସନର ଘୋଷଣାନାମା ଉପରେ ପ୍ରଭୁତ୍ଵ ଜାହିର କରିଥିଲା। ବମ୍ବେ କ୍ଲବର ସଦସ୍ୟମାନେ ଥିଲେ ଭାରତୀୟ ଶିଳ୍ପପତିଗଣ ଯେଉଁମାନଙ୍କ ମଧ୍ୟରେ ବଜାଜ, ବିରଳା, ପୁରୁଷୋତମ ଟଣ୍ଡନ ଓ ସିଙ୍ଘାଣିଆ ଅନ୍ୟତମ। ସେହି କ୍ଲବର ସଦସ୍ୟଙ୍କ ଚାପରେ ମିଶ୍ର ଅର୍ଥନୀତି (ବେସରକାରୀ ଉଦ୍ୟୋଗକୁ ସହଯୋଗ କରିବା ଲାଗି ସରକାରୀ ଉଦ୍ୟୋଗ ଭିତ୍ତିଭୂମି ଯୋଗାଇବା) ଓ ପଞ୍ଚବାର୍ଷିକ ଯୋଜନାର ଆରମ୍ଭ ହୋଇଥିବା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଥିଲା।

‘ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ମଞ୍ଚ’ ସେହି ସମୟକୁ ମନେ ପକାଇ ନିଜର ପ୍ରଚାର ପତ୍ରରେ ଉଲ୍ଲେଖ କରେ, ‘ଓଡ଼ିଶାରେ ହୀରାକୁଦ ଜଳଭଣ୍ଡାରଠାରୁ ଆରମ୍ଭ କରି ରାଉରକେଲା ଷ୍ଟିଲ ପ୍ଳାଣ୍ଟ – କଳିଙ୍ଗନଗର ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଓ ତା’ ପରବର୍ତ୍ତୀ ଖଣି ଖନନ ଓ ଶିଳ୍ପ ଦ୍ଵାରା ବିସ୍ଥାପିତ ଲୋକେ ସମ୍ମାନର ସହ ବଞ୍ଚିବାରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଆଦିବାସୀଙ୍କ ସଂଖ୍ୟା ସର୍ବାଧିକ। ଗତ ଦୁଇ ଦଶନ୍ଧି ମଧ୍ୟରେ ଗଣ୍ଡା ଗଣ୍ଡା ଷ୍ଟିଲ ପ୍ଳାଣ୍ଟ, ପାୱାର ପ୍ଳାଣ୍ଟ, ସିମେଣ୍ଟ ପ୍ଳାଣ୍ଟ, ଆଲୁମିନା ପ୍ଳାଣ୍ଟ, ବହୁ ପ୍ରଦୂଷଣକାରୀ ସ୍ପଞ୍ଜ ଆଇରନ ପ୍ଳାଣ୍ଟ ସହ ଲୁହାପଥର, ବକ୍ସାଇଟ, କ୍ରୋମ, କୋଇଲା ଓ ମାଙ୍ଗାନିଜ ଇତ୍ୟାଦି ଶତାଧିକ ଖଣି ଖନନ ହେବା ପରେ ମଧ୍ୟ ଓଡ଼ିଶା ଏକ ଗରିବ ରାଜ୍ୟ। ଏପରି ଅବିଚାରିତ ଖଣି ଖନନ ଓ ଅନ୍ଧ ଶିଳ୍ପାୟନ ଦ୍ଵାରା ସମୁଦାୟ ଜଙ୍ଗଲ ଶେଷ ହୋଇଯାଉଛି। ନଦୀମାନଙ୍କ ଜଳ ଉତ୍ସ ମରିଯାଉଛି ଓ ଜଳ ପ୍ରଦୂଷିତ ହେବାରେ ଲାଗିଛି। ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାରେ ଲାଗିଛନ୍ତି।‘

ଓଡ଼ିଶାବାସୀଙ୍କ ବେକାରୀ ସମସ୍ୟାର ସମାଧାନ ଲାଗି ଯଦି ପୁଞ୍ଜିନିବେଶ ଜରୁରୀ, ତେବେ ଓଡ଼ିଶା ସରକାର କ’ଣ ଦଳିତ, ଆଦିବାସୀ ଓ ମହିଳାଙ୍କ ଲାଗି ଏହି ସମସ୍ତ ପ୍ରାଇଭେଟ କମ୍ପାନୀରେ ସଂରକ୍ଷଣ ସୁବିଧା ଲାଗୁ କରିପାରିବେ? ସରକାର କ’ଣ ସମସ୍ତ ପ୍ରାଇଭେଟ କମ୍ପାନୀକୁ ତଥ୍ୟ ଜାଣିବାର ଅଧିକାରର ସୀମା ମଧ୍ୟକୁ ଆଣିପାରିବେ? କୌଣସି ବି ପ୍ରାଇଭେଟ ଉଦ୍ୟୋଗରେ ଠିକା ନିଯୁକ୍ତି ଓ ଆଉଟସୋର୍ସିଙ୍ଗ ନିଯୁକ୍ତିକୁ ବେଆଇନ ଘୋଷଣା କରାଯାଇପାରିବ? କୌଣସି ବି ପ୍ଳାଣ୍ଟ ଅଞ୍ଚଳରେ ଦୂଷିତ ବାୟୁ ଓ ଦୂଷିତ ଜଳର ସୂଚନା ମିଳିଲେ ପ୍ରଦୂଷଣ ବିଭାଗକୁ ଦାୟୀ କରିପାରିବେ? ଆମ ଜାଣିବା ଭିତରେ ସରକାର ଏ ଭିତରୁ କେଉଁଟି ବି କରିପାରିବେ ନାହିଁ।

ତେଣୁ ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ମଞ୍ଚ ମଧ୍ୟରେ ନିୟମଗିରି ସୁରକ୍ଷା ସମିତି, ରାୟଗଡ଼ା-କଳାହାଣ୍ଡି; ଖଣ୍ଡୁଆଳ ମାଳୀ ସୁରକ୍ଷା ସମିତି, କଳାହାଣ୍ଡି; ମାଳି ପର୍ବତ ସୁରକ୍ଷା ସମିତି, କୋରାପୁଟ; କୋଡ଼ିଙ୍ଗାମାଳୀ ସୁରକ୍ଷା ମଞ୍ଚ, ଲକ୍ଷ୍ମୀପୁର-କାଶୀପୁର ; ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି, ପୁରୀ; ଜିନ୍ଦଲ୍-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, ଢିଙ୍କିଆ; ବସ୍ତି ସୁରକ୍ଷା ମଞ୍ଚ, ଓଡ଼ିଶା; ଗ୍ରାମସଭା  କମିଟି, ରାଜଗାଂଗପୁର; ଉପକୂଳ ଭିଟାମାଟି ସୁରକ୍ଷା ସମିତି, ବାଲିଆପାଳ; ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ, ବଲାଙ୍ଗୀର ହାଲ୍ ବିସ୍ଥାପିତ ସଂଘ, ସୁନାବେଡ଼ା; ଖଡ଼ିମାଟି ସୁରକ୍ଷା ସମିତି, କୋରାପୁଟ ଇତ୍ୟାଦି ପ୍ରମୁଖ ସଂଗଠନ ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଥିଲେ, “ବକ୍ସାଇଟ, ଲୁହାପଥର, ସମେତ ସମସ୍ତ ପ୍ରାକୃତିକ ସମ୍ପଦ ପାହାଡ଼ରେ ରହିବା ଅତ୍ୟନ୍ତ ଜରୁରୀ। ଜଳବାୟୁ ପରିବର୍ତ୍ତନ ଓ ଆଦିବାସୀ ଅଧିକାର ଲାଗି ଖଣି ଭିତ୍ତିକ ବିକାଶ ନୀତିକୁ ସମ୍ପୁର୍ଣ୍ଣ ପରିତ୍ୟାଗ କରିବା ଆବଶ୍ୟକ।’

ମୋବାଇଲ: ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story