ନବୀନଙ୍କ ସଜବାଜର ବାର୍ତ୍ତା କ’ଣ?

ରବି ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୧ ବର୍ଷ ହେଲା ରାଜ୍ୟ କ୍ଷମତାରେ କ୍ରମାଗତ ୫ଟି ନିର୍ବାଚନ ଜିତି ନିଜର ସ୍ଥିତି ମଜଭୁତ କରିଛନ୍ତି। ବାସ୍ତବରେ ୧୯୯୭ରେ ବିଜୁ ଜନତା ଦଳ ଗଠନ ଦିନଠାରୁ ଦଳ ବାରମ୍ବାର ନିର୍ବାଚନ ଜିତୁଥିଲେ ମଧ୍ୟ ବିଜୁ ଜନତା ଦଳର ଏକ ସ୍ଥାୟୀ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ କରିବା ବିଷୟରେ କେବେ ଚିନ୍ତା କରିନଥିଲେ। କିନ୍ତୁ ଏବେ ହଠାତ୍ ଦେଖାଯାଉଛି ଯେ, ରାଜଧାନୀରେ ୟୁନିଟ୍-୬ର ଯେଉଁ କ୍ୱାର୍ଟରରେ ବିଜୁ ଜନତା […]

pandian-and-cm-naveen-patna

pandian-and-cm-naveen-patna

Debendra Prusty
  • Published: Wednesday, 14 July 2021
  • Updated: 14 July 2021, 03:32 PM IST

ରବି ଦାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୧ ବର୍ଷ ହେଲା ରାଜ୍ୟ କ୍ଷମତାରେ କ୍ରମାଗତ ୫ଟି ନିର୍ବାଚନ ଜିତି ନିଜର ସ୍ଥିତି ମଜଭୁତ କରିଛନ୍ତି। ବାସ୍ତବରେ ୧୯୯୭ରେ ବିଜୁ ଜନତା ଦଳ ଗଠନ ଦିନଠାରୁ ଦଳ ବାରମ୍ବାର ନିର୍ବାଚନ ଜିତୁଥିଲେ ମଧ୍ୟ ବିଜୁ ଜନତା ଦଳର ଏକ ସ୍ଥାୟୀ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ କରିବା ବିଷୟରେ କେବେ ଚିନ୍ତା କରିନଥିଲେ। କିନ୍ତୁ ଏବେ ହଠାତ୍ ଦେଖାଯାଉଛି ଯେ, ରାଜଧାନୀରେ ୟୁନିଟ୍-୬ର ଯେଉଁ କ୍ୱାର୍ଟରରେ ବିଜୁ ଜନତା ଦଳ ଅଫିସ ରହିଛି ତାହାକୁ ଲାଗି ଆଉ ଦୁଇଟି ସରକାରୀ କ୍ୱାର୍ଟରର ଜମିକୁ ବିଜୁ ଜନତା ଦଳ ନାମରେ ଆବଣ୍ଟିତ କରାଗଲା ପରେ ସେଠାରେ ଦଳର ମୁଖ୍ୟ ଦପ୍ତର ପାଇଁ ଶିଳାନ୍ୟାସ କରାଯାଇଛି। ଆସନ୍ତା ନିର୍ବାଚନ ପୂର୍ବରୁ ଏହି ମୁଖ୍ୟ ଦପ୍ତରର ନିର୍ମାଣ କାର୍ଯ୍ୟ ସରିଯିବ ବୋଲି ଆଶା କରାଯାଉଛି। କିନ୍ତୁ ନବୀନ ପଟ୍ଟନାୟକଙ୍କର ବୟସ ସେତେବେଳକୁ ୮୦ ବର୍ଷ ପାର୍ ହୋଇଯିବ। ଯେଉଁ ରାଜନୈତିକ ଦଳର ନବୀନ ନିବାସ ହିଁ ବସ୍ତୁତଃ ମୁଖ୍ୟ କାର୍ଯ୍ୟାଳୟ ଭାବରେ ବ୍ୟବହୃତ ହେଉଛି ସେଠାରେ ନବୀନ ପଟ୍ଟନାୟକ ୮୦ ବର୍ଷ ବୟସରେ ଦଳର ଏକ ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ କରିବା ପରିଷ୍କାର କରୁଛି ଯେ, ସହଜରେ ବା ନିଜ ଆଡ଼ୁ ବୟସ ଅଧିକ ପାଇଁ ସେ କ୍ଷମତା ଛାଡ଼ିବାର ପ୍ରଶ୍ନ ଉଠୁନାହିଁ।

ସେ ପୂର୍ବାପେକ୍ଷା ଯେ ସତେଜ ଅଛନ୍ତି ଓ ଶାରୀରିକ ଭାବରେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ତାହା ପ୍ରମାଣ କରିବା ପାଇଁ ମୁଖ୍ୟ ଦପ୍ତରର ଶିଳାନ୍ୟାସର ପରଦିନ ସେ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ପୁରୁଖା ନେତାମାନଙ୍କ ସହିତ ଭର୍ଚୁଆଲରେ କଥାବାର୍ତ୍ତା ହେବା ସମୟର ଏକ ଫଟୋ ସମ୍ବାଦପତ୍ରମାନଙ୍କୁ ଦିଆଯାଇଛି। ଏହି ଫଟୋରେ ନବୀନ ପଟ୍ଟନାୟକ ପ୍ରଥମ ଅବସ୍ଥାରେ ଯେପରି କଳା ଟି’ ସାର୍ଟ ପିନ୍ଧୁଥିଲେ ତାହା ପରିଧାନ କରିଛନ୍ତି ଓ ତାଙ୍କର ଓଜନ କମିଯାଇଥିବାର ସୂଚନା ମଧ୍ୟ ଦେଖାଯାଉଛି। ତାଙ୍କର ଏହି ଫଟୋ ପଛପଟେ ଜଗନ୍ନାଥଙ୍କର କାଂଚି ଅଭିଯାନର ପଟ୍ଟଚିତ୍ର ରହିବା ସହିତ ପାଖରେ ବ୍ୟକ୍ତିଗତ ସଚିବ ବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଛିଡ଼ା ହୋଇଛନ୍ତି। ପୂର୍ବରୁ ରଥଯାତ୍ରା ଦିବସରେ ମୁଖ୍ୟ ଦପ୍ତରର ଶିଳାନ୍ୟାସ ସହିତ ନିଜ ବାସଭବନରେ ନବୀନ ପଟ୍ଟନାୟକ ଟେଲିଭିଜନ ପରଦାରେ ରଥଯାତ୍ରା ଉତ୍ସବ ଦେଖିଥିଲେ। ଏହି ଦର୍ଶନ ସମୟରେ ତାଙ୍କ ନିକଟରେ ଭି.କେ. ପାଣ୍ଡିଆନ ମଧ୍ୟ ବସିଥିଲେ। ଜଗନ୍ନାଥଙ୍କ ପ୍ରତି ଭକ୍ତିପ୍ଳୁତ ସମ୍ମାନ ଜଣାଇବା ପାଇଁ ନବୀନ ପଟ୍ଟନାୟକ ଯେତେବେଳେ ଆସନରୁ ଉଠି ମୁଣ୍ଡିଆ ମାରିଥିଲେ ଭି.କେ. ପାଣ୍ଡିଆନ ମଧ୍ୟ ଚୌକିରୁ ଉଠି ସେହି କାର୍ଯ୍ୟ କରିଥିଲେ। ହଠାତ୍ ମୁଖ୍ୟମନ୍ତ୍ରୀ ଦଳର ମୁଖ୍ୟ ଦପ୍ତରର ଶିଳାନ୍ୟାସ କରିବା, ଯୁବ ଚେହେରା ପ୍ରଦର୍ଶିତ ହେଉଥିବା ଫଟୋ ଗଣମାଧ୍ୟମକୁ ଛାଡ଼ିବା, ଜଗନ୍ନାଥଙ୍କ ପ୍ରତି ଅଙ୍ଗୀକାର ପ୍ରକାଶ କରିବା, ଦଳର ପୁରୁଖା ନେତା ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହିତ ସଂଗଠନ ଓ ସରକାର ବିଷୟରେ ଆଲୋଚନା କରିବା ସମୟରେ ଭି.କେ. ପାଣ୍ଡିଆନଙ୍କର ସବୁଠାରେ ଉପସ୍ଥିତ ରହିବା ଦଳ ଓ ସରକାର ସଂପର୍କରେ ତାଙ୍କ ଚିନ୍ତାଧାରାକୁ କିଛି ପରିମାଣରେ ଲୋକଙ୍କ ନିକଟକୁ ନେଇଛନ୍ତି।

https://twitter.com/JajpurYouthBjd/status/1414991058383958018?s=20

ରାଜ୍ୟରେ ୨୦୧୯ ନିର୍ବାଚନରେ ପ୍ରମୁଖ ବିରୋଧୀ ଦଳର ମର୍ଯ୍ୟାଦା ପାଇଥିବା ବିଜେପି ଯେପରି ଭାବରେ ସାରା ଦେଶରେ ସବୁ ରାଜ୍ୟରେ ଓ ଜିଲ୍ଲାମାନଙ୍କରେ କାର୍ଯ୍ୟାଳୟ ସବୁ ନିର୍ମାଣ କରୁଛି ସେହି ଢାଞ୍ଚାରେ ଓଡ଼ିଶା ରାଜଧାନୀରେ ମଧ୍ୟ ଏକ ମୁଖ୍ୟ ସ୍ଥାୟୀ ଦପ୍ତର ନିମନ୍ତେ ବିଜେପି ଏବେ ରାମମନ୍ଦିର ନିକଟରେ ସରକାରୀ କ୍ୱାର୍ଟରରେ ଏହାର ଦପ୍ତରକୁ ଲାଗି ଥିବା ଦୁଇଟି କ୍ୱାର୍ଟର ସହିତ ପୂରା ଜମି ବିଜେପି ନାମରେ ଆବଣ୍ଟନ ପାଇଁ ଆବେଦନ କରିଥିଲା। ସମ୍ଭବତଃ ଏହି ଦରଖାସ୍ତ ସଂପର୍କରେ କେନ୍ଦ୍ରୀୟ ବିଜେପି ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ପରେ ବିଜେଡି ମଧ୍ୟ ନିଜର ମୁଖ୍ୟ ଦପ୍ତର ପାଇଁ ସେହି ଧରଣର ଜମି ଆବଣ୍ଟନ ନିମନ୍ତେ ଆବେଦନ କରିଥିଲା। ଉଭୟ ଦରଖାସ୍ତକୁ ସରକାର ବିଚାର କରି ବେଞ୍ଚମାର୍କର୍ ଜମି ମୂଲ୍ୟରେ ଜମି ଆବଣ୍ଟନ କରିଛନ୍ତି। ଏହି ଦୁଇଟିଯାକ ଜମିକୁ ଫ୍ରିହୋଲ୍ଡ କରିବା ପାଇଁ ସୁଯୋଗ ଦିଆଯାଇଛି ଓ ଦୁଇଟିଯାକ ଏବେ ଫ୍ରିହୋଲ୍ଡ ହୋଇଯାଇଛି। ସରକାରଙ୍କ ଯୁକ୍ତି ହେଲା ଯେ, କଂଗ୍ରେସ ଦଳ ଯେହେତୁ ମାଷ୍ଟରକ୍ୟାଣ୍ଟିନ ନିକଟରେ ଜମି ପୂର୍ବରୁ ନେଇଛି ସେହେତୁ ବିଜେଡି ଓ ବିଜେପିକୁ ଜମି ଆବଣ୍ଟନ କରାଯାଇଛି। କଂଗ୍ରେସ ଦଳ ହାତରେ ଥିବା ଜମି ଲିଜ୍‌ ପ୍ଲଟ୍‌ ହୋଇଥିଲେ ମଧ୍ୟ ଏହାର ଫ୍ରିହୋଲ୍ଡ ନିମନ୍ତେ ସରକାର କଂଗ୍ରେସକୁ ପ୍ରସ୍ତାବ ଦେଇଛନ୍ତି।

କିନ୍ତୁ ଅସଲ କଥା ହେଉଛି ଏଯାଏଁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଓ ଚିନ୍ତାଶୀଳ ଲୋକମାନେ ଧରିନେଇଥିଲେ ଯେ, ବିଜୁ ଜନତା ଦଳ ଏକ ଆଞ୍ଚଚଳିକ ଦଳ ହୋଇଥିବାରୁ ଏବଂ ସଂପୂର୍ଣ୍ଣ ଭାବରେ ନବୀନଙ୍କ ଲୋକପ୍ରିୟତା ଉପରେ ନିର୍ଭର କରୁଥିବାରୁ ଏହା ଏକ ସ୍ଥାୟୀ ଆଞ୍ଚଳିକ ଦଳ ଭାବରେ ରହିବା ସମ୍ଭବ ହେବନାହିଁ ଓ ନବୀନଙ୍କ ଅପସାରଣ ପରେ ଏହି ରାଜନୈତିକ ଦଳ ଭାଙ୍ଗିଯିବ ଏବଂ ଦଳର ଅଧିକାଂଶ ବିଜେପି ଆଡ଼କୁ ଆକର୍ଷିତ ହେବେ। କିନ୍ତୁ ନବୀନ ଏହି ଚିନ୍ତାଧାରାରେ ଏକ ପୂର୍ଣ୍ଣଚ୍ଛେଦ ଟାଣି ବିଜେଡିର ସ୍ଥାୟୀ ମୁଖ୍ୟ ଦପ୍ତର ନିର୍ମାଣ ପାଇଁ ଶିଳାନ୍ୟାସ କରିବା ସହିତ ନିଜର ସୁସ୍ଥତା ଓ ସବଳତା ଜଣାଇବା ପାଇଁ ଯେଉଁ ଫଟୋ ପ୍ରକାଶ କରିଛନ୍ତି ସେଥିରେ ବିଜେଡିର ଭବିଷ୍ୟତ ପରିକଳ୍ପନା ନେଇ ପ୍ରଶ୍ନବାଚୀ ସୃଷ୍ଟିହେବ।

ବିଜେଡି-ବିଜେପି ଭିତରେ ସଂପର୍କ ବୃଦ୍ଧି ପାଉଥିବା ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯିବା ତାହାର ନମୁନା ବୋଲି ସାଧାରଣରେ ଆଲୋଚିତ ହେଉଛି। କିନ୍ତୁ ସେହି ସମୟରେ ବିଜେଡିର ଭବିଷ୍ୟତ ନେଇ ନବୀନଙ୍କର ପରିକଳ୍ପନା ଓ ଯୋଜନା ବୁଝିବାର ଆବଶ୍ୟତା ରହିଛି। ବିଜୁ ଜନତା ଦଳ ତାମିଲନାଡ଼ୁର ଡିଏମକେ ବା ଏଆଇଡିଏମକେ ପରି ଆଦର୍ଶଭିତ୍ତିକ ଦଳ ନୁହେଁ। ବିଜୁ ଲିଗାସୀ ଉପରେ ପ୍ରତିଷ୍ଠିତ ଏହି ଦଳ ନବୀନଙ୍କ ପରେ କେଉଁ ଆଦର୍ଶରେ ତିଷ୍ଠିବ ବୋଲି ଅନେକ ପ୍ରଶ୍ନ କରୁଛନ୍ତି। କିନ୍ତୁ ନବୀନ ସେପରି ଚିନ୍ତା କରୁନଥିବା ଓ ଦଳର ଭବିଷ୍ୟତ ନେଇ କିଛି ଯୋଜନା କରିଥିବା ତାଙ୍କ କାର୍ଯ୍ୟକଳାପରୁ ଜଣାପଡ଼ୁଛି। କିନ୍ତୁ ଏହି ଭବିଷ୍ୟତ କାର୍ଯ୍ୟକଳାପରେ ଭି.କେ. ପାଣ୍ଡିଆନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୂଚନା ମିଳୁଛି। ଉଭୟ ବିଜେପି ଓ ବିଜେଡିକୁ ଫ୍ରିହୋଲ୍ଡ ଆକାରରେ ଦିଆଯାଇଥିବା କ୍ୱାର୍ଟରଗୁଡ଼ିକ ରାଜଧାନୀର ଅତି ମୂଲ୍ୟବାନ ସମ୍ପତି। ଯଦି ସରକାରଙ୍କର ଏହି ନିଷ୍ପତି ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇଯାଏ ଓ ଆଇନ ଅଦାଲତରେ ଏହା ଉପରେ କୌଣସି ପ୍ରଶ୍ନ ନଆସେ ତେବେ ଭବିଷ୍ୟତରେ ଅନେକ ସରକାରୀ କ୍ୱାର୍ଟର ଭାଙ୍ଗି ପ୍ରାଇଭେଟ ବିଲ୍ଡର୍ସମାନଙ୍କୁ ଦିଆଯିବା ଦିଗରେ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ଅତି ସହଜ ହୋଇଯିବ। ବହୁତଳ ବିଶିଷ୍ଟ କେତେଗୁଡ଼ିଏ ଆପାର୍ଟମେଣ୍ଟ ବା ଫ୍ଲାଟ ତିଆରି କରି ସରକାରୀ କର୍ମଚାରୀଙ୍କୁ ଆବଣ୍ଟିତ କରାଯାଇ ବାକି ଜମିଗୁଡ଼ିକୁ ପ୍ରାଇଭେଟ ବିଲ୍ଡର୍ସଙ୍କୁ ବହୁମୂଲ୍ୟରେ ବିକି ଦିଆଯାଇପାରିବ। ଏଥିପାଇଁ ବିଜେଡି ଓ ବିଜେପିକୁ ଦିଆଯାଇଥିବା କ୍ୱାର୍ଟର ଆବଣ୍ଟନ ଏକ ପ୍ରାରମ୍ଭିକ ପଦକ୍ଷେପ ବୋଲି ବିଚାର କରାଯାଉଛି।

କିନ୍ତୁ ଅସଲ ଆଲୋଚନା ନବୀନଙ୍କର ବିଜେଡି ଭବିଷ୍ୟତ ନେଇ କଳ୍ପନା ଓ ଆଲୋଚନାରେ ସୀମିତ ରହିଛି। ଯଦିଓ ନବୀନ ପଟ୍ଟନାୟକ ବାରମ୍ବାର କହିଥିଲେ ଯେ, ବିଜେଡିର ଭବିଷ୍ୟତ ନେତୃତ୍ୱ ଲୋକମାନେ ସ୍ଥିର କରିବେ। କାରଣ ତାଙ୍କର ବିଶ୍ୱାସ ଲୋକମାନଙ୍କ ସମର୍ଥନରେ ସେ ନେତୃତ୍ୱ ପାଇଛନ୍ତି। ଏହା ଭାବିଲା ବେଳେ ଯେଉଁମାନେ ବିଜୁ ଜନତା ଦଳକୁ ଗଢ଼ିଥିଲେ ଓ ସେଥିପାଇଁ ତ୍ୟାଗ କରିଥିଲେ ସେମାନଙ୍କ କଥା ସେ ଭୁଲିଯାଇଛନ୍ତି। ବିଜୁ ଜନତା ଦଳର ଭବିଷ୍ୟତ କଳ୍ପନାରେ ଏହି ଦଳ ଗଠନ ସମୟରେ ଥିବା ବିଜୁ ଲିଗାସୀର ଉତ୍ତରାଧିକାରୀମାନଙ୍କ ଭିତରୁ ଏବେ ଅଧିକାଂଶ ଦଳରେ ନାହାନ୍ତି। ଅର୍ଥାତ୍ ବିଜେଡିର ଭବିଷ୍ୟତ ନୂଆ ପିଢ଼ିକୁ ନେଇ ପ୍ରସ୍ତୁତ ହେବ ଓ ସେଥିରେ ଭି.କେ. ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଏହି ସଂକେତ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story