ଅପରାଜିତାଙ୍କୁ ଅପଦସ୍ତ କରିବାର ଲକ୍ଷ୍ୟ କ’ଣ?

ରବି ଦାସ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେପରି ଭାବରେ ଗତ ଲୋକସଭା ନିର୍ବାଚନରେ ବିଜେଡିର ଗଡ଼ କୁହାଯାଉଥିବା ଭୁବନେଶ୍ୱରରୁ ନିର୍ବାଚିତ ହୋଇଥିଲେ ତାହା ବିଜେଡି ଶିବିରରେ ଆତଙ୍କ ଖେଳାଇଦେଇଥିଲା। ଅନେକ ଏହି ଘଟଣାକୁ ବରଗଡ଼ ସହିତ ତୁଳନା କରୁଥିଲେ ମଧ୍ୟ ବିଜେଡି ଗଠିତ ହେବା ଦିନଠାରୁ ପ୍ରଥମ ଥର ପାଇଁ ଭୁବନେଶ୍ୱର ସାଂସଦ ଆସନ ବିଜେଡିକୁ ହରାଇବାକୁ ପଡ଼ିଛି। ବରଗଡ଼ରେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଏଣୁ ଭୁବନେଶ୍ୱର କଥାକୁ ସବୁ ମହଲରେ ଗୁରୁତ୍ୱ […]

aparajita

aparajita

Debendra Prusty
  • Published: Friday, 12 February 2021
  • Updated: 12 February 2021, 03:39 PM IST

Sports

Latest News

ରବି ଦାସ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେପରି ଭାବରେ ଗତ ଲୋକସଭା ନିର୍ବାଚନରେ ବିଜେଡିର ଗଡ଼ କୁହାଯାଉଥିବା ଭୁବନେଶ୍ୱରରୁ ନିର୍ବାଚିତ ହୋଇଥିଲେ ତାହା ବିଜେଡି ଶିବିରରେ ଆତଙ୍କ ଖେଳାଇଦେଇଥିଲା। ଅନେକ ଏହି ଘଟଣାକୁ ବରଗଡ଼ ସହିତ ତୁଳନା କରୁଥିଲେ ମଧ୍ୟ ବିଜେଡି ଗଠିତ ହେବା ଦିନଠାରୁ ପ୍ରଥମ ଥର ପାଇଁ ଭୁବନେଶ୍ୱର ସାଂସଦ ଆସନ ବିଜେଡିକୁ ହରାଇବାକୁ ପଡ଼ିଛି। ବରଗଡ଼ରେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଏଣୁ ଭୁବନେଶ୍ୱର କଥାକୁ ସବୁ ମହଲରେ ଗୁରୁତ୍ୱ ଦିଆଯାଉଥିଲା।

ଏଠାରେ ବିଜେଡି ୬ଟି ଆସନ ଓ କଂଗ୍ରେସ ଗୋଟିଏ ବିଧାନସଭା ଆସନ ଜିତିଥିଲେ ମଧ୍ୟ ସାଂସଦ ଆସନରେ ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ପଛରେ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ୨୦୧୯ରେ ଥିବା ହାୱା ସହିତ ଅପରାଜିତା ଷଡ଼ଙ୍ଗୀଙ୍କର ବ୍ୟକ୍ତିଗତ ଉଦ୍ୟମ ଓ ସାଂଗଠନିକ ଦକ୍ଷତା ଏଥିରେ ପ୍ରତିପାଦିତ ହୋଇଥିଲା। ନିର୍ବାଚନ ପରେ ଶ୍ରୀମତୀ ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ନିଜର ସଂଗଠନକୁ ମଜଭୁତ କରିବା ପାଇଁ ସବୁପ୍ରକାର ପ୍ରଚେଷ୍ଟା ଚଳାଇଛନ୍ତି। ଏକଦା ସେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଥିଲେ ଓ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବରେ କାମ କରିଥିବାରୁ ତାଙ୍କର ବ୍ୟକ୍ତିଗତ ସଂପର୍କ ଓ ବ୍ୟବହାର ଅନେକଙ୍କୁ ପ୍ରଭାବିତ କରିଥିଲା।

ଏହାଛଡ଼ା ସେ କିଛିଦିନ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବରେ ଯେଉଁ କାର୍ଯ୍ୟ କରିଥିଲେ ସେଥିରେ ସ୍କୁଲ ଶିକ୍ଷକମାନଙ୍କ ଭିତରେ ତାଙ୍କ ପ୍ରତି ଏକ ସମ୍ମାନବୋଧ ଥିଲା। ଏହାସହିତ ମିଶନ ଶକ୍ତି ଆରମ୍ଭ ସମୟରେ ସେ ଏହି ସଂଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ କାମ କରିଥିବାରୁ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ କିପରି କାମ କରନ୍ତି ଓ ଏହାର ଦୁର୍ବଳତା କ’ଣ ତାହା ସେ ଜାଣିଥିବାରୁ ନିର୍ବାଚନରେ ଏହା ତାଙ୍କୁ ସାହାଯ୍ୟ କରିଥିଲା। ନିର୍ବାଚନ ପରେ ସେ ଯେପରି ଭାବରେ ନିଜର ବ୍ୟକ୍ତିଗତ ସଂଗଠନକୁ ସଂପ୍ରସାରିତ କରୁଥିଲେ ସେଥିରେ ବିଜେପିର ନେତୃମଣ୍ଡଳୀ ତାଙ୍କ ଉପରେ ଖୁସିନଥିଲେ। କାରଣ ସେ ଯେଉଁ ସଂଗଠନ କରୁଥିଲେ ସେଥିରେ ଦଳୀୟ ପ୍ରତିଷ୍ଠା ଅପେକ୍ଷା ତାଙ୍କ ନିଜର ବ୍ୟକ୍ତିଗତ ପ୍ରତିଷ୍ଠା ଅଧିକ ବୃଦ୍ଧି ପାଉଥିଲା। ସେ ଜାତୀୟସ୍ତରରେ ବିଜେପିର ମୁଖପାତ୍ର ହୋଇଥିଲେ ମଧ୍ୟ ରାଜ୍ୟ ଦଳୀୟ ସଂଗଠନର ନେତୃବୃନ୍ଦ ତାଙ୍କ ଉପରେ ଆଦୌ ସନ୍ତୁଷ୍ଟ ନଥିଲେ। ଜଣେ ପ୍ରଶାସିକା ଭାବରେ ତାଙ୍କର ଥିବା ଅଭିଜ୍ଞତା ଯୋଗୁ ବିବଦମାନ ପରିସ୍ଥିତିରେ ସେ ନିଜର ସାଂଗଠନିକ ଦକ୍ଷତା ବୃଦ୍ଧି କରୁଥିବାରୁ ବିଜେଡି ନେତୃବୃନ୍ଦ ତାଙ୍କଠାରୁ ଏକ ଆହ୍ୱାନର ସମ୍ମୁଖୀନ ହୋଇଥିବା ଧାରଣା ସୃଷ୍ଟି ହୋଇଥିଲା। ବିଜେପିର ଜାତୀୟସ୍ତରରେ ବା ରାଜ୍ୟସ୍ତରରେ ଲୋକପ୍ରିୟତା ଉପରେ ଅପରାଜିତା ଷଡ଼ଙ୍ଗୀଙ୍କ ସାଂଗଠନିକ କାର୍ଯ୍ୟ ଆଦୌ ନିର୍ଭରଶୀଳ ନଥିଲା।

ଅନେକ ଚିନ୍ତାଶୀଳ ବ୍ୟକ୍ତି ବିଜେପି ନେତାମାନଙ୍କ ଭିତରେ ଅପରାଜିତା ଷଡ଼ଙ୍ଗୀଙ୍କର ଗ୍ରହଣୀୟତାକୁ ନେଇ ଆଲୋଚନା କରୁଥିଲେ। ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ପୌର ପରିଷଦର ଆଗାମୀ ନିର୍ବାଚନରେ ଅପରାଜିତା ଷଡ଼ଙ୍ଗୀ ଏକ ପ୍ରମୁଖ ବ୍ୟକ୍ତି ଭାବରେ ଆବିର୍ଭାବ ହେବେ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲା। ଏହି ସମୟରେ ନିକଟରେ ଏକାମ୍ର କ୍ଷେତ୍ରକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ସଂପର୍କରେ ତାଙ୍କର ଆଭିମୁଖ୍ୟ ନେଇ ଆଲୋଚନା ଚାଲିଥିବା ସମୟରେ ବିନ୍ଦୁସାଗରକୁ ପରିଷ୍କାର କରିବା ପାଇଁ ଓ ସେଥିରେ ଜଳରାଶିକୁ ସ୍ୱଚ୍ଛ କରିବା ନିମନ୍ତେ ଇଣ୍ଡିଆନ ଅଏଲ୍ ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟର ଶୁଭ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରୀୟ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କଲେ ସେଥିରେ ବିଜେଡି କର୍ମୀମାନେ ସାମାନ୍ୟ କ୍ଷୁବ୍ଧ ହୋଇଥିଲେ। କିନ୍ତୁ ଏହି ସମୟରେ ଶ୍ରୀଜଗନ୍ନାଥ କ୍ଷେତ୍ର ସହିତ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ନ୍ୟାସନାଲ ମୋନମେଂଟ ଅଥରିଟି (ଏନ୍‌ଏମ୍‌ଏ) କରିଥିବା ଚିଠା ବାଇ-ଲ’ ସବୁମହଲରେ ଓ ବିଶେଷ ଭାବରେ ସେବାୟତଙ୍କ ଭିତରେ ବିଦ୍ରୋହ ସୃଷ୍ଟି କରିଥିଲା। କିନ୍ତୁ ପୁରୀ କ୍ଷେତ୍ରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ଶାସକ ବିଜେଡି ଦଳ ଓ ପୁରୀର ସାଂସଦ ପିନାକୀ ମିଶ୍ର ପ୍ରମୁଖ ମିଳିତ ଭାବରେ ସେବାୟତଙ୍କ ସହିତ ମିଶି ବାଇ ଲ’ ପ୍ରତ୍ୟାହାର ପାଇଁ ଦାବିକଲେ। ମାତ୍ର ୨୪ ଘଂଟା ଭିତରେ ଏହି ବିଦ୍ରୋହ ଯେପରି ହେଲା ଓ ଯେପରି ଭାବରେ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କରି ବାଇ ଲ’ ପ୍ରତ୍ୟାହାର ପାଇଁ ଦାବି ଜଣାଇବା ପରେ ତାହା ପ୍ରତ୍ୟାହୃତ ହୋଇଗଲା ସେହି ଘଟଣାଟିର ଏକାମ୍ର କ୍ଷେତ୍ର ଉପରେ ଯଥେଷ୍ଟ ପ୍ରଭାବ ପକାଇଛି।

ଏହାକୁ ଲକ୍ଷ୍ୟରଖି ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ସାଂସଦ ଓ ନେତାମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟିବାକୁ ଯିବା ସମୟରେ ଏହି ପ୍ରତିନିଧି ଦଳରେ ଅପରାଜିତା ଷଡ଼ଙ୍ଗୀ ନଥିଲେ। ସମ୍ଭବତଃ ବିଜେପିର ଅନ୍ୟନେତାମାନେ ଏପରିକି ଦଳୀୟ ରାଜ୍ୟ ନେତୃତ୍ୱ ଦଳର ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ବୋଲି ସୂଚନା ସମ୍ଭବତଃ ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇନଥିଲେ। ଏହାର ସୁଯୋଗ ନେଇ ବିଜେଡିର ଭୁବନେଶ୍ୱର ନେତାମାନେ ଅପରାଜିତା ଷଡ଼ଙ୍ଗୀଙ୍କ ବିଷୟରେ ପ୍ରଶ୍ନ ଉଠାଉଥିବା ସମୟରେ ରାଜଧାନୀ ଭୁବନେଶ୍ୱରରେ ହଠାତ୍ ‘ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଖୋଜ୍‌’ ପୋଷ୍ଟର ଚାରିଆଡ଼େ ମରାଯିବା ଘଟଣା ସମସ୍ତଙ୍କୁ ବିସ୍ମୀତ କରିଛି। ଅପରାଜିତା ଷଡ଼ଙ୍ଗୀଙ୍କୁ କଦାପି ଜଣେ ନିଷ୍କ୍ରିୟ ସାଂସଦ ଭାବେ ବିଚାର କରାଯାଇପାରିବ ନାହିଁ। ସବୁକ୍ଷେତ୍ରରେ ଜଣେ ସାଂସଦ ଭାବରେ ତାଙ୍କର ଯେଉଁ ସକ୍ରିୟତା ରହିବା କଥା ତାହା ବରାବର ସେ କରିଚାଲିଛନ୍ତି।

ଦଳୀୟ ଦୃଷ୍ଟିକୋଣରୁ ତାଙ୍କର ବିରୋଧୀ ରହିବା ସ୍ୱାଭାବିକ। କିନ୍ତୁ ପୂର୍ବରୁ ଭୁବନେଶ୍ୱରରେ ଥିବା ସାଂସଦମାନଙ୍କ ତୁଳନାରେ ଅପରାଜିତା ଷଡ଼ଙ୍ଗୀ ନିଷ୍କ୍ରିୟ ବା ଲୋକମାନଙ୍କୁ ଭେଟୁନାହାନ୍ତି କହିବା ଆଦୌ ଠିକନୁହେଁ। ବରଂ ଭୁବନେଶ୍ୱରର ଗୁରୁତ୍ୱକୁ ଉପଲବ୍ଧି କରି ଓ ବିଜେଡିର ଏହି ଅଂଚଳରେ ଥିବା ସାଂଗଠନିକ ଦକ୍ଷତାକୁ ଦେଖି ସେ ବରାବର ପ୍ରତ୍ୟେକ ସମସ୍ୟା ଉପରେ ନିଜକୁ ଜଡ଼ିତ କରୁଛନ୍ତି। ଏକାମ୍ର କ୍ଷେତ୍ର ଉପରେ ଏନ୍‌ଏମ୍‌ଏର ବାଇ ଲ’ ଚିଠା ନେଇ ଅପରାଜିତା ଷଡ଼ଙ୍ଗୀ ଏପର୍ଯ୍ୟନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ସେ ଯେ ଏକାମ୍ର କ୍ଷେତ୍ରକୁ ଜାଣିନାହାନ୍ତି ତାହା ନୁହେଁ। ଯେହେତୁ ସେ ଦଳର ଜାତୀୟ ମୁଖପାତ୍ର ଅଛନ୍ତି ସମ୍ଭବତଃ ସେହି କାରଣରୁ କେଉଁ ଆଭିମୁଖ୍ୟ ଠିକ୍ ତାହା ସେ ଭଲଭାବରେ ଅନୁଧ୍ୟାନ କରୁଛନ୍ତି। ଅବଶ୍ୟ ସେ କହିଦେଇଛନ୍ତି ଯେ, ଯେଉଁ ଆଇନ ବଳରେ ଏନଏମଏ ଚିଠା ବାଇଲ’ ପ୍ରସ୍ତୁତ କରିଛନ୍ତି ତାହା ଏକ ପୁରୁଣା ଆଇନ ଓ ସମସ୍ତେ ଏହି ଆଇନକୁ ସମ୍ମାନ ଦେବାକଥା। ପ୍ରାଚୀନ କୀର୍ତ୍ତିଗୁଡ଼ିକର ସୁରକ୍ଷା ପାଇଁ ଏହି ଆଇନର ଆବଶ୍ୟକତା ରହିଛି। ଭୁବନେଶ୍ୱରରେ ଏକାମ୍ର କ୍ଷେତ୍ରକୁ ଲାଗି ବଡ଼ବଡ଼ ଅଟ୍ଟାଳିକା ପ୍ରାଇଭେଟ ବିଲ୍ଡର୍ସମାନଙ୍କ ଦ୍ୱାରା ନିର୍ମାଣ ସମୟରେ ସେତେବେଳେ ପରିବେଶ ସଂକ୍ରାନ୍ତରେ ଓଡ଼ିଶାରେ ଆଗଧାଡ଼ିରେ ଥିବା ସ୍ୱର୍ଗତଃ ବାଙ୍କବିହାରୀ ଦାସ ଏହି ଆଇନର ତର୍ଜମା କରି ଏପରି ଅଟ୍ଟାଳିକା ନିର୍ମାଣ ପାଇଁ ବିଡିଏ ଅନୁମତି ଦେଇପାରିବ ନାହିଁ ଓ ଆଇନ ଉଲ୍ଲଂଘନ କରି ହୋଇଥିବା ଅଟ୍ଟାଳିକା ଭଙ୍ଗାଯିବା ଉଚିତ ବୋଲି ମତ ଦେଇଥିଲେ।

ଅପରାଜିତା ଷଡ଼ଙ୍ଗୀ ଏକାମ୍ର କ୍ଷେତ୍ରକୁ ନବୀକରଣ ପାଇଁ ଚାଲିଥିବା ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ପୁରୁଣା ଆଇନ କେତେଦୂର ପ୍ରତିବନ୍ଧକ ହେବ ଏବଂ ବିଶେଷ ଭାବରେ ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ଏନ୍‌ଏମ୍‌ଏ ବାଇ ଲ’ରେ ଅର୍ନ୍ତଭୁକ୍ତ ହୋଇଥିବାରୁ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ହେବାରୁ ଏହା ପ୍ରତିବନ୍ଧକ ହେବ ନା ନାହିଁ ସେ ସଂପର୍କରେ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ପଷ୍ଟ କରିବାକୁ ପଡ଼ିବ। କାରଣ ତାଙ୍କ ଉପରେ ଭୁବନେଶ୍ୱରବାସୀଙ୍କର ଅନେକ ବିଶ୍ୱାସ ରହିଛି। କିନ୍ତୁ ଏହି କାରଣରୁ କିଏ ଓ କାହିଁକି ‘ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଖୋଜ’ ପୋଷ୍ଟର ଛାପି ରାଜଧାନୀର ଚାରିଆଡ଼େ ମାରିଲେ ଓ ଏହା ପଛରେ ଥିବା ରାଜନୀତି ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି। ଯେହେତୁ ବିଜେପି ଦଳରେ ନେତୃବୃନ୍ଦ ତାଙ୍କ ସାଂଗଠନିକ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନୁହଁନ୍ତି ଓ ବିଜେଡି ଭୁବନେଶ୍ୱରରେ ଆଗାମୀ ମହାନଗର ନିଗମ ନିର୍ବାଚନ ପାଇଁ ତାଙ୍କୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିଚାର କରୁଛି ସେହି ଦୃଷ୍ଟିରୁ ସେ ନିଖୋଜ ଥିବା ପୋଷ୍ଟର ପଛରେ କାହାର କେତେ ହାତ ଅଛି ସେ ନେଇ ଚର୍ଚ୍ଚା ଜୋରଧରିଛି। ଯଦିଓ ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି କିନ୍ତୁ ସେମାନେ ପୋଷ୍ଟର ମାରୁଥିବା ଲୋକଙ୍କୁ ମାଡ଼ ମାରିବାରୁ ସେମାନଙ୍କୁ ଗିରଫ କରାଯାଇଛି। ଏହି ପୋଷ୍ଟର ନେଇ କୌଣସି ଏତଲା ଦିଆଯାଇନାହିଁ।

କିନ୍ତୁ ଯେଉଁ ବ୍ୟକ୍ତି ପୋଷ୍ଟର ଲଗାଉଥିଲେ ସେ ବ୍ୟକ୍ତିଙ୍କର ପରିଚୟ ଥିବାରୁ ପୋଲିସ ଚାହିଁଲେ ପୋଷ୍ଟର ଲଗାଇବା ପଛରେ କାହାର ହାତ ଅଛି ତାହା ସହଜରେ ଜାଣିପାରିବ। ଭୁବନେଶ୍ୱର ସାଂସଦଙ୍କ ସଂକ୍ରାନ୍ତରେ ଏପରି ଏକ ପୋଷ୍ଟର ନିଶ୍ଚିତ ଭାବରେ ଅରୁଚିକର। ଯେଉଁ ପୋଲିସ କଟାମୁଣ୍ଡର ତଥ୍ୟ ସାତ ଦିନ ଭିତରେ ସଂଗ୍ରହ କରିପାରିଲା ପୋଷ୍ଟର ଲଗାଇବା ପଛରେ ଥିବା ରାଜନୈତିକ ଷଡ଼ଯନ୍ତ୍ର ମଧ୍ୟ ସହଜରେ ଜାଣିପାରିବ। କିନ୍ତୁ ବିଜେପି ପକ୍ଷରୁ ଏଥିପାଇଁ କାହିଁକି ଏତଲା ଦିଆଯାଇନାହିଁ ତାହା ବୁଝିହେଉନାହିଁ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story