ସବୁ ଫସଲର ସର୍ବନିମ୍ନ ସହାୟକ ଦର ବଢ଼ିଲେ କ’ଣ ହେବ?

ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକୁ ଆଇନ ପରିସରକୁ ଆଣିବା ପାଇଁ ଚାଷୀସଂଘ ଆନ୍ଦୋଳନ କରିବାକୁ ଅଡ଼ି ବସିଛନ୍ତି। କେବଳ ୨୩ଟି ଫସଲ ନୁହେଁ, ବରଂ ମାଛ, ଅଣ୍ଡା ସମେତ ସମସ୍ତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ନିଶ୍ଚିତ କରିବାକୁ ଆଇନ କରାଯାଉ ବୋଲି ସେମାନେ ଚାହାନ୍ତି।

Food Grains

Food Grains

Debendra Prusty
  • Published: Tuesday, 11 February 2025
  • Updated: 11 February 2025, 04:13 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ନିର୍ଦ୍ଦିଷ୍ଟ ଫସଲ, ଖାଦ୍ୟଶସ୍ୟର ଆବଶ୍ୟକତା ଏବଂ ବିଭିନ୍ନ ପ୍ରାସଙ୍ଗିକ କାରଣକୁ ମାନଦଣ୍ଡ ଭାବେ ବିଚାର କରି ଚାଷଖର୍ଚ୍ଚ ଆକଳନ କରନ୍ତି ‘କୃଷିଖର୍ଚ୍ଚ ଓ ମୂଲ୍ୟ କମିଶନ’ (ସିଏସିପି)। ସେହି ଆକଳନ ଅନୁସାରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସୁପାରିଶ କରନ୍ତି। ଏଣୁ, ଏମଏସପି ସ୍ଥିର କଲାବେଳେ ସରକାର ଯଦି ପ୍ରକୃତ ଚାଷଖର୍ଚ୍ଚର ଦେଢ଼ଗୁଣ (୫୦% ବୃଦ୍ଧି) କରନ୍ତି ତେବେ ବଜାର ଅବ୍ୟବସ୍ଥିତ ହୋଇଯିବ ବୋଲି କହିଥିଲେ ୨୦୦୬ ମସିହାରେ ପ୍ରଧାନମନ୍ତ୍ରୀ ଥିବା ବିଶିଷ୍ଟ ଅର୍ଥନିତିଜ୍ଞ ତଥା କଂଗ୍ରେସ ଦଳର ନେତା ଡଃ ମନମୋହନ ସିଂହ। ତାଙ୍କ ସରକାର ସ୍ୱାମୀନାଥନ କମିଶନଙ୍କ ମୌଳିକ ସୁପାରିଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ସ୍ୱାମୀନାଥନ କମିଶନଙ୍କ ପ୍ରଦତ୍ତ ୨୦୧ଟି ସୁପାରିଶ ମଧ୍ୟରୁ ୧୭୫ଟିକୁ ତାଙ୍କ ସରକାର ଗ୍ରହଣ କରିଥିଲା ବେଳେ ଫସଲର ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ଛାଡ଼ିଦେଇଥିଲେ ସିଏସିପିଙ୍କ ଉପରେ; ଯାହା ଆଜିଯାଏଁ ବଳବତ୍ତର ରହିଛି। ସେତେବେଳେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ କଂଗ୍ରେସ ସରକାର ଆଇନଗତ ସ୍ୱୀକୃତି ଦେଇ ନଥିଲେ। ଅଥଚ କେନ୍ଦ୍ରରେ କ୍ଷମତାକୁ ଆସିଲେ ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ପ୍ରତ୍ୟେକ ଚାଷୀଙ୍କୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଗ୍ୟାରେଣ୍ଟି ଦେବାକୁ ଗତ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିଲେ।

ଉପା ସରକାର ୧୮ ନଭେମ୍ବର, ୨୦୦୪ ମସିହାରେ କୃଷକ-ଆତ୍ମହତ୍ୟା ସମସ୍ୟାର ସମାଧାନ ପାଇଁ ଡଃ ଏମ୍.ଏସ୍. ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଜାତୀୟ କୃଷକ କମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀନାଥନ କମିଶନ ତାଙ୍କର ରିପୋର୍ଟ ଦାଖଲ କରିଥିଲେ ୨୦୦୬ ମସିହାରେ। କମିଶନଙ୍କ ସୁପାରିଶ ମଧ୍ୟରୁ ଗୋଟିଏ ଥିଲା ଯେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏଭଳି ହେବା ଆବଶ୍ୟକ, ଯାହାକି ଫସଲ ଉତ୍ପାଦନ ପାଇଁ କରାଯାଉଥିବା ହାରାହାରି ଖର୍ଚ୍ଚର ଅତି କମରେ ୫୦ ପ୍ରତିଶତ ଅଧିକ ହେଉଥିବ। କିନ୍ତୁ, ଜାତୀୟ କୃଷକ ନୀତି-୨୦୦୭ ପ୍ରଣୟନ ବେଳେ ଏହି ସୁପାରିଶକୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ଏବେ ସମସ୍ତଙ୍କ ତୁଣ୍ଡରେ ସ୍ୱାମୀନାଥନ କମିଶନ ସୁପାରିଶ ଗୁଡ଼ିକର ଚର୍ଚ୍ଚା। ଚାଷୀନେତା, ବିରୋଧୀ ନେତା ସଭିଏଁ କହୁଛନ୍ତି ଯେ, ଫସଲ ଉତାରିବାକୁ ଯେତେ ପ୍ରକାର ପ୍ରକାର ଖର୍ଚ୍ଚ- ଏମିତିକି ଜମିପାଇଁ ଭଡ଼ା, ନିଜେ ଓ ନିଜ ପରିବାର ସଦସ୍ୟଙ୍କ ମଜୁରି ଇତ୍ୟାଦି ହିସାବ ହେଉ। ସମୁଦାୟ ଖର୍ଚ୍ଚ ଆକଳନ କଲାପରେ ସିଏସିପି ପକ୍ଷରୁ ଏମଏସପି ସ୍ଥିର ହେଉ। କେବଳ ସେତିକି ନୁହେଁ, ଏହାକୁ ଆଇନ ଅନ୍ତର୍ଗତ କରାଯାଉ, ଯେପରିକି କେହି ଏମଏସପି ଅପେକ୍ଷା କମ୍ ମୂଲ୍ୟରେ କୃଷିଜାତ ଖାଦ୍ୟଶସ୍ୟ କିଣିଲେ ଆଇନ ବଳରେ ଦଣ୍ଡିତ ହେବେ।

ସ୍ୱାମୀନାଥନ କମିଶନ ପକ୍ଷରୁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯାଇ ଡିସେମ୍ବର ୨୦୦୪ରୁ ଅକ୍ଟୋବର ୨୦୦୬ ମଧ୍ୟରେ ପାଞ୍ଚଟି ରିପୋର୍ଟ ଦାଖଲ ହେଲା। ଏଥିରେ ପାଞ୍ଚଟି ପ୍ରସଙ୍ଗ ଉପରେ ସୁପାରିଶ କରା ଯାଇଥିଲା: କ) ଜମି, ଜଳ, ପଶୁପାଳନ, ମତ୍ସ୍ୟ ଏବଂ ଜୈବ-ସମ୍ପଦ ସମେତ ସମ୍ପତ୍ତି ସଂସ୍କାର, ଖ) କୃଷକ-ଅନୁକୂଳ ସହାୟତା ସେବା, ଯେଉଁଥିରେ ଋଣ, ବୀମା ଏବଂ ବିପଣନ ସୁଯୋଗ ଅନ୍ତର୍ଭୁକ୍ତ, ଗ) ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ କୃଷି ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ସଂସ୍କାର, ଘ) ଶୁଷ୍କ, ଅର୍ଦ୍ଧ-ଶୁଷ୍କ, ପାହାଡ଼ିଆ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଙ) କୃଷି ସାମଗ୍ରୀର ଗୁଣବତ୍ତା ଏବଂ ମୂଲ୍ୟ ପ୍ରତିଯୋଗିତା ବୃଦ୍ଧି କରିବା ପାଇଁ ନୀତି ପ୍ରଣୟନ। କମିଶନ ପକ୍ଷରୁ ପ୍ରଦତ୍ତ ଚୂଡ଼ାନ୍ତ ରିପୋର୍ଟରେ ଚାଷୀ ଦୁର୍ଦ୍ଦଶାର କାରଣ ଏବଂ ଚାଷୀ ଆତ୍ମହତ୍ୟା ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଥିଲା ଏବଂ ଚାଷୀଙ୍କ ପାଇଁ ଏକ ସାମଗ୍ରିକ ଜାତୀୟ ନୀତି ମାଧ୍ୟମରେ ସେଗୁଡ଼ିକୁ ସମାଧାନ କରିବାକୁ କୁହାଯାଇଥିଲା। ଏଥିରେ ଭୂସଂସ୍କାର, ଜଳସେଚନ, ଋଣ ଏବଂ ବୀମା, ଖାଦ୍ୟ ସୁରକ୍ଷା, ନିଯୁକ୍ତି, କୃଷି ଉତ୍ପାଦକତା ଏବଂ କୃଷକମାନଙ୍କ ମଧ୍ୟରେ ପ୍ରତିଯୋଗୀ ମାନସିକତା ସୃଷ୍ଟି କରିବାକୁ ସୁପାରିଶ କରାଯାଇଥିଲା। କୃଷି ସାମଗ୍ରୀ ଗୁଡ଼ିକର ଅନ୍ତର୍ଜାତୀୟ ମୂଲ୍ୟ ଦ୍ରୁତ ଭାବରେ ହ୍ରାସ ପାଇଲେ, ବିଦେଶରୁ ଶସ୍ତା ଖାଦ୍ୟଦ୍ରବ୍ୟ ଆମଦାନୀରୁ ଚାଷୀମାନଙ୍କୁ ରକ୍ଷା କରିବାପାଇଁ କମିଶନ ମଧ୍ୟ ଧ୍ୟାନ ଦେଇଥିଲେ। ସେ କହିଥିଲେ, ଚାଷଜମି ଓ ଜଙ୍ଗଲଜମିକୁ ଅଣ-କୃଷି ଉଦ୍ଦେଶ୍ୟରେ କର୍ପୋରେଟ ସଂସ୍ଥା ହାତକୁ ଟେକି ଦିଆ ନଯାଉ, ଚାରଣଭୂମି ଅଧିକାର ଏବଂ ଜଙ୍ଗଲ ମଧ୍ୟକୁ ଋତୁକାଳୀନ ପ୍ରବେଶ ଅଧିକାର ମିଳୁ। ଜାତୀୟ ଭୂମି ବ୍ୟବହାର ପରାମର୍ଶଦାତା ସେବା ପ୍ରଦାନ କରାଯାଉ, ଚାଷଜମିର ବିକ୍ରୟକୁ ନିୟନ୍ତ୍ରଣ କରାଯାଉ। ସେହିଭଳି, ବର୍ଷାଜଳ ଅମଳ ଏବଂ ଜଳଭଣ୍ଡାରର ମାଧ୍ୟମରେ ଜଳ ଯୋଗାଣ ବୃଦ୍ଧି କରିବା ବାଧ୍ୟତାମୂଳକ ହେଉ। ସ୍ୱାଭାବିକ ଭାବେ ବେଶ୍ ସନ୍ତୁଳିତ ଜଣାପଡୁଥିଲା କମିଶନଙ୍କ ସୁପାରିଶ। ଆମେ କିନ୍ତୁ ସ୍ୱାମୀନାଥନ୍ ଦେଇଥିବା ଏତେଗୁଡ଼ିଏ ପ୍ରସ୍ତାବରୁ ଆମେ ଗୋଟିଏ ସହଜ କଥାକୁ ଜାବୁଡ଼ି ଧରିଛେ- ଫସଲର ବିକ୍ରିମୂଲ୍ୟ ବଢୁ। କେବଳ ଏହି ଗୋଟିକ କଥା ତ ସ୍ୱାମୀନାଥନ୍ କହି ନଥିଲେ!

ଭାରତ ଭଳି ଏକ ଗଣତନ୍ତ୍ରରେ ଏଭଳି ଆଦର୍ଶ ସୁପାରିଶ ଗୁଡ଼ିକୁ ଆମେ କହୁ ବୈପ୍ଲବିକ; କିନ୍ତୁ ସେସବୁକୁ ପାଳନ କରିବା କେବଳ ଅସମ୍ଭବ ନୁହେଁ, ବରଂ ଅନୁଚିତ କହିହେବ। ସାମାଜିକ-ଅର୍ଥନୀତିର ମୌଳିକ ନିୟମଗୁଡ଼ିକୁ ଏହା ଉଲଂଘନ କରେ। ଆମ ଦେଶରେ ହେକ୍ଟର ପିଛା ଉତ୍ପାଦିତ ହାରାହାରି ଫସଲ ପରିମାଣ ବହୁତ କମ୍। ଆମେ ହେକ୍ଟର୍ ପିଛା ୨,୯୨୯ କେଜି ଧାନ ଅମଳ କରୁଥିଲା ବେଳେ ଚୀନରେ ଏହା ୬,୩୨୧ କେଜି ଓ ଆଖୁ କ୍ଷେତ୍ରରେ ଯଥାକ୍ରମେ ୬୮,୦୧୨ ଓ ୮୫,୨୯୪ କେଜି। ଦକ୍ଷିଣ ଆଫ୍ରିକାରେ ହେକ୍ଟର୍ ପିଛା ଧାନ ଅମଳ ହୁଏ ୬,୬୨୨ ଓ ଆଖୁ ଅମଳ ହୁଏ ୮୦,୭୮୭ କେଜି। ଊଣା ଅଧିକେ ସମାନ ଖର୍ଚ୍ଚ ବହନ କରି ଚାଷୀ ଏତେ ଅଧିକ ଅମଳ କିମ୍ବା କମ୍ ଅମଳ ପାଇବାର ମୂଳ କାରଣ ଅନୁଧ୍ୟାନ ନକରି କେବଳ ଏମଏସପି ବଢ଼ାଇବା ଠିକଣା ପଦକ୍ଷେପ ନୁହେଁ।

ସ୍ୱାମୀନାଥନ୍ କମିଶନ କହିଥିଲେ ଯେ, କୃଷି-ଭିତ୍ତିଭୂମି ଯଥା ଜଳସେଚନ, ଜଳ ନିଷ୍କାସନ, ଭୂମି ବିକାଶ, ଜଳ ସଂରକ୍ଷଣ, ଗବେଷଣା ବିକାଶ ଏବଂ ରାସ୍ତା ସଂଯୋଗୀକରଣ ଇତ୍ୟାଦି ବଢ଼ାଯିବା ଆବଶ୍ୟକ। ଚାଷ ପାଇଁ ସମୟୋଚିତ ଏବଂ ପର୍ଯ୍ୟାପ୍ତ ଋଣ ଯୋଗାଣ ଆବଶ୍ୟକ। ବିପର୍ଯ୍ୟୟ ସମୟରେ ଋଣ ଉପରେ ସୁଧ ଛାଡ଼ କରିବା, କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ହେଲେ, ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ କୃଷି ବିପଦ ପାଣ୍ଠି ପ୍ରତିଷ୍ଠା, ମହିଳାଚାଷୀଙ୍କୁ ଜମି ପଟ୍ଟା ଓ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ, ସମନ୍ୱିତ କୃଷି ପାଇଁ ଫସଲ-ପଶୁପାଳନ-ମାନବ ସ୍ୱାସ୍ଥ୍ୟ ବୀମା ପ୍ୟାକେଜ୍ ଦେବାକୁ କହିଥିଲେ। ଆମ ଦେଶର ଜନସଂଖ୍ୟାର ପ୍ରାୟ ୫୮ ପ୍ରତିଶତ ଚାଷଜମିର ମାଲିକ ଏବଂ ୬୦ ପ୍ରତିଶତ କୃଷି କ୍ଷେତ୍ରରେ ନିର୍ଭରଶୀଳ ହୋଇଥିବାରୁ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା ଏହାର ୮୦ ପ୍ରତିଶତ। ସେଥିରେ ପୁଣି ସମସ୍ତଙ୍କର ଥାଏ ବିକ୍ଷିପ୍ତ ଭାବେ ଛୋଟ ଛୋଟ କିଆରି, ଯେଉଁଥିରେ ଟ୍ରାକ୍ଟର୍ ଓ ବଡ଼ ଆକାରର ଆଧୁନିକତମ କୃଷି ଯନ୍ତ୍ରପାତି ବ୍ୟବହାର ଅସମ୍ଭବ। ଏଣୁ, ବଡ଼ ଚକରେ ଚାଷ କରୁଥିବା ଚୀନ୍ ଓ ଦକ୍ଷିଣ ଆଫ୍ରିକାରେ ହେକ୍ଟର୍ ପିଛା କୃଷି ଉତ୍ପାଦନ ସହିତ ଭାରତ ତୁଳନୀୟ ନୁହେଁ। ଏଥିପାଇଁ ଯେଉଁ ବ୍ୟବସ୍ଥା ଆବଶ୍ୟକ, ତାହା ସ୍ୱାମୀନାଥନ୍ କମିଶନ କହି ନଥିଲେ। ମଜାକଥା ଯେ, ସେ ଖାଦ୍ୟ ସୁରକ୍ଷା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ, ଯେଉଁଥିପାଇଁ ୨୦୧୩ ମସିହା ସେପ୍ଟେମ୍ବର ମାସରେ ଆଇନ କରାଗଲା। ଏହାକୁ ଲାଗୁ କରାଯିବା ପରେ, ଏଥିରୁ ରାଜନୈତିକ ଲାଭ ଉଠା ଯାଉଛି। ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ, କ୍ଷେତରେ କାମ କରିବାକୁ ଲୋକ ମିଳୁ ନାହାନ୍ତି। ଲୋକଙ୍କୁ ମାଗଣାରେ ଚାଉଳ ଓ ଗହମ ମିଳୁଛି, ଛାତ ଘର, ସୁଭଦ୍ରା, ହରିଶ୍ଚନ୍ଦ୍ର ଭଳି ଯୋଜନା ସହିତ ସେମାନେ ବିଭିନ୍ନ ତୁଷ୍ଟିକରଣ ଓ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ହୋଇଛନ୍ତି। କାଦୁଅରେ ପଶି କାମ କରିବାକୁ ସେମାନେ ଆଗ୍ରହୀ ନୁହନ୍ତି। ଯେଉଁମାନେ କାମ କରୁଛନ୍ତି, ସେମାନେ କମ୍ କାମ କରି ଅଧିକ ମଜୁରୀ ମାଗୁଛନ୍ତି।

ଏବେ ସମୟ ଆସିଛି ପରିବର୍ତ୍ତିତ ସାମାଜିକ-ରାଜନୈତିକ-ଅର୍ଥନୈତିକ ବାସ୍ତବତା ଅନୁସାରେ କୃଷି ବ୍ୟବସ୍ଥାକୁ ସଜାଡ଼ିବା ପାଇଁ। ଚାଷଜମିର ମାଲିକାନା ଲୋକଙ୍କ ହାତରେ। ସେମାନେ ଚାହିଁଲେ, ଫସଲ ଚାଷ କରିବେ, ନହେଲେ ପଡ଼ିଆ ପକାଇଲେ କେହି କହିବାକୁ ନାହିଁ। ସେମାନେ କେଉଁ ଋତୁରେ କେଉଁ ଫସଲ ଚାଷ କରିବେ, ତାହାର ନିଷ୍ପତ୍ତି ବି ସେମାନଙ୍କ ହାତରେ। ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଘୋଷଣା କରାଗଲା ଯେ ଓଡ଼ିଶା ସରକାର ଏମଏସପି ଉପରେ ଇନପୁଟ୍ ସବସିଡି ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିନେବେ। ଏଥିରେ ଚାଷୀମାନେ ବା କାହିଁକି ପରିବା କିମ୍ବା ଆଳୁ ପିଆଜ ଚାଷ କରିବାକୁ ମନ ବଲାଇବେ? ସମସ୍ତେ ଧାନ ଚାଷ କଲେଣି। ‘ସିଏସିପି’ଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପରିକଳ୍ପନା ଚୁଲିକୁ ଗଲା। କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ଗୋଟିଏ ରାସନ୍, ଗୋଟିଏ ସ୍ୱାସ୍ଥ୍ୟ କାର୍ଡ଼, ଗୋଟିଏ ନାଗରିକ ସଂହିତା କଥା କହୁଥିଲା ବେଳେ, ଗୋଟିଏ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ପରିକଳ୍ପନାର ଉଲଂଘନ ହେଉନାହିଁ କି?

ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନକୁ ଆଇନ ପରିସରକୁ ଆଣିବା ପାଇଁ ଚାଷୀସଂଘ ଆନ୍ଦୋଳନ କରିବାକୁ ଅଡ଼ି ବସିଛନ୍ତି। କେବଳ ୨୩ଟି ଫସଲ ନୁହେଁ, ବରଂ ମାଛ, ଅଣ୍ଡା ସମେତ ସମସ୍ତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରୁ ଉତ୍ପାଦିତ ସାମଗ୍ରୀ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ନିଶ୍ଚିତ କରିବାକୁ ଆଇନ କରାଯାଉ ବୋଲି ସେମାନେ ଚାହାନ୍ତି। ଏପରି ଆଇନ ଆସିଲେ, ବେପାରୀଙ୍କ ବିରୁଦ୍ଧରେ ମାମଲା ସଂଖ୍ୟା ବଢ଼ି ଚାଲିବା ନିଶ୍ଚିତ। ସରକାର ସମସ୍ତ କୃଷି ଉତ୍ପାଦ ଗୁଡ଼ିକୁ ଏମଏସପି ପ୍ରଦାନ କରି କିଣିବା ଓ ବିକ୍ରି କରିବା ଏକ ଅବାସ୍ତବ ପରିକଳ୍ପନା। ଏପରି କଲେ, କେନ୍ଦ୍ର ସରକାରଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି କୃଷି ଅର୍ଥନୀତିଜ୍ଞଙ୍କ ମତ। ଏହାର ଭୟଙ୍କର ପରିଣାମ ଦେଖାଯିବ ଖାଉଟି ବଜାର ଉପରେ। ଧାନ, ଗହମ ମୂଲ୍ୟ ବଢ଼ିଲେ ଚାଉଳ, ଅଟା, ସୁଜି ଓ ବିସ୍କୁଟ୍, ଡାଲି ଓ ତେଲ ସମେତ ସମସ୍ତ ଖାଦ୍ୟ ପଦାର୍ଥର ଦରଦାମ ବଢ଼ିଯିବ। କର୍ମଚାରୀ ଓ ଶ୍ରମିକଙ୍କ ଦରମା ଓ ମଜୁରୀ ବଢ଼ିଯିବ। ଦେଶରେ ମୁଦ୍ରାସ୍ଫୀତି ଉତ୍କଟ ହେବ। ଭାରତୀୟ ବ୍ୟବସାୟୀମାନେ ବିଦେଶରୁ ଶସ୍ତାରେ କୃଷିଜାତ ଖାଦ୍ୟଶସ୍ୟ, ଫଳ, ପରିବା, ତୁଳା, ଚିନି ଆଦି ଆମଦାନୀ କରିବେ କିମ୍ବା ଚୋରାରେ ଆଣିବେ। ଚାଷୀମାନେ, ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ, ଦୁରବସ୍ଥାରୁ ରକ୍ଷା ପାଇବା ବଦଳରେ ଚକ୍ରବ୍ୟୁହ ମଧ୍ୟରେ ଅଣନିଃଶ୍ୱାସୀ ହୋଇଯିବେ।

ଏହାର ସମାଧାନ ପାଇଁ ପ୍ରତ୍ୟାହୃତ ହୋଇ ଯାଇଥିବା ତିନୋଟି କୃଷି ଆଇନ କାର୍ଯ୍ୟକାରୀ ହେବା ଆବଶ୍ୟକ ମନେହୁଏ। ଏହାକୁ ସାମାନ୍ୟ ସଂଶୋଧନ କରାଯାଇ ପୁନର୍ବାର ଲାଗୁ କରାଗଲେ, ଆମ ଦେଶର କୃଷକ ଲାଭବାନ ହେବେ। ନିଜ ଜମିର ମାଲିକାନା ନିଜ ହାତରେ ରଖି ସେମାନେ ଗୋଟିଏ ଅନୁଷ୍ଠାନ ସହିତ ଚୁକ୍ତି କରି ଚାଷ କରିବେ। ବୃହତ୍ ଅନୁଷ୍ଠାନମାନେ ଆଧୁନିକତମ ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ର ବ୍ୟବହାର କରି ବର୍ଷସାରା ତିନି ଚାରୋଟି ଫସଲ ଚାଷ କରିବେ। ବଜାର ଚାହିଦା, ରପ୍ତାନୀ ସମ୍ଭାବନା, ମୃତ୍ତିକା ଓ ଜଳବାୟୁ ଉପଯୋଗୀ ଫସଲ ହେବ। ଜଳସେଚନ ବ୍ୟବସ୍ଥା କରିବେ। ଏଥିରେ ଅଧିକ ଲାଭବାନ୍ ହେବେ ଅନୁପସ୍ଥିତ ଚାଷୀ ଓ କୃଷି ଶ୍ରମିକ କାମ ପାଇବେ। ସମସ୍ତ ଚାଷୀ ପୂର୍ବରୁ ଯାହା ରୋଜଗାର କରୁଥିଲେ, ତାହା ଅପେକ୍ଷା ଅଧିକ ରୋଜଗାର କରିବେ। କୃଷି ଉତ୍ପାଦଗୁଡ଼ିକୁ ଗାଁରେ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ କରିବେ ଚାଷୀ ପରିବାରର କୁଶଳୀ ସଦସ୍ୟ। ଚାଷୀମାନେ ଆଗକୁ ଆଉ ଆତ୍ମହତ୍ୟା କରିବାର ଆଶଙ୍କା ରହିବ ନାହିଁ।

ଚାଷୀ, ଚାଷୀ ନେତା ଓ ରାଜନେତାମାନେ ଏବେ ଏକାଠି ବସି ଏଭଳି କିଛି ଦୂରଦର୍ଶୀ ଆଇନ ଆଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ। ନତୁବା, ରାଜନୈତିକ ଦଳମାନେ କ୍ଷମତାକୁ ଆସିଲେ ସେମାନେ କିଭଳି ଆଇନ ପ୍ରବର୍ତ୍ତନ କରି କୃଷି ଓ କୃଷକଙ୍କର ଉନ୍ନତି ବିଧାନ କରିବାକୁ ଚାହାନ୍ତି, ତାହା ପ୍ରକାଶ କରନ୍ତୁ। ତେବେ ଦେଶବାସୀ ପ୍ରସ୍ତାବିତ ଆଇନ ବିଷୟରେ ଜାଣିବେ, ବିତର୍କ କରିବେ ଓ ଏହା ଫଳରେ କଣ ସବୁ ସୁବିଧା ଓ ଅସୁବିଧା ହେବ, ତାହାର ଆଗୁଆ ଆକଳନ କରି ପାରିବେ। ଏହା ନକରି, ଚାଷୀଙ୍କ ଗରିବୀ ଓ ଅସହାୟତାରୁ ଫାଇଦା ନେବାକୁ ଚେଷ୍ଟା କଲେ, ଏହା ଦେଶ ପାଇଁ ଘାତକ ସାବ୍ୟସ୍ତ ହେବ ନାହିଁ କି? ସ୍ୱାମୀନାଥନ୍ କମିଶନ ସୁପାରିଶ କିଛି ବେଦ, କୋରାନ୍ କି ଗ୍ରନ୍ଥ ସାହିବ୍ ନୁହେଁ ଯେ, ‘ଏମଏସପି’କୁ ନେଇ ଏମିତି ଅନନ୍ତ କାଳ ପାଇଁ ବାଦ ବିବାଦ ଚାଲିଥିବ। ଭାରତୀୟ କୃଷିର ବାସ୍ତବ ସ୍ଥିତି ଏବଂ ବ୍ୟବସ୍ଥାର ବାସ୍ତବତା ପ୍ରତି ସଚେତନ ପ୍ରତ୍ୟେକ ବ୍ୟକ୍ତି ଗୋଲାପ-ଫୁଲିଆ ସୁପାରିଶ ଉପରେ ମୁକ୍ତ-ଚିନ୍ତନ କରିବାର ଆବଶ୍ୟକତା ରହିଛି। ଆମକୁ ମନେ ରଖିବାକୁ ହେବ ଯେ, ଫସଲ ଉତ୍ପାଦନ ଏକ ଜାତୀୟ ଆବଶ୍ୟକତା। ଚାଷୀମାନେ ହିଁ ଫସଲ ଉତ୍ପାଦନ କରୁଥିଲେ, କରୁଛନ୍ତି ଓ ଭବିଷ୍ୟତରେ ମଧ୍ୟ କରିବେ। ବିକଶିତ ଭାରତର ପ୍ରତ୍ୟେକ ବ୍ୟକ୍ତି ଯେପରି କ୍ଷୁଧାମୁକ୍ତ ଜୀବନ ଅତିବାହିତ କରନ୍ତି, ତାହା ସୁନିଶ୍ଚିତ କରିବା ମଧ୍ୟ ଆମର ଜାତୀୟ ଆବଶ୍ୟକତା। ସେଥିପାଇଁ ଆମ ସମସ୍ତଙ୍କୁ ଠିକଣା ମାର୍ଗ ସ୍ଥିର କରିବାକୁ ହେବ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story