ହକି ମହାକୁମ୍ଭ ଆୟୋଜନରୁ ଲାଭ କ’ଣ?

ଜାନକୀଶ ବଡ଼ପଣ୍ଡା: ଆସନ୍ତା ୨୦୨୩ ନୂଆବର୍ଷ ଜାନୁଆରୀ ୧୩ ତାରିଖଠାରୁ ୨୯ ତାରିଖ ଯାଏଁ ୧୫ଶ ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଲଗାତାର ଦ୍ଵିତୀୟ ଥର ପାଇଁ ଏହା ଆମ ଓଡ଼ିଶାରେ ଅନୁଷ୍ଠିତ ହେବା ନିଶ୍ଚୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ବିଷୟ। ଏଥର କିନ୍ତୁ କେବଳ ଭୁବନେଶ୍ୱର ନୁହେଁ, ଓଡ଼ିଶାର ହକି ଖେଳର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ଇସ୍ପାତ ସହର ରାଉରକେଲାର ୨୦,୦୦୦ ଆସନ ବିଶିଷ୍ଟ ଭାରତର ସର୍ବବୃହତ ବିର୍ସା ମୁଣ୍ଡା […]

cup

cup

Debendra Prusty
  • Published: Wednesday, 28 December 2022
  • Updated: 28 December 2022, 06:01 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା:

ଆସନ୍ତା ୨୦୨୩ ନୂଆବର୍ଷ ଜାନୁଆରୀ ୧୩ ତାରିଖଠାରୁ ୨୯ ତାରିଖ ଯାଏଁ ୧୫ଶ ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଲଗାତାର ଦ୍ଵିତୀୟ ଥର ପାଇଁ ଏହା ଆମ ଓଡ଼ିଶାରେ ଅନୁଷ୍ଠିତ ହେବା ନିଶ୍ଚୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ବିଷୟ। ଏଥର କିନ୍ତୁ କେବଳ ଭୁବନେଶ୍ୱର ନୁହେଁ, ଓଡ଼ିଶାର ହକି ଖେଳର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ଇସ୍ପାତ ସହର ରାଉରକେଲାର ୨୦,୦୦୦ ଆସନ ବିଶିଷ୍ଟ ଭାରତର ସର୍ବବୃହତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ମଧ୍ୟ ୨୦ଟି ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେବେ, ଫାଇନାଲ୍ ମ୍ୟାଚ ଖେଳାଯିବ ୧୫ ହଜାର ଆସନ ବିଶିଷ୍ଟ କଳିଙ୍ଗ ଷ୍ଟାଡିୟମରେ। ଭାରତୀୟ ପୁରୁଷ ହକିଦଳ ଭୁବନେଶ୍ୱରରେ ପହଞ୍ଚିଯିବା ପରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ପରେ ପରେ ଆଉ ୧୫ଟି ବିଦେଶୀଦଳମାନେ ଆସିଯିବେ। ଜାନୁଆରୀ ୧୩ ତାରିଖ ମଧ୍ୟାହ୍ନ ଗୋଟାଏ ବେଳେ କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ମ୍ୟାଚରେ ଭାଗନେବେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ଦଳ। ସେହିଦିନ ରାଉରକେଲାରେ ସନ୍ଧ୍ୟା ୫ଟାରେ ନୂତନ ଷ୍ଟାଡିଅମରେ ଖେଳିବେ ଇଂଲଣ୍ଡ ଓ ୱେଲସ। ଜାନୁଆରୀ ମାସ ସାରା ସମଗ୍ର ବିଶ୍ୱର ଧ୍ୟାନ ରହିବ ଓଡ଼ିଶାର ଉଭୟ ସହର ଉପରେ।

ସମଗ୍ର ବିଶ୍ୱର ଟିଭି କିମ୍ବା ମୋବାଇଲ୍ ସ୍କ୍ରିନରେ ଯେ କେବଳ ଏହି ଦୁଇ ସହରରେ ଖେଳା ଯାଉଥିବା ହକି ମ୍ୟାଚ ରହିବ ତାହା ନୁହେଁ;  ବରଂ ଏହି ଦୁଇ ସ୍ମାର୍ଟ ସହର ସହିତ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ବିଶ୍ୱବାସୀ ଦେଖି ପାରିବେ। ଅନେକ ପର୍ଯ୍ୟଟକ ଏହି ସମୟରେ ଓଡ଼ିଶାକୁ ଆସିବେ। ଓଡ଼ିଶା ବିଶ୍ୱ ହକି ପ୍ରତିଯୋଗିତା ଆୟୋଜନ କରି ନିଜର ପତିଆରା ବଢ଼ାଇବା ସହ ବହୁ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବାକୁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛି। ସେଥିପାଇଁ ଗତ କିଛି ମାସ ଧରି ଉଭୟ ସହରକୁ ବିୟୁଟି ପାର୍ଲରରେ ନବବଧୂଙ୍କୁ ବେଶ କଲାଭଳି ସଜାଯାଉଛି। କୋଭିଡ ମହାମାରୀର ଆଶଙ୍କା ମଧ୍ୟରେ ଏହି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସଫଳ ହେବା  ଅସମ୍ଭବ ମନେହେଉଥିଲେ ବି ଏଥିରୁ ଓଡ଼ିଶା ସରକାରଙ୍କ ରାଜନୈତିକ ଲକ୍ଷ୍ୟ ଯେ ସଫଳ ହେବ ତାହା ନିଃସନ୍ଦେହରେ କୁହାଯାଇପାରେ।

ଓଡ଼ିଶାକୁ ବୁଲିବାକୁ ଆସୁଥିବା ନିୟମିତ ବିଦେଶୀ ପର୍ଯ୍ୟଟକମାନଙ୍କ ମଧ୍ୟରୁ ଅଧିକାଂଶ ଆମେରିକୀୟ। ଆମେରିକା, ଚୀନ ଓ ରୁଷ ଭଳି ଦେଶ ହକି ମହାକୁମ୍ଭରେ ଭାଗ ନେଉ ନଥିବାରୁ ସେଠାରୁ କ୍ରୀଡ଼ା ପର୍ଯ୍ୟଟକଙ୍କ ଆଗମନ ସମ୍ଭାବନା ନାହିଁ। ହୁଏତ ହକି ପ୍ରତିଯୋଗିତାରେ ଭାଗ ନେଉଥିବା ୟୁରୋପୀୟ ଦେଶମାନଙ୍କରୁ ଅଧିକ ପର୍ଯ୍ୟଟକ ଏହି ସମୟରେ ଓଡ଼ିଶା ଆସିବେ। କିନ୍ତୁ ଏଥିରୁ ରାଜ୍ୟ ପର୍ଯ୍ୟଟନ ଆଶାନୁରୂପ ଭାବେ ସବୁଦିନିଆ ଲାଭ ପାଇ ନପାରେ। ବିଶ୍ୱକପ ଫୁଟବଲ ଓ ଅଲିମ୍ପିକ୍ସ ପରି ବୃହତ କ୍ରୀଡ଼ା ମହୋତ୍ସବ ତୁଳନାରେ ହକି-ବିଶ୍ୱକପ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସମ୍ଭାବନା ନାହିଁ। ଦ୍ଵିତୀୟରେ, କୋଭିଡ ମହାମାରୀ କାରଣରୁ ଅନ୍ତର୍ଜାତୀୟ ପର୍ଯ୍ୟଟନ ଶିଳ୍ପ ଏବେ ଅତ୍ୟନ୍ତ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହି ଅବସ୍ଥା ସୁଧୁରିଲା ବେଳକୁ ପରବର୍ତ୍ତୀ କ୍ରୀଡ଼ା ମହାକୁମ୍ଭ ଆୟୋଜନକାରୀ ରାଷ୍ଟ୍ରକୁ ପର୍ଯ୍ୟଟକମାନେ ନଯାଇ ଓଡ଼ିଶାକୁ ଅବା ଆସିବେ କାହିଁକି? ସେଥିପାଇଁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରମାନଙ୍କରେ ପ୍ରକୃତିଦତ୍ତ ବିଭବ ସହିତ ଏପରି ଅତ୍ୟାଧୁନିକ କିମ୍ବା ପାରମ୍ପରିକ ସୁବିଧା ସୁଯୋଗ ସୃଷ୍ଟି ହେବା ଆବଶ୍ୟକ ଯାହା ଜଣେ ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବାକୁ ବାରମ୍ବାର ଆକୃଷ୍ଟ କରିବ। ଆମେ ଏହି କ୍ଷେତ୍ରରେ ପଛୁଆ ରହିଛେ।

ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ତଥ୍ୟ ଉପରେ ଏକ ବିଶ୍ଳେଷଣ କଲାପରେ ଏହା ସ୍ପଷ୍ଟ ଯେ, କ୍ରୀଡ଼ା ମହାକୁମ୍ଭ ଆୟୋଜନରୁ ଆଖିଦୃଶିଆ ପର୍ଯ୍ୟଟନ ବିକାଶ ହୁଏନାହିଁ। ଆମେ ୨୦୧୮ ମସିହାରେ ଓଡ଼ିଶାରେ ବିଶ୍ୱକପ ହକି ଆୟୋଜନ କରିଥିଲେ। ୨୦୧୫ ଠାରୁ ୨୦୨୧ ଯାଏଁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାକୁ ବିଶ୍ଳେଷଣ କଲେ ଆମେ ଦେଖିବା ଯେ, ଓଡ଼ିଶାକୁ ୨୦୧୫ରେ ୬୬,୯୭୧, ୨୦୧୬ରେ ୭୬,୩୬୧, ୨୦୧୭ରେ ୧,୦୦,୦୧୪, ୨୦୧୮ରେ ୧,୧୦,୮୧୮ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଏଥିରୁ ୨୦୧୮ରେ ୧୭,୫୮୮ ଜଣ ହକିଖେଳ କାରଣରୁ ଆସିଥିଲେ। ସେ ବର୍ଷ କୋଭିଡ ନଥିଲା। ୨୦୧୮ ବର୍ଷ ହକି ମହାକୁମ୍ଭ ହୋଇ ନଥିଲେ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବବର୍ଷ ଅପେକ୍ଷା କମିଯାଇ ୯୩,୨୩୦ରେ ପହଞ୍ଚି ଥାଆନ୍ତା। ତେବେ, ୨୦୧୯ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧,୧୫,୧୨୮ରେ ପହଞ୍ଚି ଥିଲେ ହେଁ ୨୦୨୦ରେ ୧୦,୨୦୬ ଓ ୨୦୨୧ରେ ମାତ୍ର ୨,୨୬୯ରେ ସୀମିତ ରହିଯିବା ସୂଚାଏ ଯେ, କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବା ଅପେକ୍ଷା ଉତ୍ତମ ଆଇନ ଶୃଙ୍ଖଳା, ଗମନାଗମନ ସମେତ ଭିତ୍ତିଭୂମି ଓ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

କେହି କହିପାରନ୍ତି, ଏକ ମହାକୁମ୍ଭ  ଆୟୋଜନ କରିବାର ମୁଖ୍ୟ ଲାଭ ହେଉଛି ଯେ ପରବର୍ତ୍ତୀ ବର୍ଷଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ - କେବଳ ମହାକୁମ୍ଭ ସମୟରେ ନୁହେଁ। ଦେଖାଯାଇଛି ଯେ ଆୟୋଜକ ଦେଶଗୁଡ଼ିକ ମହାକୁମ୍ଭ ଆୟୋଜନ କରିବାର ବର୍ଷେ ଦୁଇବର୍ଷ ପୂର୍ବରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଆନ୍ତି, ପରେ ନୁହେଁI ୧୯୬୪ରୁ ୨୦୦୮ ମଧ୍ୟରେ ଅନୁଷ୍ଠିତ ୧୦ଟି ଅଲିମ୍ପିକ୍ସର ଏକ ଅନିୟମିତ ନମୁନା ସଂଗ୍ରହରୁ ଜଣାପଡ଼ିଛି ଯେ ଆୟୋଜକ ଦେଶମାନଙ୍କର କ୍ରୀଡ଼ା ପରବର୍ତ୍ତୀ କାଳରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହେବା କିମ୍ବା ନହେବା ସହିତ କ୍ରୀଡ଼ା ଆୟୋଜନର କୌଣସି ସମ୍ପର୍କ ନାହିଁ।

କ୍ରୀଡ଼ା ମହାକୁମ୍ଭ ଆୟୋଜକ ଦେଶ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ସହ ବିଦେଶୀ ନିବେଶକ ଏବଂ ଅନ୍ତର୍ଜାତୀୟ ସଂଗଠନଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରେ। ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ କ୍ରୀଡ଼ା ଆୟୋଜନ କଲାବେଳେ କେବଳ ଆର୍ଥିକ ଲାଭ-କ୍ଷତି  ବିଶ୍ଳେଷଣ ନୁହେଁ, ବରଂ ନୂତନ ଷ୍ଟାଡିୟମ୍, ପରିବହନ ଓ ଯୋଗାଯୋଗ ଭିତ୍ତିଭୂମି ନିର୍ମାଣ କରାଯାଉଥିବାରୁ ଏସବୁର ଦୀର୍ଘମିଆଦୀ ଲାଭର ହିସାବ କରାଯିବା ଆବଶ୍ୟକ। ଏକ ବିକାଶଶୀଳ ଦେଶ ପାଇଁ ଏଭଳି ମହାକୁମ୍ଭ ଆୟୋଜନ କରାଯିବା ଉଚିତ, ଯେଉଁଥିପାଇଁ ଅନେକ ନୂତନ ଭିତ୍ତିଭୂମି ନିର୍ମିତ ହୋଇପାରିବ ଓ ପୁରାତନ ଭିତ୍ତିଭୂମିଗୁଡ଼ିକର ଆଧୁନିକୀକରଣ କରାଯାଇ ପାରିବ। କତାର ଭଳି ଏକ କ୍ଷୁଦ୍ର ଦେଶ ଅନେକ ଖର୍ଚ୍ଚ କରି ଫିଫା ଫୁଟବଲ ବିଶ୍ୱକପ୍ ଆୟୋଜନ କରିବା ପାଇଁ ଅତ୍ୟଧିକ ଭିତ୍ତିଭୂମି ନିର୍ମାଣ କରିବା ଯେତିକି ଅନାବଶ୍ୟକ, ଭାରତ ଭଳି ରାଷ୍ଟ୍ର ଏସିଆଡ଼ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରି ନିଜର ଭିତ୍ତିଭୂମି ଗୁଡ଼ିକୁ ଉନ୍ନତ କରିବା ସେତିକି ଆବଶ୍ୟକ।

ହକି ବିଶ୍ୱକପ ପ୍ରଥମେ ପରିକଳ୍ପନା କରିଥିଲେ ପାକିସ୍ତାନର ଏୟାର ମାର୍ଶଲ ନୁର ଖାନ। 'ୱାର୍ଲ୍ଡ ହକି' ପତ୍ରିକାର ପ୍ରଥମ ସମ୍ପାଦକ ପାଟ୍ରିକ୍ ରୋୱଲିଙ୍କ ମାଧ୍ୟମରେ ସେ ଇଣ୍ଟରନ୍ୟାଶନାଲ ହକି ଫେଡେରେସନ ବା FIHକୁ ତାଙ୍କର ପ୍ରସ୍ତାବ ପଠାଇଥିଲେ। ଏହା ୨୬ ଅକ୍ଟୋବର ୧୯୬୯ରେ ଅନୁମୋଦିତ ହୋଇଥିଲା ଏବଂ ୧୨ ଏପ୍ରିଲ ୧୯୭୦ରେ FIH ପରିଷଦ ଦ୍ୱାରା ଗ୍ରହଣ କରାଯାଇଥିଲା। ବିଶ୍ୱକପ୍ ଉଦଘାଟନୀ ଖେଳ ଅକ୍ଟୋବର ୧୯୭୧ରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଗଲା। ନିଷ୍ପତ୍ତି ନେଲାବେଳକୁ ବାଂଲାଦେଶ ମୁକ୍ତି ଯୁଦ୍ଧ ଆରମ୍ଭ ହୋଇ ନଥାଏ। ପାକିସ୍ତାନ ଏବଂ ଭାରତ ମାତ୍ର କିଛି ବର୍ଷ ପୂର୍ବରୁ ପରସ୍ପର ସହ ଯୁଦ୍ଧ କରିଥାଆନ୍ତି ଓ ବାଂଲାଦେଶ ମୁକ୍ତି ସଂଗ୍ରାମକୁ ଭାରତ ସମର୍ଥନ କରୁଥାଏ। ଯେତେବେଳେ ବିଶ୍ୱକପ ହକିରେ ଭାଗ ନେବାକୁ ପାକିସ୍ତାନ ଭାରତକୁ ଆମନ୍ତ୍ରଣ କଲା ପାକିସ୍ତାନୀ କ୍ରିକେଟ ଖେଳାଳୀ ଅବଦୁଲ ହାଫିଜ କରଦାରଙ୍କ ନେତୃତ୍ୱରେ ପାକିସ୍ତାନୀମାନେ ଭାରତର ଅଂଶଗ୍ରହଣକୁ ବିରୋଧ କରିଥିଲେ। ଫଳରେ ପ୍ରଥମ ହକି ବିଶ୍ୱକପକୁ ପାକିସ୍ତାନରୁ ସ୍ପେନର ବାର୍ସିଲୋନାକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ସେହି ବର୍ଷ କେବଳ ଦଶଟି ଦେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୧୯୭୮ରେ ଚଉଦଟି ଦେଶ ଭାଗ ନେଇଥିଲେ। ୨୦୦୨ ଓ ୨୦୧୮ରେ ଷୋହଳଟି ଲେଖାଏ ଦେଶ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଅବଶିଷ୍ଟ ୧୦ଟି ବିଶ୍ୱକପରେ ୧୨ଟି ଲେଖାଏ ଦେଶ ଅଂଶଗ୍ରହଣ କରିଛନ୍ତି। ପ୍ରତି ତିନି ବର୍ଷରେ ପ୍ରଥମ ତିନୋଟି ହକି ବିଶ୍ୱକପ ଅନୁଷ୍ଠିତ ହୋଇଥିଲା। ୧୯୭୮ ପରଠାରୁ ପ୍ରତି ଚାରି ବର୍ଷରେ ହକି ବିଶ୍ୱକପ ଅନୁଷ୍ଠିତ ହୋଇଆସୁଛି।

ହକି ବିଶ୍ୱକପର ଟ୍ରଫି ବେଶ ଆକର୍ଷଣୀୟ। ଏହା ବଶିର ମୋଜିଦଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା ଏବଂ ପାକିସ୍ତାନୀ ସେନା ଦ୍ୱାରା ନିର୍ମିତ ହୋଇଥିଲା। ୨୭ ମାର୍ଚ୍ଚ ୧୯୭୧ରେ ଏହି ଟ୍ରଫିକୁ ଇଣ୍ଟରନ୍ୟାଶନାଲ ହକି ଫେଡେରେସନଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଫୁଲ ଅଙ୍କା ଗୋଟିଏ ରୂପା ତିଆରି କପ୍ ଅଛି। ରୂପା ତିଆରି ବିଶ୍ୱ-ଗୋଲକକୁ ସୁନା ଛାଉଣି କରାଯାଇ ହାତୀ ଦାନ୍ତ ଓ ଶାଗୁଆନ କାଠରେ ତିଆରି ଭିତ୍ତି ଉପରେ ରଖାଯାଇଛି। ଏହାର ଶିଖର ଦେଶରେ ପ୍ରତୀକ ଭାବେ ହକି ବାଡ଼ି ଏବଂ ବଲ୍ ଅଛି। କେବଳ ଟ୍ରଫିର ଉଚ୍ଚତା ୧୨୦.୮୫ ମିଲିମିଟର ବା ୪.୭୫୮ ଇଞ୍ଚ, ଭିତ୍ତିକୁ ଅନ୍ତର୍ଭୁକ୍ତ କଲେ ଟ୍ରଫିର ସମୁଦାୟ ଉଚ୍ଚତା ୬୫୦ ମିମି ବା ୨୬ ଇଞ୍ଚ। ଏହାର ସମୁଦାୟ ଓଜନ ୧୧,୫୬୦ ଗ୍ରାମ, ଯେଉଁଥିରେ ୮୯୫ ଗ୍ରାମ ସୁନା, ୬,୮୧୫ ଗ୍ରାମ ରୂପା, ୩୫୦ ଗ୍ରାମ ହାତୀ ଦାନ୍ତ ଏବଂ ୩୫୦୦ ଗ୍ରାମ ଶାଗୁଆନ କାଠ ଅନ୍ତର୍ଭୁକ୍ତ।

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା 'ହକି ଇଣ୍ଡିଆ ଲିଗ୍', 'ଚାମ୍ପିଅନ୍ସ ଟ୍ରଫି', 'ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍' ଏବଂ 'ଇଣ୍ଡିଆନ୍ ସୁପର ଲିଗ୍ ମ୍ୟାଚ୍' ଭଳି କିଛି ଉଚ୍ଚ ମାନର ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିସାରିଛି। ପୁରୁଷ ହକି ବିଶ୍ୱକପ୍ ନିଶ୍ଚୟ ଏକ ବଡ଼ ଧରଣର ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା। ଓଡ଼ିଶାକୁ ଏକ ବ୍ରାଣ୍ଡ ଭାବେ ପ୍ରତିଷ୍ଠା କରିବା ଓ ତାହାର ପ୍ରଚାର ପାଇଁ ଏହି ଏହି ମହାକୁମ୍ଭକୁ ବ୍ୟବହାର କରିବାକୁ ଓଡ଼ିଶା ରାଜ୍ୟ ସରକାର ଚାହିଁବା ସ୍ୱାଭାବିକ। ଅତୀତରେ ଲଣ୍ଡନରେ ମହିଳା ବିଶ୍ୱକପ ଏବଂ ଜାକର୍ତ୍ତାରେ ଏସୀୟ କ୍ରୀଡ଼ା ସମେତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ନିଜକୁ ଉପସ୍ଥାପିତ କରିବାର ପ୍ରୟାସ କରିଥିଲା। ଏହାର ପରବର୍ତ୍ତୀ ପଦକ୍ଷେପ ଭାବେ ହକି ମହାକୁମ୍ଭକୁ ଗ୍ରହଣ କରାଯାଇ ପାରିବ।

ଓଡ଼ିଶା ରାଜ୍ୟ ସରକାର ଭାରତୀୟ ହକିଦଳର ପ୍ରାୟୋଜକ ହେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। କଳିଙ୍ଗ ଷ୍ଟାଡିୟମର ନବୀକରଣ ଏବଂ ସମ୍ପ୍ରସାରଣ କରାଯାଇଛି ଓ ଏହାର ଦର୍ଶକ କ୍ଷମତା ଦ୍ୱିଗୁଣିତ ହୋଇଛି। ଏଠାରେ ପୁରୁଣା ଟର୍ଫକୁ ବଦଳାଯାଇ ନୂଆ ଟର୍ଫ ପଡ଼ିଛି। ପୂର୍ବରୁ ୧୯୮୨ରେ ବମ୍ବେ, ୨୦୧୦ରେ ଦିଲ୍ଲୀ ଏବଂ ୨୦୧୮ରେ ଭୁବନେଶ୍ୱରରେ - ଏହିପରି ତିନୋଟି ସଂସ୍କରଣ ହୋଇ ସାରିଛି। ହକି ବିଶ୍ୱକପର ଆଗାମୀ ମହାକୁମ୍ଭ ହେବ ଭାରତରେ ଚତୁର୍ଥ ସଂସ୍କରଣ। ଏହା ଯେପରି ସର୍ବୋତ୍ତମ ହେବ, ସେଥିପାଇଁ ଓଡ଼ିଶାର ଦୁଇଟି ସ୍ମାର୍ଟ ମହାନଗର ମିଳିତ ଭାବେ ଭାଗ ନେଉଛନ୍ତି। ରାଉରକେଲାରେ ଦେଶର ବୃହତ୍ତମ ଅନ୍ତର୍ଜାତୀୟ ହକି ଷ୍ଟାଡ଼ିଅମ, ସମ୍ପ୍ରସାରିତ ବିମାନ ବନ୍ଦର  ପ୍ରସ୍ତୁତ ହୋଇ ରହିଛି।

ଓଡ଼ିଶାରେ ବହୁ ବିଳମ୍ବରେ "ମୋ ସ୍କୁଲ ହକି କ୍ଲବ" ଆରମ୍ଭ କରା ଯାଇଛି। ୩୦ଟି ଜିଲ୍ଲାରେ ୩୦ଟି ସ୍କୁଲରେ ପ୍ରଶିକ୍ଷିତ ହକି ତାଲିମଦାତାଙ୍କୁ ନିଯୁକ୍ତି ମିଳିଛି, ଯେଉଁମାନେକି ୨୪ରୁ ୩୦ ଜଣ ପୁଅ ଓ ଝିଅଙ୍କୁ ହକି ପ୍ରଶିକ୍ଷଣ ଦେବେ। ଭଲ ହୋଇଥାଆନ୍ତା ଯଦି ୨୦୧୮ ବିଶ୍ୱକପ ହକି ପ୍ରତିଯୋଗିତା ପରେ ପରେ ରାଜ୍ୟ ସରକାରଙ୍କ ଉଭୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ସହଯୋଗରେ ହକିଖେଳକୁ ପ୍ରାଧାନ୍ୟ ଦିଆଯାଇଥାଆନ୍ତା। ଏତେବେଳକୁ ଓଡ଼ିଶାର ହକି ଖେଳାଳୀମାନେ ଭାରତୀୟ ହକି ଦଳରେ ପ୍ରାଧାନ୍ୟ ବିସ୍ତାର କରିପାରିଥାଆନ୍ତେ। ବିଳମ୍ବରେ ହେଲେ ବି ଯଦି ସ୍କୁଲ ଓ କଲେଜରେ ଏବେଠାରୁ ହକିକୁ ପ୍ରାଧାନ୍ୟ ଦେବା ଜାରି ରହିବ, ଓଡ଼ିଶାରେ ହକି ଏକ ଗଣକ୍ରୀଡ଼ାରେ ପରିଣତ ହୋଇପାରିବ। ଆଗାମୀ ଦିନରେ ତୃତୀୟ ବିଶ୍ୱକପ ହକି ଓ ଅଲିମ୍ପିକ ହକି ମ୍ୟାଚ ମଧ୍ୟ ଓଡ଼ିଶାରେ ହୋଇପାରିବ ଏବଂ ଆମେ ତିଆରି କରିଥିବା ଭିତ୍ତିଭୂମିର ଉପଯୁକ୍ତ ବ୍ୟବହାର ହୋଇପାରିବ। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କ ଦେଶରେ ଆମେ ଓଡ଼ିଶାରୁ ଏଗାର ଜଣ ମାଇକେଲ କିଣ୍ଡୋ, ଦିଲୀପ ତିର୍କୀ, ଲାଜରୁସ, ରାଣୀ ରାମପାଲ, ଦୀପଗ୍ରେସ ଏକ୍କାଙ୍କ ଭଳି ଖେଳାଳୀ ମଧ୍ୟ ପ୍ରସ୍ତୁତ କରି ପାରିବା, ଏହା ହିଁ ଆଗାମୀ ବିଶ୍ୱକପ ପୁରୁଷ ହକି ମହାକୁମ୍ଭ ଆୟୋଜକ ଓଡ଼ିଶା ସରକାରଙ୍କ ଧ୍ୟେୟ ହେଉ। ନହେଲେ, ବହୁ ଆଡ଼ମ୍ବରେ ଲଘୁକ୍ରିୟା ହିଁ ହେବ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story