କେମିତି ହଜିଲା କଳିଙ୍ଗର ବୀରତ୍ୱ? ଅଧୁରା ରହିଛି ଭୈରବୀ ସାହୁଙ୍କ ଗବେଷଣା

ନାଇଜେରିଆର ପ୍ରସିଦ୍ଧ ଔପନ୍ୟାସିକ ଚେନୁଆ ଅଚେବେଙ୍କର ଏକ ବହୁଳ ବ୍ୟବହୃତ ଉକ୍ତି ହେଲା, ‘ଯେତେବେଳେ କୌଣସି ଆଦିବାସୀ ବୃଦ୍ଧର ମୃତ୍ୟୁ ହୁଏ ସେତେବେଳେ ଜାଣିଥାଅ ଯେ ସେହି ଅଞ୍ଚଳର ଏକ ବିରାଟ ଲାଇବ୍ରେରୀରେ ନିଆଁ ଲାଗିଗଲା।’ ଆଦିବାସୀ ଗୋଷ୍ଠୀର କେହି ବୟସ୍କ ବ୍ୟକ୍ତି ଚାଲିଗଲେ ସେହି ଅଞ୍ଚଳର ଇତିହାସ, ପରମ୍ପରା, ଚଳଣି ଜାଣିବା କଷ୍ଟ ହୋଇଯାଏ। ସେହିଭଳି ଜଣେ ଇତିହାସବିତଙ୍କ ମୃତ୍ୟୁ ହେଲେ ଏକ ବଡ଼ ଭୂଖଣ୍ଡର ଇତିହାସ ଛପିଯାଇଥାଏ।

Late Bhairabi Prasad Sahoo

Late Bhairabi Prasad Sahoo

Debendra Prusty
  • Published: Friday, 13 September 2024
  • Updated: 13 September 2024, 05:16 PM IST

Sports

Latest News

ଦେବ ରଞ୍ଜନ

ଜଣେ ଇତିହାସବିତ ଥିଲେ ପ୍ରଫେସର ଭୈରବୀ ପ୍ରସାଦ ସାହୁ। ସେ ଥିଲେ ଓଡ଼ିଶାର ମଣିଷ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଭାବରେ ଅବସର ନେଇଥିଲେ। ପ୍ରାଚୀନ ଓଡ଼ିଶାର ଜନ ଇତିହାସ (people’s history) ସମ୍ପର୍କରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା। ତାଙ୍କର ଦେହାନ୍ତ ହେବା ଦୁଇ ବର୍ଷ ହୋଇଗଲାଣି। କିନ୍ତୁ ସେ ଛାଡ଼ି ଯାଇଥିବା କାର୍ଯ୍ୟକୁ ସାରିବା ଲାଗି ଆଜି ଗବେଷକଙ୍କ ବଡ଼ ଅଭାବ ଅନୁଭବ ହେଉଛି।

କଳିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୨୬୧ରେ ହୋଇଥିଲା। ଦୟାନଦୀ କୂଳରେ ଘଟିଥିବା ଏହି ଯୁଦ୍ଧରେ ଏହାର ପାଣି ଲାଲ ହୋଇଯାଇଥିଲା। ଯୁଦ୍ଧରେ ଲକ୍ଷେ ଜୀବନହାନୀ ହୋଇଥିଲା ଓ ଦେଢ଼ ଲକ୍ଷ ଜୀବନ ଆଘାତ ପାଇଥିଲେ। ଏହି କାରଣରୁ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିବା ସ୍କୁଲର ପିଲା ପଢ଼ନ୍ତି। ଏହା ଅନେକ ବର୍ଷ ହେଲା ପାଠ୍ୟକ୍ରମରେ ସ୍ଥାନ ପାଇଆସୁଛି।

କିନ୍ତୁ ଅଶୋକଙ୍କ ପ୍ରତିପକ୍ଷରେ କଳିଙ୍ଗ ପ୍ରଦେଶର ରାଜା କିଏ ଥିଲେ ଯାହାଙ୍କ ନେତୃତ୍ୱରେ କଳିଙ୍ଗବାସୀ ଏତେ ବଡ଼ ଯୁଦ୍ଧ ଲଢିଥିଲେ? ସେ କେଉଁ ବଂଶର ରାଜା ହୋଇଥିବେ? ସତରେ କେହି ରାଜା ଥିଲେ ନା ନାହିଁ? ଏହି ପ୍ରଶ୍ନର କୌଣସି ନିର୍ଦ୍ଦିଷ୍ଟ ଉତ୍ତର କୌଣସି ଇତିହାସ ବହିରେ ନାହିଁ।

କୌଣସି ଭୂଖଣ୍ଡରେ ରାଜା ରହିବା ବା ବାହାରୁ ଆସି ଏହି କଳିଙ୍ଗ ଭୂଖଣ୍ଡକୁ ଅକ୍ତିଆର କରିବା ହେଲା ସେହି ଅଞ୍ଚଳରେ ରାଷ୍ଟ୍ର ଗଠନର ପ୍ରାଥମିକ ସୋପାନ। ରାଜା ଅକ୍ତିଆର କରିଥିବା ଭୂଖଣ୍ଡ ଲାଗି କିଛି ନିୟମ ତିଆରି କରିଥାନ୍ତି। ନିଜର ଏକ ସୈନ୍ୟବାହିନୀ ତିଆରି କରନ୍ତି। ନିଜର ପ୍ରଶାସନ ସୃଷ୍ଟି କରନ୍ତି ଓ ନିଜର ସମସ୍ତ ବ୍ୟବସ୍ଥା ଲାଗି ଲୋକଙ୍କ ଉପରେ ଟିକସ ବସାଇଥାନ୍ତି। ଏହା ରାଷ୍ଟ୍ର ଗଠନର ପ୍ରାଥମିକ ପ୍ରକ୍ରିୟା।

‘ଦେବାନମପିୟ ପିୟଦଶୀ’ ଅଶୋକ ଯେ ଏହି ଭୂଖଣ୍ଡକୁ ଜୟ କରିଥିଲେ ଓ ଯୁଦ୍ଧର ଦୃଶ୍ୟ ଦେଖିବା ପରେ ଧର୍ମାଶୋକରେ ପରିଣତ ହୋଇଥିଲେ ତାହାର ଏକମାତ୍ର ପ୍ରମାଣ ହେଉଛି ତାଙ୍କ ପାରିଷଦ ବର୍ଗ ଦ୍ଵାରା ଲିଖିତ ଶିଳାଲେଖ। ଏହି ଶିଳାଲେଖ ଧଉଳିଗିରି ଓ ଗଞ୍ଜାମ ଜିଲ୍ଲାର ଜଉଗଡ଼ ଠାରେ ମିଳୁଛି। ଏଥିରେ କିନ୍ତୁ କଳିଙ୍ଗ ପ୍ରଦେଶର ସେ ସମୟର ରାଜାଙ୍କ ନାମ ନାହିଁ।

ଅଶୋକଙ୍କ ସଂଗଠିତ ସୈନ୍ୟବାହିନୀ ବିପକ୍ଷରେ କଳିଙ୍ଗ ପ୍ରଦେଶରେ ସଂଗଠିତ ସୈନ୍ୟବାହିନୀ ରହିଥିଲା ନା ନଥିଲା? ସେ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ତେବେ କଣ କଳିଙ୍ଗରେ କେହି ରାଜା ନଥିଲେ? ସମଗ୍ର କଳିଙ୍ଗ ଆଦିବାସୀ ବର୍ଗ ମିଳିତ ଭାବରେ ଅଶୋକଙ୍କ ଔଦ୍ଧତ୍ୟର ବିରୋଧ କରିଥିଲେ ଯେମିତି ଆଜି ଆଦିବାସୀମାନେ ସରକାରଙ୍କ କୌଣସି ବିସ୍ଥାପନ ପ୍ରକଳ୍ପର ବିରୋଧ କରୁଛନ୍ତି ବିନା ନେତା ଓ କୌଣସି ରାଜନୈତିକ ଦଳର ସାହାଯ୍ୟରେ? ସେ ସମୟରେ ଏହା କଣ ସ୍ଵତଃ ବିରୋଧ ଥିଲା? ଏହି ପ୍ରଶ୍ନ ଭୈରବୀ ପ୍ରସାଦ ସାହୁଙ୍କ ସାମ୍ନାରେ ମୁଁ ସେ ଦିନ ରଖିବା ଲାଗି ଭାବିଥିଲି।

ମଜାର କଥା ହେଲା ଯେ କଳିଙ୍ଗ ଯୁଦ୍ଧରେ ଯେ ଲକ୍ଷେ ଜୀବନର ମୃତ୍ୟୁ ହୋଇଥିଲା (ଉଭୟ ମଣିଷ ଓ ଯୁଦ୍ଧରେ ନିଯୁକ୍ତ ପଶୁ) ଓ ଦେଢ଼ ଲକ୍ଷ ଜୀବନ ଆଘାତ ପାଇଥିଲେ ସେ ସମ୍ପର୍କରେ ଉପରୋକ୍ତ ଧଉଳିଗିରି ଶିଳାଲେଖ ଓ ଗଞ୍ଜାମ ଜିଲ୍ଲାର ଜଉଗଡ଼ ଶିଳାଲେଖରେ ଉଲ୍ଲେଖ ନାହିଁ। ବରଂ ଅଶୋକଙ୍କ ସାମ୍ରାଜ୍ୟର ସୀମାର ଚାରୋଟି ସ୍ଥାନରେ (ଅଶୋକ ଶିଳାଲେଖ ସଂଖ୍ୟା – ୧୩) ତାଙ୍କର ପାରିଷଦ ବର୍ଗ ଦ୍ଵାରା ଖୋଦିତ ହୋଇଛି। ସେହି ସବୁ ସ୍ଥାନ ହେଲା ଆଜିର ସମୟରେ କ) ଆନ୍ଧ୍ର ପ୍ରଦେଶର କର୍ନୁଲ ଜିଲ୍ଲାର ୟେରାଗୁଡ଼ି, ଖ) ଆଫାଗାନିସ୍ତାନର କନ୍ଦାହାର, ଗ) ଗୁଜୁରାଟର ଗିରନାର ଏବଂ ଘ) ଉତ୍ତର ପ୍ରଦେଶର ଆଲ୍ଲାହାବାଦ।

କଳିଙ୍ଗ ଜୟ କରିବା ଓ ଧର୍ମାଶୋକରେ ପରିଣତ ହେବା କଥା ଧଉଳିଗିରି ଓ ଜଉଗଡ଼ ଶିଳାଲେଖରେ ଖୋଦିତ ହୋଇଥିବା ବେଳେ ଯୁଦ୍ଧରେ ଲକ୍ଷେ ଜୀବନର ମୃତ୍ୟୁ ହେବା ଓ ଦେଢ଼ ଲକ୍ଷ ଜୀବନ ଆଘାତ ପାଇବାର ତଥ୍ୟ ଏହି ଶିଳାଲେଖରେ କାହିଁକି ନାହିଁ? ଏହା କାହିଁକି କଳିଙ୍ଗର ସୀମା ବାହାରେ ଅନ୍ୟ ଚାରିସ୍ଥାନରେ ଉଲ୍ଲେଖ ରହିଲା? କାହିଁକି କଳିଙ୍ଗ ପ୍ରଦେଶ ମଧ୍ୟରେ ଏ ସମ୍ପର୍କରେ ଅଶୋକଙ୍କ ପାରିଷଦମାନେ ଲେଖିବା ଲାଗି ସାହସ କଲେ ନାହିଁ? କଳିଙ୍ଗରେ ହୋଇଥିବା ବିରୋଧ କଣ ତାଙ୍କୁ ଚକିତ କରିଥିଲା? ପରବର୍ତ୍ତୀ ସମୟରେ ପୁଣି ବିରୋଧ ଉଠିପାରେ ବୋଲି ଅଶୋକ କ’ଣ ଅନୁମାନ କରୁଥିଲେ?

ଆଜି ଏହି ପ୍ରଶ୍ନ ସବୁ ଉଠାଇବାର କାରଣ ହେଲା ଯେ ପ୍ରଫେସର ଭୈରବୀ ପ୍ରସାଦ ସାହୁ ଭାରତର ପ୍ରାଚୀନ ଇତିହାସ ବା ଆନସିଏଣ୍ଟ ହିଷ୍ଟ୍ରି ଉପରେ ଗବେଷଣା କରିଥିବା ଜଣେ ଅତି ଜ୍ଞାନୀ ମଣିଷ ଥିଲେ। ତାଙ୍କୁ ଏହି ପ୍ରଶ୍ନ ଗୁଡ଼ିକ କରିବା ଲାଗି ମୁଁ ମନସ୍ଥ କରିଥିଲି।

ପ୍ରଫେସର ଭୈରବୀ ପ୍ରସାଦ ସାହୁଙ୍କୁ ସମ୍ପର୍କ କରିବା ପୂର୍ବରୁ ମୁଁ ପଶ୍ଚିମ ଓଡ଼ିଶା ସମ୍ପର୍କରେ ଏକ ଗବେଷଣାପୂର୍ଣ୍ଣ ଉତ୍ତମ ପୁସ୍ତକ ‘CENTERS OUT THERE? Facets of Sub regional Identities in Orissa’ ପଢ଼ିଥିଲି। ଏହାର ସମ୍ପାଦନା କରିଥିଲେ ହରମାନ କୁଲକେ ଓ ଜର୍ଜ ବର୍କେମର (Hermann Kulke and George Berkemer)। ଏହି ପୁସ୍ତକରେ ଅନ୍ୟତମ ଲେଖା ଭାବରେ ପ୍ରଫେସର ଭୈରବୀ ପ୍ରସାଦ ପଶ୍ଚିମ ଓଡ଼ିଶା ଉପରେ ‘Profiling Dakhina Koshala: An Early Historical Subregion’ ଶୀର୍ଷକ ଲେଖା ଲେଖିଥିଲେ।

ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳର (ଦକ୍ଷିଣ କୋଶଳ) ଏହି ବିରାଟ ଆଦିବାସୀ ଭୂମି କ୍ରମଶଃ ବାହାର ଜଗତ ସହିତ ରାଜା ପରମ୍ପରା ଓ ମନ୍ଦିର ସଂସ୍କୃତି ମଧ୍ୟରେ କେଉଁଭଳି ପରିଚିତ ହୋଇଛି ତାହାକୁ ପ୍ରଫେସର ସାହୁ ଉକ୍ତ ଲେଖାରେ ବର୍ଣ୍ଣନା କରିଛନ୍ତି। ତାଙ୍କ ମତ ଅନୁସାରେ, ଆଜିର ସୋନପୁର ଓ ବୌଦ୍ଧ ଅଂଚଳର ବିଭିନ୍ନ ଶିଳା ଚିତ୍ରରୁ (rock art) ଜଣାପଡ଼େ ଯେ ଏହି ଅଂଚଳରେ ଆଦିମ ଆଧିବାସୀମାନେ ରହୁଥିଲେ। ଏହି ଅଂଚଳ ଘଞ୍ଚ ଜଙ୍ଗଲ ଥିଲା। ଉତ୍ତର ଭାରତ (କୋଷାମ୍ବୀ) ଓ ଦକ୍ଷିଣ ପୂର୍ବ ଭାରତକୁ ଯୋଗ ଦେଉଥିବା ଏକ ବ୍ୟାବସାୟିକ ରାସ୍ତା ଏହି ଘଞ୍ଚ ଜଙ୍ଗଲ ଦେଇ ଯାଇଥିଲା। ପ୍ରାୟ ଚତୁର୍ଥ ଶତାବ୍ଦୀରେ ଗୁପ୍ତ ଶାସନ ସମୟରେ କୋଶଳ ଭୂଖଣ୍ଡର ମହାନଦୀ, ତେଲ ନଦୀ ଓ ଅନ୍ୟ ନଦୀ ଅବବାହିକାରେ ପ୍ରଥମ ରାଜା ଶାସନ ପ୍ରତିଷ୍ଠା ହେବା କଥା ଜଣାପଡୁଛି।

ଅଙ୍ଗ ନଦୀ କୂଳରେ ଅବସ୍ଥିତ ଗଣିଆପାଲି ଓ ନାଗରାଜରେ ଆବିଷ୍କୃତ ସ୍ତୂପରୁ ଜଣାପଡୁଛି ଯେ ବାହ୍ୟ ଧର୍ମ ଭାବରେ ପ୍ରଥମେ ବୌଦ୍ଧ ଧର୍ମ ପଶ୍ଚିମ ଓଡ଼ିଶା ଅଂଚଳକୁ ପ୍ରବେଶ କରିଛି। କିନ୍ତୁ ପରେ ଦକ୍ଷିଣ କୋଶଳ ଅଂଚଳରେ ହିନ୍ଦୁ ମନ୍ଦିର ନିର୍ମାଣ ପ୍ରକ୍ରିୟା ସୋମବଂଶୀ ରାଜାଙ୍କ ସମୟରେ ଦୃତ ବେଗରେ ପ୍ରସାର ଘଟିଛି। ସେମାନେ ଆଜିର ସୋନପୁର, ବଲାଙ୍ଗୀର ଓ ବିଳାସପୁର (ଆଜିର ଛତିଶଗଡ଼ରେ ଅବସ୍ଥିତ) ଅଂଚଳରେ ଅନେକ ମନ୍ଦିର ସ୍ଥାପନ କରିଛନ୍ତି। ସେମାନେ ମନ୍ଦିର ଲାଗି ବ୍ରାହ୍ମଣଙ୍କୁ ଆଣିବା ସହିତ ବିଭିନ୍ନ ଆଦିବାସୀ ଦେବାଦେବୀଙ୍କ ପୂଜା ସ୍ଥଳୀକୁ ମଧ୍ୟ ମନ୍ଦିରର ରୂପ ଦେଇଛନ୍ତି।

ପ୍ରଫେସର ସାହୁଙ୍କ ମତରେ, ଶାସନର ସୁବିଧା ଲାଗି ଭୋଗ, ଭୁକ୍ତି, ରାଷ୍ଟ୍ର ଓ ଆହର ନାମରେ ବିଭିନ୍ନ ଅଞ୍ଚଳକୁ ବାଣ୍ଟି ଦିଆଯାଇ ରାଜାଙ୍କ ଦ୍ଵାରା ଟିକସ ବ୍ୟବସ୍ଥା ଲାଗୁ ହୋଇଛି। ସମାଜରେ ଅସାମାନତା ଏଥିରେ ବଢୁଥିବାରୁ ରାଜା ଧର୍ମର ଆଶ୍ରୟ ନେଇଛି ଓ ନିଜକୁ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ କରିଛି। ଏଥିଲାଗି ରାଜା ଅନେକ ମନ୍ଦିର ତିଆରି କରିଛି। ସେ ନିଜେ ଏହି ମନ୍ଦିର ନିର୍ମିତ ସହରରୁ ଶାସନ କରିଛନ୍ତି। ମନ୍ଦିର ସହର କ୍ରମଶଃ ଶାସନ ମୁଖ୍ୟ ଅଞ୍ଚଳ ଭାବରେ ସ୍ୱୀକୃତି ପାଇଛି। ଏକ ବିରାଟ ଆଦିବାସୀ ଭୂଖଣ୍ଡରେ ବ୍ରାହ୍ମଣଙ୍କୁ ଜମି ଦାନ, ମନ୍ଦିର ନିର୍ମାଣ, ଟିକସ ବ୍ୟବସ୍ଥା ପ୍ରଚଳନ, ନିଜସ୍ଵ ସେନାବାହୀନୀ ଗଠନ ପ୍ରକ୍ରିୟାରେ ରାଷ୍ଟ୍ର ବ୍ୟବସ୍ଥା ସୁରକ୍ଷିତ ହୋଇଛି ଓ ଜାତିପ୍ରଥା କ୍ରମଶଃ ଅଙ୍କୁରିତ ହୋଇଛି। ଏହା ଆଞ୍ଚଳିକ ଅସ୍ମିତା ଗଠନରେ ସହାୟକ ହୋଇଥିବା କଥା ଭୈରବୀ ପ୍ରସାଦ ସାହୁ ଯୁକ୍ତି କରିଛନ୍ତି।

ଯେଉଁ କଳିଙ୍ଗ ପ୍ରଦେଶରେ ଖ୍ରୀଷ୍ଟପୂର୍ବ ୨୬୧ରେ ଏତେ ବଡ଼ କଳିଙ୍ଗ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା ଓ ଯେଉଁଠି ସମ୍ରାଟ ଅଶୋକକୁ କଡ଼ା ଆହ୍ଵାନ ଦିଆଯାଇଥିଲା ସେହି କଳିଙ୍ଗ ରାଜ୍ୟରେ ସୋମ ବଂଶ ଓ ପରବର୍ତ୍ତୀ ରାଜାଙ୍କ ଏଭଳି ନିଷ୍ପତ୍ତି ବିରୁଦ୍ଧରେ କ’ଣ ସତରେ କିଛି ପ୍ରତିବାଦ ହୋଇନଥିବ? ସେ ସମ୍ପର୍କରେ ନା ସେ ନା ଅନ୍ୟ କେହି କିଛି ଉଲ୍ଲେଖ କେଉଁଠାରେ ବି କରିଛନ୍ତି।

ଇଂରେଜ ଆସିବା ପରେ ସ୍ଥାନୀୟ ରାଜା ଓ ଇଂରେଜ ବିରୁଦ୍ଧରେ ଆଦିବାସୀ ମେଳି ଓ ସେମାନଙ୍କ ଲଢ଼େଇ ସମ୍ପର୍କରେ ଆମେ କିଛି ଲିଖିତ ପୁସ୍ତକ ପାଉଛୁ ଯଦିଓ ତାହା ସଂପୂର୍ଣ୍ଣ ଚିତ୍ର ଦେଉନାହିଁ। ତଥାପି ସେହି ଆଦିବାସୀ ନେତୃବର୍ଗଙ୍କ ମଧ୍ୟରେ ଅଛନ୍ତି ରିଣ୍ଡୋ ମାଝୀ, ଫଗୁନ ମାଝୀ ପ୍ରମୁଖ। କିନ୍ତୁ କଳିଙ୍ଗ ଯୁଦ୍ଧ (୨୬୧ବିସି) ଠାରୁ ଇଂରେଜ ବିରୋଧୀ ଲଢ଼େଇ (୧୮୩୦ ଏଡି) ପର୍ଯ୍ୟନ୍ତ ଅନ୍ୟୁନ୍ୟ ଦୁଇ ହଜାର ବର୍ଷ ମଧ୍ୟରେ କଣ ସତରେ କୌଣସି ପ୍ରତିବାଦ ଓ ପ୍ରତିରୋଧ କଳିଙ୍ଗର ଆଦିବାସୀ ସମୁଦାୟ ଦ୍ଵାରା ହୋଇନଥିବ?

ଏହାର ଉତ୍ତର ପାଇବା ଲାଗି ମୁଁ ଲେଖକ ଭୈରବୀ ପ୍ରସାଦ ସାହୁଙ୍କୁ ସମ୍ପର୍କ କରିଥିଲି ଓ ସେ ଏ ସମ୍ପର୍କରେ କହିବା ଲାଗି ମୋତେ ସହମତି ଜଣାଇଥିଲେ। ବିରୋଧ କେବଳ ଯେ ଅସ୍ତ୍ରରେ ବା ଯୁଦ୍ଧରେ ହୋଇଥାଏ ତାହା ନୁହେଁ। ବିରୋଧ ବିଭିନ୍ନ ପ୍ରକାରର ଅଛି। ଯାହା ସେ କେଉଁ ପୁସ୍ତକରେ କେବେ ଉଲ୍ଲେଖ କରିନଥିଲେ ସେଦିନ ସେ ମୋତେ ବର୍ଣ୍ଣନା କରିବେ ବୋଲି ମନସ୍ଥ କରିଥିଲେ।

କିନ୍ତୁ ଏହା ପରବର୍ତ୍ତୀ ଘଟଣା ମୋ ଲାଗି ଅତି ଦୁଃଖଦାୟକ ଥିଲା।

ଭୈରବୀ ସାର୍‌ ଓ ମୁଁ ଏ ସମ୍ପର୍କରେ ଜୁମରେ (ZOOM) ଏକାଠି ହେବାର ତାରିଖ ଓ ସମୟ ଠିକ କରିଥିଲୁ। ତାହା ଅନେକ ପୂର୍ବରୁ ହୋଇଥିଲା। ସେଦିନ ଥିଲା ଫେବୃଆରୀ ୨୬, ୨୦୨୨। ସନ୍ଧ୍ୟା ୭ଟା। ସେହି ସମୟରେ ମୁଁ ଜୁମର ଏକ ପାଖରେ ଅପେକ୍ଷା କରିଛି ଅଥଚ ଭୈରବୀ ସାର୍‌ ଜୁମରେ ଯୋଗଦେଉ ନାହାନ୍ତି। ସେହି ସମୟଠାରୁ ଦୀର୍ଘ ପାଞ୍ଚ ଦିନ ପର୍ଯ୍ୟନ୍ତ ତାଙ୍କ ମୋବାଇଲକୁ ମୁଁ ଫୋନ କରୁଛି ଓ ଇମେଲ କରୁଛି କିନ୍ତୁ କୌଣସି ଉତ୍ତର ଆସୁନାହିଁ।

ମାର୍ଚ୍ଚ ୩ ତାରିଖରେ ଅତି କ୍ଷୁଦ୍ର ଇମେଲଟିଏ ମୋ ନିକଟକୁ ଆସିଲା। ସେଥିରେ ଲେଖାଥିଲା, ‘ଭୈରବୀ ଆଉ ଜୀବିତ ନାହିଁ। ସେ ତୁମ ଆଲୋଚନାରେ ଭାଗ ନେଇପାରୁ ନଥିବା ହେତୁ ଅନେକ ଦୁଃଖ ପ୍ରକାଶ କରୁଥିଲେ। କିନ୍ତୁ ସେହି ମୁହୂର୍ତ୍ତରେ ସେ ହୃଦଘାତ ହେତୁ ଡାକ୍ତରଖାନାରେ ଥିଲେ। ତାହାର ଚାରି ଦିନ ପରେ ସେ ଚାଲିଗଲେ।’ ଏହି ଚିଠି ତାଙ୍କ ସ୍ତ୍ରୀଙ୍କ ଦ୍ଵାରା ଲିଖିତ ଥିଲା।

ମୋ ଆଖି ଓଦା ହୋଇଯାଇଥିଲା।

ଭାରତର ପ୍ରାଚୀନ ଇତିହାସ, ବିଶେଷକରି ସବୁଠାରୁ ଅବହେଳିତ ଓ ଦୁର୍ବଳ ବର୍ଗର ଇତିହାସ ଖୋଜିବାର ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଭୈରବୀ ସାହୁ ଓ ବିଶ୍ୱମୟ ପତିଙ୍କ ଭଳି ବିରଳ ଇତିହାସବିତ ଯେଉଁମାନେ ଏହି ବିଭାଗରେ ବିଶେଷ କାମ କରିଛନ୍ତି ସେମାନେ ଆଜି ମୃତ। ତେଣୁ ସେହି ବର୍ଗ ଓ ସେମାନଙ୍କ ଅଞ୍ଚଳର ଇତିହାସ ଜାଣିବା ଏବେ ଅସମ୍ଭବ ହୋଇଯାଇଛି। ଏକ ବଡ଼ ଭୂଖଣ୍ଡର ଇତିହାସ ପୁଣି ଅନାଲୋଚିତ ହୋଇରହିଗଲା।

ମୋବାଇଲ- ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story