ନିଯୁକ୍ତ ହୁଅନ୍ତୁ ଅଣ୍ଟାଭଙ୍ଗା ବିଭାଗର କ୍ୟାବିନେଟ୍ ମନ୍ତ୍ରୀ!

ବାରିପଦା ଓ ବାଲେଶ୍ୱର ସଭାରେ ବି ବିଜେଡି ଉପରେ ବର୍ଷିଥିଲେ ମୋଦି। ଖଣି, ଚାଷୀ ଓ ଆଦିବାସୀଙ୍କ ପ୍ରସଙ୍ଗରେ ସିଧା ନବୀନ ସରକାରକୁ ଆକ୍ରମଣ କରି କହିଥିଲେ ଯେ, ‘କେନ୍ଦ୍ର ସରକାର ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରେ ହଜାର ହଜାର କୋଟି ଟଙ୍କା ଦେଇଥିଲେ ବି ହେଲେ ବିଜେଡି ଘୋଟାଲା କରିଆସିଛି। ଲୁଟ୍ ମାଲ୍ ବିଦେଶକୁ ଯାଇଥିବା ଚର୍ଚ୍ଚା ହେଉଛି। ଗୋଟି ଗୋଟି କରି ଲୁଟ୍ ମାଲ୍ ଆଦାୟ ହେବ। ଜନତାଙ୍କ ଲୁଟେରା ସାରା ଜୀବନ ଜେଲରେ ରହିବେ।’ ପୂର୍ବରୁ ଫୁଲବାଣୀ ସଭାରେ ମୋଦି ଏହା ବି କହିଥିଲେ ଯେ, ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରି ଚାଲିଛନ୍ତି। ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଅଣ୍ଟା ଭଙ୍ଗାଯିବ।

Jaynarayan Mishra

Jaynarayan Mishra

Debendra Prusty
  • Published: Wednesday, 16 October 2024
  • Updated: 16 October 2024, 12:09 PM IST

Sports

Latest News

ଜାନକୀଶ ବଡପଣ୍ଡା

ସାଧାରଣତଃ ଶପଥ ନେବାର କିଛି ଘଣ୍ଟା ମଧ୍ୟରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଏ। କିନ୍ତୁ, ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ ହେବାର କିଛି ଦିନ ପର୍ଯ୍ୟନ୍ତ ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରି ନଥିଲା। ମୋହନ ସରକାର ପ୍ରଥମ କ୍ୟାବିନେଟ୍ ବୈଠକରେ ବିଭିନ୍ନ ନିଷ୍ପତ୍ତି ଉପରେ ମୋହର ମାରିଥିଲେ ବି ବିଭାଗ ବଣ୍ଟନ ବିଳମ୍ବିତ ହୋଇଥିଲା, ଯାହା ସୂଚନା ଦେଲା ଯେ, ଭାଜପା ପାଇଁ ବିଭାଗ ବଣ୍ଟନର ଗଣିତ କଠିନ। ସମସ୍ତେ ଜାଣିଥିଲେ ଯେ ମୋହନ ମାଝୀଙ୍କ କ୍ୟାବିନେଟରେ ଅଧିକାଂଶ ମନ୍ତ୍ରୀ ପ୍ରଶାସନରେ ଅନଭିଜ୍ଞ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଛାଡ଼ିଦେଲେ ଅନ୍ୟ କେହି ପୂର୍ବରୁ ମନ୍ତ୍ରୀ ପଦ ସମ୍ଭାଳି ନଥିଲେ। ତେଣୁ କେଉଁ ବିଭାଗରେ କାହାର ଦକ୍ଷତା ରହିଛି, କେଉଁ ବିଭାଗ କିଏ ଭଲ ଭାବେ ସମ୍ଭାଳି ପାରିବେ, ସେକଥା ଜାଣିବାକୁ ସମୟ ଲାଗୁଥିଲା। କ୍ୟାବିନେଟରେ ଅନେକ ନବାଗତ ବିଧାୟକ ରହିଥିବାରୁ ସେମାନଙ୍କୁ ବିଭାଗ ବଣ୍ଟନ କରିବା ହୁଏତ ଏତେ ସହଜ ହୋଇ ନଥିଲା।

ବିଜେଡି ସରକାର ସମୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ସର୍ବେସର୍ବା ଥିଲେ। ସମସ୍ତ ସରକାରୀ ନିଷ୍ପତ୍ତି ନେଉଥିଲେ ବାବୁମାନେ। କେବଳ ଭବିଷ୍ୟତରେ ନବୀନଙ୍କ ପାଇଁ କଣ୍ଟା ହେବାର ସମ୍ଭାବନା ନଥିବା ଅନୁଗତଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରାଯାଉଥିଲା। ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିଛି ଏବଂ ସେଥିପାଇଁ ଗଣମାଧ୍ୟମ ତଥା ଜନତାଙ୍କ ତୀକ୍ଷଣ ନଜରରେ ରହିଛି। ଅନେକ ଆଶା ରଖି ରାଜ୍ୟ ସରକାର ତଥା ବିଜେପିର ପ୍ରତିଟି ପଦକ୍ଷେପକୁ ଭଲ କରି ଦେଖୁଛନ୍ତି ଜନତା। ତେଣୁ ସମାଲୋଚନା ଭୟରେ ଅବା କାଳେ କୌଣସି ନିଷ୍ପତ୍ତି ବୁମେରାଂ ହୋଇଯିବ, ଏହି ଆଶଙ୍କାରେ ସତର୍କତାର ସହ ବିଭାଗ ବଣ୍ଟନ ନିଷ୍ପତ୍ତି ନେଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୋଟ୍ ୮ ଜଣ କ୍ୟାବିନେଟ୍ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ଏବେବି ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀପଦ ଖାଲି ରହିଛି। ତେବେ ମନ୍ତ୍ରିମଣ୍ଡଳରେ କିଛି ବରିଷ୍ଠ ନେତାଙ୍କୁ ସ୍ଥାନ ମିଳିନଥିବାରୁ ଅସନ୍ତୋଷ ରହିଛି। ସମ୍ବଲପୁର ବିଧାୟକ ତଥା ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିନାହିଁ। ଆହୁରି ୬ଟି ପଦ ଖାଲି ରହିଥିବା ବେଳେ ବାଚସ୍ପତି, ଉପବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦ ପୂରଣ ହୋଇସାରିଛି। କୁହାଯାଉଛି ଯେ, ଡବଲ୍ ଇଂଜିନ୍ ସରକାର କେନ୍ଦ୍ର ବିଜେପି ନିର୍ଦ୍ଦେଶକୁ ଅପେକ୍ଷା କରିଥିବାରୁ ବିଭାଗ ବଣ୍ଟନ ବିଳମ୍ବିତ ହୋଇଥିଲା ଏବଂ ସମାନ କାରଣରୁ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀପଦ ଖାଲି ରଖାଯାଇଛି। ଆଜିଯାଏଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରେ କାହାରିକୁ ନିଯୁକ୍ତି ଦିଆଯାଇନି। କୁହାଯାଉଛି ଯେ, ଜୟନାରାୟଣ ମିଶ୍ରଙ୍କୁ ଏହି ପଦ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ବିଜେଡି ସରକାରରେ ଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ନବୀନଙ୍କୁ ଶାଣିତ ଆକ୍ରମଣ କରୁଥିଲେ ଜୟନାରାୟଣ। ଫାଇଭ୍-ଟି ହେଉ କି ଅନ୍ୟ କିଛି ପ୍ରସଙ୍ଗ, ସେ ବିଜେପିର ଆକ୍ରମଣାତ୍ମକ ସ୍ୱର ପାଲଟିଥିଲେ। ଜୟନାରାୟଣ ବିରୋଧୀ ଦଳ ନେତା ହେବା ପରେ ହିଁ ବିଜେପିର ଉପସ୍ଥିତିକୁ ରାଜ୍ୟବାସୀ ଅନୁଭବ କରିଥିଲେ। ଜୟନାରାୟଣଙ୍କ ଦୃଢ଼ ତଥା ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ବିଧାନସଭା ଭିତରେ ଓ ବାହାରେ ଅପଦସ୍ତ ହୋଇଥିଲା ବିଜେଡି। ଆଉ ସେଥିପାଇଁ ବିଜେଡିର ଚରମ ଶତ୍ରୁ ପାଲଟି ଯାଇଥିଲେ ସେ। ତାଙ୍କୁ ବିଜେଡି ବିଭିନ୍ନ ସମୟରେ ହଇରାଣ ହରକତ୍ କରୁଥିଲା। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଜିତିବାରେ ଜୟନାରାୟଣଙ୍କର ବଡ଼ ଭୂମିକା ରହିଥିଲା। ରାଜ୍ୟରେ ବିଜେଡିର ଏକମାତ୍ର ବିକଳ୍ପରୂପେ ବିଜେପିକୁ ଗ୍ରହଣୀୟ଼ତା ଦେଇଥିଲେ ଏବଂ କ୍ଷମତାସୀନ କରିବାର ବିନ୍ଧାଣୀ ଥିଲେ ଜୟନାରାୟଣ। ସେ ଜଣେ ଅଭିଜ୍ଞ ରାଜନେତା, ପୂର୍ବତନ ମନ୍ତ୍ରୀ ହୋଇଥିବାରୁ ତାଙ୍କର ପ୍ରାଶାସନିକ ଅଭିଜ୍ଞତା ରହିଛି।

ଓଡ଼ିଶାରେ ଗତ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ‘ଗ୍ୟାରେଣ୍ଟି’କୁ ନେଇ ଚାଲିଥିଲା ତିନୋଟି ପ୍ରମୁଖ ଦଳ ଭିତରେ ଛକାପଞ୍ଝା। ‘ଗ୍ୟାରେଣ୍ଟି’ର ଲଢ଼େଇ ଭିତରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଜନତା-ଜନାର୍ଦ୍ଦନ ଡବଲ୍ ଇଂଜିନ୍ ଶାସନର ‘ଚାବି’ ଧରାଇ ଦେଇଥିଲେ ବିଜେପିକୁ। ଲଢ଼େଇ ଭିତରେ କିନ୍ତୁ ଆଉ ଏକ ‘ଚାବି’କୁ ନେଇ ଆରମ୍ଭ ହୋଇଥିଲା ରୋଚକ ଟଣାଓଟରା। ସେହି ‘ଚାବି’ ଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଳଚାବି। ରତ୍ନଭଣ୍ଡାର କାହିଁକି ଖୋଲା ଯାଉନି, ସେ ନେଇ କଛିବର୍ଷ ଧରି ଚର୍ଚ୍ଚା ଜୋର ଧରିଥିଲା ଏବଂ କ୍ରମଶଃ ‘ଓଡ଼ିଆ ଅସ୍ମିତା’ ସହିତ ଯୋଡ଼ିହୋଇ ରହିଥିବା ଏକ ରୋଚକ ନିର୍ବାଚନ ପ୍ରସଙ୍ଗ ହୋଇଯାଇଥିଲା। ବିଜେପିର ଶୀର୍ଷ ନେତାମାନେ ନିର୍ବାଚନ ପ୍ରଚାର କଲାବେଳେ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟରେ ଥିବା ନବୀନ ସରକାରଙ୍କୁ ଅଡୁଆରେ ପକାଉଥିବାର ଦେଖିବାକୁ ମିଳିଥିଲା। ବିଜେପି ନିଜ ନିର୍ବାଚନ ଘୋଷଣାପତ୍ରରେ ବା ସଂକଳ୍ପପତ୍ରରେ ମଧ୍ୟ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ରଖିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ବିଜେପି ଓଡ଼ିଶାରେ ସରକାର ଗଢିଲେ, ରତ୍ନ ଭଣ୍ଡାର ଖୋଲିବ, ମହାପ୍ରଭୁଙ୍କ ରତ୍ନର ତାଲିକା ସାର୍ବଜନୀନ କରିବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଦମ୍ଭର ସହ କହିଥିଲେ ଯେ, ବିଜେପି ସରକାର ରତ୍ନ ଭଣ୍ଡାର ଚାବି ଖୋଜି ଆଣିବ। ରତ୍ନ ଭଣ୍ଡାର ସୁରକ୍ଷିତ ରହିବା ଉଚିତ୍ କି ନୁହେଁ ବୋଲି ପ୍ରଶ୍ନ କରିବା ସହିତ ରତ୍ନ ଭଣ୍ଡାରର ଅସଲ ଚାବି କେଉଁଠି, ନକଲି ଚାବି କିଏ ବନେଇଲା ଏବଂ ନକଲି ଚାବିରେ ରତ୍ନ ଭଣ୍ଡାର ଖୋଲାହୋଇଛି କି ବୋଲି ପ୍ରଶ୍ନ କରିଥିଲେ ଶାହା। ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ କଣ ହେଲା, ନବୀନ ବାବୁଙ୍କ ସରକାର କାହାକୁ ବଞ୍ଚେଇବାକୁ ଚାହୁଁଛି ବୋଲି ସେ ପଚାରୁଥିଲେ। ବିଜେପି ଓଡ଼ିଶାରେ ସରକାର ଗଠନ କରିବାର ୬ ମାସ ଭିତରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବ ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ ଉଠାଇଥିଲେ।

ବରଗଡ଼ ସଂସଦୀୟ କ୍ଷେତ୍ରରେ ନିର୍ବାଚନୀ ସଭାରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ବିଜେଡି ସରକାରକୁ କିଏ ଚଳାଉଛି ବୋଲି ପ୍ରଶ୍ନ କରିଥିଲେ। ବିଜେଡି ସରକାରକୁ ଆଉଟସୋର୍ସିଂ କରିଦିଆଯାଇଛି। ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ବିଧାୟକ ଓ ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ‘ସୁପରସିଏମ’ ଅଛନ୍ତି। ସେ ଓଡ଼ିଶାକୁ ବୁଝିନାହାନ୍ତି ତାଙ୍କ ହାତକୁ ‘ଓଡ଼ିଶା’ ଯିବା ଉଚିତ୍ କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରିବା ଓ ସ୍ୱାସ୍ଥ୍ୟ ଖରାପ ପଛରେ ଷଡ଼ଯନ୍ତ୍ର ଥିବାର ସନ୍ଦେହ ହୋଇଥିଲା ଅନ୍ୟତମ ରୋଚକ ପ୍ରସଙ୍ଗ। ବ୍ୟୁରୋକ୍ରାଟରୁ ବିଜେଡି ନେତା ବନିଥିବା ଭି.କେ ପାଣ୍ଡିଆନ୍‌ଙ୍କ ସଭାମଞ୍ଚର ଭିଡିଓ ଭାଇରାଲ୍ ପରେ ଅଧିକ ଘନୀଭୂତ ହେଉଥିବା ସେଇ ପ୍ରଶ୍ନ ଓ ସେଇ ସନ୍ଦେହକୁ ସାରା ଦୁନିଆ ସାମ୍ନାରେ ଉଜାଗର କରି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବେଗ ପ୍ରକାଶ, ସାଂଘାତିକ ଆକ୍ରମଣ ଲୋକଙ୍କୁ ଛୁଇଁଥିଲା। ଏସବୁ ସନ୍ଦେହ ଉପରୁ ପରଦା ହଟାବାକୁ ବିଜେପି ସରକାର ଆସିଲେ ‘ସ୍ୱତନ୍ତ୍ର କମିଟି’ ଗଠନ କରାଯାଇ ଅଚାନକ ସ୍ୱାସ୍ଥ୍ୟ ଖରାପ ପଛର କାରଣର ଯାଞ୍ଚ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦୀର୍ଘଦିନରୁ ଏଭଳି ଚର୍ଚ୍ଚା ଲାଗିରହିଥିଲା। ୨୦୧୯ ନିର୍ବାଚନ ସମୟରେ ବି ଯେତେବେଳେ ଏହି ପ୍ରସଙ୍ଗ ଉଠିଥିଲା, ସେତେବେଳେ ତା’ର ମୁକାବିଲା କରିବାକୁ ନବୀନ ବାବୁ ବ୍ୟାୟାମ କରୁଥିବାର ଭିଡିଓ ସାମ୍ନାକୁ ଆଣିଥିଲେ ବିଜେଡିର ପ୍ରଚାର ବିଭାଗ। ଏପରିକି ଏକଦା ନବୀନଙ୍କ ଘନିଷ୍ଠ ବୈଜୟନ୍ତ ପଣ୍ଡା ବି ଯେତେବେଳେ ଏଇ କଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସେତେବେଳେ ବି ତାଙ୍କୁ ତୀବ୍ର ବିରୋଧ କରାଯାଇଥିଲା। ହେଲେ ପବରର୍ତ୍ତୀ ସମୟରେ ବିଶେଷ କରି କୋଭିଡ ପରେ ବର୍ଷ ବର୍ଷ ଧରି ନବୀନ ଲୋକସେବା ଭବନର ତୃତୀୟ ମହଲାରେ ଥିବା ତାଙ୍କ ଦପ୍ତର ନ ଯିବା, ସଦ୍ୟସମାପ୍ତ ନିର୍ବାଚନ ସମୟରେ ବି ପୂର୍ବାପେକ୍ଷା କମ୍ ରାଲି ଏବଂ ରୋଡ୍ ସୋ’ କରିବା, ଅତି ସଂକ୍ଷିପ୍ତ ଭାଷଣ ରଖିବା ଭଳି କାରଣରୁ ଯେତେବେଳେ ବି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିଥିଲା, ବିଜେଡି ପକ୍ଷରୁ ନବୀନବାବୁ ପୁରାଫିଟ୍ ଥିବାର ଭିଡିଓ ସାର୍ବଜନୀନ କରାଯାଇଥିଲା। ବିଜେଡି ନେତାମାନେ ନବୀନବାବୁଙ୍କ ପ୍ରତି ଏଭଳି ଅଭିଯୋଗସବୁକୁ ଅଭଦ୍ର, ଅଶ୍ଳୀଳ ଟିପ୍ପଣୀର ଆଖ୍ୟା ଦିଆଯାଇ ଦବେଇଦେବାର ଉଦ୍ୟମ ହୋଇଥିଲା। ହେଲେ, ପାଣ୍ଡିଆନ୍ ସାହେବ୍ ନିର୍ବାଚନ ପ୍ରଚାରବେଳେ ନବୀନବାବୁଙ୍କ ଥରଥର ହାତକୁ ଲୁଚାଇବାର ବିଫଳ ପ୍ରଚେଷ୍ଟା କରିବା, ନବୀନବାବୁଙ୍କ ପାଦକୁ ନିଜ ପାଦରେ ଠେଲୁଥିବାର ଦୃଶ୍ୟ ପ୍ରଧାନମନ୍ତ୍ରୀଙ୍କ ଉଦବେଗକୁ ବଳ ଦେଇଥିଲା।

ଯଦିଓ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦବେଗର ତତ୍କାଳ ପ୍ରତିକ୍ରିୟା ଦେଇଥିଲେ ନବୀନ ପଟ୍ଟନାୟକ ଓ କହିଥିଲେ ଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୂରା ଠିକ୍ ଅଛି। ସେ ପାଲଟା ଆକ୍ରମଣ କରି କହିଥିଲେ ଯେ, ‘ମୋ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ଥିଲେ ପ୍ରଧାନମନ୍ତ୍ରୀ ଫୋନ୍ କରି ପାରିଥାନ୍ତେ। ସ୍ୱାସ୍ଥ୍ୟ ଖରାପ ଥିଲେ ପ୍ରଚାରକୁ ଯାଇ ନଥାନ୍ତି।’ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ବିଜେପିର ପ୍ରଚଣ୍ଡ ଆକ୍ରମଣ, ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ଖୋଦ୍ ପ୍ରଧାନନମନ୍ତ୍ରୀଙ୍କ ଟିପ୍ପଣୀ, ଷଡ଼ଯନ୍ତ୍ର ଆଡ଼କୁ ଇସାରା ଓ ତତ୍କାଳ ନବୀନଙ୍କ ପ୍ରତିକ୍ରିୟା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବର ରାଜନୀତିକୁ ସରଗରମ କରିରଖିଥିଲା।

କେନ୍ଦ୍ରାପଡ଼ାଠାରେ ନିର୍ବାଚନୀ ଭାଷଣ ଦେଇ ବିଜେଡି ଉପରେ ଶାଣିତ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ମୋଦି ଭବିଷ୍ୟବାଣୀ କରିଥିଲେ ଯେ, ବିଜେଡିରେ ହେବ ବଡ଼ ବିସ୍ଫୋରଣ ଏବଂ ଓଡ଼ିଶା ରାଜନୀତିରେ ଆସିବ ବଡ଼ ଭୂମିକମ୍ପ। ସେ କହିଥିଲେ ଯେ, ‘୨୫ ବର୍ଷ ପରେ ଓଡ଼ିଶାବାସୀ ପରିବର୍ତ୍ତନ ସପକ୍ଷରେ ଭୋଟ୍ ଦେଉଛନ୍ତି। ଦାଦନ ସରକାର ହଟାଇବା ପାଇଁ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଭୋଟ୍ ଦେଉଛି ଓଡ଼ିଶା। ଓଡ଼ିଶାରେ ବିଜେପି ପାଇଁ ଲୋକମାନେ ଭରପୂର ମତଦାନ କରିଛନ୍ତି। ବିଜେଡିରେ ଯେଉଁଭଳି ଭାବେ ରାଜନୀତି ଚାଲିଛି, ସେହି ଦଳରେ ଛଅମାସ ମଧ୍ୟରେ ବିସ୍ଫୋରଣ ହେବ।’ ମୋଦିଙ୍କ ଭବିଷ୍ୟବାଣୀ ଉପରେ ଭରସା କରି, ବିଜେଡିର ଦଳତ୍ୟାଗୀ ବିଧାୟକମାନଙ୍କ ପାଇଁ ଛଅଟି ମନ୍ତ୍ରୀପଦକୁ ଥୋପ କରାଯାଉଥିବା ହୁଏତ ସମ୍ଭବ।

ସେଦିନ ବାରିପଦା ଓ ବାଲେଶ୍ୱର ସଭାରେ ବି ବିଜେଡି ଉପରେ ବର୍ଷିଥିଲେ ମୋଦି। ଖଣି, ଚାଷୀ ଓ ଆଦିବାସୀଙ୍କ ପ୍ରସଙ୍ଗରେ ସିଧା ନବୀନ ସରକାରକୁ ଆକ୍ରମଣ କରି କହିଥିଲେ ଯେ, ‘କେନ୍ଦ୍ର ସରକାର ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରେ ହଜାର ହଜାର କୋଟି ଟଙ୍କା ଦେଇଥିଲେ ବି ହେଲେ ବିଜେଡି ଘୋଟାଲା କରିଆସିଛି। ଲୁଟ୍ ମାଲ୍ ବିଦେଶକୁ ଯାଇଥିବା ଚର୍ଚ୍ଚା ହେଉଛି। ଗୋଟି ଗୋଟି କରି ଲୁଟ୍ ମାଲ୍ ଆଦାୟ ହେବ। ଜନତାଙ୍କ ଲୁଟେରା ସାରା ଜୀବନ ଜେଲରେ ରହିବେ।’ ପୂର୍ବରୁ ଫୁଲବାଣୀ ସଭାରେ ମୋଦି ଏହା ବି କହିଥିଲେ ଯେ, ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରି ଚାଲିଛନ୍ତି। ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଅଣ୍ଟା ଭଙ୍ଗାଯିବ।

ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଯାହାସବୁ କହିଥିଲେ ଓ ସଂକଳ୍ପ ପତ୍ରରେ ଯାହାସବୁ କୁହାଯାଇଥିଲା, ସେସବୁକୁ ମିଛ ଓ ଜୁମଲା କୁହାଯିବ, ଯଦି ସରକାର ଗଢ଼ିଲା ପରେ ନିଜକୁ ‘ଲୋକଙ୍କ ସରକାର’ ବୋଲାଉଥିବା ମୋହନ ମାଝୀ ସରକାର ସେସବୁକୁ କାର୍ଯ୍ୟକାରୀ କରିବେ ନାହିଁ କିମ୍ବା ଅଧିକ ବିଳମ୍ବିତ କରିବେ। ପ୍ରଥମରୁ କହିଛେ ଯେ, ୧) ଅଧିକାଂଶ ମନ୍ତ୍ରୀ ନୂଆ ଏବଂ ଅନଭିଜ୍ଞ। ଆଜି ବି ଆହୁରି ଛଅଜଣ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯାଇ ପାରିବ। ୨) ଏବେ ବି ଅଭିଜ୍ଞ ନେତା ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିନାହିଁ, ଯେ କି ଅତୀତରେ ନବୀନ ସରକାରଙ୍କ ସମସ୍ତ କଳା କାରନାମା ଉପରେ ପ୍ରଚଣ୍ଡ ଆକ୍ରମଣ କରି ବଦଳରେ ଅନେକବାର କ୍ଷତାକ୍ତ ହୋଇଛନ୍ତି। ୩) ରତ୍ନ ଭଣ୍ଡାରର ଅସଲ ଚାବିର ରହସ୍ୟ ଉଦ୍ଘାଟନ ଓ ରତ୍ନଭଣ୍ଡାରର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବା, ୪) ‘ସ୍ୱତନ୍ତ୍ର କମିଟି’ ଗଠନ କରାଯାଇ ନବୀନ ବାବୁଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପ ପଛର କାରଣର ଯାଞ୍ଚ, ୫) ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରେ ଘୋଟାଲା, ଲୁଟ୍ ମାଲ୍ ଆଦାୟ ଏବଂ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭଳି ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧଘୋଷଣା ଥିଲା ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିର୍ବାଚନୀ ବଜ୍ର-ଉଚ୍ଚାରଣ।

ଆଚରଣରେ ସେସବୁ ପ୍ରତିଫଳିତ କରିବା ପାଇଁ, ମନ୍ତ୍ରୀମଣ୍ଡଳରେ ଖାଲିଥିବା ଛଅଟି ମନ୍ତ୍ରୀପଦରୁ ଗୋଟିଏ କ୍ୟାବିନେଟ୍ ପଦବୀରେ କେହି ଜଣେ ପ୍ରଶାସନିକ ଅଭିଜ୍ଞ ବିଧାୟକଙ୍କୁ ଅଣ୍ଟାଭଙ୍ଗା ବିଭାଗର ମନ୍ତ୍ରୀ ରୂପେ ସାମିଲ୍ କରିବା ଜରୁରୀ। ୨୪ ବର୍ଷର ସରକାରଙ୍କ ଶେଷ ଦଶକରେ ଆର୍ଥିକ କେଳେଙ୍କାରୀ ଥିଲା ସର୍ବାଧିକ। ସେ, କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା, ରାଜ୍ୟ ଅପରାଧ ନିବାରଣ ସଂସ୍ଥା, ଭିଜିଲାନ୍ସ ବିଭାଗ, ଆଡ଼ଭୋକେଟ୍ ଜେନେରାଲ୍, ଆଇନ୍ ସଚିବ ତଥା ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି, ନିର୍ଦ୍ଦିଷ୍ଟ ସମୟ ଅବଧିରେ, ଦୋଷୀଙ୍କୁ ଜେଲ୍ ପଠାଇବା ସହ ଅନେକ ପୁରୁଣା ମାମଲା କିପରି ପୁଣିଥରେ ତଦନ୍ତ ହୋଇପାରିବ, ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ ଓ ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗିବେ (କମର୍ ତୋଡେଙ୍ଗେ)। ନୋହିଲେ, ଡବଲ୍ ଇଂଜିନ୍ ସରକାର ଉପରେ ଲୋକ ବିଶ୍ୱାସ କରିବେନି, ଆଗାମୀ ପଂଚାୟତ ନିର୍ବାଚନରେ ବିଜେପି ମୁହଁମାଡ଼ି ପଡ଼ିବ, ଲୋକଙ୍କ ଆଶା ଆଶାରେ ହିଁ ରହିଯିବ। ବଡ଼ କଥା ଯେ ଏମାନେ ମଧ୍ୟ ପୂର୍ବ ସରକାର ଭଳି ଆର୍ଥିକ କେଳେଙ୍କାରୀ ଠାରୁ ଆରମ୍ଭ କରି ଖଣି, ପାଣି ଚୋରୀରେ ସାମିଲ୍ ହୋଇନଯିବେ, ତାହା କିଏ କହିବ?

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story