ଶିଳ୍ପାୟନ: କାହାକୁ ଡାକୁଛେ, କିଏ ଛାଡ଼ୁଛନ୍ତି?

ପଞ୍ଚାନନ କାନୁନ୍‌ଗୋ ଏଇ ଶତାବ୍ଦୀର ପ୍ରାରମ୍ଭକାଳ ଓଡ଼ିଶା ପାଇଁ ଦୁଃସମୟ ଥିଲା। ପୂର୍ବ ଶତାବ୍ଦୀର ଶେଷକାଳ ଅର୍ଥାତ୍‌ ୧୯୯୯ ନଭେମ୍ବର ପ୍ରଳୟ ମହାବାତ୍ୟାରେ କ୍ଷତବିକ୍ଷତ ରାଜ୍ୟଟାକୁ ଦେଖିଲେ ଯେ କେହି ଡରିଯିବେ। ଏଥିସହିତ ରାଜ୍ୟର ଆର୍ଥିକ ସ୍ଥିତି ଖୁବ୍‌ ଖରାପ ଥିଲା। ଋଣ ଯନ୍ତାରେ ରାଜ୍ୟ ଛଟପଟ୍‌ ହେଉଥିଲା। ରାଜ୍ୟର ସଂକୁଚିତ ଆୟ ଓ ବିସ୍ତାରିତ ବ୍ୟୟ ରାଜ୍ୟରୁ ନିଅଣ୍ଟିଆ ବ୍ୟବସ୍ଥାର କାରଣ ଥିଲା। ଏଣୁ ଏ ଏତେବଡ଼ ଅସଜଡ଼ା ଅବସ୍ଥା ଥିବାବେଳେ କେହି ଏ ରାଜ୍ୟରେ […]

INDUSTRY

INDUSTRY

Debendra Prusty
  • Published: Thursday, 22 December 2022
  • Updated: 22 December 2022, 02:13 PM IST

Sports

Latest News

  • ପଞ୍ଚାନନ କାନୁନ୍‌ଗୋ

ଏଇ ଶତାବ୍ଦୀର ପ୍ରାରମ୍ଭକାଳ ଓଡ଼ିଶା ପାଇଁ ଦୁଃସମୟ ଥିଲା। ପୂର୍ବ ଶତାବ୍ଦୀର ଶେଷକାଳ ଅର୍ଥାତ୍‌ ୧୯୯୯ ନଭେମ୍ବର ପ୍ରଳୟ ମହାବାତ୍ୟାରେ କ୍ଷତବିକ୍ଷତ ରାଜ୍ୟଟାକୁ ଦେଖିଲେ ଯେ କେହି ଡରିଯିବେ। ଏଥିସହିତ ରାଜ୍ୟର ଆର୍ଥିକ ସ୍ଥିତି ଖୁବ୍‌ ଖରାପ ଥିଲା। ଋଣ ଯନ୍ତାରେ ରାଜ୍ୟ ଛଟପଟ୍‌ ହେଉଥିଲା। ରାଜ୍ୟର ସଂକୁଚିତ ଆୟ ଓ ବିସ୍ତାରିତ ବ୍ୟୟ ରାଜ୍ୟରୁ ନିଅଣ୍ଟିଆ ବ୍ୟବସ୍ଥାର କାରଣ ଥିଲା। ଏଣୁ ଏ ଏତେବଡ଼ ଅସଜଡ଼ା ଅବସ୍ଥା ଥିବାବେଳେ କେହି ଏ ରାଜ୍ୟରେ ନିବେଶ କରିବାକୁ ଆସିଥାନ୍ତେ କାହିଁକି?

ଏହା ପୂର୍ବରୁ ପୂର୍ବ ଶତାବ୍ଦୀର ଶେଷ ଦୁଇ ଦଶନ୍ଧି ଧରି ରାଜ୍ୟସାରା ଗୋଟିଏ ଉଦ୍ୟୋଗୀ ବାତାବରଣ ସୃଷ୍ଟି ହୋଇଥିଲା। ବ୍ୟାଙ୍କ ଜାତୀୟକରଣ ପରେ ରାଜ୍ୟର ଅନେକ ଶିଳ୍ପ ଉଦ୍ୟୋଗୀ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପମାନ ସୃଷ୍ଟିକଲେ। ବିଭିନ୍ନ ଉଦ୍ୟୋଗ କ୍ଷେତ୍ର ସବୁ ପ୍ରସ୍ତୁତ ପ୍ରଶସ୍ତ ହେଲା। ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଦେଇ ରାଜ୍ୟରେ ହଜାରେ ଦିନରେ ହଜାରେ କୋଟି ଟଙ୍କା ଖର୍ଚ୍ଚ କରି ହଜାରେ ଶିଳ୍ପ ପ୍ରତିଷ୍ଠାର କଥା କହିଲେ ଓ ଏ ଦିଗରେ କିଛି କାର୍ଯ୍ୟକଲେ ମଧ୍ୟ। କୃଷି କ୍ଷେତ୍ରରେ ଶିଳ୍ପ ପ୍ରୋତ୍ସାହନ ପାଇଁ ଆପିକଲ ଶିଳ୍ପକ୍ଷେତ୍ରରେ ଇପିକଲ, ଇଡିକଲ ଆଦି ସଂସ୍ଥା ପ୍ରତିଷ୍ଠା ହେଲା। ଆର୍ଥିକ ସହାୟତା ପାଇଁ ବ୍ୟାଙ୍କ ତତ୍ପରତା ଦେଖାଇବା ସହ ସରକାରୀ ଭାବେ ଆଇ.ଡି.ବି.ଆଇ, ଓ.ଏସ.ଏଫ୍‌.ସି. ରାଜ୍ୟର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସବୁ ଚଳଚଞ୍ଚଳ ହେଲେ। ଏଥିସହିତ ରାଜ୍ୟରେ ଶିଳ୍ପ ବାତାବରଣ ଅଧକ ସକ୍ରିୟ ଓ ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ଶିଳ୍ପାନୁଷ୍ଠାନ ପାଇଁ ଜମି ଓ ଘର ଆଦି ପ୍ରସ୍ତୁତ କରାଗଲା। ହେଲେ ଅନଭିଜ୍ଞ ଉଦ୍ୟୋଗୀମାନେ ଦେଶର ବଜାରରେ ଚାଲିଥିବା ପ୍ରତିଯୋଗିତାରେ ମୁଣ୍ଡଟେକି ଉଠି ପାରିଲେ ନାହିଁ। କିଛି ଶିଳ୍ପ ରୁଗ୍‌ଣ ହେଲା।

ତଥାପି ଶିଳ୍ପାୟନର ବାତାବରଣ ବିଶେଷତଃ ଅଣୁ, କ୍ଷୁଦ୍ର, ମଧ୍ୟମ କ୍ଷେତ୍ରରେ ବେଶ୍‌ ଭଲ ସଂଖ୍ୟାରେ ଗଢ଼ି ଉଠିଥିଲା। ରାଜ୍ୟରେ ପୂର୍ବରୁ ଥିବା ବଡ଼ ଶିଳ୍ପ କ୍ଷେତ୍ର ଶିଳ୍ପ ଓ.ଟି.ଏମ୍‌., ରାଉରକେଲା ଇସ୍ପାତ, ନାଲକୋ, ପାରାଦ୍ୱୀପ ଫସ୍‌ଫେଟ୍‌, ଓସ୍‌ୱାଲ୍‌ ସାରକାରଖାନା ସମେତ ଅନେକ ଚିନିକଳ, କାଗଜକଳ ଚାଲୁ ରହିଥିଲା। ତେବେ ଚଳିତ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ରାଜ୍ୟର ଅବସ୍ଥା ସୁଧୁରିବା ସହିତ ରାଜ୍ୟରେ ଏକ ସ୍ଥିର ସରକାର ସୂଚନା ମିଳିବା ସହିତ ବଡ଼ବଡ଼ କଳକାରଖାନା ପ୍ରତିଷ୍ଠା ନିମନ୍ତେ ଖୁବ୍‌ ବଡ଼ ସଂକଳ୍ପର ଘୋଷଣା ପ୍ରକାଶ ପାଇଲା। ପୋସ୍କୋ, ମିତ୍ତଲ, ଏସ୍‌ସାର୍‌., ଜିନ୍ଦଲ, ଭୂଷଣ, ବେଦାନ୍ତ, ଟାଟା ଆଦି ଶିଳ୍ପପତି କୁବେରମାନଙ୍କୁ ନିମନ୍ତ୍ରଣ କରି ଅଣାଗଲା। କଳିଙ୍ଗ ନଗର ସଜଡ଼ାଗଲା। ପ୍ରତିବଦଳରେ ଅନେକଙ୍କୁ ଜୀବନଦାନ କରିବାକୁ ହେଲା। ଏମାନଙ୍କୁ ଆମନ୍ତ୍ରଣ କରି ଆଣିବାବେଳେ ରାଜ୍ୟରେ ପୂର୍ବରୁ ଥିବା ଶିଳ୍ପାନୁଷ୍ଠାନ ସବୁ ବନ୍ଦ ହେବାର ଦେଖାଗଲା। ସବୁ ଚିନିକଳ, ସୁତାକଳ, ଲୁଗାକଳ, ତେଲକଳ, ସ୍ପଞ୍ଜ, ଆଇରନ କାରଖାନା, କାଗଜକଳ ବନ୍ଦ ହୋଇଗଲା। ହଜାର ହଜାର ଲୋକ ଜୀବିକା ହରାଇଲେ।

ହେଲେ ସେହିସବୁ ଆମନ୍ତ୍ରିତ ହୋଇ ଆସିଥିବା ବଡ଼ ବଡ଼ ଶିଳ୍ପପତିମାନେ ରହିଲେ ନାହିଁ। ଜମିନେଲେ, ସୁବିଧାସୁଯୋଗ ହାତେଇ ଯୋଉ କାରଖାନା କଲେ ତାର ଭାଉ ବଢ଼ାଇ ସେସବୁକୁ ହସ୍ତାନ୍ତର କରି ବାହୁଡ଼ିଗଲେ। ପୋସ୍କୋ, ମିତ୍ତଲ, ଏସ୍‌ସାର, ଭୂଷଣ ଆଦି ଏମାନଙ୍କ ଭିତରେ ଅନ୍ୟତମ।

ଏହାପରେ ନୂଆ ସ୍ଲୋଗାନ ଶୁଣାଗଲା। ରାଜ୍ୟ ସରକାର ଏକ ନୂଆ ପରିକଳ୍ପନା କରି ଏହି ସ୍ଲୋଗାନ୍‌  ‘ମେକ୍‌ ଇନ୍‌ ଓଡ଼ିଶା’ ନାମରେ ଏକ ଯୋଜନା ଧରି ଦେଶ ଭିତରେ ଓ ବିଦେଶରେ କୁବେରପତିଙ୍କ ସହର ବୁଲିଲେ, ତାଙ୍କ ଦାଣ୍ଡକୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନେ ଧାଇଁଲେ। ୨୦୧୬ରେ ଏ ଦିଗରେ ପ୍ରଥମ ଉଦ୍ୟମ ହେଲା। ପ୍ରତି ଦୁଇବର୍ଷ ଅନ୍ତରରେ ଏହି ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ ଏକ ଉତ୍ସବ ଆକାରରେ ପାଳିତ ହୋଇଥାଏ। ଧନପତି-କୁବେରପତି-ଶିଳ୍ପପତିମାନଙ୍କ ସହ ରାଜ୍ୟ ସରକାରଙ୍କର ମହାମିଳନ ଘଟେ। ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯଥା ଖୁବ୍‌ ଅଳ୍ପ ଖର୍ଚ୍ଚରେ ଆବଶ୍ୟକ ଜମି, ବିଦ୍ୟୁତ୍‌ ଶକ୍ତି, ଜଳ ଯୋଗାଇ ଦେବାର ପ୍ରତିଶ୍ରୁତି ସରକାର ଦିଅନ୍ତି। ଯେଉଁ ସରକାର ଏକଦା ସରକାରୀ ଆୟୋଗ ଆଇ.ଓ.ସି.ଏଲ୍‌. ପାରାଦ୍ୱୀପଠାରେ ତୈଳ ବିଶୋଧନ କାରଖାନା ନିମନ୍ତେ କିଛି ବର୍ଷ ପାଇଁ ଟିକସ୍‌ ଛାଡ଼ (ମୋରାଟୋରିଅମ୍‌) ଦେବାକୁ ରାଜି ନ ହେବାରୁ ପ୍ରକଳ୍ପ ହେବାରେ ୫ ବର୍ଷ ଗଡ଼ିଯାଇଥିଲା, ସେହି ରାଜ୍ୟ ଏପରି ପର୍ଯ୍ୟାପ୍ତ ସହାୟତା ଘୋଷଣା କରୁଛନ୍ତି।

୨୦୧୬ ମସିହାରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପ୍ରକଳ୍ପର ପ୍ରସ୍ତାବ ଶିଳ୍ପପତିମାନେ ଦେଇଥିଲେ। ସେଥିମଧ୍ୟରୁ କେବଳ ଖଣି ଭିତ୍ତିକ ପ୍ରକଳ୍ପପାଇଁ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ବିନିଯୋଗର ବ୍ୟବସ୍ଥା ଥିଲା। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ନିବେଶ ୧୩୯୨ କୋଟି ଟଙ୍କା ଥିବାବେଳେ ଶକ୍ତିକ୍ଷେତ୍ର ପାଇଁ ୨୯,୯୩୨ କୋଟି ଭିତ୍ତିଭୂମି ପାଇଁ ୩୮,୪୪୩ କୋଟିର ପ୍ରସ୍ତାବ ଥିଲା। ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ମାତ୍ର ୨୧୭୧ କୋଟି ନିବେଶ ପାଇଁ ପ୍ରସ୍ତାବ ଥିଲା। ସେହିପରି ୨୦୧୮ ମସିହାରେ ହୋଇଥିବା ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ ମୋଟ ୪,୨୩,୧୧୪ କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ଥିବାବେଳେ ସେଥିରେ ଖଣିଭିତ୍ତିକ ଶିଳ୍ପପାଇଁ ଅର୍ଦ୍ଧାଧିକ ବିନିଯୋଗର ପ୍ରସ୍ତାବ ଥିଲା।

ଏହି ଦୁଇଥରରେ ଯାହାସବୁ ପ୍ରତିଶ୍ରୁତି ମିଳିଥିଲା, ସେଥିରୁ ଅଧିକାଂଶ ପଛଘୁଞ୍ଚା ଦେଲେ। ମାତ୍ର ୫୬୭୪ କୋଟି ଟଙ୍କା ବିନିଯୋଗ ହେଲା। ଯେଉଁଥିରେ ଖଣିଜ ପଦାର୍ଥ ସଂପର୍କିତ ବିନିଯୋଗ ପାଖାପାଖି ଅଧେ ଥିଲା।

ସବୁଠାରୁ ବଡ଼ କଥା ହେଲା ୨୦୧୯ ନିର୍ବାଚନ ପୂର୍ବରୁ ସରକାର ଘୋଷଣା କରିଥିଲେ ଯେ ରାଜ୍ୟର ଶିଖିତ, ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ ଯୁବକଙ୍କୁ ୩ ଲକ୍ଷ ୮୦ ହଜାର ନିଯୁକ୍ତି ମିଳିବ। ମାତ୍ର ଶେଷରେ ଦେଖାଗଲା ୫୮୦୦ ଜଣ ନିଯୁକ୍ତି ପାଇଲେ। ଏ କ୍ଷେତ୍ରରେ ସରକାର ଯେ ବହୁତ ବଡ଼ ବିଫଳ ହୋଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ତଥାପି ଏବେ ୨୦୨୪ ନିର୍ବାଚନ ପୂର୍ବରୁ ସରକାର ପୁଣି ଇନ୍ଦ୍ରଧନୁ ସାତରଙ୍ଗ ଶୋଭା ବିମଣ୍ଡିତ ଏହି ଉତ୍ସବ କରି ୧୦.୫ ଲକ୍ଷ କୋଟି ଟଙ୍କାର ନିବେଶ ହେବ ବୋଲି କହିଛନ୍ତି। ଏଥିରେ ୧୦.୩୮ ଲକ୍ଷ ପ୍ରତ୍ୟକ୍ଷ, ପରୋକ୍ଷ ନିଯୁକ୍ତି ଆଶା ଦେଖାଯାଇଛି। ପୂର୍ବ ପ୍ରତିଶ୍ରୁତି ଓ କାର୍ଯ୍ୟକାରିତାର ବିଫଳତା ଦେଖି ଯେ କେହି ଏହି ୨୦୨୨ର ପ୍ରତିଶ୍ରୁତିକୁ ହସରେ ଏଡ଼ାଇ ଦେବ, ଏଥିରେ ସନ୍ଦେହ ନାହିଁ। ଏଥିରେ ମଧ୍ୟ ସର୍ବାଧିକ ନିବେଶ ଖଣିଜ, ଧାତବ କ୍ଷେତ୍ରରେ ହେବା କଥା କୁହାଯାଇଛି।

ଓଡ଼ିଶାର ଉଦ୍ୟୋଗୀମାନଙ୍କର ଏଥିରେ କାହାର ଭାଗିଦାରିତା ରହିବ ନାହିଁ। ଓଡ଼ିଶାର ଆବଶ୍ୟକତା ଏପରିକି ସାଇକେଲଟିଏ, ମୋଟର ସାଇକେଲ ବା ତିନିଚକିଆ ଚାରିଚକିଆ ଗାଡ଼ିଟିଏ ପ୍ରସ୍ତୁତ ହେବାର କାରଖାନା ପାଇଁ ପ୍ରସ୍ତାବ ନାହିଁ। ସାର କାରଖାନା, କୃଷି ସଂପର୍କିତ କାରଖାନାଟିଏ ହେବାର ନାହିଁ। ପର୍ଯ୍ୟଟନ କ୍ଷେତ୍ରରେ ଆବଶ୍ୟକ ଅର୍ଥ ବିନିଯୋଗ ଆଶା ସୁଦୂର ପ୍ରସାରୀ। ଓଡ଼ିଶାରେ ଥିବା ଅନେକ କାରଖାନା ଏ ମଧ୍ୟରେ ବନ୍ଦ ହୋଇଗଲାଣି। ବନ୍ଦ କଳକାରଖାନା ହୁଏତ ବନ୍ଦ ବା ଅନ୍ୟ ବାହାର ବେପାରୀଙ୍କ ହାତକୁ ଟେକି ଦିଆଗଲାଣି। ତଥାପି ଉତ୍ସବ ଚାଲିଛି। ବିକାଶର ଶୋଭାଯାତ୍ରା - ବିଜ୍ଞାପନ ମେଢ଼ ଦେଖିବାକୁ ମିଳୁଛି। ଓଡ଼ିଶାର ଅଗଣିତ ବେକାରୀ ଯୁବକ ହାତଟେକି ବସିଛନ୍ତି ଅବା ବାହାରେ କୋଉଠି ଖଟିବାକୁ ଟିକେଟ୍‌ କାଟି ଅପେକ୍ଷା କରିଛନ୍ତି। ସରକାର କେବଳ ମୂଲ୍ୟବାନ ମାଟିତଳ ଖଣିଜ, କୋଇଲା ବିକ୍ରୀ କରିବାର ସଫଳତା ହାସଲ କରିବାରେ ଲାଗିଛନ୍ତି। ଗୁଡ଼ାଏ ପାଉଁଶର ଗଦା ରାଜ୍ୟ ତମାମ୍‌ ସୃଷ୍ଟି ହେବାରେ ଲାଗିଛି। ଅଗଣିତ ବେକାରୀ ଶିକ୍ଷିତ, ଅଶିକ୍ଷିତ ପାଉଁଶ ଝଡ଼ ଭିତରେ ବାଟ ଅଣ୍ଡାଳୁଛନ୍ତି। ଦୂରରୁ ଶୁଭୁଛି ଆପଣମାନେ ଖୁସି ତ?

ଫୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story