ଓଡ଼ିଶା କାହାର?

ରବି ଦାସ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଦୀର୍ଘ ୨୧ବର୍ଷ ହେଲା ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ହିଁ ଓଡ଼ିଶାର ଦଳ ଓ ଏହା ହିଁ କେବଳ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିପାରିବ ବୋଲି କହିଛନ୍ତି। ଏପରିକି ଓଡ଼ିଆ ଭାଷା, ସଂସ୍କୃତି, ସଭ୍ୟତା ଓ ପରମ୍ପରାର ପ୍ରକୃତ ପ୍ରତିନିଧିତ୍ୱ ବିଜୁ ଜନତା ଦଳ କରୁଥିବା ନବୀନ ଉଲ୍ଲେଖ କରିବା ସହିତ ଜାତୀୟ […]

70

70

Debendra Prusty
  • Published: Monday, 21 December 2020
  • Updated: 21 December 2020, 04:27 PM IST

ରବି ଦାସ

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଦୀର୍ଘ ୨୧ବର୍ଷ ହେଲା ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ହିଁ ଓଡ଼ିଶାର ଦଳ ଓ ଏହା ହିଁ କେବଳ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିପାରିବ ବୋଲି କହିଛନ୍ତି। ଏପରିକି ଓଡ଼ିଆ ଭାଷା, ସଂସ୍କୃତି, ସଭ୍ୟତା ଓ ପରମ୍ପରାର ପ୍ରକୃତ ପ୍ରତିନିଧିତ୍ୱ ବିଜୁ ଜନତା ଦଳ କରୁଥିବା ନବୀନ ଉଲ୍ଲେଖ କରିବା ସହିତ ଜାତୀୟ ଦଳମାନେ ଯଥା ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱର ଇଙ୍ଗିତରେ କାମ କରୁଥିବାରୁ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ବୋଲି କହିଛନ୍ତି। ବିଜୁ ଜନତା ଦଳର ପ୍ରକୃତ ମାଲିକ ଓଡ଼ିଶାର ଜନସାଧାରଣ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ପ୍ରଦାନ କରିବା ଦାବି ଉପରେ ଜାତୀୟ ଦଳଗୁଡ଼ିକ କାର୍ଯ୍ୟ କରୁନାହାନ୍ତି ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏହି ଜାତୀୟ ଦଳର ରାଜ୍ୟ ନେତାମାନେ ଦିଲ୍ଲୀରେ ଥିବା ସେମାନଙ୍କ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ରିମୋଟ୍‌ କଂଟ୍ରୋଲରେ ଚାଲୁଥିବାରୁ ସେମାନେ ପ୍ରକୃତରେ ଓଡ଼ିଶାର ନୁହଁନ୍ତି। ଯେହେତୁ ଶାସକ ବିଜେଡିର ଓଡ଼ିଶାରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଲେ ବିଜେପି ଓ କଂଗ୍ରେସ ସେହି ଦୃଷ୍ଟିରୁ ସେମାନଙ୍କୁ ଜନସାଧାରଣଙ୍କ ଆଗରେ ନ୍ୟୁନ ଦେଖାଇବା ପାଇଁ ଏକ ଆଂଚଳିକ ଦଳ ଏପରି ସ୍ଲୋଗାନ ଦେବା କିଛି ନୂଆକଥା ନୁହେଁ।

ବାସ୍ତବରେ ବିଜେଡି ଯେତେବେଳେ ୧୯୯୭ରେ ଜନତା ଦଳକୁ ଭାଙ୍ଗି ଆଂଚଳିକ ଦଳ ଭାବରେ ସୃଷ୍ଟି ହୋଇଥିଲା ସେତେବେଳେ କେନ୍ଦ୍ରୀୟ ଅବହେଳାର ଯେଉଁ ଅଭିଯୋଗ କରାଯାଇଥିଲା ତାହା କଂଗ୍ରେସ ବିରୋଧରେ ଉଦ୍ଦିଷ୍ଟ ଥିଲା। କାରଣ ସେତେବେଳେ କଂଗ୍ରେସ ରାଜ୍ୟ ଶାସନରେ ଥିଲା। କିନ୍ତୁ କେନ୍ଦ୍ରୀୟ ଅବହେଳା ସ୍ଲୋଗାନ ଦେଇଥିବା ବିଜେଡି ସେତେବେଳେ ଭାରତୀୟ ଜନତା ପାର୍ଟି ସହିତ ମେଂଟ କରିଥିଲା ଓ ଅଟଳ ବିହାରୀ ବାଜପେୟୀଙ୍କୁ ସେମାନଙ୍କର ଜାତୀୟ ନେତା ଭାବରେ ଉପସ୍ଥାପିତ କରିଥିଲା। ଜନତା ଦଳର ନେତାମାନେ ଭଲ ଭାବରେ ଜାଣିଥିଲେ ଯେ, ବିଜୁ ପଟ୍ଟନାୟକ କଂଗ୍ରେସ ଦଳରେ ସ୍ୱାଧୀନତା ପୂର୍ବରୁ କାମ କରି ସେହି ଦଳ ପକ୍ଷରୁ ୧୯୬୧ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ କଂଗ୍ରେସରୁ ବାହାରିଯାଇ ଆଂଚଳିକ ଦଳ ଭାବରେ ଉତ୍କଳ କଂଗ୍ରେସ ଗଠନ କରିବାର କିଛିବର୍ଷ ପରେ ଜାତୀୟ ଦଳକୁ ଫେରିବା ଉଦ୍ୟମ କରି ପ୍ରଥମେ ଲୋକଦଳ ଓ ପରେ ଜନତା ପାର୍ଟିର ସଦସ୍ୟ ହୋଇଥିଲେ। ଜନତା ପାର୍ଟିର ସରକାରରେ ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଥିଲେ। ପରେ ଜନତା ପାର୍ଟି ଜନତା ଦଳରେ ରୂପାୟିତ ହେଲା ପରେ ସେ ମଧ୍ୟ ତା’ର ପ୍ରମୁଖ ନେତା ଭାବରେ ରହିଥିଲେ ଓ ସେହି ଦଳ ପକ୍ଷରୁ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅର୍ଥାତ୍ ବିଜୁ ପଟ୍ଟନାୟକ ଜାତୀୟ ଦଳ ଭିତରେ ରହିଥିଲେ ମଧ୍ୟ ଓଡ଼ିଶା ତାଙ୍କ କାର୍ଯ୍ୟକ୍ରମ ଓ ଚିନ୍ତାରେ ମୁଖ୍ୟ ପ୍ରସଙ୍ଗ ଥିବାରୁ ତାଙ୍କୁ ରାଜ୍ୟର ଜଣେ ପ୍ରଭାବଶାଳୀ ପ୍ରବାଦ ପୁରୁଷ ଭାବରେ ବିଚାର କରାଯାଉଛି। ଏଣୁ ଜାତୀୟ ଦଳରେ ରହିଲେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷିତ ରହିପାରିବ ନାହିଁ ବୋଲି କୁହାଯିବାର କୌଣସି ଯୁକ୍ତି ନାହିଁ। ନବୀନ ପଟ୍ଟନାୟକ ବିଜେଡି ପକ୍ଷରୁ ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ରହିଥିଲେ। ଅନ୍ୟ ତିନି ଜଣ ବିଜେଡି ନେତା ଯଥା ଦିଲ୍ଲୀପ ରାୟ, ସ୍ୱର୍ଗତ ଅର୍ଜୁନ ସେଠୀ ଓ ବ୍ରଜ କିଶୋର ତ୍ରିପାଠୀ ମଧ୍ୟ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ସେହି ସମୟରେ ସେମାନେ ରାଜ୍ୟ ପାଇଁ ଏପରି କିଛି ପଦକ୍ଷେପ ନେଇନାହାନ୍ତି ଯାହାକୁ ଭିତ୍ତିକରି ବିଜେଡିକୁ ଓଡ଼ିଶାର ଦଳ ଭାବରେ ବିଚାର କରାଯିବ।

ଅସଲକଥା ହେଉଛି ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣ ଓ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଭାଷଣ ଦିଆଯିବା ସମୟରେ ଓଡ଼ିଶାର ପ୍ରକୃତ ସଂପଦ ବୋଲି ଯାହାକୁ ବିଚାର କରାଯାଉଛି ତାହା ଉପରେ ରାଜ୍ୟର ନିୟନ୍ତ୍ରଣ କିପରି ରହିଛି ତାହା ଦେଖାଯିବା ଉଚିତ। ରାଜ୍ୟର ଅସଲ ସମ୍ପତି ହେଲା ରାଜ୍ୟର ଖଣିଜ ସଂପଦ। କୋଇଲା, ଲୁହା, ମାଙ୍ଗାନିଜ, କ୍ରୋମାଇଟ, ବକ୍ସାଇଟ ପ୍ରଭୃତି ବହୁ ମୂଲ୍ୟବାନ ଖଣିଜ ସଂପଦ ଓଡ଼ିଶାରେ ଥିଲେ ମଧ୍ୟ ଏହାର ମାଲିକାନା ଓଡ଼ିଶା ହାତରେ ନାହିଁ। ଏଥିପାଇଁ ବିଜୁ ପଟ୍ଟନାୟକ ବରାବର ଉଦବେଗ ପ୍ରକାଶ କରୁଥିଲେ। ଯଦିଓ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏହିସବୁ ଖଣିଜ ପଦାର୍ଥ କେନ୍ଦ୍ର ଅଧୀନରେ ରହିଛି ସେଥିରେ ରାଜ୍ୟର ଯେଉଁ କ୍ଷମତା ପ୍ରଥମରୁ ରହିଥିଲା ଏବେ ତାହା ନାହିଁ। କୋଇଲାର ବିପୁଳ ସଂପଦ ଓଡ଼ିଶାରେ ଥିଲେ ମଧ୍ୟ ଏହାକୁ ବିନିଯୋଗ କରି ରାଜ୍ୟରେ ଶିଳ୍ପ ବିକାଶ ନିମନ୍ତେ କୋଇଲା ଖଣି ପାଇବା ଦିଗରେ ରାଜ୍ୟର ଆଉ କୌଣସି ଭୂମିକା ନାହିଁ। ଏପରିକି ରାଜ୍ୟରେ ବିଦ୍ୟୁତ ଉତ୍ପାଦନ କରୁଥିବା ଏକ କମ୍ପାନୀ ବା ଅନୁଷ୍ଠାନକୁ ଏପରିକି ସରକାରୀ ଉଦ୍ୟୋଗରେ ଥିବା ଅନୁଷ୍ଠାନକୁ ରାଜ୍ୟ ସରକାର ନିଜ ଇଚ୍ଛାରେ କୋଇଲା ଖଣି ଅନୁମତି ଦେଇପାରିବେ ନାହିଁ। କୋଇଲା ଓ ଅନ୍ୟ ଖଣିଜ ପଦାର୍ଥର ନିଲାମୀ ପ୍ରକ୍ରିୟା ଦ୍ୱାରା ରାଜ୍ୟ କିଛି ଅଧିକ ରାଜସ୍ୱ ପାଉଥିଲେ ମଧ୍ୟ ଓଡ଼ିଶାର ଖଣିଜ ପଦାର୍ଥ ଅନୁସାରେ ରାଜ୍ୟରେ ଶିଳ୍ପ ବିକାଶ ନିମନ୍ତେ ସରକାରଙ୍କ ହାତରେ କ୍ଷମତା ସଂକୁଚିତ ହୋଇଛି। ଯେପରି ପ୍ରଥମ ଅବସ୍ଥାରେ ପରିବହନ ଜନିତ ସମାନତା ଭିତ୍ତିରେ ଇସ୍ପାତ ଓ କୋଇଲା ସମ ଦରରେ ଯୋଗାଇ ଦିଆଯିବା ଯୋଗୁ ରାଉରକେଲା ଇସ୍ପାତ କାରଖାନା ହେଲା ପରେ ମଧ୍ୟ ୫୦ ବର୍ଷ ଧରି ସେହିସବୁ ଅଂଚଳରେ ଆନୁଷଙ୍ଗିକ ଶିଳ୍ପମାନ ପ୍ରତିଷ୍ଠା ହେଲାନାହିଁ। ଲୁହାପଥର, ମାଙ୍ଗାନିଜ ଓ କ୍ରୋମାଇଟ୍‌ରୁ ରାଜ୍ୟ ଯେତିକି ରାଜସ୍ୱ ପାଇବା କଥା ତାହା ଠିକ ଭାବେ ପାଇଲା ନାହିଁ। ଏଥିରେ ରୟାଲଟି ବ୍ୟ୍ବସ୍ଥା ଅତ୍ୟନ୍ତ କମ୍ ରହିଥିବା ସମୟରେ ହଜାର ହଜାର କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ପ୍ରଭୃତି ରାଜ୍ୟରୁ ଚୋରାରେ ବେଆଇନ ଭାବେ ଚାଲାଣ କରାଗଲା। ଓଡ଼ିଶାର ଖଣି ଚୋରି ସାରା ଦେଶରେ ସମସ୍ତଙ୍କ ଠାରୁ ବେଶୀ। ଏହି କାରବାରରେ ଅତି କମ୍‌ରେ ୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ରାଜ୍ୟ ହରାଇଛି। ସୁପ୍ରିମକୋର୍ଟ, ସିଇସି ଓ ଶାହା କମିଶନ ରିପୋର୍ଟରେ ଏସଂପର୍କରେ ଆଭାସ ରହିଛି।

ପରେ ରୟାଲ୍‌ଟିକୁ ମୂଲ୍ୟ ଅନୁସାରେ ଧାର୍ଯ୍ୟ କରିବା ପାଇଁ ଯେଉଁ ବ୍ୟବସ୍ଥା ହେଲା ସେଥିରେ ମଧ୍ୟ ନିମ୍ନ ହାରର ରୟାଲଟି ଧାର୍ଯ୍ୟ କରାଗଲା। କୋଇଲା ଏବଂ ଅନ୍ୟ ଖଣିଜ ପଦାର୍ଥର ରୟାଲଟି ସଂଶୋଧନ ପାଇଁ ଥିବା ବ୍ୟବସ୍ଥାକୁ ଗତ ୫ ବର୍ଷ ହେଲା କାର୍ଯ୍ୟକାରୀ କରାଯାଉନାହିଁ। କୋଇଲା ଖଣିଜ ପଦାର୍ଥରେ ଜଙ୍ଗଲ ଓ ପରିବେଶର ଅଶେଷ କ୍ଷତି ହେଉଥିବା ଓ କୋଇଲା ବ୍ୟବହାର ଯୋଗୁ ଜଳବାୟୁ ନଷ୍ଟ ହେଉଥିବାରୁ କୋଇଲା ଉପରେ ଗ୍ରୀନ ଏନର୍ଜି ଟିକସ ଧାର୍ଯ୍ୟ କରାଯାଇଛି। କିନ୍ତୁ ଏହି ଟିକସକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବରେ ନେଇଯାଉଛନ୍ତି। ଯଦିଓ କୋଇଲା ଦ୍ୱାରା ରାଜ୍ୟର ପରିବେଶ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛି ଖଣିଜ ପଦାର୍ଥ ନିଲାମୀ ପ୍ରକ୍ରିୟାରେ ଖଣିଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ଯେଉଁ ପାଣ୍ଠିର ବନ୍ଦୋବସ୍ତ ଆଇନରେ କରାଯାଇଛି ସେହି ପାଣ୍ଠି ଜିଲ୍ଲାପାଳଙ୍କ ହାତରେ ଥିଲେ ମଧ୍ୟ ରାଜ୍ୟ ସରକାର ହିଁ ନିଜ ଇଚ୍ଛାରେ ଖର୍ଚ୍ଚ କରୁଛନ୍ତି ଓ ଅନେକ ସମୟରେ ଏହି ପାଣ୍ଠି କ୍ଷତିଗ୍ରସ୍ତ ଲୋକମାନଙ୍କ ସ୍ୱାର୍ଥରେ ବିନିଯୋଗ ହେଉନାହିଁ।

ବିଜେଡି ଅନ୍ୟ ଜାତୀୟ ଦଳମାନଙ୍କର ରିମୋଟ୍‌ ଦିଲ୍ଲୀରେ ଥିବା ଅଭିଯୋଗ କରୁଥିବା ସମୟରେ ବିଜେଡିର ରିମୋର୍ଟ କାହା ହାତରେ ଅଛି ବୋଲି ବାରମ୍ବାର ପ୍ରଶ୍ନ କରାଯାଉଛି। କିଛିଦିନ ପାଇଁ ପ୍ରଥମାବସ୍ଥାରେ ବିଜେଡି ରିମୋର୍ଟ ପ୍ୟାରୀମୋହନ ମହାପାତ୍ରଙ୍କ ହାତରେ ଥିଲା ବୋଲି କୁହାଯାଉଥିଲା। ଏବେ ବିଜେଡିର ପ୍ରକୃତ ରିମୋଟ୍‌ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଥିବା ସରକାରୀ ବାବୁମାନଙ୍କ ନିକଟରେ ରହିଛି ବୋଲି କୁହାଯାଉଛି। ନିକଟରେ ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଯିଏ କି କିଛିବର୍ଷ ନବୀନ ପଟ୍ଟନାୟକଙ୍କର ଘନିଷ୍ଠ ଥିଲେ ସେ ସିଧାସଳଖ ବିଜେଡିର ପ୍ରକୃତ ରିମୋଟ୍‌ କାହା ହାତରେ ରହିଛି ତାହା ଉଲ୍ଲେଖ କରିଛନ୍ତି। ଓଡ଼ିଶାର ପ୍ରାକୃତିକ ସଂପଦ ଓ ଖଣିଜ ସଂପଦ ରାଜ୍ୟର ପ୍ରକୃତ ଶକ୍ତି ହୋଇଥିବା ସମୟରେ ଏଗୁଡ଼ିକର ପ୍ରକୃତ ମାଲିକାନା ଓ ପରିଚାଳନା ବାସ୍ତବରେ କାହା ହାତରେ ରହିଛି? ଓଡ଼ିଶାବାସୀ ଏଥିରୁ କେତେ ଲାଭବାନ ହେଉଛନ୍ତି? ସେ ଦିଗରେ ଗଲା ୨୦ ବର୍ଷ ଭିତରେ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି?

ଏହା ସମସ୍ତଙ୍କୁ ଜଣା ଯେ, ସ୍ୱାଧୀନତା ପରେ କିଛି ବର୍ଷ ଓଡ଼ିଶାର ରାଜନୀତି କେନ୍ଦୁପତ୍ର ବ୍ୟବସାୟୀମାନଙ୍କ ଦ୍ୱାରା ଓ ପରେ ଶାଳମଞ୍ଜି ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ମଝିରେ କିଛିବର୍ଷ ଏହା ଠିକାଦାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ସମୟରେ ଗତ ପ୍ରାୟ ୨୦ ବର୍ଷ ହେଲା ରାଜ୍ୟ ରାଜନୀତି ଖଣି ବ୍ୟବସାୟ ଦ୍ୱାରା ପରିଚାଳିତ ହେଉଥିବା ସିଧାସଳଖ ଅଭିଯୋଗ କରାଯାଉଛି। ଏ ସଂକ୍ରାପ୍ପରେ ନୂଆ ଆଇନ ଓ ନୂଆ ଠିକା ବ୍ୟବସ୍ଥା ସତ୍ତ୍ୱେ ବେଆଇନ ଖଣି କାରବାର ଆଦୌ ସଂକୁଚିତ ହୋଇନାହିଁ। ବରଂ ଖଣିଗୁଡ଼ିକୁ ଲୁଟ୍ କରିନେବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଓଡ଼ିଶାର ଭବିଷ୍ୟତ ଓ ଏହି ସମ୍ପତିଗୁଡ଼ିକୁ ଏପର୍ଯ୍ୟନ୍ତ ଜଗି ରହିଥିବା ବା ତା’ ଉପରେ ବସବାସ କରୁଥିବା ଆଦିବାସୀମାନେ କାହିଁକି ରାଜ୍ୟରେ ସବୁଠାରୁ ଦରିଦ୍ର ଓ ଅବହେଳିତ ତାହାର କୌଣସି ଉତ୍ତର ୨୦ ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜୁ ଜନତା ଦଳ ପ୍ରଦାନ କରିପାରିବ କି?

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story